BDA - The Sakala
ବିଡିଏ ଆଣିବ ପ୍ରିପେଡ୍‌‌ ବୁକିଂ ଆପ୍‌‌, ସୁରକ୍ଷିତ ହେବ ଅଟୋ ଓ ଟ୍ୟାକ୍ସି ଯାତ୍ରା
ଭୁବନେଶ୍ୱର: ଅଟୋ ଓ ଟ୍ୟାକ୍ସିରେ ଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖୁବ୍‌‌ଶୀଘ୍ର ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରିବାକୁ ଯାଉଛି। ଏହି ଆପ୍‌‌ ମାଧ୍ୟମରେ ଯାତ୍ରୀମାନେ ନିଜର ଗନ୍ତବ୍ୟସ୍ଥଳକୁ ସହଜରେ ଓ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ। ଏଥିରେ ଯାତ୍ରୀମାନଙ୍କ ପାଇଁ ପ୍ରିପେଡ୍‌‌ ବୁକିଂ ସେବା ଉପଲବ୍ଧ ହେବ। ଯାତ୍ରୀମାନେ ପୂର୍ବରୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ବୁକିଂ କରିବାର ବ୍ୟବସ୍ଥା ଏଥିରେ ଉପଲବ୍ଧ ହେବ। ଏହି ଆପ୍‌‌ ଦ୍ୱାରା ଅସାଧୁ ଗାଡ଼ି ଚାଳକମାନେ ଯାତ୍ରୀଙ୍କ ଉପରେ ମନଇଚ୍ଛା ଦର କଷି ପାରିବେନି। ଏହାସହ ମୋବାଇଲ୍‌‌ ଆପ୍‌‌ରେ ଗାଡ଼ି ଚାଳକଙ୍କ ସମସ୍ତ ତଥ୍ୟ ମହଜୁଦ୍‌‌ ରହିଥିବାରୁ କୌଣସି ଯାତ୍ରୀ ଅସଦାଚରଣ ଶିକାର ହେବେନି। ଏହି ସେବା ପ୍ରଥମେ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌‌ ଟର୍ମିନାଲ୍‌‌ (ବିଏସ୍‌‌ଏବିଟି)ରୁ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ଭୁବନେଶ୍ୱର ରେଳ ଷ୍ଟେସନ ଓ କ୍ୟାପିଟାଲ୍‌‌ ହସ୍ପିଟାଲ ଭଳି ଜନବହୁଳ ସ୍ଥାନରେ ଉପଲବ୍ଧ ହେବ।
ସୂଚନାନୁସାରେ, ଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ କରିବାର ସୁବିଧା ଦେବ ଏହି ମୋବଇଲ୍‌‌ ଆପ୍‌‌। ଏହାସହ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅଟୋ, ଟ୍ୟାକ୍ସି ପାଇଁ ଅପେକ୍ଷା କରିବାକୁ ପଡ଼ିବନି। ପୂର୍ବରୁ ବୁକିଂ କରିଥିଲେ ନିର୍ଦ୍ଦିଷ୍ଟ ସମୟରେ ଗାଡ଼ି ପିକ୍‌‌-ଅପ୍‌‌ କରିବାକୁ ପହଞ୍ଚିଯିବ। ଫଳରେ ଯାତ୍ରୀମାନେ ଠିକ୍‌‌ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ। କିଲୋମିଟର ଅନୁସାରେ ଧାର୍ଯ୍ୟ ହେବ ଗାଡ଼ି ଭଡ଼ା। ଏହାଦ୍ୱାରା ଯାତ୍ରୀ ଓ ଚାଳକଙ୍କ ଭିତରେ ଭଡ଼ାକୁ ନେଇ ବାକ୍‌‌ବିତଣ୍ଡା ହେବନି। ଏହାସହ ଯାତ୍ରୀମାନେ ଗାଡ଼ି ଚାଳକଙ୍କ ଉପରେ ଭରସା କରିପାରିବେ। ରାତିରେ ମହିଳା ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ। ଏହି ଆପ୍‌‌ ଦ୍ୱାରା ଅଟୋ ରିକ୍ସା ଓ ଟ୍ୟାକ୍ସି ଚାଳକଙ୍କ ଅଧିକ ଭଡ଼ା ମିଳିବ। ଏଥିରେ ଏକାଧିକ ଗାଡ଼ି ଓ ଚାଳକ ନିୟୋଜିତ ହୋଇ ଏକ ବ୍ୟବସ୍ଥିତ ଢଙ୍ଗରେ ଅର୍ଥ ଉପାର୍ଜନ କରିପାରିବେ। ୨୪ଘଣ୍ଟା ଏହି ସେବା ଉପଲବ୍ଧ କରାଯାଉଥିବାରୁ ଗାଡ଼ି ଚାଳକମାନେ ସବୁ ସମୟରେ ଭଡ଼ା ପାଇପାରିବେ। ଯାତ୍ରୀମାନେ ମଧ୍ୟ ସବୁ ସମୟରେ ଗାଡ଼ି ପାଇବେ।
ମୋବାଇଲ୍‌‌ ଆପ୍‌‌ ବ୍ୟତୀତ ଯାତ୍ରୀମାନଙ୍କ ପାଇଁ ବସ୍‌‌ ଟର୍ମିନାଲ୍‌‌ ପରିସରରେ ଏକ ବୁକିଂ କାଉଣ୍ଟରର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ଯେଉଁ ଯାତ୍ରୀମାନେ ସ୍ମାର୍ଟ ଫୋନ୍‌‌ ବ୍ୟବହାର କରୁନଥିବେ ଅଥବା ଆପ୍‌‌ ବିଷୟରେ ଅଜ୍ଞ ଥିବେ, ସେମାନେ ଏହି କାଉଣ୍ଟର ସାହାଯ୍ୟରେ ଯାତ୍ରା କରିପାରିବେ। ଏହି କାଉଣ୍ଟର ତଥା ସ୍ୱୟଞ୍ଚାଳିତ କିଓସ୍କ ମାଧ୍ୟମରେ ଯାତ୍ରୀମାନେ ଅଟୋ ଓ ଟ୍ୟାକ୍ସି ରିଜର୍ଭ ବୁକିଂ କରିପାରିବେ। ଏକ ଘରୋଇ ସଂସ୍ଥାଦ୍ୱାରା ଏହାକୁ ପରିଚାଳନା କରାଯିବ। ସେହି ସଂସ୍ଥା ଏହି ପ୍ରିପେଡ୍‌‌ ଟ୍ୟାକ୍ସି ବୁକିଂ ଆପ୍‌‌ର ଡିଜାଇନ ଓ ପରିଚାଳନା ଭାର ଗ୍ରହଣ କରିବ। ଖୁବ୍‌‌ଶୀଘ୍ର ଏ ନେଇ ଟେଣ୍ଡର ଆହ୍ୱାନ କରାଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ପ୍ରିପେଡ୍‌‌ ଟ୍ୟାକ୍ସି ବୁକିଂ ସିଷ୍ଟମ୍‌‌ ଦ୍ୱାରା ଯାତ୍ରୀଙ୍କ ଆବଶ୍ୟକତା ପୂରଣ ହୋଇପାରିବ। ଏହାସହ ସ୍ୱଚ୍ଛତା, ସୁରକ୍ଷା ଓ ସମୟାନୁବର୍ତ୍ତୀ ଯାତ୍ରା ସମ୍ଭବ ହୋଇପାରିବ। ଏହାସହ ଅଟୋ ରିକ୍ସା ଚାଳକମାନଙ୍କ ସହଜରେ ଅଧିକ ଭଡ଼ା ମିଳିପାରିବ। ଏହା ଗାଡ଼ି ଚାଳକଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ଭୁବନେଶ୍ବର: ବିଡିଏର ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍କରପୁରଠାରେ ଆନନ୍ଦ ବନ ଉଦଘାଟନ କରିବା ଅବସରରେ ‘ଆମ ଭୂମି’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ଆମ ଭୂମି’ ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ। ଆମ ଭୂମି ହେଉଛି Assuring Mass Access through Bhubaneswar Open Space Ownership and Management। ରାଜଧାନୀର କଲ୍ୟାଣ, ସ୍ଥାୟୀତା ଏବଂ ଏକ ସୁଦୃଢ଼ ସହରାଞ୍ଚଳ ପରିବେଶକୁ ପ୍ରୋତ୍ସାହିତ କରୁଥିବା ଖୋଲା ସ୍ଥାନ ସୃଷ୍ଟି ଏବଂ ରକ୍ଷଣାବେକ୍ଷଣ। ଯାହା ଏକ ଶୀତଳ ଏବଂ ଅଧିକ ଜଳବାୟୁ ସହନଶୀଳ ସହରୀ ପରିବେଶକୁ ପ୍ରୋତ୍ସାହିତ କରେ । ଏହା ଭୁବନେଶ୍ୱର ପାଇଁ ଏକ ପରିବର୍ତନଶୀଳ ଯୁଗ, କଲ୍ୟାଣ, ସ୍ଥାୟୀତା ଏବଂ ଏକ ସୁଦୃଢ଼ ସହରାଞ୍ଚଳକୁ ପ୍ରୋତ୍ସାହିତ କରୁଛି।
