covid-19 - The Sakala
କୋଭିଡ୍ ଯୋଗୁଁ ଲକ୍‌ଡାଉନ, ୱାର୍କଫ୍ରମ୍‌ ହୋମ ଦୁଃଖକୁ ଲୋକେ ଭୁଲି ନଥିବାବେଳେ ଏବେ ପୁଣି କରୋନାର ନୂଆ ପ୍ରଜାତି ଚିନ୍ତା ବଢ଼ାଇଛି। ହଙ୍ଗକଙ୍ଗ, ଚୀନ୍, ଥାଇଲ୍ୟାଣ୍ଡ ପରେ ପ୍ରଥମେ ମୁମ୍ବାଇ ବର୍ତ୍ତମାନ ପୁରା ଦେଶରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ନୂତନ ଉପ ପ୍ରଜାତିର ଲକ୍ଷଣ କ’ଣ ଓ କେଉଁମାନଙ୍କ ପାଇଁ ଏହା ବିପଦ ସେ ବିଷୟରେ ଜାଣିବା..
କରୋନାର ଓମିକ୍ରନ ଉପ ପ୍ରଜାତି ଜେଏନ୍‌.୧ ପ୍ରଥମ ଥର ପାଇଁ ୨୦୨୩ରେ ଚିହ୍ନଟ ହୋଇଥିଲା। ଓମିକ୍ରନ ଉପ ପ୍ରଜାତି ବିଏ.୨.୬୮ରୁ ସୃଷ୍ଟି। ଏହି ପ୍ରଜାତିରେ ଅଧିକ ମ୍ୟୁଟେଶନ୍‌ ଥିବାରୁ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ତେଣୁ ଏହା ଦ୍ରୁତ ଗତିରେ ବ୍ୟାପିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।
ସିଡିସି ଅନୁସାରେ, ଏହାର ପ୍ରାରମ୍ଭିକ ଲକ୍ଷଣ ପୂର୍ବରୁ ଚିହ୍ନଟ ହୋଇଥିବା କରୋନା ସହିତ ପ୍ରାୟତଃ ସମାନ। ଯେପରିକି ଭୂତାଣୁ ଶରୀରରେ ପ୍ରବେଶ କରିବାର କିଛି ଦିନ ମଧ୍ୟରେ ନାକରୁ ପାଣି ଗଡ଼ିବା, ଶୁଖିଲା କାଶ, ଜ୍ବର, ଗଳା ଦରଜ, ନିଃଶ୍ବାସ ନେବାରେ ସମସ୍ୟା, ମୁଣ୍ଡବିନ୍ଧା, ତରଳ ଝାଡ଼ା, ବାନ୍ତି, ଥଣ୍ଡା ଅନୁଭବ ଇତ୍ୟାଦି ହୋଇଥାଏ। ତେଣୁ ଉପରୋକ୍ତ ଲକ୍ଷଣ ଦେଖିଲାମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଚିକିତ୍ସାରେ ରହିବା ଆବଶ୍ୟକ ।
ଏମାନଙ୍କୁ ଅଧିକ ବିପଦ: ଏହି ପ୍ରଜାତି ସମସ୍ତ ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ତେବେ ରୋଗପ୍ରତିରୋଧକ ଶକ୍ତି କମ୍‌ଥିବା ବ୍ୟକ୍ତି, ଟିକା ନ ନେଇଥିବା ଲୋକ, ବୟସ୍କ ନାଗରିକ, ଅଣନିୟନ୍ତ୍ରିତ ଉଚ୍ଚ ରକ୍ତଚାପ, ମଧୁମେହ, ବୃକ୍‌କ କିମ୍ବା ଯକୃତ ଜନିତ ସମସ୍ୟା, ଶ୍ବସନ ସଂକ୍ରମଣ, ବିଭିନ୍ନ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହି ନୂତନ ପ୍ରଜାତି ଅଧିକ ବିପଦ।
ସତର୍କତାରୁ ସୁରକ୍ଷା: ସତର୍କତା ଅବଲମ୍ବନ କରି ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିହେବ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପୋଷକତତ୍ତ୍ବଯୁକ୍ତ ଖାଦ୍ୟ, ଭିଟାମିନ୍‌ -ସି,ଏ,ଡି ଏବଂ ଇ ଜରୁରି। ଭିଡସ୍ଥାନକୁ ଯିବା ଅନୁଚିତ। ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର ଆବଶ୍ୟକ। ସେହିପରି ନିଦ ପୂରା କରିବା ସହ ଶରୀରକୁ ଆବଶ୍ୟକତା ଅନୁଯାୟୀ ପାଣି ପିଇବା ଆବଶ୍ୟକ।
ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହ ମଧ୍ଯକେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହାଜରେ ପାର କଲାଣି। ଏହି ରୋଗୀଙ୍କ ମଧ୍ୟରେ କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ସର୍ବାଧିକ ସଂକ୍ରମିତ ସାମିଲ ଅଛନ୍ତି। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ତିରୁଅନନ୍ତପୁରମ ଭଳି କରୋନା ମାମଲା ଦେଖିବାକୁ ମିଳିଛି।  ସେହିପରି ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀରେ କରୋନା ଚିନ୍ତା ବଢାଇ ଦେଇଛି ।
କରୋନା ମୁକାବିଲା ପାଇଁ ଆସନ୍ତାକାଲି ଦିନ ୧୨ଟା ସମୟରେ ସବୁ ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ ନେବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି। ଯେଉଁ ଦୁଇଟି ଭାରିଆଣ୍ଟ କେନ୍ଦ୍ର ସରକାର କହୁଛନ୍ତି। ତାହା ଏତେ ମାରାତ୍ମକ ନୁହେଁ। ଓଡ଼ିଶାରେ ଗୋଟେ ହିଁ କେସ୍ ଆସିଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଛି। ପରିବାରରେ କାହାର ଲକ୍ଷଣ ନାହିଁ। ଗାଇଡଲାଇନ ପରିବର୍ତ୍ତନ ହୋଇଛି। ଲକ୍ଷଣ ନ ଥିଲେ ପରିବାର ଲୋକଙ୍କ ଟେଷ୍ଟ ହେବନି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ  କେନ୍ଦ୍ର, ICMR, WHO ସହ ସମ୍ପର୍କରେ ଅଛି। ବ୍ୟସ୍ତ ହେବାର ନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ କରୋନା ମହାରାଷ୍ଟ୍ରରେ ୪ ଜଣ କେରଳରେ ୨ ଓ କର୍ଣ୍ଣାଟକରେ ଜଣଙ୍କ ଜୀବନ ନେଲାଣି। ତେବେ ଅଧିକାଂଶ ମୃତ୍ୟୁ କରୋନା ଜନିତ ନୁହେଁ ବୋଲି ଡାକ୍ତର କହିଛନ୍ତି। ଦେଶର ବିଭିନ୍ନ ସହରରେ ସକ୍ରିୟ ରୋଗୀ ସଂଖ୍ୟା ବଢୁଥିବ ବେଳେ ଦୁଇଟି ନୂଆ ଉପପ୍ରଜାତି ଏନ୍‌ବି୧.୮.୧ ଓ ଏଲ୍‌ଏଫ.୭ ଚିହ୍ନଟ କରାଯାଇଛି। ଏହି ଦୁଇ ପ୍ରଜାତି ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ନଜର ରଖିଛି।
ଫେରିଲା କରୋନା: ୨ ମୃତ, ୨୫୭ ଆକ୍ରାନ୍ତ ଚିହ୍ନଟ..
ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ମୁମ୍ବାଇର KEM ହସ୍ପିଟାଲ୍‌ରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ। ଅନ୍ୟପଟେ ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ବଢୁଛି ଭୟ। ସ୍ଥିତି ଉପରେ ନଜର ରଖିଛନ୍ତି ଭାରତ ସରକାର। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସରିଛି। ଦେଶରେ ୨୫୭ କୋଭିଡ୍ ଆକ୍ରାନ୍ତ ଅଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ, ଭାରତରେ କୋରୋନା ମାମଲା ନିୟନ୍ତ୍ରଣରେ ଅଛି। ମନ୍ତ୍ରଣାଳୟ କହିଛି ଯେ ଗତ କିଛି ସପ୍ତାହ ମଧ୍ୟରେ ସିଙ୍ଗାପୁର ଏବଂ ହଂକଂରେ କୋଭିଡ-୧୯ ମାମଲା ବୃଦ୍ଧି ପାଇଥିବା ରିପୋର୍ଟ ଆସିଛି। କିନ୍ତୁ ଅଧିକାଂଶ ମାମଲା ଅସ୍ୱାଭାବିକ ଗମ୍ଭୀରତା କିମ୍ବା ମୃତ୍ୟୁହାର ସହିତ ଜଡିତ ନୁହେଁ। ତଥାପି, ଭାରତ ସରକାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ବିଷୟଗୁଡ଼ିକ ପ୍ରତି ସଜାଗ ଅଛନ୍ତି।
ହଂକଂ: ପୁଣି କଡ଼ ଲେଉଟାଇଲାଣି କରୋନା ମହାମାରୀ। ବିଶ୍ବରେ ଲକ୍ଷ ଲକ୍ଷ ଜୀବନ ନେଇ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ଏହି ଭୂତାଣୁ ମାମଲା ହଂକଂ ଏବଂ ସିଙ୍ଗାପୁରରେ ବଢ଼ିବାରେ ଲାଗିଛି। ଗତ ୩ ତାରିଖ ସୁଦ୍ଧା ହଂକଂରୁ ୩୧ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି। ତେବେ ଚିନ୍ତାର ବିଷୟ ଏହି କି ଯେ ଏମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇସାରିଛି। ତେବେ ପ୍ରଥମ ମାମଲା କେବେ ସାମ୍‌ନାକୁ ଆସିଥିଲା ତାହା ହଂକଂ ପକ୍ଷରୁ କୁହାଯାଇ ନାହିଁ। କେବଳ ସଂକ୍ରମଣର ସୂଚନା ଦିଆଯାଇଛି।
ଏହା ପୂର୍ବରୁ ସିଙ୍ଗାପୁରରୁ ବି ଏଭଳି ରିପୋର୍ଟ ସାମ୍‌ନାକୁ ଆସିଥିଲା। ଏଠାରେ କିଛି ଦିନ ମଧ୍ୟରେ କରୋନା ମାମଲା ୨୮ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ ଶେଷ ସପ୍ତାହ ସୁଦ୍ଧା ଏହି ଦେଶରୁ ୧୧, ୧୧୦ ରୋଗୀ ଚିହ୍ନଟ ହୋଇଥିଲେ। ଏହା ମେ’ ପ୍ରଥମ ସପ୍ତାହବେଳକୁ ୧୪, ୨୦୦ରେ ପହଞ୍ଚି ଯାଇଛି। ସେହିପରି ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ମହାମାରୀ ପୁଣିଥରେ ଭୟଙ୍କର ରୂପ ଧାରଣ କରିପାରେ ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଏହା ଏସିଆର ଅନ୍ୟ ଭାଗକୁ ମଧ୍ୟ ବ୍ୟାପିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଚୀନ୍‌ ଏବଂ ଥାଇଲାଣ୍ଡ ସରକାର ମଧ୍ୟ କରୋନାକୁ ନେଇ ସତର୍କ ରହିଛନ୍ତି। ଚୀନ୍‌ରେ କରୋନା ମାମଲା ଦ୍ବିଗୁଣିତ ହୋଇଯାଇଛି। ସ୍ଥିତିକୁ ଦେଖି ଲୋକଙ୍କୁ ବୁଷ୍ଟର ଡୋଜ୍‌ ଲଗାଇବାକୁ ପରାମର୍ଶ ଦିଆଯାଇଛି। ପୁଣିଥରେ କରୋନା ଲହର ଆସିପାରେ ବୋଲି ‘ଚାଇନିଜ ସେଣ୍ଟର ଫର ଡିଜିଜ ଆଣ୍ଡ ପ୍ରିଭେନସନ’ ପକ୍ଷରୁ କୁହାଯାଇଛି। ସେହିପରି ଥାଇଲାଣ୍ଡରେ ଦୁଇଟି ଅଲଗା ଅଞ୍ଚଳରେ କରୋନା ମାମଲା ବୃଦ୍ଧି ପାଇଛି।
ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଏସିଆ ମହାଦେଶକୁ ଫେରିଲା କୋଭିଡ। ଥାଇଲାଣ୍ଡ, ହଂକଂ ଓ ସିଙ୍ଗାପୁରରେ କେଶ ବଢୁଛି। ବର୍ଷର ସର୍ବାଧିକ ସଂକ୍ରମଣ ମାମଲା ହଂକଂରୁ ରିପୋର୍ଟ ହୋଇଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଆଲୋଚନା କରିଛି। ସେମାନେ କୌଣସି କେଶ ରିପୋର୍ଟ କରି ନାହାନ୍ତି। ତେବେ କେନ୍ଦ୍ର ସରକାରଙ୍କ ସହ ବି ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର। ଆଲର୍ଟ ରହିବାକୁ କୁହାଯାଇଛି। କାରଣ ସିଙ୍ଗାପୁର, ଥାଇଲାଣ୍ଡ ଓ ହଂକଂରେ କେଶ ବଢିବା ସହ ମୃତ୍ୟୁ ଖବର ବି ଆସିଛି। ଏହା ନୂଆ ଭାରିଆଣ୍ଟ ନ ହୋଇଥିଲେ ବି ଶରୀରରୁ ପ୍ରତିଷେଧକ ବା ଆଣ୍ଟିବଡି କମିବାରୁ ଏହି ସଂକ୍ରମଣ ହୋଇଥିବା କୁହାଯାଉଛି। ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ମେଡିକାଲ କଲେଜରେ ଟେଷ୍ଟିଙ୍ଗ ଚାଲିଛି। ବହୁ ଦିନରୁ ପଜିଟିଭ କେଶ କିଛି ଆସିନାହିଁ ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି।
ରାଜ୍ୟରେ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟରେ ପୁଣି ଡରାଇବା ଆରମ୍ଭ କଲାଣି କରୋନା। କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଆଉ ୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି।
ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଗୁରୁବାର ସୁଦ୍ଧା ମୋଟ ୮ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଓଡ଼ିଶାରେ ଡିସେମ୍ବର ୩ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ଆକ୍ରାନ୍ତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟରେ ପୁଣି ଡରାଇବା ଆରମ୍ଭ କଲାଣି କରୋନା। କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଆଉ ୩ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଜ୍ୟୱାରି ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଗୁରୁବାର ସୁଦ୍ଧା ମୋଟ ୮ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ ଡିସେମ୍ବର ୩ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।
କରୋନାର ନୂଆ ଭାରିଆଣ୍ଟକୁ ନେଇ ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଭାଗରେ କରୋନା ଭୂତାଣୁର କିଛି ନୂଆ ପ୍ରତିରୂପ ଚିହ୍ନଟ ହେବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଥିନେଇ ସତର୍କ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସାଂପ୍ରତିକ କରୋନା ସ୍ଥିତି ଉପରେ ସମୀକ୍ଷା କରାଯାଇ ରାଜ୍ୟମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଟେଷ୍ଟିଂ ଏବଂ ଜିନୋମ ସିକ୍ବେନ୍ସଂ ବଢାଇବା ସହିତ କରୋନାର ନୂଆ ଷ୍ଟ୍ରେନ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।ସମ୍ପ୍ରତି କରୋନା ବିଏ.୨.