JEE Main - The Sakala

ଜୁଲାଇ ୨୦ରୁ ଅଗଷ୍ଟ ୨ ମଧ୍ୟରେ ଜେଇଇ ମେନ୍‍
ଭୁବନେଶ୍ୱର : କରୋନା ଯୋଗୁ ସ୍ଥଗିତ ଥିବା ଜେଇଇ ମେନ୍‍ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୨୦ରୁ ଆରମ୍ଭ ହେବ। ଏପ୍ରିଲ୍‍ ସେସନ୍‍ ଜୁଲାଇ ୨୦ରୁ ୨୫ ମଧ୍ୟରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବାବେଳେ ମେ ସେସନ୍‍ ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ଅନୁଷ୍ଠିତ ହେବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ମଙ୍ଗଳବାର ଘୋଷଣା କରିଛନ୍ତି। ସେହିପରି ପୂର୍ବରୁ ଆବେଦନ କରିପାରି ନଥିବା ଛାତ୍ରଛାତ୍ରୀ ମଧ୍ୟ ଜେଇଇ ମେନ୍‍ ପାଇଁ ଆବେଦନ କରିପାରିବେ। ଜୁଲାଇ ୬ରୁ ୮ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଓ ୯ରୁ ୧୨ ତାରିଖ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆବେଦନ କରି ପାରିବେ ବୋଲି ବିଭାଗ ଦର୍ଶାଇଛି। କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ପରେ ଏନଟିଏ(ନେସନାଲ ଟେଷ୍ଟିଂ ଏଜେନ୍ସି) ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି। ପରୀକ୍ଷା କେନ୍ଦ୍ର ୬୬୦ ରୁ ୮୨୮କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ୨୩୨ ସହର ପରିବର୍ତ୍ତେ ୩୩୪ ସହରରେ ପରୀକ୍ଷା କେନ୍ଦ୍ର ହେବ।

ଏଥି ସହିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବା ପାଇଁ ସୁଯୋଗ ମିଳିବ। ନିଜ ଇଚ୍ଛା ମୁତାବକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ଲାଗି ସହର ଚୟନ କରି ପାରିବେ। ପରୀକ୍ଷା କେନ୍ଦ୍ରର ଆସବାବପତ୍ରକୁ ସମ୍ପୂର୍ଣ୍ଣ ସାନିଟାଇଜ୍‍ କରାଯିବା ସହିତ ପିଲାମାନଙ୍କୁ ମଧ୍ୟ ମାସ୍କ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ତେବେ କରୋନା ପାଇଁ ସମସ୍ତ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଏନଟିଏ ଦର୍ଶାଇଛି। ସେହିପରି ସବିଶେଷ ତଥ୍ୟ jeemain.nta.nic.in ମାଧ୍ୟମରେ ଛାତ୍ରଛାତ୍ରୀ ପାଇପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ ଏପ୍ରିଲ୍‍ ସେସନ୍‍ ପାଇଁ ପୂର୍ବରୁ ୬ ଲକ୍ଷ ୮୦ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ମେ’ ପାଇଁ ୬ ଲକ୍ଷ ୯ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ତେବେ ପୂର୍ବରୁ ଜେଇଇ ମେନ୍‍ ପାଇଁ ପଞ୍ଜୀକରଣ କରି ପାରି ନଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏନଟିଏ ପୁନଶ୍ଚ ସୁଯୋଗ ଦେଇଛି।

ଆଇଆଇଟି-ଜେଇଇ ମେନ ଟପ୍ପର ଗୌତମଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପ୍ରକାଶ ପାଇଛି ଆଇଆଇଟି ଜେଇଇ ମେନର  ପରୀକ୍ଷା ଫଳ । ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ତାଲିକାରେ ଓଡିଶାର ଗୌତମ ଦାସ ୯୯. ୯୯ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି । ସେପଟେ ଗୌତମ ଦାସଙ୍କ ସଫଳତାରେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ସେପଟେ ଗୌତମଙ୍କ ସଫଳତା ପରେ ଛୁଟିଛି ଶୁଭେଚ୍ଛାର ସୁଅ । ଆଗାମୀ ଦିନରେ ସଫଳତା ଓ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ଫେବ୍ରୁଆରୀରେ ୨ ଲକ୍ଷ ୭୧ ହଜାର ୪୩୧ଜଣ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଜେଇଇ ମେନ୍‌ ଦେଇଥିଲେ । ସେହିପରି ୬୧ହଜାର୫୦୪ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀ, ୨ଲକ୍ଷ ୧୧ ହଜାର୫୮୮ଜଣ ଅନ୍ୟାନ୍ୟ ପଛୁଆବର୍ଗ, ୫୩ ହଜାର୯୪୦ଜଣ ଅନୁସୂଚିତ ଜାତି, ୨୦ ହଜାର୮୩୩ଜଣ ଅନୁସୂଚିତ ଜନଜାତି, ୧୬୮୨ଜଣ ଦିବ୍ୟାଙ୍ଗ ପରୀକ୍ଷା ଦେଇଥିଲେ । ମୋଟ ୬ଲକ୍ଷ ୨୦ ହଜାର ୯୭୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୮୫ ୫୭୪ଜଣ ମହିଳା ଓ ୪ଲକ୍ଷ ୩୫ ହଜାର ୪୦୨ଜଣ ପୁରୁଷ ତଥା ୨ଜଣ ଦିବ୍ୟାଙ୍ଗ ଥିଲେ । ତେବେ ଫେବ୍ରୁଆରୀ ଭଳି ମାଚ୍ଚ. ଏପ୍ରିଲ ଓ ମେ’ରେ ମଧ୍ୟ ଜେଇଇ ମେନ୍‌ ପରୀକ୍ଷା ହେବ । ଶେଷରେ ସମସ୍ତ ପରୀକ୍ଷା ଫଳ ବାହାରିବା ପରେ ର‌୍ୟାଙ୍କ୍‌ ଜାରି ହେବ ବୋଲି ଏନଟିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।