Odia New Year - The Sakala

ଏପ୍ରିଲ ୧୪ରେ କାହିଁକି ପାଳନ କରାଯାଏ ଓଡ଼ିଆ ନବବର୍ଷ? ଜାଣନ୍ତୁ ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ
ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାରେ ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ଏହି ପବିତ୍ର ଦିନକୁ ଖୁବ୍ ଧୁମଧାମରେ ପାଳନ କରାଯାଏ। ତେବେ ଏହି ଦିନକୁ କାହିଁକି ନବବର୍ଷ ଭାବରେ ପାଳନ କରାଯାଏ, ସେ ନେଇ ଅନେକ ଐତିହାସିକ ଏବଂ ଜ୍ୟୋତିଷ ଶାସ୍ତ୍ରୀୟ କାରଣ ରହିଛି।

ମହାବିଷୁବ ସଂକ୍ରାନ୍ତି ଏବଂ ଏହାର କାରଣ

ହିନ୍ଦୁ ସୌର କ୍ୟାଲେଣ୍ଡର ଅନୁଯାୟୀ, ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି, ସେହି ଦିନକୁ ମହାବିଷୁବ ସଂକ୍ରାନ୍ତି ଭାବରେ ପରିଗଣିତ କରାଯାଏ। ଏହି ଦିନଠାରୁ ଓଡ଼ିଆ ସୌର ବର୍ଷର ଆରମ୍ଭ ହୋଇଥାଏ। ଭାରତର ବିଭିନ୍ନ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଗଲେ ମଧ୍ୟ, ଓଡ଼ିଶାରେ ଏହା ଓଡ଼ିଆ ନବବର୍ଷ ଭାବରେ ଖ୍ୟାତ। ଏହି ଦିନଠାରୁ ଗ୍ରୀଷ୍ମ ଋତୁର ପ୍ରକୋପ ବୃଦ୍ଧି ପାଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ଆମ ସମାଜରେ ଅନେକ ସୁନ୍ଦର ପରମ୍ପରା ସୃଷ୍ଟି ହୋଇଛି।

ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ

ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଏହି ଦିନ ଘରେ ଘରେ ସ୍ୱାସ୍ଥ୍ୟକର ବେଲ ପଣା ପ୍ରସ୍ତୁତ କରାଯାଏ। ବେଲ, ଛେନା, ଦହି, କଦଳୀ ଏବଂ ଗୁଡ଼ର ମିଶ୍ରଣରେ ପ୍ରସ୍ତୁତ ଏହି ପଣା ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଏହି ପବିତ୍ର ଦିନରେ ପ୍ରତି ଓଡ଼ିଆ ଘରର ତୁଳସୀ ଚଉରା ମୂଳରେ ଏକ ଛୋଟ ମାଟି ହାଣ୍ଡି ବା ବସୁନ୍ଧରା ଠେକି ବନ୍ଧାଯାଇଥାଏ। ସେଥିରେ ଥିବା ଏକ ଛୋଟ କଣା ମାଧ୍ୟମରେ ତୁଳସୀ ଗଛ ଉପରେ ଜଳ ଏବଂ ପଣାର ବିନ୍ଦୁ ବିନ୍ଦୁ ପଡ଼ିଥାଏ। ଖରା ଦିନେ ପଶୁପକ୍ଷୀ ଏବଂ ଉଦ୍ଭିଦମାନଙ୍କୁ ଜଳଦାନ କରିବାର ମହତ୍ତ୍ୱକୁ ଏହା ପ୍ରତିପାଦିତ କରେ।

ସାଂସ୍କୃତିକ ପରମ୍ପରା ଏବଂ ପାଳନ ବିଧି

ଓଡ଼ିଆ ନବବର୍ଷ ଅବସରରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଦେବାଳୟରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ନୂତନ ପାଞ୍ଜିର ପ୍ରଚଳନ କରାଯାଏ, ଯେଉଁଥିରେ ଆଗାମୀ ବର୍ଷର ଶୁଭାଶୁଭ, ପର୍ବପର୍ବାଣି ଏବଂ ପାଣିପାଗ ସମ୍ପର୍କରେ ତଥ୍ୟ ଲିପିବଦ୍ଧ ରହିଥାଏ। ଏହାବ୍ୟତୀତ, ଏହି ପବିତ୍ର ତିଥିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ। ଏହି ଦିନ ଲୋକମାନେ ନୂଆ ପୋଷାକ ପିନ୍ଧିବା ସହ ନିଜ ଗୁରୁଜନମାନଙ୍କଠାରୁ ଆଶୀର୍ବାଦ ନେଇ ନୂତନ ବର୍ଷର ଏକ ସୁନ୍ଦର ଆରମ୍ଭ କରିଥାନ୍ତି।

ପଣା ସଂକ୍ରାନ୍ତିରେ 'ବସୁନ୍ଧରା ଠେକି'ର ମହତ୍ତ୍ୱ: ଜାଣନ୍ତୁ ଓଡ଼ିଆ ପରମ୍ପରାରେ କାହିଁକି ରହିଛି ଏହାର ସ୍ୱତନ୍ତ୍ର ସ୍ଥାନ
ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହି ଦିନଠାରୁ ଗ୍ରୀଷ୍ମ ଋତୁର ପ୍ରକୋପ ବୃଦ୍ଧି ପାଉଥିବାରୁ, ଜଳଛତ୍ର ଖୋଲିବା ସହ ଘରେ ଘରେ ସ୍ୱତନ୍ତ୍ର ରୀତିନୀତି ପାଳନ କରାଯାଏ। ବିଶେଷ କରି ଘରର ଆଗରେ ଥିବା ତୁଳସୀ ଚଉରା ଉପରେ ଏକ ମାଟି ପାତ୍ର ବା ବସୁନ୍ଧରା ଠେକି ବାନ୍ଧିବାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି।

ବସୁନ୍ଧରା ଠେକି କ'ଣ?

ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ତୁଳସୀ ଗଛ ଉପରେ ଛାମୁଣ୍ଡିଆ କରି ଏକ ଛୋଟ ମାଟି ହାଣ୍ଡି ବା ଠେକି ଝୁଲାଯାଏ। ଏହି ଠେକିର ତଳ ଭାଗରେ ଏକ ଛୋଟ କଣା କରାଯାଇ ସେଥିରେ କୁଶ କିମ୍ବା ଦୁବ ଖୋସାଯାଇଥାଏ। ଠେକି ଭିତରେ ପଣା କିମ୍ବା ଶୀତଳ ଜଳ ଭର୍ତ୍ତି କରାଯାଏ, ଯାହାଦ୍ୱାରା ତୁଳସୀ ଗଛ ମୂଳରେ ଠୋପା ଠୋପା ହୋଇ ପାଣି ପଡ଼ିଥାଏ। ଏହାକୁ ହିଁ ବସୁନ୍ଧରା ଠେକି କୁହାଯାଏ।

ପରମ୍ପରା ଓ ବୈଜ୍ଞାନିକ ମହତ୍ତ୍ୱ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ମାନିଆସିଛନ୍ତି। ଗ୍ରୀଷ୍ମ ପ୍ରବାହରେ ପବିତ୍ର ତୁଳସୀ ଗଛ ଯେପରି ଶୁଖି ନଯାଏ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥାଏ। ଏହା ସହିତ ଏହା ପୃଥିବୀ ମାତା ବା ବସୁନ୍ଧରାଙ୍କ ପ୍ରତି କୃତଜ୍ଞତା ଏବଂ ଜୀବଜଗତକୁ ଜଳ ପ୍ରଦାନ କରିବାର ବାର୍ତ୍ତା ବହନ କରେ। ଗ୍ରୀଷ୍ମ ଦିନେ ପଶୁପକ୍ଷୀ ଏବଂ ବୃକ୍ଷଲତାଙ୍କୁ ନିୟମିତ ପାଣି ଯୋଗାଇବା ପାଇଁ ଏହା ଏକ ପରିବେଶ ଅନୁକୂଳ ପରମ୍ପରା, ଯାହା ଓଡ଼ିଆ ସଂସ୍କୃତିର ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ। ମାସକ ଯାକ ଏହି ଠେକିରେ ପାଣି ଦିଆଯାଏ, ଯାହା ଧରିତ୍ରୀକୁ ଶୀତଳ ରଖିବାର ପ୍ରତୀକ ଅଟେ।

ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ
ଭୁବନେଶ୍ୱର: ଆଜି ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ। ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ ମାସ ବା ମେଷ ସଂକ୍ରାନ୍ତିଠାରୁ ନୂତନ ବର୍ଷର ଆରମ୍ଭ ହୋଇଥାଏ । ଏହିଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ପଣା ସଂକ୍ରାନ୍ତି ଅବସରରେ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଏହିଦିନ ଠାରୁ ସୂର୍ଯ୍ୟଙ୍କ ବିଷୁବରେଖା ଆଡ଼କୁ ଉତ୍ତରାୟଣ ଗତି ଆରମ୍ଭ ହୁଏ।

ସୂର୍ଯ୍ୟଙ୍କର ରୌଦ୍ରତାପର ପ୍ରଚଣ୍ଡ ପ୍ରଭାବକୁ ପ୍ରଶମିତ କରିବା ପାଇଁ ଓଡ଼ିଆ ଘରଗୁଡ଼ିକରେ ମା’ ବୃନ୍ଦାବତୀ (ତୁଳସୀ)ଙ୍କ ଉପରେ ଛାମୁଡ଼ିଆ କରାହୁଏ। ଏକ ଛୋଟ ଘଡ଼ା ବା ଠେକିରେ  ପଣା ରଖି ଚଉରାରେ ବାନ୍ଧି ଦିଆଯାଏ। ଏଥିରେ ଛୋଟ କଣାଟିଏ କରାଯାଇ ବୃନ୍ଦାବତୀଙ୍କ ପାଖରେ ପାଣି ଲଗାଯାଏ । ଏହାକୁ ବସୁନ୍ଧରା ଠେକି କୁହାଯାଏ । ଚଉରା ମୂଳେ ଛତୁଆ ଓ ପଣା ଭୋଗ ହୋଇଥାଏ।

ଏହି ଦିନର ଆଉ ଏକ ବିଶେଷତ୍ୱ ହେଉଛି, ଏହି ଦିନ ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ। ତେଣୁ ଏହି ଦିନକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ। ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠ କରନ୍ତି। ପଣା ସଂକ୍ରାନ୍ତି ଦିନ ପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ବେଲ, ଆମ୍ବ, ଗୁଡ଼, ନଡ଼ିଆ ତଥା ବିଭିନ୍ନ ଫଳ ଆଦି ପକାଇ ପଣା ପ୍ରସ୍ତୁତ କରାଯାଏ। ଠାକୁରଙ୍କଠାରେ ପଣା ଭୋଗ ଲାଗିବା ପରେ ସମସ୍ତେ ଏହାକୁ ପିଇଥାନ୍ତି।

ପୁରୀରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ବିଶେଷ ମହତ୍ତ୍ବ ରହିଛି। ସହରରେ ପାରମ୍ପରିକ ଜାଗା ଆଖଡ଼ାରେ ହନୁମାନ ଇଷ୍ଟଦେବ ରୂପେ ପୂଜା ପାଉଥିବାରୁ ଏଠାରେ ହନୁମାନ ଜୟନ୍ତୀକୁ ବେଶ୍‌ ଉତ୍ସାହର ସହ ପାଳନ କରାଯାଏ। ଜାଗା ଆଖଡ଼ାଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଏ। ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଦେବାଳୟରେ ମଧ୍ୟ ଏହିଦିନ ପଣା ବଣ୍ଟନ କରାଯାଇଥାଏ ।

ଦକ୍ଷିଣ ଓଡ଼ିଶାରେ ଏକ ମାସ ଧରି ଚାଲିଥିବା ଦଣ୍ଡ ନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ପଣା ସଂକ୍ରାନ୍ତି ପାଇଁ ପୁରୀର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇଥାଏ। ତା’ପରେ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯାଏ। ମହାବିଷୁବ ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହୁଏ । ପଣା ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ।

ଏହି ଦିନଠାରୁ ଗଛରେ ଜଳଦାନ କରାଯିବା ସହ ପୂର୍ବଜଙ୍କ ସମାଧି ଉପରେ ମଧ୍ୟ ଜଳଦାନ କରାଯାଏ। ଆଉ କେତେକ ଘର ସାମ୍ନାରେ ଜୀବଜନ୍ତୁଙ୍କ ପାଇଁ ଜଳଦାନର ବ୍ୟବସ୍ଥା କରିଥାନ୍ତି। ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ମହା ବିଷୁବ ସଂକ୍ରାନ୍ତି ଓଡ଼ିଶାର ବିଶିଷ୍ଟ ଗଣ ପର୍ବ। ପ୍ରଚଣ୍ଡ ରୌଦ୍ର ତାପରୁ ଜନଜୀବନକୁ ଚଳଚଞ୍ଚଳ ରଖିବା ସହିତ ଆମୋଦ ପ୍ରଦାନ କରିବାରେ ଏହାର ସ୍ୱତନ୍ତ୍ରତା ରହିଛି।

ପଣାସଂକ୍ରାନ୍ତିର ତାରିଖକୁ ନେଇ ଦ୍ବନ୍ଦ୍ବ: ଏପ୍ରିଲ ୧୩ ନା ୧୪ ?
ଭୁବନେଶ୍ୱର: ପଣାସଂକ୍ରାନ୍ତିର ନିର୍ଦ୍ଧିଷ୍ଟ ତାରିଖକୁ ନେଇ ପଞ୍ଜିକା ନିର୍ଦ୍ଧାରଣ ଦ୍ବନ୍ଦ୍ବ। ଗଣନାକାର ଓ ଜ୍ୟୋତିର୍ବିଦ ମଧ୍ୟରେ ତାରିଖକୁ ନେଇ ସ୍ପଷ୍ଟତା ଆସିନପାରିବାରୁ ଆଗାମୀ ୧୨ ତାରିଖକୁ ଘୁଞ୍ଚିଲା ନିଷ୍ପତ୍ତି। ସେହିଦିନ ଗଣନାକୁ ନେଇ ତର୍ଜମା କରାଯାଇ ତାରିଖ ସ୍ପଷ୍ଟ କରାଯିବ। ଅନ୍ୟପକ୍ଷରେ ଆଗାମୀ ସ୍ନାନଯାତ୍ର ପରେ ଅନବସର ନୀତି ୧୩ଦିନ ପଡିବାକୁ ଯାଉଥିବା ବେଳେ କାର୍ତ୍ତିକ ମାସ ପଞ୍ଚୁକ ୫ଦିନ ବଦଳରେ ୪ଦିନ ପଡୁଥିବାରୁ ଲକ୍ଷ୍ମୀ ନୃସିଂହ ବେଶ କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ଚଳିତ ୨୦୨୪-୨୫ ବର୍ଷର ପାଞ୍ଜି ଯେପରି କୌଣସି ପ୍ରକାର ଅମେଳ ନହେବ ସେ ନେଇ ଧ୍ୟାନ ଦିଆଯିବ ବୋଲି ମତ ରଖିଛନ୍ତି ଗଣନାକାର ଓ ପଞ୍ଜିକାର ପ୍ରକାଶକ ।

ପଞ୍ଜିକା ପଞ୍ଜିକା ଭିତରେ ମେଳ ଖାଉନଥିବାରୁ ବିଭିନ୍ନ ଯାନି ଯାତ୍ର, ପର୍ବପର୍ବାଣି, ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ହୋଉଛି ଦ୍ବନ୍ଦ୍ବ। ଏହାକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଥିଲା । ତେବେ ବୈଠକରେ ମହାବିଷୁବ ସଂକ୍ରାନ୍ତି ପଣାସଂକ୍ରାନ୍ତିର ତାରିଖକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ଅପ୍ରେଲ ୧୩ ତାରିଖ ନା ୧୪ତାରିଖରେ ସଂକ୍ରାନ୍ତି ପଡିବ ତାହା ସ୍ପଷ୍ଟ ହୋଇପାରିଲା ନାହିଁ । ରାଧାରମଣ ପଞ୍ଜିକା, କୋହିନୂର ପଞ୍ଜିକାରେ ୧୪ତାରିଖ ଥିଵା ବେଳେ ସାମନ୍ତ ଚନ୍ଦ୍ର ଶେଖର ପଞ୍ଜିକା, ବିରଜା ପଞ୍ଜିକାରେ ୧୩ ତାରିଖରେ ପଣାସଂକ୍ରାନ୍ତି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯାହାକୁ ନେଇ ଦ୍ବନ୍ଦ ଉଠିବାରୁ ଆଗାମୀ ୧୨ତାରିଖକୁ ପଞ୍ଜିକା ନିର୍ଦ୍ଧାରଣ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଚଳିତ ବର୍ଷ ସାନ୍ନଯାତ୍ର ପରେ ମହାପ୍ରଭୁଙ୍କ ଅନବସର ନୀତିକୁ ନେଇ ବିରାଟ ପରିବର୍ତ୍ତନ ସୃଷ୍ଟି ହୋଇଛି । ଚଳିତବର୍ଷ ଅନବସର ନୀତିକାନ୍ତି ମାତ୍ର ୧୩ଦିନ ହେବ ତାହା ହେଲେ କିଭଳି ଭାବରେ ନୀତିକାନ୍ତି ଓ ଗୁପ୍ତନୀତି କରାଯିବ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତଢଉକରଣଙ୍କୁ ବିଗତ ୧୯୭୧-୭୨ ରେ ହୋଇଥିବା ନୀତି କିପରି କରାଯାଇଥିଲା ତାହା ତର୍ଜମା କରିବାକୁ ଦାୟିତ୍ବ ଦିଆଯାଇଛି । ସେହିପରି ଚଳିତବର୍ଷ କାର୍ତ୍ତିକ ପଞ୍ଚୁକ ୫ଦିନ ବଦଳରେ ୪ ଦିନ ହେବାକୁ ଯାଉଛି। ଫଳରେ ଲକ୍ଷ୍ମୀ ନୃସିଂହ ବେଶ ହୋଇପାରିବ ନାହିଁ।

ସେପଟେ ଚଳିତ ବର୍ଷ ଯାନିଯାତ, ତିଥି, ପର୍ବପର୍ବାଣି ନିର୍ଭୁଲ ତଥା ତୃଟିଶୂନ୍ୟ କରିବା ପାଇଁ ଗଣନାକାର ମାନେ ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି ପଞ୍ଜିକାର ପ୍ରକାଶକ କହିଛନ୍ତି । ୨୦୨୪-୨୫ ପଞ୍ଜିକା ନିର୍ଦ୍ଧାରଣ ପାଇଁ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ମୁକ୍ତିମଣ୍ଡପ ପଣ୍ଡିତ, ଜ୍ୟୋତିର୍ବିଦ, ବରିଷ୍ଠ ସେବାୟତ, ତଢଉକରଣ, ପରିଚାଳନା କମିଟି ସଦସ୍ୟ ଯୋଗ ଦେଇଥିଲେ ।

ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ୱିଟ କରି ଲେଖିଛନ୍ତି, ପବିତ୍ର ପଣା ସଂକ୍ରାନ୍ତିରେ ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଛି । ଏହି ନବବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସୁଖ ସମୃଦ୍ଧି କାମନା କରିଛନ୍ତି ରାଷ୍ଟ୍ରପତି ।

ପବିତ୍ର ପଣା ସଂକ୍ରାନ୍ତି ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଅଛି । ଏ ଅବସରରେ ପଣାପାଣିର ଆସର ସାଙ୍ଗକୁ ବିଭିନ୍ନ ସାରସ୍ୱତ ସଭାସମିତି ମଧ୍ୟ ଆୟୋଜିତ ହେଉଅଛି । ଏହି ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ପ୍ରିୟ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସୁଖସମୃଦ୍ଧି କାମନା କରୁଅଛି ।

— President of India (@rashtrapatibhvn) April 14, 2023

ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆବର୍ଷରେ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, “ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା । ନୂଆବର୍ଷ ଅପାର ଖୁସି ଏବଂ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସୁ। ଆସନ୍ତା ବର୍ଷ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେଉ।

Happy Maha Bishuba Pana Sankranti and Odia New Year. Have a healthy and happy year ahead. pic.twitter.com/P1yTshcfve

— Narendra Modi (@narendramodi) April 14, 2023

ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ଓ ସମ୍ଭାବନା ନେଇ ଆସୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ଓ ସମ୍ଭାବନା ନେଇ ଆସୁ। #ବନ୍ଦେଉତ୍କଳଜନନୀ pic.twitter.com/oCckKIPRHQ

— Naveen Patnaik (@Naveen_Odisha) April 14, 2023

ଆଜିଠାରୁ ଆରମ୍ଭ ହେବ ଓଡ଼ିଆ ପଞ୍ଜିକା । ବିଦାୟ ନେବ ବସନ୍ତ ଆଉ ଆରମ୍ଭ ହେବ ଗ୍ରୀଷ୍ମ । ଘରେ ଘରେ ପଣାର ଆସର ସହିତ ସବୁଠି ଉତ୍ସାହର ମାହୋଲ । ପୁରପଲ୍ଲୀରେ ପଣା ସଂକ୍ରାନ୍ତିଙ୍କୁ ସଭିଏ ବେସ ଆନନ୍ଦ ଉଲ୍ଲାସର ପାଳନ କରିଥାନ୍ତି ।

ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ରିଲିଜ କରି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ।

ଜୟ ଜଗନ୍ନାଥ pic.twitter.com/T8mq01436S

— Naveen Patnaik (@Naveen_Odisha) April 14, 2022