balangir - The Sakala

ଶୋଇଥିବା ବେଳେ ସାପ କାମୁଡ଼ାରେ କକା ଓ ପୁତୁରାଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର
ନୂଆପଡା: ଶୋଇଥିବା ବେଳେ  କାମୁଡ଼ିଲା ସାପ, ଚାଲିଗଲା କକା ଓ ପୁତୁରାଙ୍କ ଜୀବନ । ଏକ ଖୋଲା ଶ୍ରମିକ ଶିବିରରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ାରେ କକା ଓ ପୁତୁରାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ଦୁଇଜଣ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚାଚରାଭଟା ଗ୍ରାମର ଦୈତାରୀ ତାଣ୍ଡି (୪୦) ଏବଂ ତାଙ୍କ ଭଣଜା ଭରତ ତାଣ୍ଡି (୩୦)। ଏହି ଘଟଣାରେ ଗୁରୁତର ହୋଇଥିବା ଅନ୍ୟ ଜଣେ ଶ୍ରମିକ ହେଲେ ତୁଳସୀ ବଗର୍ତ୍ତୀ (୪୫)।

ସୂଚନା ଅନୁଯାୟୀ, ବଙ୍ଗୋମୁଣ୍ଡା ଥାନା ବାଲଧା ଗ୍ରାମରେ ଏକ ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ସିନାପାଲି ଅଞ୍ଚଳର ପ୍ରାୟ ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ। ରାତିରେ ଖାଇସାରିବା ପରେ ସେମାନେ ନିର୍ମାଣସ୍ଥଳ ନିକଟରେ ଥିବା ଏକ ଖୋଲା କ୍ୟାମ୍ପରେ ଶୋଇଥିଲେ।

ବିଳମ୍ବିତ ରାତିରେ ଏକ ବିଷଧର ସାପ କ୍ୟାମ୍ପ ଭିତରେ ପଶି ଦୈତାରୀ, ଭରତ ଏବଂ ତୁଳସୀଙ୍କୁ କାମୁଡ଼ି ଦେଇଥିଲା। ତେବେ ସାପ କାମୁଡ଼ିଥିବା କଥା ପ୍ରଥମେ ଦୈତାରୀ ଓ ଭରତ ଜାଣିପାରିନଥିଲେ। ଅନ୍ୟ ଶ୍ରମିକମାନଙ୍କ ସହ ମିଶି ସେମାନେ ଗୁରୁତର ତୁଳସୀଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଦୈତାରୀ ଏବଂ ଭରତ ମଧ୍ୟ ସାପ କାମୁଡ଼ାର ଶିକାର ହୋଇଥିବା ଜଣାପଡିଥିଲା। ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବାର କିଛି ସମୟ ପରେ ହିଁ ଦୈତାରୀଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି ଭୋର ସମୟରେ ଭରତଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗୁରୁତର ତୁଳସୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ବିମ୍ସାର (VIMSAR)କୁ ସ୍ଥାନାନ୍ତର କରାଯାଇଛି।

ବଲାଙ୍ଗିରରେ ଚାଞ୍ଚଲ୍ୟ: ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଠାବ, ସନ୍ଦେହରେ ଜଣେ ଅଟକ
ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ତୁଷୁରା ଏବଂ ଦେଓଗାଁ ପୋଲିସ ଷ୍ଟେସନ ସୀମାନ୍ତରେ ଥିବା ବଗଡ଼ା ଛକ ନିକଟସ୍ଥ ଏକ ପାଣି ଟାଙ୍କି ପାଖରୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଆତଙ୍କ ଖେଳାଇ ଦେଇଛି।

