Sri Lanka crisis - The Sakala
ଦେଶ ଛାଡି ପାରିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ, ଦୁଇଭାଇଙ୍କ ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ
କଲମ୍ବୋ : ଶ୍ରୀଲଙ୍କାରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଜୋରଦାର ଝଟକା ଲାଗିଛି। ରାଷ୍ଟ୍ରପତି ଥିବା ଗୋଟାବାୟା ରାଜପକ୍ଷେ ଦେଶଛାଡି ଯିବା ପରେ ଏବେ ରାଜପେକ୍ଷ ପରିବାର ଉପରେ କଠୋର ହୋଇଛି ଶ୍ରୀଲଙ୍କା ସୁପ୍ରିମକୋର୍ଟ। ସେ ପଦ ଛାଡ଼ିଥିଲେ ମଧ୍ୟ ଦେଶ ବାହାରକୁ ଯାଇ ପାରିବେ ନାହିଁ। ସେହିପରି ତାଙ୍କ ଭାଇ ପାଇଁ ତଥା ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷ ମଧ୍ୟ ଶ୍ରୀଲଙ୍କା ଛାଡ଼ି ଅନ୍ୟତ୍ର ଯାଇ ପାରିବେନି। ଆଜି ସୁପ୍ରିମକୋର୍ଟ ଦୁଇ ଭ୍ରାତାଙ୍କ ଦେଶ ଛାଡ଼ିବା ଉପରେ ଏପରି ରୋକ ଲଗାଇଛନ୍ତି।
ତେବେ ବେସିଲ ରାଜପକ୍ଷେ ମହିନ୍ଦ୍ରାଙ୍କ ଭଲି ବିମାନବନ୍ଦର ଦେଇ ଦେଶ ବାହାରକୁ ପଳାୟନ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଯାତ୍ରୀମାନଙ୍କ ହଙ୍ଗାମା କାରଣରୁ ବିମାନବନ୍ଦରରୁ ଫେରିଯିବାକୁ ପଡିଥିଲା । ଅନ୍ୟପକ୍ଷରେ ଗତ କିଛିଦିନ ହେବ ମହିନ୍ଦ୍ରା ରାଜପକ୍ଷେଙ୍କ ଠିକଣା ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ତେବେ ସେ ପୂର୍ବତନ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କ ଭଲି ଦେଶ ନଛାଡି ଯିବା ପାଇଁ ଶ୍ରୀଲଙ୍କା ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜପକ୍ଷେ ପରିବାର ଦୀର୍ଘ ବର୍ଷ ହେବ ଶ୍ରୀଲଙ୍କାକୁ ନିଜ ଅକ୍ତିଆରରେ ରଖିଥିଲେ । ଏମାନଙ୍କ ଭାଇ ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କାରୁ ଫେରାର ହେବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଭଳି ମହିନ୍ଦା ଓ ବାସିଲ ମଧ୍ୟ ଦେଶ ଛାଡ଼ି ଫେରାର ହେବାର ଆଶଙ୍କା ଥିବାରୁ ସୁପ୍ରିମକୋର୍ଟ ସେମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଗୋଟାବାୟା ଶ୍ରୀଲଙ୍କାରୁ ପ୍ରଥମେ ମାଳଦ୍ୱୀପ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିପାଇଁ ସେ ସିଙ୍ଗାପୁର ଚାଲି ଯାଇଛନ୍ତି।
ଏକଦା ସରକାରରେ ସବୁଠୁ ପଦରେ ରାଜପକ୍ଷେ ପରିବାର ରହିଥିଲା । ଗୋଟାବାୟା ରାଜପକ୍ଷେଙ୍କ ପାଇଁ ହିଁ ଦେଶରେ ଅର୍ଥନୀତି ଭୁଶୁଡି ପଡିଥିଲା, ଲୋକମାନେ ଖାଦ୍ୟ ସଙ୍କଟ ଭଳି ଅନେକ ସଙ୍କଟର ସାମ୍ନା କରୁଛନ୍ତି । ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏପ୍ରିଲ ମାସରୁ ବିକ୍ଷୋଭ ଜାରି ରହିଛି। ଲୋକମାନେ ଦୀର୍ଘ ଦିନ ଧରି ଗୋଟାବାୟା ରାଜପକ୍ଷଙ୍କ ଘର ବାହାରେ ବିକ୍ଷୋଭ କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ପଦରେ ଥିବା ମହିନ୍ଦା ରାଜପକ୍ଷ ବିରୋଧ କରିଥିଲେ। ଏପରି କି ବିକ୍ଷୋଭକାରୀଙ୍କୁ ମହିନ୍ଦା ରାଜପକ୍ଷଙ୍କ ସମର୍ଥକମାନେ ମାଡ଼ ମାରିଥିଲେ।ଏହାକୁ ନେଇ ପୂରା ଦେଶରେ ବ୍ୟାପକ ପୋଡ଼ାଜଳା ଦେଖାଯାଇଥିଲା। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଘର ଜାଳି ଦେଇଥିଲେ। ଏହି ପୋଡ଼ାଜଳାକୁ ଦେଖି ମହିନ୍ଦା ରାଜପକ୍ଷ ଦୁଇ ମାସ ତଳେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ଏବେ ତାଙ୍କର ବିଦେଶ ଗସ୍ତ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି।
