Biramitrapur - The Sakala

ଦଳର କୌଣସି ଭବିଷ୍ୟତ ନାହିଁ କହି କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ ଜର୍ଜ ତିର୍କୀ
ସୁନ୍ଦରଗଡ଼: ହାତ ଛାଡିଲେ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ । କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ଜର୍ଜ ତିର୍କୀ । ସେ ତାଙ୍କ ଇସ୍ତଫା ପତ୍ର ପିସିସିକୁ ପଠାଇଛନ୍ତି । ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଜର୍ଜ ତିର୍କୀ କହିଛନ୍ତି, ଅସ୍ତିତ୍ବ ହରାଇଛି କଂଗ୍ରେସ । ଦଳର କୌଣସି ଭବିଷ୍ୟତ ନାହିଁ କହି କଂଗ୍ରେସ ଛାଡୁଥିବା ଲେଖିଛନ୍ତି ।

ଦଳର ଉନ୍ନତି ତଥା ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବାକୁ ବହୁତ ଚେଷ୍ଟା ସତ୍ବେ ପିସିସି ଓ ଏଆଇସିସି ଅଣଦେଖା କରିବାରୁ ସେ ଦଳରୁ ଇସ୍ଥଫା ଦେଇଥିବା କଥା ଉଲ୍ଲେଖ କରିଛନ୍ତି । ୪ ଥର ବୀରମିତ୍ରପୁର ଆସନରୁ ବିଧାୟକ ହୋଇଥିଲେ ଜର୍ଜ ତିର୍କୀ । ଜେଏମଏମରୁ ୧୯୯୫ ଓ ୨୦୦୦ ମସିହାରେ ହୋଇଥିଲେ ବିଧାୟକ । ୨୦୦୨ରେ ଜେଏମଏମ ଛାଡି ବିଜେଡିରେ ମିଶିଥିଲେ ।

୨୦୦୪ରେ ବିଜେଡି ଛାଡିଥିଲେ । ୨୦୦୯ରେ ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବେ ଲଢ଼ି ବିଧାୟକ ହୋଇଥିଲେ । ୨୦୧୪ରେ ସମତା କ୍ରାନ୍ତି ଦଳ ନାଁରେ ନିଜସ୍ବ ଦଳ ଗଠନ କରି ବୀରମିତ୍ରପିର ଆସନରୁ ଜିତିଥିଲେ । କିଛି ବର୍ଷ ପରେ ପୁଣି ଜେଏମଏମକୁ ଫେରିଥିଲେ । ୨୦୧୮ରେ କଂଗ୍ରେସରେ ମିଶିଥିଲେ । ୨୦୧୯ରେ ସୁନ୍ଦରଗଡ଼ ଲୋକସଭା ଆସନରୁ ପରାଜିତ ହୋଇଥିଲେ ଜର୍ଜ ତିର୍କୀ ।