Hockey World Cup - The Sakala
ହକି ବିଶ୍ବକପ୍‌ ୨୦୨୩ : ସୁଟ ଆଉଟରେ ଇଂଲଣ୍ଡକୁ ହରାଇ ତୃତୀୟ ଦଳ ଭାବେ ସେମିରେ ଜର୍ମାନି
ଭୁବନେଶ୍ବର : ହକି ବିଶ୍ବକପ୍‌ ୨୦୨୩ରେ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା କ୍ବାଟର ଫାଇନାଲ ମ୍ୟାଚରେ ଜର୍ମାନି ପେନାଲ୍ଟି ଶୁଟ ଆଉଟ୍ ରେ ୪-୩ ଗୋଲରେ ଇଂଲଣ୍ଡକୁ ହରାଇ ସେମି ଫାଇନାଲରେ ନିଜ ଜାଗା ପକ୍କା କରିଛି।
ଆଜି ଖେଳାଯାଉଥିବା ହକି ବିଶ୍ବକପ୍‌ ୨୦୨୩ର ତୃତୀୟ କ୍ଵାଟର ଫାଇନାଲରେ ଇଂଲଣ୍ଡ ଆଉ ଜର୍ମାନି ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ସଂପୂର୍ଣ୍ଣ ସମୟ ଶେଷ ହେବା ପରେ ଉଭୟ ଦଳ ୨-୨ ଗୋଲ ରେ ରହିଥିଲେ। ଖେଳ ଆରମ୍ଭରୁ ହିଁ ଇଂଲଣ୍ଡ ଜର୍ମାନି ଉପରେ ଭାରି ଥିବାର ଦେଖିବାକୁ ମିଳିଥିଲା। ଇଂଲଣ୍ଡ ତରଫରୁ ଯାଚେରୀ ୱେଲେସ ୧୧ ମିନିଟରେ ହିଁ ପ୍ରଥମ ଗୋଲ ସ୍କୋର କରିଥିଲେ ଏବଂ ଲିଆନ ଅନ୍ସେଲ ୩୨ ମିନିଟରେ ପେନାଲ୍ଟି କର୍ଣ୍ଣର ଜରିଆରେ ଦ୍ଵିତୀୟ ଗୋଲ ସ୍କୋର କରି ୨-୦ ରେ ଦଳ ଲିଡ଼ କରୁଥିଲା। କିନ୍ତୁ ଶେଷ ୩ ମିନିଟରେ ଜର୍ମାନୀ ଖେଳ ବଦଳେଇ ଦେଇଥିଲା । ଜର୍ମାନୀ ତରଫରୁ ମେଟ୍ ଗ୍ରାମ୍ବୁସ ୫୭ ମିନିଟରେ ପ୍ରଥମ ଗୋଲ ଦେଇଥିଲେ ଏବଂ ୫୮ ମିନିଟରେ ଟମ୍ ଗ୍ରାମ୍ବୁସ ପେନାଲ୍ଟି ଷ୍ଟ୍ରୋକ ଦ୍ବାରା ଦ୍ଵିତୀୟ ଗୋଲ ଦେଇ ସ୍କୋର ୨-୨ ରେ ବରାବର କରିଥିଲେ। ତାପରେ ଉଭୟଙ୍କ ମଧ୍ୟରେ ପେନାଲ୍ଟି ଶୁଟ ଆଉଟ୍ ହେଇଥିଲା ଏବଂ ଯେଉଁଥିରେ ୪-୩ ରେ ଜର୍ମାନୀ ବିଜୟୀ ହୋଇଛି।
ଅନ୍ୟପଟେ ଗତକାଲି କଳିଙ୍ଗରେ ଖେଳାଯାଇଥିବା ଅନ୍ୟ ଦୁଇଟି କ୍ଵାଟର ଫାଇନାଲରେ ବିଜୟ ହାସଲ କରି ବିଶ୍ବ ମାନ୍ୟତାର ୧ ଓ ୨ ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଓ ବେଲ୍‌ଜିୟମ ପ୍ରଥମ ଦୁଇ ଦଳ ଭାବେ ଚଳିତ ହକି ବିଶ୍ବକପ୍‌ର ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାରର କ୍ବାର୍ଟରଫାଇନାଲ୍‌ରେ ୩ ଥର ବିଜେତା ଅଷ୍ଟ୍ରେଲିଆ ୪-୩ ଗୋଲ୍‌ରେ ସ୍ପେନ୍‌କୁ ଏବଂ ‌ବିଜେତା ବେଲ୍‌ଜିୟମ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ୧୯୮୬, ୨୦୧୦ ଓ ୨୦୧୪ରେ ବିଜେତା ହୋଇଥିଲା ବେଳେ ଗତ ଥର କାଂସ୍ୟରେ ସନ୍ତୁଷ୍ଟ ରହିଥିଲା। ଏହି ଦଳ ଲିଗ୍‌ ପର୍ଯ୍ୟାୟରେ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍‌-ଏ’ ଟେବୁଲର ଶୀର୍ଷରେ କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା।
ଅନ୍ୟପକ୍ଷରେ ଭୁବନେଶ୍ବରରେ ଗତ ସଂସ୍କରଣ ମୁକୁଟ କରାୟତ୍ତ କରିଥିବା ବେଲ୍‌ଜିୟମ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ଗ୍ରୁପ୍‌-ବି’ ଟେବୁଲର ଶୀର୍ଷରେ ରହି କ୍ବାର୍ଟରଫାଇନାଲ୍ ଆସିଥିଲା। ସେହିପରି ଆଜି ଆଉ ଗୋଟିଏ କ୍ବାଟର ଫାଇନାଲ ନେଦରଲାଣ୍ଡ୍ସ-କୋରିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ବିଜେତା ଚଳିତ ବିଶ୍ବକପ୍‌ର ଚତୁର୍ଥ ସେମିଫାଇନାଲିଷ୍ଟ ହେବେ।
ହକି ବିଶ୍ବକପ ୨୦୨୩: ଆଜିଠୁ କ୍ବାର୍ଟର ଫାଇନାଲ ମୁକାବିଲା, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ସ୍ପେନ
ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ର ପ୍ରଥମ ପର୍ଯ୍ୟାୟ ନକ୍‌‌ଆଉଟ ମୁକାବିଲା ବା କ୍ରସ୍‌‌ଓଭର ଖେଳ ଶେଷ ହୋଇଛି। ଏଥିସହ ନକ୍‌‌ଆଉଟର ଦ୍ୱିତୀୟ ପର୍ଯ୍ୟାୟ ବା କ୍ୱାର୍ଟର ଫାଇନାଲରେ କିଏ କାହା ସହ ଖେଳିବେ ତାହା ସ୍ଥିର ହୋଇଯାଇଛି। ଆଜି କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ସହ ସ୍ପେନ୍‌‌ ଓ ବେଲଜିୟମ ସହ ନ୍ୟୁଜିଲାଣ୍ଡର ମୁକାବିଲା ହେବ। ଅପରାହ୍ନ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ହେବ ପ୍ରଥମ କ୍ବାର୍ଟର ଫାଇନାଲ ଟକ୍କର । ସେହିପରି ସଂଧ୍ୟା ୭ଟାରେ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡସ ।ଏହାପରେ ଜାନୁଆରୀ ୨୫ ତାରିଖରେ ବାକି ଦୁଇଟି କ୍ୱାର୍ଟର ଫାଇନାଲ ଖେଳାଯିବ। ଏହା ମଧ୍ୟରେ ନେଦରଲାଣ୍ଡ ସହ ଦକ୍ଷିଣ କୋରିଆ ପ୍ରଥମ ମ୍ୟାଚ୍‌‌ରେ ଏବଂ ଇଂଲଣ୍ଡ ସହ ଜର୍ମାନୀ ଦ୍ୱିତୀୟ ମ୍ୟାଚ୍‌‌ରେ ମୁକାବିଲା କରିବେ।
