Hanuman Jayanti - The Sakala

ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ
ଭୁବନେଶ୍ୱର: ଆଜି ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ। ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ ମାସ ବା ମେଷ ସଂକ୍ରାନ୍ତିଠାରୁ ନୂତନ ବର୍ଷର ଆରମ୍ଭ ହୋଇଥାଏ । ଏହିଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ପଣା ସଂକ୍ରାନ୍ତି ଅବସରରେ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଏହିଦିନ ଠାରୁ ସୂର୍ଯ୍ୟଙ୍କ ବିଷୁବରେଖା ଆଡ଼କୁ ଉତ୍ତରାୟଣ ଗତି ଆରମ୍ଭ ହୁଏ।

ସୂର୍ଯ୍ୟଙ୍କର ରୌଦ୍ରତାପର ପ୍ରଚଣ୍ଡ ପ୍ରଭାବକୁ ପ୍ରଶମିତ କରିବା ପାଇଁ ଓଡ଼ିଆ ଘରଗୁଡ଼ିକରେ ମା’ ବୃନ୍ଦାବତୀ (ତୁଳସୀ)ଙ୍କ ଉପରେ ଛାମୁଡ଼ିଆ କରାହୁଏ। ଏକ ଛୋଟ ଘଡ଼ା ବା ଠେକିରେ  ପଣା ରଖି ଚଉରାରେ ବାନ୍ଧି ଦିଆଯାଏ। ଏଥିରେ ଛୋଟ କଣାଟିଏ କରାଯାଇ ବୃନ୍ଦାବତୀଙ୍କ ପାଖରେ ପାଣି ଲଗାଯାଏ । ଏହାକୁ ବସୁନ୍ଧରା ଠେକି କୁହାଯାଏ । ଚଉରା ମୂଳେ ଛତୁଆ ଓ ପଣା ଭୋଗ ହୋଇଥାଏ।

ଏହି ଦିନର ଆଉ ଏକ ବିଶେଷତ୍ୱ ହେଉଛି, ଏହି ଦିନ ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ। ତେଣୁ ଏହି ଦିନକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ। ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠ କରନ୍ତି। ପଣା ସଂକ୍ରାନ୍ତି ଦିନ ପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ବେଲ, ଆମ୍ବ, ଗୁଡ଼, ନଡ଼ିଆ ତଥା ବିଭିନ୍ନ ଫଳ ଆଦି ପକାଇ ପଣା ପ୍ରସ୍ତୁତ କରାଯାଏ। ଠାକୁରଙ୍କଠାରେ ପଣା ଭୋଗ ଲାଗିବା ପରେ ସମସ୍ତେ ଏହାକୁ ପିଇଥାନ୍ତି।

ପୁରୀରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ବିଶେଷ ମହତ୍ତ୍ବ ରହିଛି। ସହରରେ ପାରମ୍ପରିକ ଜାଗା ଆଖଡ଼ାରେ ହନୁମାନ ଇଷ୍ଟଦେବ ରୂପେ ପୂଜା ପାଉଥିବାରୁ ଏଠାରେ ହନୁମାନ ଜୟନ୍ତୀକୁ ବେଶ୍‌ ଉତ୍ସାହର ସହ ପାଳନ କରାଯାଏ। ଜାଗା ଆଖଡ଼ାଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଏ। ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଦେବାଳୟରେ ମଧ୍ୟ ଏହିଦିନ ପଣା ବଣ୍ଟନ କରାଯାଇଥାଏ ।

ଦକ୍ଷିଣ ଓଡ଼ିଶାରେ ଏକ ମାସ ଧରି ଚାଲିଥିବା ଦଣ୍ଡ ନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ପଣା ସଂକ୍ରାନ୍ତି ପାଇଁ ପୁରୀର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇଥାଏ। ତା’ପରେ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯାଏ। ମହାବିଷୁବ ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହୁଏ । ପଣା ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ।

ଏହି ଦିନଠାରୁ ଗଛରେ ଜଳଦାନ କରାଯିବା ସହ ପୂର୍ବଜଙ୍କ ସମାଧି ଉପରେ ମଧ୍ୟ ଜଳଦାନ କରାଯାଏ। ଆଉ କେତେକ ଘର ସାମ୍ନାରେ ଜୀବଜନ୍ତୁଙ୍କ ପାଇଁ ଜଳଦାନର ବ୍ୟବସ୍ଥା କରିଥାନ୍ତି। ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ମହା ବିଷୁବ ସଂକ୍ରାନ୍ତି ଓଡ଼ିଶାର ବିଶିଷ୍ଟ ଗଣ ପର୍ବ। ପ୍ରଚଣ୍ଡ ରୌଦ୍ର ତାପରୁ ଜନଜୀବନକୁ ଚଳଚଞ୍ଚଳ ରଖିବା ସହିତ ଆମୋଦ ପ୍ରଦାନ କରିବାରେ ଏହାର ସ୍ୱତନ୍ତ୍ରତା ରହିଛି।

ରଣବୀର କପୁରଙ୍କ ଅଭିନୀତ ‘ରାମାୟଣ’ର ଟିଜର ରିଲିଜ୍: ହନୁମାନ ଜୟନ୍ତୀରେ ସାମ୍ନାକୁ ଆସିଲା ପ୍ରଭୁ ରାମଙ୍କ ପ୍ରଥମ ଝଲକ
ବଲିଉଡର ଅନ୍ୟତମ ବହୁ ପ୍ରତୀକ୍ଷିତ ଫିଲ୍ମ ତଥା ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ମେଗା ବଜେଟ୍ ଫିଲ୍ମ 'ରାମାୟଣ' ର ଟିଜର ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଗୁରୁବାର ଦିନ ରିଲିଜ୍ ହୋଇଛି। ଏହି ଟିଜରରେ ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କୁ ପ୍ରଭୁ ଶ୍ରୀରାମଙ୍କ ଅବତାରରେ ଦେଖିବାକୁ ମିଳିଛି। ନମିତ ମାଲହୋତ୍ରା ଏବଂ କେଜିଏଫ୍ ଫେମ୍ ୟଶଙ୍କ ଦ୍ୱାରା ମିଳିତ ଭାବେ ପ୍ରଯୋଜିତ ଏହି ଫିଲ୍ମର ପ୍ରଥମ ଝଲକକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି।

ଦମଦାର ଭିଏଫଏକ୍ସ (VFX) ଏବଂ ସଙ୍ଗୀତ

ଦୁଇ ମିନିଟରୁ ଅଧିକ ସମୟର ଏହି ଟିଜରରେ ଦମଦାର ଭିଏଫଏକ୍ସ (VFX) ଦେଖିବାକୁ ମିଳିଛି। ଓସ୍କାର ବିଜେତା କମ୍ପାନୀ ଡିଏନଇଜି (DNEG) ଏହାର ଭିଜୁଆଲ୍ ଉପରେ କାମ କରିଥିବା ବେଳେ ଏହାକୁ ଭାରତର ସବୁଠାରୁ ବଡ଼ ତଥା ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ଏହାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ବିଶ୍ୱସ୍ତରୀୟ ସଙ୍ଗୀତକାର ହାନସ୍ ଜିମର (Hans Zimmer) ଏବଂ ଭାରତର ଗର୍ବ ଏଆର୍ ରହମାନ (AR Rahman) ମିଳିତ ଭାବେ ତୁଲାଉଛନ୍ତି। ଲସ୍ ଆଞ୍ଜେଲସ୍ ଏବଂ ମୁମ୍ବାଇରେ ଏକ ସ୍ୱତନ୍ତ୍ର ଇଭେଣ୍ଟ ମାଧ୍ୟମରେ ଏହି ଟିଜରକୁ ପ୍ରଦର୍ଶିତ କରାଯାଇଥିଲା।

ଚରିତ୍ର ଏବଂ ଷ୍ଟାର କାଷ୍ଟ

ଫିଲ୍ମରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ମାତା ସୀତାଙ୍କ ଭୂମିକାରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ଏବଂ ରାବଣ ଭୂମିକାରେ ସୁପରଷ୍ଟାର ୟଶ ନଜର ଆସିବେ। ସେହିପରି ପ୍ରଭୁ ହନୁମାନଙ୍କ ଭୂମିକାରେ ସନ୍ନି ଦେଓଲ ଏବଂ ଲକ୍ଷ୍ମଣ ଭୂମିକାରେ ରବି ଦୁବେ ଅଭିନୟ କରୁଛନ୍ତି। ନିଜ ଚରିତ୍ର ସମ୍ପର୍କରେ ରଣବୀର କହିଛନ୍ତି ଯେ, "ମୁଁ ପ୍ରଭୁ ରାମଙ୍କୁ ଉପସ୍ଥାପନ କରିବାକୁ ନୁହେଁ, ବରଂ ତାଙ୍କଠାରୁ ଶିଖିବାକୁ ଆସିଛି। ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ"।

କେବେ ଆସିବ ଫିଲ୍ମ?

ନୀତେଶ ତିୱାରୀ ଏହି ମେଗା ପ୍ରୋଜେକ୍ଟକୁ ଦୁଇଟି ଭାଗରେ ନିର୍ମାଣ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଫିଲ୍ମର ପ୍ରଥମ ଭାଗ (Part One) ଦୀପାବଳି ୨୦୨୬ ରେ ଏବଂ ଦ୍ୱିତୀୟ ଭାଗ (Part Two) ଦୀପାବଳି ୨୦୨୭ ରେ ସିନେମାଘରକୁ ଆସିବ। ଦର୍ଶକ ଏବଂ ସମାଲୋଚକମାନେ ଟିଜରର ଦୃଶ୍ୟପଟ୍ଟ ଏବଂ ରଣବୀରଙ୍କ ଲୁକକୁ ଭୂୟସୀ ପ୍ରଶଂସା କରୁଛନ୍ତି |

ହନୁମାନଙ୍କୁ ମାତା ସୀତା ଦେଇଥିଲେ ଅଷ୍ଟସିଦ୍ଧି ଓ ଅମରତ୍ୱର ବରଦାନ: ଜାଣନ୍ତୁ ଏହାର ଆଧ୍ୟାତ୍ମିକ ମହତ୍ତ୍ୱ
ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କୁ ହିନ୍ଦୁ ଧର୍ମରେ ଜଣେ ଜୀବନ୍ତ ଦେବତା ଭାବରେ ପୂଜା କରାଯାଏ। ସେ ଅଷ୍ଟସିଦ୍ଧି ଏବଂ ନବନିଧିର ଅଧିକାରୀ ଭାବେ ପରିଚିତ। କିନ୍ତୁ ଆପଣ ଜାଣନ୍ତି କି, ବଜରଙ୍ଗବଳୀଙ୍କୁ ଏହି ବିଶେଷ ସିଦ୍ଧି ଏବଂ ଅମର ହେବାର ବରଦାନ କିଏ ଦେଇଥିଲେ? ପୌରାଣିକ କଥା ଏବଂ ରାମଚରିତମାନସର ସୁନ୍ଦରକାଣ୍ଡ ଅନୁଯାୟୀ, ମାତା ସୀତା ହିଁ ହନୁମାନଙ୍କୁ ଏହି ଅଲୌକିକ ଶକ୍ତି ପ୍ରଦାନ କରିଥିଲେ।

ମାତା ସୀତାଙ୍କଠାରୁ ଅଷ୍ଟସିଦ୍ଧି ପ୍ରାପ୍ତି

ରାମାୟଣର କାହାଣୀ ଅନୁଯାୟୀ, ଯେତେବେଳେ ହନୁମାନ ଲଙ୍କାର ଅଶୋକ ବାଟିକାରେ ମାତା ସୀତାଙ୍କୁ ଭେଟିଥିଲେ ଏବଂ ତାଙ୍କୁ ପ୍ରଭୁ ଶ୍ରୀରାମଙ୍କର ବାର୍ତ୍ତା ଦେଇଥିଲେ, ସେତେବେଳେ ମାତା ସୀତା ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ନିଜ ସ୍ୱାମୀଙ୍କର କୁଶଳ ସମ୍ବାଦ ପାଇ ତାଙ୍କର ସମସ୍ତ ଦୁଃଖ ଦୂର ହୋଇଯାଇଥିଲା। ଏହି ଅପାର ଆନନ୍ଦ ଓ ପ୍ରେମରେ ସେ ହନୁମାନଙ୍କୁ ଗୋଟିଏ ପରେ ଗୋଟିଏ କରି ଆଠଟି ଯାକ ସିଦ୍ଧି ବା ଅଷ୍ଟସିଦ୍ଧି ବରଦାନ ସ୍ୱରୂପ ପ୍ରଦାନ କରିଥିଲେ।

କାହିଁକି ସ୍ୱର୍ଗଲୋକ ଯାଇନଥିଲେ ବଜରଙ୍ଗବଳୀ?