ସ୍ଥାନୀୟ ଗାଈଆଳମାନେ ପ୍ରଥମେ ଏହି ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ନିକଟସ୍ଥ ପାଣି ଟାଙ୍କିରେ କଟା ମୁଣ୍ଡଟିକୁ ଖୋଜିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ଏହା ଏକ ପୂର୍ବ ନିର୍ଦ୍ଧାରିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ପରିଚୟ ଲୁଚାଇବା ଉଦ୍ଦେଶ୍ୟରେ ହତ୍ୟାକାରୀ ମୁଣ୍ଡଟିକୁ କାଟି ଅନ୍ୟତ୍ର ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଏସଡିପିଓ (SDPO) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଉଦ୍ଧାର ହୋଇଥିବା ମୃତଦେହଟି ଟେବାଡ଼ାମୁଣ୍ଡା ଗାଁର ସନ୍ତୋଷ ଖରାସେଲ (୪୦)ଙ୍କର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ସେ ଅଗଷ୍ଟ ୧୮ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ। ତାଙ୍କ ସମ୍ପର୍କୀୟ ନିତେଇ ଠେଟୁଆର ମଧ୍ୟ ସୂଚନା ଦେଇଛନ୍ତି ଯେ ସନ୍ତୋଷ ସେହି ରାତିରେ ଘରୁ ବାହାରିଥିଲେ ଏବଂ ଆଉ ଫେରିନଥିଲେ। ବର୍ତ୍ତମାନ ପୋଲିସ ସନ୍ଦେହରେ ବଗଡ଼ା ଗାଁର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ ପ୍ରକୃତ ପରିଚୟ ଏବଂ ହତ୍ୟାକାଣ୍ଡର ପ୍ରକୃତ ଉଦ୍ଦେଶ୍ୟ ପଛର ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସର ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ଗର୍ଜିଲା ବିଜେଡି: ଛାତ୍ରଛାତ୍ରୀଙ୍କୁ ଅଣଦେଖା ସରକାରକୁ ଭାରି ପଡ଼ିବ
ବଲାଙ୍ଗିର: ସ୍କୁଲ ବହିରେ ରହିଥିବା ତ୍ରୁଟି ଓ ଏହାକୁ ନ ସୁଧାରି ଭୁଲ ବହି ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନକୁ ନେଇ ବିଜେଡି ରାଜ୍ୟରେ ପ୍ରତିବାଦର ସ୍ୱର ତୀବ୍ର କରିଛି। ସରକାରଙ୍କ ଅପାରଗତାକୁ ଜିଲ୍ଲାସ୍ତରରେ ପହଞ୍ଚାଇବା ସହ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ କରାଯାଉଛି। ଏହିକ୍ରମରେ ମଙ୍ଗଳବାର ବଲାଙ୍ଗିର ଜିଲ୍ଲା ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରାଯାଇଥିଲା। ଆନ୍ଦୋଳନରେ ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପ୍‌‌ସିତା ସାହୁ ଓ ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଶୀଘ୍ର ବରଖାସ୍ତ କରିବାକୁ ଦାବି କରିଥିଲେ। ସ୍ଥାନୀୟ ଗାନ୍ଧୀନଗରପଡ଼ାରୁ ଶହ ଶହ ଯୁବକ ଓ ଛାତ୍ର ଶୋଭାଯାତ୍ରା ଯାଇ ଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଦର ବିଜେଡି ବିଧାୟକ କଲିକେଶ ନାରାୟଣ ସିଂହଦେଓ ଯୋଗଦେଇ ସରକାରଙ୍କ ବିଫଳତା ବଖାଣିଥିଲେ।

ବଲାଙ୍ଗିର ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ ଓ ଯୁବ ବିଜେଡି ସଭାପତି ଯତୀନ୍ଦ୍ର ପଟେଲଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା। ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଯୋଗଦେଇ କହିଥିଲେ, ରାଜ୍ୟରେ ବିଜେପି ସରକାର ଆସିବା ପରେ ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ନଷ୍ଟ କରିଦେଇଛି। ଶେଷରେ ସରକାରଙ୍କ ଅପାରଗତା ପାଇଁ ଛାତ୍ରଛାତ୍ରୀଙ୍କୁ ଭୁଲ ବହି ପଢ଼଼ିବାକୁ ପଡୁଛି। ଯିଏ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଏମିତି କରୁଛି ତାକୁ ଆଗାମୀ ଦିନରେ ରାଜ୍ୟବାସୀ ଉଚିତ ଜବାବ ଦେବେ ଓ ଏଭଳି ଅକ୍ଷମଣୀୟ ଭୁଲ ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କହିଥିଲେ। ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପ୍‌‌ସିତା ସାହୁ ସିଧାସଳଖ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଟାର୍ଗେଟ କରିଥିଲେ। ମନ୍ତ୍ରୀଙ୍କ ପାଖରେ ନୈତିକତାର ଅଭାବ ରହିଛି ଏତେ ବଡ଼ ଭୁଲ ପରେ ବି ସେ ଗାଦି ମାଡ଼ି ବସିଥିବାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଶୀଘ୍ର ବରଖାସ୍ତ କରିବା କଥା ବୋଲି କହିଥିଲେ।

