Pana Sankranti - The Sakala

ମେଷ ସଂକ୍ରାନ୍ତି ଓ ସତୁଆ ସଂକ୍ରାନ୍ତି ୨୦୨୬: ଖରାଦିନେ 'ସତ୍ତୁ' ଖାଇବାର ପରମ୍ପରା ଏବଂ ଏହାର ଚମତ୍କାରୀ ସ୍ୱାସ୍ଥ୍ୟ ଉପକାରିତା
ଆଜି (୧୪ ଏପ୍ରିଲ ୨୦୨୬) ସମଗ୍ର ଦେଶରେ ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ପାଳନ କରାଯାଉଛି। ହିନ୍ଦୁ ପଞ୍ଜିକା ଅନୁଯାୟୀ, ଆଜିର ଦିନରେ ସୂର୍ଯ୍ୟ ଦେବ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିଥାନ୍ତି। ଏହି ପବିତ୍ର ଦିନଠାରୁ ଖରମାସ ଶେଷ ହୋଇ ବିବାହ, ବ୍ରତ ଆଦି ସମସ୍ତ ଶୁଭ କାର୍ଯ୍ୟର ଆରମ୍ଭ ହୋଇଥାଏ। ଭାରତର ବିଭିନ୍ନ ପ୍ରାନ୍ତରେ ଏହି ଦିନଟିକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଓଡ଼ିଶାରେ ଏହାକୁ ପଣା ସଂକ୍ରାନ୍ତି କୁହାଯାଉଥିବା ବେଳେ ଉତ୍ତର ଭାରତର ବିହାର, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ଏହାକୁ ସତୁଆ ସଂକ୍ରାନ୍ତି ବା ସତୁଆନ୍ ଭାବରେ ପାଳନ କରାଯାଏ। ଏହି ଦିନଠାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଉଥିବାରୁ, ପ୍ରାକୃତିକ ଉପାୟରେ ଶରୀରକୁ ଥଣ୍ଡା ରଖିବା ପାଇଁ ସତ୍ତୁ (ଛତୁଆ) ଖାଇବାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି।

ସତୁଆ ସଂକ୍ରାନ୍ତିର ମହତ୍ତ୍ୱ ଓ ପରମ୍ପରା

ସତୁଆ ସଂକ୍ରାନ୍ତି ହେଉଛି ଖରାଦିନର ଆଗମନ ଓ ପ୍ରକୃତି ପ୍ରତି କୃତଜ୍ଞତା ଜଣାଇବାର ଏକ ଅନନ୍ୟ ପର୍ବ। ସୂର୍ଯ୍ୟ ଯେତେବେଳେ ମେଷ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ତାପମାତ୍ରା ବୃଦ୍ଧି ପାଇବା ସହ ଲୁ' (ଗରମ ପବନ) ବହିବା ଆରମ୍ଭ ହୁଏ। ଏହି ଭୟଙ୍କର ଗରମରୁ ରକ୍ଷା ପାଇବା ପାଇଁ ଆମର ପୂର୍ବଜମାନେ ଏକ ବୈଜ୍ଞାନିକ ଉପାୟ ବାହାର କରିଥିଲେ, ଯାହା ହେଉଛି ସତ୍ତୁ (ଭଜା ଚଣା ଗୁଣ୍ଡ) ର ସେବନ। ଏହି ଦିନ ସତ୍ତୁ ସହିତ ଗୁଡ଼, କଞ୍ଚା ଆମ୍ବ, ଲେମ୍ବୁ ଓ କଳା ଲୁଣ ମିଶାଇ ଖିଆଯାଏ। ଏହାବ୍ୟତୀତ ବ୍ରାହ୍ମଣ ଏବଂ ଗରିବ ଲୋକଙ୍କୁ ସତ୍ତୁ, ପାଣି ଭର୍ତ୍ତି ମାଟି କଳସ, ଛତା ଏବଂ ଋତୁକାଳୀନ ଫଳ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ବିଶ୍ୱାସ ରହିଛି ଯେ, ଏଭଳି ଦାନ କରିବା ଦ୍ୱାରା ପିତୃପୁରୁଷ ସନ୍ତୁଷ୍ଟ ହେବା ସହ ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ।

'ସତ୍ତୁ' ବା ଛତୁଆ: ଗ୍ରୀଷ୍ମ ଋତୁ ପାଇଁ ପ୍ରାକୃତିକ ସଞ୍ଜୀବନୀ

ଖରାଦିନେ ଶରୀର ପାଇଁ ସତ୍ତୁ କୌଣସି ଅମୃତଠାରୁ କମ୍ ନୁହେଁ। ଏହାକୁ 'ଦେଶୀ ସୁପରଫୁଡ୍' ମଧ୍ୟ କୁହାଯାଏ। ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍, ଫାଇବର, ଆଇରନ୍ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱ ଭରି ରହିଥାଏ।

* ହିଟ୍ ଷ୍ଟ୍ରୋକ୍ ରୁ ରକ୍ଷା: ଗ୍ରୀଷ୍ମ ଋତୁରେ ନିୟମିତ ସତ୍ତୁ ସର୍ବତ ପିଇବା ଦ୍ୱାରା ଶରୀରରେ ଇଲେକ୍ଟ୍ରୋଲାଇଟ୍ ବାଲାନ୍ସ ଠିକ୍ ରହିଥାଏ ଏବଂ ଏହା ଅଂଶୁଘାତ (Heat Stroke) ତଥା ଡିହାଇଡ୍ରେସନ୍ ରୁ ରକ୍ଷା କରିଥାଏ।

* ରକ୍ତଚାପ ନିୟନ୍ତ୍ରଣ ଓ ହଜମ ଶକ୍ତି ବୃଦ୍ଧି: ଏହା ଖରାଦିନେ ବଢ଼ୁଥିବା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ପେଟକୁ ଥଣ୍ଡା ରଖିଥାଏ। ଏଥିରେ ଥିବା ଉଚ୍ଚ ଫାଇବର ହଜମ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ ଏବଂ ଭୋକ ବଢ଼ାଇବାରେ ସାହାଯ୍ୟ କରେ।

ସଂକ୍ଷେପରେ କହିବାକୁ ଗଲେ, ସତୁଆ ସଂକ୍ରାନ୍ତି କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ବଦଳୁଥିବା ପାଗ ସହିତ ଆମ ଶରୀରକୁ ଖାପ ଖୁଆଇବା ପାଇଁ ଏକ ସୁସ୍ଥ ଓ ବୈଜ୍ଞାନିକ ଜୀବନଶୈଳୀର ପ୍ରତୀକ ଅଟେ।

ଏପ୍ରିଲ ୧୪ରେ କାହିଁକି ପାଳନ କରାଯାଏ ଓଡ଼ିଆ ନବବର୍ଷ? ଜାଣନ୍ତୁ ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ
ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାରେ ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ଏହି ପବିତ୍ର ଦିନକୁ ଖୁବ୍ ଧୁମଧାମରେ ପାଳନ କରାଯାଏ। ତେବେ ଏହି ଦିନକୁ କାହିଁକି ନବବର୍ଷ ଭାବରେ ପାଳନ କରାଯାଏ, ସେ ନେଇ ଅନେକ ଐତିହାସିକ ଏବଂ ଜ୍ୟୋତିଷ ଶାସ୍ତ୍ରୀୟ କାରଣ ରହିଛି।

ମହାବିଷୁବ ସଂକ୍ରାନ୍ତି ଏବଂ ଏହାର କାରଣ

ହିନ୍ଦୁ ସୌର କ୍ୟାଲେଣ୍ଡର ଅନୁଯାୟୀ, ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି, ସେହି ଦିନକୁ ମହାବିଷୁବ ସଂକ୍ରାନ୍ତି ଭାବରେ ପରିଗଣିତ କରାଯାଏ। ଏହି ଦିନଠାରୁ ଓଡ଼ିଆ ସୌର ବର୍ଷର ଆରମ୍ଭ ହୋଇଥାଏ। ଭାରତର ବିଭିନ୍ନ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଗଲେ ମଧ୍ୟ, ଓଡ଼ିଶାରେ ଏହା ଓଡ଼ିଆ ନବବର୍ଷ ଭାବରେ ଖ୍ୟାତ। ଏହି ଦିନଠାରୁ ଗ୍ରୀଷ୍ମ ଋତୁର ପ୍ରକୋପ ବୃଦ୍ଧି ପାଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ଆମ ସମାଜରେ ଅନେକ ସୁନ୍ଦର ପରମ୍ପରା ସୃଷ୍ଟି ହୋଇଛି।

ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ

ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଏହି ଦିନ ଘରେ ଘରେ ସ୍ୱାସ୍ଥ୍ୟକର ବେଲ ପଣା ପ୍ରସ୍ତୁତ କରାଯାଏ। ବେଲ, ଛେନା, ଦହି, କଦଳୀ ଏବଂ ଗୁଡ଼ର ମିଶ୍ରଣରେ ପ୍ରସ୍ତୁତ ଏହି ପଣା ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଏହି ପବିତ୍ର ଦିନରେ ପ୍ରତି ଓଡ଼ିଆ ଘରର ତୁଳସୀ ଚଉରା ମୂଳରେ ଏକ ଛୋଟ ମାଟି ହାଣ୍ଡି ବା ବସୁନ୍ଧରା ଠେକି ବନ୍ଧାଯାଇଥାଏ। ସେଥିରେ ଥିବା ଏକ ଛୋଟ କଣା ମାଧ୍ୟମରେ ତୁଳସୀ ଗଛ ଉପରେ ଜଳ ଏବଂ ପଣାର ବିନ୍ଦୁ ବିନ୍ଦୁ ପଡ଼ିଥାଏ। ଖରା ଦିନେ ପଶୁପକ୍ଷୀ ଏବଂ ଉଦ୍ଭିଦମାନଙ୍କୁ ଜଳଦାନ କରିବାର ମହତ୍ତ୍ୱକୁ ଏହା ପ୍ରତିପାଦିତ କରେ।

ସାଂସ୍କୃତିକ ପରମ୍ପରା ଏବଂ ପାଳନ ବିଧି

ଓଡ଼ିଆ ନବବର୍ଷ ଅବସରରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଦେବାଳୟରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ନୂତନ ପାଞ୍ଜିର ପ୍ରଚଳନ କରାଯାଏ, ଯେଉଁଥିରେ ଆଗାମୀ ବର୍ଷର ଶୁଭାଶୁଭ, ପର୍ବପର୍ବାଣି ଏବଂ ପାଣିପାଗ ସମ୍ପର୍କରେ ତଥ୍ୟ ଲିପିବଦ୍ଧ ରହିଥାଏ। ଏହାବ୍ୟତୀତ, ଏହି ପବିତ୍ର ତିଥିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ। ଏହି ଦିନ ଲୋକମାନେ ନୂଆ ପୋଷାକ ପିନ୍ଧିବା ସହ ନିଜ ଗୁରୁଜନମାନଙ୍କଠାରୁ ଆଶୀର୍ବାଦ ନେଇ ନୂତନ ବର୍ଷର ଏକ ସୁନ୍ଦର ଆରମ୍ଭ କରିଥାନ୍ତି।

ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି, ନଗର ପରିକ୍ରମା କରିବେ ଶ୍ରୀହନୁମାନ
ପୁରୀ: ଆଜିଠୁ ନୂତନ ବର୍ଷର ଅୟମାରମ୍ଭ, ଯାହାକୁ ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ କୁହାଯାଇଥାଏ। ପରମ୍ପରା ଅନୁଯାୟୀ, ଏହି ଦିନକୁ ହିନ୍ଦୁ ଦେବତା ହନୁମାନଙ୍କର ଜନ୍ମଦିନ ଭାବେ ଓଡ଼ିଆମାନେ ପାଳନ କରିଥା’ନ୍ତି। ହନୁମାନ, ଶିବ ଓ ସୂର୍ଯ୍ୟ ଦେବତାଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ହନୁମାନ ଜୟନ୍ତୀ ପାଳନ କରାଯିବାର ବିଧି ରହିଛି। ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପ୍ରଭୁ ଶ୍ରୀହନୁମାନ ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବେ ।

ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ବିଶେଷ ନୀତି ଥିବାରୁ ମଙ୍ଗଳବାର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏହିଦିନ ବିଭିନ୍ନ ଜାଗା ଆଖଡ଼ାମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଏହା ମେଷ ସଂକ୍ରାନ୍ତି ଭାବେ ମଧ୍ୟ ଜଣାଶୁଣା। ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିକୁ ପାରମ୍ପରିକ ଓଡ଼ିଆ କ୍ୟାଲେଣ୍ଡରରେ ନୂଆବର୍ଷର ପ୍ରାରମ୍ଭିକ ଦିନ ବୋଲି କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ଦେବ ମେଷ ରାଶିରେ ପ୍ରବେଶ କରିଥା’ନ୍ତି। ଓଡ଼ିଆ ନୂଆବର୍ଷକୁ ପାଳନ କରିବା ପାଇଁ ଠାକୁରଙ୍କ ନିକଟରେ ପଣା ଦେଇ ନୂତନ ବର୍ଷର ସ୍ୱାଗତ କରାଯାଇଥାଏ। ଏହି ଦିନ ବୁଟ ଛତୁଆ ଦ୍ୱାରା ପଣା ପ୍ରସ୍ତୁତ କରାଯାଇ ତୁଳସୀ ଚଉରା ନିକଟରେ ପୂଜା କରାଯାଏ।

ପଣା ସଂକ୍ରାନ୍ତିରେ 'ବସୁନ୍ଧରା ଠେକି'ର ମହତ୍ତ୍ୱ: ଜାଣନ୍ତୁ ଓଡ଼ିଆ ପରମ୍ପରାରେ କାହିଁକି ରହିଛି ଏହାର ସ୍ୱତନ୍ତ୍ର ସ୍ଥାନ
ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହି ଦିନଠାରୁ ଗ୍ରୀଷ୍ମ ଋତୁର ପ୍ରକୋପ ବୃଦ୍ଧି ପାଉଥିବାରୁ, ଜଳଛତ୍ର ଖୋଲିବା ସହ ଘରେ ଘରେ ସ୍ୱତନ୍ତ୍ର ରୀତିନୀତି ପାଳନ କରାଯାଏ। ବିଶେଷ କରି ଘରର ଆଗରେ ଥିବା ତୁଳସୀ ଚଉରା ଉପରେ ଏକ ମାଟି ପାତ୍ର ବା ବସୁନ୍ଧରା ଠେକି ବାନ୍ଧିବାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି।

ବସୁନ୍ଧରା ଠେକି କ'ଣ?

ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ତୁଳସୀ ଗଛ ଉପରେ ଛାମୁଣ୍ଡିଆ କରି ଏକ ଛୋଟ ମାଟି ହାଣ୍ଡି ବା ଠେକି ଝୁଲାଯାଏ। ଏହି ଠେକିର ତଳ ଭାଗରେ ଏକ ଛୋଟ କଣା କରାଯାଇ ସେଥିରେ କୁଶ କିମ୍ବା ଦୁବ ଖୋସାଯାଇଥାଏ। ଠେକି ଭିତରେ ପଣା କିମ୍ବା ଶୀତଳ ଜଳ ଭର୍ତ୍ତି କରାଯାଏ, ଯାହାଦ୍ୱାରା ତୁଳସୀ ଗଛ ମୂଳରେ ଠୋପା ଠୋପା ହୋଇ ପାଣି ପଡ଼ିଥାଏ। ଏହାକୁ ହିଁ ବସୁନ୍ଧରା ଠେକି କୁହାଯାଏ।