ଯେତେବେଳେ ଶ୍ରୀରାମଙ୍କର ଯୁଗ ଶେଷ ହେବାକୁ ବସିଲା, ସେ ସ୍ୱର୍ଗଲୋକ ଅଭିମୁଖେ ଯାତ୍ରା କରିଥିଲେ। ଅଯୋଧ୍ୟାବାସୀ, ବାନର ସେନା ଏବଂ ତାଙ୍କର ଅନେକ ମିତ୍ର ମଧ୍ୟ ତାଙ୍କ ସହ ସ୍ୱର୍ଗକୁ ଯାଇଥିଲେ। କିନ୍ତୁ ପ୍ରଭୁ ଶ୍ରୀରାମଙ୍କର ସବୁଠାରୁ ବଡ଼ ଭକ୍ତ ହୋଇ ମଧ୍ୟ ହନୁମାନ ପୃଥିବୀ ଛାଡ଼ି ଯାଇନଥିଲେ। ଏହାର କାରଣ ହେଉଛି, କଳିଯୁଗର ଅନ୍ତ ପର୍ଯ୍ୟନ୍ତ ପୃଥିବୀରେ ରହି ରାମଭକ୍ତମାନଙ୍କର ରକ୍ଷା କରିବା ପାଇଁ ଶ୍ରୀରାମ ନିଜେ ତାଙ୍କୁ ଆଦେଶ ଦେଇଥିଲେ। ଏହାଛଡ଼ା ମାତା ସୀତା ତାଙ୍କୁ ପୂର୍ବରୁ ହିଁ ଅମରତ୍ୱର ବରଦାନ ଦେଇ ସାରିଥିଲେ।

ରାମଚରିତମାନସ ଏବଂ ହନୁମାନ ଚାଳିଶାରେ ବର୍ଣ୍ଣନା

ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତମାନସର ସୁନ୍ଦରକାଣ୍ଡରେ ମାତା ସୀତାଙ୍କର ଏହି ବରଦାନ ବିଷୟରେ ଉଲ୍ଲେଖ କରାଯାଇଛି। ସୀତା ମାତା ହନୁମାନଙ୍କୁ ଆଶୀର୍ବାଦ ଦେଇ କହିଥିଲେ, "ଅଜର ଅମର ଗୁଣ ନିଧି ସୁତ ହୋହୁ, କରହୁଁ ବହୁତ ରଘୁନାୟକ ଛୋହୁ" ଅର୍ଥାତ୍ ହେ ପୁତ୍ର! ତୁମେ ବାର୍ଦ୍ଧକ୍ୟହୀନ, ଅମର ଏବଂ ଗୁଣର ଭଣ୍ଡାର ହୁଅ ଏବଂ ପ୍ରଭୁ ଶ୍ରୀରାମ ତୁମ ଉପରେ ସର୍ବଦା କୃପା କରନ୍ତୁ।

ସେହିପରି ହନୁମାନ ଚାଳିଶାରେ ମଧ୍ୟ ଉଲ୍ଲେଖ ରହିଛି, "ଅଷ୍ଟ ସିଦ୍ଧି ନବ ନିଧି କେ ଦାତା, ଅସ ବର ଦୀନ ଜାନକୀ ମାତା"। ଏହି ଅଷ୍ଟସିଦ୍ଧିର ବର୍ଣ୍ଣନା ମାର୍କଣ୍ଡେୟ ପୁରାଣରେ ମଧ୍ୟ ଦେଖିବାକୁ ମିଳେ, ଯାହା ବ୍ୟକ୍ତିକୁ ୮ଟି ଅଲୌକିକ ଶକ୍ତି ପ୍ରଦାନ କରିଥାଏ। ଏହି ଶକ୍ତି ବଳରେ ବଜରଙ୍ଗବଳୀ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରନ୍ତି।

ଆଜି ହନୁମାନ ଜୟନ୍ତୀ : ସୁରକ୍ଷା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ଛାଉଣିରେ ପୁରା ସମ୍ବଲପୁର, ୧୪୪ ଧାରା ସତ୍ତ୍ୱେ ହେବ ଶୋଭାଯାତ୍ରା
ସମ୍ବଲପୁର: ଆଜି ହନୁମାନ ଜୟନ୍ତୀ । ସୁରକ୍ଷା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସମ୍ବଲପୁରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲାଗିଛି ୧୪୪ ଧାରା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗତ ବୁଧବାର ଦିନ ହନୁମାନ ଜୟନ୍ତୀ ଉପଲକ୍ଷେ ସମ୍ବଲପୁର ଧନୁପାଲି ଛକରୁ ବାହାରିଥିବା ବାଇକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ । ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକ । ଦୋକାନ, କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଥିଲା ପୁଲିସ ।

ହନୁମାନ ଜୟନ୍ତୀ ବାଇକ୍‌ ରାଲି ଗଣ୍ଡଗୋଳ ପରେ ସମ୍ବଲପୁରକୁ ଫେରୁଛି ସ୍ୱାଭାବିକ ସ୍ଥିତି । ସଦର ଅଞ୍ଚଳରେ ବଳବତ୍ତର ରହିଛି ୧୪୪ ଧାରା । ପୋଲିସ ଛାଉଣୀରେ ରହିଛି ସମ୍ବଲପୁର । ୧୪୪ ଧାରା ସତ୍ତ୍ୱେ ଆଜି ଶାନ୍ତିଶୃଙ୍ଖଳାରେ ବାହାରିବ ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଗତକାଲି ଶାନ୍ତି କମିଟି ବୈଠକରେ ସହରର ମୁରବୀ ଶ୍ରେଣୀ ଲୋକଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ । ଆଜି ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ସହରରେ ଅଧିକ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ବନ୍ଦ ରହିଛି ଇଣ୍ଟରନେଟ୍‌ ସେବା । ହ୍ଵାଟ୍ସଆପ୍‌, ଟୁଇଟର୍‌, ଫେସବୁକ, ଇନଷ୍ଟାଗ୍ରାମ୍‌ ବନ୍ଦ ରହିଛି । ସମସ୍ତ ମୋବାଇଲ୍‌ ସେବା ପ୍ରଦାନକାରୀଙ୍କ ଇଣ୍ଟରନେଟ୍‌ ଓ ଡାଟା ସର୍ଭିସ ବି ବନ୍ଦ ।

ଆଜି ଶୋଭାଯାତ୍ରା ପାଇଁ ୧୪୪ ଧାରାକୁ ସାମାନ୍ୟ କୋହଳ କରାଯାଇପାରେ । ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ମୁତୟନ ରହିଛନ୍ତି । ସମ୍ବଲପୁରର ପରିସ୍ଥିତି ଉପରେ ସତର୍କ ନଜର ରଖିଛି ପୋଲିସ । ରାଉରକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ଏପଟେ ଜୟପୁରରେ ଆଜିଠାରୁ ୧୪୪ ଧାରା ଜାରି କରିଛନ୍ତି ଜୟପୁର ଉପ-ଜିଲ୍ଲାପାଳ । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୩ଟାରୁ ସକାଳ ୯ଟା ଯାଏଁ ୧୪୪ ଧାରା ଜାରି ରହିବ ।

ସମ୍ବଲପୁରରେ ୧୪୪ ଧାରା: ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ
ସମ୍ବଲପୁର: ଆଜି ଦିନ ୧୦ଟାରୁ ଆସନ୍ତା ୪୮ ଘଣ୍ଟା ଲାଗି ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସମସ୍ତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଛି। ବୁଧବାର ସମ୍ବଲପୁରର ଧନୁପାଲି ଛକରେ ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ରାଲିରେ ପଥର ମାଡ଼ ହୋଇଛି। ଅନ୍ୟଏକ ଗୋଷ୍ଠୀର ପଥର ମାଡ଼ରେ ୧୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାପରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଗତକାଲି ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ଧନୁପାଲି ଛକରୁ ବାଇକ ରାଲି ଯିବା ବେଳେ ପଥର ମାଡ଼ ହୋଇଥିଲା। ସନ୍ଧ୍ୟା ସମୟରେ ରାଲିରେ ଥିବା ଲୋକ ଓ ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା। ରାଲି ପାଇଁ ମୁତୟନ ଥିବା ୨ ଜଣ ଥାନା ଅଧିକାରୀଙ୍କ ସମେତ ପ୍ରାୟ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜିତ ଲୋକେ ଦୋକାନ ଜାଳିବା ସହ କାର୍ ଏବଂ ବାଇକ ଭାଙ୍ଗି ଦେଇଥିଲେ। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା। ଏହି ମାମଲାରେ ୨୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ କିଛି ଲୋକଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି।

ହନୁମାନ ଜୟନ୍ତୀରେ କରନ୍ତୁ ଏହିସବୁ ଉପାୟ, ପୂର୍ଣ୍ଣହେବ ମନସ୍କାମନା
ମହାବୀର ହନୁମାନଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଦୁଃଖ, କଷ୍ଟ ଓ ଗ୍ରହଦୋଷ ଦୂର ହୁଏ। ବିଶେଷ ଭାବେ ଶନିଦୋଷ ଦୂର କରିବା ପାଇଁ ଶନିବାର ଦିନ ହନୁମାନଙ୍କ ପୂଜା କରାଯାଏ। ଆଜି ହନୁମାନ ଜୟନ୍ତୀ। ତେଣୁ ଆଜିର ଦିନରେ ହନୁମାନଙ୍କ ପୂଜାର୍ଚ୍ଚନା କରିବା ପାଇଁ ସିନ୍ଦୂର ସହିତ କିଛି ବିଶେଷ ଉପାୟ ରହିଛି, ଯାହାକୁ ଅନୁସରଣ କରିବା ଦ୍ବାରା କୃପାଲାଭ ହୋଇଥାଏ। ଏମିତି କିଛି ଉପାୟ ହେଉଛି–

ଶୁଦ୍ଧ ଘିଅରେ କିଛି ସିନ୍ଦୂର ମିଶାଇ ହନୁମାନଙ୍କ ସର୍ବାଙ୍ଗରେ ଲଗାନ୍ତୁ। ଏଭଳି କରିବା ଦ୍ବାରା ହନୁମାନ ଅତି ପ୍ରସନ୍ନ ହୋଇ ଭକ୍ତଙ୍କ ଭୟ ଓ ବାଧାବିଘ୍ନକୁ ଦୂର କରନ୍ତି।

ସିନ୍ଦୂରକୁ ଘିଅ ସହିତ ମିଶାଇ ଗୋଟିଏ କାଗଜ ଉପରେ ସ୍ବସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହାକୁ ହନୁମାନଙ୍କ ହୃଦୟ ସହିତ ଲଗାଇ ଆଲମାରୀ ଭିତରେ ରଖିଦିଅନ୍ତୁ। ଏହାଦ୍ବାରା ଖର୍ଚ୍ଚ କମ୍ ହେବ ଏବ ଧନବୃଦ୍ଧି ହେବ।

ଯେଉଁ ଝିଅମାନଙ୍କର ବିବାହରେ ବିଳମ୍ବ ହେଉଛି, ସେମାନେ ହନୁମାନଙ୍କ ଚରଣତଳେ କିଛି ସିନ୍ଦୂର ରଖି ଶୀଘ୍ର ବିବାହର ପ୍ରାର୍ଥନା କରନ୍ତୁ ଏବଂ ସିନ୍ଦୂର ଟୀକାକୁ ମଥାରେ ଲଗାନ୍ତୁ।

ସିନ୍ଦୂର ହନୁମାନଙ୍କୁ ଲଗାଇବା ପରେ ଏହାପରେ ସେଥିରୁ କିଛି ନେଇ ଘରର ସବୁ କବାଟ ଏବଂ ମୁଖ୍ୟ ଦ୍ବାରରେ ସ୍ବସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ବାଧାବିଘ୍ନ ଓ ଆଗତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କୁ ଗୁଡ଼ ଓ ଚଣାର ଭୋଗ ଚଢ଼ାନ୍ତୁ ଏବଂ ସେହି ପ୍ରସାଦକୁ ଗରିବଙ୍କୁ ଦାନ କରନ୍ତୁ।

ଚାକିରି ପାଇବା ପାଇଁ ହନୁମାନଙ୍କ ଚରଣରେ ସିନ୍ଦୂର ଲଗାଇ କାଗଜରେ ସ୍ବସ୍ତିକ ଚିହ୍ନ ଅଙ୍କନ କରନ୍ତୁ। ଏହି କାଗଜକୁ ସବୁବେେଳ ନିଜ ପାଖରେ ରଖିବା ଦ୍ବାରା ସବୁ ସମସ୍ୟା ଦୂର ହୋଇଥାଏ।