Elon Mask - The Sakala
ଟ୍ରମ୍ପ୍‌ଙ୍କୁ ଭୟ ,ଚାପରେ ମସ୍କ; ଭାରତରେ ଟେସ୍‌ଲା ଖୋଲିବନି ପ୍ଲାଣ୍ଟ : କୁମାରସ୍ୱାମୀ
ନୂଆଦିଲ୍ଲୀ:ଭାରତୀୟ ବଜାରରେ ବୈଦ୍ୟୁତିକ ଯାନ (ଇଭି) ଟେସଲାର ପ୍ରବେଶରେ ଏବେ ଗ୍ରହଣ ଲାଗିଛି। ସାମ୍ପ୍ରତିକ ବୟାନ ଅନୁଯାୟୀ, ଟେସ୍‌ଲା ଭାରତରେ କାର ଉତ୍ପାଦନ କରିବାକୁ ଚାହୁଁନାହିଁ। ସୋମବାର କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଏହି ସୂଚନା ଦେଇଛନ୍ତି। ଟେସଲା କେବଳ ଭାରତରେ ଶୋ›ରୁମ୍ ଖୋଲିବାକୁ ଚାହୁଁଛି ଏବଂ ଉତ୍ପାଦନ କରିବାକୁ ଚାହୁଁନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଟେସଲା ବିଷୟରେ କୁମାରସ୍ୱାମୀଙ୍କ ବୟାନ ପରେ ପ୍ରଶ୍ନ ଉଠୁଛି ଯେ ଟେସ୍‌ଲା କମ୍ପାନୀର ମାଲିକ ଏଲନ୍ ମସ୍କ ସରକାରରୁ ଇସ୍ତଫା ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ରହିଛନ୍ତି କି। ଏଠାରେ ଉଲ୍ଲେଖନୀୟ ଯେ ଆମେରିକାରେ ପୁଣି କ୍ଷମତାକୁ ଆସିବା ପରଠାରୁ, ଡୋନାଲ୍ଡ ଟ୍ରମ୍ପ ଟିକସ ପ୍ରତି କଠୋର ହୋଇଛନ୍ତି। ଟ୍ରମ୍ପ ସରକାର ଚୀନ୍ ସମେତ ଅନେକ ଦେଶ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିଛି, ଯାହା ପରେ ଆପଲ୍ କମ୍ପାନୀ ଚୀନ୍‌ରୁ ଭାରତକୁ ଉତ୍ପାଦନ ସ୍ଥାନାନ୍ତର କରିବାକୁ ବିଚାର କରୁଥିଲା, ସେତେବେଳେ ଟ୍ରମ୍ପ ଆପଲ୍ ସିଇଓଙ୍କୁ ଚେତାବନୀ ଦେଇଥିଲେ। କେବଳ ଏତିକି ନୁହେଁ, ଭାରତରେ ଏକ ଉତ୍ପାଦନ ୟୁନିଟ୍ ଖୋଲିବା ପାଇଁ ମସ୍କଙ୍କ ଟେସଲା ଯୋଜନା ଉପରେ ଟ୍ରମ୍ପ କହିଥିଲେ ଯେ ଭାରତରେ ଏକ କାରଖାନା ଖୋଲିବା ପାଇଁ ଟେସ୍‌ଲାର ଯୋଜନା ଠିକ୍ ନୁହେଁ। ଏସବୁ ପରେ କୁମାରସ୍ୱାମୀଙ୍କ ସଦ୍ୟ ବୟାର ଏହା ସ୍ଫଷ୍ଟ କରୁଛି ଯେ, ଟ୍ରମ୍ପ୍‌ଙ୍କ ଭୟ ନା ଚାପ, ଯେଉଁ କାରଣ ପାଇଁ ମସ୍କ ଭାରତରେ ଟେସ୍‌ଲା କାର ଉତ୍ପାଦନ କରିବାକୁ ଚାହୁଁନାହାନ୍ତି। ଅପରପକ୍ଷେ ଟେସ୍‌ଲା ହଟିବା ପରେ ମର୍ସିଡିଜ୍-ବେଞ୍ଜ, ସ୍କୋଡା-ଫକ୍ସୱାଗନ୍, ହ୍ୟୁଣ୍ଡାଇ ଏବଂ କିଆ ପରି ଅନ୍ୟ ବିଦେଶୀ ଅଟୋମୋବାଇଲ୍ କମ୍ପାନୀଗୁଡିକ ଏବେ ଭାରତରେ ଇଭି ନିର୍ମାଣର କରିବାକୁ ଆଗ୍ରହ ଦେଖାଇଛନ୍ତି।