ରାଜଧାନୀରେ ଖୋଲା ସ୍ଥାନର ବଢ଼ୁଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ପାର୍କ, ଖେଳପଡିଆ, ବହୁମୁଖୀ ଖେଳପଡିଆ, blue way (ଜଳାଶୟ) ଏବଂ ଗ୍ରୀନ୍ ୱେ (ସର୍ବସାଧାରଣ ରାସ୍ତା କଡ଼ରେ ଖୋଲା ସ୍ଥାନ ଓ କରିଡର) ଭଳି ପାଞ୍ଚଟି ସ୍ବତନ୍ତ୍ର ସମ୍ପତ୍ତି ଚିହ୍ନଟ କରାଯିବ। ଏହି ନୀତି ଅଧୀନରେ ଉନ୍ନୟନ ମଡେଲ ମାଧ୍ୟମରେ ଜମିକୁ ଖୋଲା ସ୍ଥାନ ଭାବରେ ବିକଶିତ କରାଯିବ, ଏକ ସ୍ୱତନ୍ତ୍ର ପାଣ୍ଠି ପ୍ରତିଷ୍ଠା କରାଯିବ ଏବଂ ଖୋଲା ସ୍ଥାନ ବ୍ୟବସ୍ଥା ପାଇଁ ବର୍ତ୍ତମାନର ବ୍ୟବସ୍ଥାରେ ଆହ୍ୱାନର ମୁକାବିଲା ପାଇଁ ଏକ ସଂସ୍ଥାଗତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ଏହି ପଦକ୍ଷେପ କେବଳ ବର୍ତ୍ତମାନର ଖୋଲା ସ୍ଥାନ ଏବଂ ଆବଶ୍ୟକ ମାନକ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରେ ନାହିଁ ବରଂ ସହରରେ ପାର୍କ ଏବଂ ଖୋଲା ସ୍ଥାନ ଆୟୋଜନ ଦିଗରେ ଏକ ବ୍ୟାପକ ଏବଂ ଶୃଙ୍ଖଳିତ ଆଭିମୁଖ୍ୟର ରୂପରେଖ ମଧ୍ୟ ଦେଇଥାଏ । ବିଡିଏ ପକ୍ଷରୁ ସହରସ୍ତରରେ ‘ଆମ ଭୂମି’ କୁ ସର୍ବୋଚ୍ଚ ପ୍ରାଥମିକତା ମୂଳକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି। ଏହି ପଦକ୍ଷେପର ସଫଳ ରୂପାୟନ ପାଇଁ ବିଡିଏ ଏହାର ଆଭିମୁଖ୍ୟକୁ ଦୁଇଟି ପ୍ରମୁଖ ଉପାଦାନରେ ବିଭକ୍ତ କରିଛି: “ହାର୍ଡୱେର” ଏବଂ “ସଫ୍ଟୱେୟାର”।
ସାଧାରଣ ପ୍ରଶାସନ (ଜିଏ) ବିଭାଗ ସହାୟତାରେ ଜାତୀୟ ଓ ଅନ୍ତର୍ଜାତୀୟ ବେଞ୍ଚମାର୍କ ଅନୁଯାୟୀ ଜମି ନିର୍ଦ୍ଧାରଣ କରିବା ଏହି ‘ହାର୍ଡୱେର’ ଉପାଦାନ ମଧ୍ୟରେ ରହିଛି। ଏହାବ୍ୟତୀତ ବିଭିନ୍ନ ସରକାରୀ ବିଭାଗ ସହାୟତାରେ ଆର୍ଥିକ ସମ୍ବଳର ପରିଚାଳନା କରାଯିବ ଏବଂ ବିଭିନ୍ନ ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ସହାୟତାରେ ସମ୍ପତ୍ତିର ବିକାଶ କରାଯିବ। ଅପରପକ୍ଷରେ ବିଡିଏରେ ଆମ ଭୂମି ଡିଭିଜନ ପ୍ରତିଷ୍ଠା କୁ ‘ସଫ୍ଟଓୟାର’ ଉପାଦାନ ଅନ୍ତର୍ଭୁକ୍ତ କରି ଏହି ପଦକ୍ଷେପର ସାମଗ୍ରିକ ପରିଚାଳନାର ମୂଳଦୁଆ ପାଲଟିଛି। ଉଭୟ ପ୍ରଶାସନିକ କାର୍ଯ୍ୟ ଏବଂ ସାର୍ବଜନୀନ ସୂଚନା ପ୍ରସାରଣ ପାଇଁ ଉପଭୋକ୍ତା-ଅନୁକୂଳ ଇଣ୍ଟରଫେସ୍ ଥିବା ଆମ ଭୂମି ପୋର୍ଟାଲ୍ ବିକଶିତ କରାଯାଇଛି। ସିଏଫ୍ଏମ୍ଏସ୍ ଭିତ୍ତିଭୂମିର ନିରବଚ୍ଛିନ୍ନ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବ।। ସିଟି ଆକ୍ଟିଭେସନ୍ କାର୍ଯ୍ୟକ୍ରମବ୍ୟାପକ ଭାବରେ ପରିଚାଳିତ ହେବ, ଯାହା ନାଗରିକମାନଙ୍କ ମଧ୍ୟରେ ଅଂଶଗ୍ରହଣର ଭାବନାକୁ ପ୍ରୋତ୍ସାହିତ କରିବ ବୋଲି ବିଡିଏ ଉପାଧ୍ୟକ୍ଷ କହିଛନ୍ତି।
ଆଫୋର୍ଡେବଲ ହାଉସିଂ ପ୍ରକଳ୍ପ, ୭ହଜାର ଲୋକଙ୍କୁ ମିଳିବ ଘର
ଭୁବନେଶ୍ୱର: ଉନ୍ନୟନମୂଳକ କାର୍ଯ୍ୟରେ ଉଚ୍ଛେଦ ହୋଇଥିବା ତଥା ଅନ୍ୟ କାରଣରୁ ଗୃହ ହରାଇଥିବା ଲୋକଙ୍କୁ ଶସ୍ତାରେ ଘର ପ୍ରଦାନ କରାଯିବ। ଆଫୋର୍ଡେବଲ୍‌‌ ହାଉସିଂ ପ୍ରକଳ୍ପ ମାଧ୍ୟମରେ ଏଭଳି ଲୋକଙ୍କୁ ଘର ଯୋଗାଇବାକୁ ଯୋଜନା ରହିଛି। ଏଥିରେ ୭ହଜାର ଲୋକଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଏହି କଲୋନୀରେ ପାର୍କ, କମ୍ୟୁନିଟି ସେଣ୍ଟର, ମନ୍ଦିର ଆଦିର ବ୍ୟବସ୍ଥା ରହିବ। ରାଜଧାନୀରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୭ହଜାର ଗୃହ ନିର୍ମାଣ କରାଯିବ। ଆଫୋଡେବଲ ହାଉସିଂ ପ୍ରକଳ୍ପରେ ୭ ହଜାର ୟୁନିଟ୍‌‌ ଘର ପ୍ରସ୍ତୁତ ହୋଇଥିବା ବେଳେ ମାର୍ଚ୍ଚ ସୁଦ୍ଧା ସବୁ ଘରକୁ ଆଲଟମେଣ୍ଟ ଜରିଆରେ ପ୍ରଦାନ କରାଯିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବେ ୩ରୁ ୪ ହାଉସିଂ ପ୍ରକଳ୍ପ ହାତକୁ ନେଇଥିବାବେଳେ ଖୁବଶୀଘ୍ର କେୟାର୍‌‌ ହସ୍ପିଟାଲ ନିକଟରେ ଥିବା ନୀଳମାଧବ ନିବାସକୁ ଲୋକାର୍ପିତ କରାଯିବ। ସେହିପରି ଘାଟିକିଆରେ ଚାଲୁ ରହିଥିବା ହାଉସିଂ ପ୍ରୋଜେକ୍ଟକୁ ମଧ୍ୟ ସର୍ବସାଧାରଣଙ୍କ ଲାଗି ଲୋକର୍ପଣ କରିବାକୁ ବିଡିଏ ଯୋଜନା କରିଥିବା ଉପାଧ୍ୟକ୍ଷ ବଲୱନ୍ତ ସିଂହ କହିଛନ୍ତି। ଅନ୍ୟପକ୍ଷରେ ଫେବୃଆରୀ ଶେଷ ସୁଦ୍ଧା ବାବାସାହେବ ଆମ୍ବେଦକର ବସ୍‌‌ ଟର୍ମିନାଲ (ବିଏସ୍‌ବିଟି)କୁ ମଧ୍ୟ ଲୋକର୍ପିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବିଡିଏ ଦ୍ୱାରା ହାତକୁ ନିଆଯାଇଥିବା ଟିପି ସ୍କିମ୍‌‌ ମଧ୍ୟ ଆଗକୁ ବଢ଼ୁଛି। ବିଡିଏ ସିଭିଲ୍‌‌ ଟିମ୍‌‌ ସହ ପୂର୍ତ୍ତ ଓ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଏବେ ତମାଣ୍ଡୋ-ପାଇକରାୟପୁର ମୌଜାରେ ରାସ୍ତା ନିର୍ମାଣ ଜାରି ରଖିଛନ୍ତି, ପର୍ଯ୍ୟାୟକ୍ରମେ ଏହାର ବିକାଶ ହେବ। ଏହାପରେ ବିଡିଏ ହୋଲ୍‌‌ ସେଲ୍‌ଫ ମାର୍କେଟ ସ୍ଥାନାନ୍ତରଣ ସହ ଟ୍ରକ୍‌‌ ଟର୍ମିନାଲ ଲାଗି ମଧ୍ୟ କାମ ଆରମ୍ଭ କରିବ।