ପରମ୍ପରା ଓ ବୈଜ୍ଞାନିକ ମହତ୍ତ୍ୱ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ମାନିଆସିଛନ୍ତି। ଗ୍ରୀଷ୍ମ ପ୍ରବାହରେ ପବିତ୍ର ତୁଳସୀ ଗଛ ଯେପରି ଶୁଖି ନଯାଏ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥାଏ। ଏହା ସହିତ ଏହା ପୃଥିବୀ ମାତା ବା ବସୁନ୍ଧରାଙ୍କ ପ୍ରତି କୃତଜ୍ଞତା ଏବଂ ଜୀବଜଗତକୁ ଜଳ ପ୍ରଦାନ କରିବାର ବାର୍ତ୍ତା ବହନ କରେ। ଗ୍ରୀଷ୍ମ ଦିନେ ପଶୁପକ୍ଷୀ ଏବଂ ବୃକ୍ଷଲତାଙ୍କୁ ନିୟମିତ ପାଣି ଯୋଗାଇବା ପାଇଁ ଏହା ଏକ ପରିବେଶ ଅନୁକୂଳ ପରମ୍ପରା, ଯାହା ଓଡ଼ିଆ ସଂସ୍କୃତିର ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ। ମାସକ ଯାକ ଏହି ଠେକିରେ ପାଣି ଦିଆଯାଏ, ଯାହା ଧରିତ୍ରୀକୁ ଶୀତଳ ରଖିବାର ପ୍ରତୀକ ଅଟେ।

ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ
ଭୁବନେଶ୍ୱର: ଆଜି ପଣା ସଂକ୍ରାନ୍ତି । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ। ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ ବିଭକ୍ତ କରାଯାଇଥାଏ । ଏଣୁ ବୈଶାଖ ମାସ ବା ମେଷ ସଂକ୍ରାନ୍ତିଠାରୁ ନୂତନ ବର୍ଷର ଆରମ୍ଭ ହୋଇଥାଏ । ଏହିଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ପଣା ସଂକ୍ରାନ୍ତି ଅବସରରେ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି। ଏହିଦିନ ଠାରୁ ସୂର୍ଯ୍ୟଙ୍କ ବିଷୁବରେଖା ଆଡ଼କୁ ଉତ୍ତରାୟଣ ଗତି ଆରମ୍ଭ ହୁଏ।

ସୂର୍ଯ୍ୟଙ୍କର ରୌଦ୍ରତାପର ପ୍ରଚଣ୍ଡ ପ୍ରଭାବକୁ ପ୍ରଶମିତ କରିବା ପାଇଁ ଓଡ଼ିଆ ଘରଗୁଡ଼ିକରେ ମା’ ବୃନ୍ଦାବତୀ (ତୁଳସୀ)ଙ୍କ ଉପରେ ଛାମୁଡ଼ିଆ କରାହୁଏ। ଏକ ଛୋଟ ଘଡ଼ା ବା ଠେକିରେ  ପଣା ରଖି ଚଉରାରେ ବାନ୍ଧି ଦିଆଯାଏ। ଏଥିରେ ଛୋଟ କଣାଟିଏ କରାଯାଇ ବୃନ୍ଦାବତୀଙ୍କ ପାଖରେ ପାଣି ଲଗାଯାଏ । ଏହାକୁ ବସୁନ୍ଧରା ଠେକି କୁହାଯାଏ । ଚଉରା ମୂଳେ ଛତୁଆ ଓ ପଣା ଭୋଗ ହୋଇଥାଏ।

ଏହି ଦିନର ଆଉ ଏକ ବିଶେଷତ୍ୱ ହେଉଛି, ଏହି ଦିନ ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ। ତେଣୁ ଏହି ଦିନକୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ। ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠ କରନ୍ତି। ପଣା ସଂକ୍ରାନ୍ତି ଦିନ ପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ବେଲ, ଆମ୍ବ, ଗୁଡ଼, ନଡ଼ିଆ ତଥା ବିଭିନ୍ନ ଫଳ ଆଦି ପକାଇ ପଣା ପ୍ରସ୍ତୁତ କରାଯାଏ। ଠାକୁରଙ୍କଠାରେ ପଣା ଭୋଗ ଲାଗିବା ପରେ ସମସ୍ତେ ଏହାକୁ ପିଇଥାନ୍ତି।

ପୁରୀରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀର ବିଶେଷ ମହତ୍ତ୍ବ ରହିଛି। ସହରରେ ପାରମ୍ପରିକ ଜାଗା ଆଖଡ଼ାରେ ହନୁମାନ ଇଷ୍ଟଦେବ ରୂପେ ପୂଜା ପାଉଥିବାରୁ ଏଠାରେ ହନୁମାନ ଜୟନ୍ତୀକୁ ବେଶ୍‌ ଉତ୍ସାହର ସହ ପାଳନ କରାଯାଏ। ଜାଗା ଆଖଡ଼ାଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଏ। ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଦେବାଳୟରେ ମଧ୍ୟ ଏହିଦିନ ପଣା ବଣ୍ଟନ କରାଯାଇଥାଏ ।

ଦକ୍ଷିଣ ଓଡ଼ିଶାରେ ଏକ ମାସ ଧରି ଚାଲିଥିବା ଦଣ୍ଡ ନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ପଣା ସଂକ୍ରାନ୍ତି ପାଇଁ ପୁରୀର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇଥାଏ। ତା’ପରେ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯାଏ। ମହାବିଷୁବ ସଂକ୍ରାନ୍ତିରେ ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହୁଏ । ପଣା ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ।

ଏହି ଦିନଠାରୁ ଗଛରେ ଜଳଦାନ କରାଯିବା ସହ ପୂର୍ବଜଙ୍କ ସମାଧି ଉପରେ ମଧ୍ୟ ଜଳଦାନ କରାଯାଏ। ଆଉ କେତେକ ଘର ସାମ୍ନାରେ ଜୀବଜନ୍ତୁଙ୍କ ପାଇଁ ଜଳଦାନର ବ୍ୟବସ୍ଥା କରିଥାନ୍ତି। ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ମହା ବିଷୁବ ସଂକ୍ରାନ୍ତି ଓଡ଼ିଶାର ବିଶିଷ୍ଟ ଗଣ ପର୍ବ। ପ୍ରଚଣ୍ଡ ରୌଦ୍ର ତାପରୁ ଜନଜୀବନକୁ ଚଳଚଞ୍ଚଳ ରଖିବା ସହିତ ଆମୋଦ ପ୍ରଦାନ କରିବାରେ ଏହାର ସ୍ୱତନ୍ତ୍ରତା ରହିଛି।

ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି
ଭୁବନେଶ୍ୱର: ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ । ନୂଆ ଓଡିଆ ପାଞ୍ଜିର ଆଜି ଶୁଭାରମ୍ଭ ହୋଇଛି । ଆଜି ମଧ୍ୟ ରାଜ୍ୟରେ ପାଳନ ହେଉଛି ହନୁମାନ ଜୟନ୍ତୀ। ଗଞ୍ଜାମ ଓ ଅନ୍ୟ କିଛି ଜିଲ୍ଲାରେ ଆଜି ପାରମ୍ପରିକ ଦଣ୍ଡ ନାଚର ଉଦଯାପନୀ ଭାବେ ମେରୁ ସଂକ୍ରାନ୍ତି ପାଳନ କରାଯାଉଛି । ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆବର୍ଷ ପାଇଁ ସାରା ରାଜ୍ୟରେ ଆନନ୍ଦ ଓ ଉଲ୍ଲାସ ଲାଗି ରହିଛି । ସକାଳୁ ସକାଳୁ ଦେବାଳୟରେ ଭିଡ ଲାଗିଛି ।

ପଣାସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ ବିଭିନ୍ନ ଜାଗା ଆଖଡ଼ା ମାନଙ୍କରେ ପୂଜା ପାଠ କରାଯିବାର ଵିଧି ରହିଛି l ଜାଗା ଅଖାଡାରେ ନୂଆ କୌପନି ପରିଧାନ କରି ମହାବୀରଙ୍କ ପୂଜା କରିବା ସହ କୁସ୍ତି ଓ ମଲ୍ଲ ଯୋଦ୍ଧା ଅଭ୍ୟାସ କରିଥାନ୍ତି । ସେହିପରି ଶ୍ରୀମନ୍ଦିରରୁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମହାବୀର ମନ୍ଦିରକୁ ଆଜ୍ଞାମାଳ ବିଜେର ପରମ୍ପରା ରହିଥିବାବେଳେ ନୂତନ ଓଡ଼ିଆ କ୍ୟାଲେଣ୍ଡର ସହିତ ନୂତନ ପାଞ୍ଜି ପ୍ରଚଳନ ଆରମ୍ଭ ମଧ୍ୟ ହୋଇଥାଏ ।

ପଣା ପୂର୍ବରୁ ଫଳଦର ଆକାଶ ଛୁଆଁ: ବେଲ ୪୦, କଦଳୀ ୧୦୦
ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଇଁ ରାଜଧାନୀରେ ଫଳଦର ଆକାଶଛୁଆଁ ହୋଇଛି। ବିଶେଷକରି ବେଲ, ତରଭୁଜ, କଦଳୀ, ନଡ଼ିଆର ଦାମ୍‌‌ ବ୍ୟବସାୟୀମାନେ ଚଢ଼ାଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ପ୍ରାୟ ୪ଦିନ ପୂର୍ବରୁ ଗ୍ରାହକଙ୍କ ଗହଳି ଜମୁଥିବା ବେଳେ ପଣା ସଂକ୍ରାନ୍ତି ପାଇଁ ଆଉ ୨ଦିନ ବାକି ରହିଥିଲେ ବି ଏବେଠାରୁ କିଣାକିଣି ଆରମ୍ଭ କରିଦେଲେଣି ରାଜଧାନୀବାସୀ। ବିଭିନ୍ନ ଫଳର ଦର ବୃଦ୍ଧି କରାଯାଇଥିଲେ ବି ରାଜଧାନୀର ଏକନମ୍ବର ମାର୍କେଟ୍‌‌, ଇନ୍ଦ୍ରଧନୁ ମାର୍କେଟ୍‌‌, ରସୁଲଗଡ଼ ମା’ କୋଚିଳେଇ ହାଟ ଆଦିରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।

ସଂକ୍ରାନ୍ତି ଅବସରରେ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ଘରେ ଘରେ ପଣା ପ୍ରସ୍ତୁତ କରାଯାଏ। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଫଳ ଦର ବୃଦ୍ଧି କରିଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ପୂର୍ବରୁ ବେଲ ଗୋଟାକ ୧୫ରୁ ୨୦ଟଙ୍କାରେ ବିକ୍ରି ହେଉଥିବା ବେଳେ ପଣା ସଂକ୍ରାନ୍ତି ପାଇଁ ବେଲ ଗୋଟାକ ୪୦ଟଙ୍କାରେ ବିକ୍ରି ହେଉଛି। ସେହିପରି କଦଳୀ ଡଜନ୍‌‌ ୧୦୦ ଟପିଛି। ସାଧାରଣତଃ ଖରାଦିନେ ବେଲପଣାର ଚାହିଦା ରହିଥିବା ବେଳେ ପଣା ସଂକ୍ରାନ୍ତିରେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ବେଲ ଓଡ଼ିଶାର ମୟୂରଭଞ୍ଜ, ଆଠଗଡ଼, ଢେଙ୍କାନାଳ ଆଦି ସ୍ଥାନରୁ ବ୍ୟବସାୟୀମାନେ ଆମଦାନି କରିଥାନ୍ତି। ପଣା ସ୍ରଂକାନ୍ତିରେ ପ୍ରତିବର୍ଷ ଉଚ୍ଚା ଦରରେ ବେଲ ବିକ୍ରି ହୋଇଥାଏ ବୋଲି ଇନ୍ଦ୍ରଧନୁ ମାର୍କେଟର ଫଳ ବ୍ୟବସାୟୀ ରତିକାନ୍ତ ପ୍ରଧାନ କହିଛନ୍ତି। ପଣାସଂକ୍ରାନ୍ତି ପରେ ଦର ପୂର୍ବଭଳି କମ୍‌‌ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି। ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଯଅ ଛତୁଆ, ଗହମ ଛତୁଆ, ଗୁଡ଼, କଞ୍ଚା ଆମ୍ବ ସହ ପଣାରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ପୁଡ଼ିଆ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଯାହାର ଦାମ୍‌‌ ରହିଛି ୫୦ଟଙ୍କା।

ଦୂର ହେଲା ଦ୍ବନ୍ଦ୍ବ: ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣା ସଂକ୍ରାନ୍ତି
ଭୁବନେଶ୍ବର: ଦ୍ବନ୍ଦ୍ବ ହେଲା ଦୂର। ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣା ସଂକ୍ରାନ୍ତି । ପଞ୍ଜିକା ସମୀକରଣ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଳନ ହେବ ୪ ଦିନ। ସେହିଭଳି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କରାଯିବ ଉଭା ନୀତି । ୧୩ଦିନିଆ ଅଣସର ନୀତି ପାଳନ କରାଯିବାକୁ ବୌଠକରେ ନିଷ୍ପତ୍ତି ହୋଇଛି ।

ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତି ତାରିଖକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା। ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକ ବସିଥିଲା । ଆଗାମୀ ପଣାସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନୂଆବର୍ଷ ପାଳନ ନିମନ୍ତେ ଏପ୍ରିଲ ୧୩ ନା ୧୪ କେଉଁ ତାରିଖରେ ମୋହର ବାଜିବ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ଗଣନାକାରମାନେ ଏହା ଉପରେ ବିସ୍ତୃତ ଗଣନା କରି ଏପ୍ରିଲ ୧୪ରେ ହିଁ ପଣା ସଂକ୍ରାନ୍ତି ପାଳନ ହେବ ବୋଲି ସ୍ପଷ୍ଟ କରିଛନ୍ତି।

ପଣାସଂକ୍ରାନ୍ତିର ତାରିଖକୁ ନେଇ ଦ୍ବନ୍ଦ୍ବ: ଏପ୍ରିଲ ୧୩ ନା ୧୪ ?
ଭୁବନେଶ୍ୱର: ପଣାସଂକ୍ରାନ୍ତିର ନିର୍ଦ୍ଧିଷ୍ଟ ତାରିଖକୁ ନେଇ ପଞ୍ଜିକା ନିର୍ଦ୍ଧାରଣ ଦ୍ବନ୍ଦ୍ବ। ଗଣନାକାର ଓ ଜ୍ୟୋତିର୍ବିଦ ମଧ୍ୟରେ ତାରିଖକୁ ନେଇ ସ୍ପଷ୍ଟତା ଆସିନପାରିବାରୁ ଆଗାମୀ ୧୨ ତାରିଖକୁ ଘୁଞ୍ଚିଲା ନିଷ୍ପତ୍ତି। ସେହିଦିନ ଗଣନାକୁ ନେଇ ତର୍ଜମା କରାଯାଇ ତାରିଖ ସ୍ପଷ୍ଟ କରାଯିବ। ଅନ୍ୟପକ୍ଷରେ ଆଗାମୀ ସ୍ନାନଯାତ୍ର ପରେ ଅନବସର ନୀତି ୧୩ଦିନ ପଡିବାକୁ ଯାଉଥିବା ବେଳେ କାର୍ତ୍ତିକ ମାସ ପଞ୍ଚୁକ ୫ଦିନ ବଦଳରେ ୪ଦିନ ପଡୁଥିବାରୁ ଲକ୍ଷ୍ମୀ ନୃସିଂହ ବେଶ କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ଚଳିତ ୨୦୨୪-୨୫ ବର୍ଷର ପାଞ୍ଜି ଯେପରି କୌଣସି ପ୍ରକାର ଅମେଳ ନହେବ ସେ ନେଇ ଧ୍ୟାନ ଦିଆଯିବ ବୋଲି ମତ ରଖିଛନ୍ତି ଗଣନାକାର ଓ ପଞ୍ଜିକାର ପ୍ରକାଶକ ।

ପଞ୍ଜିକା ପଞ୍ଜିକା ଭିତରେ ମେଳ ଖାଉନଥିବାରୁ ବିଭିନ୍ନ ଯାନି ଯାତ୍ର, ପର୍ବପର୍ବାଣି, ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ହୋଉଛି ଦ୍ବନ୍ଦ୍ବ। ଏହାକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଥିଲା । ତେବେ ବୈଠକରେ ମହାବିଷୁବ ସଂକ୍ରାନ୍ତି ପଣାସଂକ୍ରାନ୍ତିର ତାରିଖକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ଅପ୍ରେଲ ୧୩ ତାରିଖ ନା ୧୪ତାରିଖରେ ସଂକ୍ରାନ୍ତି ପଡିବ ତାହା ସ୍ପଷ୍ଟ ହୋଇପାରିଲା ନାହିଁ । ରାଧାରମଣ ପଞ୍ଜିକା, କୋହିନୂର ପଞ୍ଜିକାରେ ୧୪ତାରିଖ ଥିଵା ବେଳେ ସାମନ୍ତ ଚନ୍ଦ୍ର ଶେଖର ପଞ୍ଜିକା, ବିରଜା ପଞ୍ଜିକାରେ ୧୩ ତାରିଖରେ ପଣାସଂକ୍ରାନ୍ତି କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯାହାକୁ ନେଇ ଦ୍ବନ୍ଦ ଉଠିବାରୁ ଆଗାମୀ ୧୨ତାରିଖକୁ ପଞ୍ଜିକା ନିର୍ଦ୍ଧାରଣ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ଚଳିତ ବର୍ଷ ସାନ୍ନଯାତ୍ର ପରେ ମହାପ୍ରଭୁଙ୍କ ଅନବସର ନୀତିକୁ ନେଇ ବିରାଟ ପରିବର୍ତ୍ତନ ସୃଷ୍ଟି ହୋଇଛି । ଚଳିତବର୍ଷ ଅନବସର ନୀତିକାନ୍ତି ମାତ୍ର ୧୩ଦିନ ହେବ ତାହା ହେଲେ କିଭଳି ଭାବରେ ନୀତିକାନ୍ତି ଓ ଗୁପ୍ତନୀତି କରାଯିବ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତଢଉକରଣଙ୍କୁ ବିଗତ ୧୯୭୧-୭୨ ରେ ହୋଇଥିବା ନୀତି କିପରି କରାଯାଇଥିଲା ତାହା ତର୍ଜମା କରିବାକୁ ଦାୟିତ୍ବ ଦିଆଯାଇଛି । ସେହିପରି ଚଳିତବର୍ଷ କାର୍ତ୍ତିକ ପଞ୍ଚୁକ ୫ଦିନ ବଦଳରେ ୪ ଦିନ ହେବାକୁ ଯାଉଛି। ଫଳରେ ଲକ୍ଷ୍ମୀ ନୃସିଂହ ବେଶ ହୋଇପାରିବ ନାହିଁ।

ସେପଟେ ଚଳିତ ବର୍ଷ ଯାନିଯାତ, ତିଥି, ପର୍ବପର୍ବାଣି ନିର୍ଭୁଲ ତଥା ତୃଟିଶୂନ୍ୟ କରିବା ପାଇଁ ଗଣନାକାର ମାନେ ବିଶେଷ ଗୁରୁତ୍ୱ ଦେଉଛନ୍ତି ବୋଲି ପଞ୍ଜିକାର ପ୍ରକାଶକ କହିଛନ୍ତି । ୨୦୨୪-୨୫ ପଞ୍ଜିକା ନିର୍ଦ୍ଧାରଣ ପାଇଁ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ମୁକ୍ତିମଣ୍ଡପ ପଣ୍ଡିତ, ଜ୍ୟୋତିର୍ବିଦ, ବରିଷ୍ଠ ସେବାୟତ, ତଢଉକରଣ, ପରିଚାଳନା କମିଟି ସଦସ୍ୟ ଯୋଗ ଦେଇଥିଲେ ।

ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ୱିଟ କରି ଲେଖିଛନ୍ତି, ପବିତ୍ର ପଣା ସଂକ୍ରାନ୍ତିରେ ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଛି । ଏହି ନବବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସୁଖ ସମୃଦ୍ଧି କାମନା କରିଛନ୍ତି ରାଷ୍ଟ୍ରପତି ।

ପବିତ୍ର ପଣା ସଂକ୍ରାନ୍ତି ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଅଛି । ଏ ଅବସରରେ ପଣାପାଣିର ଆସର ସାଙ୍ଗକୁ ବିଭିନ୍ନ ସାରସ୍ୱତ ସଭାସମିତି ମଧ୍ୟ ଆୟୋଜିତ ହେଉଅଛି । ଏହି ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ପ୍ରିୟ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସୁଖସମୃଦ୍ଧି କାମନା କରୁଅଛି ।

— President of India (@rashtrapatibhvn) April 14, 2023

ପଣା ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆବର୍ଷରେ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, “ମହାବିଷୁବ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା । ନୂଆବର୍ଷ ଅପାର ଖୁସି ଏବଂ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସୁ। ଆସନ୍ତା ବର୍ଷ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେଉ।

Happy Maha Bishuba Pana Sankranti and Odia New Year. Have a healthy and happy year ahead. pic.twitter.com/P1yTshcfve

— Narendra Modi (@narendramodi) April 14, 2023

ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ରିଲିଜ କରି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀଜଗନ୍ନାଥଙ୍କ କୃପାରୁ ନୂଆବର୍ଷ ମଙ୍ଗଳମୟ ହେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ।

ଜୟ ଜଗନ୍ନାଥ pic.twitter.com/T8mq01436S

— Naveen Patnaik (@Naveen_Odisha) April 14, 2022

ଓଡ଼ିଆ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତି
ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ  ଓଡ଼ିଆ  ନବବର୍ଷ ଭାବେ ପାଳନ କରାଯାଏ। ଏହି ଦିନଠାରୁ ସୂର୍ଯ୍ୟ ବିଷୁବରେଖା ଉପରେ ଅବସ୍ଥାନ କରି କର୍କଟକ୍ରାନ୍ତି ଆଡ଼କୁ ଗମନ କରନ୍ତି। ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତି ହେଉଛି ବର୍ଷର ପ୍ରଥମ ସଂକ୍ରାନ୍ତି। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହେଉଥିବାରୁ ସୂର୍ଯ୍ୟ କିରଣ ପ୍ରଖର ହେବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଗୀତାରେ ଉଲ୍ଲେଖ ଅଛି, ସୂର୍ଯ୍ୟଙ୍କ ଉତ୍ତରାୟଣ କାଳରେ ମଣିଷର ମୃତ୍ୟୁ ଘଟିଲେ ମୋକ୍ଷ ପ୍ରାପ୍ତି ହୁଏ। ଏହି ସମୟରେ ପ୍ରଚଣ୍ଡ ରୌଦ୍ରତାପରୁ ମା’ ବୃନ୍ଦାବତୀଙ୍କୁ ରକ୍ଷା କରିବା ପାଇଁ ତୁଳସୀ ଚଉରା ଉପରେ ମଞ୍ଚା ବାନ୍ଧି ଠେକିରେ ପାଣି ଭରି ଜଳ ଅର୍ପଣ କରାଯାଏ।

ଓଡ଼ିଆମାନେ ଏହି ଦିନ ଛେନା, କ୍ଷୀର, ବୁଟ ଛତୁଆ, ବେଲ ଓ ମିଶ୍ରି ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଅର୍ପଣ କରିବା ସହିତ ପିଇବାର ପରମ୍ପରା ରହିଛି । ଗ୍ରୀଷ୍ମ କାଳରେ ହୃଦୟକୁ ସୁଦୃଢ ରଖିବା ତଥା ନୀରୋଗ ରଖିବା ପାଇଁ ଏହି ପଣା ପିଆଯାଏ । କେତେକ ଜାଗାରେ ବ୍ରାହ୍ମଣମାନଙ୍କୁ ବିଞ୍ଚଣା ଦାନ କରାଯାଏ।  ପ୍ରତ୍ୟେକ ଓଡ଼ିଆ ଘରର ଏହି ପୂଜା ପରମ୍ପରା ସମ୍ପୂର୍ଣ୍ଣ ନିଆରା। ଏହି ସଂକ୍ରାନ୍ତି ପରଠାରୁ ଉଦ୍ଭିଦ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ବିଷୁବ ସଂକ୍ରାନ୍ତି ଦିନ ମହାବୀର ହନୁମାନ ଜୟନ୍ତୀ ପାଳନ କରାଯାଏ । ପବନସୁତଙ୍କୁ ଆରାଧନା କରିବା ଦ୍ବାରା ରୌଦ୍ର ତାପରୁ ରକ୍ଷା ମିଳିଥାଏ ବୋଲି ବିଶ୍ବାସ ରହିଛି।

ଆଜିର ଦିନରେ ଶ୍ରୀହନୁମାନଙ୍କ ନାମ, ଜପ, ଚାଳିଶା, ସଙ୍କଟମୋଚନ ଚଉତିଶା ଆଦି ପାଠ କରାଗଲେ ସକଳ ବ୍ୟାଧ଄ରୁ ମୁକ୍ତି ମିଳେ ଓ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ କରାଯାଏ। ଏହି ଦିନ ପବିତ୍ର ଝାମୁଯାତ୍ରାର ଉଦ୍‌ଯାପନ ମଧ୍ୟ କରାଯାଇଥାଏ। ଦଣ୍ଡ ପାଟୁଆମାନେ ନିଆଁରେ ଚାଲି ନିଜ ଭକ୍ତି ଭାବର ପ୍ରମାଣ ଦେଇଥାନ୍ତି। ଅନେକ ସ୍ଥାନରେ ଏହି ଦିନରେ ସାରସ୍ବତ ସମାରୋହ  ‘ବିଷୁବ ମିଳନ’ ଆୟୋଜନ ହୁଏ। କେତେକ ଠାକୁରାଣୀ ପୀଠରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ।   ଉତ୍ତର  ଓଡ଼ିଶାରେ ଏହାକୁ  ଚଡ଼କ ପର୍ବ ବୋଲି ମଧ୍ୟ  କୁହାଯାଇଥାଏ।  ଦକ୍ଷିଣ  ଓଡ଼ିଶାରେ ପଣା ସଂକ୍ରାନ୍ତି  ସମୟରେ  ଦଣ୍ଡନାଟ  ଉତ୍ସବ  ଅନୁଷ୍ଠିତ  ହୋଇଥାଏ। ଏହା ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ।