Sri Mandir - The Sakala
ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା
ପୁରୀ: ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକମାନଙ୍କୁ ଭକ୍ତମାନେ ଏକ ଭିନ୍ନ ଦୃଷ୍ଟିରେ ଦେଖିଥା’ନ୍ତି। ମହାପ୍ରଭୁଙ୍କ ସେବା କରୁଥିବାରୁ ସେମାନଙ୍କ ପ୍ରତି ସମସ୍ତଙ୍କ ସମ୍ମାନ ଥାଏ। ହେଲେ ଏମିତି ହାତଗଣତି କିଛି ସେବକ ରହିଛନ୍ତି ଯେଉଁମାନେ ତାଙ୍କ ଆଚାର ବ୍ୟବହାରରେ ଶାଳୀନତା ରଖୁନାହାନ୍ତି। ବିଭିନ୍ନ ବିଭ୍ରାଟ ପାଇଁ ସେମାନଙ୍କ ଉପରକୁ ଅଙ୍ଗୁଳି ଉଠୁଛି। ମନ୍ଦିର ପ୍ରଶାସନ ମଧ୍ୟ ସେମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଉଛି। ଏମିତି ଜଣେ ଶୁଦ୍ଧ ସୁଆର ଓ ଦଇତାପତି ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସମ୍ପୃକ୍ତ ସେବକ ଶ୍ରୀ ଦାସମହାପାତ୍ର ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କ ବିରୋଧରେ ପୁଲିସ ମୋକଦ୍ଦମା ରୁଜୁ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନଙ୍କ ଦୃଷ୍ଟିକୁ ଆସିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀମନ୍ଦିର ଆଇନ ଅନୁଯାୟୀ ତାଙ୍କୁ ଅନ୍ୟାଦେଶ ପାଇଁ ନିଲମ୍ବନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଉକ୍ତ ସେବକଙ୍କ ଅନୈତିକ କାର୍ଯ୍ୟ ସମଗ୍ର ସେବକ ସମାଜ ଏବଂ ଶ୍ରୀମନ୍ଦିରର ସମ୍ମାନ ଓ ମର୍ଯ୍ୟାଦା କ୍ଷୁଣ୍ଣ କରିଥିବା ପରିପ୍ରେକ୍ଷୀରେ ତାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରାଯାଇଛି। ଏହା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବା ସହିତ ନିଲମ୍ବନ ଅବଧିରେ ସମ୍ପୃକ୍ତ ସେବକ ସେବାରୁ ବଞ୍ଚିତ ହେବା ସହିତ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ନିଷେଧାଜ୍ଞା ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିରର ପ୍ରାୟତଃ ସେବକଙ୍କ ଆଚାର ବ୍ୟବହାର ସଠିକ୍‌ ଯୋଗୁଁ ନୀତିକାନ୍ତି ସମ୍ପାଦନ ଶୃଙ୍ଖଳିତ ହୋଇପାରୁଛି। କିନ୍ତୁ କିଛି ସେବକଙ୍କ ଅବାଞ୍ôଛତ କାର୍ଯ୍ୟକଳାପ ସମଗ୍ର ସେବକସମାଜକୁ ବଦନାମ୍‌ କରୁଥିବା ଦର୍ଶାଇ କୌଣସି ବି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ।
ପୁଣି ଖୋଲିଲା ଶ୍ରୀଜିଉଙ୍କ ରତ୍ନଭଣ୍ଡାର: ଦ୍ୱିତୀୟ ପର୍ଯ୍ୟାୟ ଗଣତିର ଆଜି ତୃତୀୟ ଦିନ
ମହାପ୍ରଭୁ ଶ୍ରୀଜିଉଙ୍କ ମୂଲ୍ୟବାନ ରତ୍ନ ଅଳଙ୍କାରର ଯାଞ୍ଚ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଆଜି ପୁଣିଥରେ ଖୋଲିଛି ଶ୍ରୀଜିଉଙ୍କ ରତ୍ନଭଣ୍ଡାର। ବର୍ତ୍ତମାନ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ଗଣତିର ତୃତୀୟ ଦିନରେ ବାହାର ରତ୍ନଭଣ୍ଡାରର ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ କରାଯାଉଛି। ଶ୍ରୀମନ୍ଦିରର ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ଏହି ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି।
ବାହାର ରତ୍ନଭଣ୍ଡାରର ଚାଲିଛି ଗଣତି