୮୬ର ନୂଆ ଭ୍ୟାରିଏଣ୍ଟ ଯୋଗୁ ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ତେଣୁ ଏହି ଦିଗ ପ୍ରତି ସଜାଗ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପାଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପିଏମଓ ପରାମର୍ଶଦାତା ଅମିତ ଖାରେ ଏବଂ ସ୍ବାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ସଚିବ ବିଶ୍ୱରେ କରୋନା ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୫୦ ରୁ ଅଧିକ ଦେଶରେ ଏବେ ଇଜି.୫ (ଏରିସ୍) ଭ୍ୟାରିଏଣ୍ଟ ଚିହ୍ନଟ କରାଯାଇଛି। ସେହିପରି କିଛି ଦେଶରେ ବିଏ.୨.୮୬ (ପିରୋଲା) ଭ୍ୟାରିଏଣ୍ଟ ଥିବା ଜଣାପଡ଼ିଥିବା ସେ କହିଛନ୍ତି
ରୂପ ବଦଳାଉଛି କୋଭିଡ ଭୁତାଣୁ; ମ୍ୟୁଟେଟ୍ ହେଉଛି XBB.1.16 ଭାରିଆଣ୍ଟ, ଭାରତରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭୂତାଣୁ ଉପରମୁହାଁ ହେଉଥିବାବେଳେ ଏବେ ସାମନାକୁ ଆସିଛି ଆଉ ଏକ ଚିନ୍ତା ଜନକ ଖବର । ପୁଣି ରୂପ ବଦଳାଉଛି କୋଭିଡ ଭାରିଆଣ୍ଟ । କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି ଏକ୍ସବିବି–ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନ ଭାରତରୁ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
ଏକ୍ସ-ବି-ବି ଓମିକ୍ରନର ଏକ ଉପ-ପ୍ରଜାତି । ଏହା ଓମିକ୍ରମ ପ୍ରଜାତି ମଧ୍ୟରେ ଅଧିକ ସଂକ୍ରାମକ । ୧୫ମାସ ଭିତରେ ଓମିକ୍ରନର ପ୍ରାୟ ଚାରି ଶହ ନୂଆ ଉପ-ପ୍ରଜାତି ଠାବ ହୋଇଛନ୍ତି । ସେଗୁଡିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଭାରିଆଣ୍ଟ ଏକ୍ସବିବି ପ୍ରଜାତିର । ତେବେ ଓମିକ୍ରନର ସବୁ ଭାରିଆଣ୍ଟ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ମୂଳ ଓମିକ୍ରନ ଭୂତାଣୁ ଯୋଗୁଁ ଯେମିତି ଜ୍ୱର, କଫ, ଥଣ୍ଡା, ନାକ ବନ୍ଦ ହୋଇଯାଏ, ମୁଣ୍ଡ ବିନ୍ଧା ହୁଏ, ଦେହ ଦରଜ ହୁଏ, ପେଟରେ ଯନ୍ତ୍ରଣା ହୁଏ, ଡାଏରିଆ ହୁଏ, ତାର ନୂଆ ନୂଆ ଉପ-ପ୍ରଜାତି ଯୋଗୁଁ ବି ସେମିତି ଲକ୍ଷଣ ଦେଖା ଦେଇଥାଏ ।
ଅନ୍ୟପଟେ ଆଜି ଦେଶରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୫ ନୂଆ ସଂକ୍ରମିତ । ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ହୋଇଛି ୩୧ ହଜାର ୧୯୪ । ସେପଟେ ଦୈନିକ ପଜିଟିଭିଟି ହାର ରହିଛି ୫.୬୩ ପ୍ରତିଶତ । ଚଳିତ ସପ୍ତାହରେ ପଜିଟିଭିଟି ହାର ରହିଛି ୩.୪୭ ପ୍ରତିଶତ । ଗତକାଲି ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିଲେ ୬ ହଜାର ୫୦ ସଂକ୍ରମିତ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୯ ଜଣ । ଏହାସହ ଦେଶର ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୫୪ରେ ପହଞ୍ଚିଛି ।
ହୁ ହୁ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା : ଦେଶରେ ୬ ହଜାର ଟପିଲା-ରାଜ୍ୟରେ ୧୦୦ ଟପିଲା, ଏପ୍ରିଲ ୧୦ ଓ ୧୧ରେ ହେବ ‘ମକ୍ ଡ୍ରିଲ୍’