କଳିଙ୍ଗ ଷ୍ଟାଡିୟମ୍‌‌ରେ ସୋମବାର ଖେଳାଯାଇଥିବା କ୍ରସ୍‌‌ ଓଭର ମ୍ୟାଚ୍‌‌ରେ ଜର୍ମାନୀ ୫-୧ ଗୋଲ୍‌‌ରେ ଫ୍ରାନ୍ସକୁ ଓ ଦକ୍ଷିଣ କୋରିଆ ୩-୨ ପେନାଲ୍ଟି ସୁଟଆଉଟ ଗୋଲ୍‌‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଖେଳାଯାଇଥିବା ପ୍ରଥମ ଦୁଇଟି ହାଇଭୋଲ୍ଟେଜ୍‌‌ କ୍ରସ୍‌‌ ଓଭର ମ୍ୟାଚ୍‌‌ ସଡନ୍‌‌ ଡେଥ୍‌‌ରେ ଶେଷ ହୋଇଥିଲା। ଏଥିରେ ସ୍ପେନ୍‌‌ ୪-୩ ଗୋଲରେ ମାଲେସିଆକୁ ଓ ନ୍ୟୁଜିଲାଣ୍ଡ ୫-୪ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ପୂର୍ବରୁ ପୁଲ୍‌‌ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍‌‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।
ଅନ୍ୟପଟେ ପରାଜିତ ଦଳଗୁଡିକ ମଧ୍ୟରେ ପ୍ରଥମ କ୍ଲାସିଫିକେସନ ମୁକାବିଲା ଜାନୁଆରୀ ୨୪ରେ ଖେଳାଯିବ। ଏହି ଦିନ ୪ଟି ମ୍ୟାଚ୍‌‌ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ସହ ଜାପାନର ମୁକାବିଲା ହେବ। ପ୍ରଥମ ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକା ସହ ମାଲେସିଆ, ତୃତୀୟ ମ୍ୟାଚ୍‌‌ରେ ଚିଲି ସହ ଆର୍ଜେଣ୍ଟିନା ଓ ଚତୁର୍ଥ ତଥା ଶେଷ ମ୍ୟାଚ୍‌‌ରେ ଫ୍ରାନ୍ସ ସହ ୱେଲ୍ସର ମୁକାବିଲା ହେବ। ଏ ସମସ୍ତ ମୁକାବିଲା ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ଖେଳାଯିବ।
ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚ୍‌ : କ୍ବାଟର ଫାଇନାଲ ଟିକଟ୍‌ ପାଇଁ କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ ଲଢେଇ
ଭୁବନେଶ୍ୱର : ପ୍ଲେ ମେକର ହାର୍ଦ୍ଦିକ ସିଂ ଆହତ ଯୋଗୁ ଦଳରୁ ବାଦ୍‌‌। ପେନାଲ୍ଟି କର୍ଣ୍ଣରରୁ ଗୋଲ କରିବାରେ ଭାରତୀୟ ଖେଳାଳିଙ୍କ ଅସାମର୍ଥ୍ୟତା। ୱେଲ୍ସଠାରୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଦୁଇଟି ଗୋଲ ବରଣ କରିବା ପରେ ରକ୍ଷଣଭାଗର ଦୁର୍ବଳତା ମଧ୍ୟରେ ଭାରତ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ନ୍ୟୁଜିଲାଣ୍ଡ ସହ ଚଳିତ ହକି ବିଶ୍ୱକପ୍‌‌ର ଦ୍ୱିତୀୟ କ୍ରସ୍‌‌ ଓଭର ମ୍ୟାଚ୍‌‌ ଖେଳିବାକୁ ଯାଉଛି। ଏହା ସତ୍ତ୍ବେ ଏହି ମ୍ୟାଚ୍‌‌ରେ ଭାରତକୁ ଫେବରିଟ୍‌‌ ବୋଲି ବିବେଚନା କରାଯାଇଛି। ଏହି ମ୍ୟାଚ୍‌‌ରେ ଯେଉଁ ଦଳ ବିଜୟୀ ହେବ ସେହି ଦଳ ବେଲଜିୟମ୍‌‌ ସହ କ୍ବାଟର ଫାଇନାଲ  ଖେଳିବ।
ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପୁଲ-ଡି’ରେ ସ୍ଥାନ ପାଇଥିଲାବେଳେ ସ୍ପେନ୍‌‌ ଓ ଇଂଲଣ୍ଡ ବିପକ୍ଷରେ ଚମତ୍କାର ଖେଳିଛି। କିନ୍ତୁ ସେହି ଖେଳ ୱେଲ୍ସ ବିପକ୍ଷରେ ଦେଖିବାକୁ ମିଳି ନଥିଲା। ତଥାପି ଭାରତ ନିକଟରେ ନ୍ୟୁଜିଲାଣ୍ଡକୁ ହରାଇବାର ଯଥେଷ୍ଟ ଦକ୍ଷତା ରହିଛି ଓ ଏହା ହରାଇବ ମଧ୍ୟ। ଦଳର ସବୁଠାରୁ ବଡ଼ ସମସ୍ୟା ହେଉଛି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ନପାରିବା। ଯାହା ଫଳରେ ଭାରତ ଫିଲ୍ଡରେ ଭଲ ଖେଳିଥିଲେ ମଧ୍ୟ ଆତ୍ମବିଶ୍ୱାସର ସହ ଖେଳିପାରୁ ନାହିଁ।
ଦଳର ପ୍ରମୁଖ ଡ୍ରାଗ୍‌‌ ଫ୍ଲିକର ତଥା ଅଧିନାୟକ ହରମନପ୍ରୀତ୍‌‌ଙ୍କ ସଟ୍‌‌କୁ ସହଜରେ ପ୍ରତିପକ୍ଷ ଖେଳାଳିମାନେ ଅଟକାଇ ଦେଉଛନ୍ତି। ଯାହା ଫଳରେ ଭାରତ ୩ଟି ମ୍ୟାଚ୍‌‌ରେ ୨୦ଟି ପେନାଲ୍ଟି କର୍ଣ୍ଣର ପାଇ ମାତ୍ର ଦୁଇଟିରେ ଡାଇରେକ୍ଟ ଗୋଲ ଦେଇଛି। ଏଥିଲାଗି ଶନିବାର ଭାରତୀୟ ଦଳ ଅଧିକ ସମୟ ପେନାଲ୍ଟି କର୍ଣ୍ଣରୁ କିପରି ଗୋଲ କରାଯାଇ ପାରିବ, ତାହା ଉପରେ ଅଭ୍ୟାସ କରିଥିଲା। ଅମିତ ରୋହିଦାସ ଓ ସୁରେନ୍ଦର କୁମାରଙ୍କୁ ଅଧିକ ସଟ୍‌‌ ନେବାକୁ ସୁଯୋଗ ମିଳିଥିଲା। ଏଣୁ ଭାରତ ପରବର୍ତ୍ତୀ ମ୍ୟାଚ୍‌‌ ଗୁଡ଼ିକରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡଠାରୁ ଭାରତ ଅଧିକ ବିପଦ ଆଶା କରୁନାହିଁ। ଏହି ଦଳ କୌଣସି ଏକ ବଡ଼ ଇଭେଣ୍ଟରେ ଶେଷଥର ଲାଗି ଭାରତୁ କମନୱେଲଥ ଗେମ୍ସ ସେମିଫାଇନାଲରେ ହରାଇଥିଲା। ଗତ ୫ ବର୍ଷରେ ଦୁଇ ଦଳ ମଧ୍ୟରେ ୧୩ଟି ମ୍ୟାଚ୍‌‌ ଖେଳାଯାଇଛି। ଏହା ମଧ୍ୟରେ ଭାରତ ମାତ୍ର ୨ଟି ମ୍ୟାଚ୍‌‌ରେ ହାରିଛି। ଏଣୁ ଫର୍ମ ଓ ରେକର୍ଡ ଦୃଷ୍ଟିରୁ ଭାରତ ଭଲ ଖେଳିବ ବୋଲି ଆଶା କରିବା ସ୍ୱାଭାବିକ୍‌‌। ପୁଲରେ ମାଲେସିଆଠାରୁ ନ୍ୟୁଜିଲାଣ୍ଡର ପରାଜୟ ମଧ୍ୟ ଭାରତକୁ ଆଶ୍ୱାସନା ଦେଇଛି। ଏଣୁ ଗ୍ରାହାମ ରିଡ୍‌‌ଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ହରାଇବାର କ୍ଷମତା ରଖିଛି ବୋଲି ଭାବିବାକୁ ହେବ।