ଗତ ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନ ଭଣ୍ଡାରର ଗଣତି କାର୍ଯ୍ୟ ସଫଳତାର ସହ ଶେଷ ହୋଇଥିଲା। ଏହା ପରେ ଏପ୍ରିଲ ୮ ତାରିଖରୁ ଆରମ୍ଭ ହୋଇଛି ବାହାର ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା। ଏହି ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟତଃ ସୁନାବେଶ ଏବଂ ରାଜରାଜେଶ୍ୱର ବେଶରେ ବ୍ୟବହୃତ ହେଉଥିବା ଅଳଙ୍କାରଗୁଡ଼ିକର ଯାଞ୍ଚ କରାଯାଉଛି। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦିତ ହେଉଛି। ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିର୍ଭୁଲତା ବଜାୟ ରଖିବା ପାଇଁ ୩ଡି ମ୍ୟାପିଂ, ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି।
ଦର୍ଶନ ଓ ନୀତିକାନ୍ତି ଅବ୍ୟାହତ
ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଚାଲିଥିଲେ ମଧ୍ୟ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ହୋଇନାହିଁ। ଏହି ଗଣତି ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ରବିବାର ଦିନ (୧୨ ତାରିଖ) ବନ୍ଦ ରହି ପୁଣି ୧୩ ତାରିଖରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟ ସମ୍ପନ୍ନ ହେବା ପରେ ଭିତର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗଜପତି ମହାରାଜା ମଧ୍ୟ ନିକଟରେ ଶ୍ରୀମନ୍ଦିର ଯାଇ ଏହି ପ୍ରକ୍ରିୟାର ଅନୁଧ୍ୟାନ କରିଛନ୍ତି ଏବଂ ଭବିଷ୍ୟତରେ ଯେପରି କୌଣସି ବିବାଦ ସୃଷ୍ଟି ନହୁଏ, ସେଥିପାଇଁ ଗଣତି କାର୍ଯ୍ୟ ଅତ୍ୟନ୍ତ ସୁଚାରୁ ରୂପେ କରିବାକୁ ପରାମର୍ଶ ଦେଇଛନ୍ତି।
ପୁରୀ: ଅଣସର ଘରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା। ଦଇତାପତିମାନେ ଠାକୁରଙ୍କ ସେବା କରୁଛନ୍ତି। ଶନିବାର ଏକାଦଶୀରେ ମହାପ୍ରଭୁ ଲାଗି ହେବେ ଦଶମୂଳ। ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନେ ଏହି ଦଶମୂଳ ମୋଦକ ଲାଗି ହେଲେ ସୁସ୍ଥ ହୋଇଥା’ନ୍ତି। ତେଣୁ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ମହାପ୍ରଭୁଙ୍କ ପାଇଁ ଦଶମୂଳ ମୋଦକ ପ୍ରସ୍ତୁତ କରି ଶୁକ୍ରବାର ମନ୍ଦିର ଗାରଦରେ ଦାଖଲ କରିଛନ୍ତି।
ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ। ବୈଦ୍ୟ ସେବକଙ୍କ ସୂଚନା ମୁତାବକ, ଦଶମୂଳ ହେଉଛି ମହାପ୍ରଭୁଙ୍କ ଔଷଧ। ଏକ ମାସ ପୂର୍ବରୁ ଏହାକୁ ସଂଗ୍ରହ କରିବାକୁ ପଡିଥାଏ। ସ୍ନାନ ପୂର୍ଣ୍ଣିମା ପରେ ଦଶମୂଳ ଯଥା ଗମ୍ଭାରୀ, ଫଣଫଣା, ଶାଳପନ୍ନି, କୃଷ୍ଣପନ୍ନି, ଅଗବଥୁ, ଲବିଂ କୋଳି, ବେଲ, ଅଙ୍କରାନ୍ତି, ଗୋଖରା ଏବଂ ନବାଙ୍କୁରୀକୁ ଶୁଖାଯାଇଥାଏ। ଭଲ ଭାବେ ଶୁଖିଗଲା ପରେ ଏହାକୁ ହେମଦସ୍ତାରେ କୁଟି ଗୁଣ୍ଡ କରାଯାଏ। ଏହି ଗୁଣ୍ଡକୁ ଗାମୁଛାରେ ଛଣାଯାଏ। ନୂଆ କାଠ ଚୁଲିରେ କଡେଇ ବସାଯାଇ ଖୁଆ, ସର୍କରା, ସର, ମହୁ, ଘିଅ ଓ ଅଳ୍ପ ଭାଙ୍ଗ ଇତ୍ୟାଦି ପକାଯାଇ ଦଶମୂଳକୁ ପାଗ କରାଯାଏ। ପାଗ ପରେ ତାହାକୁ କଦଳୀପତ୍ର ଉପରେ ରଖି ଥଣ୍ଡା କରାଯାଏ। ଥଣ୍ଡା ହେଲା ପରେ ଗୋଲାକାର ମୋଦକ ପ୍ରସ୍ତୁତ ହୁଏ। ତିନୋଟି କୁଡ଼ୁଆରେ ଦଶମୂଳ ମୋଦକକୁ ରଖି ଏହା ଉପରେ କର୍ପୁର ପକାଇ ତାଳପତ୍ର ଭୋଗେଇରେ ପ୍ୟାକିଂ କରାଯାଏ। ଦଶମୀ ତିଥିରେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଲ କରାଯାଇଥାଏ। ଏହିସବୁ କାମ ଶୁଦ୍ଧପୁତ ଭାବେ ଏବଂ ମହାପ୍ରଭୁଙ୍କ ପ୍ରତି ନିଷ୍ଠା ରଖି କରାଯାଏ।
ଦଇତାପତି ସେବକଙ୍କ ମତରେ, ମହାପ୍ରଭୁ ମାନବୀୟ ଲୀଳା କରିଥା’ନ୍ତି। ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୁଅନ୍ତି। ଏହା ପରଠାରୁ ଆଷାଢ଼ କୃଷ୍ଣ ଦଶମୀ ଯାଏ ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥାନ୍ତି। ଠାକୁରଙ୍କୁ ଧଳା ପୁଷ୍ପ ଲାଗି ହୋଇଥାଏ। ଆଷାଢ଼ କୃଷ୍ଣ ଏକାଦଶୀରେ ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବେ। ଶ୍ରୀବିଗ୍ରହଙ୍କୁ ତୁଳସୀ ଲାଗି ହେବ। ଏହାପରେ ଜ୍ୱରରୁ ଉପଶମ ପାଇଁ ଦାରୁବିଗ୍ରହଙ୍କୁ ଦଶମୂଳ ଲାଗି କରାଯିବ।
ଆସନ୍ତାକାଲି ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ: ରବିବାର ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି। ଆସନ୍ତାକାଲି ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ। ଫଳରେ ଅପରାହ୍ନ ୫ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସଂପୂର୍ଣ୍ଣ ନିଷେଧ, ଜାନୁଆରୀ ପହିଲାରୁ କଡ଼ାକଡ଼ିଭାବେ ଲାଗୁ ହେବ ନିୟମ
ପୁରୀ: ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସଂପୂର୍ଣ୍ଣ ନିଷେଧ । ଜାନୁଆରୀ ୧ ତାରିଖରୁ କଡ଼ାକଡ଼ିଭାବେ ଲାଗୁ ହେବ ଏହି ନିୟମ । ଏ ନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିଛି । ପାନ , ଗୁଟଖା ଖାଇ ଶ୍ରୀମନ୍ଦିର ପରିସରକୁ ନ ଯିବା ପାଇଁ ଏବେ ଲୋକମାନଙ୍କ ସଚେତନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ଜାନୁଆରୀ ୧ରୁ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ପଡ଼ିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ଭକ୍ତ କି ସେବାୟତ କେହି ପାନ ଓ ଗୁଟଖା ସେବନ କରି ଶ୍ରୀମନ୍ଦିରକୁ ଯାଇପାରିବେନି । ବରାହ ପୁରାଣ ଆଧାରରେ ଏହି କଟକଣା କରାଯାଇଛି ।
ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ପୂର୍ବରୁ ପାଞ୍ଚଶହ ଟଙ୍କା ଜରିମାନା କରାଯାଇଥିଲେ ମଧ୍ୟ ବ୍ଯବସ୍ଥା ଗତ ତ୍ରୁଟି ଯୋଗୁଁ ସଠିକ ଭାବେ କାର୍ଯ୍ଯକାରୀ ହୋଇପାରିନଥିଲା। ତେବେ ଏହା କୌଣସି କଟକଣା ନୁହେଁ ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର। ବରାହ ପୁରାଣ ଓ ନିଳାଦ୍ରୀ ମହୋଦୟରେ ଏହା ଉପରେ ଉଲ୍ଲେଖ ରହିଛି। ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି। ସେହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣାକୁ ଲାଗୁ କରିଥିବା ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ
ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ରାତି ପାହିଲେ ମିଳିବ ମହାପ୍ରଭୁଙ୍କ ଦର୍ଶନ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ସକାଳ ୮ରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରମାଣିକ ଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି । ସକାଳ ୯ରୁ ୧୦ଟା ୩୦ ସର୍ବସାଧାରଣ ଦର୍ଶନ ହେବ । ସେହିପରି ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ରୁ ସାଢେ ୬, ରାତି ୯ରୁ ୧୦ଟା ୩୦ ଓ ରାତି ୧୧ଟା ୩୦ରୁ ୧୨ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ବିଶେଷ ନୀତି ପାଇଁ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଓ ସନ୍ଧ୍ୟା ୬ଟା ୩୦ରୁ ରାତି ୯ ଟା ଯାଏ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।
ସେହିପରି ପରଦିନ ଉଭାଯାତ୍ରା । ସକାଳ ୪ରୁ ୬ଟା ୩୦, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ଗୋଟାଏ ୩୦ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ଯାଏ ଜଗାଦର୍ଶନ କରିପାରିବେ ଭକ୍ତ । ସକାଳ ୬ଟା ୩୦ରୁ ଦିନ ୧୨ଟା ୩୦, ଅପରାହ୍ନ ଗୋଟାଏ ୩୦ରୁ ୩ଟା ୩୦ ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସମ୍ପାଦନ ପାଇଁ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ବନକଲାଗି ନୀତି । ସ୍ବତନ୍ତ୍ର ନୀତିକାନ୍ତି ସହ ଅଣସରର ଅନ୍ତିମ ଦିନରେ ମହାପ୍ରଭୁଙ୍କ ବନକଲାଗି ନୀତି ହେଉଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଦୁଇଦିନ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ମକଡ୍ରିଲ କରିଛି ପୋଲିସ । ରଥଟଣା, ଭିଡ଼ ନିୟନ୍ତ୍ରଣ‌ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ଦିଆଯାଇଛି ପ୍ରଶିକ୍ଷଣ ।
ଆଉ ଦୁଇଟା ଦିନ ପରେ ଆୟୋଜିତ ହେବ ବିଶ୍ୱ ନିଅନ୍ତାଙ୍କ ଘୋଷଯାତ୍ରା । ଏଥିଲାଗି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥକାମ । ସୋମବାର ପ୍ରତ୍ୟେକ ରଥରେ ପାର୍ଶ୍ୱଦେବତାଙ୍କୁ ସ୍ଥାପନ କରାଯାଇଛି । ମଙ୍ଗଳବାର ରଥରେ ଠେକରାବାଡ଼ ବୁଲିବ । ଚିତ୍ରକାରମାନେ ପ୍ରଭାରେ ରଙ୍ଗ କାର୍ଯ୍ୟ ସାରିଛନ୍ତି । କୋଠସୁଆଁସିଆ ସେବକମାନେ ରଥରେ କନା ମଣ୍ଡଣୀ କରି ପିତ୍ତଳ ସାଜ ଲଗାଇବେ । ପ୍ରଭା ସ୍ଥାପନ ପରେ ଚକା ସିଂହାସନ ପଡ଼ିଲେ ରଥ ନିର୍ମାଣ କାର୍ଯ୍ୟ ସରିବ ।
ଜଗା ଦର୍ଶନ ହେଲା ଶେଷ ଦର୍ଶନ; ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ଉଡିଗଲା ଭକ୍ତଙ୍କ ପ୍ରାଣବାୟୁ
ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବାବେଳେ ଜଣେ ଛତିଶଗଡ଼ ଭକ୍ତ ମୃତ୍ୟୁବରଣ କରିଛନ୍ତି । ଶ୍ରୀମନ୍ଦିରର ବିମଳା ମନ୍ଦିର ଠାରେ ଘଟିଛି ଏହି ଅଘଟଣ। ମୃତକଜଣକ ହେଲେ ଛତିଶଗଡ଼ର ୱାଇ.ଜି. ମୂର୍ତ୍ତି(୭୨)।
ସୂଚନା ଅନୁସାରେ, ଜଗା ଦର୍ଶନ ପାଇଁ ୱାଇ.ଜି. ଛତିଶଗଡ଼ରୁ ପୁରୀ ଆସିଥିଲେ। ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ହଠାତ ସେ ଅଚେତ ହୋଇ ପଡିଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ସେପଟେ ଭକ୍ତଙ୍କ ମୃତ୍ୟୁ ପରେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ନେଇ କୌଣସି ସୂଚନା ମିଳିନାହିଁ । ଯେହେତୁ ସେ ବେଢା ଭିତରେ ଅଚେତ ଅବସ୍ଥାରେ ପଡିଥିଲେ, ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ସୃଷ୍ଟ ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି ।