Anjan Sarangi - The Sakala

ମୟୂରଭଞ୍ଜର ଜଣାଶୁଣା ମହିଳା ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀଙ୍କ ପରଲୋକ, ସକାଳେ ହୋଇଥିଲେ ଦୁର୍ଘଟଣାର ଶିକାର
ବାରିପଦା: ମୟୂରଭଞ୍ଜର ଜଣାଶୁଣା ମହିଳା ଓ ପ୍ରସୂତୀ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀଙ୍କ ଦେହାନ୍ତ ହୋଇଯାଇଛି। ସକାଳେ ଦୁର୍ଘଟଣାର ଶିକାର ହେବାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ଜଣାପଡିବା ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ବାରିପଦାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ଅଣାଯିବା ବାଟରେ ଭଦ୍ରକ ନିକଟରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୟୂରଭଞ୍ଜର ଜଣାଶୁଣା ମହିଳା ଓ ପ୍ରସୂତୀ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀଙ୍କ ଏପରି ଅକାଳ ବିୟୋଗ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ ସ୍ବର୍ଗତ ଡା ଷଢଙ୍ଗୀ ବାଲେଶ୍ବର ଜଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ମହିଳା ଓ ପ୍ରସୂତୀ ବିଶେଷଜ୍ଞ ଭାବରେ ଚାକିରୀ କରୁଥିଲେ । ବାଲେଶ୍ବରରୁ ନିଜ ଘର ବାରିପଦା ଫେରିବା ବାଟରେ ଆଜି ବାରିପଦା ଉପକଣ୍ଠ ୧୮ନଂ ଜାତୀୟ ରାଜପଥରେ ମଞ୍ଚାବନ୍ଧା ନିକଟରେ ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ ପଛରେ କାର ପିଟିହେବା ପରେ ଡା. ଅଞ୍ଜନ ଷଡ଼ଙ୍ଗୀ ଗାଡିରେ ଚାପି ହୋଇ ରହିଯାଇଥିଲେ। ଏହାପରେ ଅଗ୍ନିଶମ ବିଭାଗ କଟର ସହାୟତାରେ କାରକୁ କାଟି ତାଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍ ମେଡିକାଲ ରେ ଭର୍ତ୍ତିକରିଥିଲେ।  ସେଠାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିବା ବାଟରେ ତାଙ୍କର ପରଲୋକ ହୋଇଯାଇଛି।

ମହିଳା ଓ ପ୍ରସୂତୀ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ଅଞ୍ଜନ ଷଡ଼ଙ୍ଗୀଙ୍କ ବିୟୋଗରେ ସମଗ୍ର ମୟୂରଭଞ୍ଜ ସମେତ ପଡୋଶୀ ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି । ଡା. ଅଞ୍ଜନ ଷଡ଼ଙ୍ଗୀଙ୍କ ପତ୍ନୀ ଡା ମିତା ମିଶ୍ର ଜଣେ ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଭାବେ ଜଣାଶୁଣା ।ତାଙ୍କର ଏକମାତ୍ର ପୁଅ ଭୁବନେଶ୍ୱରରେ ନବମ ଶ୍ରେଣୀରେ ପାଠ ପଢୁଛି ।