Indian Economics - The Sakala

ଏସ୍‌ବିଆଇ ରିପୋର୍ଟ: ୨୦୨୯ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି
ନୂଆଦିଲ୍ଲୀ: ଭାରତ ହେବ ବିଶ୍ବର ତୃତୀୟ ବୃହତ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ର। ୨୦୧୪ରେ ଭାରତ ଆର୍ଥିକ ଦୃଷ୍ଟିରୁ ଦଶମ ସ୍ଥାନରେ ରହିଥିବାବେଳେ ୨୦୨୯ ସୁଦ୍ଧା ଭାରତ ୭ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛି। ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ଭାରତର ଜିଡିପି ଅଭିବୃଦ୍ଧି ହାର ୧୩.୫% ରହିଛି। ଯଦି ଏହି ଗତି ଜାରି ରୁହେ, ତେବେ ଭାରତୀୟ ଅର୍ଥନୀତି ଚଳିତ ଆର୍ଥିକବର୍ଷରେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ପାଲଟିବ ବୋଲି ହେବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ଅନୁସନ୍ଧାନ ରିପୋର୍ଟରେ କୁହାଯାଇଛି।

ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଅନୁସନ୍ଧାନ ବିଭାଗ ଦ୍ବାରା ଜାରି ଏକ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ଯେତେବେଳେ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଆସିବାର ଆଶଙ୍କା ରହିଛି, ସେତେବେଳେ ଭାରତର ଅଭିବୃଦ୍ଧି ହାର ୬% ରୁ ୬.୫% ହେଉଛି ‘ନ୍ୟୁ ନର୍ମାଲ୍‌’। ରିପୋର୍ଟ ଅନୁଯାୟୀ, ଏହା ୨୦୧୨ର ଉତ୍ପାଦ ଆଧାରରେ ପ୍ରସ୍ତୁତ କରାଯାଇଛି। ଏସ୍‌ବିଆଇ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୪ ମସିହାରୁ ଭାରତୀୟ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିଛି। ଡିସେମ୍ବର ୨୦୨୧ରେ ମଧ୍ୟ ଭାରତୀୟ ଅର୍ଥନୀତି ବ୍ରିଟେନକୁ ଅତିକ୍ରମ କରିଯାଇଥିଲା। ବିଶ୍ବ ଜିଡିପିରେ ଭାରତର ଯୋଗଦାନ ବର୍ତ୍ତମାନ ୩.୫% ରହିଛି। ୨୦୧୪ରେ ଏହା ୨.୬% ରହିଥିଲା। ଯେତେବେଳେ କି, ୨୦୨୭ ସୁଦ୍ଧା ବିଶ୍ବ ଜିଡିପିରେ ଭାରତର ଯୋଗଦାନ ୪%ରେ ପହଞ୍ଚିଯିବ, ଯାହା ଫଳରେ ଦେଶ ଜର୍ମାନୀକୁ ଅତିକ୍ରମ କରିଯିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଜିଡିପି ତଥ୍ୟାନୁଯାୟୀ ଭାରତ ପ୍ରଥମ ତ୍ରୈମାସରେ ଭଲ ଅଭିବୃଦ୍ଧି ହାସଲ କରିଛି। ଆମେରିକା ବର୍ତ୍ତମାନ ବିଶ୍ୱର ବୃହତ୍ତମ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ର। ଏହା ଫଛକୁ ଦ୍ୱିତୀୟ ସ୍ଥାନରେ ଚାଇନା,ଜାପାନ ଏବଂ ଜର୍ମାନୀ ରହିଛନ୍ତି। ଏକ ଦଶନ୍ଧି ପୂର୍ବରୁ ଭାରତ ଏହି ତାଲିକାରେ ୧୧ ନମ୍ବରରେ ଏବଂ ବ୍ରିଟେନ ପଞ୍ଚମ ସ୍ଥାନରେ ରହିଥିଲା। ଭାରତ ଦ୍ୱିତୀୟ ଥର ପାଇଁ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ଏହାପୂର୍ବରୁ ୨୦୧୯ ରେ ମଧ୍ୟ ଭାରତ ବ୍ରିଟେନକୁ ଷଷ୍ଠ ସ୍ଥାନକୁ ଠେଲି ଦେଇଥିଲା।