corona news - The Sakala

ଜାଣନ୍ତୁ କେତେ ସୁରକ୍ଷିତ କୋଭାକ୍ସିନ ଟିକା, ଆସିଲା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ
ନୂଆଦିଲ୍ଲୀ : ମହାମାରୀ ସଙ୍କଟ ମଧ୍ୟରେ ସାରା ଦେଶରେ ଚାଲିଛି ଟୀକାକରଣ । ଏହାରି ମଧ୍ୟରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟୀକାକରଣ ଟ୍ରାଏଲର ଡାଟା ଜାରି କରିଛି ଭାରତ ବାୟୋଟେକ । ଏଥିରେ ଦାବି କରାଯାଇଛି ଯେ କୋଭାକ୍ସିନ ଭ୍ୟାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ । ଆଇସିଏମଆରର ସହଯୋଗରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ୨୫,୮୦୦ ବିଷୟକୁ ସାମିଲ କରାଯାଇଥିବା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ।

COVAXIN has demonstrated an interim vaccine efficacy of 81% in its Phase 3 clinical trial. The trials involved 25,800 subjects, the largest ever conducted in India, in partnership with ICMR: Bharat Biotech pic.twitter.com/jDIka9LIEE

— ANI (@ANI) March 3, 2021

କୋଭାକ୍ସିନ ସମ୍ପୂର୍ଣ୍ଣ ସ୍ବଦେଶୀ ଟିକା । ଏହି ସମୟରେ କମ୍ପାନୀର ଭ୍ୟାକ୍ସିନ ଜନସାଧାରଣଙ୍କ ପାଇଁ ଉପଲବ୍ଧ ରହିଛି । ଏଥିରେ ଭାରତ ବାୟୋଟେକର ଭ୍ୟାକ୍ସିନ ଓ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକାର କୋଭିସିଲ୍ଡ ସାମିଲ ରହିଛି । କୋଭାକ୍ସିନର ଉତ୍ପାଦନ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକରେ ହେଉଛି । ଯେତେବେଳେ ପ୍ରଥମେ ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନ ଟିକାକୁ ଅନୁମତି ମିଳିଥିଲା, ସେତେବେଳେ ଟ୍ରାଏଲରେ ଥିବା ଟିକାର ବ୍ୟବହାର ପାଇଁ ସରକାର କିପରି ଅନୁମତି ଦେଲେ ବୋଲି ବିରୋଧୀଦଳମାନେ ପ୍ରଶ୍ନ ଉଠାଇଥିଲେ । କିନ୍ତୁ ଏବେ ଏହା ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।

ଜାନୁଆରି ମାସରେ କୋଭାକ୍ସିନ ଟିକାକୁ ନେଇ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ସେଥିରେ କୁହାଯାଇଥିଲା କି, କୋଭାକ୍ସିନ ଟିକା ଇଂଲଣ୍ଡରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଉପରେ ବି ବେଶ୍ ପ୍ରଭାବଶାଳୀ । ସେହିପରି କୋଭାକ୍ସିନ୍ ଟିକା ପରୀକ୍ଷଣରେ ଭାଗ ନେଇଥିବା ୨୬ ଜଣ ଲୋକଙ୍କଠାରୁ ସଂଗୃହୀତ ରକ୍ତ ଉପରେ ରିଡକ୍ସନ ନ୍ୟୁଟ୍ରିଲାଇଜେସନ ଟେଷ୍ଟ କରାଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା କି ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ବି ଏହି ଟିକା ହରାଇପାରିବ ।

The bench-to-bedside journey of completely indigenous COVID-19 vaccine (COVAXIN) in less than 8 months’ time showcases the immense strength of Atmanirbhar Bharat to fight the odds & stand tall in the global public health community: ICMR DG Dr Balram Bhargava pic.twitter.com/zmEtf972BP

— ANI (@ANI) March 3, 2021

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଛି କୋଭାକ୍ସିନ ଟିକାର ଡୋଜ । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ଜାରି ରହିଛି । ସେପଟେ ଟିକା ନେବାର ସମୟସୀମାକୁ ବନ୍ଦ କରିଦେଇଛନ୍ତି ସରକାର । ଏବେଠୁ ୨୪ ଘଣ୍ଟିଆ ଟୀକାକରଣ ଜାରି ରହିବ ।

ରାଜଧାନୀରେ ୧୦ ଘରୋଇ ଓ ୧୨ ସରକାରୀ ମେଡିକାଲରେ ମିଳିବ କରୋନା ଟିକା
ଭୁବନେଶ୍ବର : ମାର୍ଚ୍ଚ ୧ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟୀକାକରଣ। ଏଥିରେ ବରିଷ୍ଠ ନାଗରିକଙ୍କ ସମେତ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ଟିକା । ରାଜଧାନୀ ଭୁବନେଶ୍ବରରେ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛି। ୧୨ଟି ସରକାରୀ ଏବଂ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା। ସେଥିରୁ ଘରୋଇ ହସପିଟାଲ ଗୁଡ଼ିକ ହେଲା ସମ୍, କିମ୍ସ, କଳିଙ୍ଗ, ବ୍ଲୁ ହ୍ୱିଲ୍‌, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର ଓ ହାଇଟେକ୍ ହସପିଟାଲ।

ସୋମବାରରୁ ଆରମ୍ଭ ହେବ ପଞ୍ଜିକରଣ। ଆରୋଗ୍ୟ ସେତୁ ଆପ ଓ cowin 2.0 ପୋର୍ଟାଲରେ ପଞ୍ଜିକରଣ କଲେ ମିଳିବ ଟିକା। ପ୍ରଥମ ଦିନ ପ୍ରତି କେନ୍ଦ୍ରରେ 60ଜଣଙ୍କୁ ଦିଆଯିବ ଟୀକା। ଘରୋଇ ଡାକ୍ତରଖାନାରେ ସୋମବାର ପଞ୍ଜିକରଣ ପରେ ମଙ୍ଗଳବାରରୁ ଦିଆଯିବ ଟୀକା।

ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ସୋମବାର ଠାରୁ ଘରୋଇ ହସ୍ପିଟାଲ ପାଇଁ ନାମ ପଂଜୀକରଣ କରିହେବ। ଘରୋଇ ହସ୍ପିଟାଲରେ ଟିକା ନେବାକୁ କୋୱିନ ୨.୦ରେ ପଂଜୀକରଣ କରାଯାଇପାରିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି। ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ପଡ଼ିବ। ଟିକା ମୂଲ୍ୟ କେତେ ପଡ଼ିବ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଜଣାଇବେ। ଏହା ସହ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ମଧ୍ୟ ସମାନ୍ତରାଳ ଭାବେ ଚାଲିବ। ଭୁବନେଶ୍ୱରରେ ପୂର୍ବଭଳି କୋଭକ୍ସିଂ ଟୀକା ଦିଆଯିବ। ଯଥେଷ୍ଟ ପରିମାଣର ଟୀକା ମହଜୁଦ ରହିଛି ବୋଲି କହିଛନ୍ତି ବିଏମସି କମିଶନର।