bankrupt - The Sakala

ଖୁବ୍‌ଶୀଘ୍ର ଦେବାଳିଆ ଘୋଷିତ ହୋଇପାରେ ପାକିସ୍ତାନ, ସହାୟତା ଦେବାକୁ ବହୁ ରାଷ୍ଟ୍ରଙ୍କ ଅନାଗ୍ରହ
ଇସଲାମାବାଦ : ପାକିସ୍ତାନରେ ଏବେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।ଋଣ ବୋଝରେ ଉବୁଟୁବୁ ହେଉଥିବା ପାକିସ୍ତାନ ଘୋର ଆର୍ଥିକ ଅନଟନ ଅବସ୍ଥା ଦେଇ ଗତି କରୁଥିବା ବେଳେ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ଶୂନ୍ୟ ହେବାରେ ଲାଗିଛି। ଯାହାକୁ ନେଇ ବିଦେଶରୁ କୌଣସି ସାମଗ୍ରୀ ଆମଦାନୀ କରିବା ସମ୍ଭବ ହେଉ ନାହିଁ। ଅନ୍ୟପଟେ ଘରୋଇ ସ୍ତରରେ ମଧ୍ୟ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବିଦ୍ୟୁତ ଠାରୁ ଆରମ୍ଭ କରି ଶକ୍ତି ଏବଂ ପେଟ୍ରୋଲିୟମଜାତ ଦ୍ରବ୍ୟର ଘୋର ଅଭାବ ରହିଛି। ସେହିପରି ସାରା ଦେଶରେ ଖାଦ୍ୟ ସଙ୍କଟକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଅଟା, ଚାଉଳ ,ପନିପରିବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ସାଙ୍ଗକୁ ଆକାଶ ଛୁଆଁ ଦର ଲୋକଙ୍କୁ ଡହଳ ବିକଳ କରିଛି।

ଖାଦ୍ୟ ପାଇଁ ହାହାକାର ପରିସ୍ଥିତି ଦେଖାଯାଇଛି। ରୁଟି ପାଇଁ ଲୋକଙ୍କ ମଧ୍ୟରେ ମାର୍‌ପିଟ୍‌ ହେଉଛି । ସରକାରଙ୍କ ଦ୍ୱାରା ବଣ୍ଟା ଯାଉଥିବା ଗହମ କି ଅଟା ବସ୍ତା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। ଗୋଟିଏ ଅଟା ବସ୍ତା ପାଇଁ ପାକିସ୍ତାନରେ ପୁରୁଷ ଲୋକଙ୍କ କଥା ଛାଡନ୍ତୁ ମହିଳାମାନେ ମଧ୍ୟ ଧସ୍ତା ଧସ୍ତି ହୋଇ ଏହାକୁ ଛଡାଇ ନେଉଛନ୍ତି । ଫଳରେ ଏଠାରେ ଖୁବଶୀଘ୍ର ଶ୍ରୀଲଙ୍କା ଭଳି ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଯାଇଛି। ଅନ୍ୟପକ୍ଷରେ କୌଣସି ରାଷ୍ଟ୍ର ପାକିସ୍ତାନକୁ ଅର୍ଥ ସହାୟତା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। କେବଳ ସାଉଦି ଆରବ ଏବଂ ଅନ୍ୟ କିଛି ଇସଲାମିକ ରାଷ୍ଟ୍ରଙ୍କ ସମେତ ପାଶ୍ଚାତ୍ୟ ରାଷ୍ଟ୍ର ପାକିସ୍ତାନର ଭିତ୍ତିଭୂମି ବିକାଶ ପାଇଁ  ଏଜେନ୍ସି ମାଧ୍ୟମରେ ଅର୍ଥ ଦେବାକୁ କହିଛନ୍ତି।

କିନ୍ତୁ ଏହାଦ୍ବାରା ସାଧାରଣ ଲୋକଙ୍କ ପାଇଁ କିଛି ସୁଯୋଗ ମିଳିବାର ନାହିଁ।ସେହିପରି ପାକିସ୍ତାନରେ ଶିଳ୍ପ ସଂସ୍ଥା ବନ୍ଦ ହୋଇଯିବା ସହିତ ରପ୍ତାନି ମଧ୍ୟ ଏକପ୍ରକାର ବନ୍ଦ ହେବାକୁ ବସିଛି। ଯାହାକୁ ନେଇ ବୈଦେଶିକ ମୁଦ୍ରା ଭଣ୍ଡାର ବିଗତ ୮ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗତକାଲି ସୁଦ୍ଧା  ବୈଦେଶିକ  ମୁଦ୍ରା ଭଣ୍ଡାର ପରିମାଣ ୪.୫ ବିଲିୟନ ଡଲାରକୁ ଖସି ଆସିଛି। ଏହାକୁ ଦୃଷ୍ଟିରେ ରଖି କୌଣସି ରାଷ୍ଟ୍ର ପାକିସ୍ତାନ  ଉପରେ ଭରସା କରିପାରୁନାହାନ୍ତି କି ବାଣିଜ୍ୟ ବ୍ୟବସାୟ କରିବାକୁ ଆଗ୍ରହ ଦେଖାଉନାହାନ୍ତି। ଫଳରେ ପାକିସ୍ତାନ ଏବେ ଦେବାଳିଆ ଅବସ୍ଥାକୁ ଚାଲିଯାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ନିଜକୁ ଦେବାଳିଆ ଘୋଷଣାକଲା ଶ୍ରୀଲଙ୍କା
କଲମ୍ବୋ : ବର୍ତ୍ତମାନ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏବେ ଦେଶର ଆର୍ଥିକ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଚୀନ୍ ସମେତ ଅନେକ ଦେଶ ରଣ ଜାଲରେ ଫସି ରହିଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିବା ସହ ଦେଶ ଆଉ ବିଦେଶୀ ଋଣ ପରିଶୋଧ କରିବା ସ୍ଥିତିରେ ନଥିବା କହିଛି। ଚଳିତମାସ ୧୮ରେ ୱାଶିଂଟନଠାରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ସହ ବୈଠକ ରହିଥିବାବେଳେ ଏହା ପୂର୍ବରୁ ଦେଶ ଋଣ ପରିଶୋଧ ନେଇ ନିଜର ଅକ୍ଷମତା ଜାହିର କରିଛି।

ବର୍ତ୍ତମାନ ଦେଶ ନିକଟରେ କେବଳ ଖାଦ୍ୟ ସାମଗ୍ରୀ ଓ ତେଲ କିଣିବା ପାଇଁ ଡଲାର ରହିଛି। ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ଅଲି ସାବ୍ରି କହିଛନ୍ତି ଯେ ଦେଶର ଗୁରୁତର ଅର୍ଥନୈତିକ ସଙ୍କଟକୁ ମୁକାବିଲା କରିବା ପାଇଁ ଇନ୍ଧନ ଏବଂ ଔଷଧ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣକୁ ପୁନରୁଦ୍ଧାର କରିବାରେ ଶ୍ରୀଲଙ୍କାକୁ ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ ଡଲାର ର ସହାୟତା ଆବଶ୍ୟକ ପଡ଼ିବ।