5T Secretary VK Pandian - The Sakala

ନିଜ କାର୍ଯ୍ୟକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଓଡ଼ିଶାକୁ ବାସ୍ତବ ରୂପ ଦେଇଛନ୍ତି ଭି.କେ. ପାଣ୍ଡିଆନ
ଭୁବନେଶ୍ବର: ଗତକାଲି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। । ୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ ନିଜ କ୍ୟାରିୟର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ଏହି ସମୟରେ ଚାଷୀଙ୍କ ଅଧିକାର ପାଇଁ କାମ କରିଥିଲେ । ମିଲର ରାଜକୁ ଦମନ କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରଳୀକରଣ ପାଇଁ ନେଇଥିଲେ ପଦକ୍ଷେପ ।

ପରେ ୨୦୦୫ରୁ ୨୦୦୭ ପର୍ଯ୍ୟନ୍ତ ହୋଇଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ଭିନ୍ନକ୍ଷମଙ୍କ ପୁନର୍ବାସ ଯୋଜନାରେ ରାଷ୍ଟ୍ରପତିଙ୍କଠାରୁ ସେ ସମୟରେ ସେ ଜାତୀୟ ପୁରସ୍କାର ପାଇଥିଲେ । ଭିନ୍ନକ୍ଷମ ସଶକ୍ତିକରଣରେ ସେ ଆରମ୍ଭ କରିଥିବା ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ସାରା ଦେଶ ପାଇଁ ମଡେଲ ହୋଇଛି । ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ମଡେଲକୁ ଆପଣାଇଛନ୍ତ ।

ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ଭି.କେ ପାଣ୍ଡିଆନଙ୍କୁ ପ୍ରଶାସକ ଓ ସାମରିକ ବାହିନୀର ମିଳିତ ପାଠ୍ୟକ୍ରମ ଉପରେ ବକ୍ତବ୍ୟ ରଖିବାକୁ ବହୁବାର ନିମନ୍ତ୍ରଣ କରାଯାଇଛି । ଲୋକକଲ୍ୟାଣ ପ୍ରଶାସନ ଦ୍ବାରା କିଭଳି ମାଓବାଦୀ କାର୍ଯ୍ୟକଳାପକୁ ହ୍ରାସ କରାଯାଇପାରିବ ତାହା ସେ ମୟୂରଭଞ୍ଜ ଜିଲ୍ଲାପାଳ ଥିବାବେଳେ କରି ଦେଖାଇଥିଲେ । ଭିନ୍ନକ୍ଷମଙ୍କ ସଶକ୍ତିକରଣରେ ସେ କରିଥିବା କାର୍ଯ୍ୟ ପାଇଁ ତାଙ୍କୁ ହେଲେନ କେଲର ପୁରସ୍କାର ମଧ୍ୟ ମିଳିଛି ।

୨୦୦୭ରୁ ୨୦୧୧ ଯାଏଁ ଗଞ୍ଜାମ ଜିଲ୍ଲାପାଳ ଥିଲେ ଭି.କେ. ପାଣ୍ଡିଆନ । ଏହି ସମୟରେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ । ଏଡସ ଆକ୍ରାନ୍ତଙ୍କ ପାଇଁ ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ନରେଗାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ଦୁଇ ଦୁଇ ଥର ତାଙ୍କୁ ଜାତୀୟ ପୁରସ୍କାର ମିଳିଛି । ଜିଲ୍ଲାପାଳ ଥିବା ସମୟରେ ନରେଗା ଯୋଜନାରେ ବ୍ୟାଙ୍କ ଜରିଆରେ ମଜୁରୀ ସିଧାସଳଖ ଶ୍ରମିକଙ୍କ ପାଖରେ ପହଞ୍ଚାଇବା ପ୍ରକ୍ରିୟା ସେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହି ମଡେଲକୁ ଆପଣାଇ ସାରା ଦେଶରେ ଲାଗୁ କରିଥିଲେ ।

ରାଉରକେଲା ଏଡିଏମ ଭାବେ ମଧ୍ୟ ସେ କିଛିଦିନ ଦାୟିତ୍ବ ତୁଲାଇଥିଲେ । ସେ ସମୟରେ ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିବା ବିଏସଏସ ମାର୍କେଟ କମ୍ପ୍ଲେକ୍ସକୁ ଆର୍ଥିକ ସ୍ବାବଲମ୍ବୀ କରାଇଥିଲେ । ସେ ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଥିଲେ । ୨୦୧୯ରେ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିଲେ ଭି.କେ ପାଣ୍ଡିଆନ । ଗତକାଲି ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ଭି.କେ. ପାଣ୍ଡିଆନ ।

ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ନବନିର୍ମାଣର ସାରଥୀ ଭି.କେ.ପାଣ୍ଡିଆନ୍
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି।  ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଆଜି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ଅବସର ନେବା ଖବର ପ୍ରସାରିତ ହେବାପରେ ଏହାକୁ ନେଇ ବେଶ ଚର୍ଚ୍ଚା ଓ ଆଲୋଚନା ଚାଲିଛି। କାରଣ ଜଣେ ଦକ୍ଷ, ନିଷ୍ଠାପର ଓ କର୍ତ୍ତବ୍ୟପରାୟଣ ଆଇଏଏସ୍ ଅଫିସର ହେଉଛନ୍ତି ପାଣ୍ଡିଆନ। ଯାହାଙ୍କ ଦୂରଦୃଷ୍ଟି ଓ ବିକାଶଶୀଳ ଚିନ୍ତାଧାରା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବତାର ରୂପ ଦେଇ ଚାଲିଛି। ତୃଣମୂଳସ୍ତର ସହ ଜଡିତ ରହି ବିକାଶର ଶିଖରକୁ ସ୍ପର୍ଶ କରିବାରେ ସେ ଅତ୍ୟନ୍ତ ପାରଙ୍ଗମ। ସେଥିପାଇଁ ଆଜି ସାରା ଦେଶରେ ୫-ଟି ଭଳି ଏକ ନିଆରା ଚିନ୍ତାଧାରାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନୂତନ ଓଡ଼ିଶାର ନବନିର୍ମାଣର କରୁଛନ୍ତି ତାହାର ସାରଥୀ ସାଜିଛନ୍ତି ଭି.କେ.ପାଣ୍ଡିଆନ୍।

ଭି.କେ ପାଣ୍ଡିଆନ୍‌ – କେଉଁଠୁ ଆସିଲେ ଏ ଆଇଏଏସ୍‌ ଅଫିସର?

ଭି.କେ ପାଣ୍ଡିଆନ୍ ଏହି ନାମକୁ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କର ପୂରା ନାଁ ଭି. କାର୍ତିକେୟନ୍‌ ପାଣ୍ଡିଆନ୍‌ ।୧୯୭୪ ମେ ମାସ ୨୯ ତାରିଖରେ ତାମିଲନାଡୁ ମଦୁରାଇରେ ଜନ୍ମ ଗ୍ରହଣ କରିଥିଲେ ଏହି ଆଇଏଏସ୍‌ ଅଫିସର । ତାଙ୍କ ନିଜ ଘର ତାମିଲନାଡୁରେ ହୋଇଥିବାବେଳେ, ସେଇଠି ହିଁ ତାଙ୍କ ପାଠ ପଢା ଶେଷ ହୋଇଥିଲା । ତାଙ୍କ ସ୍କୁଲ କ୍ୟାରିୟର ନେଭେଲି ସ୍ପୋର୍ଟସ୍‌ ହଷ୍ଟେଲରେ ଶେଷ ହୋଇଥିବାବେଳେ, ମଦୁରାଇର କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ ବିଏସି ଏଗ୍ରିକଲଚର ଓ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଉଦ୍ଭିଦ ଫିଜିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଆଇଏଏସ୍‌ ପରୀକ୍ଷାରେ ସଫଳତା ପାଇଥିଲେ ।

