Maha Shivratri - The Sakala
ଭଦ୍ରକ: ଆସୁଛି ଜାଗର । ଉତ୍ସବ ମୁଖର ହୋଇ ଉଠିବ ସମସ୍ତ ଗାଁରେ ଥିବା ଶିବ ମନ୍ଦିର। ହେଲେ ଆଜି ଆମେ ଏମିତି ଏକ ଗାଁ ବିଷୟରେ କହିବୁ ଯେଉଁ ଗାଁରେ ଗୋଟିଏ ସ୍ଥାନରେ ନୁହେଁ ଶତାଧିକ ସ୍ଥାନରେ ପାଳନ ହୁଏ ଜାଗର ଯାତ୍ରା। କାରଣ ଗାଁରେ ଗୋଟିଏ ନୁହେଁ ୧୦୦ ରୁ ଅଧିକ ଶିବ ମନ୍ଦିର ରହିଛି । ଏମିତି ଏକ ଗାଁ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ନରେନ୍ଦ୍ରପୁର । ଏହି ଗାଁର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏଠାରେ ଥିବା ବିରଳ ଓ ପ୍ରାଚୀନ ଶିବଲିଙ୍ଗ।
ଗାଁର କୋଣ ଅନୁକୋଣରେ ଶିବଲିଙ୍ଗ ଗୁଡ଼ିକ ବିରାଜମାନ କରିଥିବାରୁ ସଦାସର୍ବଦା ଏଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ବାବାଙ୍କର ପ୍ରତିଦିନ ପୂଜା କରାଯାଉଥିଲେ ମଧ୍ୟ ଜାଗର ଯାତ୍ରା ଖୁବ ଧୁମଧାମରେ ପାଳନ କରାଯାଏ । ଏବେ ବାବାଙ୍କ ଜାଗର ଯାତ୍ରା ପାଇଁ ଜୋରଦାର ଭାବେ ପ୍ରସ୍ତୁତି ଚାଲିଛି ।
କୁହାଯାଏ ଏହି ଗାଁରେ ଯେଉଁଠି ଖୋଳିବ ସେଠାରେ ଶିବଲିଙ୍ଗ ବାହାରେ । ଆଉ ସେହି ଅନୁସାରେ ବାବାଙ୍କ ନାମକରଣ ମଧ୍ୟ କରାଯାଏ । ବାଡ଼ ଖୋଳୁଥିବା ସ୍ଥାନରୁ ଶିବଲିଙ୍ଗ ବାହାରି ଥିବାରୁ ତାଙ୍କ ନାମ ବାଡେଶ୍ୱର , ବେଲ ଗଛ ମୂଳରୁ ବାହାରିଥିବା ଲିଙ୍ଗର ନାମ ବେଲେଶ୍ଵର ସେହିପରି ବାଟେଶ୍ୱର, ସମୁଦ୍ରେଶ୍ୱର, ଚମ୍ପକେଶ୍ୱର ,ଭୂତେଶ୍ୱର ଆଦି ନାମରେ ପୂଜା ପାଇଥାନ୍ତି। ବିଶ୍ୱାସ ରହିଛି ବାବାଙ୍କ ପାଖରେ ମାନସିକ ରଖିଲେ ତାହା ପୂରଣ ହୋଇଥାଏ ,ଅପୁତ୍ରିକ ପୁତ୍ର ଲାଭ କରେ। ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ମହାଶିବରାତ୍ରି ଦିନ ଏଠାରେ ଦେଖିବାକୁ ମିଳିଥାଏ । ଗାଁ ହୁଏ ଆଲୋକିତ, ପରିବେଶ ହୁଏ ଆଧ୍ୟାତ୍ମିକ । ହରିବୋଲ ହୁଳହୁଳି ଆଉ ଓଁ ନମଃ ଶିବାୟଃ ଧ୍ବନିରେ ପ୍ରକମ୍ପିତ ହୋଇ ଉଠେ ଗଗନପବନ।
ମହାଶିବରାତ୍ରୀ ହେଉଛି ଦେବ ଦେବ ମହାଦେବଙ୍କ ଆରାଧନାର ବିଶେଷ ଦିନ। ଏହିଦିନର ଖୁବ୍‌ ମହତ୍ତ୍ବ ରହିଛି। ଶିବ ପୁରାଣ ଅନୁସାରେ, ମହାଶିବରାତ୍ରୀରେ ଭଗବାନ ଶିବ ସୃଷ୍ଟି, ସ୍ଥିତି ଓ ପ୍ରଳୟର ମହାତାଣ୍ଡବ ନୃତ୍ୟ କରିଥିଲେ। ଏହିଦିନ ଶିବ-ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି ମଧ୍ୟ କୁହାଯାଏ।
ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପଡ଼ିଥାଏ ମହାଶିବରାତ୍ରୀ। ଭୋଳାନାଥଙ୍କ ଭକ୍ତମାନେ ଏହି ଦିନକୁ ବେଶ୍ ଶ୍ରଦ୍ଧା, ଭକ୍ତି ତଥା ନିଷ୍ଠାରେ ପାଳନ କରନ୍ତି। ଅନେକ ଭକ୍ତ ନିର୍ଜଳା ଉପବାସ କରି ଜାଗର ବ୍ରତ ପାଳନ କରିଥାନ୍ତି। ଏଥିପାଇଁ ଶୈବପୀଠଗୁଡ଼ିକ ଉତ୍ସବମୁଖର ହୋଇଥାଏ। ସର୍ବତ୍ର ଗୁଞ୍ଜରିତ ହେଉଥାଏ ଶିବ ପଞ୍ଚାକ୍ଷରୀ ମନ୍ତ୍ର। ଶ୍ରଦ୍ଧାଳୁମାନେ ଶିବଲିଙ୍ଗରେ ଗଙ୍ଗାଜଳ, କ୍ଷୀର, ବେଲପତ୍ର,ଫୁଲ ଫଳମୂଳ ଆଦି ଚଢ଼ାଇ ପୂଜାର୍ଚ୍ଚନା କରିଥାନ୍ତି। ବର୍ଷକର ଏହିଦିନରେ ହିଁ ଶିବଙ୍କୁ କେତକୀ ଫୁଲ ଅର୍ପଣ କରାଯାଏ।ଏହିଦିନ ଭକ୍ତମାନେ ରାତ୍ରି ଉଜାଗର ରହି ଦୀପ ପ୍ରଜ୍ବଳନ କରୁଥିବାରୁ ଏହାକୁ ‘ଜାଗର’ ବୋଲି କୁହାଯାଏ।
ଭକ୍ତମାନେ ବିଳମ୍ବିତ ରାତ୍ରିରେ ମହାଦୀପ ଦର୍ଶନ ପୂର୍ବକ ବ୍ରତ ସମାପନ କରିଥାନ୍ତି। ଶିବ ହେଲେ ମଙ୍ଗଳମୟ। ମହାଶିବରାତ୍ରୀ ଭଳି ଦିନରେ ତାଙ୍କ ଉପାସନାରେ ଭୋଳାଶଙ୍କର ପ୍ରସନ୍ନ ହୋଇ ଭକ୍ତଙ୍କ ମନୋବାଞ୍ଛା ପୂରଣ କରିଥାନ୍ତି ବିଶ୍ବାସ ରହିଛି।
ମହାଶିବରାତ୍ରିରେ ମହାନଦୀରୁ ଶହେରୁ ଅଧିକ ନାଗମୂର୍ତ୍ତି, ଶିବଲିଙ୍ଗ ଓ ବୃଷଭ ମୂର୍ତ୍ତି ଉଦ୍ଧାର
କଟକ: ଶହେରୁ ଅଧିକ ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ବୃଷଭ ମୂର୍ତ୍ତି ଉଦ୍ଧାର। କଟକ ଜିଲ୍ଲା ବାଙ୍କୀ ନିକଟ ମହାନଦୀର ସୁବର୍ଣ୍ଣପୁର ଘାଟରୁ ଶହେରୁ ଅଧିକ ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ଦୁଇଟି ବୃଷଭ ମୂର୍ତ୍ତି ଉଦ୍ଧାର କରାଯାଇଛି। ବାଙ୍କୀ ମହାନଦୀ ପଠାର ସୁବର୍ଣ୍ଣପୁର ଘାଟରେ କିଛି ପିଲା ଗାଧୋଉଥିବା ବେଳେ ପାଣିରେ ମୂର୍ତ୍ତି ପଡ଼ିଥିବା ଜାଣିବାକୁ ପାଇଥିଲେ। ପରେ ମତ୍ସ୍ୟଜୀବୀଙ୍କ ସହାୟତାରେ ଏହି ନାଗମୂର୍ତ୍ତି ଗୁଡିକ ଉଦ୍ଧାର କରାଯାଇଥିଲା। ଏସବୁ ପ୍ରାଚୀନ ମୂର୍ତ୍ତି ହୋଇଥିବା ଅନୁମାନ କରାଯାଉଛି।
ଉଦ୍ଧାର ପରେମୂର୍ତ୍ତିଗୁଡିକୁ ସ୍ଥାନୀୟ ପଞ୍ଚାୟତ ଅଫିସରେ ରଖାଯାଇଛି। ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଆଜି ପବିତ୍ର ଜାଗର ଅବସରରେ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ଦୁଇଟି ବୃଷଭ ମୂର୍ତ୍ତି ମିଳିଥିବାରୁ ଦେଖିବାକୁ ମହାନଦୀ ପଠାରେ ଲୋକମାନେ ଭିଡ଼ ଲଗାଇଛନ୍ତି । ଲୋକମାନେ କ୍ଷୀର ଢାଳି ପୂଜା ଆରମ୍ଭ କରିଦେଇଛନ୍ତି। ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୋଲିସ ପହଞ୍ଚିଥିବା ବେଳେ ଗାଁରେ ଥିବା ମଠରେ ମୂର୍ତ୍ତିସବୁ ରଖିବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି । ଏସବୁ ମୂର୍ତ୍ତି କେଉଁଠାରୁ ଆସିଲା ତାହା ଜଣାପଡ଼ିନାହିଁ ।
ରାତି ପାହିଲେ ମହାଶିବରାତ୍ରି: ଜାଣନ୍ତୁ ବାବା ଲିଙ୍ଗରାଜଙ୍କ ମନ୍ଦିରର ନୀତିକାନ୍ତି ସମୟ
ଭୁବନେଶ୍ୱର: ରାତି ପାହିଲେ ମହାଶିବରାତ୍ରି। ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର। ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର । ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ। ଭୋର ୩ଟା ୩୦ରୁ ଦିନ ୧୧ଟା ଯାଏଁ ସାହାଣମେଲା ଦର୍ଶନ। ଏହାପରେ ଅନ୍ୟାନ୍ୟ ନୀତି କରାଯାଇ ଶେଷରେ ରାତି ରାତି ୧୦ରୁ ୧୧ଟା ଭିତରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି ।
ଶ୍ରୀଲିଙ୍ଗରାଜ ଓ କପିଳେଶ୍ଵରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ମାର୍ଗଦର୍ଶିକା ଜାରିକରିଛି। ଅତିରିକ୍ତ କମିସନରଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ସେହିପରି ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ୨ ମନ୍ଦିରର ନୋଡାଲ୍ ଅଫିସର ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ୩ଟି ସିଫ୍ଟରେ ପୂରା ଏକାମ୍ର କ୍ଷେତ୍ରରେ ସଫେଇ କରାଯିବ । ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ଵର ମନ୍ଦିର ଅଞ୍ଚଳରେ ଅତିରିକ୍ତ ସଫେଇକର୍ମୀ ନିୟୋଜିତ କରିବାକୁ ବିଏମ୍ସି ଘରୋଇ ସଫେଇ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି । ସେହିପରି ବିନ୍ଦୁସାଗର ଘାଟ ସଫା କରିବାକୁ ସଫେଇ ସଂସ୍ଥାକୁ କୁହାଯାଇଥିବାବେଳେ ଆଜି ସୁଦ୍ଧା ସଫେଇ ଶେଷ କରିବାକୁ କୁହାଯାଇଛି। ବିନ୍ଦୁସାଗରର ଆଲୋକୀକରଣ କରିବାକୁ ମୁଖ୍ୟ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିର ଚାରିପଟେ ଲିଚୁ ମାଳ ପକାଯାଇ ସୌନ୍ଦର୍ୟ୍ୟକରଣ କରାଯାଉଛି।
ଏଥିଲାଗି ବିଏମସିର ଇଲେକ୍ଟ୍ରିକାଲ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ମେୟରଙ୍କ ନିର୍ଦ୍ଦେଶ ମୁତାବକ ୪୦ ହଜାର ଟଙ୍କା ବ୍ୟୟରେ ମନ୍ଦିର ମୁଖଶାଳାର ସୌନ୍ଦର୍ୟ୍ୟକରଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଖାଲି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନୁହେଁ ବରଂ ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମନ୍ଦିର ପଚେରି, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ସୌନ୍ଦର୍ୟ୍ୟକରଣ କରାଯିବ। ମେକାନିକାଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ୨ଟି ପାଣି ଟ୍ୟାଙ୍କର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଏକ ଭ୍ରାମ୍ୟମାଣ ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୯ ତାରିଖ ସକାଳ ଯାଏଁ ୩ ସିଫ୍ଟରେ ସ୍ବଚ୍ଛତା କର୍ମୀଙ୍କୁ ନିୟୋଜିତ କରାଯିବ, ଯେଉଁମାନେ କି ନିୟମିତ ଭ୍ରାମ୍ୟମାଣ ଶୌଚାଳୟକୁ ସଫା ରଖିବେ । ମେଡିସିନ୍, ଆମ୍ବୁଲାନ୍ସ ଓ ଫାଷ୍ଟଏଡ କିଟ୍ ମହଜୁଦ ରଖିବାକୁ ବିଏମସି ହସ୍ପିଟାଲକୁ ନିର୍ଦ୍ଦେଶ ମିଳିଛି । ଜୋନାଲ ଡେପୁଟି କମିସନର ନିୟମିତ କ୍ଷେତ୍ରସ୍ତରୀୟ ଯାଞ୍ଚ କରିବେ।
ଶିବର ଅର୍ଥ ‘କଲ୍ୟାଣକାରୀ’ ବା ‘ଶୁଭକାରୀ’। ଯଜୁର୍ବେଦରେ ଶିବଙ୍କୁ କୁହାଯାଇଛି ‘ଶାନ୍ତିଦାତା’। ‘ଶି’ର ଅର୍ଥ ‘ପାପକୁ ନାଶ କରିବା’ ଓ ‘ବ’ର ଅର୍ଥ ‘ଦାତା’। ତେବେ ମହାଦେବଙ୍କର ସବୁଠୁ ବଡ଼ ଉତ୍ସବ ହେଉଛି ‘ମହାଶିବରାତ୍ରୀ।’ ଏହିଦିନ ଶିବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ଅନ୍ୟପଟେ ଶିବରାତ୍ରୀ ଓ ମହାଶିବରାତ୍ରୀ ଭିନ୍ନ ଭିନ୍ନ ମାସ ଓ ଦିନରେ ପଡ଼ିଥାଏ। ତେବେ ଅନେକ ଏକଥା ଜାଣନ୍ତି ନାହିଁ ‘ଶିବରାତ୍ରୀ’ ଓ ‘ମହାଶିବରାତ୍ରୀ’ ମଧ୍ୟରେ ପାର୍ଥକ୍ୟ କ’ଣ? ହିନ୍ଦୁ ପୁରାଣ ଶାସ୍ତ୍ରରେ ଭଗବାନ ଭୋଳାଶଙ୍କରଙ୍କ ମହିମା ସମ୍ପର୍କରେ ରହିଛି ଅନେକ ବର୍ଣ୍ଣନା । ଶିବଙ୍କ ମହିମା ଓ ଶିବରାତ୍ରୀର ତାତ୍ପର୍ଯ୍ୟକୁ ନେଇ ଏହି ଉପସ୍ଥାପନା।
ବର୍ଷକୁ ବାରଟି ଶିବରାତ୍ରୀ
ଶିବରାତ୍ରୀ ପ୍ରତିମାସରେ କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ପଡ଼ିଥାଏ । ଏହି ପ୍ରକାରେ ବର୍ଷକୁ ପଡ଼ିଥାଏ ୧୨ଟି ଶିବରାତ୍ରୀ । ଶିବରାତ୍ରୀ ‘ବୋଧୋତ୍ସବ’ ନାଁରେ ପରିଚିତ। ଏହା ଏମିତି ଏକ ଉତ୍ସବ, ଯେଉଁଥିରେ ଜ୍ଞାତ ହୁଏ, ଆମେମାନେ ଶିବଙ୍କ ଅଂଶ ଓ ତାଙ୍କ ସଂରକ୍ଷଣରେ ରହିଛୁ। କୁହାଯାଏ, ସୃଷ୍ଟି ପ୍ରାରମ୍ଭରେ ଉକ୍ତ ଦିନ ଅଧରାତିରେ ଭଗବାନ ଶିବ ନିରାକାରରୁ ସାକାର ରୂପ ବା ବ୍ରହ୍ମାରୁ ରୁଦ୍ର ରୂପରେ ଅବତରଣ କରିଥିଲେ।
ବର୍ଷକରେ ଥରେ ମହାଶିବରାତ୍ରୀ
ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପଡ଼ିଥାଏ ମହାଶିବରାତ୍ରୀ। ଏହା ବର୍ଷକୁ ଥରେ ପଡ଼ିଥାଏ। ଭୋଳାନାଥଙ୍କ ଭକ୍ତମାନେ ଏହି ଦିନକୁ ବେଶ୍ ଶ୍ରଦ୍ଧା ଓ ଭକ୍ତିରେ ପାଳନ କରନ୍ତି। ଏହି ଦିନ ଭକ୍ତମାନେ ରାତିରେ ଉଜାଗର ରହି ଦୀପ ପ୍ରଜ୍ବଳନ କରୁଥିବାରୁ ଏହାକୁ ‘ଜାଗର’ ବୋଲି କୁହାଯାଏ |
ଶିବଲିଙ୍ଗ ଧାରଣ
ଧର୍ମଗ୍ରନ୍ଥ ଅନୁଯାୟୀ ଫାଲ୍‌ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ଭଗବାନ ଭୋଳାନାଥ ଶିବଲିଙ୍ଗ ରୂପରେ ଦର୍ଶନ ଦେଇଥିଲେ। କୁହାଯାଏ, ସୃଷ୍ଟି ପ୍ରାରମ୍ଭରେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ମଧ୍ୟରେ ଶ୍ରେଷ୍ଠତାକୁ ନେଇ ଝଗଡ଼ା ହୋଇଥିଲା । ଦୁହିଁଙ୍କ ବିବାଦ ଚାଲୁଥିବା ବେଳେ ଏକ ବିଶାଳ ଅଗ୍ନି ସ୍ତମ୍ଭ କୋଟି ସୂର୍ଯ୍ୟଙ୍କ ଚମକରେ ପ୍ରକଟ ହୋଇଥିଲେ । ଏହାକୁ ଦେଖି ଚକିତ ହୋଇଥିଲେ ବ୍ରହ୍ମା ଓ ବିଷ୍ଣୁ । ଏହି ଅଗ୍ନିସ୍ତମ୍ଭରେ ଶିବ ପ୍ରଥମଥର ପାଇଁ ଶିବଲିଙ୍ଗ ରୂପରେ ଦର୍ଶନ ଦେଇଥିଲେ।
ଶିବରାତ୍ରୀ ବ୍ରତ ପ୍ରାରମ୍ଭ
ତ୍ରୟୋଦଶୀରୁ ହିଁ ମହାଶିବରାତ୍ରୀ ବ୍ରତ ପ୍ରାରମ୍ଭ ହୋଇଥାଏ। ଆଉ ବ୍ରତଧାରା ଏହି ଦିନରୁ ସାନ୍ତ୍ରିକ ଖାଦ୍ୟ ଆହରଣ କରନ୍ତି । ଅନେକେ ଏହି ଦିନରୁ ବ୍ରତ ବି ରଖନ୍ତି। ଏହା ପରେ ଚତୁର୍ଦ୍ଦଶୀ ତିଥିରେ ପୂଜା ସହ ବ୍ରତ ରଖିବା ସଂକଳ୍ପ କରାଯାଏ । ଏହିଦିନ ଶିବଙ୍କୁ ଭାଇ, ଦୁଦୁରା, କ୍ଷୀର, ଆଖୁ, ଚନ୍ଦନ ଅର୍ପଣ କରାଯାଏ। ଅନ୍ୟପଟେ ମାତା ପାର୍ବତୀଙ୍କୁ ଅର୍ପଣ କରାଯାଏ ଶାଢ଼ି, ଶଙ୍ଖା, ସିନ୍ଦୂର। ଉପବାସ ଦିନ ଭକ୍ତମାନେ ଫଳାହାର କରିପାରିବେ, କିନ୍ତୁ ଲୁଣ ଖାଇବା ମନା। କେହି କେହି ନିର୍ଜଳା ମଧ୍ୟ ରହିଥାନ୍ତି । ମହାଦୀପ ସଂଦର୍ଶନ ପରେ ବ୍ରତ ଭାଙ୍ଗିଥାନ୍ତି।
ବ୍ରତ ବିଧି
ଶିବରାତ୍ରୀ ଦିନ ଚାରି ପହର ଯାକ ପୂଜା କରାଯାଏ । ପ୍ରତି ପହର ପୂଜାରେ ‘ଓଁ ନମ୍ ଶିବାୟ’ ପଞ୍ଚାକ୍ଷରୀ ମନ୍ତ୍ର ଉଚ୍ଚାରଣ କରି ଜପ ଜାରି ରଖିବା ଉଚିତ । ଯଦି ଏହି ଜପ ଶିବ ମନ୍ଦିରରେ ସମ୍ଭବ ନ ହୁଏ ଘରର ପୂର୍ବ ଦିଶାର ଶାନ୍ତ ପରିବେଶରେ କରାଯାଇପାରିବ।
ବ୍ରତରୁ ଲାଭ
ଶିବରାତ୍ରୀ ବ୍ରତ ଖୁବ୍ ପ୍ରଭାବଶାଳୀ । ବିଶେଷକରି ଅବିବାହିତାଙ୍କ ଲାଗି ଏହା ଅତି ଗୁରୁତ୍ବ ବହନ କରେ। କୁହାଯାଏ ଯେଉଁ କନ୍ୟାମାନେ ଶିବରାତ୍ରୀ ଉପବାସ କରନ୍ତି, ସେମାନଙ୍କୁ ବ୍ରତର ଶୁଭଫଳ ଶୀଘ୍ର ମିଳିଥାଏ । ଅର୍ଥାତ୍ ସେମାନଙ୍କ ବିବାହ ଶୀଘ୍ର ହୁଏ। ବ୍ରତ ରଖୁଥିବା ବିବାହିତା ମହିଳାଙ୍କୁ ସୌଭାଗ୍ୟ ପ୍ରାପ୍ତି ହୁଏ ଓ ସେମାନଙ୍କ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଏ ।
ଶିବଙ୍କ ନାମକରଣ
ସାଧାରଣତଃ ଶିବଙ୍କ ନାଁ ଶଙ୍କର ସହ ଯୋଡ଼ା ଯାଏ। ତେବେ ଲୋକମାନେ ହିଁ କହିଥାନ୍ତି ଶିବ, ଶଙ୍କର, ଭୋଳାନାଥ। ଅଜାଣତରେ ଅଧିକାଂଶ ଶିବ ଓ ଶଙ୍କରଙ୍କୁ ଗୋଟିଏ ସତ୍ତାର ଦୁଇଟି ନାଁ କହନ୍ତି। ଅସଲରେ କିନ୍ତୁ ଦୁହିଁଙ୍କ ପ୍ରତିମା ଓ ଆକୃତି ଭିନ୍ନ ଭିନ୍ନ। ଶଙ୍କରଙ୍କୁ ସର୍ବଦା ତପସ୍ବୀ ରୂପରେ ଦର୍ଶାଯାଇଥାଏ। ଶିବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ନାମରେ ତିନି ସୂକ୍ଷ୍ମ ଦେବତାଙ୍କ ସଂରଚନା କରିଥିଲେ। ଏହିପ୍ରକାରେ ଶିବ ବ୍ରହ୍ମାଣ୍ଡର ରଚୟିତା ଏବଂ ଶଙ୍କର ତାଙ୍କର ହିଁ ରଚନା। ଏଥିପାଇଁ ଭଗବାନ ଶିବଙ୍କୁ ‘ମହାଦେବ’ ବୋଲି କୁହାଯାଏ।
ପାରସ୍ପରିକତାର ପ୍ରତୀକ ଅର୍ଦ୍ଧନାରୀଶ୍ୱର
ମହାଦେବଙ୍କୁ ଅର୍ଦ୍ଧନାରୀଶ୍ବର ମଧ୍ୟ କୁହାଯାଏ। ଏହାର ଅର୍ଥ ନୁହେଁ ଯେ, ଶିବ ଅଧା ପୁରୁଷ ବା ତାଙ୍କଠାରେ ସମ୍ପୂର୍ଣ୍ଣତା ନାହିଁ । ତେବେ ଶିବ ଅର୍ଦ୍ଧ ସ୍ବରୂପ ହେଲେ ମଧ୍ୟ ସମ୍ପୂର୍ଣ I ସେ ସ୍ତ୍ରୀ-ପୁରୁଷ, ଶିବ ଓ ଶକ୍ତିର ହିଁ ସ୍ବରୂପ । ତାଙ୍କରି ଦ୍ବାରା ହିଁ ସଂସାର ସଂଚାଳିତ ଓ ସନ୍ତୁଳିତ ହୋଇଥାଏ । ଦୁହେଁ ଦୁହିଁଙ୍କ ପୂରକ । ନାରୀ ପ୍ରକୃତି ଓ ନର ପୁରୁଷ । ପ୍ରକୃତି ବିନା ପୁରୁଷ ସତ୍ତାହୀନ ଓ ପୁରୁଷ ବିନା ପ୍ରକୃତିର ଅସ୍ତିତ୍ବ ନାହିଁ I ଅର୍ଦ୍ଧନାରାଷ୍ଟ୍ରର ଶିବ ମଧ୍ୟ ଏହି ପାରସ୍ପରିକତାର ପ୍ରତୀକ ।
ଶିବ ଓ ଶିକାରୀ
ଶିବ ପୁରାଣରେ ଜଣେ ଶିକାରୀ କଥା ବର୍ଣ୍ଣିତ ଅଛି | ଥରେ ଜଙ୍ଗଲରେ ଶିକାର କରିବା ସମୟରେ ତା’ର ବିଳମ୍ବ ହୋଇଗଲା । ସେଇଠୁ ସେ ଏକ ବେଲ ବୃକ୍ଷରେ ରାତି କାଟିବା ପାଇଁ ନିଷ୍ପତି ନେଲା। ଜଙ୍ଗଲୀ ଜୀବଜନ୍ତୁଙ୍କଠାରୁ ରକ୍ଷା ପାଇବା ପାଇଁ ଉଜାଗର ରହିବାକୁ ଚିନ୍ତା କଲା । ସେଥିପାଇଁ ସେ ଏକ ଉପାୟ ପାଞ୍ଚିଲା | ସେ ତମାମ ରାତି ଗୋଟିଏ ଗୋଟିଏ ବେଲ ପତ୍ର ତଳେ ପକାଇଲା। ବେଲ ବୃକ୍ଷ ତଳେ ଥିଲା ଏକ ଶିବଳିଙ୍ଗ । ଶିବଲିଙ୍ଗ ଉପରେ ପ୍ରିୟ ପତ୍ର ଅର୍ପଣ ହେବା ଦେଖି ଶିବ ପ୍ରସନ୍ନ ହେଲେ। ଅବଶ୍ୟ ଶିକାରୀ ଏଭଳି ଏକ ଶୁଭ କାମ କରିଥିବା ନେଇ ଅଜ୍ଞ ଥିଲା I ଶିକାରୀକୁ ଶିବ ଦର୍ଶନ ଦେଲେ ଓ ମନସ୍କାମନା ପୂରଣ ନେଇ ତାକୁ ବର ପ୍ରଦାନ କଲେ । ଏହି କଥାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଶିବ କେତେ ସହଜରେ ପ୍ରସନ୍ନ ହୋଇଯାଆନ୍ତି । ସେଥିପାଇଁ ତାଙ୍କ ନାମ ‘ଆଶୁତୋଷ’ । ଏହିଭଳି ଏକାଧିକ କଥା ଶିବ ପୁରାଣରେ ରହିଛି ।
ଭୋର୍ ୫ଟା ୨୦ରେ ଉଠିଲା ବାବା ଲୋକନାଥଙ୍କ ପୀଠରେ ମହାଦୀପ
ପୁରୀ: ଶାନ୍ତିଶୃଙ୍ଖଳାର ସହ ପୁରୀରେ ଶେଷ ହୋଇଛି ପବିତ୍ର ଜାଗର ଯାତ୍ରା । ବାବା ଲୋକନାଥ ପୀଠରେ ଭୋର ୫ଟା ୨୦ ମିନିଟରେ ମହାଦୀପ ଉଠିଥିଲା । ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ଓ ହୁଳହୁଳିରେ କମ୍ପିଥିଲା ମନ୍ଦିର ପରିସର।ବିଳମ୍ବିତ ରାତିରେ ହରିହର ଭେଟ ପରେ ଭୋର ୫ଟା ୨୦ରେ ପ୍ରଭୁ ଲୋକନାଥ ଙ୍କ ମହାଦୀପ ଉଠିଥିଲା ।
ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ, ବୁଧବାର ରାତି ସାଢ଼େ ୧୨ଟାରେ ଦ୍ୱାର ଫିଟା ପରେ ପ୍ରଭୁ ଲୋକନାଥଙ୍କର ବିଭିନ୍ନ ନୀତିକାନ୍ତି ସହ ଗୁରୁବାର ଭୋର ୪ଟାରେ ଆରମ୍ଭ ହୋଇଥିଲା ସର୍ବସାଧରଣ ଦର୍ଶନ । ପରେ ମହାଦୀପ ଉଠିବା ସହ ପବିତ୍ର ଜାଗର ଯାତ୍ରା ସମାପନ ହୋଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଚଳିତବର୍ଷ କୋଭିଡ୍ ପାଇଁ ମନ୍ଦିର ଗମ୍ଭୀରା ଭିତରେ ପ୍ରଭୁଙ୍କ ଦର୍ଶନକୁ ବାରଣ କରାଯାଇଥିଲା
ଶ୍ରୀଲଙ୍କାରେ ଭାରତୀୟ ଦୂତାବାସ ପକ୍ଷରୁ ଶିବରାତ୍ରୀ ପାଳନ
କଲୋମ୍ବୋ: ମହାଶିବରାତ୍ରୀ ଅବସରରେ ଶ୍ରୀଲଙ୍କାରେ ଭାରତୀୟ ଦୂତାବାସର ହାଇକମିଶନର ମହାଦେବଙ୍କର ପୂଜା କରିଛନ୍ତି। ହାଇକମିଶନର ଗୋପାଳ ବାଗଲେ ରାମସେତୁ ନିକଟରେ ଏହି ପୂଜା କରିଛନ୍ତି। ଏ ସମ୍ପର୍କରେ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ବିଟ କରାଯାଇଛି।
High Commissioner offered prayers at Ramsethu -the connecting bridge between #India & #lka for centuries. He prayed 4 reinforcement of strong bonds between the people of #India & #lka, recalling their millennia-old links & the role of historical structures in creating these links pic.twitter.com/wgltjESBZO
— India in Sri Lanka (@IndiainSL) March 11, 2021
High Commissioner commenced his visit 2 Northern Province by seeking divine blessings at the sacred Thiruketeeswaram Temple. He attended Shivratri Pooja&prayed for the well being of the people of #lka& #India.GoI had carried out a restoration project at the Temple at @ SLR 326 mn pic.twitter.com/yb8iRZPKq3
— India in Sri Lanka (@IndiainSL) March 11, 2021
ରାମସେତୁ ଦୀର୍ଘ ବର୍ଷ ହେବ ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା କନେକ୍ଟିଂ ବ୍ରିଜ୍। ଦୁଇ ଦେଶ ଭିତରେ ଶତାଧିକ ବର୍ଷ ପୁରୁଣା ଲିଙ୍କ ଓ ଐତିହାସିକ ସରଞ୍ଚନାର ଭୂମିକାକୁ ମନେପକାଇ ଭାରତ ଶ୍ରୀଲଙ୍କାର ବନ୍ଧୁତ୍ବ ମଜବୁତ ହୋବାର କାମନା କରିଛନ୍ତି। ରାମସେତୁରେ ପୂଜା ପରେ ହାଇକମିଶନର ଥିରୁକିତେଶ୍ବରମ୍ ମନ୍ଦିରରେ ପହଁଞ୍ଚି ଶିବରାତ୍ରୀ ଅବସରରେ ପୂଜା କରିଛନ୍ତି।
ରାତି ପାହିଲେ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା; ଟ୍ରାଫିକ କଟକଣା ଜାରି କଲେ କମିଶନରେଟ ପୁଲିସ, ଜାଣନ୍ତୁ କିଏ କେଉଁବାଟେ ଯିବେ
ମାଉସୀ ମା’ ପାର୍ଶ୍ବ ଦେଇ ରଥରୋଡ଼କୁ ଯାଉଥିବା ୪ଚକିଆ ଯାନଗୁଡିକୁ ଛଡାଯିବନି। ଉକ୍ତ ଗାଡ଼ିଗୁଡିକ ବିବେକାନନ୍ଦ ମାର୍ଗରେ ସାନିଟୋରିଅମ ଛକ ଦେଇ କଚରାପିଣ୍ଡି ପର୍ଯ୍ୟନ୍ତ ହୋଇ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରିବେ।
ଭିଆଇପି ଗାଡ଼ିଗୁଡିକ ରଥରୋଡ଼ରେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ପର୍ଯ୍ୟନ୍ତ ତିନିମୁଣ୍ଡିଆ ଓ ବଢ଼େଇବାଙ୍କ ଛକ ଦେଇ ଦେଇ ପାର୍କିଂ କରିପାରିବେ।
ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ସେଠାରୁ ଚାରିଚକିଆ ଗାଡିଗୁଡିକ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରିବେ। ସେହିପରି ଦୁଇ ଚିକିଆ ଯାନଗୁଡିକ କଚରାପିଣ୍ଡିରୁ କୋଟିତୀର୍ଥ ଗଳିର ବାମକୁ ଯାଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାର୍ଶ୍ବରେ ପାର୍କିଂ କରିପାରିବେ।
ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟରୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଇଲେକେଟ୍ରିକ ସବ୍‍ଷ୍ଟେସନ ଚକ ଦେଇ ବିଏମ୍‍ସି ମାର୍କେଟ୍‍ କମ୍ପେ୍ଲକ୍ସ ପାର୍କିଂ ସ୍ଥାନକୁ ଛଡାଯିବ। ସେଠାରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ିଗୁଡିକ ପାର୍କିଂ କରିପାରିବେ।
କେଉଟ ସାହି ପଟରୁ ଆସୁଥିବା ଗାଡ଼ିଗୁଡିକ କେଦାରଗଳି ତାରିଣୀ ରିସର୍ଟ ଓ ଇଲେକଟ୍ରିକ ସବଷ୍ଟେସନ ଛକ ଦେଇ ବିଏମ୍‍ସି ମାର୍କେଟ କମ୍ପେ୍ଲକ୍ସ ପାର୍କିଂ ସ୍ଥାନକୁ ଛଡାଯିବ।ସେଠରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ିଗୁଡିକ ପାର୍କିଂ କରିପାରିବେ।
ଦକ୍ଷିଣକାଳୀ ମନ୍ଦିର ରାସ୍ତା ଓ ତାରାସୁନ୍ଦରୀ ରାସ୍ତାପଟରୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଏସ୍‍.ଏମ୍‍ ହାଇସ୍କୁଲ ଓ ବି.ଏମ୍‍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ସେହିପରି ରଥରୋଡରୁ ଆସୁଥିବା ସମସ୍ତ ଦୁଇ ଚିକିଆ ଗାଡ଼ିଗୁଡିକ ବଢ଼େଇବାଙ୍କ ଦେଇ ଏସ୍‍.ଏମ୍‍ ହାଇସ୍କୁଲ ଓ ବି.ଏମ୍‍ ପଡ଼ିଆରେ ପାର୍କିଂ କରିବେ।
ପୁନାମା ଗେଟ ପଟରୁ ଆସୁଥିବା ସମସ୍ତ ୪ଚକିଆ ଗାଡ଼ିକୁ ଜାମ୍ବେଶ୍ୱର ପାଟଣା ଛକରୁ ବଢ଼େଇବାଙ୍କ ଆଡକୁ ଛଡାଯିବନି। ସେହି ଗାଡ଼ିଗୁଡିକ ଆର ଆଇ ଅଫିସ ପଡ଼ିଆରେ ପାର୍କିଂ କରିପାରିବେ। ସେହିଦିଗରୁ ଦୁଇଚକିଆ ଗାଡ଼ିଗୁଡିକ ବଢ଼େଇବାଙ୍କ ଦେଇ ଏସ୍‍.ଏମ୍‍ ହାଇସ୍କୁଲ ଓ ବି.ଏମ୍‍ ପଡ଼ିଆରେ ପାର୍କିଂ କରିବେ।
ବିନ୍ଦୁସାଗର ପଟରୁ ଭଜନ ମଣ୍ଡପ ଆଡକୁ କୌଣସି ଯାନ ଛଡାଯିବ ନାହିଁ। ହାଟସାହି ଛକରୁ ଭଜନ ମଣ୍ଡପ, ଭଜନ ମଣ୍ଡପ ଠାରୁ ବଢ଼େଇବାଙ୍କ ଓ ସିଂହଦ୍ୱାର ଠାରୁ ଇଲେକଟ୍ରିକ ସବ୍‍ଷ୍ଟେସନ ବନ୍ଦ ସ୍ଥାନ ପର୍ଯ୍ୟନ୍ତ ରାସ୍ତାଗୁଡିକୁ ପଥଚାରୀ ଜୋନ୍‍ ଭାବେ ଘୋଷଣା କରାଯାଇଛି।
କେବଳ ଭିଆଇପି ଗାଡ଼ିଗୁଡିକ ଉତ୍ତର ଦ୍ୱାର ଦେଇ ସାମ୍‍ନାରେ ଥିବା ନିର୍ଦ୍ଧାରିତ ସ୍ଥାନ (ରଥଖଳା ଓ ବଢ଼େଇବାଙ୍କ ମଧ୍ୟରେ) ପାର୍କିଂ ହେବ। ବସ୍‍ଗୁଡିକ ଗ୍ୟାରେଜ ଛକରୁ ଇଲେକଟ୍ରିକ ସବଷ୍ଟେସନ ଛକ ଦେଇ ବିଏମ୍‍ସି ମାର୍କେଟ୍‍ କମ୍ପେ୍ଲକ୍ସର ପାର୍କିଂସ୍ଥଳରେ ଗାଡ଼ି ରହିବ।
ପାଖଉଛି ଶିବରାତ୍ରି, ବଢୁଛି ବିବାଦ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଖେଇ ଆସୁଥିବା ବେଳେ ବିଭିନ୍ନ ନିଯୋଗ ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।
ବିଶେଷ ବଡ଼ୁ ନିଯୋଗମାନଙ୍କର ବକେୟା ଥିବା ଶ୍ରାବଣୀ ପ୍ରାପ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନ ଥିବାରୁ ବଡ଼ୁ ନିଯୋଗ ପକ୍ଷରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ପ୍ରାପ୍ୟ ପ୍ରଦାନ କରା ନ ଗଲେ ମହାଶିବରାତ୍ରିରେ ସେମାନେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଶ୍ରାବଣୀ ପ୍ରାପ୍ୟ ବାବଦ ଅର୍ଥ ଦେବା ପାଇଁ ବଡ଼ୁ ନିଯୋଗ ପକ୍ଷରୁ ବାରମ୍ବାର ମନ୍ଦିର ପ୍ରଶାସନକୁ ଜଣାଯାଉଛି। ଏମିତି କି ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ଏହି ଘଟଣା ସମ୍ପର୍କେ ଦାବିପତ୍ର ଦିଆଯାଇଛି। କିନ୍ତୁ ବକେୟା ପ୍ରାପ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ନାହିଁ। ଯାହାକୁ ନେଇ ବଡ଼ୁ ନିଯୋଗ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ସେହିପରି ବ୍ରାହ୍ମଣ ନିଯୋଗ ମଧ୍ୟ ନିଜ ନିଜର ଅସନ୍ତୋଷ ଜାହିର କରିଛି। ନିଯୋଗ ପକ୍ଷରୁ ଏନେଇ ସୋମବାର ଦେବୋତ୍ତର କମିସନରଙ୍କୁ ଏକ ଦାବିପତ୍ର ଦିଆଯାଇଥିବା ବେଳେ ଶ୍ରୀଲିଙ୍ଗରାଜଙ୍କ ଶୃଙ୍ଖଳିତ ନୀତିକାନ୍ତି ପାଳନ ନେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି। କପିଳେଶ୍ୱର ଶ୍ରୀଲିଙ୍ଗରାଜଙ୍କ ଭେଟଘାଟ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଥିଲା। ପ୍ରତିବର୍ଷ ଏହି ସମୟରେ ବିବାଦ ଦେଖାଯାଉଛି। ଏହାସହିତ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ମଧ୍ୟ ହୋଇପାରୁ ନାହିଁ। ଏ ବାବଦରେ କୋର୍ଟ ମଧ୍ୟ ନିର୍ଦ୍ଦେଶ ଜାରି କରି ମହାପ୍ରଭୁଙ୍କ ନିତିକାନ୍ତୀକୁ ଶୃଙ୍ଖଳିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ବିବାଦ ସମାଧାନ କରାଯାଉନାହିଁ। ତେଣୁ ଯଦି ଏ ବିବାଦ ସମାଧାନ ନ ହୁଏ ତେବେ ବ୍ରାହ୍ମଣ ନିଯୋଗ ପକ୍ଷରୁ ନୀତିରେ ଅସହଯୋଗ କରିବ ବୋଲି ଚେତାବନୀ ଦେଇଛି।
ସେହିପରି ଭୋଗ ଲଗାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଥିଲେ ବି ପୂଜା ପଣ୍ଡା ସେବାୟତମାନେ ଏଥିରେ ନିରାଶ ହୋଇଛନ୍ତି। କାରଣ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇବା ପୂଜାପଣ୍ଡା ସେବାୟତଙ୍କର ଏକାଏକ ଅଧିକାର ବୋଲି ସେମାନେ ଦାବି କରୁଛନ୍ତି। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ଗର୍ଭ ଗୃହରେ ଭୋଗ ଲଗା ଉପରେ ବିଏମ୍‍ସି ରୋକ୍‍ ଲଗାଇଛି। ଏହାସହିତ ମନ୍ଦିର ପରିସରରେ ଅନ୍ୟତ୍ର ଭୋଗଲଗାଇବା ପାଇଁ ମନ୍ଦିର ପ୍ରଶାସନ ଅନୁମତି ଦେଇଛି। ତେବେ ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ କହିଛନ୍ତି ଯେ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି। ସେବାୟତମାନେ ସେମାନଙ୍କ ଦାବି ସମ୍ପର୍କରେ ଜଣାଇଛନ୍ତି।