ଶ୍ରୀ କୁମାରସ୍ୱାମୀ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଟେସଲା ଭାରତରେ କେବଳ ଦୁଇଟି ଶୋ›ରୁମ୍ ଖୋଲିବାକୁ ଚାହୁଁଛି। କମ୍ପାନୀ ଭାରତରେ ଏକ ଉତ୍ପାଦନ ୟୁନିଟ୍ ଖୋଲିବା ଏବଂ ଭାରତରେ ଇଭି ନିର୍ମାଣ କରିବାକୁ ଆଗ୍ରହୀ ନୁହେଁ। ଟେସଲା ମାର୍ଚ୍ଚ ମାସରେ ମୁମ୍ବାଇରେ ଏହାର ପ୍ରଥମ ଶୋ’ରୁମ୍ ସ୍ଥାପନ ପାଇଁ ଏକ ଲିଜ୍ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିଥିଲା। ଶୋ’ରୁମ୍ ପାଇଁ ଜମି ଲିଜ୍ ଦେବା ପରେ, ଟେସଲା କମ୍ପାନୀର ଭାରତରେ ପ୍ରବେଶ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା। ଭାରତରେ କର୍ମଚାରୀ ନିଯୁକ୍ତି ପାଇଁ ଟେସଲା ଲିଙ୍କଡିନ୍‌ରେ ବିଭିନ୍ନ ନିଯୁକ୍ତି ପ୍ରକାଶ କରିଥିଲା, କିନ୍ତୁ ଟ୍ରମ୍ପଙ୍କ ଚେତାବନୀ ପରେ ମସ୍କ ଏବେ ତାଙ୍କ ନିଷ୍ପତ୍ତିରୁ ସମ୍ପୂର୍ଣ୍ଣ ଓହରି ଯାଇଛନ୍ତି। ଏବେ ଯଦି କେନ୍ଦ୍ର ମନ୍ତ୍ରୀ କୁମାରସ୍ୱାମୀଙ୍କ କଥାକୁ ବିଶ୍ୱାସ କରାଯାଏ, ଟେସଲା ଭାରତରେ କେବଳ ଦୁଇଟି ଶୋ’ରୁମ୍ ଖୋଲିବାକୁ ଆଗ୍ରହୀ। ଟେସଲା ଭାରତରେ ଏକ କାରଖାନା ଆରମ୍ଭ କରିବାରେ ଆଗ୍ରହୀ ନୁହେଁ ତାହା ସ୍ପଷ୍ଟ। ଏହି ବିଦେଶୀ କମ୍ପାନୀଗୁଡ଼ିକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଚାହୁଁଛନ୍ତି, ଯଦିଓ ଏଚ୍ ଡି କୁମାରସ୍ୱାମୀ ଭାରତରେ ଇଲେକ୍ଟ୍ରିକ୍ କାର ନିର୍ମାଣ ପାଇଁ ସ୍କୋଡା-ଫକ୍ସୱାଗନ୍, ହ୍ୟୁଣ୍ଡାଇ, ମର୍ସିଡିଜ୍ ବେଞ୍ଜ ଏବଂ କିଆ ଆଗ୍ରହ ଦେଖାଇବା କଥା ମନ୍ତ୍ରୀ କହିଛନ୍ତି।
ଟ୍ୱିଟର କିଣିବା ପରେ ମସ୍କ ୭୫% କର୍ମଚାରୀଙ୍କୁ ଛଟେଇ କରିବେ
ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟର କିଣିବା ଚୁକ୍ତି ବିଷୟରେ ଦୀର୍ଘ ଦିନ ଧରି ଖବରରେ ରହିଥିଲେ। ବର୍ତ୍ତମାନ ଏକ ଖବର ଆସୁଛି ଯେ ଟ୍ୱିଟର କିଣିବା ପରେ ମସ୍କ କମ୍ପାନୀର ପ୍ରାୟ ୭୫% କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଟ୍ୱିଟର ଏହାର କର୍ମଚାରୀମାନଙ୍କୁ ସ୍ପଷ୍ଟ କଭାବେ କହିଛି ଯେ କମ୍ପାନୀର ଇଟେଇ ନେଇ କୌଣସି ଯୋଜନା ନାହିଁ। ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମସ୍କ ତାଙ୍କ ଟ୍ୱିଟର କ୍ରୟରେ ସମ୍ଭାବ୍ୟ ନିବେଶକଙ୍କୁ କହିଛନ୍ତି ଯେ ସେ କମ୍ପାନୀର ୭୫୦୦ କର୍ମଚାରୀଙ୍କ ପ୍ରାୟ ୭୫% କିମ୍ବା ପ୍ରାୟ ୫୬୦୦ କର୍ମଚାରୀଙ୍କୁ ହଟାଇବାକୁ ଯୋଜନା କରୁଛନ୍ତି। ଏହା ଉପରେ  ଟ୍ୱିଟରର ସାଧାରଣ ପରାମର୍ଶଦାତା ସଚିନ ଏଜେଟ୍ ଗୁରୁବାର ଦିନ କର୍ମଚାରୀମାନଙ୍କୁ ଏକ ଇମେଲ୍ ପଠାଇ କହିଛନ୍ତି ଯେ କମ୍ପାନୀ କୌଣସି ଛଟେଇ ଯୋଜନା ନାହିଁ।
ମସ୍କଙ୍କ ଡିଲ୍ ସମାପ୍ତ ହୋଇଛି କି ନାହିଁ, ଟ୍ୱିଟରର ବର୍ତ୍ତମାନର ପରିଚାଳନା କର୍ତ୍ତୃପକ୍ଷ ଆସନ୍ତା ବର୍ଷ ଶେଷ ସୁଦ୍ଧା କମ୍ପାନୀ କର୍ମଚାରୀଙ୍କ ବେତନକୁ ପ୍ରାୟ ୮୦୦ ନିୟୁତ ଡଲାରକୁ ହ୍ରାସ କରିବାକୁ ଯୋଜନା କରିଛନ୍ତି। ,ଠାରେ ସୂଚନାଯୋଗ୍ୟ ଯେ,  ଟ୍ୱିଟର ଚୁକ୍ତି ବାତିଲ କରିବା ପରେ ମସ୍କ ୟୁ-ଟର୍ନ ନେଇଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ କିଣିବାକୁ ରାଜି ହୋଇଥିଲେ। ସେ ଏହି ଡିଲରେ ଟ୍ୱିଟରକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମସ୍କଙ୍କ ଓକିଲମାନେ କହିଛନ୍ତି ଯେ ସେମାନେ ଆଇନଗତ ଯୁଦ୍ଧକୁ ସମାପ୍ତ କରିବାକୁ ଏବଂ କାରବାର ମମ୍ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି। ଟ୍ୱିଟର ମୁଖପାତ୍ର ମଧ୍ୟ ଏହି ଚିଠିକୁ ନିଶ୍ଚିତ କରିଛନ୍ତି। ଏପ୍ରିଲ୍ ୧୪ ରେ, ମସ୍କ ୪୩ ବିଲିୟନ ଡଲାରରେ ଟ୍ୱିଟର କିଣିବାକୁ ପ୍ରସ୍ତାବ ଦେଇଥÒଲେ।
ନ୍ୟୁୟର୍କ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କିଣିବା ପରେ ଏବେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ନଜର ପଡିଛି ଥଣ୍ଡା ପାନୀୟ କମ୍ପାନୀ କୋକୋକୋଲା ଉପରେ। ଟ୍ୱିଟର ମାଲିକ ହେବାପରେ ବେସ ସକ୍ରୀୟ ହୋଇପଡ଼ିଛନ୍ତି ଏଲନ ମସ୍କ । ଏକ ଟ୍ୱିଟ କରି ଏଲନ କହିଛନ୍ତି ଏବେ କୋକାକୋଲା ପାଳି ବୋଲି ଲେଖିଛନ୍ତି । ଅର୍ଥାତ ମସ୍କଙ୍କ ଏହି ଇଙ୍ଗିତ କହୁଛି ଆଗକୁ ସେ ଥଣ୍ଡା ପାନୀୟ କମ୍ପାନୀ କୋକାକୋଲାକୁ କିଣିବାକୁ ଯାଉଛନ୍ତି ।
Next I’m buying Coca-Cola to put the cocaine back in
— Elon Musk (@elonmusk) April 28, 2022
ମସ୍କ ଟ୍ୱିଟ କରି କହିଛନ୍ତି, ଏବେ କୋକା କୋଲା କିଣିବାକୁ ଯାଉଛି । ‘କୋକେନ୍‌’ ପାନୀୟକୁ ପୁଣି ଫେରାଇ ଆଣିବା ଲାଗି ଏଥର ‘କୋକା-କୋଲା’ କିଣିବେ ବୋଲି ‘ଟେଲ୍‌ସା ସିଇଓ’ ଏଲନ୍‌ ମସ୍କ୍‌ କହିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ‘କୋକେନ୍‌’ ପାନୀୟର ପୁନଃ ପ୍ରଚଳନ ନିମନ୍ତେ ଅତି ଶୀଘ୍ର ମୁଁ ‘କୋକା-କୋଲା’ କିଣିବି।
ଏଲନ ମସ୍କଙ୍କ ଏହି ଟ୍ୱିଟ ପରେ ଲକ୍ଷାଧିକ ଲୋକ କମେଣ୍ଟ ଏବଂ ଟ୍ୱିଟ କରିବାରେ ଲାଗିଛନ୍ତି । ଟ୍ୱିଟରର ନୂଆ ମାଲିକ ଆଗକୁ କୋକାକୋଲା କିଣିବାକୁ ଯାଉଥିବା ଖବର ପ୍ରଚାର ହୋଇଛି । ସେପଟେ ଏହାର କିଛି ସମୟ ପରେ ମସ୍କ ପୁଣି ଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ଏଲନ ମସ୍କ କହିଛନ୍ତି- ଟ୍ୱିଟର ଆଗକୁ ଆହୁରି ଖୁସି ବନାଇବାର ସ୍ଥାନ ହେବା ଦରକାର ।
Let’s make Twitter maximum fun!
— Elon Musk (@elonmusk) April 28, 2022
ସେହିପରି ଏଲନ ମସ୍କ ନିଜର ଏକ ପୁରୁଣା ଟ୍ୱିଟକୁ ସ୍କ୍ରିନସଟ କରି ପୋଷ୍ଟ କରିଛନ୍ତି । ଉକ୍ତ ପୋଷ୍ଟରେ ମସ୍କ ଲେଖିଛନ୍ତି- ମୁଁ ଆଗକୁ ମେକଡୋନଲ୍ଡାସ କିଣିବାକୁ ଯାଉଛି । ଏବଂ ଆଗକୁ ସମସ୍ତ ଆଇସକ୍ରିମ ମେସିନ ଠିକ କରିଦେବି । ନିଜେ ମଧ୍ୟ ମସ୍କ କମେଣ୍ଟରେ ଲେଖିଛନ୍ତି- ଶୁଣ, ମୁଁ ଚମତ୍କାର କରିପାରେ ନାହିଁ । ଅର୍ଥାତ ଏଲନ ମସ୍କ ଆଗକୁ କୋକାକୋଲା କିଣିବାକୁ ଯାଉଛନ୍ତି ବୋଲି ଯଦି ବା ଇଙ୍ଗିତ ଦେଇଛନ୍ତି କିନ୍ତୁ ଏହା କେତେଦୂର ସଫଳ ହେବାକୁ ଯାଉଛି ଆଗକୁ ଜଣାପଡ଼ିବ ।
Listen, I can’t do miracles ok pic.twitter.com/z7dvLMUXy8
— Elon Musk (@elonmusk) April 28, 2022
ବର୍ତ୍ତମାନ ପରିପ୍ରେକ୍ଷୀରେ ଟ୍ବିଟରକୁ ସମସ୍ତେ ଆପଣାଇଛନ୍ତି । ସୋସିଆଲ ମିଡିଆରେ ଅଧିକ ୟୁଜର୍ସ ରଖିଥିବା ପ୍ଲାଟଫର୍ମ । ସାଧାରଣ ଯୁଜର୍ସଟି ବିଶେଷ ଭାବେ ସୂଚନା ଏବଂ ଖବର ପାଇବା ପାଇଁ ବ୍ୟବହାର କରିଥାନ୍ତି । ମିଳିଥିବା ସୂଚନା ମୁତାବକ ଆମେରିକାରେ ସବୁଠୁ ଅଧିକା ଲୋକ ଟ୍ବିଟର ବ୍ୟବହାର କରିଥାନ୍ତି । ଦ୍ୱିତୀୟ ସ୍ଥାନରେ ଜାପାନ ଥିବାବେଳେ ଟ୍ୱିଟର ବ୍ୟବହାରକାରୀ ଭାବେ ତୃତୀୟ ସ୍ଥାନରେ ରହିଛି ଭାରତ । ତେବେ ବିଶ୍ୱର ବଡ଼ ସୋସିଆଲ ପ୍ଲାଟଫର୍ମର ମାଲିକାନା ଅକ୍ତିଆର କରିଥିବା ଏଲନ ମସ୍କ ଆଗକୁ କଣ କୋକାକୋଲା କିଣିବେ  ତାହା ଅଗାକୁ ଜଣାପଡିବ।