shehbaz sharif - The Sakala

ମଧ୍ୟପ୍ରାଚ୍ୟରେ ଥମିବ ଯୁଦ୍ଧ: ଆଜି ଇସଲାମାବାଦରେ ବହୁପ୍ରତୀକ୍ଷିତ ଶାନ୍ତି ବୈଠକ
ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ଏବେ ଶାନ୍ତ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି ପାକିସ୍ତାନର ରାଜଧାନୀ ଇସଲାମାବାଦଠାରେ ଏକ ବହୁପ୍ରତୀକ୍ଷିତ ଶାନ୍ତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଯୋଗଦେବା ପାଇଁ ଇରାନ ଏବଂ ଆମେରିକାର ଶୀର୍ଷ ନେତାମାନେ ପାକିସ୍ତାନ ଅଭିମୁଖେ ଯାତ୍ରା କରିଛନ୍ତି।

ଶେହବାଜ ସରିଫଙ୍କ ମଧ୍ୟସ୍ଥତାରେ ଆଲୋଚନା

ଏହି ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବୈଠକ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟସ୍ଥତାରେ ଅନୁଷ୍ଠିତ ହେବ। ବିଗତ କିଛି ଦିନ ଧରି ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ କମ୍ କରିବା ପାଇଁ ଏହି ଆଲୋଚନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏଥିରେ ଇରାନର ପ୍ରତିନିଧି ଏବଂ ଆମେରିକାର ଉଚ୍ଚାଧିକାରୀମାନେ ସାମିଲ ହୋଇ ଶାନ୍ତି ପ୍ରତିଷ୍ଠା ନେଇ ବିସ୍ତୃତ ଆଲୋଚନା କରିବେ।

ବିଶ୍ୱର ନଜର ଇସଲାମାବାଦ ଉପରେ

ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ କିପରି ହେବ, ସେନେଇ ଏବେ ସମଗ୍ର ବିଶ୍ୱର ନଜର ଏହି ବୈଠକ ଉପରେ ରହିଛି। ପରସ୍ପର ବିରୋଧୀ ରାଷ୍ଟ୍ର ଭାବରେ ପରିଚିତ ଆମେରିକା ଏବଂ ଇରାନ ମଧ୍ୟରେ ସିଧାସଳଖ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା ଏକ ବଡ଼ କୂଟନୈତିକ ସଫଳତା ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଯଦି ଏହି ଆଲୋଚନା ସଫଳ ହୁଏ, ତେବେ ମଧ୍ୟପ୍ରାଚ୍ୟ ସମେତ ବିଶ୍ୱ ଅର୍ଥନୀତି ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବ।

ପାକିସ୍ତାନର ଭୟଙ୍କର ସ୍ଥିତି: ୧୧ ବର୍ଷର ରେକର୍ଡ ଭାଙ୍ଗିଲା ଦାରିଦ୍ର୍ୟ, ଖାଇବାକୁ ପାଉନାହାନ୍ତି ୭ କୋଟି ଲୋକ
ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଅଧିକ ସଙ୍ଗିନ ହେବାରେ ଲାଗିଛି। ଦେଶରେ ଦାରିଦ୍ର୍ୟ ହାର ଗତ ୧୧ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ୨୯ ପ୍ରତିଶତରେ ପହଞ୍ଚିଛି। ଅନ୍ୟପଟେ ଆୟ ଅସମାନତା ମଧ୍ୟ ଗତ ୨୭ ବର୍ଷର ରେକର୍ଡ ଭାଙ୍ଗିଛି। ପାକିସ୍ତାନର ଯୋଜନା ମନ୍ତ୍ରୀ ଅହସାନ ଇକବାଲ ଶୁକ୍ରବାର ଏକ ସରକାରୀ ସର୍ବେକ୍ଷଣ ରିପୋର୍ଟ ଜାରି କରି ଏହି ଉଦବେଗଜନକ ତଥ୍ୟ ପ୍ରଦାନ କରିଛନ୍ତି। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପାକିସ୍ତାନରେ ପ୍ରାୟ ୭୦ ନିୟୁତ ବା ୭ କୋଟି ଲୋକ ଚରମ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି।

୨୦୨୪-୨୫ ଆର୍ଥିକ ବର୍ଷର ପ୍ରାରମ୍ଭିକ ତଥ୍ୟ ଅନୁସାରେ, ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ଶାସନ କାଳର ପ୍ରଥମ ବର୍ଷରେ ଦାରିଦ୍ର୍ୟ ଅନୁପାତ ୨୦୧୯ରେ ଥିବା ୨୧.୯%ରୁ ବୃଦ୍ଧି ପାଇ ୨୮.୯% ହୋଇଯାଇଛି। ୨୦୧୪ ପରେ ଏହା ସର୍ବୋଚ୍ଚ ସ୍ତର। ସେହିପରି ଦେଶରେ ବେକାରୀ ହାର ୨୧ ବର୍ଷର ସର୍ବୋଚ୍ଚ ସ୍ତର ୭.୧% ରେ ପହଞ୍ଚିଛି। ସରକାରୀ ହିସାବ ଅନୁସାରେ, ମାସିକ ୮,୪୮୪ ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ଏଠାରେ ଗରିବ ଶ୍ରେଣୀଭୁକ୍ତ କରାଯାଇଛି, ଯାହା ମୌଳିକ ଆବଶ୍ୟକତା ପୂରଣ ପାଇଁ ଅପର୍ଯ୍ୟାପ୍ତ।

ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ଥିତି

ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ୨୮.୨%ରୁ ୩୬.୨%କୁ ବୃଦ୍ଧି ପାଇଥିବାବେଳେ ସହରାଞ୍ଚଳରେ ଏହା ୧୧%ରୁ ୧୭.୪%କୁ ବୃଦ୍ଧି ପାଇଛି। ପ୍ରାଦେଶିକ ତଥ୍ୟ ଦେଖିଲେ ବାଲୁଚିସ୍ତାନରେ ସର୍ବାଧିକ ୪୭% ଲୋକ ଗରିବ ଅଛନ୍ତି। ସେହିପରି ସିନ୍ଧରେ ୩୨.୬%, ଖାଇବର-ପାଖ୍ଟୁନଖ୍ୱାରେ ୩୫.୩% ଏବଂ ପଞ୍ଜାବରେ ୨୩.୩% ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଖାଇବର-ପାଖ୍ଟୁନଖ୍ୱା ଏବଂ ବାଲୁଚିସ୍ତାନରେ ସୁରକ୍ଷା ଜନିତ ସମସ୍ୟା ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇଥିବା ରିପୋର୍ଟରେ କୁହାଯାଇଛି।

ବିଗତ ସାତ ବର୍ଷ ମଧ୍ୟରେ ପରିବାରର ପ୍ରକୃତ ମାସିକ ଆୟ ୧୨% ହ୍ରାସ ପାଇ ୩୧,୧୨୭ ଟଙ୍କାକୁ ଖସି ଆସିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) କାର୍ଯ୍ୟକ୍ରମ ସହ ଜଡିତ ନୀତି, ସବସିଡି ପ୍ରତ୍ୟାହାର ଏବଂ ମୁଦ୍ରା ଅବମୂଲ୍ୟାୟନ ଯୋଗୁଁ ମୁଦ୍ରାସ୍ଫୀତି ବଢିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଦୁର୍ବଳ ଅଭିବୃଦ୍ଧି ମଧ୍ୟ ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି।

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ ଖେଳିବ କି ପାକିସ୍ତାନ? ୪୮ ଘଣ୍ଟା ମଧ୍ୟରେ ଆସିପାରେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ-ଭୋଲ୍ଟେଜ ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ନିଜର ବୟକଟ୍ ନିଷ୍ପତ୍ତି ବଦଳାଇପାରେ। ରିପୋର୍ଟ ଅନୁଯାୟୀ, ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏନେଇ ଏକ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଆଇସିସିର ହସ୍ତକ୍ଷେପ ପରେ ପିସିବି ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରୁଛି।

ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ନିର୍ଭର କରୁଛି। ସୋମବାର ଦିନ ଉଭୟଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନକଭି, ଯିଏକି ପାକିସ୍ତାନର ଗୃହମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି, ସେ ପ୍ରଧାନମନ୍ତ୍ରୀଙ୍କୁ ଆଇସିସି ସହ ହୋଇଥିବା ଆଲୋଚନା ବିଷୟରେ ଅବଗତ କରାଇବେ। ଯଦିଓ ପିସିବି ମ୍ୟାଚ ଖେଳିବାକୁ ଇଚ୍ଛା ପ୍ରକାଶ କରିପାରେ, କିନ୍ତୁ ସରକାରଙ୍କ ସବୁଜ ସଙ୍କେତ ବିନା କୌଣସି ପଦକ୍ଷେପ ନିଆଯାଇପାରିବ ନାହିଁ।

ଅନ୍ୟପକ୍ଷରେ, ବୟକଟ୍ ନିଷ୍ପତ୍ତିରୁ ଓହରିବା ପାଇଁ ପିସିବି ଆଇସିସି ନିକଟରେ ତିନୋଟି ମୁଖ୍ୟ ସର୍ତ୍ତ ରଖିଥିବା ଜଣାପଡିଛି। ପ୍ରଥମତଃ, ଆଇସିସି ରାଜସ୍ୱରେ ପାକିସ୍ତାନର ଅଂଶ ବୃଦ୍ଧି କରାଯାଉ। ଦ୍ୱିତୀୟତଃ, ଭାରତ ସହିତ ଦ୍ୱିପାକ୍ଷିକ କ୍ରିକେଟ ସିରିଜର ପୁନରୁଦ୍ଧାର ହେଉ। ତୃତୀୟରେ, 'ହ୍ୟାଣ୍ଡସେକ୍ ପ୍ରୋଟୋକଲ' ବା ଖେଳାଳିଙ୍କ ମଧ୍ୟରେ କରମର୍ଦ୍ଦନ ନିୟମର କଡାକଡି ପାଳନ କରାଯାଉ। ସୂଚନାଯୋଗ୍ୟ ଯେ, ୨୦୨୫ ଏସିଆ କପ ସମୟରେ ପାହାଲଗାମ ଆକ୍ରମଣ ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ, ଯାହାକୁ ନେଇ ପିସିବି ଅସନ୍ତୋଷ ପ୍ରକାଶ କରିଥିଲା।

ଆଇସିସିର ଡେପୁଟି ଚେୟାରମ୍ୟାନ୍ ଇମ୍ରାନ ଖ୍ୱାଜା ଲାହୋର ଗସ୍ତ କରି ସ୍ପଷ୍ଟ କରିଛନ୍ତି ଯେ, ବୟକଟ୍ କରିବା କ୍ରିକେଟ ପାଇଁ ଶୁଭଙ୍କର ନୁହେଁ ଏବଂ ଏହା ଦୀର୍ଘସ୍ଥାୟୀ ହୋଇପାରିବ ନାହିଁ। ଭାରତ-ପାକିସ୍ତାନ ମ୍ୟାଚ୍ ଟୁର୍ଣ୍ଣାମେଣ୍ଟର ଆର୍ଥିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ବିବାଦର ଶୀଘ୍ର ସମାଧାନ ପାଇଁ ବିଶ୍ୱ କ୍ରିକେଟ ସଂସ୍ଥା ପ୍ରୟାସ ଜାରି ରଖିଛି।

ବହୁ ପ୍ରତୀକ୍ଷିତ ‘ବୋର୍ଡ ଅଫ୍ ପିସ୍’ ଉନ୍ମୋଚନ କଲେ ଟ୍ରମ୍ପ: ଜାଣନ୍ତୁ ବୋର୍ଡରେ କେଉଁ କେଉଁ ଦେଶ ହୋଇଛନ୍ତି ସାମିଲ...
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ଦାଭୋସରେ ଅନୁଷ୍ଠିତ ୱାର୍ଲ୍ଡ ଇକୋନୋମିକ୍ ଫୋରମ୍ (WEF) ରେ ତାଙ୍କର ବହୁ ପ୍ରତୀକ୍ଷିତ ‘ବୋର୍ଡ ଅଫ୍ ପିସ୍’ (ଶାନ୍ତି ବୋର୍ଡ) ଉନ୍ମୋଚନ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା ଦେଖିବାକୁ ମିଳିଥିଲା, ଯେଉଁଠାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ମଞ୍ଚରେ ଟ୍ରମ୍ପଙ୍କ ସହ ଉପସ୍ଥିତ ଥିବାବେଳେ ଭାରତ ଏଥିରୁ ଦୂରେଇ ରହିଥିଲା।