ପ୍ରତ୍ୟେକ ଜୋନ୍‌‌ରେ ହେବ ପାଠାଗାର
କାହାଣୀ ଉତ୍ସବରେ ଲୋକଙ୍କ ବହି ପ୍ରତି ଥିବା ଭଲପାଇବାକୁ ଅନୁଭବ କରିଛି ବିଡିଏ। ଏହାକୁ ଦୃଷ୍ଟିରେ ରଖି ବିଡିଏ ଏବେ ସହରରେ ଥିବା ଲାଇବ୍ରୋରୀ (ପାଠାଗାର)ଗୁଡ଼ିକର ପୁନରୁଦ୍ଧାର ସହ ସବୁ ଜୋନ୍‌‌ରେ ପାଠଗାର ନିର୍ମାଣ କରିବାକୁ ଯୋଜନା ରଖିଛି। ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରେକୃଷ୍ଣ ମହତାବ ରାଜ୍ୟ ପାଠଗାରର ପୁନରୁଦ୍ଧାର ନେଇ ଭିତ୍ତପ୍ରସ୍ତର ସ୍ଥାପନ କରିବେ। ସେହିପରି ଦକ୍ଷିଣ ପୂର୍ବ ଜୋନର ଲାଇବ୍ରେରୀ ଭାବେ ବାପୁଜୀ ନଗରରେ ଥିବା ଆଇପିଏସ୍‌‌ଇ କୋଠାର ୨ମହଲାରେ ଜୋନ୍‌‌ ପାଠାଗାର ଉଦ୍‌‌ଘାଟନ କରାଯିବ। ପର୍ଯ୍ୟାୟକ୍ରମେ ଭୁବନେଶ୍ୱରର ପ୍ରତ୍ୟେକ ଜୋନରେ ପାଠାଗାର ରହିବ। ଯାହାଦ୍ୱାରା ସହରବାସୀଙ୍କ ରିଡିଂ ହାବିଟ୍‌‌ ବଢ଼଼ିବ ବୋଲି ବିଡିଏ ଭିସି ଶ୍ରୀ ସିଂହ କହିଛନ୍ତି।
ଏକାମ୍ର ଉତ୍ସବ ସଫଳ ପାଇଁ ଧନ୍ୟବାଦ
ଚଳିତବର୍ଷର ସିଟି ଫେଷ୍ଟ ‘ଏକାମ୍ର ଉତ୍ସବ’ର ସଫଳ ଆୟୋନ ପାଇଁ ବିଡିଏ ଭିସି ଧନ୍ୟବାଦ ଜଣାଇଛନ୍ତି। ବିଡିଏ ଭିସି ବଲୱନ୍ତ ସିଂ ଭୁବନେଶ୍ୱରବାସୀ ଏବଂ ଉପସ୍ଥିତ ଗଣମାଧ୍ୟମ କର୍ମଚାରୀଙ୍କୁ ଶୁକ୍ରବାର ଏକ ହୋଟଲରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଧନ୍ୟବାଦ ଜଣାଇଛନ୍ତି। ଉତ୍ସବ ଆୟୋଜନରେ ବିଡିଏର ଭୂମିକା ସହ ଆୟୋଜନରେ ଦେଖାଦେଇଥିବା ଚ୍ୟାଲେଞ୍ଜକୁ ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ସମ୍ମିଳନୀରେ ବିଡିଏ ସଚିବ କବୀନ୍ଦ୍ର ସାହୁଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ମାସକରେ ଖୋଲିବ ଦକ୍ଷିଣପାର୍ଶ୍ବ ସମାନ୍ତରାଳ ରାସ୍ତା
ଏକ ମାସ ମଧ୍ୟରେ ଖୋଲିବ ଦକ୍ଷିଣ ପାର୍ଶ୍ବ ସମାନ୍ତରାଳ ରାସ୍ତା। ଏହାମଧ୍ୟରେ ପଟିଆ ବିଗ୍‌‌ ବଜାରରୁ ପଟିଆ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଡମଣାରୁ ସାଇନ୍ସ ପାର୍କ ପଛ ପାଖ ରାସ୍ତାର ନିର୍ମାଣ ଶେଷ ପର୍ଯ୍ୟାୟରେ। ଏହାକୁ ଚଳିତମାତ ଶେଷ ସୁଦ୍ଧା ଲୋକାର୍ପଣ କରିଦିଆଯିବ। ୬.୫ କିଲୋମିଟର ଏହି ରାସ୍ତା ଆଚାର୍ଯ୍ୟ ବିହାରଠାରୁ ପଟିଆ ବିଗ୍‌‌ ବଜାର ପର୍ଯ୍ୟନ୍ତ ଏବଂ ପଟିଆ ବିଗ୍‌‌ ବଜାରରୁ ପଟିଆ ରେଳ ଷ୍ଟେସନ ପର୍ଯ୍ୟନ୍ତ ଲମ୍ବିଛି। ଯାହାର ପ୍ରକଳ୍ପ ମୂଲ୍ୟ ରହିଥିଲା ୨୩୯କୋଟି ଟଙ୍କା। ନିର୍ମାଣାଧୀନ ରାସ୍ତାର ଉଭୟ ପାର୍ଶ୍ବ ଏବଂ ମେଡିଆନ୍‌‌ରେ ପୁରୁଣା ଗଛ ତଥା ଚାରା ଲଗାଇବାକୁ କୁହାଯାଇଛି। ଏଥିସହିତ ରାସ୍ତାର ଉଭୟ ପାର୍ଶ୍ବରେ ଆବଶ୍ୟକ ସ୍ଥଳେ ବୃକ୍ଷରୋପଣକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଜୟଦେବ ବିହାରଠାରୁ ନନ୍ଦନକାନନ ରାସ୍ତାରେ ଗୁରୁତର ଟ୍ରାଫିକ୍‌‌ ସମସ୍ୟା ସୃଷ୍ଟି ହେଉଛି। ଜାଭିୟର ଛକରୁ କିଟ୍‌‌ ସ୍କୋୟାର(ଭାୟା-ସରକାରୀ ପଲିଟେକନିକ୍‌‌-ରେଲ ବିହାର-ଉତ୍କଳ ହସ୍ପିଟାଲ-ଓଇଆରସି ବିଲ୍ଡିଂ-ଟ୍ରାଇଡେଣ୍ଟ-ଇନଫୋସିଟି ଛକ ଏବଂ ଶିଖରଚଣ୍ଡୀ ଛକ) ହୋଇ ଏହି ରାସ୍ତା ନିର୍ମାଣ ହେଉଛି। ଏହି ରାସ୍ତାଟି ପଥରଗଡ଼ିଆ-ଗଣିତ ସଂସ୍ଥାନ ଦେଇ ଚନ୍ଦକା ରାସ୍ତାକୁ ମଧ୍ୟ ଯୋଗାଯୋଗ କରିବ। ୭ଟି ଷ୍ଟ୍ରେଚ୍‌‌ ଜରିଆରେ ୧୩ କି.ମି ରାସ୍ତା ନିର୍ମାଣ କରାଯାଇଛି। ଏହାର ମଧ୍ୟ ଆଗାମୀ ୪ମାସ ମଧ୍ୟରେ ନିର୍ମାଣ ଶେଷ ହେବାର ଯୋଜନା ରହିଛି।
୯୦ ଏକର ଜମିରେ ହ୍ରଦ ପ୍ରୋଜେକ୍ଟ
ଆଗାମୀ ଦିନରେ ସହରରେ କାର୍ଯ୍ୟକାରୀ କରିବାକୁ ଯାଉଛି ଲେକ୍‌‌ ଡେଭ୍‌‌ଲପ୍‌‌ମେଣ୍ଟ ପ୍ରକଳ୍ପ। ଏହି ପ୍ରକଳ୍ପ ଅନୁଯାୟୀ ସହରର ମଧ୍ୟଭାଗରେ ଡ୍ରେନ୍‌‌ ନମ୍ୱର ୧୦ ନିକୋ ପାର୍କ ପଛପଟରେ ୯୦ ଏକର ଜମିରେ ହ୍ରଦ ପୁନଃଉଦ୍ଧାର ହେବା ସହ ସୌନ୍ଦର୍ଯ୍ୟକରଣ କାମ ହେବ। ହ୍ରଦ କୂଳେ କୂଳେ ଏକ ସ୍ୱତନ୍ତ୍ର ଜୋନ୍‌‌ ପ୍ରସ୍ତୁତ କରାଯାଇ ଏଠାରେ ଖାଦ୍ୟ ଷ୍ଟଲ୍‌‌ ଖୋଲାଯିବ। ହ୍ରଦ ବୁଲିବା ସହ ଦର୍ଶକ ମଜାଦାରା ଓଡ଼ିଆ ଖାଦ୍ୟର ଆନନ୍ଦ ଉଠାଇ ପାରିବେ। ଏହା ସହ ଏଠାରେ ସାଇକଲିଂ ଟ୍ରାକ୍‌‌, ୱାକିଂ ଓ ଜଗିଂ ଟ୍ରାକ୍‌‌ ସହ ଓପନ ଜିମ୍‌‌, ବସିବା, ମନୋରଞ୍ଜନ ସହ ସହରବାସୀଙ୍କୁ ଓଡ଼ିଆ ପାରମ୍ପରିକ ଖାଦ୍ୟ ମିଳିବ। ଏକାମ୍ର ଉତ୍ସବରେ ସହରବାସୀଙ୍କ ଓଡ଼ିଆ ପାରମ୍ପାରିକ ଖାଦ୍ୟ ପ୍ରତି ଥିବା ରୁଚିକୁ ଦୃଷ୍ଟିରେ ରଖି ଆଗକୁ ସହରର ଛାତି ଉପରେ ଲୋକାର୍ପିତ ହେବାକୁ ଥିବା ଲେକ୍‌‌ ପ୍ରୋଜେକ୍ଟରେ ଏହି ସୁବିଧା ଦେବାକୁ ବିଡିଏ ଲକ୍ଷ୍ୟ ରଖିଛି।
ସବୁଜିମାରେ ଭରିବ ଖାଲି ସ୍ଥାନ
୨୦୪୮ ମସିହାରେ ସହରର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ। ଏହା ପୂର୍ବରୁ ବିଡିଏ ସହରର ଖାଲି ସ୍ଥାନର ବିକାଶ କାର୍ଯ୍ୟକୁ ଶେଷ କରାଯିବ। ଖାଲି ସ୍ଥାନରେ ଉନ୍ନୟନ କାର୍ଯ୍ୟକୁ ମୁଖ୍ୟତ ୩ ଭାଗରେ ବିଭକ୍ତ କରାଯାଇଛି। କ୍ରୀଡ଼ାର ବିକାଶ, ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ରୋପଣ ଓ ହ୍ରଦ ତଥା ଜଳାଶୟଗୁଡ଼ିକର ପୁନଃଉଦ୍ଧାର କରି ନୀଳ ବିକାଶ କରାଯିବ। ସହରକୁ ମନ୍ଦିର ମାଳିନୀ ସହର ସାଙ୍ଗକୁ ସବୁଜିମା ଓ ବାସପଯୋଗୀ ସହର କରିବାକୁ ବିଡିଏ ଲକ୍ଷ୍ୟ ରଖିଛି। ରାଜ୍ୟବାହାରୁ ତଥା କଂଙ୍କ୍ରିଟ୍‌‌ ଜଙ୍ଗଲରୁ ଆସୁଥିବା ଲୋକ ଭୁବନେଶ୍ୱରକୁ ଯେପରି ବ୍ରିଦେବଲ ସିଟି ଭାବେ ସମ୍ବୋଧନ କରିବେ ସେନେଇ ପଦକ୍ଷେପ ନେବାକୁ ବିଡିଏ ରୋଡ ମ୍ୟାପ୍‌‌ ପ୍ରସ୍ତୁତ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଖେଳପଡ଼ିଆ ସହ ଟ୍ରାକ୍‌‌ ନିର୍ମାଣ, ଶ୍ମଶାନ ନିର୍ମାଣ, କଲ୍ୟାଣମଣ୍ଡପ ନିର୍ମାଣ କରିବାକୁ ବିଡିଏ ଲକ୍ଷ୍ୟ ରଖିଛି।
5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସମୀକ୍ଷା: ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ
ଭୁବନେଶ୍ୱର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ ଆଜି 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍‌ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି। ଏହା ସହିତ BMCର ସବୁ ଘର ଯେପରି ସ୍ୱେରେଜ ଲାଇନ୍‌ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।
ଭୁବନେଶ୍ୱରରେ ୱାଟ୍‌କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି। ବିଭିନ୍ନ ଏଜେନ୍ସି ସହ ସମନ୍ୱୟ ରକ୍ଷାକରି କାମ କଲେ ଜନସାଧାରଣଙ୍କ ବିଶେଷ ଅସୁବିଧା ହେବ ନାହିଁ ବୋଲି ଶ୍ରୀ ପାଣ୍ଡିଆନ ମତଦେବା ସହିତ ସ୍ୱେରେଜ କାମ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ବସ୍ତି ସମେତ ସହରର ସବୁ ଅଞ୍ଚଳ ଯେପରି ସ୍ୱେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ଶ୍ରୀ ପାଣ୍ଡିଆନ ୱାଟ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ।
ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍‌କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ଭୁବନେଶ୍ୱର ସହରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ରହିଛି। ସେମାନଙ୍କର ବର୍ଜ୍ୟବସ୍ତୁ ଓ ଜଳର କିପରି ଉପଯୁକ୍ତ ବିଶୋଧନ କରାଯାଇପାରିବ ସେଥିପାଇଁ IDCO, State Pollution Control Board ଓ BMC ପକ୍ଷରୁ ନିୟମିତ ଯାଞ୍ଚ କରାଯିବ।
ଭୁବନେଶ୍ୱର ସହରର ବିଭିନ୍ନ ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା  ପୂର୍ବରୁ ସେଗୁଡିକର WATCO ଓ SPCB ପକ୍ଷରୁ ନିୟମିତ ବୈଷୟିକ ଯାଞ୍ଚ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାପାଇଁ, BMC ଅଞ୍ଚଳର ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଶିଳ୍ପ ତଥା ଅନ୍ୟ ପ୍ରତିଷ୍ଠାନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖି ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ BMCକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।
BDA ର ଉପାଧ୍ୟକ୍ଷ ବଲୱନ୍ତ ସିଂ ଅଧ୍ୟକ୍ଷତାରେ ଗଠିତ ଦୟା ଟାସ୍କ ଫୋର୍ସ ଦୟା ନଦୀ ପାଣି କୁ ବିଶୁଦ୍ଧ ରଖିବା ପାଇଁ ବିଭିନ୍ନ ଏଜେନ୍ସି ସହିତ ସମନ୍ଵୟ ରଖି ପଦକ୍ଷେପ ନେଇଛି । ବୈଠକରେ ବଳବନ୍ତ ସିଂହ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ପ୍ରେଜେଣ୍ଟେସନ  ଉପସ୍ଥାପିତ  କରିଥିଲେ
ବିଡିଏରେ ବାଜିବ ‘୫-ଟି’ ଛାଟ: ଟଙ୍କା ନ ଦେଲେ ଫାଇଲ ହଲୁନି, ଏଜେଣ୍ଟଙ୍କ ମାଧ୍ୟମରେ ପକେଟ ଗରମ କରୁଛନ୍ତି ଅସାଧୁ ଅଧିକାରୀ
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରେ ଚାଲିଛି ଦଲାଲ ରାଜ୍‌‌। ଟଙ୍କା ନ ଦେଲେ ଏହି କାର୍ଯ୍ୟାଳୟରେ ଲୋକଙ୍କ ଫାଇଲ୍‌‌ ଘୁଞ୍ଚିବାର ନାଁ ଧରୁନି। ‘୫-ଟି’ ଛାଟକୁ ଭୃକ୍ଷେପ ନ କରି କିଛି ନିର୍ଦ୍ଦିଷ୍ଟ ଅଧିକାରୀ ଫାଇଲ୍‌‌ ପିଛା ଦର ଧାର୍ଯ୍ୟ କରି ନିଜ ପକେଟ୍‌‌ ଗରମ କରୁଛନ୍ତି। ଅଧିକାରୀଙ୍କ ପକେଟ୍‌‌କୁ ମାଲ ନ ଗଲେ ଫାଇଲ୍‌‌ରେ ଗାର ପଡ଼ୁ ନଥିବାରୁ ବାଧ୍ୟ ହୋଇ ଲୋକେ ଏହି ଅସାଧୁ ଅଧିକାରୀଙ୍କ ଆର୍ଥିକ କୋପର ଶିକାର ହେଉଛନ୍ତି। ଏଭଳି ଅର୍ଥ ରୋଜଗାର ଯୋଗୁଁ ପଦୋନ୍ନତି ପରେ ମଧ୍ୟ କିଛି ଅଧିକାରୀ ବିଡିଏ ଛାଡ଼ି ଯିବାକୁ ମନ ବଳାଉ ନଥିବା ଚର୍ଚ୍ଚା ହେଉଛି।
ଅଭିଯୋଗ ଅନୁଯାୟୀ ବିଡିଏର ଆଲର୍ଟମେଣ୍ଟ ସେକ୍ସନର ଥିବା ଅଧିକାରୀମାନେ ବେଶ ହାତ ଚିକ୍କଣ କରୁଛନ୍ତି। କାର୍ଯ୍ୟାଳୟରେ କିଛି ତଳିଆ କର୍ମଚାରୀଙ୍କୁ ନିଜର ଏଜେଣ୍ଟ ଭାବରେ ବ୍ୟବହାର କରି ଲୋକଙ୍କଠାରୁ ମନ ଇଚ୍ଛା ଅର୍ଥ ନେଉଛନ୍ତି। ଘର କିମ୍ବା ପ୍ଲଟ୍‌‌ ଆଲର୍ଟମେଣ୍ଟ ପାଇଁ ଅତି କମ୍‌‌ରେ ୫୦ ହଜାର ଟଙ୍କା ନିଆଯାଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ମାଲିକାନା ପରିବର୍ତ୍ତନ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଛି। ବିଡିଏଠାରୁ ଯେଉଁମାନେ ଆବଣ୍ଟନ ସ୍କିମ୍‌‌ରେ ପ୍ଲଟ୍‌‌ କିଣିଥିଲେ ଆବଶ୍ୟକ ସ୍ଥଳେ ସେମାନେ ଏହାକୁ ବିକ୍ରି କରିବାକୁ ଚାହିଁଲେ ବିଡିଏଠାରୁ ଅନୁମତି ନେବାର ନିୟମ ରହିଛି। ଏଥିପାଇଁ ଅର୍ଥ ନ ଦେଲେ ଫାଇଲ୍‌‌ ହଲୁ ନ ଥିବା କିଛି ହିତାଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଅଭିଯୋଗ କରିଛନ୍ତି। ବଡ଼ କଥା ହେଉଛି ଯେ ବିଡିଏ କାର୍ଯ୍ୟାଳୟକୁ ଦୁର୍ନୀତି ମୁକ୍ତ ରଖିବାର ଉତ୍ତର ଦାୟିତ୍ୱ ମୁଣ୍ଡାଇଥିବା ବିଡିଏ ସଚିବ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ନା ଏହି କାର୍ଯ୍ୟ ପାଇଁ ତାଙ୍କର ମଧ୍ୟ ପରୋକ୍ଷ ସମର୍ଥନ ରହିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ବିଡିଏରେ ଚାଲିଥିବା ଏଭଳି ଘଟଣା ସମ୍ପର୍କରେ କିଛି ଲୋକ ମୋ ସରକାର ସେଲ୍‌ଫରେ ଅଭିଯୋଗ କରିଥିବା ନେଇ ମଧ୍ୟ ସୂଚନା ମିଳିଛି। ଯାହା ପରେ ଏହି ବିଭାଗ ମୁଖ୍ୟତଃ ଆଲର୍ଟମେଣ୍ଟ ସେକ୍ସନ ଉପରେ କଡ଼ା ନଜର ରଖାଯାଇଥିବା ନେଇ ସୂଚନା ମିଳିଛି। ଯେ କୌଣସି ସମୟରେ ଏହି କାର୍ଯ୍ୟାଳୟରେ ଗାଦି ମାଡ଼ିବସିଥିବା ଅଧିକାରୀଙ୍କ ଉପରେ ୫-ଟି ଛାଟ ବାଜିପାରେ ବୋଲି ଚର୍ଚ୍ଚା ହେଉଛି।
ରାଜଧାନୀରେ ଗୃହ କର୍ତ୍ତାଙ୍କର ବିଭିନ୍ନ ସମସ୍ୟା ସମାଧାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଦୀର୍ଘଦିନ ଧର ଲାଗି ରହିଥିବା ସମସ୍ୟା ସମାଧାନ କରିବା ପାଇଁ ସର୍ବକ୍ଷମାରେ ବେଆଇନ୍‌‌ ଘରକୁ ଅନୁମୋଦନ ଦେବା ସହିତ ଲିଜ୍‌‌ ଡିଡ୍‌‌ ପ୍ରଦାନ କରିବା ପାଇଁ ବିଡିଏକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁଇ ସେବା ଯୋଗାଇ ଦେବା ନିର୍ଦ୍ଦେଶ ଆସିବା ପରେ ବିଡିଏ ଅଧିକାରୀଙ୍କ ପାଇଁ ବିରାଡ଼ି କପାଳକୁ ଶିକା ଛିଡ଼ିବା ସଦୃଶ ହୋଇଛି। କାରଣ ଏହି ସମସ୍ୟାର ସମାଧାନ ପାଇଁ ଲୋକେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ବେଳେ ଲୋକମାନଙ୍କର ବୃହତର ସ୍ୱାର୍ଥ ଏଥିରେ ରହିଛି। ଏହାକୁ ଦୃଷ୍ଟିରେ ଆଲର୍ଟମେଣ୍ଟ ସେକ୍ସନର ଅଧିକାରୀମାନେ ମନ ଇଚ୍ଛା ଟଙ୍କା କମାଉଥିବା ଜଣାପଡ଼ିଛି।
ଅନ୍ୟପଟେ ବିଡିଏ ସଚିବଙ୍କର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦନ୍ନୋତି ହୋଇ ସାରିଥିଲେ ମଧ୍ୟ ତାଙ୍କର କାହିଁକି ଏଠାରୁ ବଦଳି ହେଉ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେରସ୍ତ କରି ଦେବା ପାଇଁ ବିଡିଏ ବିଜ୍ଞପ୍ତି ଜାରି କରିଛି। କମ୍ପାଉଣ୍ଡ ଫି’ ଫେରସ୍ତ ପାଇଁ ଡିସେମ୍ୱର ୧୦ ସୁଦ୍ଧା ବିଡିଏ ଓ ବିଏମସିରେ ଆବେଦନ କଲେ ପକ୍ଷରୁ କରାଯିବ ୩୧ ତାରିଖ ସୁଦ୍ଧା ସମସ୍ତ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନେବ ବୋଲି ବିଡିଏ କହିଛି। ଏନେଇ ବିଡିଏ ସଚିବଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ୍‌‌ ଉଠାଇ ନ ଥିଲେ।
ତ୍ରାହି ଅଚ୍ୟୁତ ନଗରରେ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ, ୨୧ ଡୁପ୍ଲେକ୍ସରୁ ଆଜି ୧୦ଟି ଭାଙ୍ଗିବ ବିଡିଏ
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ସୁରବାବାଙ୍କ ସାମ୍ରାଜ୍ୟ। ମାଟିରେ ମିଶୁଛି ବହୁଚର୍ଚ୍ଚିତ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ । ବେଆଇନ କୋଠା ଗୁଡିକୁ ଆଜି ମାଟିରେ ମିଶାଉଛି ବିଡିଏ । ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ନଗର ମୌଜାରେ ପ୍ରାୟ ୨୧ଟି ଡୁପ୍ଲେକ୍ସ ରହିଛି । ଯେଉଁଗୁଡିକ ବେଆଇନ ଭାବରେ ର୍ନିମାଣ ହୋଇଛି । ଯାହାକୁ ଆଜି ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଛି।
ସେପଟେ ଉଚ୍ଛେଦକୁ ବିରୋଧ କରି ଉତ୍ତେଜନା ଦେଖା ଦେଉଥିବାରୁ ଆଇନ୍‍ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କମିସନରେଟ୍‍ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ୨୧ ଟି ବେଆଇନ ଡୁପ୍ଲେକ୍ସରୁ ୧୦ଟି  ଭାଙ୍ଗିବା ପାଇଁ ବିଡିଏ ଯୋଜନା କରିଛି। ଝିଣ୍ଟି ସ୍ଥିତ ତ୍ରାହି ଅଚ୍ୟୁତ ନଗରରେ ଏହି ଡୁପ୍ଲେକ୍ସ ନିର୍ମାଣ ହୋଇଛି। ଏହି ଡୁପ୍ଲେକ୍ସଗୁଡ଼ିକ ବେଆଇନ୍‍ ଭାବେ ବିନା ଅନୁମତିରେ ନିର୍ମାଣ ହୋଇଥିବା ଅଭିଯୋଗ ହେବା ପରେ ଓଡିଏ କୋର୍ଟରେ ମାମଲା ଚାଲିଥିଲା। ମାମଲାର ବିଚାର ପରେ ଏଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ଓଡିଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଆଧାର କରି ବିଡିଏର ମିଳିତ ଏନ୍‍ଫୋର୍ସମେଣ୍ଟ ଟିମ୍‍ ଏହି ଡୁପ୍ଲେକ୍ସଗୁଡ଼ିକୁ ଉଚ୍ଛେଦ କରିବା ଆରମ୍ଭ କରିଛି।
ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ତ୍ରାହି ଅଚ୍ୟୁଚ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ମିଶ୍ର ଓରଫ ସୁରବାବା ଏହାକୁ ନିର୍ମାଣ କରିଥିଲେ। ପରେ ବିଭିନ୍ନ ବିବାଦରେ ଛନ୍ଦି ହୋଇ ୨୦୧୫ରେ ସୁରବାବା ଗିରଫ ହୋଇଥିଲେ। ସେ ସମସୟରେ ଏହି ଘଟଣା ବେଶ ଚର୍ଚ୍ଚା ଓ ବିବାଦରେ ରହିଥିଲା। ଆଶ୍ରମ ନାଁରେ ଜମି ଜବରଦଖଲ, ସମ୍ପତ୍ତି ହଡ଼ପ, ମହିଳାଙ୍କୁ ଯୌନ ନିର୍ଯାତନା ଦେବ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ଅନେକ ଅଭିଯୋଗ ଆସିଥିଲା। ଏପରିକି ଏହି ଘଟଣାରେ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚି ମଧ୍ୟ ଗିରଫ ହୋଇଥିଲେ। ସୁରବାବାଙ୍କ ପୋଥି ପାଇଁ ବି ତ୍ରାହି ଅଚ୍ୟୁତ ଆଶ୍ରମ ବେଶ ଚର୍ଚ୍ଚାରେ ଥିଲା। ହେଲେ ଗତ ୨୦୨୦ ମିସିହାରେ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା।ଏହି ଡୁପ୍ଲେକ୍ସ ନିର୍ମାଣ କରି ବିକ୍ରି କରାଯାଇଛି। ଏଥିରେ ବହୁ ଲୋକ ବର୍ତ୍ତମାନ ଅବସ୍ଥାନ କରୁଛନ୍ତି।
ତଥ୍ୟ ଦେବାକୁ ବିଏମ୍‍ସି, ବିଡିଏ କୁନ୍ଥକୁନ୍ଥ : ୨ ବର୍ଷ ହେଲାଣି ସାର୍ବଜନୀନ ହେଉନି ବିଏମ୍‍ସି ବଜେଟ୍‍
ଭୁବନେଶ୍ୱର : ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ବିଏମ୍‍ସି ବିଡିଏ ସବୁ ପ୍ରକାର କସରତ କରୁଛନ୍ତି। ଯେମିତି କୌଣସି ପ୍ରକାରେ ସରକାରୀ ତଥ୍ୟ ବାହାରକୁ ନ ଆସିବ ସେନେଇ ଉପର ଅଧିକାରୀଙ୍କଠାରୁ ତଳ କର୍ମଚାରୀମାନେ ପ୍ରୟାସ କରୁଛନ୍ତି। ଏଥିପାଇଁ ବଜେଟ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ମଧ୍ୟ ସାଧାରଣ ଲୋକ ଜାଣିବାକୁ ସୁଯୋଗ ପାଉନାହାନ୍ତି। ବିଭାଗଗୁଡ଼ିକର ବାର୍ଷିକ ବିବରଣୀ ବିଷୟରେ କୌଣସି ସୂଚନା ମିଳୁନାହିଁ। ସରକାରୀ ବିଭାଗଗୁଡ଼ିକରେ ପାରଦର୍ଶିତା ଆଣିବା ପାଇଁ ନିଜ ନିଜ ୱେବ୍‍ସାଇଟ୍‍ରେ ଯୋଜନା ଓ ବିଭାଗର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ପାଇଁ ବ୍ୟବସ୍ଥା ହୋଇଛି। ମାତ୍ର ନଗର ଉନ୍ନୟନ ବିଭାଗର ପ୍ରମୁଖ ତଥା ବଡ଼ ବିଭାଗ ଭାବେ ଜଣା ବିଏମ୍‍ସି ଓ ବିଡିଏ ଏଥିରୁ ନିଜକୁ ଦୂରେଇ ରଖୁଛନ୍ତି। କାରଣ ଚଳିତ ଆର୍ଥିକ ବର୍ଷର ୫ ମାସ ବିତିଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବିଏମ୍‍ସି ନିଜ ବଜେଟ୍‍କୁ ସାର୍ବଜନୀନ କରିନାହିଁ।
ଗତ ବର୍ଷର ବଜେଟ୍‍ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ୱେବ୍‍ସାଇଟ୍‍ରେ ଅପ୍‍ଲୋଡ୍‍ ହୋଇପାରି ନାହିଁ। ପ୍ରତିବର୍ଷ ମାର୍ଚ୍ଚରେ ବଜେଟ୍‍ ଅନୁମୋଦିତ ପରେ ବିଭାଗ ପକ୍ଷରୁ ଏହାକୁ ନିଜର ଅଫିସିଆଲ୍‍ ୱେବ୍‍ସାଇଟ୍‍ରେ ଅପ୍‍ଲୋଡ୍‍ କରାଯାଇଥାଏ। ହେଲେ ୨ ବର୍ଷ ହେବ ଏହି ପରମ୍ପରାକୁ ବିଏମ୍‍ସି ବନ୍ଦ କରିଦେଇଛି। ସ୍ମାର୍ଟସିଟିରେ ଇ-ସେବା ବ୍ୟବସ୍ଥାକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଇଛି। ମୂଳତଃ ଆଇଟି ଅବା ପ୍ରଯୁକ୍ତିବିଦ୍ୟା ସହିତ ସମସ୍ତ ପ୍ରକଳ୍ପକୁ ଯୋଡ଼ିବା ପାଇଁ ଲକ୍ଷ୍ୟ ରହିଛି। କିନ୍ତୁ ବାସ୍ତବ କ୍ଷେତ୍ରକୁ ଅନୁଧ୍ୟାନ କଲେ ବିଡିଏ ଓ ବିଏମ୍‍ସି ପାଇଁ ଇ-ଗଭର୍ଣ୍ଣାନ୍ସର ବିଶେଷ କିଛି ମୂଲ୍ୟ ନ ଥିବା ଅଭିଯୋଗ ହୋଇଛି। ସରକାରୀ ବିଭାଗ ଓ ଜନସାଧାରଣଙ୍କ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଇ-ଡେସ୍‍ପାଚ୍‍ ବ୍ୟବସ୍ଥାରୁ ଏହି ବିଭାଗ ନିଜକୁ ଦୂରେଇ ରଖିଛି।
