White House - The Sakala
ୱାସିଂଟ: ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡାମିର ଜେଲେଁସ୍କି ଶୁକ୍ରବାର ହ୍ବାଇଟ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ପ୍ରଥମେ ପ୍ରଶଂସା କରି ଜେଲେଁସ୍କିଙ୍କୁ ରାଷ୍ଟ୍ରପତି ଭବନକୁ ଟ୍ରମ୍ପ ପାଛୋଟି ନେଇଥିଲେ। ପରେ ୟୁକ୍ରେନ ଯୁଦ୍ଧକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା। ଜେଲେଁସ୍କିଙ୍କ କଥା ଶୁଣି ଟ୍ରମ୍ପ ଉଗ୍ର ହୋଇ ଉଠିଥିଲେ। କେହି କାହାକୁ ଛାଡ଼ି ନ ଥିଲେ। ଟ୍ରମ୍ପଙ୍କ ପ୍ରତିଟି କଥାକୁ କାଉଣ୍ଟର କରି ରୁଷ୍‌କୁ ଦୋଷ ଦେବାକୁ ଲାଗିଥିଲେ। ଜବାବରେ ଜେଲେଁସ୍କିଙ୍କୁ ଗାଳି ଦେଇ ଟ୍ରମ୍ପ କହିଥିଲେ ଯେ ୟୁକ୍ରେନ ଏବଂ ରୁଷ୍‌ ମୋ ପାଇଁ ସମାନ। ତୁମେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଉଛ। ତୃତୀୟ ବିଶ୍ବଯୁଦ୍ଧ ସହ ଖେଳୁଛ। ଏଭଳି କରି ଦେଶକୁ ଅପମାନିତ କରୁଛ। ଅସ୍ତ୍ରବିରତି ହେଉ ବୋଲି ତୁମେ ଚାହୁଁନାହଁ। ବୁଲେଟ ସହ ଖେଳ ନାହିଁ। ତୁରନ୍ତ ଯୁଦ୍ଧ ବନ୍ଦ କର। ଏହି ଯୁଦ୍ଧ ଭୁଲ୍‌ ମାର୍ଗରେ ଯାଉଛି। ଏହାର ଉତ୍ତରରେ ଜେଲେଁସ୍କି କହିଥିଲେ ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯୁଦ୍ଧ ଆରମ୍ଭ କରିଥିଲେ। ସେ ରୁଷଠୁ ଯୁଦ୍ଧ କ୍ଷତିପୂରଣ ଆଦାୟ କରିବାକୁ ଦାବି କରିଥିଲେ। ଏହି ସମୟରେ ରୁଷ୍‌ ଅସ୍ତ୍ରବିରତି ଭାଙ୍ଗିଲେ ସ୍ଥିତି କ’ଣ ହେବ ବୋଲି ଜଣେ ସାମ୍ବାଦିକ ପଚାରିବାରୁ ଉତ୍ତରରେ ତୁମ ମୁଣ୍ଡରେ ବୋମା ପକାଇ ଦେଲେ କଣ ହେବ ବୋଲି ଟ୍ରମ୍ପ ରାଗି କି କହିଥିଲେ। ଏହା ପରେ ସ୍ଥିତି ବିଗିଡି ଯାଇଥିଲା । ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ଯେ ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହ୍ବାଇଟହାଉସରୁ ବାହାର କରିବାକୁ ପଡ଼ିଥିଲା।
ଗଣମାଧ୍ୟମ ପ୍ରତିନିଧି ବାହାରକୁ ଯିବା ପରେ ଜେଲେଁସ୍କିଙ୍କୁ ଆମରିକା ରାଷ୍ଟ୍ରପତି ଖୋଲାଖୋଲି ଭାବେ ଧମକ ଦେଇଥିଲେ। ଆଜିଠାରୁ ତୁମର ଖରାପ ଦିନ ଆରମ୍ଭ ହେଲା। ଡିଲ୍‌ କର ନଚେତ ବାହାରି ଯାଅ । ନଚେତ ଆମେରିକା ଚୁକ୍ତିରୁ ଓହରିଯିବ ବୋଲି ଟ୍ରମ୍ପ କହିଥିଲେ। ଏହି ସାକ୍ଷାତରେ ଯୁଦ୍ଧବନ୍ଦ ପାଇଁ କୌଣସି ଆଲୋଚନା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦୁଇ ନେତା ମୁହାଁମୁହିଁ ହେବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ଶେଷରେ ଅସ୍ତ୍ରବିରତି କରିବାକୁ ଜେଲେଁସ୍କି ମନା କରି ଦେଇଥିଲେ। ଓଭାଲ ଅଫିସରୁ ଜେଲେଁସ୍କି ବାହାରିବା ପରେ ଟ୍ରମ୍ପ କହିଥିଲେ ଯେ ଶାନ୍ତି ପାଇଁ ପ୍ରସ୍ତୁତ ଥିଲେ ପୁଣିଥରେ ଆସିବ।
ହ୍ବାଇଟ ହାଉସରେ ଜେଲେଁସ୍କି ପହଞ୍ଚିବା ପରେ ନିଜ ପକ୍ଷ ରଖି ରୁଷ୍‌କୁ ଘେରିବାକୁ ଆରମ୍ଭ କରିଥିଲେ। ଖଣିଜ ପଦାର୍ଥ ଚୁକ୍ତି ଉପରେ କଥା ଆସିବାରୁ ସୁରକ୍ଷା ଗ୍ୟାରେଣ୍ଟି ମାଗିଥିଲେ। ଏହା ଉପରେ ଟ୍ରମ୍ପ କହିଥିଲେ ଯେ ଆମେ ନିଜ ହିସାବରେ ଖଣିଜର ବ୍ୟବହାର କରିବୁ। କିନ୍ତୁ ପୁତିନଙ୍କ ବିଷୟରେ ପଚାରିବାରୁ ଟ୍ରମ୍ପ ଚୁପ୍‌ ରହିଥିଲେ। ଜେଲେଁସ୍କି ଏବଂ ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କ ମଧ୍ୟରେ ମଧ୍ୟ ବାକ୍‌ ବିତଣ୍ଡା ହୋଇଥିଲା। ସେ କୂଟନୀତିର ଆବଶ୍ୟକତା ଥିବା କହିଥିବାବେଳେ ଜେଲେଁସ୍କି ତାଙ୍କୁ ଚିତ୍କାର ନକରିବାକୁ କହିଥିଲେ। ଏହାକୁ ନେଇ ଟ୍ରମ୍ପ ବର୍ଷି ଥିଲେ। ଆମେରିକା ୩୫୦ ବିଲିୟନ ଡଲାର ସହିତ ସାମରିକ ସହାୟତା ଦେଇଛି। ଯଦି ଏ ସବୁ ମିଳି ନ ଥାନ୍ତା ତେବେ ଯୁଦ୍ଧ ଦୁଇ ସପ୍ତାହରେ ଶେଷ ହୋଇଯାଇଥାନ୍ତା ବୋଲି କହିଥିଲେ। ଏହାକୁ ନେଇ ଜେଲେଁସ୍କି ଟ୍ରମ୍ପଙ୍କ ଉପରେ ପ୍ରତି ଆକ୍ରମଣ କରି ପୁତିନଙ୍କ ଭାଷା କହୁଥିବା ଅଭିଯୋଗ କରିଥିଲେ। ପରେ ଟ୍ରମ୍ପ ରାଗିଯାଇ ତାଙ୍କ ହ୍ବାଇଟ୍ ହାଉସ ଛାଡ଼ିବାକୁ କହିଥିଲେ।
ହ୍ବାଇଟ୍‌ ହାଉସ୍‌ରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି
ୱାଶିଂଟନ: ଆମେରିକାରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ରୁଷ୍‌ ଆକ୍ରମଣ କରିବାର ୩୦୦ ଦିନ ପରେ ଏହା ହେଉଛି ଜେଲେନ୍‌ସ୍କିଙ୍କ ପ୍ରଥମ ବିଦେଶ ଗସ୍ତ। ଋଷ-ୟୁକ୍ରେନ୍ ଯୁଦ୍ଧ ମଝିରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ଜେଲେନ୍ସକି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ୟୁଏସ ସଂସଦକୁ ସମ୍ବୋଧିତ କରିଛନ୍ତି ଜେଲେନ୍ସକି । ୟୁକ୍ରେନ ଆଲାଇଭ୍ ଆଣ୍ଡ କିକିଂ ବୋଲି କହିଛନ୍ତି ଜେଲେନ୍ସକି ।
ୟୁକ୍ରେନ ପଡ଼ିଯାଇନି କି ହାରିଯାଇନି, ଏବେବି ୟୁକ୍ରେନ ବଞ୍ଚିଛି, ଲଢ଼ୁଛି ଏବଂ ଶେଷ ଯାଏଁ ଲଢ଼ିବ ବୋଲି ଜେଲେନ୍ସକି କହିଛନ୍ତି । ଋଷ ଆଗରେ ୟୁକ୍ରେନ କେବେବି ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛନ୍ତି । ଋଷକୁ ଜୋରଦାର ଜବାବ ଦେବ ୟୁକ୍ରେନ । ଆଉ ୨ ଦିନ ପରେ ବିଶ୍ବ ପାଳିବ ଖ୍ରୀଷ୍ଟମାସ । ୟୁକ୍ରେନ ବି ଏହି ଉତ୍ସବ ପାଳିବ । ୟୁକ୍ରେନରେ ନା ବିଦ୍ୟୁତ ଅଛି ନା ପାଣି । ତଥାପି ଆମ ଭିତରେ ଥିବା ଆମ ଆତ୍ମବିଶ୍ବାସର ଉଜ୍ବଳତା ଆମ ଉତ୍ସବକୁ ଆହୁରି ଦ୍ବିଗୁଣିତ କରିବ ବୋଲି ସେ କହିଛନ୍ତି ।
ଯଦି ଋଷ କ୍ଷେପଣାସ୍ତ୍ର ଆକ୍ରମଣ କରେ, ୟୁକ୍ରେନ୍ ମଧ୍ୟ ତାର ଦମଦାର ଜବାବ ଦେବ ବୋଲି ଦୃଢ଼ତାର ସହ କହିଛନ୍ତି ଜେଲେନସ୍କି । ଋଷର ଅତ୍ୟାଚାର କରି ମଧ୍ୟ ଆମ ଉପରେ ନିୟନ୍ତ୍ରଣ ରଖିପାରିନାହିଁ । ଋଷ-ୟୁକ୍ରେନ୍ ଯୁଦ୍ଧକୁ ପାଖାପାଖି ବର୍ଷେ ହେଲାଣି । ୨୦୨୧ ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିଲା ଯୁଦ୍ଧ ।
ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଯିବାର କୌଣସି ଯୋଜନା ନାହିଁ, ସ୍ପଷ୍ଟ କଲା ହ୍ବାଇଟ୍ ହାଉସ୍
ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତ କରିବାର କୌଣସି ଯୋଜନା ନାହିଁ। ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ପାସାକି ଏହି ସୂଚନା ଦେଇଛନ୍ତି । ୟୁକ୍ରେନ ଯିବାକୁ ରାଷ୍ଟ୍ରପତିଙ୍କର କୌଣସି ଯୋଜନା ନାହିଁ ବୋଲି ସାକି ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି । ହ୍ବାଇଟ ହାଉସ କହିଛି ଯେ ଆମେରିକା ଏହାର ଜଣେ ବରିଷ୍ଠ ଅଧିକାରୀଙ୍କୁ କିଭ୍ ପଠାଇବ। ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନଙ୍କ ମଧ୍ୟରୁ ଜଣେ ୟୁକ୍ରେନ ଯାଇପାରନ୍ତି ।
ସିଏନଏନକୁ ଦେଇଥିବା ଏକ ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ବାଇଡେନ କିଭ୍ ପରିଦର୍ଶନ କରିବେ ବୋଲି କହିଥିଲେ। ଜେଲେନସ୍କି କହିଥିଲେ, “ଅବଶ୍ୟ ଏହା ତାଙ୍କର ନିଷ୍ପତ୍ତି ଏବଂ ସୁରକ୍ଷା ପରିସ୍ଥିତି ଉପରେ ନିର୍ଭର କରେ। କିନ୍ତୁ ମୁଁ ଭାବୁଛି ସେ ଆମେରିକାର ରାଷ୍ଟ୍ରପତି ଏବଂ ସେଥିପାଇଁ ସେ ଏଠାକୁ ଆସି ପରିସ୍ଥିତି ଦେଖିବା ଉଚିତ୍।”
ହ୍ବାଇଟ ହାଉସର ପ୍ରେସ ସଚିବ ସାକି ଏହା ମଧ୍ୟ କହିଛନ୍ତି ଯେ କିଭରେ ଦୂତାବାସ ଖୋଲିବାକୁ ଆମେରିକା ଆଶା କରୁଛି। ତେବେ ସେ ଏନେଇ ସ୍ପଷ୍ଟ ତାରିଖ ଦେଇ ନାହାନ୍ତି। ସେ କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଆମର ଉଦ୍ଦେଶ୍ୟ। ୟୁକ୍ରେନରେ କୂଟନୈତିକ ଉପସ୍ଥିତି ଜରୁରୀ ଅଟେ।