ନୂଆଦିଲ୍ଲୀ ସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଯେ, ଏହି ପଦକ୍ଷେପରେ ଯୋଗଦେବା ପାଇଁ ଭାରତକୁ ଗତ ରବିବାର ଦିନ ନିମନ୍ତ୍ରଣ ପଠାଯାଇଥିଲା। ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏହାକୁ ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନ ଏବଂ ବିଶ୍ୱ ସଂଘର୍ଷ ସମାଧାନ ପାଇଁ ଏକ 'ଐତିହାସିକ ଏବଂ ମହତ୍ ପଦକ୍ଷେପ' ବୋଲି ଅଭିହିତ କରିଥିଲେ। ତଥାପି, ଭାରତ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ, ସେ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି କିମ୍ବା ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇନାହାନ୍ତି।

ଏହି ‘ବୋର୍ଡ ଅଫ୍ ପିସ୍’ରେ ସାମିଲ ହୋଇଥିବା ଦେଶଗୁଡିକ ମଧ୍ୟରେ ବାହାରିନ୍, ମୋରୋକୋ, ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସାଉଦି ଆରବ, ତୁର୍କୀ, ୟୁଏଇ, ଉଜବେକିସ୍ତାନ ଏବଂ ପାକିସ୍ତାନ ଅନ୍ୟତମ। ଆମେରିକା ଅଧିକାରୀମାନେ ପୂର୍ବରୁ ୩୫ଟି ଦେଶ ଯୋଗଦେବେ ବୋଲି ଆଶା କରିଥିଲେ ମଧ୍ୟ ବାସ୍ତବରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା କମ୍ ରହିଥିଲା। ବିଶେଷକରି ପଶ୍ଚିମ ୟୁରୋପୀୟ ରାଷ୍ଟ୍ରଗୁଡିକ ଏହି ବୋର୍ଡର ରୂପରେଖ ଏବଂ ଉଦ୍ଦେଶ୍ୟକୁ ନେଇ ଆଶଙ୍କା ପ୍ରକାଶ କରି ଏଥିରୁ ଦୂରେଇ ରହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ବିଶ୍ୱସ୍ତରୀୟ ବିବାଦର ସମାଧାନ ପାଇଁ ଏହି ବୋର୍ଡ ଗଠନ କରାଯାଇଛି ଏବଂ ସେ ମିଳିତ ଜାତିସଂଘ ସହ ମଧ୍ୟ କାର୍ଯ୍ୟ କରିବା ଜାରି ରଖିବେ।

ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ, ପାକିସ୍ତାନ ସାମରିକ ପ୍ରତିଷ୍ଠାନକୁ ଛାର୍‌ଖାର୍‌ କରିଦେଇଛି ‘ବ୍ରହ୍ମୋସ୍‌’..
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଲାଗି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ସ୍ବୀକାର କରିଛନ୍ତି ଯେ ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ମାଡ଼ରେ ପାକିସ୍ତାନର ଅନେକ ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଧ୍ବଂସ ହୋଇଯାଇଛି। ଏପରିକି ରାୱଲପିଣ୍ଡି ବାୟୁସେନା ଘାଟୀ ମଧ୍ୟ ବର୍ତ୍ତି ପାରିନାହିଁ। ଭରତ ଏଭଳି ଆକ୍ରମଣ କରିବ ବୋଲି ପାକିସ୍ତାନ କଳ୍ପନା କରିପାରିନଥିଲା।

ଅଜରବୈଜାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସରିଫ କହିଛନ୍ତି ଯେ ମେ ୧୦ ତାରିଖ ଭୋର ୪ଟା ୩୦ ସମୟରେ ନମାଜ ପରେ ଭାରତ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରିଥିଲା। ସେନା ଅଧ୍ୟକ୍ଷ ଜେନେରାଲ ମୁନୀର ସ୍ଥିର କରିଥିଲେ ଯେ ୧୦ ତାରିଖ ସକାଳ ପ୍ରାର୍ଥନା ପରେ ଭାରତ ଉପରେ ସମାରିକ କାର୍ଯ୍ୟାନୁଷ୍ଠାନ ହେବ। ଭାରତକୁୁ ଠିକଣା ଜବାବ ଦେବାଲାଗି ସେନା ପ୍ରସ୍ତୁତ ହୋଇରହିଥିଲା। କିନ୍ତୁ ଏହାପୂର୍ବରୁ ୯-୧୦ ତାରିଖ ରାତିରେ ଭାରତ ପକ୍ଷରୁ ବଡ଼ ଧରଣର ଆକ୍ରମଣ କରାଯାଇଥିଲା। ପାକିସ୍ତାନର ବିଭିନ୍ନ ପ୍ରଦେଶ ଉପରେ ଭାରତ ସୁପରସୋନିକ କ୍ଷେପଣାସ୍ତ୍ର ବ୍ରହ୍ମୋସ ବର୍ଷା କରିଥିଲା। ପାକିସ୍ତାନୀ ସେନା କିଛି କରିବା ପୂର୍ବରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଆକ୍ରମଣ ଆମର ସବୁ ଯୋଜନାକୁ ଫେଲ୍ କରିଦେଇଥିଲା। ଆକ୍ରମଣରେ ଅନେକ ସାମରିକ ପ୍ରତିଷ୍ଠାନ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ବ୍ରହ୍ମୋସ ଆକ୍ରମଣରେ ରାୱଲପିଣ୍ଡି ବାୟୁସେନା ବିମାନବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅଜରବୈଜାନରେ ଏହି କଥାକୁ ସରିଫ ସ୍ବୀକାର କରିବା ସମୟରେ ସେଠାରେ ତାଙ୍କର ସେନା ଅଧ୍ୟକ୍ଷ ଜେନେରାଲ ମୁନୀର ମଧ୍ୟ ଉପସ୍ଥିତ ଥିଲେ।

ମେ ମାସର ୮-୯ ତାରିଖ ରାତିରେ ଭାରତର ପଶ୍ଚିମାଞ୍ଚଳ ସୀମାବର୍ତ୍ତୀ ଗାଁ ଗୁଡ଼ିକ ଉପରେ ପାକିସ୍ତାନ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ କରିବାରୁ ଏହାର ପ୍ରତିଜବାବରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ରାୱଲପିଣ୍ଡିର ନୂର ଖାନ୍‌ ବାୟୁସେନା ଘାଟୀ ସମେତ ପାକିସ୍ତାନର ୧୧ଟି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା ଭାରତ। ରଫିକି, ମୁରୀଦ, ରହିମ ୟାରଖାନ୍‌, ସୁକ୍କୁର ଏବଂ ଚୁନିଆନ ଭଳି ସାମରିକ ପ୍ରତିଷ୍ଠାନ ଧ୍ବଂସ ହୋଇଯାଇଥିଲା। ସ୍କର୍ଦ୍ଦୁ, ଭୋଲାରି, ଜାକୋବାବାଦ ଏବଂ ସରଗୋଧା ବାୟୁସେନା ଘାଟୀ ମଧ୍ୟ ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଭାରତ ଏସ୍‌ୟୁ-୩୦ ଏମ୍‌କେଆଇ ଜେଟ୍ ଯୁଦ୍ଧ ବିମାନରୁ ପାଖାପାଖି ୧୫ଟି ବ୍ରହ୍ମୋସ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହା ସଠିକ ରୂପେ ଲକ୍ଷ୍ୟେଭଦ କରିପାରିଛି। ଉପଗ୍ରହ ଚିତ୍ରରୁ ମିଳିଥିବା ତଥ୍ୟରୁ ଏହାର ପ୍ରମାଣ ମିଳିଛି। ରୁଷ ସହଯୋଗରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ୩୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ତୀବ୍ର ବେଗରେ ଲକ୍ଷ୍ୟେଭଦ କରିପାରିବ। ସବୁଠାରୁ ଉଲ୍ଳେଖନୀୟ କଥା ହେଲା ଯେ ପାକିସ୍ତାନରେ ମୁତୟନ ଚୀନ ନିର୍ମିତ ଏୟାର ଡିଫେନ୍ସ ସିଷ୍ଟମକୁ ଏହି କ୍ଷେପଣାସ୍ତ୍ର ନିଷ୍କ୍ରିୟ କରିଦେଇଥିଲା। ବ୍ରହ୍ମୋସ ଆକ୍ରମଣରୁ ଏହା ପାକିସ୍ତାନକୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲା।

ଦ୍ବିତୀୟ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ଶେହବାଜ ସରିଫ
ନୂଆଦିଲ୍ଲୀ : ପାକିସ୍ତାନ ମୁସଲିମ୍ ଲିଗ୍ (ଏନ୍)ର ବରିଷ୍ଠ ନେତା ଶେହବାଜ ସରିଫ୍ ଦ୍ୱିତୀୟ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଶେହବାଜ ସରିଫ ଶନିବାର ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଶେହବାଜ ସରିଫ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଶେହବାଜ ସରିଫଙ୍କ ବ୍ୟତୀତ ପିଟିଆଇ ନେତା ଓମାର ଆୟୁବ ଖାନ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ରବିବାର ଅନୁଷ୍ଠିତ ନିର୍ବାଚନରେ ​​ଓମାର ଆୟୁବ ଖାନ ପର୍ଯ୍ୟାପ୍ତ ସମର୍ଥନ ପାଇପାରିନଥିଲେ।

ରବିବାର ସଂସଦରେ ଭୋଟିଂ ପରେ ଶେହବାଜ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ସର୍ବସମ୍ମତ ପ୍ରାର୍ଥୀ ହୋଇଥିବା ୭୨ ବର୍ଷୀୟ ଶେହବାଜ ୩୩୬ସଦସ୍ୟ ବିଶିଷ୍ଟ ଗୃହରେ ୨୦୧ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଶେହବାଜଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ(ପିଟିଆଇ)ର ଓମାର ଆୟୁବ ଖାନ ୯୨ ଭୋଟ୍ ପାଇଛନ୍ତି।

ସରିଫ୍‌ ପରିବାର ହାତକୁ ଫେରିଲା ‘ପାକ୍‌’ର ଶାସନ ଡୋରୀ, ଶାହବାଜ୍‌ ସରିଫ୍‌ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ
ଇସଲାମାବାଦ : ପାକିସ୍ତାନ ପାଇଲା ନୂଆ ପ୍ରଧାନମନ୍ତ୍ରୀ। ପାଓ୍ୱାର୍ ଗେମ୍‌ରେ ଇମ୍ରାନ୍ ଆଉଟ୍ ପରେ ବିରୋଧୀ ଦଳର ଶାହାବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଦେଶର ୨୩ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ ନିର୍ବାଚିତ ହୋଇଛନ୍ତି ଶାହାବାଜ।

ଅନ୍ୟପଟେ ଶାହାବାଜ ସରିଫଙ୍କ ବିପକ୍ଷରେ ଇମ୍ରାନଙ୍କ ଦଳ ‘ପିଟିଆଇ’ ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢ଼ୁଥିଲେ ଶାହ ମହମୁଦ କୁରେସି। ହେଲେ ଇମ୍ରାନ୍‌ଙ୍କ ଦଳ ପିଟିଆଇର ଅଧିକାଂଶ ସଦସ୍ୟ ପାକିସ୍ତାନ ସଂସଦରୁ ଇସ୍ତଫା ଦେଇଥିଲେ। ଫଳରେ ଶାହ ମହମ୍ମଦ କୁରେଶୀ ପ୍ରତିଦ୍ୱନ୍ଦିତା କରିବାର ବାଟ ବନ୍ଦ ହୋଇଯାଇଥିଲା ଏବଂ  ମତଦାନର ଅବ୍ୟବହିତ ପୂର୍ବରୁ ସେ ନିଜ ପ୍ରାର୍ଥୀତ୍ବ ଫେରାଇ ନେଇଥିଲେ । ଯାହାଫଳରେ ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍‌ ସରିଫ୍‌ ନୂଆ ରାଷ୍ଟ୍ର ମୁଖ୍ୟ ଭାବେ ନିଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ।

ସେପଟେମ୍ବର ୧୯୫୧ରେ ଲାହୋରରେ ଶାହାବାଜଙ୍କ ଜନ୍ମ। ସେ ବଡ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ରାଜନୀତିରେ ପାଦ ଥାପିଥିଲେ।ଦେଶର ଶକ୍ତିଶାଳୀ ସେନା ସହ ଉତ୍ତମ ସମ୍ପର୍କ ରଖି ଆସିଥିବା ଶେହବାଜ କୂଟନୈତିକ ସ୍ତରରେ ବେଶ୍ ପାରଦର୍ଶୀ । ଅତୀତରେ ପାକିସ୍ତାନ ପଞ୍ଜାବ ପ୍ରଜାତନ୍ତ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଶେହବାଜ ଚୀନର ଜଣେ ଭଲ ବନ୍ଧୁ ଭାବେ ଜଣାଶୁଣା । ଚୀନ ପାଣ୍ଠି ଜରିଆରେ ଚାଲିଥିବା ଅନେକ ପ୍ରକଳ୍ପର ସେ ଦେଖାଶୁଣା କରିଥିଲେ । ୧୯୯୯ରେ ଦେଶରେ ସାମରିକ ବିଦ୍ରୋହରେ ଶେହବାଜ ଗିରଫ ହୋଇଥିଲେ ଏବଂ ସାଉଦିଆରବରେ ନିର୍ବାସିତ ଜୀବନ କାଟିଥିଲେ । ୨୦୦୭ ରେ ଶେହବାଜ ସ୍ବଦେଶ ଫେରିଥିଲେ । ୨୦୧୭ରେ ପାନାମା ପେପର୍ସ ମାମଲାରେ ଭାଇ ନଓ୍ବାଜ ସରିଫ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ ଦଳର ନେତୃତ୍ବ ନେଇ ଆସୁଛନ୍ତି ଶେହବାଜ ।

ଶେହବାଜ ସରିଫ ୨୦୧୮ ଅଗଷ୍ଟ ୧୩ରେ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଅଛନ୍ତି ଏବଂ ବିରୋଧୀ ଦଳର ନେତା ମଧ୍ୟ ଅଟନ୍ତି । ଏହା ପୂର୍ବରୁ ଶେହବାଜ ସରିଫ ୩ ଥର ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ସେ ସର୍ବାଧିକ ସମୟ ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ନେତା । ବର୍ତ୍ତମାନ ପିଏମ୍‌ଏଲ-ଏନ୍‌ର ଅଧ୍ୟକ୍ଷ । ଶେହବାଜ ସରିଫ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଲାହୌର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ମହମ୍ମଦ ସରିଫ ଜଣେ ବ୍ୟବସାୟୀ ଥିଲେ । ସେ ସବୁବେଳେ ବ୍ୟବସାୟ ପାଇଁ କଶ୍ମୀର ଅନନ୍ତନାଗ ଯିବା ଆସିବା କରୁଥିଲେ । ପରେ ତାଙ୍କ ପରିବାର ଅମୃତସରରେ ବସିଥିଲା । ୧୯୪୭ରେ ଭାରତ ବିଭାଜନ ହେଲା । ପାକିସ୍ତାନର ସୃଷ୍ଟି ହେଲା । ମହମ୍ମଦ ସରିଫ ସେହି ସମୟରେ ଅମୃତସର ଠାରୁ ଲାହୌର ସ୍ଥାନାନ୍ତରିତ ହୋଇଥିଲେ । ଶେହବାଜ ସରିଫଙ୍କ ମା’ ପୁଲୱାମାର ଝିଅ ଥିଲେ । ଲାହୌରର ଏକ ସରକାରୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପରେ ଶେହବାଜ ସରିଫ ନିଜର ପରିବାର ବ୍ୟବସାୟ କରିଥିଲେ । ଶେହବାଜଙ୍କ ୨ ଜଣ ବଡ ଭାଇ ଅବ୍ୱାସ ସରିଫ ଓ ନୱାଜ ସରିଫ ଅଛନ୍ତି । ନୱାଜ ସରିଫ ୩ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୧୯୭୩ରେ ଶେହବାଜ ନିଜର କଜିନଙ୍କୁ ବିବାହ କରିଥିଲେ । ତାଙ୍କର ୪ଜଣ ସନ୍ତାନ ଅଛନ୍ତି । ୨୦୦୩ରେ ଶେହବାଜ  ଦ୍ୱିତୀୟ ବିବାହ କରିଥିଲେ । କୁହାଯାଇଥାଏ ଯେ, ଶେହବାଜ  ନିଜର ଭାଇ ନୱାଜଙ୍କ ଠାରୁ ଅଧିକ ଧନୀ ।