ଅଫିସିଆଲ୍‍ ୱେବ୍‍ସାଇଟ୍‍ରେ ସରକାରୀ ଚିଠି ଅପ୍‍ଲୋଡ୍‍ କରିବା ପାଇଁ ନିୟମ ଥିଲେ ସୁଦ୍ଧା ସ୍ମାର୍ଟସିଟି ମିଶନ୍‍ ପ୍ରକଳ୍ପରେ ଅଂଶିଦାର ଥିବା ବିଡିଏ ଓ ବିଏମ୍‍ସି ପାଇଁ ଏହି ବ୍ୟବସ୍ଥା ଗୁରୁତ୍ୱହୀନ ହୋଇପଡ଼ିଛି। ଏପରିକି ନଗର ଉନ୍ନୟନ ବିଭାଗର ଇ-ଡେସ୍‍ପାଚ୍‍ର ବିଭାଗୀୟ ତାଲିକାର ବିଡିଏ ଓ ବିଏମ୍‍ସିକୁ ବାଦ୍‍ ଦିଆଯାଇଛି। ବିଡିଏ ଦ୍ୱାରା ବିଲ୍ଡିଂ ପ୍ଲାନ୍‍ ଅନୁମୋଦନ ଓ ଆବେଦନଠାରୁ ଆରମ୍ଭ କରି ପ୍ରବର୍ତ୍ତନ, ପାର୍କ ନିର୍ମାଣ ଓ ମରାମତି, ଜମି ଓ ବାସଗୃହ ଆବଣ୍ଟନ, ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ବୈଠକରେ ଆଲୋଚିତ ବିଷୟ, ବିଭିନ୍ନ ନୋଟିସ୍‍, ପ୍ରସ୍ତାବ, କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ନେଇ ଏନ୍‍ଓସି ଜାରି କରିବା, ବିଭିନ୍ନ ପ୍ରକାର ପ୍ରଶାସନିକ କାର୍ଯ୍ୟ ସମ୍ପର୍କିତ ଅଫିସ୍‍ ଅର୍ଡର ଆଦି ଏହି ୱେବ୍‍ସାଇଟ୍‍ରେ ଅପ୍‍ଲୋଡ୍‍ କରାଯାଇପାରନ୍ତା।
ବିଶେଷ କରି ଜମିଜମା ଓ ଗୃହ ନିର୍ମାଣକୁ ନେଇ ଜନସାଧାରଣ ବିଡିଏ ଉପରେ ନିର୍ଭର କରୁଥିବାରୁ ଇ-ଡେସ୍‍ପାଚ୍‍ ସେମାନଙ୍କ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାର ସୁଯୋଗ ରହିଛି। ଅନୁରୂପ ଭାବେ ଏହି ବ୍ୟବସ୍ଥା ବିଏମ୍‍ସି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ କାମ କେତେବାଟ ଆଗେଇଛି, ଫାଇଲ୍‍ କେଉଁଠାରେ ଅଟକିଛି, ସୂଚନା ଅଧିକାର ସମ୍ପର୍କିତ ଆବେଦନର ସ୍ଥିତି କ’ଣ ଅଛି ତାହା ଇ-ଡେସ୍‍ପାଚ୍‍ରୁ ଜଣେ ଅତି ସହଜରେ ଜାଣି ପାରୁଥିଲେ। ମାତ୍ର ଏହି ଦୁଇ ବିଭାଗ ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉ ନ ଥିବା ଜଣାପଡ଼ିଛି। ସେହିପରି ଗତ ସେପ୍ଟେମ୍ବର ୧ ତାରିଖ ଦିନ ବିଡିଏ ନିଜର ୪୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି।
ପ୍ରତିବର୍ଷ ପ୍ରତିଷ୍ଠା ଦିବସ ଦିନ ବିଡିଏ ନିଜର ବର୍ଷିକ ବିବରଣୀ ଉନ୍ମୋଚନ କରି ଏହାକୁ ନିଜ ୱେବ୍‍ସାଇଟ୍‍ରେ ଅପ୍‍ଲୋଡ୍‍ କରିଥାଏ। କିନ୍ତୁ ଚଳିତ ବର୍ଷ ଏହି ବିବରଣୀରେ କିଛି ଭୁଲ୍‍ଭାଲ୍‍ ଥିବା ଦର୍ଶାଇ ବିଡିଏ ଏହାକୁ ସାର୍ବଜନୀନ କରି ନ ଥିବାବେଳେ ଏହାକୁ ଚାପିଦେବାକୁ ଚାହୁଁଥିବା ଅଭିଯୋଗ ହୋଇଛି। ଇ-ଗର୍ଭନାନ୍ସ ବ୍ୟବସ୍ଥା ଦ୍ୱାରା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ସହିତ ସ୍ୱଚ୍ଛ ପ୍ରଶାସନର ଛବି ସୃଷ୍ଟି କରିବା ଲାଗି ଉଦ୍ୟମ କରାଯାଉଛି। କିନ୍ତୁ ସିଧାସଳଖ ଜନସାଧାରଣ ନିର୍ଭର କରୁଥିବା ବିଡିଏ ଓ ବିଏମ୍‍ସିର ତଥ୍ୟ ପ୍ରଦାନ ଏକ ବଡ଼ ବ୍ୟତିକ୍ରମ ବୋଲି ଅଭିଯୋଗ ହୋଇଛି।
ଘରୋଇ ପ୍ଲଟରେ ଆପାର୍ଟମେଣ୍ଟ ନିର୍ମାଣ, ଅନୁମୋଦନ ଦେଇ ବିଡିଏ ଚୁପ୍‌
ଭୁବନେଶ୍ୱର : ଭୁବନେଶ୍ୱରରେ ବେଆଇନ୍‍ ଆପାର୍ଟମେଣ୍ଟ ନିର୍ମାଣ ବଢ଼଼ି ଚାଲିଛି। ବିଡିଏର ଆଖିବୁଜା ଅନୁମତି ହେଉ କିମ୍ବା ବିନା ଅନୁମତିରେ ହେଉଥିବା ନିର୍ମାଣ ଯୋଗୁଁ ସହର ଏବେ ଆକ୍ତାମାକ୍ତା ହେବା ଅବସ୍ଥାରେ ପହଞ୍ଚିଛି। ବିଶେଷକରି ସରକାରୀ ପ୍ଲଟ ନେଉଥିବା ଲୋକମାନେ ଏବେ ସହର ପାଇଁ ବଡ଼ ଆହ୍ୱାନ ଠିଆ କରିଛନ୍ତି। ନିଜେ ରହିବା ପାଇଁ ଘର କରିବା ଆଳରେ ସରକାରଙ୍କଠାରୁ ପ୍ଲଟ୍‍ ନେଇ ଏଥିରେ ବ୍ୟବସାୟ ଉଦ୍ଦେଶ୍ୟରେ ଆପାର୍ଟମେଣ୍ଟ ତିଆରି କରାଯାଉଛି। ଯାହାକି ସମ୍ପୃକ୍ତ ଅଞ୍ଚଳର ଭାରସାମ୍ୟରେ ସମସ୍ୟା ସୃଷ୍ଟି କରିବା ସହିତ ସହର ବିନାଶର କାରଣ ସାଜୁଛି। ସରକାରୀ ପ୍ଲଟ୍‍ ନେଇଥିବା କିଛି ଜମି ମାଲିକ ନିଜେ ଏ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ବିଲ୍ଡରଙ୍କ ଜରିଆରେ ଆପାର୍ଟମେଣ୍ଟ ତିଆରି କରୁଛନ୍ତି।
ଏ କ୍ଷେତ୍ରରେ ବିଡିଏ ଅନୁମତି ଦେବା ପାଇଁ କୌଣସି ନିୟମ କାନୁନର ତଦାରଖ କରୁ ନ ଥିବାରୁ ବେଆଇନ୍‍ ଆପାର୍ଟମେଣ୍ଟ ସଂଖ୍ୟା ବଢ଼଼ିବାରେ ଲାଗିଛି। ଅନ୍ୟପଟେ ବେଧଡ଼କ ଆପାର୍ଟମେଣ୍ଟ ନିର୍ମାଣ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଥିବା ଛୋଟ ଛୋଟ ଏକ ମହଲା କିମ୍ୱା ଦୁଇ ମହଲା ଘରଗୁଡ଼ିକୁ ବାୟୂ ପ୍ରବେଶ ମଧ୍ୟ କଷ୍ଟକର ହୋଇପଡ଼ିଛି। ଆପାର୍ଟମେଣ୍ଟ ବ୍ୟବସାୟରେ ଲାଭ ଯୋଗୁଁ ସାଧାରଣ ପ୍ରଶାସନ ଠାରୁ ପ୍ଲଟ୍‍ ପାଇଥିବା ଲୋକେ ଏବେ ବିଲ୍ଡରମାନଙ୍କୁ ତାଙ୍କ ଜାଗା ଟେକି ଦେଉଛନ୍ତି। ଏହା ବଦଳରେ ବିଲ୍ଡରମାନେ ସମ୍ପୃକ୍ତ ଆପାର୍ଟମେଣ୍ଟରେ ବିନା ମୂଲ୍ୟରେ ୩-୪ ଟି ଫ୍ଲାଟ୍‍ ଜାଗାମାଲିକଙ୍କୁ ଦେଇ ଅନ୍ୟଗୁଡ଼ିକୁ ବିକ୍ରି କରିଦେଉଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ୍‍ ଭାବେ ଚାଲିଛି। ସାଧାରଣ ପ୍ରଶାସନ କିମ୍ବା ବିଡିଏଠାରୁ ରାଜଧାନୀରେ ଜମି ଖଣ୍ଡେ ପାଇବା ପାଇଁ ବହୁ କସରତ କରିବାକୁ ପଡ଼ୁଛି।