ଓଡ଼ିଶାରେ ପାଣ୍ଡିଆନଙ୍କ କ୍ୟାରିୟର

ଓଡିଶାରେ ପାଣ୍ଡିଆନ କାମ ଆରମ୍ଭ କରିଥିଲେ ଜଣେ ଯୁବ ସବ-କଲେକ୍ଟର ହିସାବରେ । ୨୦୦୦ ବ୍ୟାଚର ଏହି ଆଇଏଏସ୍‌ ଅଫିସର ନିଜ ଚାକିରି ଜୀବନର ପ୍ରଥମରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡରୁ ସବ-କଲେକ୍ଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସମୟରେ ପାଣ୍ଡିଆନଙ୍କ ଗୋଟିଏ ନିଷ୍ପତି ତାଙ୍କୁ ଚର୍ଚ୍ଚାରେ ଆଣିଥିଲା । ସେତେବେଳେ ମିଲରମାନଙ୍କୁ ପୂରା ଏମଏସପି ଚାଷୀମାନଙ୍କୁ ଦେବାକୁ ନିଷ୍ପତି ନେଇଥିଲେ ପାଣ୍ଡିଆନ୍‌ । ଆଉ ଏହାର ସିଧାସଳଖ ଲାଭ ପାଇଥିଲେ ହଜାର ହଜାର ଚାଷୀ ଭାଇ । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଣ୍ଡିଆନଙ୍କ ଏହି ନିଷ୍ପତିକୁ ପ୍ରଂଶସା କରିଥିଲେ।

୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ପାଣ୍ଡିଆନ ଓଡିଶାର କାଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ରାଉରକେଲା ଏଡିଏମ୍ ଭାବେ କାମ କରିବା ପରେ୨୦୦୫ ରୁ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ହୋଇଥିଲେ। ମୟୁରଭଞ୍ଜ କଲେକ୍ଟର ଭାବରେ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ କାମ କରିଥିଲେ ପାଣ୍ଡିଆନ। ସେତେବେଳେ ସାରା ଦେଶରେ ସେ ସବୁଠୁ ୟଙ୍ଗ କଲେକ୍ଟର ହେବାର ଗୌରବ ଅର୍ଜନ କରିଥିଲେ ଭି.କେ ପାଣ୍ଡିଆନ୍, ଆଉ ତାଙ୍କ କାମକୁ ନେଇ ବି ବେଶ ଚର୍ଚ୍ଚା ହେଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ସେ ପ୍ରଥମ କରି ଦିବ୍ୟାଙ୍ଗମାନଙ୍କୁ ଭତ୍ତା ଦେବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ମୟୂରଭଞ୍ଜଙ୍କୁ ନ୍ୟାସନାଲ୍‌ ଆୱାର୍ଡ ମିଳିବା ସହ ପାଣ୍ଡିଆନଙ୍କୁ ହେଲେନ୍‌ କିଲର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଏହାପରେ ଓଡିଶାର ଉତ୍ତରରୁ ଏବେ ଦକ୍ଷିଣକୁ ଆସିଥିଲେ ଭି କେ ପାଣ୍ଡିଆନ୍‌ । ମୟୂରଭଞ୍ଜରୁ ବଦଳି ହେଇ ସେ ହେଇଥିଲେ ଗଞ୍ଜାମ କଲେକ୍ଟର । ସେତେବେଳେ ଓଡିଶାର ଜିଲ୍ଲାମାନଙ୍କ ଭିତରେ ଗଞ୍ଜାମକୁ ଗୋଟିଏ ପଛୁଆ ଜିଲ୍ଲା ହିସାବରେ ଦେଖାଯାଉଥିଲା । ହେଲେ ଯେବେଠୁ ପାଣ୍ଡିଆନ୍‌ ଏ ଜିଲ୍ଲାର କଲେକ୍ଟର ହେଲେ, ସେବେଠୁ ଗଞ୍ଜାମ ଆଗକୁ ବଢିବା ସହ ବିକାଶର ସ୍ୱପ୍ନ ଦେଖିଥିଲା। ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ଅଶେଷ ସଫଳତା ମିଳିଥିଲା। ପାଣ୍ଡିଆନ ଜିଲ୍ଲାପାଳ ଥିବା ସମୟରେ ବିଭିନ୍ନ ସରକାରୀ ଯୋଜନାର ସଠିକ କାର୍ଯ୍ୟ ପାଇଁ ୪ ଥର ଜାତୀୟ ପୁରସ୍କାର ପାଇଥିଲା ଗଞ୍ଜାମ।

ସେତେବେଳେ ମନରେଗା ଭଳି ଜନ ହିତକାରୀ ସରକାରୀ ଯୋଜନାକୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ଭି କେ ପାଣ୍ଡିଆନ୍‌ ସେତେବେଳେ ଏ କାମକୁ ନିଜେ ହିଁ ତର୍ଜମା କରୁଥିଲେ । ଲୋକଙ୍କ ମନରେଗା କାମର ପାଉଣା, ସେତେବେଳେ ପ୍ରଥମ କରି ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଉ ପାଣ୍ଡିଆନଙ୍କ ନିଆରା ନିଷ୍ପତି ଯୋଗୁଁ ଦୁଇ ଦୁଇ ଥର ରାଷ୍ଟ୍ରପତି ପୁରସ୍କାର ପାଇଥିଲା ଗଞ୍ଜାମ । ଏହାସହ ରାଜ୍ୟ ସରକାର ମଧ୍ୟ ଭି କେ ପାଣ୍ଡିଆନ୍‌ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଥିବା ଏହି ବ୍ୟବସ୍ଥାକୁ ସାରା ରାଜ୍ୟରେ ଲାଗୁକରିଥିଲେ।

ମନରେଗା ପରେ ଗଞ୍ଜାମରେ ଏଡସ୍‌ ରୋକିବାକୁ ଅଣ୍ଟା ଭିଡିଥିଲେ କଲେକ୍ଟର ଭିକେ ପାଣ୍ଡିଆନ୍‌ । ସେତେବେଳେ ଗଞ୍ଜାମ ହିଁ ଓଡିଶାରେ ଗୋଟିଏ ମାତ୍ର ଜିଲ୍ଲା ଥିଲା । ଯେଉଁଠି ଏଡସ୍‌ ରୋଗୀଙ୍କ ସଂଖ୍ୟା ସବୁଠୁ ଉପରେ ଥିଲା । ଗଞ୍ଜାମ ଜିଲ୍ଲାରେ ଏଡସ୍‌ ରୋକିବାକୁ କାମ ଆରମ୍ଭ କରିଥିଲେ ପାଣ୍ଡିଆନ୍‌ । ଆଉ ଏଥିପାଇ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ନ୍ୟାସନାଲ ଆୱାର୍ଡ ମିଳିଥିଲା । କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ସର୍ବବୃହତ୍ ଦୁଇ ଜିଲ୍ଲା ମୟୁରଭଞ୍ଜ ଓ ଗଞ୍ଜାମର ଜିଲ୍ଲାପାଳ ଭାବେ ଉତ୍କୃଷ୍ଟ ପ୍ରଶାସନର ଉତ୍ତମ ନିଦର୍ଶନ କରିପାରିଥିଲେ। ପାଣ୍ଡିଆନ୍‌ଙ୍କ ସୁଦୂରପ୍ରସାରୀ ବିଚାର ଓ ଲକ୍ଷ୍ୟର ପ୍ରାମାଣିକତା ତାଙ୍କ କାର୍ଯ୍ୟରୁ ସ୍ପଷ୍ଟ ଅନୁମେୟ ହେଉଥିଲା।

ପାଣ୍ଡିଆନ କେମିତି ହେଲେ ଗଞ୍ଜାମ କଲେକ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ପାଣ୍ଡିଆନଙ୍କ ଷ୍ଟାଇଲ୍‌ ଅଫ୍‌ ୱାର୍କ । ଆଉ ଲୋକଙ୍କ ପାଇଁ ତାଙ୍କ କାମ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ହେଇଥିଲେ । ଜଣେ ଦକ୍ଷ, ନିଷ୍ଠାପର ଓ କର୍ତ୍ତବ୍ୟପରାୟଣ ଆଇଏଏସ୍ ଯାହାଙ୍କ ଦୂରଦୃଷ୍ଟି ଓ ବିକାଶଶୀଳ ଚିନ୍ତାଧାରା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଥିଲା। ଏହାପରେ ୨୦୧୧ ମସିହା ମେ ୨ ତାରିଖରୁ ଗଞ୍ଜାମ କଲେକ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଇଥିଲେ ଭିକେ ପାଣ୍ଡିଆନ।

ନବୀନଙ୍କ ଚାମ୍ପିଅନ୍ ଟିମର ଅଲ୍‌ରାଉଣ୍ଡର୍ ଭିକେ ପାଣ୍ଡିଆନ

କ୍ୟାରିୟର ଆରମ୍ଭରୁ ଲୋକଙ୍କ ପାଇଁ କାମ କରି ସମସ୍ତଙ୍କ ପ୍ରିୟ କଲେକ୍ଟର ହୋଇପାରିଥିବା ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବା ପରେ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ନବୀନଙ୍କ ସରଳତା ଆଉ କଥା କମ୍‌ କାମ ଅଧିକ ଗୁଣ ତାଙ୍କୁ ବେଶ ପ୍ରଭାବିତ କରିଥିଲା।

୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ୟ୍ୟରେ ଯୋଗ ଦେବା ସହ ତାଙ୍କର ଆରମ୍ଭ ହୋଇଥିଲା ନୂଆ ମିଶନ୍।

ନୀରବ କର୍ମଯୋଗୀ, ପ୍ରଗତିର ସାଧକ ଭାବେ ଅତ୍ୟନ୍ତ ସରଳତାର ସହ ସର୍ବଦା ତୃଣମୂଳସ୍ତର ସହ ଯୋଡି ରହି ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟର୍ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାମ୍ପିଅନ୍ ଟିମର ଅଲ୍‌ରାଉଣ୍ଡର୍ ଭୂମିକା ତୁଲାଇ ଆସିଛନ୍ତି ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସାରା ରାଜ୍ୟର ସାମଗ୍ରୀକ ବିକାଶ, ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ଦିଗରେ ଅଦ୍ଵିତୀୟ କର୍ତ୍ତବ୍ୟଭାରକୁ ସେ ନିଜ କାନ୍ଧ ଉପରକୁ ନେଇ ଆଗେଇ ଚାଲିଛନ୍ତି। ସାଜିଛନ୍ତି ରୂପାନ୍ତରଣର ଅଗ୍ରଧ୍ଵଜାଧାରୀ। ସହରାଞ୍ଚଳରେ ଆହାର ଯୋଜନାର ତଦାରଖ ପାଇଁ ଯିବା ବେଳେ ନିଜେ ଥାଳ ଧରି କାଉଣ୍ଟର୍‌ରୁ ନିଜ ପାଇଁ ଖାଦ୍ୟ ଆଣିବା ଓ ଅନ୍ୟମାନଙ୍କ ସହ ମିଶି ଖାଦ୍ୟ ଗ୍ରହଣ କରିବା ତାଙ୍କ ସରଳତାର ପ୍ରତୀକ। ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଯେଉଁଠି ରାଜ୍ୟର ଆଗାମୀ ଭବିଷ୍ୟତକୁ ଯେକୌଣସି ହାଇ-ଫାଇ ଇଂରାଜୀ ମାଧ୍ୟମ ତଥା ନାମୀଦାମୀ ସ୍କୁଲ ସମାନ ଛାତ୍ରଛାତ୍ରୀଙ୍କୁ ମିଳୁଛି ଅତ୍ୟାଧୁନିକ ଶିକ୍ଷା। ସ୍ମାର୍ଟ କ୍ଲାସ୍ ରୁମ୍‌ରେ ଡିଜିଟାଲ୍ ପାଠପଢା, କମ୍ପ୍ୟୁଟର୍ ଓ ମଡର୍ଣ୍ଣ ସାଇନ୍ସ ଲ୍ୟାବ୍ ସହ ଯୁଗପଯୋଗୀ ଶିକ୍ଷା ପରିବେଶ ସେମାନଙ୍କୁ ଭବିଷ୍ୟତର ଆହ୍ବାନ ପାଇଁ ଦକ୍ଷ କରି ଗଢି ତୋଳୁଛି। କେବଳ ବିଦ୍ୟାର ମନ୍ଦିର ନୁହେଁ, ଧର୍ମର ପୀଠକୁ ମଧ୍ୟ ୫-ଟି ରୂପାନ୍ତରଣରେ ସାମିଲ କରିଛନ୍ତି। ହେଉଛି ବିଭିନ୍ନ ପ୍ରସିଦ୍ଧ ଧର୍ମସ୍ଥଳର ନବକଳେବର। ଉନ୍ନତ ପର୍ଯ୍ୟଟନସ୍ଥଳ ଭାବେ ଗଢି ଉଠୁଛି ଏସବୁ ସ୍ଥାନ। ନିଜେ ଭକ୍ତ ସାଜି ଠାକୁରଙ୍କ ଆଗରେ ମୁଣ୍ଡିଆ ମାରି ଏ ଜାତି, ଏ ରାଜ୍ୟର ମଙ୍ଗଳ କାମନା କରି ସେ ନତମସ୍ତକ ହେବା ଦୃଶ୍ୟ ତାଙ୍କ ଚରିତ୍ରର ମହନୀୟତା ଦର୍ଶାଏ। ସର୍ବଦା ହସ ହସ ମୁହଁରେ ଦୃଶ୍ୟମାନ ପାଣ୍ଡିଆନ୍ କାର୍ଯ୍ୟ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ସଦା ପ୍ରେରଣାଦାୟୀ।

ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣରୁ ଆରମ୍ଭ କରି କୃଷକର ଜମିକୁ ଜଳସେଚନ ପାଇଁ ଏକାଧିକ ଜଳପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରାଇଛନ୍ତି ସେ। ଯାହାଙ୍କ ପାଇଁ କର୍ତ୍ତବ୍ୟ ପ୍ରାଥମିକତା, ତାଙ୍କ ପାଇଁ ସମୟ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ଏଣୁ ବ୍ୟକ୍ତିଗତ ସୁଖସ୍ୱାଚ୍ଛନ୍ଦ୍ୟକୁ ପଛ କରି ଭୋର୍ କି ସକାଳ ନାହିଁ, ମଧ୍ୟାହ୍ନ କି ସନ୍ଧ୍ୟା ନାହିଁ ସେ ତଦାରଖ ସକାଶେ ବିଭିନ୍ନ ସ୍ଥାନରେ ପହଞ୍ଚି ଯାଆନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ହେଉ କି କାଳିଆ ସ୍କିମ୍, ମୁଖ୍ୟମନ୍ତ୍ରୀଙ୍କ ଯୋଜନାର ପ୍ରକୃତ କାର୍ଯ୍ୟକାରିତା ପାଇଁ ପରଦା ପଛର ନାୟକ ସାଜି ସେ ସଦା ତତ୍ପର। ସେଥିପାଇଁ ତ ଆଜି ଓଡ଼ିଶା ହକିର ହବ୍। କ୍ରୀଡା ଓ କ୍ରୀଡାବିତ୍‌ଙ୍କୁ ଏଠି ମିଳୁଛି ସର୍ବାଧିକ ସୁବିଧା ସୁଯୋଗ। ଏକ କ୍ରୀଡା ଛାତ୍ରାବାସରୁ ଆସିଥିବା ଏହି ଆଇଏଏସ୍ ଜଣକ ହକି ପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ରାଜ୍ୟରେ ହକିର ଭିତ୍ତିଭୂମିକୁ ଏତେ ଅଧିକ ବିକଶିତ କରାଇଲେଣି ଯେ ତାହାର ତୁଳନା ନାହିଁ। ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ସେଠି ତାଙ୍କ ଛାଇ ଭଳି ଉପସ୍ଥିତ ରହି ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ଆଗେଇ ନେଇ ଚାଲିଛନ୍ତି ସେ। ପୁଣି ସାମୂହିକ ପ୍ରୟାସ ପ୍ରତି ଗୁରୁତ୍ବ ମଧ୍ୟ ଦିଅନ୍ତି ସେ। ପ୍ରଶାସନିକ ସହଯୋଗୀଙ୍କ ସହ ତାଙ୍କ ବନ୍ଧୁତା ତାଙ୍କୁ ଜଣେ ଉତ୍ତମ ମାର୍ଗଦର୍ଶକର ସ୍ଥାନ ଦିଏ।

ଏତେ ଉଚ୍ଚ ଓ ମହତ୍ତ୍ୱପୂର୍ଣ୍ଣ ପଦରେ ଥାଇ ନିଜକୁ ସାଧାରଣ କରି ରଖିବାରେ ତାଙ୍କର ଆଗ୍ରହ। ସେଥିପାଇଁ ତ ପିଲାଙ୍କ ସହ ମିଶି କ୍ଲାସରେ ବସିବା ହେଉ ବା ନିଜ ହାତରେ ସେମାନଙ୍କୁ ମିଠା ପରଷିଦେବାରେ ତାଙ୍କର ତୃପ୍ତି ଦେଖିବା ଯୋଗ୍ୟ। ସାଧାରଣ ଲୋକଙ୍କ ସମସ୍ୟା ବୁଝିବା, ସେମାନଙ୍କ ନିକଟତର ହୋଇ ପ୍ରଶାସନକୁ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟରତ ସେ। କଟକର ଏସ୍‌ସିବି ମେଡିକାଲ କଲେଜ ହସ୍‌ପିଟାଲ୍‌କୁ ଏମ୍‌ସ୍ ପ୍ଲସ୍ ମାନ୍ୟତା ସହ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାରେ ପରିଣତ କରାଇବା ନିମନ୍ତେ ୫-ଟି କାର୍ଯ୍ୟକ୍ରମରେ ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା। କରୋନା ବିରୋଧୀ ମୁକାବିଲା ହେଉ କି ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ବିପାକର ପ୍ରତିକାର, ଏ କ୍ଷେତ୍ରରେ ଆମ ରାଜ୍ୟକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାକୁ ବାସ୍ତବତାରେ ପରିଣତ କରିପାରିଛନ୍ତି ଭିକେ ପାଣ୍ଡିଆନ।

ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ 5T ସଚିବଙ୍କ ମାରାଥନ ସମୀକ୍ଷା, ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ଦେଉଛନ୍ତି ସମାଧାନର ପ୍ରତିଶୃତି
ଗଞ୍ଜାମ : ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ମାରାଥନ ସମୀକ୍ଷା । ଦ୍ବିତୀୟ ଦିନରେ ଆଜି ଭଞ୍ଜନଗରରେ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ପହଞ୍ଚିବା ପରେ ବିପୁଳ ସ୍ବାଗତ କରିଛନ୍ତି ମିଶନ ଶକ୍ତି ମା’ । ରାକ୍ଷୀ ବାନ୍ଧି ଶୁଭ ମନାସିଥିଲେ ମା’ । ଭଞ୍ଜନଗର ଅଂଚଳରେ ପିଇବା ପାଣି ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି । ସେହିପରି ଚାଷୀଙ୍କ ପାଇଁ ଇନ ଷ୍ଟ୍ରିମ ଯୋଜନା ସହିତ ନୂଆ ସେତୁ କରୁଛନ୍ତି ରାଜ୍ୟ ସରକାର । ପିଇବା ପାଣି ନେଇ ଯେଉଁ ଅଭିଯୋଗ ପତ୍ର ଆସିଛି, ତାହା ୨ ଦିନ ମଧ୍ୟରେ ସମାଧାନ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଗାଁରେ ଇଂଜିନିୟର ପହଞ୍ଚିବେ ବୋଲି କହିଛନ୍ତି 5T ସଚିବ । ସେହିପରି ସ୍କୁଲ ଓ କଲେଜ 5ଟିରେ ସାମିଲ ମୁଖ୍ୟମନ୍ତ୍ରୀ କରିଥିବା କଥା କହିଛନ୍ତି 5ଟି ସଚିବ ।

କଲେଜ ଓ ସ୍କୁଲରେ ସ୍ମାର୍ଟକ୍ଲାସ ରୁମ, ଲାଇବ୍ରେରୀ, କମନ ରୁମ ଓ ସାଇନ୍ସ ଲ୍ୟାବ କରାଯିବ । ଏହି ଅବସରରେ ମିଶନ ଶକ୍ତି ମା’ ସହ ଆଲୋଚନା କରିଥଲେ । ମିଶନ ଶକ୍ତି ଏବେ ହୋଟେଲ, ହଷ୍ଟେଲ, ପାନ୍ଥ ନିବାସ ପରିଚାଳନା ସହ ଧାନ କିଣା, ବିଜୁଳି ବିଲ କାମରେ ଲାଗିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ରଖିଛନ୍ତି । ପ୍ରତି ମାସ ସରକାର ୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସହ ଚାଷୀମାନଙ୍କୁ ଲକ୍ଷେ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି । ତାସହ ବୀମା ରାଶିର ପ୍ରିମୀୟମ ବି ସରକାର ଦେଉଛନ୍ତି । ଗଂଜାମ ଜିଲ୍ଲାର ଲକ୍ଷେ ୨୫ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଦେଇଛନ୍ତି, ତା ଉପରେ ସେପ୍ଟେମ୍ବର ୩ ତାରିଖ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି କହିଛନ୍ତି 5T ସଚିବ । ସମସ୍ତ ଅଭିଯୋଗ ମାସକ ଭିତରେ ସମାଧାନ ହେବ ବୋଲି କହିଛନ୍ତି ।

ଗଜପତି ଜିଲ୍ଲା ଗସ୍ତକରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ 5T ସଚିବ
ଗଜପତି : ୫-ଟି ସଚିବ ଭି.କେ. ପାଣ୍ଡିଆନ ଗଜପତି ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଶେଷ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ଅଭିଯୋଗ ଆବେଦନ ଉପରେ ଅଗ୍ରଗତିର ସମୀକ୍ଷା କରିଛନ୍ତି 5T ସଚିବ । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ମେ ମାସରେ CMO ଗସ୍ତ ସମୟରେ ମୋଟ ୭୮୯ ଟି ଅଭିଯୋଗ ଆବେଦନ କରାଯାଇଥିଲା। ସେଥିମଧ୍ୟରୁ ୭୨୫ ଟି ଆବେଦନ ସମାଧାନ ହୋଇଛି ଏବଂ ୬୪ ଟି ଆବେଦନ ବିଭିନ୍ନ ସମାଧାନ ପର୍ଯ୍ୟାୟରେ ଅଛି । ବିଜୁ ଏକ୍ସପ୍ରେସୱେ ସର୍ଭେ କାର୍ଯ୍ୟରେ ଅଗ୍ରଗତିର ସମୀକ୍ଷା କରିଥିଲେ। ସେ ପାରଳାଖେମୁଣ୍ଡିରେ ବାଇପାସ୍ ରାସ୍ତା ଦେଇ ୪-ଲେନ ରାସ୍ତା ବିଷୟରେ ଆଲୋଚନା କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ଛେଳିଗଡ଼ ଜଳସେଚନ ପ୍ରକଳ୍ପର ସମୀକ୍ଷା କରି ପାରିପାର୍ଶ୍ୱିକ ବିକାଶ ପ୍ରଭାବିତ ଗ୍ରାମଗୁଡିକ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ୧୦.୨ କୋଟି ଟଙ୍କା ବ୍ୟୟରେ ପେରିଫେରୀ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ଉପାଦାନଗୁଡିକ ଅନୁମୋଦନ କରାଯାଇଥିଲା | ପାରଳାଖେମୁଣ୍ଡିରେ ଥିବା ସଂସ୍କୃତ ଭବନକୁ ୬.୧୪ କୋଟି ଟଙ୍କା ବ୍ୟୟରେ ମଞ୍ଜୁରି ଦିଆଯାଇଥିଲା ।

ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି – କୃଷ୍ଣ ସାଗର (୩.୧୪ କୋଟି), ରାମସଗର (୩.୫୦ କୋଟି), ଗଜପତି ସାଗର (୧.୪ କୋଟି) ଟେଣ୍ଡର ଶୀଘ୍ର ଶେଷ ହେବା ସହ କାର୍ଯ୍ୟ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନ ଲ୍ୟାବ ଇତ୍ୟାଦି ପାଇଁ ବିଭିନ୍ନ କଲେଜକୁ ୧୧ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟର ଅଗ୍ରଗତି ଏବଂ ବିଭିନ୍ନ ଧାର୍ମିକ ତଥା ସମ୍ପ୍ରଦାୟ ଭବନର ବିକାଶ ପାଇଁ ୧୮.୪୫ କୋଟି ଟଙ୍କା ମୂଲ୍ୟର କାର୍ଯ୍ୟର ସମୀକ୍ଷା କରିଥିଲେ। ଅକ୍ଟୋବର ସୁଦ୍ଧା କାର୍ଯ୍ୟ ଶେଷ ହେବା ଉଚିତ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାଂଶ ଆବେଦନ ପାଇଁ ପ୍ରକଳ୍ପ ମଞ୍ଜୁର ସମାପ୍ତ ହୋଇ ଗଜପତି ଜିଲ୍ଲାର ଅଭିଯୋଗ ସମାଧାନରେ 5T ସଚିବ ସନ୍ତୋଷ ବ୍ୟକ୍ତ କରିଛନ୍ତି। କାର୍ଯ୍ୟଗୁଡିକ ମଧ୍ୟ ଦ୍ରୁତ ଗତିରେ ଅଗ୍ରଗତି ହେବା ଉଚିତ ଏବଂ ସମୟ ସୀମା ମଧ୍ୟରେ ସମାପ୍ତ ହେବା ଉଚିତ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ସମ୍ପୃକ୍ତ ହେବାକୁ ସେ ସମ୍ପ୍ରଦାୟକୁ କହିଥିଲେ ଏବଂ ସେମାନଙ୍କ ଆବେଦନ ଉପରେ ଅଗ୍ରଗତି ବିଷୟରେ ଅବଗତ କରାଇଥିଲେ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ୱାସ ଥିବା ବ୍ୟକ୍ତିମାନେ ଏକ ସମୟସୀମା ମଧ୍ୟରେ ଅଭିଯୋଗ ଆବେଦନରେ ଉଠାଯାଇଥିବା ସମସ୍ୟାର ସମାଧାନ କରି ସମ୍ମାନିତ ହେବା ଉଚିତ ଏବଂ ଆବେଦନକାରୀଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇବା ସହ ସେମାନଙ୍କ ମତାମତ ଗ୍ରହଣ କରିବା ଉଚିତ। ସକାଳ ୬.୩୦ ସମୟରେ 5T ସଚିବ, ଜିଲ୍ଲାପାଳ ଏସ୍ ପ୍ରଧାନ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ପୁରୀ ଗସ୍ତରେ 5T ସଚିବ, ଲୋକଙ୍କ ପାଖରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା
ପୁରୀ: ପୁରୀ ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗ୍ରାଉଣ୍ଡକୁ ଯାଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଲୋକଙ୍କ ପାଖରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ପାନ ଚାଷୀ ୧୫ ଦିନରେ ସ୍ବତନ୍ତ୍ର ପ୍ୟାକେଜ ପାଇବେ । ଖୁବଶୀଘ୍ର ଏନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ମା’ ମଙ୍ଗଳାଙ୍କ ମନ୍ଦିର DPR ପ୍ରସ୍ତୁତ ହୋଇ ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ରୂପାନ୍ତର ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୦ କୋଟି ଟଙ୍କା । ୨୧୦ କୋଟି କୋଣାର୍କ ମନ୍ଦିର ବିକାଶ ପାଇଁ ଖର୍ଚ୍ଚ ହେବ । ଅନ୍ତର୍ଜାତୀୟ ସ୍ତରର ହେବ କୋଣାର୍କ । ଚନ୍ଦ୍ରଭାଗା ବେଳାଭୂମି ପାଇଁ ବି ମୁଖ୍ୟମନ୍ତ୍ରୀ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅସ୍ତରଙ୍ଗ ବ୍ଲକର ୫୦ ଗାଁ, କାକଟପୁରର ୪୭ଗାଁ, ଗୋପର ୫୦ଗାଁ ପାଇଁ ୨୩୫ କୋଟି ଖର୍ଚ୍ଚ ହୋଇ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି ।

ପ୍ରାଚୀ ନଦୀ ଉପରେ ୨ଟି, ଦେବୀ ଓ କାଦୁଆ ନଦୀ ଉପରେ ଗୋଟିଏ ଲେଖାଏ ସେତୁ ହେବ । ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୨ କୋଟି ଅନୁମୋଦନ ହୋଇଛି । ପ୍ରାଚୀ ନଦୀ ଉନ୍ନତିକରଣ ପାଇଁ ୧୫ କୋଟି ଖର୍ଚ୍ଚ ହୋଇଛି । ନିମାପଡାରୁ କାକଟପୁର ଯାଏ ବିଦ୍ୟୁତ ପାଇଁ ଖର୍ଚ୍ଚ ହୋଇଛି ୮ କୋଟି ଟଙ୍କା । ସେହିପରି ଚିଙ୍ଗୁଡାରୁ ଇତିପୁର, ଗୋପ ରାସ୍ତା ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରୁ ୧୫ କୋଟି ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।

ଆଜି ଦ୍ବିତୀୟ ଦିନରେ ପୁରୀ ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । କାକଟପୁରରେ ପହଞ୍ଚି ଲୋକଙ୍କ ହାତରୁ ଗ୍ରହଣ କରିଛନ୍ତି ଅଭିଯୋଗପତ୍ର । ମହିଳାମାନେ ପୁଷ୍ପ ବର୍ଷା ସହ ହୁଳହୁଳି ଦେଇ 5T ସଚିବଙ୍କୁ ସ୍ବାଗତ କରିଥିଲେ । 5T ସଚିବ ନିଜେ ଚାଲି ଚାଲି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ହାତ ମିଶାଇଥିଲେ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି ତାହା ୭ ଦିନ ମଧ୍ୟରେ ପୂରଣ କରାଯିବ । ପିଇବା ପାଣି ସମସ୍ୟା ଯାହାର ଅଛି, ତାହା ମଧ୍ୟ ପୂରଣ ହେବ । ଆଜି ସନ୍ଧ୍ୟା କି କାଲି ସକାଳ ସୁଦ୍ଧା ଆପଣଙ୍କ ଗାଁକୁ ଯନ୍ତ୍ରୀ ଯିବେ । ଦୁଇ ଦିନ ଭିତରେ ପିଇବା ପାଣି ସମସ୍ୟାର ସମାଧାନ ହେବ । ବାକି ଦରଖାସ୍ତ ବି ଟିକନିକ ଦେଖାଯିବ । ମୁଖ୍ୟମନ୍ତ୍ରୀ ସବୁବେଳେ ମିଶନ ଶକ୍ତି ମାଆମାନଙ୍କ ସହ ଅଛନ୍ତି । ମିଶନ ଶକ୍ତିରେ ଏବେ ୭୦ ଲକ୍ଷରୁ ଅଧିକ ମା’ ସାମିଲ ହୋଇଛନ୍ତି । ଗୋଟିଏ ବର୍ଷରେ ୧୧ ହଜାର ୩ଶହ କୋଟି ଋଣ ନେଇଛନ୍ତି ମିଶନ ଶକ୍ତି ମାଆ ।

ପୁରୀ ଜିଲ୍ଲାରେ ଋଣର ପରିମାଣ ୩.୪୬ ଲକ୍ଷ ରହିଛି । ସେହିପରି BSKY ଜରିଆରେ ଦେଶର ଓ ରାଜ୍ୟର ବଡ଼ ବଡ଼ ଘରୋଇ ଓ ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି । ଚାଷୀ ମାନଙ୍କ ପାଇଁ ୧ ଲକ୍ଷ ଯାଏ ବିନା ସୁଧରେ ଋଣ ଦେଉଛନ୍ତି । ଏବେ ଫସଲ ବିମାରେ ପ୍ରିମିୟମ ବି ରାଜ୍ୟ ସରକାର ବହନ କରିବେ । ପୁରୀ ଜିଲ୍ଲାର ୧ ଲକ୍ଷ ୬ ହଜାର ଚାଷୀ ଫସଲ ବୀମାରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି 5T ସଚିବ । ପାନ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି କହିଛନ୍ତି 5T ସଚିବ ।

୫-ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତର ଦ୍ବିତୀୟ ଦିନ, ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର କରୁଛନ୍ତି ଅନୁଧ୍ୟାନ
ମୟୂରଭଞ୍ଜ: ଦ୍ବିତୀୟ ଦିନରେ ମୟୂରଭଞ୍ଜରେ 5T ସଚିବଙ୍କ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ । ବାରିପଦାର ଛଉ ପଡ଼ିଆରେ ପହଞ୍ଚିବା ପରେ 5T ସଚିବଙ୍କୁ ରାକ୍ଷୀ ବାନ୍ଧିଲେ ସ୍ବୟଂ ସହାୟିକା । ମା’ଙ୍କ ଠାରୁ ଦାବି ପତ୍ର ଗ୍ରହଣ କରିବା ସହ ସମସ୍ୟାର ସମାଧାନ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି । ଜନଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇ ମିଶନ ଶକ୍ତି ମା’ଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଆପଣଙ୍କୁ ବହୁତ ଭଲ ପାଆନ୍ତି, ଆପଣ ମାନଙ୍କ ଉନ୍ନତି ମୁଖ୍ୟମନ୍ତ୍ରୀ ଚାହାନ୍ତି । ଓଡିଶାକୁ ସଶକ୍ତ ରାଜ୍ୟ କରିବାକୁ ହେଲେ ମା’ ମାନଙ୍କୁ ଆଗକୁ ଆସିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି ।

ଏବେ ମିଶନ ଶକ୍ତି ଏକ ସାମାଜିକ ବିପ୍ଳବରେ ପରିଣତ ହୋଇଛି । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ ମାନଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି । ରାଜ୍ୟରେ 3 ଲକ୍ଷ 75 ହଜାର ଗ୍ରୁପ 11 ହଜାର 3ଶହ ଋଣ ନେଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର 750 କୋଟି ଟଙ୍କା ଋଣ ନେଇଛନ୍ତି । ସେହିପରି ଗାଁ ଗଣ୍ଡାରେ ପଡି ରହିଥିବା ସରକାରୀ ପ୍ରତିଷ୍ଠାନ ଉପରେ ନଜର ରଖନ୍ତୁ । ସେହି ଗୁଡିକ ଭଲ କାମରେ ବ୍ୟବହାର ପାଇଁ ମିଶନ ଶକ୍ତିକୁ ହସ୍ତାନ୍ତର କରାଯିବ ।

ଯେଉଁଠି ପଞ୍ଚାୟତରେ ସରକାରୀ ଘର ଅବ୍ୟବହୃତ ଅଛି, ସେଗୁଡିକ ଖୋଜିବାକୁ ପରାମର୍ଶ ଦେଇଛନ୍ତି । ସ୍ମାର୍ଟ ଆଇଡି କାର୍ଡ ମାସ ଦୁଇ ମାସ ଭିତରେ ମିଳିବ । ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ମାନଙ୍କ ଦରମା ବଢାଇବା କଥା ସରକାର ଚିନ୍ତା କରୁଛନ୍ତି । ମା ମାନେ ଏବେ ଉଦ୍ୟୋଗପତି ହେଲେଣି, ତାହା ଦେଖି ଅନେକ ପ୍ରେରଣା ମିଳୁଛି । ସବୁ କାମରେ ମିଶନ ଶକ୍ତି ସାମିଲ ହୋଇଛନ୍ତି ବୋଲି କହିଛନ୍ତି 5T ସଚିବ । ଯେଉଁ ସବୁ ଦାବି ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ।

ଛାତ୍ରଛାତ୍ରୀଙ୍କୁ ୫ଟି ସଚିବଙ୍କ ସଫଳତାର ମନ୍ତ୍ର: ପ୍ରତିଦିନ ୧୫ ମିନିଟ୍ ଯୋଗ କରିବାକୁ ଦେଲେ ପରାମର୍ଶ
ବଲାଙ୍ଗୀର: ବଲାଙ୍ଗିର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ରାଜେନ୍ଦ୍ର ୟୁନିଭରସିଟି ପ୍ଲେ ଗ୍ରାଉଣ୍ଡରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପାଣ୍ଡିଆନ୍ । ୫ଟି ସ୍କୁଲ କେମିତି ଲାଗୁଛି ବୋଲି ପିଲାଙ୍କୁ ପଚାରିଥିଲେ । ସ୍କୁଲରେ ସ୍ମାର୍ଟ କ୍ଲାସ୍ କେମିତି ଲାଗୁଛି। କେମିତି ପାଠ ପଢା ଚାଲିଛି ବୋଲି ପଚାରିଥିଲେ ପାଣ୍ଡିଆନ । ଏଥିସହ ମୁଖ୍ୟମନ୍ତ୍ରୀ କଲେଜର ଉନ୍ନତିକରଣ ପାଇଁ ୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଡିସେମ୍ବର ସୁଦ୍ଧା ଜିଲ୍ଲାର ସମସ୍ତ କଲେଜ ଫାଇଭ-ଟିରେ ରୂପାନ୍ତରିତ ହେବ । ୯୭ଟି କଲେଜ ପାଇଁ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ୬ ମାସ ଭିତରେ ବଦଳିଯିବ ସମସ୍ତ କଲେଜର ଚିତ୍ର ।

ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ସରକାରୀ କଲେଜ ବେସରକାରୀ କଲେଜକୁ ଟପିବ ବୋଲି ପାଣ୍ଡିଆନ କହିଛନ୍ତି । ପାଠ ପଢା ସହିତ ଖେଳକୁଦ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଗ କଲେ ମନରେ ଶାନ୍ତି ସହ ପାଠ ପଡ଼ିବା ଆଗ୍ରହ ଲାଗେ । ୧୫ ମିନିଟ୍ ଯୋଗକଲେ ଆପଣଙ୍କର ମେମୋରି ପାଓ୍ବାର ବଢିବ । ୬ ମାସ ପରେ ଆପଣ ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆସିବ । ଆତ୍ମବିଶ୍ୱାସ ଆପଣମାନଙ୍କୁ ବହୁ ଉପରକୁ ନେବ ।

ନିଜେ ଫିଟ୍ ରହିଲେ ଆପେ ଆପେ ଆତ୍ମବିଶ୍ୱାସ ବଢିବ ବୋଲି ପାଣ୍ଡିଆନ୍ କହିଥିଲେ । ସ୍ୱପ୍ନ ଥିଲେ ତାହା ନିଶ୍ଚୟ ପୁରା ହୋଇ ପାରିବ । ସ୍ୱପ୍ନ ସବୁବେଳେ ବଡ ହେବା ଦରକାର । ବାପା ମାଙ୍କ ସ୍ଵପ୍ନ ପୁରଣ୍ କରିବା ପାଇଁ ତୁମମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ପ୍ରତିଦିନ ୨୦ କିଲୋମିଟର ଯାତ୍ରା କରି ସ୍କୁଲ ଯାଉଥିଲି ବୋଲି ପାଣ୍ଡିଆନ୍ କହିଥିଲେ ଓ ସରକାରୀ ସ୍କୁଲରେ ପାଠ ପଢି ପିଜି ଟପ୍ପର ହୋଇଥିଲି, ଶେଷରେ ଆଇଏଏସ ହୋଇପାରିଲି ବୋଲି ଫାଇଭ-ଟି ସଚିବ କହିଥିଲେ ।

ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ 5T ସଚିବ, ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର କରୁଛନ୍ତି ସମୀକ୍ଷା
ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ତୁଷୁରାରେ ଥିବା ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ ସହିତ ମନ୍ଦିରର ବିକ‍ଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ଖୁବଶୀଘ୍ର ବଦଳିବ ତୁଷୁରାର ମାଆ ସମଲେଶ୍ବରୀଙ୍କ ମନ୍ଦିରର ରୂପରେଖ । ମାଆଙ୍କ ଦର୍ଶନ ସହ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ତୁଷୁରା ମେଡିକାଲର ମଧ୍ୟ ଖୁବଶୀଘ୍ର ବିକାଶ କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଖୁସି ଖବର ଦେବେ ବୋଲି 5T ସଚିବ କହିଛନ୍ତି । ମନ୍ଦିର ନିକଟରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଭିକେ ପାଣ୍ଡିଆନ ଲୋକଙ୍କ ପାଖକୁ ଯାଇ ଦାବିପତ୍ର ଗ୍ରହଣ କରିଛନ୍ତି । ସାତଦିନ ଭିତରେ ବିଭିନ୍ନ ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି 5T ସଚିବ ଭିକେ ପ‍ଣ୍ଡିଆନ କହିଛନ୍ତି ।

୫ଟି ସଚିବଙ୍କ ନୟାଗଡ଼ ଗସ୍ତର ୨ୟ ଦିନ: ବଲାଙ୍ଗୀ ପାର୍କ ବୁଲିଲେ, ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ଉନ୍ନତୀ କରଣ ପାଇଁ ଦେଲେ ପ୍ରତିଶୃତି
ନୟାଗଡ଼ : ଦୁଇ ଦିନିଆ ନୟାଗଡ଼ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଶୁକ୍ରବାର ସକାଳୁ ନିର୍ମାଣଧିନ ବଲାଙ୍ଗୀ ପାର୍କ ପରିଦର୍ଶନ କରିଛନ୍ତି । ପୈାର ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ସଚିବଙ୍କୁ ପାର୍କ ନିର୍ମାଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ନିର୍ମାଣ ସମୟର ଭିଡିଓ, ଫଟୋ ଓ ମ୍ୟାପ ଦେଖିବା ସହ ସଚିବ ପାର୍କ ବୁଲି ଦେଖିଥିଲେ । ପାର୍କ ନିର୍ମାଣ ଶୈଳୀ ଏବଂ ଉଦ୍ୟମକୁ ପ୍ରଶଂସା କରିବା ସହ ପ୍ରକଳ୍ପକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ପାଇଁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିବେ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରିଷ୍ଣା, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ପ୍ରମୂଖ ଉପସ୍ଥିତ ରହିଥିଲେ । ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ବନବିଭାଗ ଦ୍ୱାରା କରାଯାଇଥିବା ବୃକ୍ଷରୋପଣ, ଆମ୍ବ ବଗିଚା ପ୍ରଭୃତି ସମ୍ପର୍କରେ ସଚିବଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହା ପରେ ୫ଟି ସଚିବ ନୟାଗଡ଼ର ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିଥିଲେ । ନୟାଗଡ଼ ସହରର ପ୍ରମୂଖ ବ୍ୟକ୍ତିତ୍ୱ ସଚିବଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ସଚିବ ଏହାର ଉନ୍ନତୀ ପାଇଁ ସ୍ଥାନୀୟ ଲୋକ ଏବଂ ପୂଜକଙ୍କ ସହ ଆଲୋଚନା କରିଥିଲେ । ଖୁବଶୀଘ୍ର ଏହାର ଉନ୍ନତୀ କରଣ ପାଇଁ ବ୍ୟବସ୍ଥା କରିବାକୁ ସଚିବ ପ୍ରତିଶୃତି ଦେଇଥିଲେ । ଏହା ପରେ କଣ୍ଟିଲୋଠାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ନୀଳମାଧବ ରୂପାନ୍ତରଣ କାର୍ଯ୍ୟ ତଦାରଖ କରିବା ପାଇଁ ସଚିବ ଗସ୍ତ କରିଥିବା ସୂଚନା ମିଳିଛି ।

ଗରିବ ବିଧବା ମହିଳାଙ୍କ ଦୁଃଖ ବୁଝିଲେ ୫ଟି ସଚିବ
ବରଗଡ଼: କେବଳ ଛାତ୍ରଙ୍କ ସମସ୍ୟା ନୁହେଁ କି ଅନାଥଙ୍କ ଦୁଃଖ ନୁହେଁ । ଅଭାବଠୁ ଅସୁବିଧା । ସବୁ ସମୟରେ ସମସ୍ତଙ୍କୁ ସାଥ୍ ଦେଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ତାଙ୍କ ସାହାଯ୍ୟ ଓ ସହଯୋଗର ପୃଷ୍ଠାରେ ଏବେ ଯୋଡ଼ି ହୋଇଛି ଗରିବ ବିଧବା ମହିଳାଙ୍କ କାହାଣୀ । ବରଗଡ଼ ସଦର ବ୍ଲକ ଅଡ଼ଗାଁର ପୁଷ୍ପା ଭୁଏଙ୍କ ଦୁଃଖ ବୁଝିଛନ୍ତି ୫ଟି ସଚିବ । ସ୍ବାମୀଙ୍କ ଅକାଳ ବିୟୋଗ ପରେ ଦୁଇ ସନ୍ତାନଙ୍କୁ ନେଇ ଭାଙ୍ଗିପଡ଼ିଥିଲେ ପୁଷ୍ପା । ଆର୍ଥିକ ଅନଟନ ଭିତରେ ସଂଘର୍ଷ କରି ପରିବାର ଚଳାଉଥିବା ପୁଷ୍ପାଙ୍କ କାହାଣୀ ବିଷୟରେ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ୫ଟି ସଚିବ । ଖବର ପାଇବ କ୍ଷଣି ବରଗଡ଼ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ପୁଷ୍ପାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବା ସହ ସ୍ବାମୀଙ୍କ ମୃତ୍ୟୁ ବାବଦକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଯାଇଛି । ପୂର୍ବରୁ ଆଶୀର୍ବାଦ ଯୋଜନାରେ ଦୁଇ ଛୁଆଙ୍କୁ ସାମିଲ କରାଯାଇ ପ୍ରତି ମାସକୁ ୧୫ ଶହ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଛି । ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ପୁଷ୍ପା ଭୁଏ।

ଢେଙ୍କାନାଳ ଗସ୍ତରେ ୫ଟି ସଚିବ: ଲୋକଙ୍କ ଦାବିପତ୍ର ଗ୍ରହଣ କରିବାସହ ଅଞ୍ଚଳରେଥିବା ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି
ଢେଙ୍କାନାଳ: ଢେଙ୍କାନାଳ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍। ଗ୍ରାଉଣ୍ଡରୁ ଚାଲିଛି ମାରାଥନ ସମୀକ୍ଷା । ବିକାଶର ଅଗ୍ରଗତିର ଚାଲିଛି ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା । ଏହିକ୍ରମରେ ହିନ୍ଦୋଳ ବ୍ଲକ ଖଜୁରିଆକଟାରେ ପହଞ୍ଚିଥିଲେ ୫ଟି ସଚିବ । ବିକାଶର ବାର୍ତ୍ତା ନେଇ ଆସିଥିବାରୁ ପୁଷ୍ପ ବର୍ଷା କରିଛନ୍ତି ସ୍ଥାନୀୟଲୋକେ। ସମସ୍ତଙ୍କ ସହ ହାତ ମିଶାଇବା ସହ ସେ ପିଟିସନ ବି ଗ୍ରହଣ କରିଥିଲେ। କଲେଜ ଛାତ୍ରଛାତ୍ରୀ ବି 5T ସଚିବଙ୍କୁ ପାଖରେ ପାଇ ଉତ୍ସାହିତ ହୋଇଥିଲେ। ୫ଟି ସଚିବ ନିଜ ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ। ଆପଣମାନେ କେମିତି ଅଛନ୍ତି ବୋଲି ପଚାରିଥିଲେ । ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ସବୁ ଭଲରେ ରୁହନ୍ତୁ। ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ୫ଟି ସଚିବ। ମୁଖ୍ୟମନ୍ତ୍ରୀ ମୋତେ ପଠେଇଛନ୍ତି ଆପଣ ମାନଙ୍କ ସୁଖ ଦୁଃଖ ଜାଣିବାକୁ । ବହୁତ ପିଟିସନ ପାଇଛି। ଚାଷୀଙ୍କ ସମସ୍ୟାକୁ ପ୍ରଥମେ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ବିନା ସୁଦ୍ଧରେ କୃଷି ଲୋନ ପାଇଁ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଦେଉଛନ୍ତି।  କୃଷି ବୀମା ଆଗରୁ କେବଳ ଭାଗ ଚାଷ ପାଇଁ ଥିଲା। ହେଲେ ଏବେ ମୁଖ୍ୟମନ୍ତ୍ରୀ ସବୁ ଚାଷ ପାଇଁ କରିଛନ୍ତି। ଆଗରୁ ପ୍ରିମିଅମ ଦେଉଥିଲେ। ହେଲେ ଏବେ ସବୁ ପ୍ରିମିଅମ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଜରିଆରେ ଭରଣା କରୁଛନ୍ତି। ଆଗରୁ କେବଳ ଧାନ ଚାଷ ପାଇଁ ଋଣ ଦିଆଯାଉଥିଲା । ଏବେ ମାଣ୍ଡିଆ ଚାଷ ପାଇଁ ଦି ଦିଆଯାଇଛି।

ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁମିଟି ସେଣ୍ଟର ନିର୍ମାଣ ବା ଉନ୍ନତିକରଣ ପାଇଁ ଆପଣ ମାନେ ଆଗାମୀ ୭ ଦିନ ଅର୍ଥାତ ଜୁଲାଇ୧୯ ଭିତରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ। ମୁଖ୍ୟମନ୍ତ୍ରୀ ଆପଣଙ୍କ ସହଯୋଗ କାମନା କରିଛନ୍ତି। ଯାହା ଟଙ୍କା ସେ ଅନୁମୋଦନ କରିବେ, ତାହା ରାଜ୍ୟବାସୀ ମାନେ ଆପଣଙ୍କ ଟଙ୍କା ।  ତେଣୁ ସ୍ୱଛତା ସହ କାମ କରିବେ। ଏହା ପ୍ରଥମ କିସ୍ତି। ଭଲ କାମ କଲେ ତୃତୀୟ କିସ୍ତି ବି ପାଇବେ। ନିଜ ଘର ନିର୍ମାଣରେ ଯେମିତି କମ ଟଙ୍କାରେ ଭଲ ଜିନିଷ ଲଗାଉଛନ୍ତି, ସେହିପରି ରାଜ୍ୟ ସରକାରଙ୍କ କାମ ବି କରନ୍ତୁ। ମୁଖ୍ୟମନ୍ତ୍ରୀ ଆପଣଙ୍କ ଠାରୁ ଏହି ସ୍ୱଛତାର ସହଯୋଗ ଚାହୁଁଛନ୍ତି। ପ୍ରତି ପିଟିସନକୁ ପ୍ରଶାସନ ଟିକନିକ ଭାବେ ପଢି ସମାଧାନ କରନ୍ତୁ। ନ ହେଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପଠାନ୍ତୁ। ଏକ ମାସ ପରେ ଆପଣଙ୍କ ପାଖକୁ ଫୋନ କଲ ଯିବ। ସମସ୍ୟା ସମାଧାନ ହୋଇଛି ନା ନାହିଁ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଫୋନ ଯୋଗେ ବୁଝିବେ। ଦିନରାତି ମନ ଲଗାଇ କାମ କରନ୍ତୁ।

ମିଶନ ଶକ୍ତି ମାଆ ମାନଙ୍କୁ ବି ବିନା ସୁଧ ଋଣ କଥା ବୁଝାଇଲେ। ହେଲେ ଢେଙ୍କାନାଳ ଜିଲ୍ଲାରେ ୫ ଲକ୍ଷ ବଦଳରେ ୩.୪୦ ଲକ୍ଷ ଋଣ ନେଇଛନ୍ତି। ଲାଗି ପଡନ୍ତୁ ଯେପରି ମାଆ ମାନେ ଆହୁରି ଦୁଇ ପାଇସା ରୋଜଗାର କରି ପାରିବେ। ମୁଖ୍ୟମନ୍ତ୍ରୀ ଆପଣଙ୍କୁ ସହଯୋଗ କରିବେ। ମିଶନ ଶକ୍ତି ମାଆ ମାନଙ୍କୁ ରୋଜଗାର ଦେବାକୁ ସବୁ ଯୋଜନାରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରନ୍ତି। ତେଣୁ ସରକାରଙ୍କ ଠାରୁ ବାର୍ଷିକ ୧୨୦୦କୋଟି ବ୍ୟାପାର ପାଉଛନ୍ତି ମିଶନ ଶକ୍ତି ମାଆ ମନେ। ୧୧,୪୦୦ କୋଟି ବ୍ୟାଙ୍କ ଋଣ ନେଇଛନ୍ତି। ଆହୁରି ରୋଜଗାର ଉପରେ ଧ୍ୟାନ ଦେବା ବୋଲି ୫ଟି ସଚିବ ଭିକେ ପାଣ୍ଡିଆନ କହିଥିଲେ।

BSKY କାର୍ଡ ବିଷୟରେ ବି ସେ ବୁଝାଇଥିଲେ ୫ଟି ସଚିବ। ଗରିବ ଘରେ ରୋଗ ଆସିଲେ ଯେପରି ପରିବାର ନ ଭାଙ୍ଗି ପଡିବେ, ସେଥିପାଇଁ ଏହି ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ। ରୋଗମୁକ୍ତ କରିବାକୁ ବା ରୋଗ ସହ ଲଢ଼ିବାକୁ ଭଲ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ BSKY କରିଛନ୍ତି। ଏହା ଏକ ସ୍ମାର୍ଟ କାର୍ଡ ପରି। ଦେଶର ଭଲରୁ ଭଲ ହସ୍ପିଟାଲରେ ଚିକିତ୍ସା ହୋଇପାରିବେ। ଗରିବ ପରିବାର ଏହା ଜରିଆରେ ସଶକ୍ତ ହେବେ।

ପିଲାମାନଙ୍କୁ 5T ସ୍କୁଲ କେମିତି ଲାଗୁଛି ବୋଲି ମଧ୍ୟ ପଚାରିଥିଲେ ୫ଟି ସଚିବ। ଗତକାଲି ଢେଙ୍କାନାଳ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ 5T ରେ ସାମିଲ କରିବାକୁ ଅର୍ଥ ଅନୁମୋଦନ କରିଛନ୍ତି। କଲେଜ ମ୍ୟାନେଜମେଣ୍ଟ, ପୂର୍ବତନ ଛାତ୍ର, ନିର୍ବାଚିତ ପ୍ରତିନିଧି ମିଶିକି କାମ କରି ୬ ମାସରେ ଏହି ରୂପାନ୍ତର କରିବା। ଆପଣ ମାନଙ୍କ ସ୍ୱପ୍ନ ପୂରଣ କରି ଆତ୍ମବିଶ୍ଵାସ ବଢ଼ାଇବାକୁ ଏହି ରୂପାନ୍ତର କରୁଛନ୍ତି। ଆମେ କାମ ଗୁଡିକ ମନିଟର କରିବୁ। ତେଣୁ କାମରେ ଲାଗି ପଡନ୍ତୁ ବୋଲି କହି ଉତ୍ସାହିତ କରିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍।

ଭିଡିଓ କଲରେ ସମସ୍ୟାର ହେଲା ସମାଧାନ: ଆମ ହସ୍ପିଟାଲରେ ସାମିଲ ହେଲା ଛେଣ୍ଡିପଦା CHC
ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍। ଫାଇଭ-ଟି ସଚିବ ଭି କେ ପାଣ୍ଡିଆନଙ୍କ ଅନୁଗୁଳ ଗସ୍ତବେଳେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ଲୋକମାନେ ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ଅନୁରୋଧ କରିଥିଲେ । ଏପରି ଦାବି ଶୁଣି ଦୁଇ ମିନିଟରେ ଦାବି ପୂରଣ ହେବ ବୋଲି କହି ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ । ସବୁ କଥା ଶୁଣିବା ପରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ଆମ ହସପିଟାଲରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।