George Tirkey - The Sakala
ପରଲୋକରେ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କି
ରାଉରକେଲା: ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ତଥା ୪ଥରର ବିଧାୟକ, ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କି ଆଉ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ଵର ଆପୋଲୋ ହସ୍‌ପିଟାଲ୍‌ରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୬୭ ବର୍ଷ ହୋଇଥିଲା । ଗତ କିଛିମାସ ଧରି ସେ ଗୁରୁତର ଅସୁସ୍ଥ ଥିଲେ। ଶୁକ୍ରବାର ଅପରାହ୍‌ଣରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ୍ ଜେନେରାଲ୍ ହସ୍ପିଟାଲ୍‌କୁ ନିଆ ଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ ଅପରାହ୍ଣ ୪ଟାରେ ଭୁବନେଶ୍ଵର ଆପୋଲୋ ହସ୍‌ପିଟାଲ୍‌କୁ ପଠା ଯାଇଥିଲା । ତେବେ ଆପୋଲୋ ହସ୍‌ପିଟାଲ୍‌ରେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ଶେଷ ଶଯ୍ୟା ନିକଟରେ ତାଙ୍କ ପୁଅ ତଥା ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କି ଏବଂ ପରିବାରର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ। ଶନିବାର ଅପରାହ୍‌ଣରେ ପୈତୃକ ଗ୍ରାମ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଝୁନମୁରଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।
ସୁନ୍ଦରଗଡ଼: ପୁଣି ଶଙ୍ଖ ଧରିବେ ଆଦିବାସୀ ନେତା ଜର୍ଜ ତିର୍କୀ । ବିଜେଡି ଛାଡ଼ିବା ତାଙ୍କର ବଡ଼ ଭୁଲ ଥିଲା ବୋଲି ଜର୍ଜ ତିର୍କୀ କହିଛନ୍ତି । ମାର୍ଚ୍ଚରେ ପୁଣି ବିଜେଡିକୁ ଫେରିବେ ଜର୍ଜ । ସମର୍ଥକଙ୍କ ସହ ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ନେତା । ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜର୍ଜ ତିର୍କୀ । ୨୦୦୬ରେ ବିଜେଡି ଛାଡ଼ିଥିଲେ ଜର୍ଜ ତିର୍କୀ । ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ବିଜେଡିରେ ଯୋଗଦାନ କରିବେ । ସୁନ୍ଦରଗଡ଼ ଜିଲ୍ଲାର ବିକାଶ କାର୍ଯ୍ଯ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଜର୍ଜ ତିର୍କୀ ।
ଦଳର କୌଣସି ଭବିଷ୍ୟତ ନାହିଁ କହି କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ ଜର୍ଜ ତିର୍କୀ
ସୁନ୍ଦରଗଡ଼: ହାତ ଛାଡିଲେ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ । କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ଜର୍ଜ ତିର୍କୀ । ସେ ତାଙ୍କ ଇସ୍ତଫା ପତ୍ର ପିସିସିକୁ ପଠାଇଛନ୍ତି । ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଜର୍ଜ ତିର୍କୀ କହିଛନ୍ତି, ଅସ୍ତିତ୍ବ ହରାଇଛି କଂଗ୍ରେସ । ଦଳର କୌଣସି ଭବିଷ୍ୟତ ନାହିଁ କହି କଂଗ୍ରେସ ଛାଡୁଥିବା ଲେଖିଛନ୍ତି ।
ଦଳର ଉନ୍ନତି ତଥା ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବାକୁ ବହୁତ ଚେଷ୍ଟା ସତ୍ବେ ପିସିସି ଓ ଏଆଇସିସି ଅଣଦେଖା କରିବାରୁ ସେ ଦଳରୁ ଇସ୍ଥଫା ଦେଇଥିବା କଥା ଉଲ୍ଲେଖ କରିଛନ୍ତି । ୪ ଥର ବୀରମିତ୍ରପୁର ଆସନରୁ ବିଧାୟକ ହୋଇଥିଲେ ଜର୍ଜ ତିର୍କୀ । ଜେଏମଏମରୁ ୧୯୯୫ ଓ ୨୦୦୦ ମସିହାରେ ହୋଇଥିଲେ ବିଧାୟକ । ୨୦୦୨ରେ ଜେଏମଏମ ଛାଡି ବିଜେଡିରେ ମିଶିଥିଲେ ।
୨୦୦୪ରେ ବିଜେଡି ଛାଡିଥିଲେ । ୨୦୦୯ରେ ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବେ ଲଢ଼ି ବିଧାୟକ ହୋଇଥିଲେ । ୨୦୧୪ରେ ସମତା କ୍ରାନ୍ତି ଦଳ ନାଁରେ ନିଜସ୍ବ ଦଳ ଗଠନ କରି ବୀରମିତ୍ରପିର ଆସନରୁ ଜିତିଥିଲେ । କିଛି ବର୍ଷ ପରେ ପୁଣି ଜେଏମଏମକୁ ଫେରିଥିଲେ । ୨୦୧୮ରେ କଂଗ୍ରେସରେ ମିଶିଥିଲେ । ୨୦୧୯ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ପରାଜିତ ହୋଇଥିଲେ ଜର୍ଜ ତିର୍କୀ ।