ହକି ବିଶ୍ୱକପରେ ଆଜିଠୁ କ୍ରସ ଓଭର ମ୍ୟାଚ୍: ସନ୍ଧ୍ୟା ୭ଟାରେ ଭାରତ-ନ୍ୟୁଜିଲାଣ୍ଡ ହାଇଭୋଲଟେଜ ମ୍ୟାଚ
ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌ରେ ଆଜିଠୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ୍ । ବିଶ୍ୱକପ୍‌‌ର ପୁଲ ପର୍ଯ୍ୟାୟ ମ୍ୟାଚ୍‌‌ ଶେଷ ହୋଇଯାଇଛି। ୪ଟି ଟିମ୍ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କ୍ରସ ଓଭରରୁ ଅବଶିଷ୍ଟ ୪ଟି ଦଳ କ୍ୱାର୍ଟରକୁ ଉନ୍ନୀତ ହେବେ । ତେବେ ଆଜି ଭାରତ ପାଇଁ କର ବା ମର ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍ ସିର ତୃତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା ୭ଟା ମ୍ୟାଚ୍ ଉପରେ ନଜର ରହିଛି । କାରଣ ଏହି ମ୍ୟାଚରେ ନ୍ୟୁଜଲାଣ୍ଡକୁ ଟକ୍କର ଦେବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ବିଜୟୀ ହୋଇ ମେନ୍ ଇନ୍ ବ୍ଲ୍ୟୁ କ୍ୱାର୍ଟର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ଗତ ବିଶ୍ୱକପରେ ଭାରତକ କ୍ୱାର୍ଟର ଫାଇନାଲରୁ ପରାଜିତ ହୋଇଥିଲା । ତେଣୁ ଏଥର ମ୍ୟାଚ ଜିତି କ୍ୱାର୍ଟରକୁ ଯିବାକୁ ଲକ୍ଷରେ ଖେଳିବ ଟିମ୍ ଇଣ୍ଡିଆ ।
ଫର୍ମାଟ ଅନୁଯାୟୀ ପ୍ରତ୍ୟେକ ପୁଲ୍‌‌ର ନଂ-୧ ଟିମ୍‌‌ ଯଥା ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ୍‌‌ସ ଓ ଇଂଲଣ୍ଡ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ୱାର୍ଟର ଫାଇନାଲର ଅନ୍ୟ ୪ଟି ସ୍ଥାନ ଲାଗି ଆଜିଠାରୁ କ୍ରସ୍‌‌ଓଭର ବା ଅନ୍ୟ ପକ୍ଷରେ କହିଲେ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲା ହେବ।
ଏହି କ୍ରସ୍‌‌ ଓଭରରେ ପ୍ରଥମ ମ୍ୟାଚ୍‌‌ ପୁଲ-ସି’ରେ ଦ୍ୱିତୀୟ ସ୍ଥାନରେ ଥିବା ମାଲେସିଆ ସହ ପୁଲ-ଡି’ର ତୃତୀୟ ସ୍ଥାନିତ ଦଳ ସ୍ପେନର ମୁକାବିଲା ହେବ। ଏହା ପରେ ପୁଲ-ଡି’ରେ ଦ୍ୱିତୀୟ ହୋଇଥିବା ଭାରତ ସହ ପୁଲ-ସି’ର ତୃତୀୟ ଦଳ ନ୍ୟୁଜିଲାଣ୍ଡ ଖେଳିବ। ଉଭୟ ମ୍ୟାଚ୍‌‌ କଳିଙ୍ଗ ଷ୍ଟାଡିୟମ୍‌‌ରେ ଖେଳାଯିବ। ଆୟୋଜକ ଭାବେ ଭାରତ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ଏହି ମ୍ୟାଚ୍‌‌ର ଫଳାଫଳକୁ ନେଇ ଚାପରେ ରହିଛି। କାରଣ ଏହା ହେଉଛି ନକ୍‌‌ଆଉଟ ପର୍ଯ୍ୟାୟ। ଏବେଠାରୁ ମ୍ୟାଚ୍‌‌ରେ ପରାଜିତ ହେବା ଅର୍ଥ ବିଶ୍ୱକପ୍‌‌ରୁ ବିଦାୟ। ଦୀର୍ଘ ୪୮ ବର୍ଷ ପରେ ଭାରତ ପଦକ ଜିତିବାକୁ ଆଶା ରଖିଥିଲାବେଳେ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମେ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ଜରୁରୀ। ଭାରତ ଯଦି ଏହି ମ୍ୟାଚ୍‌‌ରେ ବିଜୟୀ ହୁଏ, ତେବେ ଜାନୁଆରୀ ୨୪ରେ ବେଲଜିୟମ୍‌‌ ସହ କ୍ୱାର୍ଟର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବ। ଏଣୁ ଏବେ ଠାରୁ ଭାରତ ପ୍ରତ୍ୟେକ ମ୍ୟାଚ୍‌‌କୁ ସେମିଫାଇନାଲ ଭାବେ ବିବେଚନା କରିବ ବୋଲି କୋଚ୍‌‌ ଗ୍ରାହାମ ରିଡ୍‌‌ କହିଛନ୍ତି।
ହକି ବିଶ୍ବକପ୍‌ ୨୦୨୩ : ୭-୨ ଗୋଲ୍‌ରେ କୋରିଆକୁ ହରାଇଲା ଜର୍ମାନୀ
ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍‌ ମ୍ୟାଚ୍‌ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଆଜିର ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍‌ରେ ବିଜୟୀ ହୋଇଛି। ୱେଲେନ୍‌ ନିକଲାସ ଜର୍ମାନି ପକ୍ଷରୁ ସର୍ବାଧିକ ୩ଟି ଗୋଲ୍‌ ଦେଇଥିଲେ। ୱେଲେନ୍‌ ନିକଲାସ ୧, ୧୬ ଓ ୪୦ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ସେହିପରି ଜର୍ମାନୀ ଦଳର ପେଇଲେଟ୍‌ କୋଞ୍ଜାଲୋ ୪୨ ମିନିଟ, ୱିଗାଣ୍ଡ ଜଷ୍ଟସ ୫୦ ମିନିଟ, ଗ୍ରାମବୁସ ମେଥ୍‌ସ ୫୨ ମିନିଟ୍‌ ଓ ଲୁଡିଂ ମୋର୍ତିଜ୍‌ ୫୨ ମିନିଟରେ ଗୋଲ୍‌ ଦେଇଥିଲେ।
