Lingaraja Temple - The Sakala
ଭୁବନେଶ୍ବର: ଲିଙ୍ଗରାଜ ମହାଦୀପ ଉଠିଲା ବେଳେ ସେବାୟତ ଖସି ପଡିବା ଘଟଣା। ଏହି ଘଟଣାକୁ ନେଇ ଉଭୟ ବିଜେଡ଼ି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ନୂଆ ସରକାର ଆସିବା ଦିନ ଠାରୁ ଅଘଟଣ ହିଁ ଅଘଟଣ ଘଟି ଚାଲିଛି। ମହାପ୍ରଭୁ ବଳଭଦ୍ର ପଡ଼ି ଗଲେ। ସେ ସମୟରେ ବଲଭଦ୍ର ସଜାଗ କରିଥିଲେ। ହେଲେ ସରକାର କି ପ୍ରଶାସନ ସଜାଗ ହେଲେନି। ସରକାର ସବୁ ବିଭାଗ ଓ ନେତାଙ୍କୁ ନେଇ ସମୀକ୍ଷା କରିବା କଥା। ହେଲେ କରୁ ନାହାନ୍ତି। ଆମେ ବିରୋଧୀରେ ଥିବା ବିଧାୟକମାନଙ୍କୁ କୌଣସି କାର୍ଯ୍ୟକ୍ରମରେ ଡକା ଯାଉନି। ପୂର୍ବ ସରକାର ସମସ୍ତଙ୍କୁ ନେଇ ସମୀକ୍ଷା କରୁଥିଲା। ସମସ୍ତେ ମିଳିମିଶି କାମକୁ ସଫଳ କରିବାକୁ ଶପଥ ନେଉଥିଲେ। ଗତକାଲି ସେବାୟତ ପଡିଲେ ଓ ଭିଡ଼ ବି ନିୟନ୍ତ୍ରଣ ହୋଇ ପାରିଲା ନାହିଁ। ମହାଦୀପ ଉଠିବା ପୂର୍ବରୁ ମନ୍ଦିର ଉପରେ ମାଳମାଳ ସେବାୟତ କଣ କରୁଥିଲେ। VIP ପାସ ଦିଆଗଲା। ହେଲେ ଆମ ପରି ବିଧାୟକ ମାନଙ୍କୁ ନିମନ୍ତ୍ରଣ ନାହିଁ। ଠିକ ସମୟରେ ସରକାର ସଜାଗ ନ ହେଲେ ଆଗକୁ ଆହୁରି ଅଘଟଣ ଘଟି ପାରେ ବୋଲି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।
ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏହି ଅଘଟଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଲିଙ୍ଗରାଜ ଅଘଟଣରେ ଶ୍ୱତପତ୍ର ସରକାର ଜାରି କରନ୍ତୁ ବୋଲି ସେ କହିଛନ୍ତି। ସରକାର ଭଗବାନଙ୍କ ନାଆଁ ରେ ଭୋଟ ନେଉଛନ୍ତି। ହେଲେ ଭଗବାନ ପ୍ରତି ତାଙ୍କର ଭକ୍ତି ନାହିଁ । ପ୍ରଥମେ ବଡ ଠାକୁର ପଡିଗଲେ। ହେଲେ ଆଜି ଯାଏ ତାହା କେଉଁଥି ପାଇଁ ଘଟିଲା ଜଣା ନାହିଁ । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ପଡ଼ିଗଲା । କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା , ସରକାର କାହିଁକି ଯତ୍ନବାନ ହେଲେ ନାହିଁ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରଶ୍ନ କରିଛନ୍ତି।  ଏ ଘଟଣାରେ ସରକାର ଶ୍ୱତପତ୍ର ଜାରି କରନ୍ତୁ। ଓଡ଼ିଶା ଲୋକଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣା । ସରକାର ଏପରି ଚୁପ୍ ହୋଇ ବସିଗଲେ ଚଳିବ ନାହିଁ ବୋଲି ସେ କହିଛନ୍ତ।
ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଆହତ ସମର୍ଥା ସେବାୟତଙ୍କୁ ଭେଟିଛନ୍ତି ମେୟର ସୁଲୋଚନା ଦାଶ ଓ ସ୍ଥାନୀୟ କୋର୍ପରେଟର। ସେବାୟତଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଦୁର୍ଘଟଣା ସମ୍ପର୍କରେ ବୁଝିଥିଲେ। ମେୟର ଆହତ ସେବାୟତ ଯୋଗେନ୍ଦ୍ରଙ୍କ ସହ କଥା ହୋଇ ସ୍ଵାସ୍ଥ୍ୟ ସମ୍ପର୍କରେ ବୁଝିଛନ୍ତି ଯୋଗେନ୍ଦ୍ର କହିଛନ୍ତି ଯେ ୧୯୯୬ ମସିହାରୁ ମାସକୁ ୨ ଥର ଚତୁର୍ଦ୍ଦଶୀ ଓ ମହାଶିବରାତ୍ରୀ ରେ ସେ ଦେଉଳ ଉପରକୁ ଦୀପ ନେଇ ଯାଆନ୍ତି। ମନ୍ଦିର ଉପରକୁ ଯିବା ବେଳେ ସେଠି ଯେମିତି ଗୋଡ଼ ନ ଖସିବ ସେଥିପାଇଁ ବାଲି ପଡ଼େ। ହେଲେ ବାଲି ଏଥର ପ୍ରଶାସନ ପକାଇବାକୁ ଭୁଲି ଯାଇଛି। ଗୋଡ଼ରେ ଘିଅ ଲାଗିବା କାରଣରୁ ଉପରକୁ ଚଢିବା ବେଳେ ହଠାତ୍ ଗୋଡ ଖସିଗଲା। ଫଳରେ ସେ ଡେଇଁ ପଡ଼ିଲେ। ଯଦି ଖସି ଯାଇଥାନ୍ତେ ତେବେ ଆହୁରି ବଡ ଅଘଟଣ ହେଇଥାନ୍ତା। ସେ ଡେଇଁବା ବେଳେ ବାଲି ନ ଥିବାରୁ ଗଭୀର ଆଘାତ ଲାଗିଲା। ଯାହାର ତଦନ୍ତ ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।
ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ଟ୍ରାଫିକ୍‌ କଟକଣା ଜାରି, ପାର୍କିଂ ପାଇଁ ୧୨ ସ୍ଥାନ ଚିହ୍ନଟ
ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍‌ ପରିଚାଳନାକୁ ଗୁରୁତ୍ୱ ଦେଇଛି କମିସନରେଟ୍‌ ପୁଲିସ। ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନା ଲାଗି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଗାଡ଼ି ରଖିବା ପାଇଁ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଅନୁରୂପ ଭାବେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ମନ୍ଦିରକୁ ପୂରା ସିସିଟିଭିରେ ଛାଉଣୀ ସହ ସିସିଟିଭି ମନିଟରିଂ ଲାଗି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।
କେଉଁବାଟେ ଯିବେ….
ରଥ ରୋଡ୍‌ ଏବଂ ପୁନାମା ଗେଟ୍‌ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଦୁଇ ଓ ଚାରିଚକିଆ ଯାନବାହନ ବଢେ଼ଇବାଙ୍କଠାରୁ ଆଗକୁ ନ ଯାଇ ବି.ଏମ୍‌. ହାଇସ୍କୁଲ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ। ସେହି ସମୟରେ ରଥ ରୋଡ୍‌ ଦେଇ କୌଣସି ପ୍ରକାରର ଭାରୀଯାନ ଚଳାଚଳ କରିପାରିବେ ନାହିଁ।
କେଦାରଗୌରୀ ମନ୍ଦିର ପଟୁ ଓ ସାନିଟାରିୟମ୍‌ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ କୋଟିତୀର୍ଥ ଗଳି ଦେଇ କଚେରି ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ୍‌ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ। ଏଥିନିମନ୍ତେ କୋଟି ତୀର୍ଥ ଗଳିଠାରୁ ସିଦ୍ଧିମଣ୍ଡପ ଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହନ ଚଳାଚଳ ନିମନ୍ତେ ୱାନ୍‌ ୱେ କରାଯାଇଛି।
ସାମନ୍ତରାପୁର ଛକ ପଟୁ ଆସୁଥିବା ଯାନବାହନଗୁଡ଼ିକ ଶ୍ରୀରାମ ନଗର ଓ ସବ୍‌ଷ୍ଟେସନ ଛକ ଦେଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାଶ୍ୱର୍ରେ ଏବଂ ତରଙ୍ଗ କ୍ଲବ୍‌ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ।
କେଉଟ ସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ସବ୍‌ଷ୍ଟେସନ୍‌ ଛକ ଦେଇ ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡ଼ି ରଖିପାରିବେ।
ତାରା ସୁନ୍ଦରୀ ରାସ୍ତାରେ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ବଢେ଼ଇବାଙ୍କ ଛକ ପରେ ଆଗକୁ ଯିବାକୁ ଦିଆଯିବନାହିଁ। ସେମାନେ ମ୍ୟୁନିସିପାଲିଟି ହସ୍ପିଟାଲ୍‌ କିମ୍ବା ବି.ଏମ୍‌. ହାଇସ୍କୁଲ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।
ରାମକୃଷ୍ଣ ମଠ ଦେଇ ମାଉସୀ ମା’ ଛକ ପଟୁ/କଳ୍ପନା ସାନିଟାରିୟମ୍‌ ଛକ ପର୍ଯ୍ୟନ୍ତ ଯିବାକୁ ଦିଆଯିବ ଏବଂ ଷ୍ଟାଣ୍ଡରେ ପାର୍କିଂ କରିପାରିବେ। ଛକ ପଟୁ ଆସୁଥିବା ସମସ୍ତ ବସ୍‌/ଭାରୀଯାନ/ କାର୍‌ଗୁଡ଼ିକ ସେମାନେ ସାନିଟାରିୟମ୍‌ ଛକ ପାଖରେ ଥିବା ନୂଆ ବସ୍‌ଷ୍ଟାଣ୍ଡ୍‌ରେ ପାର୍କିଂ କରିପାରିବେ।
ଆମନ୍ତ୍ରିତ ଅତିଥି ଓ ସରକାରୀ କର୍ମଚାରୀଙ୍କ ଯାନବାହନ ରଥ ରୋଡ୍‌ରେ ଆସି ବଢେ଼ଇବାଙ୍କ ଛକଠାରୁ ମ୍ୟୁନିସପାଲିଟି ହସ୍ପିଟାଲ୍‌ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥାନକୁ ଯାଇପାରିବେ।
କେଉଁଠି କିଏ ପାର୍କିଂ କରିବେ
ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସରେ ଚାରିଚକିଆ ଯାନ ପାର୍କିଂ କରିବେ।
ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସର ଉତ୍ତର ପାଶ୍ୱର୍ରେ କାର୍‌ ଓ ଚାରିଚକିଆ ପାର୍କିଂ କରିବେ।
ସାନିଟାରିୟମ୍‌ ଛକ ପାଖରେ ଥିବା ନୂଆ ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ ଓ କାର୍‌ ପାର୍କିଂ କରିବେ।
କୋଟିତୀର୍ଥ ଲେନ୍‌ଠାରୁ କଚେରି ପିଣ୍ଡି ଛକ (ତରଙ୍ଗ କ୍ଲବ୍‌ ପଛପଟ)ରେ ଦୁଇଚକିଆ ଯାନବାହନ ପାର୍କିଂ କରିବେ।
ବିଏମ୍‌ସି ହସ୍ପିଟାଲର ଉତ୍ତର ପାଶ୍ୱର୍ରେ ଏବଂ ପାପନାଶିନୀ ପୋଖରୀ ପାଖ ଓ ବିଏମ୍‌ସି ହାଇସ୍କୁଲ ଉତ୍ତର ପାଶ୍ୱର୍ରେ ସରକାରୀ ଯାନବାହନ ପାର୍କିଂ କରିବେ।
ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଗେଟ୍‌ ସାମ୍‌ନା ପଟେ ଭିଆଇପି ପାର୍କିଂ କରିବେ।
ବିଏମ୍‌ ହାଇସ୍କୁଲ ପଡ଼ିଆରେ ଚାରି ଓ ଦୁଇଚକିଆ ଯାନ ପାର୍କିଂ କରିବେ।
ଲିଙ୍ଗରାଜ ହାଟର ସାମ୍‌ନା ପାର୍ଶ୍ବ ଓବିଭ୍ୟାନ୍‌ ଓ ପଶ୍ଚିମପଟେ ମିଡିଆର ଦୁଇ ଓ ଚାରି ଚକିଆ ଯାନ ପାର୍କିଂ କରିବେ।