ଅନ୍ୟପକ୍ଷରେ ସଦର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏହି ଆନ୍ଦୋଳନରେ ଉପସ୍ଥିତ ରହି ୨ ବର୍ଷରେ ସରକାର କ’ଣ କରିଛି ଓ ଆଗକୁ କ’ଣ କରିପାରିବ ଦେଖାଇ ଦେଇଛି। କେବଳ ବହିରେ ତୃଟି ପ୍ରସଙ୍ଗ ନୁହଁ, ଚାଷ ଓ ଚାଷୀଙ୍କ ପ୍ରସଙ୍ଗ, ମହିଳା ସଶକ୍ତିକରଣ ଭଳି ଅନେକ ପ୍ରସଙ୍ଗରେ ସରକାରୀ ଦଳର ନେତାଙ୍କ ବଡ଼ ବଡ଼ କଥା ଭୁଲ ପ୍ରମାଣିତ ହୋଇଛି। ସବୁ ରାଜ୍ୟବାସୀ ଦେଖୁଛନ୍ତି ଯାହାର ପ୍ରତିଫଳନ ଆଗାମୀ ଦିନରେ ନିର୍ବାଚନରେ ଲୋକେ ଦେଖିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ସରୋଜ ମେହେର, ଲୋଇସିଂହା ବିଧାୟକ ପ୍ରାର୍ଥର୍ୀ ନିହାର ରଞ୍ଜନ ବେହେରା, କଣ୍ଟାବାଞ୍ଜି ଯୁବନେତା ଗିରିରାଜ ସିଂ ଭୋଇ, ଅଜିତ ଯୋଷୀ, ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଭଟଲିର ଯୁବନେତା ସୁବ୍ରତ ସିଂ ସମେତ ବହୁ ଯୁବ ଓ ଛାତ୍ରନେତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ତେବେ ତୁରନ୍ତ ଭୁଲ ପାଠ୍ୟପସ୍ତୁକକୁ ହଟାଇ ନୂତନ ପାଠ୍ୟ ପୁସ୍ତକ ପ୍ରଦାନ ସହ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଲାଞ୍ଚ ମାମଲାରେ ୨ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ
ବଲାଙ୍ଗୀର: ଲାଞ୍ଚ ମାମଲାରେ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁଇ ଜଣ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧.୬୬ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଉଭୟଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରାଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଓଡ଼ିଶା ଭିଜିଲାନ୍ସର ଏକ ବିବୃତ୍ତି ଅନୁଯାୟୀ, ବଲାଙ୍ଗୀର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ଏହି ମାମଲାରେ ପାଟଣାଗଡ଼ ଡିଭିଜନର କେନ୍ଦୁପତ୍ର ବିଭାଗର ପୂର୍ବତନ ଡିଭିଜନାଲ ଫରେଷ୍ଟ ଅଫିସର (DFO) ପ୍ରଣବ କୁମାର ମହାନ୍ତି ଏବଂ ଘସିଆନ୍ ଦକ୍ଷିଣ ରେଞ୍ଜର ପୂର୍ବତନ ଡେପୁଟି ରେଞ୍ଜ ଅଫିସର ଚିତ୍ତରଞ୍ଜନ ଦେହୁରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କାରାଦଣ୍ଡ ସହିତ କୋର୍ଟ ଉଭୟ ଦୋଷୀଙ୍କ ଉପରେ ଜୋରିମାନା ମଧ୍ୟ ଲଗାଇଛନ୍ତି।

୨୦୨୦ ମସିହା ଜୁନ୍ ୮ ତାରିଖରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୨ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ପୋଲିସ ଷ୍ଟେସନରେ ମାମଲା ନମ୍ବର ୧୩ ରୁଜୁ ହୋଇଥିଲା। ଭିଜିଲାନ୍ସର ସୂଚନା ଅନୁଯାୟୀ, କେନ୍ଦୁପତ୍ର ଫଡ଼ି ବା ଗୋଦାମ ଘରର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ଅର୍ଥ ପ୍ରଦାନ କରିବା ବାବଦରେ ଉଭୟ ପ୍ରଣବ କୁମାର ମହାନ୍ତି ଏବଂ ଚିତ୍ତରଞ୍ଜନ ଦେହୁରୀ ପାଟଣାଗଡ଼ ରେଞ୍ଜର ଜଣେ ଅଧିକାରୀଙ୍କଠାରୁ ୧ ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ମାଗିବା ସହ ଗ୍ରହଣ କରିଥିଲେ।

