Expensive - The Sakala
ନୂଆବର୍ଷରୁ ରିଚାର୍ଜ ପ୍ଲାନ୍ ମହଙ୍ଗା ! ଟେଲିକମ୍‌ କମ୍ପାନୀ ବଢ଼ାଇବେ ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌...
ନୂଆଦିଲ୍ଲୀ: ନୂଆ ବର୍ଷରୁ ଆପଣଙ୍କୁ ପୁଣି ଥରେ ମୋବାଇଲରେ କଥା ହେବା ଏବଂ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। କାରଣ ବର୍ଷର ଶେଷ ମାସରେ ଦେଶର ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ୍‌ ବୃଦ୍‌ଦି କରିବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଟେଲିକମ୍‌ ଅପରେଟରମାନେ  ସେମାନଙ୍କର ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌ ଦରରେ ୧୨% ଯାଏ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ବର୍ତ୍ତମାନ ଏ ସମ୍ପର୍କରେ ବର୍ତ୍ତମାନ ଖବର ସୋସିଆଲ ମିଡିଆରେ ଛାଇବାରେ ଲାଗିଛି। ଏହି ଖବର ଏବେ ଗ୍ରାହକମାନଙ୍କୁ ପୁଣି ଥରେ ଚିନ୍ତାରେ ପକାଇଛି।  ଜିଓ,ଏୟାରଟେଲ୍‌ ଏବଂ ଭିଆଇ ଭଳି  ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ନୂତନ ବର୍ଷରେ ସେମାନଙ୍କର ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିବେ। ସୋସିଆଲ ମିଡିଆରେ ପ୍ରସାରିତ ରିପୋର୍ଟ ଅନୁଯାୟୀ, କିଛି କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ନୋଟିଫିକେସନ୍‌ ପଠାଇବା ମଧ୍ୟ ଆରମ୍ଭ କରିଛନ୍ତି।
ଟେଲିକମ୍ କମ୍ପାନୀଗୁଡ଼ିକ ବର୍ଦ୍ଧିତ ରିଚାର୍ଜ ପ୍ଲାନଗୁଡ଼ିକ ସମ୍ପର୍କରେ କୌଣସି ସରକାରୀ ବିଜ୍ଞପ୍ତି ଜାରି କରିନାହାଁନ୍ତି। ତେଣୁ, ପ୍ଲାନ ମୂଲ୍ୟ ସମାନ ରହିବ। ଏକ ରିପୋର୍ଟ ଅନୁଯାୟୀ, ଦେଶର ତିନୋଟି ପ୍ରମୁଖ ଟେଲିକମ୍ କମ୍ପାନୀ - ଜିଓ, ​​ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ - ପ୍ରତି ଉପଭୋକ୍ତାଙ୍କ ହାରାହାରି ରାଜସ୍ୱ (ଏଆର୍‌ପିୟୁ) ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଫଳସ୍ୱରୂପ, ଆଗାମୀ ମାସଗୁଡ଼ିକରେ ରିଚାର୍ଜ ପ୍ଲାନଗୁଡ଼ିକ ୧୦-୧୨ ପ୍ରତିଶତ ମହଙ୍ଗା ହୋଇପାରେ। ଯଦି କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି କରନ୍ତି, ତେବେ ଏହା ୨୦୨୪ ପରଠାରୁ ସବୁଠାରୁ ବଡ଼ ବୃଦ୍ଧି ହେବ। ସାମ୍ପ୍ରତିକ ମାସଗୁଡ଼ିକରେ, ଜିଓ ଏବଂ ଏୟାରଟେଲ୍ ଚୁପଚାପ୍ ସେମାନଙ୍କର ଏଣ୍ଟ୍ରି-ଲେବଲ ୧ ଜିବି ଦୈନିକ ପ୍ରିପେଡ୍ ପ୍ଲାନଗୁଡ଼ିକୁ ବନ୍ଦ କରିଦେଇଛନ୍ତି, ଯାହା ବ୍ୟବହାରକାରୀମାନଙ୍କୁ ବାଧ୍ୟତାମୂଳକ ଭାବେ ଅଧିକ ମହଙ୍ଗା ପ୍ଲାନ୍‌ ଆଡ଼କୁ ଠେଲିଦେଇଛି। ଅଧିକାଂଶ ପ୍ରିପେଡ୍ ଡାଟା ଉପଭୋକ୍ତାଙ୍କ ପାଇଁ ନୂତନ ମୌଳିକ ଯୋଜନାଗୁଡ଼ିକ ଏବେ ପ୍ରତିଦିନ ଦେଢ଼ ଜିବିରୁ ଆରମ୍ଭ ହେଉଛି, ଯାହାର ମୂଲ୍ୟ ପ୍ରାୟ ୨୯୯ ଟଙ୍କା, ଯାହା ପୂର୍ବ ୨୪୯ ଟଙ୍କା ଯୋଜନାଠାରୁ ପ୍ରାୟ ୧୭% ବୃଦ୍ଧି।
ଟେଲିକମ୍ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ଏବଂ ୫ଜି ଭିତ୍ତିଭୂମି ବିସ୍ତାର ପାଇଁ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏୟାରଟେଲ୍ ଏବଂ ଭିଆଇ ଉଭୟ ଦୀର୍ଘ ସମୟ ଧରି ଟାରିଫ୍ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି। ବର୍ତ୍ତମାନ, ସିଧାସଳଖ ମୂଲ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କର ଶସ୍ତା ପ୍ଲାନ୍‌ଗୁଡିକୁ  ବନ୍ଦ କରୁଛନ୍ତି। ଯାହାଫଳରେ ଗ୍ରାହକମାନେ ଅଧିକ ମହଙ୍ଗା ଯୋଜନା କିଣିବାକୁ ବାଧ୍ୟ ହେବେ। ଏହି କୌଶଳଗୁଡ଼ିକ କମ୍ପାନୀଗୁଡ଼ିକୁ ପ୍ରତି ଉପଭୋକ୍ତାଙ୍କ ହାରାହାରି ରାଜସ୍ୱ (ଏଆର୍‌ପିୟୁ) ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ଏମିତିକି କିଛି କମ୍ପାନୀ ମଧ୍ୟ ନଭେମ୍ବରରେ କିଛି ନିର୍ଦ୍ଧିଷ୍ଟ ପ୍ରି-ପେଡ୍‌ ରିଚାର୍ଜ ପ୍ଲାନ୍‌ ଦର ବୃଦ୍ଧି କରିଛନ୍ତି। ଭିଆଇ ଏବଂ ଏୟାରଟେଲ୍‌ ଭଳି ଅପରେଟର ପ୍ଲାନ ଦର ୭%ରୁ ଅଧିକ ବଢ଼ାଇଛନ୍ତି। ଯେତେବେଳେ କି ବିଏସ୍‌ଏନ୍‌ଏଲ୍‌ ଭାଲିଡିଟି କମ୍‌ କରିଛି।
ମୋବାଇଲ ଗ୍ରାହକଙ୍କୁ ନିସ୍ତାର ନାହିଁ: ଆହୁରି ମହଙ୍ଗା ହେବ ଟେଲିକମ୍‌ ସେବା, ବଢ଼ିବ କଲ୍‌ ଦର
ନୂଆଦିଲ୍ଲୀ: ମୋବାଇଲ ଗ୍ରାହକଙ୍କୁ ମହଙ୍ଗା କଲ୍‌ ଦରରୁ ନିସ୍ତାର ମିଳିବା ସମ୍ଭାବନା କମ୍। କାରଣ ଆଗାମୀ ଦିନରେ ଟେଲିକମ୍‌ କମ୍ପାନୀଗୁଡ଼ିକ ନିୟମିତ ଭାବରେ ଟାରିଫ୍‌ ବା ଶୁଳ୍କ ବୃଦ୍ଧି ଜାରି ରଖିବେ। ତେଣୁ ଦେଶରେ ଟେଲିକମ୍ ସେବା ମହଙ୍ଗା ହୋଇଯିବ। ତେଣୁ ମୋବାଇଲ କଲ୍‌ ଦର ବଢ଼ିଯିବ। ଏହି ପଦକ୍ଷେପ ଟେଲିକମ୍ କମ୍ପାନୀଗୁଡ଼ିକୁ ସେମାନଙ୍କର ରାଜସ୍ୱ ବୃଦ୍ଧି କରାଇବାରେ କରିବାରେ ସାହାଯ୍ୟ କରିବ। ୨୦୧୯ଠାରୁ ଟେଲିକମ୍ ଅପରେଟରମାନେ ତିନିଥର ଶୁଳ୍କ ବୃଦ୍ଧି କରିସାରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଟେଲିକମ୍‌ କମ୍ପାନୀଗୁଡ଼ିକ ୨୦୧୯ଡିସେମ୍ବର, ୨୦୨୧ ନଭେମ୍ବର ଏବଂ ୨୦୨୪ ଜୁଲାଇରେ ତିନିଥର ଶୁଳ୍କ ବୃଦ୍ଧି କରିସାରିଛନ୍ତି। ସେଣ୍ଟ୍ରମ ଇନଷ୍ଟିଚ୍ୟୁସନାଲ୍ ରିସର୍ଚ୍ଚର ରିପୋର୍ଟରେ ଦାବି କରାଯାଇଛି ଯେ ଟେଲିକମ୍ କମ୍ପାନୀଗୁଡ଼ିକ ଉପଭୋକ୍ତା ପିଛା ହାରାହାରି ରାଜସ୍ୱ (ଏଆର୍‌ପିୟୁ) ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ମୂଲ୍ୟ ବୃଦ୍ଧି ଅଧିକାଂଶ ଗ୍ରାହକଙ୍କୁ ପ୍ରିମିୟମ୍ ଯୋଜନା ଆଡ଼କୁ ଟାଣି ନେବ, ଯାହା ଫଳରେ ଉପଭୋକ୍ତା ପିଛା ଖର୍ଚ୍ଚ ବୃଦ୍ଧି ପାଇ ଏବଂ କମ୍ପାନୀଗୁଡ଼ିକର ରାଜସ୍ୱ ବୃଦ୍ଧି ଘଟିବ। ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଟେଲିକମ୍ କ୍ଷେତ୍ର ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି। କ୍ଷେତ୍ରରେ ପ୍ରତିଯୋଗିତାମୂଳକ ତୀବ୍ରତା ହ୍ରାସ ପାଇଛି। ପୂର୍ବରୁ ମୋତିଲାଲ ଓସୱାଲ ପକ୍ଷରୁ କୁହାଯାଇଥିଲା ଯେ, ନିବେଶ ଏବଂ ଗ୍ରାହକଙ୍କ ଡାଟା ବ୍ୟବହାରକୁ ବିଚାରକୁ ନେଇ ଶିଳ୍ପରେ ବର୍ତ୍ତମାନ ରିଟର୍ଣ୍ଣ ଏବେ ବି ବହୁତ କମ୍। ତେଣୁ, ଆଗାମୀ ବର୍ଷଗୁଡ଼ିକରେ କମ୍ପାନୀଗୁଡ଼ିକ ଅଧିକ ଥର ଶୁଳ୍କ ବୃଦ୍ଧି କରିବେ ବୋଲି ଏବେଠୁ ଜଣାପଡିସାରିଲାଣି।
ଭାରତରେ ପ୍ରବେଶ କରିବା ଷ୍ଟାରଲିଙ୍କ୍‌ ପାଇଁ ସହଜ ନୁହେଁ
ଭାରତରେ ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ସହିତ ଚୁକ୍ତି ସ୍ୱାକ୍ଷର କରିବା ପରେ, ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ କମ୍ପାନୀ ଷ୍ଟାରଲିଙ୍କ୍ ମଧ୍ୟ ଭୋଡାଫୋନ୍ ଆଇଡିଆ ସହିତ ଆଲୋଚନା କରୁଛି। ରିପୋର୍ଟରେ କୁହାଯାଇଛି ଯେ, ନିୟାମକ ବାଧା, ଉଚ୍ଚ ଆମଦାନୀ ଟିକସ ଏବଂ କମ୍ ମୂଲ୍ୟର ବ୍ରଡବ୍ୟାଣ୍ଡ ସେବା ପାଇଁ ଜଣାଶୁଣା ବଜାରରେ ପ୍ରତିଯୋଗିତାମୂଳକ ମୂଲ୍ୟର ଆବଶ୍ୟକତା ଯୋଗୁଁ ଷ୍ଟାରଲିଙ୍କ ଭାରତରେ ବଡ଼ ଆହ୍ବାନର ସମ୍ମୁଖୀନ ହୋଇପାରେ।
ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକର ରାଜସ୍ୱ ଦ୍ୱିଗୁଣିତ ହୋଇଛି
ରିପୋର୍ଟରେ କୁହାଯାଇଛି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଟେଲିକମ୍ କମ୍ପାନୀଗୁଡ଼ିକର ରାଜସ୍ୱ ପ୍ରାୟ ଦ୍ୱିଗୁଣିତ ହୋଇଛି। ସେମାନଙ୍କର ଲାଭ ଆୟ ମଧ୍ୟ ଉନ୍ନତ ହେଉଛି। ପରିଚାଳନା ଖର୍ଚ୍ଚ ସ୍ଥିର ହେଉଛି ଏବଂ ମାର୍ଜିନ୍ ସୁଦୃଢ଼ ​​ହେଉଛି। ୫ଜି ସେବା ଆସିବା ସହିତ କମ୍ପାନୀଗୁଡ଼ିକ ସେମାନଙ୍କର ପୁଞ୍ଜି ଖର୍ଚ୍ଚର ଗତିକୁ ଧୀର କରିଦେଇଛନ୍ତି, ଯାହା ଫଳରେ ୨୦୨୫-୨୬ ଏବଂ ୨୦୨୬-୨୭ ଆର୍ଥିକ ବର୍ଷରେ ମୁକ୍ତ ନଗଦ ପ୍ରବାହ ବୃଦ୍ଧି ପାଇପାରେ।
୨ଜି ଗ୍ରାହକଙ୍କ ସଂଖ୍ୟାରେ ନିରନ୍ତର ହ୍ରାସ
ରିପୋର୍ଟ ଅନୁଯାୟୀ, ୪ଜି ଏବଂ ୫ଜିର ବର୍ଦ୍ଧିତ ବ୍ୟବହାର ସହିତ ଭାରତରେ ୨ଜି ଗ୍ରାହକଙ୍କ ସଂଖ୍ୟା ନିରନ୍ତର ହ୍ରାସ ପାଉଛି। ଆଗାମୀ ୫-୬ ବର୍ଷ ମଧ୍ୟରେ ଏହି ସଂଖ୍ୟା ନଗଣ୍ୟ ହୋଇଯିବ। ବର୍ତ୍ତମାନ ୨୫ କୋଟି ଗ୍ରାହକ ୨ଜି ସେବା ବ୍ୟବହାର କରୁଛନ୍ତି। ଏଥିମଧ୍ୟରୁ ଭୋଡାଫୋନ୍ ଆଇଡିଆର ସର୍ବାଧିକ ୪୦ ପ୍ରତିଶତ ଅଂଶ ରହିଛି। ଏୟାରଟେଲର ୨୩ ପ୍ରତିଶତ ୨ଜି ଗ୍ରାହକ ଅଛନ୍ତି।
ଅଧିକ ମୂଲ୍ୟର ଡାଟା ପ୍ଲାନ୍‌ର ଚାହିଦା
ଟେଲିକମ୍ ଗ୍ରାହକମାନେ ୨ଜି ପରିତ୍ୟାଗ କରି ୪ଜି ସେବା ଗ୍ରହଣ କରୁଛନ୍ତି। ଏହାସହିତ, ପୋଷ୍ଟପେଡ୍ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହି ପରିବର୍ତ୍ତନ ପ୍ରତି ଉପଭୋକ୍ତା ମୋଟ ରାଜସ୍ୱକୁ ଉନ୍ନତ କରୁଛି। ଏହା ସହିତ, ଡାଟା ବ୍ୟବହାର ବୃଦ୍ଧି ପାଉଛି। ଗ୍ରାହକମାନେ ଅଧିକ ମୂଲ୍ୟର ଡାଟା ପ୍ଲାନ୍ ବାଛିଛନ୍ତି। ଆନ୍ତର୍ଜାତୀୟ ରୋମିଂ ଏବଂ ଓଟିଟି ସବସ୍କ୍ରିପସନ ଭଳି ସେବାରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି।
ନୂଆଦିଲ୍ଲୀ: ଏପ୍ରିଲ ପହିଲାଠାରୁ ଆରମ୍ଭ ହେଉଛି ନୂତନ ଆର୍ଥିକବର୍ଷ ୨୦୨୩-୨୪। ଚଳିତମାସ ୩୧ରୁ ଶେଷ ହୋଇଯିବ ପୁରୁଣା ଆର୍ଥିକ ବର୍ଷ। ଏହି ପରିପ୍ରେକ୍ଷୀରେ ଚଳିତଥର ସାଧାରଣ ବଜେଟ ୨୦୨୩-୨୪ରେ କରାଯାଇଥିବା ଘୋଷଣା ଏପ୍ରିଲ ପହିଲାଠାରୁ ପ୍ରଭାବୀ ହୋଇଯିବ। କାରଣ ଆସନ୍ତା ଏପ୍ରିଲ ପହିଲାଠାରୁ ଅନେକ ସାମଗ୍ରୀର ମୂଲ୍ୟ ବଢ଼ିଯିବ, ଯାହା ସାଧାରଣ ଖାଉଟିଙ୍କୁ ମୁଦ୍ରାସ୍ଫୀତି ଆକାରରେ ବଡ଼ ଝଟକା ଦେବ। ଏପ୍ରିଲରୁ ବଜାରରେ ଅନେକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ। ଏହା ସହିତ ବଜେଟରେ ପ୍ରସ୍ତାବିତ ସମସ୍ତ ପ୍ରକାର ଟିକସ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଯିବ। ଏହାର ଫଳସ୍ବରୂପ ନୂତନ ଆର୍ଥିକ ବର୍ଷରୁ କାର, ଇଭି,ସିଗାରେଟ୍, ରୂପା ସାମଗ୍ରୀ କିଣିବା ମହଙ୍ଗା ହେବ। ଅପରପକ୍ଷେ ପହିଲାଠାରୁ ଏଲଇଡି ଟିଭି, ପୋଷାକ, ମୋବାଇଲ୍ ଫୋନ୍, ଖେଳନା, ମୋବାଇଲ୍ ଏବଂ କ୍ୟାମେରା ଲେନ୍ସ ଆଦି ସାମଗ୍ରୀର ମୂଲ୍ୟ ହ୍ରାସ ଘଟିବ।
ଏପ୍ରିଲ ପହିଲାରୁ ସିଗାରେଟ୍ କିଣିବା ମହଙ୍ଗା ହେବ। କାରଣ ଚଳିତଥର ବଜେଟରେ ସରକାର ଏହାର ସୀମା ଶୁଳ୍କରେ ୧୬ ପ୍ରତିଶତ ବୃଦ୍ଧି ଘଟାଇଛନ୍ତି। ଏହାବ୍ୟତୀତ ରୋଷେଇ ଘରର ଚିମିନି, ଆମଦାନୀ ହୋଇଥିବା ସାଇକେଲ ଏବଂ ଖେଳନା, ସମ୍ପୂର୍ଣ୍ଣ ଆମଦାନୀ ହୋଇଥିବା କାର ଏବଂ ବୈଦ୍ୟୁତିକ ଯାନ, ଏକ୍ସ-ରେ ମେସିନ୍ ଏବଂ ଆମଦାନୀ ହୋଇଥିବା ରୂପା ସାମଗ୍ରୀ, ଆର୍ଟିଫିସିଆଲ ଅଳଙ୍କାର ମୂଲ୍ୟ ବୃଦ୍ଧି ଘଟିବ। ଏହି ସମୟରେ ଶସ୍ତା ହେବାକୁ ଥିବା ସାମଗ୍ରୀ ମଧ୍ୟରେ ଏଲଇଡି ଟିଭି, ପୋଷାକ, ମୋବାଇଲ୍ ଫୋନ୍, ମୋବାଇଲ୍ ଏବଂ କ୍ୟାମେରା ଲେନ୍ସ ଆଦି ରହିଛି। ୨୦୨୩ ସାଧାରଣ ବଜେଟରେ ଏହି ସମସ୍ତ ଉତ୍ପାଦ ଉପରେ ସୀମା ଶୁଳ୍କ ହ୍ରାସ କରିବାକୁ ସରକାର ଘୋଷଣା କରିଥିଲେ। ଏଗୁଡିକ ଉପରେ ସୀମା ଶୁଳ୍କ ୫ପ୍ରତିଶତରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଫଳରେ ଏପ୍ରିଲ ୧ ରୁ ଏହି ଜିନିଷଗୁଡ଼ିକ ଶସ୍ତା ହୋଇଯିବ।
ଏହାବ୍ୟତୀତ ନୂଆ ମାସରୁ ଯାନବାହାନର ମୂଲ୍ୟ ମଧ୍ୟ ବୃଦ୍ଧି ହେବାକୁ ଥିବାରୁ କାର କିଣିବା ମଧ୍ୟ ମହଙ୍ଗା ହେବ। ଟାଟା ମୋଟର୍ସ, ହିରୋ ମୋଟୋ କର୍ପ ଏବଂ ମାରୁତି ଭଳି କମ୍ପାନୀ ସେମାନଙ୍କ ଗାଡି ମୂଲ୍ୟ ବୃଦ୍ଧି ଘଟାଇବାକୁ ଘୋଷଣା କରିଛନ୍ତି। ଏଥିସହିତ ଏପ୍ରିଲ ୧ ରୁ ଏକ ନୂତନ ସେଦାନ୍ କାର କିଣିବା ମଧ୍ୟ ମହଙ୍ଗା ହେବ। ଏହାବାଦ୍‌ ଏପ୍ରିଲରୁ ଜରୁରୀ ଔଷଧ ସାମଗ୍ରୀ ମୂଲ୍ୟ ବୃଦ୍ଧି ଘଟିବାକୁ ଯାଉଛି। ଏଥିରେ ୯୦୦ ଔଷଧର ମୂଲ୍ୟ ବୃଦ୍ଧି ହେବ। ବିଭିନ୍ନ ଔଷଧ ସାମଗ୍ରୀର ମୂଲ୍ୟ ୧୨.୧୨% ବୃଦ୍ଧି ହୋଇପାରେ। ପେନ୍‌କିଲରଠାରୁ ଆଣ୍ଟିବାୟୋଟିକ୍ ଯାଏ ସବୁର ଦାମ୍‌ ବଢ଼ିପାରେ, ଯାହା ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା ଦେବ।