ଏହା ପୂର୍ବରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ୟ ଏକ ମ୍ୟାଚରେ ବଡ଼ ବିଜୟ ହାସଲ କରିଛି ଗତଥର ବିଶ୍ବକପ୍‌ ଚମ୍ପିଅନ ବେଲଜିୟମ। ଜାପାନ ବିପକ୍ଷରେ ଖେଳାଯାଉଥିବା ଆଜିର ମ୍ୟାଚରେ ବେଲଜିୟମ ପକ୍ଷରୁ ଗୋଲ ପରେ ଗୋଲ ଦେଇ ଏକ ଦମ୍‌ଦାର ବିଜୟ ହାସଲ କରିଛି। ବିର୍ସା ମୁଣ୍ଡା ଷ୍ଟାଡିୟମରେରେ ଖେଳାଯାଉଥିବା ଆଜିର ମ୍ୟାଚରେ ୭-୧ ଗୋଲ ବ୍ୟବଧ୍ୟାନରେ ଜାପାନଙ୍କ ପରାସ୍ତ କରିଛି ବେଲଜିୟମ। ମ୍ୟାଚରେ ବେଲଜିୟମର ବୋନ୍‌ ଟୋମ୍‌ ଦମ୍‌ଦାର ଖେଳ ପଦର୍ଶନ କରି ଏକା ୫ଟି ଗୋଲ୍‌ ଦେଇଥିଲେ। ସେ ୨୧, ୨୬, ୨୭, ୫୦ ଓ ୫୫ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ଅନ୍ୟପଟେ ବେଲଜିୟମର ଚାର୍ଲିଅର କେଡରିକ୍‌ ୧୭ ଓ ଡୋକିଅର ସେବାଷ୍ଟାଇନ୍‌ ୫୧ ମିନିଟରେ ଗୋଲ୍‌ ଦେଇଥିଲେ। ସେପଟେ ଜାପାନରୁ କୁକୁଦା କେଣ୍ଟାରୋ ୪୫ ମିନିଟରେ ଗୋଟିଏ ଗୋଲ ଦେଇଥିଲେ।
ଅନ୍ୟପଟେ ଆଜି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ୟ ଦ୍ବିତୀୟ ମ୍ୟାଚ ଡ୍ରରେ ଶେଷ ହୋଇଛି। ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଜୋରଦାର ମୁକାବିଲା ହେବା ସହ ଉଭୟ ଦଳର ଖେଳାଳି ଲଢୁଆ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ଉଭୟ ପକ୍ଷରୁ ୫-୫ ଗୋଲ ଦିଆଯାଇଥିବାରୁ ମ୍ୟାଚ୍‌ ଡ୍ର ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ଆଟାକିଂ ଖେଳ ପଦର୍ଶନ କରିଥିଲେ। ଫ୍ରାନ୍ସ ପକ୍ଷରୁ ଚାର୍ଲେଟ ଭେକ୍ଟର ସର୍ବାଧିକ ୪ଟି ଗୋଲ୍‌ ଦେଇଥିଲେ। ସେ ୩୫, ୩୭, ୪୮ ଓ ୫୯ ମିନିଟରେ ଗୋଲ ଦେଇଥିଲେ। ତ୍ୟାନେଭେଜ୍‌ ଇତିନା ୧୦ ମିନିଟରେ ଗୋଲ ଦେଇଥିଲେ। ଆର୍ଜେଣ୍ଟିନାର ଡେଲା ଟୋରି ନିକୋଲାସ ୩୩, ୪୧ ଓ ୫୯ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଗୋଲ୍‌ ଦେଇଥିଲା ‌ବେଳେ ୨ ଓ ୫୦ ମିନିଟରେ କୀନାନ ନିକୋଲାସ ଏବଂ ଫେରିରୋ ମାର୍ଟିନ ଗୋଲ ମାରିଥିଲେ।
ସେପଟେ ବିର୍ସାମୁଣ୍ଡାରେ ଖେଳାଯାଇଥିବା ଆଜିର ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ପୁଣି ଥରେ ବିଶାଳ ବିଜୟ ହାସଲ କରିଥିଲା।  କଙ୍ଗାଳୁ ଦଳ ୯-୨ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଜୋଭରସ୍‌ ବ୍ଲେକ୍‌ ଦଳ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍‌ (୩, ୧୪, ୧୮ ଓ ୧୯) ଦେଇଥିଲେ। ଏଥିରେ ୨ଟି ଫିଲ୍ଡ, ଗୋଟିଏ ପେନାଲ୍ଟି ଗୋଲ ଓ ପେନାଲ୍ଟି ସୁଟ୍‌ ସାମିଲ ଥିଲା। କ୍ରେଗ୍‌ ଟମ୍‌, ହାର୍ଭିଭ ଜେକ୍‌ ଓ ବିଆଲେ ଡାନିଏଲ୍‌ ଯାଥାକ୍ରମେ ୯, ୨୧ ଓ ୨୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଟୁଲି ନ୍ବକୋବଲି ଏବଂ ‌କକ୍‌ ତେଭିନ୍‌ ଯଥାକ୍ରମେ ୭ ଓ ୫୭ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ।
ହକି ବିଶ୍ବକପ୍‌ ୨୦୨୩ : ଜାପାନକୁ ୩-୦ ଗୋଲରେ ହରାଇଲା ଜର୍ମାନୀ
ଭୁବନେଶ୍ବର : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଅଷ୍ଟମ ମ୍ୟାଚ୍‌ରେ ଜାପାନ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରି ଜର୍ମାନୀ ତାର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜାପାନକୁ ୩-୦ ଗୋଲରେ ହରାଇଛି ଜର୍ମାନୀ।
କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜର୍ମାନୀ ପ୍ରଥମରୁ ଭଲ ପଦର୍ଶନ କରିଆସୁଥିଲେ ମଧ୍ୟ ଗୋଲ କରିବାରେ ସକ୍ଷମ ହୋଇନଥିଲା। ଉଭୟ ଜର୍ମାନୀ ଓ ଜାପାନ ଦଳର ଖେଳାଳି ପ୍ରଥମ ୨ଟି କ୍ବାର୍ଟର ପର୍ଯ୍ୟନ୍ତ ଆକ୍ରମଣାତ୍ମକ ଦେଖାଯାଇଥିଲେ ହେଁ ୩ୟ କ୍ବାର୍ଟରରେ ଜର୍ମାନୀର ଗ୍ରାମବୁସ ମେଟ୍‌ସ ଓ ୪୦ ମିନିଟରେ ରୁହର ଖ୍ରୀଷ୍ଟୋଫର ଯଥାକ୍ରମେ ପେନାଲ୍ଟି ଓ ଫିଲ୍ଡ ଗୋଲ୍‌ ଦେଇ ନିଜ ଦଳକୁ ଆଗୁଆ କରିଥିଲେ। ଏହାପରେ ପ୍ରିଞ୍ଜ ଥିଜ୍‌ ୪୮ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ପୂରା ମ୍ୟାଚ‌ରେ ଜର୍ମାନିକୁ ୮ ଥର ପେନାଲ୍ଟି ଗୋଲ ଦେବାର ସୁଯୋଗ ମିଳିଥିଲା। କିନ୍ତୁ ଥରେ ମାତ୍ର ଗୋଲ ଦେଇପାରିଥିଲା। ଅପରପକ୍ଷେ ଜାପାନକୁ ପେନାଲ୍ଟି ଗୋଲ ଦେବା ପାଇଁ ଥରଟିଏ ମାତ୍ର ସୁଯୋଗ ମିଳିଥିଲା।
ଅନ୍ୟପଟେ କଳିଙ୍ଗରେ ଆଜି ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ କୋରିଆ ବିପକ୍ଷରେ ଡ଼ିଫେଣ୍ଡି ଚାମ୍ପିଅନ୍‌ ବେଲଜିୟମ ବୃହତ ବିଜୟ ହାସଲ କରିଛି। ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ବଡ଼ ବିଜୟ ସହ ଅଭିଯାନ ଆରମ୍ଭ କରିଛି ୨୦୧୮ ହକି ବିଶ୍ବକପ ଚାମ୍ପିଅନ୍‌ ବେଲଜିୟମ୍‌। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ବିଶ୍ବକପ୍‌ର ୭ମ ମ୍ୟାଚରେ ୫-୦ ଗୋଲ୍‌ରେ ବେଲଜିୟମ କୋରିଆକୁ ହରାଇଛି।
ମ୍ୟାଚର ପ୍ରଥମ ଦୁଇଟି କ୍ୱାର୍ଟର ଗୋଲଶୂନ ରହିଥିଲା। ହେଲେ ତୃତୀୟ କ୍ୱାର୍ଟରରୁ ବେଲେଜିୟମ ଆଟାକିଙ୍ଗ ଗେମ ଆରମ୍ଭ କରିଥିଲା। ବେଲଜିୟମର ଖେଳାଳିମାନେ କୋରିଆର ଗୋଲପୋଷ୍ଟକୁ ବାରମ୍ବାର ଆଟାକ କରି ଗୋଲ ବର୍ଷା କରିଥିଲେ । ତେଵେ ଅନେକ ପେନାଲ୍ଟି କର୍ଣ୍ଣର କୋରିଆକୁ ମିଳିଥିଲେ ମଧ୍ୟ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇନଥିଲେ କୋରିଆ ଖେଳାଳି।
ବେଲଜିୟମ ଟିମ୍‌ ପକ୍ଷରୁ ହେଣ୍ଡରିକ୍ସ ଆଲେକଜାଣ୍ଡର ୩୦ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ। ୪୨ ମିନିଟରେ କୋସନି ଟାଙ୍ଗୁଏ ଫିଲ୍ଡ ଗୋଲ୍‌ ଓ ଭାନ ଆଉବେଲ ଫ୍ଲୋରେଣ୍ଟ ୪୯ ମିନିଟରେ ପେନାଲ୍ଟି ଗୋଲ୍‌ ଦେଇଥିଲେ। ଡକ୍‌ଏର ସେବଷ୍ଟାଇନ୍‌ ୫୧ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ୫୭ ମିନିଟରେ ବେଲଜିୟମ ଆଉ ଏକ ଗୋଲ ଦେଇଥିଲା। ଏହି କାମ କରିଥିଲେ ଡି ସ୍ଲୋଭର ଆତହୁର। କୋରିଆକୁ ୬ ଥର ପୋନଲ୍ଟି ଗୋଲ ଦେବାର ସୁଯୋଗ ମିଳିଥିଲା। କିନ୍ତୁ ଦଳର ଖେଳାଳିମାନେ ଏଥିରୁ ଲାଭ ଉଠାଇପାରି ନଥିଲେ।
ଆଜି ହକି ବିଶ୍ୱକପର ଦ୍ଵିତୀୟ ଦିନ, ଖେଳାଯିବ ୪ଟି ମ୍ୟାଚ୍
ଭୁବନେଶ୍ୱର: ଆଜି ହକି ବିଶ୍ୱକପର ଦ୍ଵିତୀୟ ଦିନରେ ପ୍ରଥମେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଚିଲି । ଦିନ ଗୋଟାଏରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ ହେବ । ଏହି ମ୍ୟାଚ ପରେ ଦିନ ୩ଟାରେ ନେଦରଲ୍ୟାଣ୍ଡ୍ସ ଓ ମାଲେସିଆ ମଧ୍ୟରେ ମ୍ୟାଚ ହେବ । ଏହି ମ୍ୟାଚଟି ମଧ୍ୟ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।
ଆଜି ରାଉରକେଲାରେ ଏହି ଦୁଇଟି ମ୍ୟାଚ ପରେ ସଂଧ୍ୟା ୫ଟାରେ ବେଲଜିୟମ ଓ କୋରିଆ ମଧ୍ୟରେ ଟକ୍କର ହେବ । ସେହିପରି ସଂଧ୍ୟା ୭ଟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ଟକ୍କର ହେବ । ଏହି ଦୁଇଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ବେଲଜିୟମ, କୋରିଆ, ଜର୍ମାନୀ ଓ ଜାପାନ ପୁଲ `ବି’ରେ ଥିବା ବେଳେ ନ୍ୟୁଜିଲାଣ୍ଡ, ଚିଲି, ନେଦରଲ୍ୟାଣ୍ଡ୍ସ, ମାଲେସିଆ ପୁଲ୍ `ସି’ରେ ଅଛନ୍ତି ।
ହକି ବିଶ୍ବକପ୍‌ ୨୦୨୩ : ଫ୍ରାନ୍ସକୁ ୮-୦ ଗୋଲ୍‌ରେ ହରାଇ କଳିଙ୍ଗରେ ଦମ୍‌ଦାର ବିଜୟ ହାସଲ କଲା ଟିମ୍‌ ଅଷ୍ଟ୍ରେଲିଆ
ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଥିବା ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଦ୍ବିତୀୟ ମ୍ୟାଚରେ ଦମ୍‌ଦାର ପଦର୍ଶନ କରି ବିଶାଳ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଇତିହାସରେ ୩ ଥର ଚାମ୍ପିଅନ ହୋଇସାରିଥିବା ଅଷ୍ଟ୍ରେଲିଆ ଦଳ ଆଜି ଫ୍ରାନ୍ସ ବିପକ୍ଷରେ ଏକତରଫା ବିଜୟ ହାସଲ କରିଛି।
ପୁରୁଷ ହକି ବିଶ୍ବକପ୍‌-୨୦୨୩ର ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳର ଖେଳାଳିମାନେ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ‌ମ୍ୟାଚ୍‌ ଖେଳିଥିଲେ। ଟିମ୍‌ ପ୍ରଥମ ହାଫ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲା। ଅଷ୍ଟ୍ରେଲିଆର ଖେଳାଳିମାନେ ଦ୍ବିତୀୟ ଓ ତୃତୀୟ ହାଫ୍‌ରେ ଯଥାକ୍ରମେ ୩-୩ ଗୋଲ୍‌ ଦେଇଥିଲେ। ସେହିପରି ଶେଷ ହାଫ୍‌ରେ କଙ୍ଗାରୁ ଦଳ ଫ୍ରାନ୍ସ ବିପକ୍ଷରେ ଗୋଟିଏ ଗୋଲ ଦେଇଥିଲା।
କଙ୍ଗାରୁ ଦଳର ପକ୍ଷରୁ କ୍ରାଇଗ ଟମ୍‌ ଓ ହାଏୱାର୍ଡ ଜେରେମି ସର୍ବାଧିକ ୩-୩ ଗୋଲ ଦେଇଥିଲେ। ଟମ୍‌ ୮, ୩୧ ଓ ୪୪ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ଜେରେମି ୨୬, ୨୮ ଓ ୩୮ ମିନିଟରେ ପେ‌ନାଲ୍ଟି ଗୋଲ ମାରିଥିଲେ। ସେହିପରି ୨୬ ମିନିଟରେ ଓଗିଲିଭ ଫ୍ଲାଇନ୍‌ ଓ ୫୩ ମିନିଟରେ ୱିକ୍‌ହାମ୍‌ ଟମ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।
ସୂଚନାଯୋଗ୍ୟ ପୁରୁଷ ହକି ବିଶ୍ୱକପର ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ବିଜୟୀ ହୋଇଛି। ପୁଲ ଏ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ଏକମାତ୍ର ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଛି । ଆର୍ଜେଣ୍ଟିନା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା । ଦକ୍ଷିଣ ଆଫ୍ରିକାର ରକ୍ଷଣପନ୍ଥୀ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚର ତୃତୀୟ କ୍ୱାର୍ଟରରେ ହିଁ ଆର୍ଜେଣ୍ଟିନା ଗୋଲ କରିବାରେ ସଫଳ ହୋଇଥିଲା । ମାଇକୋ କାସେଲା ୪୨ତମ ମିନିଟରେ ଆର୍ଜେଣ୍ଟିନା ପକ୍ଷରୁ ଏକମାତ୍ର ଗୋଲ କରିଥିଲେ। ଏହା ହିଁ ଦଳ ପାଇଁ ବିଜୟସୂଚକ ଗୋଲ ସାବ୍ୟସ୍ତ ହୋଇଥିଲା ।
ଅନ୍ୟପଟେ ହକି ବିଶ୍ବକପ୍‌ରେ ଆଜିର ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଆୟୋଜନ ହେଉଛି। ସନ୍ଧ୍ୟା ୫ଟାରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ମୁକାବିଲା ହେଉଛି। ସେହିପରି ରାତି ୭ଟାରେ ଆୟୋଜକ ଭାରତକୁ ସ୍ପେନ ଭେଟିବ। ଭାରତ ଓ ସ୍ପେନ ମ୍ୟାଚକୁ ହଜାର ହଜାର ଦର୍ଶକ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚି ସାରିଛନ୍ତି। ସେ ହକି ‌ମ୍ୟାଚ ଦେଖିବା ସହିତ ଏଠାରେ ରାତ୍ରିଯାପନ କରିବେ।
ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ସାଉଥ ଆଫ୍ରିକାକୁ ୧-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଆର୍ଜେଣ୍ଟିନା
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ହକି ବିଶ୍ଵକପର ପ୍ରଥମ ମ୍ୟାଚ୍ ଶେଷ ହୋଇଛି । ଆଜିର ପ୍ରଥମ ମ୍ୟାଚରେ ଶେଷ ହୋଇଥିଲେ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଜିତିଛି । ଉଭୟ ଦଳ ମଧ୍ୟରେ କଡା ଟକ୍କର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ‘ହକି ବିଶ୍ୱକପ ୨୦୨୩’ର ପ୍ରଥମ ମ୍ୟାଚ ଜିତି ଆର୍ଜେଣ୍ଟିନା ତା’ର ବିଜୟ ଅଭିଯାନ ଆରମ୍ଭ କରିଛି ।
ପରବର୍ତୀ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ। ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ୩ ଥର ବିଶ୍ୱ ବିଜୟୀ ହୋଇସାରିଛି। ହକି ମହାକୁମ୍ଭର ଦମଦାର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହୋଇଛି ଏହି ମେଗା ଟୁର୍ଣ୍ଣାମେଣ୍ଟ। ଅନ୍ୟପଟେ ଆଜି ସନ୍ଧ୍ୟା ୭ଟାରେ ରାଉରକେଲାର ନୂଆ ସର୍ବବୃହତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ- ସ୍ପେନ ମ୍ୟାଚ୍‌ ଥିବାରୁ ଖେଳ ଦେଖିବାକୁ ସହରବାସୀଙ୍କ ମଧ୍ୟରେ ରହିଛି ନାହିଁ ନଥିବା ଉତ୍କଣ୍ଠା। ଖେଳକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ‌ହୋଇଛି। ଦର୍ଶକଙ୍କ ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଅନ୍ୟାନ୍ୟ ବ୍ୟବସ୍ଥାକୁ ଜିଲ୍ଲା ପୁଲିସ ଗୁରୁତ୍ବ ଦେଇଛି।
ଓଡ଼ିଶାରେ ଆୟୋଜନ ହେବାକୁ ଯାଉଥିବା ହକି ବିଶ୍ୱକପ୍‌‌ରେ ଏଥର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ୫ଟି ଅଂଶଗ୍ରହଣ କରିବେ ନାହିଁ। ୪ଥର ବିଶ୍ୱକପ୍‌‌ ଟାଇଟଲ ହାସଲ କରିଥିବା ପାକିସ୍ତାନ ସମେତ ପୋଲାଣ୍ଡ, ଆୟର୍ଲାଣ୍ଡ, ଚୀନ, କାନାଡା ବିଶ୍ୱକପ୍‌‌ର ବାଦ୍‌‌ ପଡ଼ିଛନ୍ତି। ଫଳରେ ଓଡ଼ିଆ ଦର୍ଶକ ଏହି ଦେଶର ଖେଳ ଦେଖିବାରୁ ବଞ୍ଚିତ ହେବେ। ଏହି ବିଶ୍ୱକପ୍‌‌ରେ ପ୍ରଥମେ ୨୪ଟି ଦଳ ଅଂଶଗ୍ରହଣ କରିବେ ବୋଲି ଯୋଜନା କରାଯାଉଥିଲା। କିନ୍ତୁ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇପାରି ନଥିଲା। ଫଳରେ ଗତ ସଂସ୍କରଣ ଭଳି ଏଥର ୧୬ଟି ଦଳ ମୁକାବିଲାରେ ଅବତୀର୍ଣ୍ଣ ହେବେ। ବିଶ୍ୱକପ୍‌‌ରୁ ବାଦ ପଡ଼ିଥିବା ଏହି ଦେଶଗୁଡିକରେ ହକି ସଂସ୍କୃତି ବେଶ୍‌‌ ବଳିଷ୍ଠ। ପୂର୍ବରୁ ବିଭିନ୍ନ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏହି ଦେଶଗୁଡିକ ନିଜର ଦକ୍ଷତା ତଥା ପ୍ରତିଭା ପ୍ରମାଣିତ କରିଛନ୍ତି। ତେବେ ଯୋଗ୍ୟତା ହାସଲ କରିପାରି ନଥିବାରୁ ଏହି ୫ଟି ଦଳ ଏଥର ବିଶ୍ୱକପ୍‌‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି।
୫. ପୋଲାଣ୍ଡ
୯୦ ଦଶକର ଶେଷ ଆଡକୁ ଓ ୨୦୦୦ ପ୍ରାରମ୍ଭରେ ପୋଲାଣ୍ଡ ବେଶ୍‌‌ ଭଲ ପ୍ରଦର୍ଶନ କରି ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ପୋଲାଣ୍ଡ ୧୯୯୮ ବିଶ୍ୱକପ୍‌‌ରେ ଦ୍ୱାଦଶ ଓ ୨୦୦୨ରେ ୧୫ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଏହାପରଠାରୁ ପୋଲାଣ୍ଡର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା। ସେବେଠାରୁ ପୋଲାଣ୍ଡ ବିଶ୍ୱକପ୍‌‌ ଖେଳିବାକୁ ଯୋଗ୍ୟତା ହାସଲ କରିନାହିଁ। ୟୁରୋପ୍‌‌ ସର୍କିଟ୍‌‌ରେ କିନ୍ତୁ ପୋଲାଣ୍ଡ ଭଲ ପ୍ରଦର୍ଶନ କରିଛି। ୧୯୭୫ରୁ ୧୯୮୬ ମଧ୍ୟରେ ପୋଲାଣ୍ଡର ପ୍ରଦର୍ଶନ ଦୃଷ୍ଟାନ୍ତମୁଳକ ରହିଛି। ୧୯୫୬ ଅଲିମ୍ପିକ୍ସରେ ପୋଲାଣ୍ଡ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ପୋଲାଣ୍ଡ ହକିର ହୃତଗୌରବ ଫେରାଇଆଣିବାକୁ ପ୍ରୟାସ କରୁଛି।
୪. ଆୟର୍ଲାଣ୍ଡ
ଗତ ୨୦୧୮ ବିଶ୍ୱକପ୍‌‌ରେ ଆୟର୍ଲାଣ୍ଡ ୧୪ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଏହି କ୍ରମରେ ଆୟର୍ଲାଣ୍ଡ ମାଲେସିଆ ଓ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଥିଲା। ଦୀର୍ଘ ୨୭ ବର୍ଷ ପରେ ଏହି ଦେଶ ବିଶ୍ୱକପ୍‌‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାପୂର୍ବରୁ ଆୟର୍ଲାଣ୍ଡ ୧୯୯୦ରେ ଶେଷଥର ପାଇଁ ବିଶ୍ୱକପ୍‌‌ ଖେଳିଥିଲା। ଏଥର ଦକ୍ଷିଣ ଆଫ୍ରିକା ଓ ମାଲେସିଆ ବିଶ୍ୱକପ୍‌‌ ଖେଳିବାକୁ ଯାଉଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆୟର୍ଲାଣ୍ଡ ବାଦ୍‌‌ ପଡ଼ିଛି। ୨୦୧୦ରୁ ୨୦୧୭ ମଧ୍ୟରେ ଆୟର୍ଲାଣ୍ଡର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ଏଥର କିନ୍ତୁ ଆୟର୍ଲାଣ୍ଡ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି।
୩. ଚୀନ୍‌‌
ଚୀନ୍‌‌ ଗତ ୨୦୧୮ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଏଥର ବିଶ୍ୱକପ୍‌‌ରୁ ବାଦ୍‌‌ ପଡ଼ିଛି। ଚୀନ୍‌‌ ଗତ ବିଶ୍ୱକପ୍‌‌ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଆୟର୍ଲାଣ୍ଡ ସମେତ ପୁଲ୍‌‌ ବି’ରେ ସ୍ଥାନ ପାଇଥିଲା। ଚୀନ ୨ଟି ଡ୍ର ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ହାସଲ କରି ପୁଲ୍‌‌ରେ ତୃତୀୟ ସ୍ଥାନରେ ରହିଥିଲା। ତେବେ କ୍ରସ୍‌‌ ଓଭର ମ୍ୟାଚ୍‌‌ରେ ଚୀନ୍‌‌ ୦-୧ ଗୋଲରେ ଫ୍ରାନ୍ସଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ପୁଲ୍‌‌ ପର୍ଯ୍ୟାୟରେ ଚୀନ୍‌‌ ୦-୧୧ ଗୋଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷରେ ମ୍ୟାଚ୍‌‌ ଡ୍ର ରଖି ଦମ୍‌‌ଦାର ପ୍ରଦର୍ଶନ କରିଥିଲା। ଏଥର କିନ୍ତୁ ଚୀନ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି।
୨. କାନାଡା
ବିଶ୍ୱକପ୍‌‌ର ଗତ ୨୦୧୮ ସଂସ୍କରଣରେ କାନାଡା ଅଙ୍ଗ୍ରହଣ କରିଥିଲା। ଭାରତ, ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ସମେତ କାନାଡା ପୁଲ ସି’ରେ ସ୍ଥାନ ପାଇଥିଲା। ୩ଟି ମ୍ୟାଚ୍‌‌ ଖେଳି ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ୧ ପଏଣ୍ଟ ପାଇ ପୁଲର ତୃତୀୟ ସ୍ଥାନରେ ରହି କ୍ରସ ଓଭର ମ୍ୟାଚ୍‌‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ତେବେ କ୍ରସ୍‌‌ ଓଭରରେ ମ୍ୟାଚ୍‌‌ରେ କାନାଡା ୦-୫ ଗୋଲରେ ନେଦରଲାଣ୍ଡସଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ଦଳ ପାନ ଆମେରିକା ଗେମ୍ସରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବିଶ୍ୱସ୍ତରରେ ସ୍ଥିର ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ୨୦୧୦ ବିଶ୍ୱକପ୍‌‌ରେ କାନାଡ଼ା ଭାଗ ନେଇଥିଲା ଓ ପାକିସ୍ତାନ ଉପରେ ରହି ସେକେଣ୍ଡ ଲାଷ୍ଟ ଦଳ ବିବେଚିତ ହୋଇଥିଲା। ଏଥର କାନାଡା ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି।
୧. ପାକିସ୍ତାନ
ବିଶ୍ୱକପରେ ପାକସ୍ତାନ ୪ଥର ଟାଇଟଲ ହାସଲ କରି ସଫଳତ ଦଳ ବିବେଚିତ ହେଉଛି। କିନ୍ତୁ ପାକିସ୍ତାନ ଏଥର ବିଶ୍ୱକପ୍‌‌ ଖେଳିବା ପାଇଁ ଯୋଗ୍ୟତା ହାସଲ କରିପାରି ନାହିଁ। ତେବେ ପାକିସ୍ତାନ ଗତ ୨୦୧୮ ବିଶ୍ୱକପ୍‌‌ରେ ଅଂଶଗ୍ରହଣ କରି ଦ୍ୱାଦଶ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଏହି ବିଶ୍ୱକପ୍‌‌ରେ ପାକିସ୍ତାନ ପୁଲ ଡି’ରେ ସ୍ଥାନ ପାଇଥିଲା। ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ପାକିସ୍ତାନ ୧ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲା। କ୍ରସ ଓଭର ମ୍ୟାଚ୍‌‌ରେ ପାକସ୍ତାନ ୦-୫ରେ ବେଲଜିୟମଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଗତ କେତେବର୍ଷ ହେବ ପାକିସ୍ତାନ ହକି ନମ୍ନଗାମୀ ହେବା ଲକ୍ଷ୍ୟ କରାଯାଇଛି।
ଆଜି ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
ରାଉରକେଲା/ଭୁବନେଶ୍ୱର: ରାଉରକେଲା ସହିତ ପୂରା ସୁନ୍ଦରଗଡ଼ ଜିଲ୍ଲା ଇତିହାସରେ ବିକାଶର ଏକାଧିକ ନୂଆ ଫର୍ଦ୍ଦ ଯୋଡ଼ିହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ଗସ୍ତ କରିବା ସହ ସେଠାରେ ନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌‌କୁ ଉଦ୍‌‌ଘାଟନ କରିବେ। ଏହାସହ ରାଉରକେଲାରେ ‘ମୋ ବସ୍‌‌’ ସେବା, ସୁନ୍ଦରଗଡ଼ରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜକୁ ମଧ୍ୟ ଉଦ୍‌‌ଘାଟନ କରିବେ। ନିଜର ଗସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ରାଉରକେଲାରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌‌ ହକିର ଆୟୋଜନ ସହ ବିଶ୍ୱ ମାନଚିତ୍ରରେ ରାଉରକେଲାର ଚମକ ଦ୍ୱିଗୁଣିତ ହେବାକୁ ଥିବାବେଳେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ଜିଲ୍ଲାବାସୀଙ୍କ ଖୁସିକୁ ବହୁଗୁଣିତ କରିଛି।
ସୂଚନା ଅନୁଯାୟୀ, ରାଉରକେଲାରେ ନବନିର୍ମିତ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ୧୨ଟା ୧୫ ମିନିଟ ସମୟରେ ପହଞ୍ଚିବେ। ଏଠାରୁ ସେ ସିଧାସଳଖ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଯିବେ। ସେଠାରେ ସେ ବିଶ୍ୱକପ୍‌‌ କହି ଖେଳାଳିଙ୍କ ରହିବା ଲାଗି ନିର୍ମିତ ୨୨୫ଟି ଆଡ଼ମ୍ୱରପୂର୍ଣ୍ଣ କୋଠରି(ସ୍ପୋର୍ଟ ଭିଲେଜ) ଉଦ୍‌‌ଘାଟନ କରିବା ସହ ଭାରତୀୟ ହକି ଖେଳାଳିଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟମନ୍ତ୍ରୀ ରାଉରକେଲାସ୍ଥିତ ଡିଏଭି ପୁଷ୍କରିଣୀ ନିକଟରେ ଆୟୋଜିତ ସଭାରେ ଡିଜିଟାଲ ମାଧ୍ୟମରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏହାପରେ ୪ଟା ୨୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଉଦ୍‌‌ଘାଟନ କରିବେ।
ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମ ସହ ୧୧ କୋଟି ୯୯ ଲକ୍ଷ ବ୍ୟୟରେ ନିର୍ମିତ ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପୋଖରୀଠାରେ ୱାଟର ପାର୍କ ଉଦ୍‌‌ଘାଟନ କରିବେ। ଏହାପରେ ୧୪୬ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଫୁଟବଲ୍‌‌ ଷ୍ଟାଡିୟମ୍‌‌, ମଲ୍ଟି କାର୍‌‌ ପାର୍କିଂ ବ୍ୟବସ୍ଥା, ହନୁମାନ ବାଟିକା ଛକରୁ ଆରଏସ୍‌‌ପି ମୁଖ୍ୟ ଫାଟକ ପର୍ଯ୍ୟନ୍ତ ୧୭ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ରିଂ ରୋଡ୍‌‌ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ମଧ୍ୟ ଉଦ୍‌‌ଘାଟନ କରିବେ।
ଏତଦ୍‌‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ହକି ଆଷ୍ଟ୍ରୋଟର୍ଫ, ଟ୍ରାଫିକ୍‌‌ ଛକ ନିକଟ ସେନ୍ସରି ପାର୍କ, ରଘୁନାଥପାଲୀ ଭେଣ୍ଡିଂ ଜୋନ୍‌‌, ପାନ୍‌‌ପୋଷ ଏନ୍‌‌ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଭୟ ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ ଓ ଡିଏଭି ପୁସ୍କରଣୀ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ ଯେ ଆସନ୍ତା ୧୩ ତାରିଖରେ ରାଉରକେଲାରେ ବିଶ୍ୱକପ୍‌‌ ଉଦ୍‌‌ଘାଟନୀ ମ୍ୟାଚ୍‌‌ ଖେଳାଯିବାକୁ ଥିବାବେଳେ ମୋଟ ୨୦ଟି ମ୍ୟାଚ୍‌‌ ଏହି ଷ୍ଟାଡିୟମରେ ଖେଳାଯିବ।
ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ
ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଭଗୱନ୍ତ ମାନଙ୍କୁ ପ୍ରୀତିରଞ୍ଜନ ଘଡ଼ାଇ ଚଣ୍ଡିଗଡ଼ରେ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ।
ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ଓ ଭୁବନେଶ୍ୱରରେ ହକି ବିଶ୍ବକପ୍‌ – ୨୦୨୩ ଖେଳାଯିବ । ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିମନ୍ତ୍ରଣ କରୁଛନ୍ତି ।
ସେହିପରି ବିଶ୍ବକପ ହକି ପାଇଁ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିମନ୍ତ୍ରଣ ଜଣାଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।