ବର୍ତ୍ତମାନ ଉଭୟ ଅଭିଯୁକ୍ତ ଅଧିକାରୀ ଚାକିରିରୁ ଅବସର ନେଇସାରିଛନ୍ତି। ତେବେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ, ଉଭୟଙ୍କର ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କୁ ଅବଗତ କରାଯିବ ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଗଞ୍ଜେଇ ଚାଲାଣର ଅଭିନବ ପ୍ରୟାସ: କ୍ଷୀର ପାତ୍ରରେ ଚାଲାଣ ବେଳେ ୩ ଗିରଫ, ୪୪ କେଜି ଜବତ
ବଲାଙ୍ଗିର: ଗଞ୍ଜେଇ ଚାଲାଣର ଅଭିନବ ପ୍ରୟାସ । କ୍ଷୀର ପାତ୍ରରେ ହେଉଥିଲା ଗଞ୍ଜେଇ ଚାଲାଣ । ବଲାଙ୍ଗିର ଜିଲ୍ଲାରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଏହାକୁ ପଣ୍ଡ କରିଛି ତୁଷୁରା ଅବକାରୀ ବିଭାଗ। କ୍ଷୀର ପାତ୍ର (ମିଲ୍କ ଜାର୍) ଭିତରେ ଲୁଚାଇ ରଖାଯାଇଥିବା ପ୍ରାୟ ୪୪ କେଜି ଗଞ୍ଜେଇକୁ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ଗଞ୍ଜେଇ ମାଫିଆମାନେ ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେବା ପାଇଁ କ୍ଷୀର ପାତ୍ରର ବ୍ୟବହାର କରିଥିଲେ। ମିଳିଥିବା ଗୁପ୍ତ ସୂଚନା ଆଧାରରେ ତୁଷୁରା ଅବକାରୀ ବିଭାଗ ଦେଓଗାଁ ଥାନା ଅନ୍ତର୍ଗତ କୁକୁରଖାଇ ଛକ ନିକଟରେ ଛକି ରହିଥିଲା। କୁକୁରଖାଇ-ତୁଷୁରା ରାସ୍ତାରେ ଯାଉଥିବା ଦୁଇଟି ମୋଟରସାଇକେଲକୁ ଅଟକାଇ ଯାଞ୍ଚ କରିବା ପରେ ଏହି ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଥିଲା।

ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତ ହେଲେ ଛତିଶଗଡ଼ ବିଳାସପୁର ଅଞ୍ଚଳର ମୋହିତ ବୈଷ୍ଣବ, ସୁରଜ ମହାନ ଏବଂ ରାଜୁ ବଂଶଲ। ଅବକାରୀ ବିଭାଗର କହିବା ଅନୁଯାୟୀ, ସେମାନେ ବୌଦ୍ଧ ଜିଲ୍ଲାର ଦେଉଳି ଅଞ୍ଚଳରୁ ବଲାଙ୍ଗିର ଅଭିମୁଖେ ଏହି ଗଞ୍ଜେଇ ଚାଲାଣ କରୁଥିଲେ। ଅବକାରୀ ଅଧିକାରୀମାନେ ଗଞ୍ଜେଇ ସମେତ ଦୁଇଟି ମୋଟରସାଇକେଲ ଏବଂ ବିଭିନ୍ନ ରାଜ୍ୟର ଏକାଧିକ ନମ୍ବର ପ୍ଲେଟ୍ ଜବତ କରିଛନ୍ତି। ତୁଷୁରା ଏବଂ ଏହାର ଆଖପାଖ ଅଞ୍ଚଳରେ ଲଗାତାର ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଉଥିବାରୁ ପ୍ରଶାସନ ପାଇଁ ଚିନ୍ତା ବଢ଼ିଛି।

ବଲାଙ୍ଗୀରରେ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ: ସେପ୍ଟେମ୍ବର ୧୫ରେ ହେବ ନବାନ୍ନ ଲାଗି
ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ବଲାଙ୍ଗିର ଜିଲ୍ଲାରେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ଏହି ମହାନ କୃଷିଭିତ୍ତିକ ପର୍ବ ମହାସମାରୋହରେ ପାଳନ କରାଯିବ। ପାଟଣା ମହାରାଜାଙ୍କ ଶୈଳଶ୍ରୀ ପ୍ୟାଲେସ ପକ୍ଷରୁ ଏହି ଶୁଭ ଲଗ୍ନ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ସ୍ଥିରୀକୃତ ଲଗ୍ନ ଅନୁଯାୟୀ, ସକାଳ ୯ଟା ୩୬ ମିନିଟ୍‌ରୁ ୧୦ଟା ୧୦ ମିନିଟ୍ ମଧ୍ୟରେ ଅମୃତ ବେଳାରେ ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି କରାଯିବ।

ରାଜପୁରୋହିତ ସନ୍ତୋଷ କୁମାର ଦାଶ ସ୍ପଷ୍ଟ କରିଛନ୍ତି ଯେ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ଶ୍ରଦ୍ଧାଳୁମାନେ ନିଜ ନିଜର ଇଷ୍ଟଦେବୀ ଓ ଗ୍ରାମଦେବତୀଙ୍କୁ ଋତୁର ପ୍ରଥମ ଉତ୍ପାଦିତ ଶସ୍ୟ ଅର୍ପଣ କରିବେ। ଲଗ୍ନ ଧାର୍ଯ୍ୟ ହେବା ପରେ ସମଗ୍ର ଅଞ୍ଚଳରେ ଉତ୍ସବର ମାହୋଲ ଖେଳିଯାଇଛି।

ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା କୃଷିଭିତ୍ତିକ ସମୃଦ୍ଧି ଏବଂ ସାଂସ୍କୃତିକ ଏକତାର ପ୍ରତୀକ। ଏହି ଦିନ ପରିବାର ଏବଂ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ନୂଆ ଫସଲରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିଥାନ୍ତି। ପାରମ୍ପରିକ ରୀତିନୀତି, ସ୍ୱତନ୍ତ୍ର ଖାଦ୍ୟପେୟ ଏବଂ ମୁରବୀମାନଙ୍କୁ କରାଯାଉଥିବା 'ନୂଆଖାଇ ଜୁହାର' ମାଧ୍ୟମରେ ସାମାଜିକ ସଦ୍‌ଭାବନା ବୃଦ୍ଧି ପାଇଥାଏ, ଯାହା ଏହାକୁ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ସାଂସ୍କୃତିକ ଉତ୍ସବ ଭାବରେ ପରିଚିତ କରାଇଛି।

ଟିଟିଲାଗଡ଼ ନିକଟରେ କୋଇଲା ବୋଝେଇ ମାଲଗାଡ଼ି ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ
ବଲାଙ୍ଗୀର ରେଳ ଜଙ୍କସନରୁ ଟିଟିଲାଗଡ଼ ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ଆଜି ସକାଳେ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସିକେର ଏବଂ ଟିଟିଲାଗଡ଼ ରେଳ ଜଙ୍କସନ ମଧ୍ୟରେ ଏହି ଅଘଟଣ ଘଟିଛି। ଟ୍ରେନଟି ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବାକୁ ପ୍ରାୟ ୧ କିଲୋମିଟର ବାକି ଥିବା ବେଳେ ଏହାର ୧୪ ନମ୍ବର ୱାଗନ ଲାଇନଚ୍ୟୁତ ହୋଇଥିଲା। ଫଳରେ ସମ୍ପୃକ୍ତ ରେଳ ଧାରଣାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଜିଆରପିଙ୍କ ସୂଚନା ଏବଂ ବର୍ତ୍ତମାନର ସ୍ଥିତି

ଏହି ଘଟଣା ସମ୍ପର୍କରେ ଟିଟିଲାଗଡ଼ ଜିଆରପି ଅଧିକାରୀ ସନ୍ତୋଷିନୀ ମହନ୍ତ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ କୋଇଲା ଗାଡିର କେବଳ ଗୋଟିଏ ୱାଗନ ଲାଇନଚ୍ୟୁତ ହୋଇଛି ଏବଂ ଏଥିରେ କୌଣସି ପ୍ରକାରର ଧନଜୀବନ କ୍ଷୟକ୍ଷତି ହୋଇନାହିଁ। ଯଦିଓ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି, ତଥାପି ଅନ୍ୟ ରେଳ ଧାରଣାଗୁଡ଼ିକରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି।

ତଦନ୍ତ ଏବଂ ମରାମତି କାର୍ଯ୍ୟ ଆରମ୍ଭ

ଖବର ପାଇବା ମାତ୍ରେ ରେଳ ବିଭାଗର ଏକ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟ୍ରେନଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା ସେ ନେଇ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଖୁବଶୀଘ୍ର ଟ୍ରାକ୍ ମରାମତି କରି ରେଳ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଗୁମ୍ଫା ଡ୍ୟାମ ଜଳପ୍ରପାତରେ ଅଘଟଣ: ୬୦୦ ମିଟର ଖାଲକୁ ଖସି ପଡିଥିବା ଦୁଇ ଛାତ୍ରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଗୁମ୍ଫା ଡ୍ୟାମ ଜଳପ୍ରପାତରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଜଳପ୍ରପାତରେ ଗାଧୋଉଥିବା ସମୟରେ ପାଖାପାଖି ୬୦୦ ମିଟର ଗଭୀର ଖାଲକୁ ଖସିପଡ଼ି ଅଚେତ ହୋଇଯାଇଥିବା ଦୁଇଜଣ କଲେଜ ଛାତ୍ରଙ୍କୁ ବଙ୍ଗୋମୁଣ୍ଡା ଅଗ୍ନିଶମ ବାହିନୀ ବିଳମ୍ବିତ ରାତିରେ ସଫଳତାର ସହ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଦୁଇ ଜଣ ଛାତ୍ର ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲେଜର ଦେବାଶିଷ ପ୍ରଧାନ (କୋମନା) ଏବଂ କାହ୍ନା ଦଣ୍ଡସେନା (ତିମନପୁର) ।

ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲେଜର ଚାରିଜଣ ସାଙ୍ଗ ବଲାଙ୍ଗୀର ଜିଲ୍ଲା ଝୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଛତ୍ରଙ୍ଗା ଗ୍ରାମ ନିକଟସ୍ଥ ଛତ୍ରଦଣ୍ଡୀ ଜଙ୍ଗଲ ପାଦଦେଶରେ ଥିବା ଗୁମ୍ଫା ଡ୍ୟାମ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ଜଳପ୍ରପାତରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ଦେବାଶିଷ ଓ କାହ୍ନା ପ୍ରାୟ ୬୦୦ ମିଟର ତଳକୁ ଖସିପଡ଼ି ଗୁରୁତର ହୋଇ ଅଚେତ ହୋଇଯାଇଥିଲେ । ସେମାନଙ୍କ ସାଙ୍ଗରେ ଥିବା ଅନ୍ୟ ଦୁଇ ସାଙ୍ଗ ତୁରନ୍ତ ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀର ଓଆଇସି ରଞ୍ଜିତ କେରକେଟାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାତିର ଅନ୍ଧକାର ମଧ୍ୟରେ ଷ୍ଟ୍ରେଚର୍ ଧରି ପ୍ରାୟ ୩ କିଲୋମିଟର ଘଞ୍ଚ ଜଙ୍ଗଲ ରାସ୍ତା ଅତିକ୍ରମ କରି ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଦିଲେଶ୍ୱର ସେଠିଆ, ଅଶୋକ କୁମାର ନାୟକ, ଦୁଷ୍ମନ୍ତ ମାଝୀ, ବୃଷଭ ସାହୁ ଏବଂ ରାଜକୁମାର ମାଝୀ ସାମିଲ ହୋଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଅପରେସନ ପରେ ଉଭୟ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଳପ୍ରପାତକୁ ଦେଖିବା ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକ ଆସିଥାନ୍ତି । ଅନେକ ସମୟରେ ପର୍ଯ୍ୟଟକମାନେ ଧାରରେ ଠିଆ ହୋଇ ସେଲଫି ଏବଂ ଭିଡିଓ ଉତ୍ତୋଳନ କରିଥାନ୍ତି, ଯାହା ଦ୍ୱାରା ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ଜଳପ୍ରପାତ ନିକଟରେ ସୁରକ୍ଷା ବାରିକେଡ୍ ଏବଂ ସଚେତନତା ସୂଚନା ଫଳକ ଲଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି ହୋଇଛି ।

OCCL ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା; ଲଜ୍, ପ୍ଲଟ୍ ଓ ଲକ୍ଜୁରୀ କାର୍ ଜବତ
କୋରାପୁଟ: ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପରେ ଅବସ୍ଥାପିତ ଥିବା ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍ (OCCL) ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ଠିକଣା ଉପରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଏହି ଚଢ଼ାଉରେ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି।

ଭିଜିଲାନ୍ସ ଅଧିକାରୀଙ୍କ ସର୍ଚ୍ଚ ଅପରେସନ ବେଳେ କୋରାପୁଟ ସହରରେ ୮,୦୦୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପ୍ତ ଥିବା ଏକ ୪ ମହଲା ବିଶିଷ୍ଟ ବାଣିଜ୍ୟିକ ଲଜ୍ (ଯେଉଁଥିରେ ୨୩ଟି ରୁମ୍ ରହିଛି) ଠାବ ହୋଇଛି। ଏହା ସହିତ ଏକ ନିର୍ମାଣାଧୀନ ବାସଭବନ ଏବଂ କୋରାପୁଟ, ରାଉରକେଲା ଓ ଭୁବନେଶ୍ୱରରେ ଥିବା ୮ଟି ମୂଲ୍ୟବାନ ପ୍ଲଟ୍ ଜବତ ହୋଇଛି। ଏହି ଚଢ଼ାଉରେ ଗୋଟିଏ ଇନୋଭା କ୍ରିଷ୍ଟା କାର୍, ଗୋଟିଏ ଦୁଇଚକିଆ ଯାନ ଏବଂ ସୁନା ଅଳଙ୍କାର ଜବତ କରାଯାଇଛି। ବର୍ତ୍ତମାନ ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ଦ୍ୱାରା ବ୍ୟାଙ୍କ ଜମା ଏବଂ ଆର୍ଥିକ ବିନିଯୋଗର ଯାଞ୍ଚ କରାଯାଉଛି।

ସୂଚନା anusare, ୨୦୧୧ ମସିହାରେ ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ନାରାୟଣପାଟଣା ବ୍ଲକରେ ମାସିକ ୯,୩୦୦ ଟଙ୍କା ଦରମାରେ ସହକାରୀ ଯନ୍ତ୍ରୀ ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ସଞ୍ଜୟ କୁମାର କିସପୋଟ୍ଟା । ୨୦୧୬ ମସିହାରେ ତାଙ୍କ ଚାକିରି ନିୟମିତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ପଟାଙ୍ଗି ବ୍ଲକ ଏବଂ ଆଇଟିଡିଏ (ITDA) କୋରାପୁଟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୬ ମାର୍ଚ୍ଚ ୨୦୨୬ରେ ସେ ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ଭୁବନେଶ୍ୱର ସ୍ଥିତ ଓସିସି ଲିମିଟେଡରେ ଅବସ୍ଥାପିତ ହୋଇଥିଲେ। ସେ ନିଜ କାର୍ଯ୍ୟକାଳର ପ୍ରାୟ ୧୫ ବର୍ଷ କୋରାପୁଟ ଜିଲ୍ଲାରେ ବିତାଇଛନ୍ତି।

ବର୍ତ୍ତମାନ ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପତ୍ତିର ଆକଳନ ଜାରି ରହିଛି। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

ବଲାଙ୍ଗୀରରେ ଅଭାବନୀୟ ଘଟଣା: ବିବାହ ଶୋଭାଯାତ୍ରାରେ ଡିଜେର ପ୍ରଚଣ୍ଡ ଶବ୍ଦ ନେଲା ମହିଳାଙ୍କ ଜୀବନ
ବଲାଙ୍ଗୀର: ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଏକ ଅତ୍ୟନ୍ତ ଦୁଃଖଦ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ପାଟଣାଗଡ଼ ଅଞ୍ଚଳରେ ଏକ ବିବାହ ଶୋଭାଯାତ୍ରା ସମୟରେ ବାଜୁଥିବା ଡିଜେ (DJ)ର ପ୍ରଚଣ୍ଡ ଶବ୍ଦ କାରଣରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ ଲୋଚନା ବାହୁକ ଏବଂ ତାଙ୍କ ଘର ପାଟଣାଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗାଁରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଘଟଣା ଦିନ ଲୋଚନା ରାସ୍ତା କଡ଼ରେ ଥିବା ଏକ ନଳକୂପ ନିକଟରେ ନିଜ ନାତୁଣୀଙ୍କୁ ଗାଧୋଇ ଦେଉଥିଲେ। ସେହି ସମୟରେ ସେହି ରାସ୍ତା ଦେଇ ଏକ ବିବାହ ଶୋଭାଯାତ୍ରା ଯାଉଥିଲା, ଯେଉଁଥିରେ ଅତ୍ୟଧିକ ଶବ୍ଦରେ ଡିଜେ ବାଜୁଥିଲା। ଏହି କାନଫଟା ଶବ୍ଦ କାରଣରୁ ତାଙ୍କୁ ପ୍ରବଳ କଷ୍ଟ ଅନୁଭବ ହୋଇଥିଲା। ପରିବାର ଲୋକଙ୍କ କହିବା ଅନୁଯାୟୀ, ସେ ଡିଜେ ବଜାଉଥିବା ବ୍ୟକ୍ତିଙ୍କୁ ଶବ୍ଦ କମାଇବା ପାଇଁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ସେମାନେ ଏହାକୁ ଖାତିର କରିନଥିଲେ।

ଡିଜେର କାନଫଟା ଶବ୍ଦରେ ଗୁରୁତର ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ତୁରନ୍ତ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଡିଜେର ଅତ୍ୟଧିକ ଶବ୍ଦ ଯୋଗୁଁ ତାଙ୍କ ମସ୍ତିଷ୍କର ଶିରା ଫାଟିଯିବାରୁ (ବ୍ରେନ୍ ହେମରେଜ୍) ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ଏଭଳି ଅକାଳ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗିପଡ଼ିବା ସହ ଅସହାୟ ହୋଇପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଗଭୀର ଶୋକ ପ୍ରକାଶ କରିବା ସହ ଶୋଭାଯାତ୍ରାରେ ବିନା ନିୟନ୍ତ୍ରଣରେ ଉଚ୍ଚ ଡେସିବେଲ୍ ଡିଜେ ମ୍ୟୁଜିକ୍ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ
ବଲାଙ୍ଗୀର: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ । ମାଟି କାମ ଚାଲିଥିବା ସ୍ଥାନରେ ମୁହାଁମୁଁହି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ପରିତ୍ୟକ୍ତ ଅବସ୍ଥାରେ ଥିବା ସହରର ୧୧ଟି ବନ୍ଧର ପୁନରୁଦ୍ଧାର ବଲାଙ୍ଗୀର ପୌରପରିଷଦ ପକ୍ଷରୁ କରାଯାଉଥିବା ବେଳେ, ଏହାକୁ ନେଇ ନଗର କଂଗ୍ରେସ ତରଫରୁ ଆନ୍ଦୋଳନ କରାଯାଇଛି। ତେବେ ଏହି ଆନ୍ଦୋଳନକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସର ଦୁର୍ନୀତି ଅଭିଯୋଗକୁ ବିଜେଡି ସମେତ ହଜାର ହଜାର ସ୍ଥାନୀୟ ଲୋକେ ଖୋଲାଖୋଲି ବିରୋଧ କରିଛନ୍ତି।

ଆଜି କରଙ୍ଗାକଣ୍ଟା ବନ୍ଧ ଆଡିରେ ମହିଳା କଂଗ୍ରେସ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ବିଜେଡି କର୍ମୀ ଓ ସାଧାରଣ ଲୋକେ ଧସେଇ ପଶିଥିଲେ। ଫଳରେ ସେଠାରେ କଂଗ୍ରେସ ଓ ବିଜେଡି କର୍ମୀ ମୁହାମୁହିଁ ହୋଇଛନ୍ତି। ବିଶେଷ କରି ସ୍ଥାନୀୟ ମହିଳାମାନେ ସହରର ବିକାଶ କାମରେ ବାଧା ସୃଷ୍ଟି କରାଯାଉଥିବା ଦର୍ଶାଇ କଂଗ୍ରେସର ଏହି ଆନ୍ଦୋଳନକୁ ଜୋରଦାର ବିରୋଧ କରିଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ଦଳର ନାରାବାଜି ଭିତରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଛି।

ଏହି ବିବାଦ ଭିତରେ ବିଜେଡି ପକ୍ଷରୁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ସେ ବଲାଙ୍ଗୀରର ବିକାଶ ଚାହୁଁନାହାନ୍ତି ଏବଂ ସେ ଜଣେ “ବଲାଙ୍ଗୀର ବିରୋଧୀ” ବୋଲି ବିଜେଡି ଅଭିଯୋଗ ଆଣିଛି।

ମିଳିଥିବା ସୂଚନା ଅନୁଯାୟୀ, ବନ୍ଧର ମାଟି ଖୋଳା ଓ ପୁନରୁଦ୍ଧାର କାର୍ଯ୍ୟ ଏବେ ପ୍ରାଥମିକ ପର୍ଯ୍ୟାୟରେ ଚାଲିଛି। ଏହି କାର୍ଯ୍ୟ ପାଇଁ ଏପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ବିଲ୍ ହୋଇନାହିଁ। ତେଣୁ ବିଲ୍ ନହୋଇ ଦୁର୍ନୀତି କିଭଳି ହେଲା ବୋଲି ପ୍ରଶ୍ନ ଉଠିଛି।

ରାଜନୈତିକ ଫାଇଦା ହାସଲ କରିବା ପାଇଁ ଏବଂ ଉଦ୍ଦେଶ୍ୟମୂଳକ ଭାବେ ବିକାଶମୂଳକ କାର୍ଯ୍ୟକୁ ବନ୍ଦ କରିବାକୁ କଂଗ୍ରେସ ଏଭଳି ମିଥ୍ୟା ଦୁର୍ନୀତି ଅଭିଯୋଗ ଆଣି ଆନ୍ଦୋଳନ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଘଟଣା ପରେ ବଲାଙ୍ଗୀର ସହରରେ ରାଜନୈତିକ ପାରଦ ବେଶ୍‌ ବୃଦ୍ଧି ପାଇଛି।

ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ, ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ
ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ ନିର୍ମଳେନ୍ଦୁ କବି । ଜମି ପଟ୍ଟା କରାଇ ଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍‌ । ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲଦାରର ଅମିନ ନିର୍ମଳେନ୍ଦୁ ଜଣେ ଆବେଦନକାରୀଙ୍କଠାରୁ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବା ଏବଂ ସେମାନଙ୍କର ଜମି ସମ୍ପତ୍ତି ବିଭାଜନ ଏବଂ ସମ୍ପୃକ୍ତ ଅଂଶୀଦାରଙ୍କ ସପକ୍ଷରେ ନୂତନ ROR ପ୍ରଦାନ ପାଇଁ ଫାଇଲ୍ ପ୍ରକ୍ରିୟାକରଣ କରିବା ପାଇଁ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ହେଲେ ଆବେଦନକାରୀ ଲାଞ୍ଚ ଦେବାକୁ ଅସମର୍ଥ ହୋଇ, ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଆଜି ଅମିନ ନିର୍ମଳେନ୍ଦୁ କବିଙ୍କୁ ଆବେଦନକାରୀଙ୍କଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି। ଅଭିଯୁକ୍ତ  ଅମିନଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ।