Boris Johnson - The Sakala

ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇ ଲିଜ୍ ଟ୍ରସ୍ ହେଲେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ଲଣ୍ଡନ : ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଲିଜ୍ ଟ୍ରସ୍। ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ପଛରେ ପକାଇ ଲିଜ୍ ଟ୍ରସ୍ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ବନ୍ଦିତା ପରେ ଟ୍ରସ୍ ରିଷି ସୁନକଙ୍କୁ ପଛରେ ପକାଇ କଂଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି । ରିଷି ସୁନକଙ୍କୁ ମୋଟ ୬୦, ୩୯୯ ଭୋଟ୍ ମିଳିଥିବା ବେଳେ ଲିଜ୍ ଟ୍ରସ୍‌ଙ୍କୁ ୮୧, ୩୨୬ ଖଣ୍ଡ ଭୋଟ୍ ମିଳିଥିଲା।

ରିଷି ସୁନକ ପ୍ରଥମରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରେସ୍‌ର ଆଗରେ ଥିଲେ। ତେବେ ମତଦାଦ ମାଧ୍ୟମରେ ଦ୍ୱିତୀୟ ସ୍ଥାନରେ ଥିବା ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ମଧ୍ୟ ଆରମ୍ଭରୁ ନିଜ ଦବ୍‌ଦବା ବଜାୟ ରଖିଥିଲେ। ସେ ଋଷି ସୁନକଙ୍କୁ ଦେଇଥିଲେ କଡା ଟକ୍କର। ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପରେ ୪୨ ବର୍ଷିୟ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ୪୭ ବର୍ଷିୟ ଟ୍ରସ୍ କଞ୍ଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ କଞ୍ଜରଭେଟିଭ୍‌ ଦଳର ପ୍ରାୟ ୧ ଲକ୍ଷ ୬୦ ହଜାରରୁ ଅଧିକ ସଦସ୍ୟ ଭୋଟ ଦେଇଥିଲେ। ଲିଜଙ୍କୁ ୮୧,୩୨୬ଟି ଭୋଟ ମିଳିଥିବା ବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଛି।

ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଲିଜ ଟ୍ରସ୍‌ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହାପୂର୍ବରୁ ମାର୍ଗରେଟ୍ ଥେରର ଓ ଥେରେସାଙ୍କ ବ୍ରିଟେନର ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି।

ଜନସନଙ୍କ ପରେ ଟ୍ରସ୍

ଜୁଲାଇ ୭ ରେ ବୋରିସ୍ ଜନସନ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ କଞ୍ଜରଭେଟିଭ୍‌ ପାର୍ଟିରେ ନିର୍ବାଚନ ପ୍ରସଙ୍ଗ ଉଠିଥିଲା ​​। ଏହାପରେ ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଏବଂ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ପ୍ରଧାନମନ୍ତ୍ରୀ ରେସ୍‌କୁ ଓହ୍ଲାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ତାଙ୍କ ପରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ ବୋଲି ଜଣାପଡିଛି। ବୋରିସ୍ ଜନସନ ନିଜେ ରିଷି ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ସପକ୍ଷରେ ନଥିଲେ ।

ଭାଙ୍ଗିବ ବ୍ରିଟେନର ଏହି ସବୁ ରେକର୍ଡ

ବ୍ରିଟେନର ପ୍ରଧାନମନ୍ତ୍ରୀ ନାମର ଘୋଷଣା ହେବା ପରେ ଅନେକ ନୂଆ ରେକର୍ଡ ତିଆରି ହେବା ସହ କିଛି ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିବାକୁ ଯାଉଛି । ଅନେକ ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦର ଘୋଷଣା ବ୍ରିଟେନର ମହାରାଣୀ ବକିଂହାମ ପ୍ୟାଲେସରୁ କରିଥାନ୍ତି । ତେବେ ଚଳିତ ଥର ଏଭଳି ହେବ ନାହିଁ । ଚଳିତ ଥର ପ୍ରଧାନମନ୍ତ୍ରୀ ନାଁର ଘୋଷଣା ସ୍କଟଲାଣ୍ଡରୁ ହେବାକୁ ଯାଉଛି । ଇଂଲଣ୍ଡର ରାଣୀ ଏଲିଜା ବେଥ ଦ୍ୱିତୀୟ ବର୍ତ୍ତମାନ ସ୍କଟଲାଣ୍ଡର ବଲମାଁରଲ କ୍ୟାସେଲରେ ଅଛନ୍ତି । ତେଣୁ ପୁରୁଣା ପରମ୍ପରା ଭାଙ୍ଗିବା ସହ ସ୍କଟଲାଣ୍ଡରୁ ନୂଆ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା ହେବ । ଇଂଲଣ୍ଡର ରାଣୀ ଏଲିଜା ବେଥ ଦ୍ୱିତୀୟ ୯୬ ବର୍ଷ ବୟସରେ ଚାଲାବୁଲା କରିପାରୁନାହାନ୍ତି ଏଣୁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ବର୍ତ୍ତମାନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ସ୍କଟଲାଣ୍ଡ ଯିବେ । ସାଧାରଣତ ଏହି କାର୍ଯ୍ୟ ବର୍ମିଂହାମ ପ୍ୟାଲେସରେ କରାଯାଇଥାଏ ।

ଏପରି କିଛି ସରକାରୀ ପ୍ରକ୍ରିୟା ଅଛି

ସେପ୍ଟେମ୍ବର 6, ମଙ୍ଗଳବାର ଦିନ ଜନସନ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଶେଷ ଭାଷଣ ଦେବେ। ଏହା ପରେ ସେ ରାଣୀଙ୍କୁ ତାଙ୍କ ଇସ୍ତଫା ହସ୍ତାନ୍ତର କରିବାକୁ ସ୍କଟଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରିବେ। ଜନସନ  ତାଙ୍କ ଇସ୍ତଫା ରାଣୀଙ୍କ ନିକଟରେ ଦାଖଲ କରିବା ପରେ ଲିଜ୍ ରାଣୀଙ୍କୁ ଭେଟିବେ। ପାରମ୍ପାରିକ ଭାବରେ ଏହି ସଭାକୁ ‘କିସ୍ ହ୍ୟାଣ୍ଡସ୍’ ସମାରୋହ କୁହାଯାଏ । ତେବେ, ଏଥର ରାଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଏହି ସମାରୋହ ସାଙ୍କେତିକ ହେବ। ଏହି ଶପଥ ଗ୍ରହଣ ସମାରୋହ ସ୍କଟଲ୍ୟାଣ୍ଡର ବଲମାଁରଲ ଦୁର୍ଗରେ ଅନୁଷ୍ଠିତ ହେବ। ସରକାରୀ ନିଯୁକ୍ତି ହେବା ମାତ୍ରେ ନୂତନ ପ୍ରଧାନମନ୍ତ୍ରୀ ଲଣ୍ଡନ ଫେରିବେ। ୧୦ ଡାଉନ୍ ଷ୍ଟ୍ରିଟ୍ରୁ ନୂତନ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଭାଷଣ ଦେବେ। ଲଣ୍ଡନ ସମୟ ଅନୁଯାୟୀ  ସେପ୍ଟେମ୍ବର 6, ମଙ୍ଗଳବାର ଅପରାହ୍ନ 4 ଟାରେ ଭାଷଣ ଦେବା ପରେ ପ୍ରଧାନମନ୍ତ୍ରୀ ନୂତନ କ୍ୟାବିନେଟ ନିଯୁକ୍ତ କରିବେ। ଜୁମ୍ କଲ୍ ରେ ରାଣୀ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବେ । ଏହାପରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ  ବିଭାଗ ହସ୍ତାନ୍ତର କରିବାର ରୀତିନୀତି ସଂପୂର୍ଣ୍ଣ କରିବେ। ବୁଧବାର (ସେପ୍ଟେମ୍ବର 7) ରେ ନୂତନ କ୍ୟାବିନେଟର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏହା ପରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ଗୃହ (ହାଉସ ଅଫ୍ କମନ୍ସ) ରେ ପହଞ୍ଚିବେ।

ବୋରିସ୍‌ ଜନସନଙ୍କ ଇସ୍ତଫା: ପ୍ରଧାନମନ୍ତ୍ରୀ ଦୌଡରେ ଆଗରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ
ଲଣ୍ଡନ: ବ୍ରିଟେନରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଶେଷର ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ‌ୋରିସ୍‌ ଜନସନ। କନ୍‌ଜରଭେଟିଭ୍‌ ପାର୍ଟିର ନେତା ଭାବେ ଇସ୍ତଫା ପରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବ‌ୋରିସ୍‌ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ପଦରୁ ବି ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ବିବାଦ ଉପୁଜିବା ପରେ ଜନ୍‌ସନ୍‌ ଆଉ ପଦରେ ରହିବା ଉଚିତ ନୁହେଁ ବୋଲି ମତ ରଖି ତାଙ୍କ ଦଳରୁ ଅନେକ ନେତା ଇସ୍ତଫା ଦେଇ ସାରିଛନ୍ତି। ଏପରିିକି ଜନ୍‌ସନ୍‌ଙ୍କ ଇସ୍ତଫା ଦାବି କରି ଗତ ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ବ୍ରିଟିଶ୍‌ ସରକାରରୁ ନିଜକୁ ବାଦ୍‌ ଦେଇଛନ୍ତି।

ସୂଚନା ଅନୁଯାୟା, ଆଗାମୀ ଅକ୍ଟୋବର ପର୍ଯ୍ଯନ୍ତ ଆନୁଷ୍ଠାନିକ ଭାବେ ଦଳର ଅନ୍ୟ କେହି ନେତା ନିଯୁକ୍ତି ନ ହେବା ପର୍ଯ୍ଯନ୍ତ ଜନସନ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ଯରତ ରହିବେ।  ୨୦୧୯ ମସିହାରେ ଜନ୍‌ସନ୍‌ ବହୁ ସଂଖ୍ୟକ ଭୋଟ୍‌ ପାଇ ପ୍ରଧାନମନ୍ତ୍ରୀ ଭାବେ ଜିତିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜନ୍‌ସନ୍‌ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା।  ୨୦୧୯ ମସିହାରୁ ତାଙ୍କ ବିରୋଧରେ ଏହି ମାମଲା ଆସିଥିବା ବେଳେ ଏ ଯାଏ ତାଙ୍କୁ କ୍ଲିନ୍‌ଚିଟ୍‌ ମିଳିପାରି ନାହିଁ।

ଖବର ଅନୁଯାୟୀ, ବୋରିସ୍ ଜନସନ ନିଜ ପଦରୁ ହଟିବା ପରେ କିଏ ହେବ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ପଦରେ ଦାବିଦାରଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ ମୂଳ ନିବାସୀ ଋଷି ସୁନକ। ଯଦି ଋଷି ୟୁକେର ପ୍ରଧାନମନ୍ତ୍ରୀ ହେବାରେ ପ୍ରଥମ ମୂଳ ଭାରତୀୟ ନିବାସୀ ହେବେ। ଋଷି ସୁନକ ରାଜକୋଷର ଚାନସେଲର ଦାୟିତ୍ଵ ସମ୍ଭାଳୁଥିଲେ। ୪୨ ବର୍ଷୀୟ ସୁନକ ପ୍ରଧାନମନ୍ତ୍ରୀ ପଦ ଦୌଡରେ ଆଗରେ ରହିଛନ୍ତି। କ୍ୟାବିନେଟରୁ ତାଙ୍କ ଇସ୍ତଫା ପରେ ହିଁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା।

କିଭ୍‌ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍
କିଭ୍ : କିଭ୍‌ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । କିଭ୍ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜନସନ୍ । ଦୁଇ ମାସ ମଧ୍ୟରେ ଜନସନଙ୍କ ଏହା ହେଉଛି ଦ୍ୱିତୀୟ କିଭ୍ ଗସ୍ତ । ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବା ସହ ଯୁଦ୍ଧର ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି । ୟୁରୋପିଆନ ୟୁନିଅନରେ ସାମିଲ ହେବା ଲାଗି ବାଟ ସଫା ହେଉଥିବା ବେଳେ, ଜନସନଙ୍କ ଏହି ଗସ୍ତ ଗୁରତ୍ୱପୂର୍ଣ୍ଣ ହୋଇଛି ।

ସେପଟେ ଆସନ୍ତା ୨୩ ଓ ୨୪ରେ ବସୁଥିବା ୟୁରୋପୀୟ ରାଷ୍ଟ୍ରସଂଘ ବୈଠକରେ ୟୁକ୍ରେନକୁ ସଦସ୍ୟତା ପ୍ରଦାନ କରାଯାଇପାରେ ବୋଲି ସୂଚନା ମିଳିଛି । ଗତ ଏପ୍ରିଲ ୯ ତାରିଖରେ ଗ୍ରୁପ-୭ର ପ୍ରଥମ ନେତା ଭାବେ ଜନସନ୍ କିଭ୍ ଗସ୍ତ କରିଥିଲେ । ଦିନକୁ ଦିନ ଋଷ ବିରୋଧରେ ୟୁକ୍ରେନ ଶକ୍ତିହୀନ ହେଉଥିବା ବେଳେ ଖୁବ୍ ଶୀଘ୍ର ଜନସନ୍ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ନେଇ ସୂଚନା ମିଳିଛି ।

ସେପଟେ ପୂର୍ବ ୟୁକ୍ରେନରେ ମାନବିକ ସ୍ଥିତି ଗୁରୁତର ଆକାର ଧାରଣ କଲାଣି ବୋଲି କହିଛି ଜାତିସଂଘ । ସେଭେରୋ ଡୋନେସ୍କ ସମେତ ଅନ୍ୟାନ ସହରରେ ହଜାର ହଜାର ଲୋକ ହାହାକାର ମଧ୍ୟରେ ଗତି କରୁଛନ୍ତି ଏବଂ ସେମାନଙ୍କ ନିକଟରେ କୌଣସି ପ୍ରକାର ସହାୟତା ମିଳିପାରୁନାହିଁ । ଏକ କେମିକାଲ ପ୍ଲାଣ୍ଟରେ ସହସ୍ରାଧିକ ବିପନ୍ନ ଆଶ୍ରୟ ନେଇଛନ୍ତି । ସେଠାରେ ପାନୀୟ ଜଳ, ଖାଦ୍ୟ, ପରିମଳ ଓ ବିଦ୍ୟୁତ ସଂକଟ ତୀବ୍ର ହେଲାଣି । ୟୁକ୍ରେନର ପ୍ରାୟ ୮୮ ଲକ୍ଷ ଲୋକ ବେଘର ହେବା ସହ ଶରଣାର୍ଥୀ ହେଲେଣି ବୋଲି ଜାତିସଂଘ ସୂଚନା ଦେଇଛି । ତେଣେ ପାଶ୍ଚାତ୍ୟ ରାଷ୍ଟ୍ରକୁ ଯାଇଥିବା କେତେକ ଗ୍ୟାସ ପାଇପ ଲାଇନକୁ ଋଷ ବିଚ୍ଛିନ୍ନ କରିଥିବା ବେଳେ ଅନେକ ସହରରେ ବୋମାମାଡ଼ ଜାରି ରଖିଥିବା ସୂଚନା ମିଳିଛି ।

ସାବରମତୀ ଆଶ୍ରମରେ ଅରଟ ବୁଲାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ
ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ବୋରିସ ଅହମ୍ମଦାବାଦରେ ପହଞ୍ଚିଥିବା ବେଳେ ତାଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ ବିମାନ ବନ୍ଦରଠାରୁ ହୋଟେଲ ପର୍ଯ୍ଯନ୍ତ ଏକ ରୋଡ ସୋ କରାଯାଇଛି । ପରେ ସେ ଯାଇ ଗାନ୍ଧୀ ଆଶ୍ରମରେ ପହଞ୍ଚିଛନ୍ତି । ସାବରମତୀ ଆଶ୍ରମରେ ପହଞ୍ଚି ବୋରିସ୍ ସେଠାରେ ଅରଟ ବୁଲାଇଥିବା ଦେଖିବାକୁ ମିଳିଛି ।

ଗୁଜରାଟରେ ଆଜି ବୋରିସ କିଛି କାର୍ଯ୍ଯକ୍ରମରେ ସାମିଲ ହେବେ। ଆସନ୍ତାକାଲି ମଧ୍ୟ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ବୋରିସଙ୍କ ଆଲୋଚନା ହେବାର କାର୍ଯ୍ଯକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ରଖାଯାଇଛି । ଦେଶରେ ନିଯୁକ୍ତି ସୃଷ୍ଟି, ଆର୍ଥିକ ପ୍ରଗତି, ପ୍ରତିରକ୍ଷା ଓ ସୁରକ୍ଷାକୁ ମୁଖ୍ୟ ଫୋକସ ଦିଆଯିବ ବୋଲି କୁହାଯାଉଛି । ବୋରିସଙ୍କ ଏହି ଭାରତ ଗସ୍ତ ଦୁଇ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବହନ କରିବ ।