Corona fourth wave - The Sakala

୧୫ ଦିନ ମଧ୍ୟରେ ଆସିବ କରୋନାର ୪ର୍ଥ ଲହରୀ: ଟିକା ନେଇଥିବା ବ୍ୟକ୍ତି ମଧ୍ୟ ପୁଣି ହୋଇପାରନ୍ତି ସଂକ୍ରମିତ
ଭୁବନେଶ୍ୱର: ଆସନ୍ତା ୧୫ଦିନ ଭିତରେ ଆସିବ ଚତୁର୍ଥ ଲହର । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ସମସ୍ୟା ସୃଷ୍ଟି କରିପାରେ । ଟିକା ନେଇନଥିବା ବର୍ଗ ଏବଂ ଗୁରୁତର ରୋଗୀ ଏହି ଲହରରେ ପୁଣି ଆକ୍ରାନ୍ତ ହୋଇପାରନ୍ତି । ଯେଉଁମାନେ ଦ୍ୱିତୀୟ ଡୋଜ ଏବଂ ପ୍ରିକସନ ଡୋଜ ନେଇନାହାନ୍ତି ତୁରନ୍ତ ନେଇଯିବା ଦରକାର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଏହି ଭାରିଆଣ୍ଟ ଦ୍ରୁତ ସଂକ୍ରମଣ ରହିଥିଲେ ମଧ୍ୟ ମୃତ୍ୟୁହାର ବହୁତ କମ ରହିବ । ଭାରତରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓଡିଶାକୁ ଆସିବାର ସମ୍ଭବନା ଅଧିକ ରହିଛି । ଓଡ଼ିଶାରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ପରିମାଣରେ ରହିଛି । ଏଣୁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ନିରୋଜ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ୨୪ ଘଣ୍ଟାରେ ଦେଶରେ ୨ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଗତ ୨୪ ଘଣ୍ଟାରେ ଦେଶରେ ୩୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ କରୋନା ସଂକ୍ରମଣ ୨ ହଜାରରୁ ଅଧିକ ରହିଥିବାରୁ ଆଶଙ୍କା ପ୍ରକାଶ ପାଇଛି । ଏହି ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୦୭୯ ରହିଛି । ସେହିପରି ପଜିଟିଭିଟି ହାର କଥା ଯଦି କହିବା ତାହାଲେ ବର୍ତ୍ତମାନ ଦେଶରେ ପଜିଟିଭିଟି ରେଟ ୦.୫୬ ରହିଛି । ତେବେ ଗତ ୨୪ ଘଣ୍ଟାରେ ୧ ହଜାର ୬୫୬ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟରେ କିନ୍ତୁ ଆଶ୍ୱସ୍ତିକର ସ୍ଥିତି ଦେଖିବାକୁ ମିଳିଛି । ୨୪ ଘଣ୍ଟାରେ ରାଜ୍ୟରେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରର ଜଣେ କରୋନା ସଂକ୍ରମିତ ହୋଇଥିବା ବେଳେ ସେ କ୍ବାରେଣ୍ଟାଇନରେ ଥିଲେ । ଶୂନରୁ ୧୮ ବର୍ଷ ବୟସର କେହି ବି ସଂକ୍ରମିତ ହୋଇନାହାନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଆକ୍ଟିଭ କେସ୍ ଶହେ ତଳେ ରହିଛି । ରାଜ୍ୟରେ ସକ୍ରିୟ ମାମଲା ୮୫ ଥିବା ବେଳେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୭ ଆକ୍ରାନ୍ତ ।