ନୂଆଦିଲ୍ଲୀ/ଭୁବନେଶ୍ବର : କିଛି ଦିନ ପରେ ପୁଣିଥରେ ବଢିବା ଆରମ୍ଭ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ନୂଆ ନୂଆ ଭ୍ୟାରିଆଣ୍ଟ ସହ କରୋନା କାୟା ମେଲାଉଥିବା କାରଣରୁ ପୁଣି ଚିନ୍ତା ବଢିଯାଇଛି। କରୋନା ନେଇ ସତର୍କ ରହିବାକୁ କେନ୍ଦ୍ର ତଥା ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି। ଦେଶର କିଛି ରାଜ୍ୟ ମଧ୍ୟ ପୁଣିଥରେ କରୋନା କଟକଣା ଲଗାଇବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଦେଲେଣି।
ଏହାରି ମଧ୍ୟରେ ଗତକାଲିଠାରୁ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୩% ବୃଦ୍ଧି ପାଇ ୬,୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୦୫୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୬,୦୫୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୪୫,୧୦୪ରେ ପହଞ୍ଚିଛି। ଗତ ୨୪ ‌ଘଣ୍ଟାରେ ୧୪ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୪୩କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୩.୩୯% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୩.୦୨% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୮୫,୮୫୮। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୫% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୩୦୩କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୬%।
୬ ମାସ ପରେ ଓଡ଼ିଶାରେ ୩ ଅଙ୍କ ଛୁଇଁଛି ସଂକ୍ରମଣ
ଓଡ଼ିଶାରେ ମାସ ପରେ କରୋନା ସଂକ୍ରମଣ ୩ ଅଙ୍କ ଛୁଇଁଛି । ଗତ ୨୪ ଘଣ୍ଟାରେ ୧୦୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ୍ ସକ୍ରିୟ ସଂଖ୍ୟା ୪୨୯କୁ ବୃଦ୍ଧି ହୋଇଛି । ଦିନକରେ ୩୪ ରୋଗୀ ସୁସ୍ଥ ହୋଇଛନ୍ତି । ଦୈନିକ ଟେଷ୍ଟିଂ ବୃଦ୍ଧି ପାଉଥିବାରୁ ସଂକ୍ରମଣ ଉପରମୁହାଁ ହୋଇଛି । ଦେଶ ଓ ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସର୍ଭେଲାନ୍ସ ବଢ଼ାଇବା ସହ ଅନେକ ଗୁଡ଼ିଏ ଆଗୁଆ ପଦକ୍ଷେପ ନେଇଛି । ଲକ୍ଷଣ ଥିବା ରୋଗୀ ତୁରନ୍ତ ନିଜର କରୋନା ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି । ସଂକ୍ରମଣ ବୃଦ୍ଧି ପାଇଥିଲେ ବି ଭୟଭୀତ ହେବାର କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ନଭେମ୍ବରରେ ଓଡ଼ିଶାରରେ ପିକ୍ ଛୁଇଁଥିଲା କରୋନା । ସଂକ୍ରମଣ ବୃଦ୍ଧି ହେଉଥିଲେ ବି ରୋଗୀ ଗୁରୁତର ହେଉନାହାନ୍ତି, ଡାକ୍ତରଖାନାରେ ଆଡମିଟ୍ ବି ହେଉନାହାନ୍ତି ।
ରାଜ୍ୟମାନଙ୍କୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ରାଜ୍ୟମାନଙ୍କୁ ସତର୍କ ରହିବା ସହ କୋଭିଡ୍-୧୯ ପରିଚାଳନା ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ଦେଶରେ କୋଭିଡ-୧୯ ସ୍ଥିତିର ସମୀକ୍ଷା ପାଇଁ ମାଣ୍ଡବୀୟ ଶୁକ୍ରବାର ସବୁ ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଥିଲେ ‌। ଅଧିକ ମାମଲା ରିପୋର୍ଟ ହେଉଥିବା ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରିବା, ଟେଷ୍ଟିଂ ବୃଦ୍ଧି କରିବା ଓ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ପ୍ରସ୍ତୁତି ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଏହାଛଡ଼ା ସେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜିନୋମ ସିକ୍ୱେନ୍ସିଂ ଏବଂ ପଜିଟିଭ୍ ନମୁନାଗୁଡ଼ିକର ପୁରା ଜିନୋମ ସିକ୍ବେନ୍ସିଂ ବଢ଼ାଇବା ସହିତ କୋଭିଡ୍ ନିୟମ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ମାଣ୍ଡବୀୟ କହିଛନ୍ତି ଯେ ଗତ ଥର କୋଭିଡ-୧୯ର ପ୍ରତିଷେଧକ ବ୍ୟବସ୍ଥା ଏବଂ ପରିଚାଳନା ସମୟରେ କେନ୍ଦ୍ର ଏବଂ ରାଜ୍ୟ ଯେପରି ମିଳିତ ଭାବେ କାର୍ଯ୍ୟ କରିଥିଲେ ତାହା ଜାରି ରହିବା ଆବଶ୍ୟକ। ଏପ୍ରିଲ ୧୦ ଓ ୧୧ରେ ସମସ୍ତ ଡ଼ାକ୍ତରଖାନାରେ ‘ମକ୍ ଡ୍ରିଲ୍’ କରିବା ସହ ଏପ୍ରିଲ୍ ୮, ୯ରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ପ୍ରସ୍ତୁତି ସମୀକ୍ଷା କରିବାକୁ ସେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ।
ରାଜ୍ଯରେ ବଢିଲା କରୋନା ମାମଲା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪ ଆକ୍ରାନ୍ତ
ଭୁବନେଶ୍ୱର: ପୁଣି ଡରାଇବା ଆରମ୍ଭ କଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ୧୮ ବର୍ଷ ବୟସ ମଧ୍ୟରେ ରହିଥିବା ଜଣାପଡ଼ିଛି । ଏଥିସହ ରାଜ୍ୟରେ କରୋନା ସକ୍ରିୟ ମାମଲା ୪୨୯କୁ ବୃଦ୍ଧି ପାଇଛି।
ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ପୁଣି ବଢ଼ିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ଆଜି ପୁଣି ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାରରେ ବୃଦ୍ଧି ଘଟିଛି। ସକ୍ରିୟ ମାମଲା ୨୮ ହଜାର ପାର କରିଥିବା ବେଳେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬,୦୫୦ ଛୁଇଁଛି।
ବଢୁଛି କରୋନା ସଂକ୍ରମଣ: ଆଜି ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ
ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡ଼ିଚାଲିଛି କରୋନା । ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ ହେବେ । ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ଉପରମୁହାଁ ହୋଇଛି କରୋନା ଗ୍ରାଫ । ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି । ଗତକାଲି ଦୈନିକ ସଂକ୍ରମଣ ୫ହଜାର ପାର ହେବା ପରେ ଆଲର୍ଟରେ ରହିଛନ୍ତି ସରକାର । ଦେଶରେ ଏବେ କରୋନା ଆକ୍ଟିଭ ମାମଲା ୨୫ ହଜାର ଉପରେ ରହିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ୩ ଅଙ୍କ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ସ୍ଥିତିକୁ ଦୃଷ୍ଟିରେ ରଖି ଟେଷ୍ଟିଂ ସହିତ ସର୍ଭେଲାନ୍ସକୁ ବଢାଇଛି ସ୍ବାସ୍ଥ୍ୟ ବିଭାଗ ।
ସଂକ୍ରମଣ ବଢୁଥିଲେ ମଧ୍ୟ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁନାହିଁ । ଆସନ୍ତା ୧୦ ଓ ୧୧ ତାରିଖରେ କୋଭିଡ୍ ମକଡ୍ରିଲ କରାଯିବ । ଜନସାଧାରଣ ଭୟଭୀତ ନହୋଇ ସର୍ତକ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।