ଲିଙ୍ଗରାଜ ମନ୍ଦିର ଦକ୍ଷିଣ ପଟେ ଡ୍ୟୁଟି ନିମନ୍ତେ ନିୟୋଜିତ ସରକାରୀ ଯାନ ପାର୍କିଂ ଓ ଦକ୍ଷିଣ-ପୂର୍ବ କୋଣରେ ସେବାୟତ ଓ କଳାକାରମାନେ ପାର୍କିଂ କରିବେ।
ତୁଟିଲା ଲିଙ୍ଗରାଜଙ୍କ ନୀତିକାନ୍ତି ବିବାଦ
ଭୁୂବନେଶ୍ବର: ତୁଟିଲା ଲିଙ୍ଗରାଜଙ୍କ ନୀତିକାନ୍ତି ବିବାଦ । ବର୍ତ୍ତମାନ ଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେବ । ବୈଠକ ପରେ  ଏ ନେଇ ସୂଚନା ଦେଇଛନ୍ତ ଜିଲ୍ଲାପାଳ ଚଞ୍ଚଳ ରାଣା । ଯେଉଁମାନେ ବିଶୃଙ୍ଖଳା କରିଥିଲେ କାର୍ଯ୍ୟାନୁଷ୍ଠାନ ହେବ । ୨୪ ଘଣ୍ଟା ମଧ୍ୟରେ ADM ତଦନ୍ତ କରି ରିପୋର୍ଟ ଦେବେ । ରିପୋର୍ଟ ମିଳିବା ପରେ ସେମାନଙ୍କୁ ସୋ କଜ୍‌ ନୋଟିସ୍‌ ହେବ । ଅତି କମ୍‌ରେ ବିଶୃଙ୍ଖଳାକାରୀଙ୍କୁ ସେବା ପୂଜାରୁ ସସ୍‌ପେଣ୍ଡ୍‌ କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଅଧକ୍ଷତରେ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ଆଜି ବୈଠକ ବସିଥିଲା। ଏହି ବୈଠକରେ ଟ୍ରଷ୍ଟ ବୋର୍ଡ଼ର ସମସ୍ତ ନିଯୋଗକଙ୍କ ଉପସ୍ଥିତ ସହ ଜୋନ୍ ଏସିପି ଓ ମନ୍ଦିର ପ୍ରଶାସନ ଉପସ୍ଥିତ ଥିଲେ।
ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭିଡିଓ ଭାଇରାଲ ଘଟଣା । ସମ୍ପୃକ୍ତ ସେବାୟତଙ୍କୁ ଜାରିହେବ କାରଣ ଦର୍ଶାଅ ନୋଟିସ । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ହେବ ନୋଟିସ । ଉତ୍ତର ମିଳିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସେବାୟତ ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ ଜାରି ହେବ ନୋଟିସ୍। ଶିଳ୍ପାଙ୍କ ସହ ଭିଡିଓରେ ରହିଛନ୍ତି ସଂପୃକ୍ତ ସେବାୟତ। ଟ୍ରଷ୍ଟବୋର୍ଡ ବୈଠକରେ ଏ ନେଇ ଆଲୋଚନା ହେବ ।  ଏଣିକି ସିଂହଦ୍ବାର ନିକଟରେ ହେବ କଡା ଚେକିଂ । ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ କଡା ଚେକିଂ ହେବ। ସେବାୟତମାନେ ମଧ୍ୟ ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ ପ୍ରସ୍ତାବ ଦିଆଯିବ।  ଏ ନେଇ ସୂଚନା ଦେଇଛନ୍ତି ମନ୍ଦିର ପରିଚାଳନା ଅଧିକାରୀ ରୂଦ୍ରନାରାୟଣ  ମହାନ୍ତି।
ସୂଚନା ଅନୁଯାୟୀ, ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଫଟୋ ଓ ଭିଡିଓ ସୁଟିଂ କରି ବିବାଦରେ ରହିଥିଲେ ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶିଳ୍ପା ଗତକାଲି ସଂଧ୍ୟାରେ ଭୁବନେଶ୍ବର ଆସିଥିବା ବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ। ମନ୍ଦିର ଭିତରକୁ ମୋବାଇଲ୍‌ ଓ କ୍ୟାମେରା ନେବାକୁ ବାରଣ ଥିଲେ ହେଁ ସେଠାରେ ଶିଳ୍ପାଙ୍କ ଫଟୋ ଉତ୍ତୋଳନ କରାଯିବା ସହ ଭିଡିଓ କରାଯାଇଥିଲା। ତେବେ ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍‌ ହେବା ପରେ ବିବାଦ ଦେଖାଦେଇଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କମହଲ‌ରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସେମାନଙ୍କ କହିବା କଥା, ଶିଳ୍ପା ବାହାର ରାଜ୍ୟର ହୋଇଥିବାରୁ ସେ ହୁଏତ ଏ କଟକଣା ସଂପର୍କ‌ରେ ଜାଣି ନଥିବେ। କିନ୍ତୁ ମନ୍ଦିରର ସୁରକ୍ଷା ଦାୟିତ୍ବ‌ରେ ଥିବା ପୁଲିସ୍‌ ଓ ମନ୍ଦିର ପ୍ରଶାସନ କ’ଣ କରୁଥିଲା। ଏନେଇ ତାଙ୍କୁ କାହିଁକି ବାରଣ କରାଗଲା ନାହିଁ। ବାରଣ ତ ଦୂରର କଥା, ମନ୍ଦିର ଭିତରକୁ ମୋବାଇଲ୍‌ ବା କ୍ୟାମେରା ଯିବା ବେଳେ ତାହା କାହିଁକି ଯାଞ୍ଚ କରାଗଲା ନାହିଁ। ଖାଲି ସେତିକି ନୁହେଁ, ଫଟୋ ଓ ଭିଡିଓରେ ଶିଳ୍ପାଙ୍କ ସହ ଜଣେ ସେବାୟତ ନଜର ଆସୁଛନ୍ତି। ସେ ଶିଳ୍ପାଙ୍କୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମନ୍ଦିର ସଂପର୍କରେ ସୂଚନା ଦେଉଛନ୍ତି। ତେବେ ସଂପୃକ୍ତ ସେବାୟତଜଣଙ୍କ କ’ଣ ମନ୍ଦିରର ଏହି କଟକଣା ସଂପର୍କରେ ଜାଣିନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ଏହି ଗୋଟିଏ ଘଟଣା ନୁହେଁ, ଅତୀତରେ ମଧ୍ୟ ଅନେକଥର ଶ୍ରୀଲିଙ୍ଗରାଜ ମନ୍ଦିରର ଫଟୋ ଭାଇରାଲ ହେବାର ନଜିର ରହିଛି।
ଦିନକ ପରେ ଶ୍ରାବଣ ସୋମବାର, ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ କାଉଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର: ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ଜଳଲାଗି କରିବାକୁ କାଉଡ଼ିଆମାନେ ପ୍ରସ୍ତୁତ ହେଲେଣି। ହଜାର ହଜାର କାଉଡ଼ିଆଙ୍କୁ ଦୃଷ୍ଟିରେ ରଖି ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ଏଏସ୍‌‌ଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜଧାନୀସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ଚିନ୍ତାମଣିଶ୍ୱର ମନ୍ଦିର ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପୂର୍ବରାତି ଅର୍ଥାତ୍‌‌ ରବିବାର ରାତି ୩ ଟାରେ ମନ୍ଦିର ପହଡ଼ ଖୋଲିବାପରେ ସାଢ଼େ ୩ ଟାରେ ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳଆଳତି ଓ ଅବକାଶ ନୀତି ସମ୍ପାଦନ ପରେ ଭୋଗ ୪ ଟାରେ ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ଆରମ୍ଭ ହେବ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌‌ର ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଧାଡ଼ିରେ କାଉଡ଼ିଆମାନେ ଛିଡ଼ା ହୋଇ କିଭଳି ଶୃଙ୍ଖଳିତ ଭାବରେ ଜଳଲାଗି କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାଉଡ଼ିଆ ଶ୍ରୀଲିଙ୍ଗରାଜଙ୍କ ନିକଟରେ ଜଳ ଲାଗି କରିବାକୁ ଗଙ୍ଗାଯମୁନା ମନ୍ଦିର ରାସ୍ତାଦେଇ ଲିଙ୍ଗରାଜ ପ୍ଲାଜା ଭିତରେ ପଶି ସିଂହଦ୍ୱାର, ସିଂହଦ୍ୱାର ପାଖରୁ ଆଡ଼କାଠ ନିକଟକୁ ଯିବାର ବ୍ୟବସ୍ଥା ହୋଇଛି। ଗର୍ଭଗୃହ ମଧ୍ୟକୁ ପ୍ରବେଶ ନିଷେଧ ଥିବାବେଳେ ଆଡ଼କାଠ ନିକଟରେ ରହିଥିବା ଲୋଧାରେ ପାଣି ଢାଳିବେ।
କାଉଡ଼ିଆମାନେ ଜଳଲାଗି କରିବା ପରେ ଲିଙ୍ଗରାଜଙ୍କ ଦର୍ଶନ କରି ପାରିବେ। ଶାନ୍ତଶୃଙ୍ଖଳା ନିମନ୍ତେ ମନ୍ଦିର ବାହାରେ ପୁଲିସ୍‌‌ ଫୋର୍ସ ମୁତୟନ ହେବା ସାଙ୍ଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିବେ। ସେହିପରି ମନ୍ଦିର ଭିତରେ ପତ୍ର, ଫୁଲ, କଳସୀ ଆଦି ସଫା କରିବା ପାଇଁ ଏଏସ୍‌‌ଆଇ ପକ୍ଷରୁ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ମୁତୟନ କରାଯିବ। ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିରକୁ ଛୁରି, ପଲିଥିନ୍‌‌ ଓ ପ୍ଲାଷ୍ଟିକ୍‌‌ ସାମଗ୍ରୀ ବାରଣ କରାଯିବା ସାଙ୍ଗକୁ ଜଳଲାଗି ସମୟରେ ପାନ, ଗୁଟ୍‌‌ଖା, ମାଦକ ଦ୍ରବ୍ୟ ସେବନକରି ମନ୍ଦିର ଭିତରକୁ ଯିବା ଉପରେ କଟକଣା ରହିଛି। ଜଳଲାଗି ସରିବା ପରେ ଉତ୍ତରଦ୍ୱାର ଦେଇ ମନ୍ଦିର ବାହାରକୁ ପ୍ରସ୍ଥାନ କରିବାର ବ୍ୟବସ୍ଥା ହୋଇଛି। ତେବେ କାଉଡ଼ିଆଙ୍କ ପାଇଁ ମନ୍ଦିର ନିକଟରେ ଅସ୍ଥାୟୀ ରହଣିସ୍ଥଳର ବ୍ୟବସ୍ଥା କରାଯାଇଛି। ସେହିପରି ମେଘେଶ୍ୱର, ବ୍ରହ୍ମେଶ୍ୱର ମନ୍ଦିରକୁ ମଧ୍ୟ ଭକ୍ତ ଦର୍ଶନ ପାଇଁ ଯାଇପାରିବେ। କାଉଡ଼ିଆମାନେ କଟକ ଗଡ଼ଗଡ଼ିଆ ଘାଟ, ଦୟା ନଦୀ ଘାଟ, ମେଘେଶ୍ୱର ପୁଷ୍କରିଣୀ ଓ ବିନ୍ଦୁସାଗରରୁ ପାଣି ନେଇ ଜଳଲାଗି କରିଥାନ୍ତି। ରାଜଧାନୀର ଅନ୍ୟ ଶୈବ ପୀଠରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗଡ଼ିଲା ରଥ
ଭୁବନେଶ୍ୱର: ଆଜି ରୁକୁଣା ରଥଯାତ୍ରା ଓ ପବିତ୍ର ଅଶୋକାଷ୍ଟମୀ। ଆରମ୍ଭ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା। ପୁଲିସ ଓ ସ୍ବେଚ୍ଛାସେବୀଙ୍କ କର୍ଡନରେ ରଥଟଣା ଆରମ୍ଭ ହୋଇଛି। ରଥଟଣାରେ ହଜାର ହଜାର ଶ୍ରାଦ୍ଧାଳୁ ସାମିଲ ହୋଇଛନ୍ତି। ନୀତିକାନ୍ତିରେ ସାମାନ୍ୟ ବିଳିମ୍ବ ହୋଇଛି। ଅପରାହ୍ଣ ୩ଟା ସୁଦ୍ଧା ରଥଟଣା ଆରମ୍ଭ ହେବାର ଥିଲା ହେଲେ ସାମାନ୍ୟ ବଳିମ୍ବରେ ରଥ ଟଣା ଆରମ୍ଭ ହୋଇଛି। ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି।
ମହାପ୍ରଭୁ ରଥାରୂଢ଼ ହେବା ପରେ ଅପରାହ୍ଣ ଚକ ପୂଜା, ଚାରି ଦ୍ୱାର ପୂଜା, ନେତ ପୂଜା, ଅଶ୍ୱ ପୂଜା ଓ ବ୍ରହ୍ମ ପୂଜା ଆଦି ନୀତି କରାଯାଇଥିଲା। ରଥ ଉପର ନୀତି ଶେଷ ପରେ ରଥ ଟଣା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ମହାପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିର ଅଧିଷ୍ଠିତ ହେବେ। ମହାପ୍ରଭୁଙ୍କର ଏହି ଯାତ୍ରା ୫ ଦିନିଆ ହୋଇଥାଏ।
ରୁକୁଣା ରଥ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିତିନିର୍ଘଣ୍ଟ ଜାରି କରାଯାଇଛି। ସାଢ଼େ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ରହିବ। ତା’ରି ଭିତରେ ସାଢ଼େ ୮ଟାରେ ରୋଷହୋମ ଓ ପାକକାର୍ଯ୍ୟ ହେବ। ସାଢ଼େ ୯ଟାରୁ ୧୦ଟା ଯାଏଁ ଛାମୁ ପରିଷ୍କାର ହେବ। ସକାଳ ୧୦ଟାରୁ ସାଢ଼େ ୧୦ଟା ଭିତରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ନୀତି ସମ୍ପନ୍ନ ହେବ।
ରାତି ପାହିଲେ ମହାଶିବରାତ୍ରି: ଜାଣନ୍ତୁ ବାବା ଲିଙ୍ଗରାଜଙ୍କ ମନ୍ଦିରର ନୀତିକାନ୍ତି ସମୟ
ଭୁବନେଶ୍ୱର: ରାତି ପାହିଲେ ମହାଶିବରାତ୍ରି। ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର। ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର । ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ। ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ। ଭୋର ୩ଟା ୩୦ରୁ ଦିନ ୧୧ଟା ଯାଏଁ ସାହାଣମେଲା ଦର୍ଶନ। ଏହାପରେ ଅନ୍ୟାନ୍ୟ ନୀତି କରାଯାଇ ଶେଷରେ ରାତି ରାତି ୧୦ରୁ ୧୧ଟା ଭିତରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି ।
ଶ୍ରୀଲିଙ୍ଗରାଜ ଓ କପିଳେଶ୍ଵରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ମାର୍ଗଦର୍ଶିକା ଜାରିକରିଛି। ଅତିରିକ୍ତ କମିସନରଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ସେହିପରି ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ୨ ମନ୍ଦିରର ନୋଡାଲ୍ ଅଫିସର ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ୩ଟି ସିଫ୍ଟରେ ପୂରା ଏକାମ୍ର କ୍ଷେତ୍ରରେ ସଫେଇ କରାଯିବ । ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ଵର ମନ୍ଦିର ଅଞ୍ଚଳରେ ଅତିରିକ୍ତ ସଫେଇକର୍ମୀ ନିୟୋଜିତ କରିବାକୁ ବିଏମ୍ସି ଘରୋଇ ସଫେଇ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି । ସେହିପରି ବିନ୍ଦୁସାଗର ଘାଟ ସଫା କରିବାକୁ ସଫେଇ ସଂସ୍ଥାକୁ କୁହାଯାଇଥିବାବେଳେ ଆଜି ସୁଦ୍ଧା ସଫେଇ ଶେଷ କରିବାକୁ କୁହାଯାଇଛି। ବିନ୍ଦୁସାଗରର ଆଲୋକୀକରଣ କରିବାକୁ ମୁଖ୍ୟ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିର ଚାରିପଟେ ଲିଚୁ ମାଳ ପକାଯାଇ ସୌନ୍ଦର୍ୟ୍ୟକରଣ କରାଯାଉଛି।
ଏଥିଲାଗି ବିଏମସିର ଇଲେକ୍ଟ୍ରିକାଲ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ମେୟରଙ୍କ ନିର୍ଦ୍ଦେଶ ମୁତାବକ ୪୦ ହଜାର ଟଙ୍କା ବ୍ୟୟରେ ମନ୍ଦିର ମୁଖଶାଳାର ସୌନ୍ଦର୍ୟ୍ୟକରଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଖାଲି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନୁହେଁ ବରଂ ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମନ୍ଦିର ପଚେରି, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ସୌନ୍ଦର୍ୟ୍ୟକରଣ କରାଯିବ। ମେକାନିକାଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ୨ଟି ପାଣି ଟ୍ୟାଙ୍କର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଏକ ଭ୍ରାମ୍ୟମାଣ ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୯ ତାରିଖ ସକାଳ ଯାଏଁ ୩ ସିଫ୍ଟରେ ସ୍ବଚ୍ଛତା କର୍ମୀଙ୍କୁ ନିୟୋଜିତ କରାଯିବ, ଯେଉଁମାନେ କି ନିୟମିତ ଭ୍ରାମ୍ୟମାଣ ଶୌଚାଳୟକୁ ସଫା ରଖିବେ । ମେଡିସିନ୍, ଆମ୍ବୁଲାନ୍ସ ଓ ଫାଷ୍ଟଏଡ କିଟ୍ ମହଜୁଦ ରଖିବାକୁ ବିଏମସି ହସ୍ପିଟାଲକୁ ନିର୍ଦ୍ଦେଶ ମିଳିଛି । ଜୋନାଲ ଡେପୁଟି କମିସନର ନିୟମିତ କ୍ଷେତ୍ରସ୍ତରୀୟ ଯାଞ୍ଚ କରିବେ।
ରାତି ପାହିଲେ ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ବର: ରାତି ପାହିଲେ ଜାଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ପୁଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିବେ। ୩ ଟାରୁ ସିଂହ ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଗଙ୍ଗା ଜମୁନା ଛକରୁ ବ୍ୟାରିକେଡ ବ୍ୟବସ୍ଥା। ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି। ପକେଟମାର, ଛିନତାଇ ଉପରେ ସିସିଟିଭି ନଜର ରଖିବ।
ଜାଗର ପାଇଁ ଟ୍ରାଫିକ କଟକଣା ରହିଛି। ଏସଓଜି ମୁତୟନ ହେବେ। ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୁଲିସ। ୫ଜଣ ଆଡସିନାଲ ୧୧ ଏସପି । ୧୯ ଆଇଆଇସି ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଳାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ। ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ୨ /୩ଟି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଗ୍ୟାଙ୍ଗରେ ନାବାଳକ ଏବଂ ମହିଳା ଅଛନ୍ତି। ସେମାନେ ପର୍ସ ପକେଟମାର ସହ ସୁନା ଗହଣା ଛିନତାଇ କରିବାର ସମ୍ଭାବନା ରହିଛି। ସେମାନଙ୍କ ପାଇଁ ସାଧାପୋଷାକରେ ପୁଲିସ ମୁତୟନ କରାଯାଇଛି। ମନ୍ଦିର ସମ୍ମୁଖ ରାସ୍ତାରେ ଓ୍ବାନ ଓ୍ବେ କରାଯାଇଛି। ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି। ଭୁବନେଶ୍ୱରର ଅନ୍ୟ ୧୦ ଟି ମନ୍ଦିରରେ ମଧ୍ୟ ପୁଲିସ ମୁତୟନ ହୋଇଛନ୍ତି। ପୁଲିସ ଏବଂ ମନ୍ଦିର ପ୍ରଶାସନ ମିଳିତ ଭାବେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି।
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାଦେବଙ୍କ ଦର୍ଶନ ସହ ଜଳାଭିଷେକ କଲେ ମହାମହିମ
ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାଦେବଙ୍କ ଦର୍ଶନ ସହ ଜଳାଭିଷେକ ମଧ୍ୟ କରିଛନ୍ତି । ପ୍ରାୟ ୪୦ ମିନିଟ ଧରି ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି । ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି। ବିନ୍ଦୁସାଗର ଦେଇ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ। ମନ୍ଦିର ପରିସରରେ ଥିବା ସିଦ୍ଧି ବିନାୟକ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ। ତାପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଗର୍ଭଗୃହରେ ଜଳାଭିଷେକ କରିଥିଲେ।
ମହାମହିମଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ନିଯୋଗ ସମ୍ପାଦକ । ସିଦ୍ଧ ଗଣେଶଙ୍କ ନିକଟରେ ପୂଜା ପରେ ଗର୍ଭଗୃହ ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନରେ ସହାୟତା କରିଥିଲେ । ଏହି ସମୟରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ଭେଟି ଦେଇଥିଲେ ସେବାୟତ ।
ବନ୍ଦ ହେଲା ବର୍ଷବର୍ଷର ପରମ୍ପରା: ଅଟକିଲା ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ,ସେବାୟତଙ୍କ ଜିଦ୍ ପାଇଁ ୪୪ ଦିନ ନୀତିକାନ୍ତି ବନ୍ଦ
ଭୁବନେଶ୍ୱର: ବନ୍ଦ ହେଲା ବର୍ଷ ବର୍ଷର ପରମ୍ପରା । ଶିବ ବିବାହ ପରମ୍ପରାରେ ଲାଗିଲା କଳା ଦାଗ। ଅଟକିଲା ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ । କପିଳେଶ୍ବରଙ୍କ ଆଗମନ ନେଇ ଆଗରୁ ରହିଥିଲା ବିବାଦ। ଏହି ମାମଲା କୋର୍ଟରେ ବିଚାରଧିନ ରହିଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ୟ୍ୟକାରୀ ନେଇ ଜିଦରେ ଅଟଳ ଥିଲେ ଲିଙ୍ଗରାଜଙ୍କ ସେବାୟତ। ବିବାଦ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ଦେବ ବିବାହ କାର୍ଯ୍ଯ ସମାପନ୍ନ ହୋଇ ପାରିନାହିଁ । ଯେଉଁଥିପାଇଁ ୪୪ ଦିନ ପର୍ଯ୍ଯନ୍ତ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ହେବାନେଇ ସୂଚନା ମିଳିଛି ।
ମିଳିଥିବା ସୂଚନା ମୁତାବକ କପିଳେଶ୍ୱରଙ୍କ ସେବା ପାଇଁ ଦୁଇ ସେବାୟତ ସମୁହ ମଧ୍ୟରେ ରହିଥିଲା ବିବାଦ । ମଲିଆ ସେବାୟତ ନୁହେଁ ଖୁଣ୍ଟିଆ ସେବାୟତ କପିଳେଶ୍ବରଙ୍କ ନୀତିକାନ୍ତି କରିବାକୁ ହୋଇଥିଲା ଦାବି। ବ୍ରାହ୍ମଣ ଏବଂ ପୂଜାପଣ୍ଡା ନିଯୋଗର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତଥାପି ଏହି ମାମଲାରେ ପଡି ପାରିନଥିଲା ପୂର୍ଣ୍ଣଛେଦ। ଯେଉଁଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ହୋଇପାରିନାହିଁ ।
ଭୁବନେଶ୍ୱର: ଆଜି ନେତ୍ର ଉତ୍ସବ । ପ୍ରତିଷ୍ଠା ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦ ତାରିଖଠାରୁ ରଥଖଳାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଦଶପଲ୍ଲାରୁ ରଥ କାଠ ଆସିବା ପରେ ୫୫ ଜଣ ମହାରଣା ସେବାୟତ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ଆସନ୍ତାକାଲି ଗଡ଼ିବ ବାବାଙ୍କ ଅଣଲେଉଟା ରୁକୁଣା ରଥ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।
ଆସନ୍ତାକାଲି ଆଶୋକାଷ୍ଟମୀରେ ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ନ ସାଢ଼େ ୩ଟାରେ ରଥଟଣା । ୫ ଦିନ ବ୍ୟାପୀ ହେବାକୁ ଥିବା ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ହେବ ବାହୁଡ଼ା । ଦୁଇବର୍ଷ ପରେ ରୁକୁଣା ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ମିଳିବ ରଥ ଟାଣିବାର ସୁଯୋଗ । କରୋନା କଟକଣା ଯୋଗୁଁ ୨୦୨୦ରେ ଶେଷ ମୂହୁର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା । ଚଳିତ ବର୍ଷ ଭକ୍ତ ସାମିଲ ହେବାକୁ ଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା । ୩୬ପାଳିଆ ସେବାୟତଙ୍କ ଦ୍ୱାରା ରୁକୁଣା ରଥର ନୀତିକାନ୍ତି ସମାପନ ହେବ। ଚଳିତବର୍ଷ ଭକ୍ତଙ୍କୁ ନେଇ ରଥଯାତ୍ରା ହେଉଥିବାରୁ ଶୃଙ୍ଖଳିତଭାବେ ରଥ ସମାପନ ପାଇଁ ବିଧିବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବା ଲାଗି ୧୭ ପ୍ଲାଟୁନ ଫୋର୍ସ ସହ ୧୦୦ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।
