Umerkote - The Sakala
ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ବାଇକରେ ବୁହାହେଲା ନାବାଳିକାର ମୃତଦେହ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟ ବିଦାରକ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଉମରକୋଟ ବ୍ଲକରେ ଶବ ସତ୍କାର ପାଇଁ ସ୍ଥାନ ନମିଳିବାରୁ ଏବଂ ଅର୍ଥ ଅଭାବରୁ ଗୋଟିଏ ପରିବାର ନିଜ ନାବାଳିକା ଝିଅର ମୃତଦେହକୁ ଏକ ବାଇକରେ ବୋହି ନେବାକୁ ବାଧ୍ୟ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆମାଗୁଡ଼ା ଗାଁର ନାବାଳିକା ଇନ୍ଦ୍ରାଣୀ କୁମାର ଚିକିତ୍ସା ପାଇଁ ସାନଭରଣ୍ଡି ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଯେତେବେଳେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବାକୁ ଚାହିଁଥିଲେ, ସେତେବେଳେ ଗାଁ ଲୋକେ ଏଥିପାଇଁ ବାରଣ କରିବା ସହ ୭,୦୦୦ ଟଙ୍କା ଦାବି କରିଥିଲେ। ଟଙ୍କା ଦେବାରେ ଅସମର୍ଥ ହେବାରୁ ଗରିବ ପରିବାର ଶେଷରେ ମୃତଦେହକୁ ନିଜ ଗାଁକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ।
ଅର୍ଥ ଅଭାବରୁ ଶବବାହକ ଗାଡ଼ି ଭଡ଼ାରେ ଆଣିବା ସମ୍ଭବ ନହେବାରୁ, ପରିବାରର ସଦସ୍ୟମାନେ ନାବାଳିକାର ମୃତଦେହକୁ ଏକ ମୋଟରସାଇକେଲରେ ବସାଇ ଆମାଗୁଡ଼ା ଗାଁକୁ ନେଇଥିଲେ। ଏହି ହୃଦୟବିଦାରକ ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଏହି ଅମାନବୀୟ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି।
ନବରଙ୍ଗପୁର: ଦକ୍ଷିଣ ଓଡ଼ିଶାରେ ଆଜି ମଧ୍ଯ 5T ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି ରହିଛି । ଗତକାଲି ପାଣ୍ଡିଆନ କୋରାପୁଟ ଲୋକସଭା ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିଥିଲେ । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ମୁଖ୍ଯତଃ ରାଜ୍ଯ ସରକାରଙ୍କ ବିକାଶ ସମ୍ପର୍କିତ ହିସାବକିତାବ ଲୋକଙ୍କ ପାଖରେ ଉପସ୍ଥାପନ କରୁଛନ୍ତି ପାଣ୍ଡିଆନ । ଲୋକଙ୍କୁ ବିକାଶର ହିସାବ ଦେଇ ବିକାଶକୁ ଆହୁରି ଆଗକୁ ବଢାଇବା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି। ପାଣ୍ଡିଆନଙ୍କ ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମାଗମ ଦଳକୁ ଉତ୍ସାହିତ କରିଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିକାଶ କାମର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଉମରକୋଟରେ ୨୧୨ କୋଟି ଟଙ୍କାର ବିକାଶ କାମ ଚାଲିଛି। ପେଣ୍ଡେରାଣୀ ମନ୍ଦିର କାମ ଶେଷ ହୋଇଛି।୩ କୋଟି ଟଙ୍କାରେ ଶିବ ମନ୍ଦିର ରାସ୍ତା ଚାଲିଛି । କିଡ୍‌ନୀ ରୋଗ ଚିକିତ୍ସା ପାଇଁ ଉମରକୋଟରେ ଖୋଲିଛି ଡାଇଲିସିସ ସେଣ୍ଟର।  ୫୦ କୋଟିରେ ୫ଟି ରାସ୍ତା କାମ ଚାଲିଛି।  ୫ କୋଟି ଟଙ୍କା ଭାସ୍କେଲ ଡ୍ୟାମ ପାଇଁ ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କର ବିଶାଳ ହୃଦୟ । ଜନଜାତି ଭାଇ ଭଉଣୀ ମାନଙ୍କ ପାଇଁ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କାର୍ତ୍ତିକ ପାଣ୍ଡିଆନ କହିଥିଲେ। ସବୁବେଳେ ଆପଣଙ୍କ ପଛରେ ଦୃଢ ଭାବରେ ଠିଆ ହୋଇଛନ୍ତି।
କେନ୍ଦ୍ର ନେତା କେବଳ ବଡବଡ କଥା କୁହନ୍ତି । ସେ ଚାହିଁଥିଲେ ନବରଙ୍ଗପୁର ରେ ଦୁଇ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରି ଥାନ୍ତେ। କେନ୍ଦ୍ର ମନ୍ତ୍ରୀ ଆସିଲେ ତାଙ୍କୁ ଆପଣ ମାନେ ଏ ବିଷୟରେ ପ୍ରଶ୍ନ କରନ୍ତୁ। ରାଜ୍ୟ ସରକାର ୫-ଟିରେ ୮୦୦୦ ସ୍କୁଲର କରିଛନ୍ତି ରୂପାନ୍ତର।  ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ମିଶନ ଶକ୍ତି ମାଆ ମାନଙ୍କ ଦୁବାଇ ଗସ୍ତକୁ ଷଡଯନ୍ତ୍ର କରି ବନ୍ଦ କଲେ।  ମୁଖ୍ୟମନ୍ତ୍ରୀ ଆପଣଙ୍କ ସୁଖ ଦୁଃଖରେ ଅଛନ୍ତି, ଯୋଡି ଶଙ୍ଖରେ ଭୋଟ ଦେଇ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ।
ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ୩ ବାଇକ୍ ଆରୋହୀ ମୃତ, ୪ ବର୍ଷର ଶିଶୁ ଗୁରୁତର
ଉମରକୋଟ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ । ନବରଙ୍ଗପୁର ଠାରୁ ଉମରକୋଟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବକଡାବେଡା ନିକଟରେ ପିକଅପ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା ହେବ ଯୋଗୁଁ ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ୨ ଜଣ ପୁରୁଷ ଓ ଜଣେ ମହିଳା ୪ ବର୍ଷର ଶିଶୁକୁ ଧରି ଗୋଟିଏ ବାଇକରେ ଧୋଡ୍ରା ମଣ୍ଡେଇ ଦେଖି ଆସୁଥିଲେ । ଫେରିବା ସମୟରେ ଉମରକୋଟ ଥାନା ବକଡାବେଡା ନିକଟରେ ପିକଅପ ଭ୍ୟାନ ଓ ବାଇକଟି ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ତେବେ ବାଇକରେ ଥିବା ଶିଶୁଟି ଆହତ ହୋଇଥିଲା । ଶିଶୁକୁ ଉଦ୍ଧାର କରାଯାଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।
ଗଛରେ ଝୁଲୁଛି ୩ ଯୁବତୀଙ୍କ ମୃତଦେହ
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ତୋହରା ଗ୍ରାମ ଡଙ୍ଗରିଭଟ୍ଟାଠାରେ ତିନି ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ମୃତ ତିନି ଯୁବତୀ ହେଲେ ତୋହରା ଗ୍ରାମର ହେମଲତା ଗୌଡ଼ (୨୧), କୌଶଲ୍ୟା ମାଝୀ(୧୬), ଫୁଲମତି ମାଝୀ(୧୫) । ତିନିଜଣ ଯୁବତୀ ଗୋଟିଏ କୁସୁମ ଗଛରେ ନିଜ ନିଜ ଓଢ଼ଣୀରେ ଝୁଲୁଥିବା ଦେଖାଯାଇଛି । ତିନିଜଣ ଯୁବତୀ ଭଲ ବନ୍ଧୁ ହୋଇଥିବା ବେଳେ ସନ୍ଧ୍ୟାବେଳେ ସେମାନେ ଏକାଠି ଗାଁରେ ବୁଲୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ କେଉଁ କାରଣରୁ ତିନିଜଣ ଯୁବତୀ ଏକାଠି ଆତ୍ମହତ୍ୟା କରିଛନ୍ତି ନା କେହି ତିନିଜଣଙ୍କୁ ହତ୍ୟାକରି ଗଛରେ ଝୁଲାଇ ଦେଇଛନ୍ତି, ତାହା ସନ୍ଦେହ ଘେରରେ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।