ହେଲେ ଏହି ସରକାରୀ ଜମିରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ବିଡିଏ କିଭଳି ଅନୁମତି ଦେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଡିଏର ଏହି ଅପରିପକ୍ୱତା କାର୍ଯ୍ୟ ପାଇଁ ବର୍ତ୍ତମାନ ବିଭିନ୍ନ ଅଞ୍ଚଳ ପାଇଁ ସ୍ୱେରେଜ, ରାସ୍ତାଘାଟ ଭଳି ମୌଳିକ ସୁବିଧା ସୃଷ୍ଟି କରିବାରେ ବାଧା ଉପୁଜିଛି। କାରଣ ଅନେକ ସ୍ଥାନରେ ଅଳ୍ପ କିଛି ଘର ସଂଖ୍ୟାକୁ ଦୃଷ୍ଟିରେ ରଖି ରଖି ସ୍ୱରେଜ, ରାସ୍ତାଘାଟ, ବିଦ୍ୟୁତ୍‍, ପାନୀୟଜଳ ଯୋଗାଣର ବ୍ୟବସ୍ଥା ହୋଇଛି। ହେଲେ ଏହି ସବୁ ବେଆଇନ୍‍ ନିର୍ମାଣ ଫଳରେ ସମ୍ପୃକ୍ତ ଅଞ୍ଚଳରେ ଆପାର୍ଟମେଣ୍ଟବାସୀଙ୍କ ସଂଖ୍ୟା ବଢ଼଼ୁଛି। ଫଳରେ ଉପରୋକ୍ତ ମୌଳିକ ସୁବିଧା ଯୋଗାଣରେ ସମସ୍ୟା ସୃଷ୍ଟି ହେବା ସହ ମୂଳବାସୀନ୍ଦାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଲୋକ ସଂଖ୍ୟା ବଢ଼଼ିବା କାରଣରୁ ସେମାନଙ୍କ ଗାଡ଼ି ମୋଟର ରଖିବାପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି।
ଆପାର୍ଟମେଣ୍ଟ ଅନୁମୋଦନ ନାଁରେ ବିଡିଏ ଲକ୍ଷଲକ୍ଷ ଟଙ୍କା ଆୟ କରି ଚୁପ୍‍ ବସିଯାଉଛି। ସାଧାରଣ ପ୍ରଶାସନ ଲିଜ୍‍ରେ ଦେଇଥିବା ଜମିରେ କୌଣସି ପ୍ରକାର ବ୍ୟବସାୟ ପାଇଁ ବାରଣ କରାଯାଇଥିବା ବେଳେ ବିଡିଏ ପକ୍ଷରୁ ଦିଆଯାଉଥିବା ଜମି ମଧ୍ୟ ବିକ୍ରି କରାଯାଇ ପାରିବ ନାହିଁ ବୋଲି ନିୟମ କରାଯାଇଛି। ହେଲେ ଏସବୁ ନିୟମକୁ ଜଳାଞ୍ଜଳି ଦେଇ ଘରୋଇ ପ୍ଲଟ୍‍ରେ ଆପାର୍ଟମେଣ୍ଟ ନିର୍ମାଣ ଜାରି ରହିଛି। ବିଡିଏ ପକ୍ଷରୁ ଏଥିରେ ନିୟନ୍ତ୍ରଣ ଲଗାଇବା ପାଇଁ କୌଣସି ବ୍ୟବସ୍ଥା ଆପଣାଯାଉ ନ ଥିବା ବେଳେ କେବଳ ନିୟମ କରି ବିଭାଗ ଚୁପ ବସିଯାଇଥିବା ଅଭିଯୋଗ ହୋଇଛି।
ଅବ୍ୟବସ୍ଥା ଘେରରେ ବିଡିଏ ହୋମିଓପାଥି ଡାକ୍ତରଖାନା : ଝୁଲୁଛି ତାଲା, ଆସୁନାହାନ୍ତି ଡାକ୍ତର
ଭୁବନେଶ୍ୱର : ସ୍ଥାନୀୟ ଲୋକମାନଙ୍କ ସୁବିଧା ନିମନ୍ତେ ଚନ୍ଦ୍ରଶେଖରପୁର ଇଡବ୍ଲ୍ୟୁଏସ୍‍ ନମ୍ବର-୪ ବ୍ଲକ, ବିଡିଏରେ ନିର୍ମାଣ କରାଯାଇଥିଲା ଏକ ହୋମିଓପାଥି ଡାକ୍ତରଖାନା। ଏଠାରେ ଜଣେ ଡାକ୍ତର ଏବଂ ଜଣେ କମ୍ପାଉଣ୍ଡରଙ୍କୁ ମଧ୍ୟ ନିୟୋଜିତ କରାଯାଇ ମାସିକ ଦରମା ପ୍ରଦାନ କରାଯାଉଛି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ରୋଗୀ ଆସିବା ତ ଦୂରର କଥା ଡାକ୍ତରଖାନାକୁ ନିୟମିତ ଡାକ୍ତର ଆସୁନାହାନ୍ତି। ଦୀର୍ଘଦିନ ଧରି ଡାକ୍ତରଖାନାଟି ବନ୍ଦ ରହୁଥିବାରୁ ତାହା ଜଙ୍ଗଲ ଘେରରେ ରହିଛି। ସପ୍ତାହରୁ ୫ଦିନ ଡାକ୍ତରଖାନା ଗେଟ୍‍ରେ ତାଲା ଝୁଲୁଥିବା ବେଳେ ଅଧିକାଂଶ ସମୟ ଲୋକମାନେ ଔଷଧ ନେବାକୁ ଆସି ଫେରି ଯାଉଛନ୍ତି। ପୂର୍ବରୁ ବିଡିଏ ଏମ୍‍ଆଇଜି-୧ରେ ଏକ ଭଡ଼ାଘରେ ଚାଲିଥିଲା ଡାକ୍ତରଖାନା।
ଦେଢ଼ବର୍ଷ ପୂର୍ବରୁ ଏକ ସରକାରୀ ଜମିରେ ପ୍ରାୟ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୱାର୍ଡ ନମ୍ବର ୧୩ରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ୱାର୍ଡ ବଜେଟ୍‍ ମାଧ୍ୟମରେ ଏହି ହୋମିଓପାଥିକ୍‍ ଡିସପେନସାରୀ ଗୃହ ନିର୍ମାଣ କରାଯାଇଥିଲା। ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଏହି ଡାକ୍ତରଖାନାର ଉଦ୍‍ଘାଟନ କରିଥିଲେ। ଉଦ୍‍ଘାଟନ ହେବା ପରେ କିଛି ମାସ ଧରି ଠିକ୍‍ ଠାକ୍‍ ଚାଲିଲା ଡାକ୍ତରୀସେବା। ସ୍ଥାନୀୟ ଅଞ୍ଚଳର ଛୋଟପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଚିକିତ୍ସା କରାଇ ଔଷଧ ଆଣୁଥିଲେ। ହେଲେ କିଛି ମାସ ପରେ ଡାକ୍ତରଖାନାକୁ ଡାକ୍ତର ଆସୁନଥିବା ବେଳେ ଅଧିକାଂଶ ସମୟ ଏହା ବନ୍ଦ ରହିଥିଲା। ଧୀରେ ଧୀରେ ଲୋକମାନେ ବି ଡାକ୍ତରୀସେବା ପାଇବାରୁ ବଞ୍ଚିତ ହୋଇଥିଲେ। ଏଭଳି କିଛିଦିନ ଚାଲିବା ପରେ ଲୋକେ ନିରାଶ ହୋଇ ଜରୁରୀ ସମୟରେ ଅନ୍ୟ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହୋଇଥିଲେ।
ଅନ୍ୟପକ୍ଷରେ ଏହି ଡାକ୍ତରଖାନାରେ ଏବେ ବିଷାକ୍ତ ଜୀବଜନ୍ତୁ ବାସ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହି ଡାକ୍ତରଖାନା ର୍ନିମାଣ କରାଯାଇଥିଲା ବର୍ତ୍ତମାନ ତାହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଯେଉଁଠାରେ ରୋଗୀଙ୍କ ଚିକିତ୍ସା କରାଯାଉଥିଲା ତାହା ଏବେ ଜୀବଜନ୍ତୁଙ୍କ ବାସସ୍ଥଳୀ ପାଲଟିଛି। ଦିନକୁ ଦିନ ଏଠାରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହେଉଛି। ଏମିତିକି ରୋଗୀ ଭଲ ହେବା ବଦଳରେ ଆହୁରି ରୋଗାଗ୍ରସ୍ତ ହେବାର ଭୟ ଅନେକଙ୍କ ମଧ୍ୟରେ ସୃଷ୍ଟି ହେଉଛି। ଏପରିକି ଏହା ଭିତରକୁ ପ୍ରବେଶ କରିବାକୁ ମଧ୍ୟ ଲୋକଙ୍କ ମଧ୍ୟରେ ଭୟ ଉପୁଜିଛି। ତେବେ ଆବଶ୍ୟକୀୟ ରକ୍ଷଣାବେକ୍ଷଣ କରାନଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ପରିସରକୁ ନିୟମିତ ସଫେଇ କରାଯିବା ସହ ନିୟମିତ ଡାକ୍ତର ଆସିଲେ ଲୋକମାନେ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।