Chhena poda - The Sakala

ଆଜି 'ଛେନାପୋଡ଼ ଦିବସ': ଜାଣନ୍ତୁ ଓଡ଼ିଶାର ଏହି ପ୍ରସିଦ୍ଧ ମିଷ୍ଠାନ୍ନର ଇତିହାସ ଓ ମହତ୍ତ୍ୱ
ଆଜି ହେଉଛି ଏପ୍ରିଲ ୧୧ ତଥା ଓଡ଼ିଶାର ପ୍ରସିଦ୍ଧ ମିଷ୍ଠାନ୍ନର ଦିନ ଅର୍ଥାତ୍ 'ଛେନାପୋଡ଼ ଦିବସ'। ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରା ସହିତ ଖାଦ୍ୟପେୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସେଥିମଧ୍ୟରୁ ଛେନାପୋଡ଼ର ସ୍ୱାଦ କେବଳ ଓଡ଼ିଶାରେ ନୁହେଁ, ବରଂ ବିଶ୍ୱ ଦରବାରରେ ବେଶ୍ ପରିଚିତ। ଆଜିର ଦିନରେ ସମଗ୍ର ରାଜ୍ୟରେ ଏହି ଦିବସକୁ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି।

ଛେନାପୋଡ଼ର ଇତିହାସ ଓ ଉତ୍ପତ୍ତି

ଏହି ଅନନ୍ୟ ମିଷ୍ଠାନ୍ନର ଉତ୍ପତ୍ତି ନୟାଗଡ଼ ଜିଲ୍ଲାରୁ ହୋଇଥିଲା। ଏହାର ଶ୍ରେୟ ଯାଏ ସ୍ୱର୍ଗତ ସୁଦର୍ଶନ ସାହୁଙ୍କୁ। କୁହାଯାଏ ଯେ, ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସୁଦର୍ଶନ ଏକଦା ବଳକା ଛେନାରେ ଚିନି, ଅଳେଇଚ ଆଦି ମିଶାଇ ଚୁଲିରେ ରଖି ଭୁଲିଯାଇଥିଲେ। ପରଦିନ ସକାଳେ ଏହା ଏକ ସ୍ୱାଦିଷ୍ଟ ପୋଡ଼ା ଛେନା ମିଠାରେ ପରିଣତ ହୋଇଥିଲା। ଏହି ଆକସ୍ମିକ ଉଦ୍ଭାବନ ପରବର୍ତ୍ତୀ ସମୟରେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ମିଠା 'ଛେନାପୋଡ଼' ରୂପେ ଖ୍ୟାତି ଲାଭ କଲା। ତାଙ୍କ ଜନ୍ମବାର୍ଷିକୀ ତଥା ଏପ୍ରିଲ ୧୧ ତାରିଖକୁ ସ୍ମରଣୀୟ କରିବା ପାଇଁ ରାଜ୍ୟବାସୀ ଏହି ଦିନକୁ ଛେନାପୋଡ଼ ଦିବସ ଭାବେ ପାଳନ କରୁଛନ୍ତି।

ବିଶ୍ୱସ୍ତରରେ ଛେନାପୋଡ଼ର ଚାହିଦା

କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ବିଦେଶରେ ମଧ୍ୟ ଏହି ଦେଶୀ କେକ୍ ବା ଛେନାପୋଡ଼ର ପ୍ରବଳ ଚାହିଦା ରହିଛି। ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପୂର୍ଣ୍ଣ ପ୍ରାକୃତିକ ଓ ଏଥିରେ କୌଣସି କୃତ୍ରିମ ରଙ୍ଗ ବା କେମିକାଲ୍ ବ୍ୟବହାର କରାଯାଏ ନାହିଁ। ଆଜିକାଲି ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ଦିବସକୁ ନେଇ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳୁଛି। ଓଡ଼ିଆମାନେ ନିଜର ପ୍ରିୟ ମିଠାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।

ଆଜି ଛେନାପୋଡ଼ର ଜନକ ସୁଦର୍ଶନ ସାହୁଙ୍କ ଜୟନ୍ତୀ: ନୟାଗଡ଼ରେ ପାଳନ ହେବ ଛେନାପୋଡ଼ ଦିବସ, ଦାବି ସତ୍ତ୍ବେ ଆଜି ପର୍ଯ୍ୟନ୍ତ ମିଳିଲାନି ଜିଆଇ ଟ୍ୟାଗ୍‍
ନୟାଗଡ଼: ଛେନାପୋଡ଼ କଥା ଉଠିଲେ ଆପେ ଆପେ ମନକୁ ଚାଲି ଆସେ ନୟାଗଡ଼଼ କଥା। ନୟାଗଡ଼଼ର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ନେଇ ସବୁଠି ଚର୍ଚ୍ଚା। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼଼ର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ନୟାଗଡ଼଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ସାହୁ ପ୍ରଥମେ ଛେନାପୋଡ଼ ପ୍ରସ୍ତୁତି କରିଥିଲେ। ଏପ୍ରିଲ୍‍ ୧୧ ତାରିଖ ସୁଦର୍ଶନଙ୍କ ଜୟନ୍ତୀକୁ ଛେନାପୋଡ଼ ଦିବସ ଭାବେ ପାଳନ କରିବା ପାଇଁ ବହୁ ଯୁବକ ଏବଂ ନୟାଗଡ଼଼ବାସୀଙ୍କ ଉଦ୍ୟମ ଜୋର୍‍ସୋର ଚାଲିଛି।

ନୟାଗଡ଼଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍‍ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ସୁଦର୍ଶନ ନୟାଗଡ଼଼ କଚେରି ବଜାରରେ ଏକ ଜଳଖିଆ ଦୋକାନ କରିଥିଲେ। ଥରେ ବଳକା ଛେନାକୁ କ’ଣ କରିବେ ଭାବି ଏକ ନିଆରା ମିଠା ପ୍ରସ୍ତୁତ କରିବାକୁ ବସି ପଡ଼ିଥିଲେ। ଉକ୍ତ ନିଆରା ମିଠା ଆଜି ଛେନାପୋଡ଼ ଭାବେ ପରିଚୟ ଲାଭ କରିଛି। ସୋମବାର ଅପରାହ୍ଣରେ ହେଲ୍ପିଂ ହ୍ୟାଣ୍ଡ୍‍ସ ଉଦ୍ୟମରେ ଛେନାପୋଡ଼ ଦିବସ ପୁରୁଣା ବସ୍‍ଷ୍ଟାଣ୍ଡଠାରେ ପାଳିତ ହେବାକୁ ଥିବାବେଳେ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏହାକୁ ପାଳନ କରାଯିବା ନେଇ ପ୍ରସ୍ତୁତି ଚାଲିଛି। ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରାଯାଇଥିବାବେଳେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‍ ଦାବି ମଧ୍ୟ ଜୋର୍‍ ଧରିଛି। ସେହିଭଳି ଭାବେ ଆମ ପାଇଁ ବଡ଼, ଆମ ନୟାଗଡ଼଼ ପକ୍ଷରୁ ଛେନାପୋଡ଼ ଦିବସ ପାଳନ ହେବ ବୋଲି ସୂଚନା ମିଳିଛି। ନୟାଗଡ଼଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗଦେବେ ବୋଲି ଜଣାଯାଇଛି। ଛେନାପୋଡ଼ର ପ୍ରସିଦ୍ଧିକୁ ବୃଦ୍ଧି କରିବା ପାଇଁ ଚଳିତ ବର୍ଷ କରାଯାଉଥିବା ଏଭଳି ପ୍ରୟାସ ନିହାତି ସ୍ୱାଗତଯୋଗ୍ୟ ବୋଲି ଆଲୋଚନା ହେଉଛି।

ଶାନ୍ତି ଚାରିଟେବଲ୍‍ ଟ୍ରଷ୍ଟ ଏବଂ ଓର୍‍ମାସ ପକ୍ଷରୁ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‍ ମାନ୍ୟତା ମିଳିବା ନେଇ ଆବେଦନ କରାଯାଇଥିବାବେଳେ ଆଜି ପର୍ଯ୍ୟନ୍ତ ଏଥିପ୍ରତି ଆନ୍ତରିକତାର ସହିତ ଉଦ୍ୟମ ହୋଇ ନ ଥିବା ଜଣାଯାଇଛି। ସେହିଭଳି ଭାବେ ସରକାରଙ୍କ ପକ୍ଷରୁ ମଧ୍ୟ ଜିଆଇ ଟ୍ୟାଗ୍‍ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ଉକ୍ତ ପ୍ରସଙ୍ଗକୁ ଅଣଦେଖା କରାଯିବା ଭଳି ମନେ ହେଉଛି। କେବେ ଜିଆଇ ଟ୍ୟାଗ୍‍ ମିଳିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ, ଛେନାପୋଡ଼ର ଦେଶ ତଥା ଜନ୍ମମାଟି ଭାବେ ପରିଚୟ ଲାଭ କରିଥିବା ନୟାଗଡ଼଼ ଜିଲ୍ଲା ଏବେ ନକଲି ଛେନାପୋଡ଼ ପାଇଁ ବଦନାମ ହେଉଛି। ନୟାଗଡ଼଼ ମୁଖ୍ୟ ଟ୍ରାଫିକ୍‍ ଛକଠାରୁ ଆରମ୍ଭ କରି ମାଛିପଡ଼ା, ଭାପୁର ବ୍ଲକର ଫତେଗଡ଼଼ ଆଦି ସ୍ଥାନରେ ଏହି ନକଲି ଛେନାପୋଡ଼ କାୟା ମେଲାଇଛି। କେଜିକୁ ଶହେ ଟଙ୍କାରେ ଛେନାପୋଡ଼ ମିଳୁଥିବାବେଳେ କିଭଳି ଏହାକୁ ବ୍ୟବସାୟୀ ଏତେ ଶସ୍ତାରେ ବିକ୍ରି କରୁଛନ୍ତି, ତାକୁ ନେଇ କେହି ଚିନ୍ତା କରୁନାହାନ୍ତି। ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକ ତଥା ଅତିଥିଙ୍କୁ ଏହି ନକଲି ଛେନାପୋଡ଼ ଅସଲି ବୋଲି ବିକ୍ରି କରାଯାଉଥିବାବେଳେ ସମସ୍ତେ ଜାଣି ଅଜଣା ସାଜିଛନ୍ତି। ଛେନା କେଜିକୁ ୧୫୦ରୁ ଆରମ୍ଭ ହୋଇ ୧୮୦ ଟଙ୍କା ପର୍ଯ୍ୟନ୍ତ ଦର ରହିଥିବାବେଳେ ଛେନାପୋଡ଼ କେଜି ୧୦୦ରୁ ଆରମ୍ଭ କରି ୨୮୦ ଟଙ୍କା ପର୍ଯ୍ୟନ୍ତ ରହିଛି।