କେଉଁବାଟେ ଯିବେ
କୌଣସି ଯାନବାହନ ମାଉସୀ ମା’ ଛକ ଠାରୁ ରଥରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ। ସବୁ ଗାଡ଼ିଗୁଡିକ ମାଉସୀ ମା’ ଛକ ଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବ।
ରଥରୋଡର ବାରିକ ସାହି ଗଳି, ମହାରଣା ସାହି ଗଳି, ଗୋସାଗରେଶ୍ୱର ଛକ ଗଳି, ଶୀତଳ ଷଷ୍ଠୀ ଛକ ଗଳି, ତିନିମୁଣ୍ଡିଆ ଛକ ଗଳି, ହରଚଣ୍ଡି ଗଳି, ମୁନା ମେଡିକାଲ ଗଳି, ପୁନମା ଗେଟ୍‍ ଗଳି ପଟୁ ଏବଂ ଅନ୍ୟ ସାହି ରାସ୍ତା ଅଥବା ଗଳି ରାସ୍ତା ଯାହାକି ରଥରୋଡ ସହ ସଂଯୋଗୀକରଣ କରାଯାଇଛି। ସେହି ରାସ୍ତା ଅଥବା ଗଳିରୁ କୌଣସି ଯାନବାହନ ରଥରୋଡରେ ଯିବା ଆସିବା କରିପାରିବ ନାହିଁ।
ରଥଖଳା ଠାରୁ ରଥରୋଡରେ କୌଣସି ଯାନବାହନକୁ ଯିବା ଆସିବା କରିବା ଲାଗି ଅନୁମତି ଦିଆଯିବନାହିଁ। ସେଗୁଡ଼ିକ ବାଟ ମହାଦେବ ମନ୍ଦିର ପଟୁ ବିଏମ୍‍ସି କମ୍ପେ୍ଲକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯିବା ଆସିବା କରିପାରିବ ନାହିଁ।
ଲିଙ୍ଗରାଜ ମନ୍ଦିରର ଜାଗର ଯାତ୍ରା: ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ୱର: ଆସନ୍ତାକାଲି ଜାଗର ଯାତ୍ରା । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର। ମନ୍ଦିର ସୌନ୍ଦର୍ଯ୍ଯକରଣ ସହ ମନ୍ଦିର ଚତୁର୍ପାର୍ଶ୍ଵରେ ଥିବା ଛୋଟ ବଡ଼ ମନ୍ଦିର ଅଲୋକୀକରଣ କରିଛି ବିଏମସି। ସେହିଭଳି ଟ୍ରାଫିକ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପୁଲିସ ପ୍ରଶାସନ ପକ୍ଷରୁ କରାଯାଇଛି। ରାତିରେ ସାମାଜିକ ଦୂରତା ରକ୍ଷା କରି ଦୀପ ଜାଳିବେ କିଭଳି ସେ ନେଇ ମଧ୍ୟ ପୁଲିସ ଓ ମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି। ଚିହ୍ନଟ ହୋଇଥିବା ସ୍ୱତନ୍ତ୍ର ସ୍ଥାନରେ କେବଳ ଜାଗର ଜାଳିପାରିବେ ଭକ୍ତ। ଏଥିସହ ପାନୀୟଜଳ, ଶୌଚାଳୟ ଓ ସ୍ୱଚ୍ଛତା ବ୍ୟବସ୍ଥା କରିଛି ବିଏମସି।
ବାବା ଲିଙ୍ଗରାଜଙ୍କ ନୀତିକାନ୍ତି  ଓ ମହାଦୀପ କେତେ ବେଳେ ଉଠିବ ତାହାର ଚୂଡ଼ାନ୍ତ ଚିଠା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି। ସକାଳ ୫ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ। ଆଡ଼କାଠରୁ ଭକ୍ତ କରିବେ ଦର୍ଶନ, କୋଭିଡ କଟକଣାରେ ଜାଗର ଜାଳିବା ଉପରେ ଗୁରୁତ୍ୱ। ରାତି ୧୦ଟା ରେ ଉଠିବ ମହାଦୀପ।
ସୂଚନା ଅନୁଯାୟୀ, ଆସନ୍ତାକାଲି ରାତି ୩ଟାରୁ ଖୋଲିବ ମନ୍ଦିର ମୁଖ୍ୟଦ୍ୱାର। ୩.୩୦ରେ ମଙ୍ଗଳ ଆଳତି ପରେ ଆରମ୍ଭ ହେବ ଅବକାଶ ନୀତି। ଏହା ପରେ ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ। ନିୟମ ଅନୁଯାୟୀ ଗର୍ଭଗୃହ ଦର୍ଶନ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରିବେ। ମନ୍ଦିର ଚତୁର୍ପାର୍ଶ୍ଵରେ ବ୍ୟାରିକେଡ ହୋଇଛି। ଧାଡ଼ି ବାନ୍ଧି ମନ୍ଦିର ସିଂହ ଦ୍ଵାର ଦେଇ ପ୍ରବେଶ କରିବେ ଭକ୍ତ। ନାଟ୍ୟ ମଣ୍ଡପରେ କରିପାରିବେ ଭୋଗରାଜ। ଉତ୍ତର ଦ୍ୱାର ଦେଇ ପ୍ରବେଶ କରିବେ ସେବାୟତ ଓ ତାଙ୍କ ପରିବାର ବର୍ଗ।