ଅନ୍ୟପଟେ ଆଜି ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ୍ ବିକ୍ରମ ସିଂଙ୍ଘେ। ରାନିଲ୍‌ଙ୍କୁ ଶପଥ ପାଠ କରାଇଛନ୍ତି ଶ୍ରୀଲଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜୟନ୍ତ ଜୟସୁରିଆ। ରାଜପକ୍ଷ ଇସ୍ତଫା ଦେଇଥିବାରୁ ଶ୍ରୀଲଙ୍କାରେ ମଧ୍ୟ ଶାନ୍ତି ଫେରିବା ଆରମ୍ଭ ହୋଇଛି। ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ହେବ ବୋଲି ମଧ୍ୟ ଜଣାପଡ଼ିଛି।
ଶ୍ରୀଲଙ୍କାରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା, ସଂସଦ ଭବନରେ ଧସେଇ ପଶିଲେ ବିକ୍ଷୋଭକାରୀ
କଲମ୍ବୋ : ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ଉଗ୍ର ରୂପ ନେଇଛି। ଦେଶରେ ଲାଗି ରହିଥିବା ଆର୍ଥିକ ସଂକଟକୁ ମୁକାବିଲା କରି ନପାରି ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ମାଳଦୀପ ପଳାୟନ କରିଛନ୍ତି । ରାଷ୍ଟ୍ରପତି ଦେଶଛାଡି ପଳାଇଯାଇଥିବା ଖବର ପ୍ରଚାରିତ ହେବାପରେ ଦେଶରେ ନାଗରିକମାନେ ହଜାର ହଜାର ସଂଖ୍ୟାରେ ଏକଜୁଟ ହୋଇ ରାଜଧାନୀ କଲମ୍ବୋ ରାସ୍ତାରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଦେଶ ଛଡ଼ି ପଳାଇବା ପରେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଦାୟିତ୍ବ ତୁଲାଉଥିବା ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମ‌ସିଂଘେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।
ଦେଶର ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଥିବା ବେଳେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶ ଛାଡି ମାଳଦ୍ୱୀପ ପଳାଇ ଯିବାକୁ ନେଇ ତେଜିଛି ଅସନ୍ତୋଷ । ରାଜରାସ୍ତାରେ ଜନସାଧାରଣ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ ଆଜି ସଂସଦ ଗୃହ ଏବଂ ପିଏମ ହାଉସକୁ ଘେରି ରହିଛନ୍ତି । ରାଷ୍ଟ୍ରପତି ଦେଶ ଛାଡିବାମାତ୍ରେ କଲୋମ୍ବୋରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଦର୍ଶନସ୍ଥଳ ଛାଡି ହଜାର ହଜାର ପ୍ରଦର୍ଶନକାରୀ ସଂସଦ ଆଗରେ ପହଁଞ୍ଚିଛନ୍ତି।
ଅର୍ଥନୈତିକ ସଙ୍କଟ ମଧ୍ୟରେ ଲୋକେ ପୂର୍ବରୁ ରାଷ୍ଟ୍ରୀୟ ଭବନକୁ ଦଖଲ କରି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଥିଲେ । ଏବେ ପରିସ୍ଥିତି ଏମିତି ହୋଇଛି ଯେ, ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ସୁରକ୍ଷା କର୍ଡନ ଭାଙ୍ଗି ପିଏମ ହାଉସରେ ଧସେଇ ପଶିଛନ୍ତି।ଗୋଟବାୟା ରାଜପକ୍ଷେ ପଳାଇବା ପରେ ଶ୍ରୀଲଙ୍କାର ଲୋକେ ରାଗରେ ନିଆଁ ହୋଇଯାଇଛନ୍ତି । ସ୍ଥିତି ଏମିତି ହୋଇଛି ଯେ, ଦେଶରେ ଜରୁରୀ କାଳୀନ ସ୍ଥିତି ଲାଗୁ ହୋଇଛି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ବୃଦ୍ଧି ପାଉଥିବା ପ୍ରତିବାଦ ‌ଦମନ କରିବା ପାଇଁ କ‌ଲମ୍ବୋ ସମେତ ପଶ୍ଚିମ ପ୍ରଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଦଙ୍ଗା ସୃଷ୍ଟି ହେବା ଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ଲାଗି କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଦାୟିତ୍ବ ତୁଲାଉଥିବା ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଆଦେଶ ଦେଇଛନ୍ତି।
ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ମଧ୍ୟକୁ ‌ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ଲାଗି ନିରାପତ୍ତା ବଳ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ପାଣି ମାଡ଼ କରୁଥିବା ରିପୋର୍ଟ ମଧ୍ୟ ମିଳିଛି। କିନ୍ତୁ, ସର୍ବଦଳୀୟ ସରକାର ଗଠନ ହେବା ପରେ ସେ ଇସ୍ତଫା ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଘୋଷଣା କରିସାରିଛନ୍ତି। ଏବେ ମଧ୍ୟ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଉପସ୍ଥିତ ଥିବାରୁ ତାଙ୍କ କଲମ୍ବୋସ୍ଥିତ ଆବାସିକ କାର୍ୟ୍ୟାଳୟ ବାହାରେ ଆକାଶରୁ ‘ପାଟ୍ରୋଲିଙ୍ଗ୍‌’ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ପାଚେରି ଚଢ଼ିବାକୁ ଉଦ୍ୟମ କରୁଥିବା ପ୍ରତିବାଦକାରୀମାନଙ୍କ ଉପରେ ପୁଲିସ ଲାଠି ଚାର୍ଜ କରୁଛି।
ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ବିଳମ୍ବିତ ରାତିରେ ଶ୍ରୀଲଙ୍କା ଛାଡ଼ି ମାଲଦୀପ ପଳାୟନ କରିଛନ୍ତି । ଶ୍ରୀଲଙ୍କା ଏୟାରଫୋର୍ସର ସ୍ୱତନ୍ତ୍ର ବିମାନରେ ପତ୍ନୀ ଓ ଦୁଇ ବଡିଗାର୍ଡଙ୍କ ସହ ସେ ଫେରାର ହୋଇଯାଇଛନ୍ତି । ସେମାନେ ମାଲଦୀପ ରାଜଧାନୀରେ ଲ୍ୟାଣ୍ଡ କରିଥିବା କଲମ୍ବୋ ମିଡିଆ ରିପୋର୍ଟ କରିଛି। ଗୋଟବାୟା ରାଜପକ୍ଷେ ବର୍ତ୍ତମାନ ମାଳଦ୍ୱୀପରେ ଅଛନ୍ତି । ଏଠାରୁ ସେ ଦୁବାଇ ଯିବେ ବୋଲି ଜଣାପଡିଛି।
ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ
କଲମ୍ବୋ: ଆର୍ଥିକ ଓ ରାଜନୈତିକ ସଙ୍କଟ ଭିତରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ରାନିଲ ବିକ୍ରମସିଂଘେ । ପୂର୍ବରୁ ୪ ଥର ଦେଶର ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମସିଂଘେ ପୁଣି ଥରେ ଏହି ଦ୍ବୀପରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବ ଅଭିଜ୍ଞତାକୁ ନେଇ ସେ ନିଜ ଦାୟିତ୍ୱ ପୂରା କରିବେ ବୋଲି ଦଳ ଆଶା ରଖିଛି । ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଓ ରନିଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ବସିଥିଲା । ଏହି ସମୟରେ ତାଙ୍କୁ ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଥିବା କୁହାଯାଉଛି ।
ଗତ ୨୦୧୮ ମସିହାରେ ତତକାଳୀନ ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ । ତେବେ ଏହି ଘଟଣାର ୨ ମାସ ପରେ ତାଙ୍କୁ ପୁଣି ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଇଥିଲା । ବର୍ତ୍ତମାନ ଶ୍ରୀଲଙ୍କା ସଂସଦରେ ରାନିଲଙ୍କର ମାତ୍ର ଗୋଟିଏ ଆସନ ଥିଲେ ବି ବିରୋଧି ଦଳମାନେ ତାଙ୍କୁ ସମର୍ଥନ ଜ୍ଞାପନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ମୁଖ୍ୟ ବିରୋଧୀ ଦଳ ସମାଗି ଜନ ବଲଓ୍ବେଗୟା ଓ ଆଉ କେତେକ ବିରୋଧୀ ଦଳ ତାଙ୍କୁ ସମର୍ଥନ ଦେଇଛନ୍ତି ।
ଅନ୍ୟପଟେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ । ବିନା ଅନୁମତି ସେ ଦେଶ ଛାଡି ଯାଇପାରିବେନି ବୋଲି କୋର୍ଟ କହିଛନ୍ତି । ରାଜପକ୍ଷ,ତାଙ୍କ ପରିବାର କିଛି ସଦସ୍ୟ ଓ ସହଯୋଗୀ ମୋଟ ୧୫ଜଣଙ୍କ ଉପରେ ଲାଗିଛି ଏହି କଟକଣା । ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଏହି ଆର୍ଥିକ ଓ ରାଜନୈତିକ ଅସ୍ଥିରତା ପାଇଁ ରାଜପକ୍ଷଙ୍କ ପରିବାରକୁ ଦାୟୀ କରାଯାଉଛି । ତାଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ସଂର୍ଘଷ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିଛି । ତେଣୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ନସରିବା ପର୍ଯ୍ୟନ୍ତ ଏହି ୧୬ଜଣ ଦେଶ ଛାଡି ଯାଇପାରିବେନି ବୋଲି କୋର୍ଟ କହିଛନ୍ତି ।
ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ; ୨ ଚକିଆ ଗାଡ଼ିରେ ପକାଇ ପାରିବେନି ହଜାରେ ଟଙ୍କାରୁ ଅଧିକ ତେଲ
କଲମ୍ବୋ: ଗୁରୁତର ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କାରେ ନୂଆ ଇନ୍ଧନ କଟକଣା ଲଗାଯାଇଛି। ଏବେ ଶ୍ରୀଲଙ୍କା ନାଗରିକ ଦୁଇ ଚକିଆ ଗାଡିରେ ଏକାଥରକେ ହଜାରେ ଟଙ୍କାରୁ ଅଧିକ ତେଲ ପକାଇପାରିବେ ନାହିଁ। ସେହିପରି ତିନି ଚକିଆ ଗାଡିରେ ୧୫୦୦ ଏବଂ ଚାରି ଚକିଆ ଗାଡିରେ ୫ ହଜାର ଟଙ୍କାର ତେଲ ପକାଇପାରିବେ। ସରକାରୀ କମ୍ପାନୀ ସିଲୋନ ପେଟ୍ରୋଲିୟମ କର୍ପୋରେସନ (ସିପିସି) ଏକ ବିବୃତ୍ତି ଜାରି କରି ଏହି କଟକଣା ଲାଗୁ କରିଛି। ତେବେ ବସ୍‌, ଟ୍ରକ, ବ୍ୟବସାୟିକ ଗାଡିକୁ ଏହି ନିୟମରୁ ବାଦ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କାର ଇନ୍ଧନ ସଙ୍କଟ ମଧ୍ୟ ଦେଖାଦେଇଛି। ପେଟ୍ରୋଲ ପମ୍ପରେ ତେଲ ପକାଇବା ପାଇଁ ଲମ୍ବା ଧାଡି ଲାଗି ରହିଛି। ଦିନକୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି। ଶ୍ରୀଲଙ୍କା ମୁଦ୍ରାର ମୂଲ୍ୟ କମ୍‌ ହେଉଥିବାରୁ ଜରୁରୀ ସାମଗ୍ରୀ ମଧ୍ୟ ମିଳୁନାହିଁ। ଏଥିଯୋଗୁଁ ଲୋକଙ୍କ କ୍ରୋଧ ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ସରକାର ବିରୋଧୀ ବିକ୍ଷୋଭ ଚାଲିଛି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି।
ନୂଆଦିଲ୍ଲୀ : ରାମାୟଣ ଯୁଗର ଲଙ୍କା, ଅଖଣ୍ଡ ଭାରତର ସିଂହଳ ଏବଂ ଏବେକାର ଶ୍ରୀଲଙ୍କା ଏବେ ‘ଶ୍ରୀ’ହୀନ। ପର୍ଯ୍ୟାପ୍ତ ବିଦେଶୀ ଋଣ ସାଙ୍ଗକୁ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ଏବଂ ଭ୍ରଷ୍ଟାଚାର ରାଜନୀତି ଓ ସ୍ବେଚ୍ଛାଚାରିତା ଆଜି ଏହି ରାଷ୍ଟ୍ରକୁ ଘୋର ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେଇଛି। ଡାଲି, ଚାଉଳ ଔଷଧ ଭଳି ଅତ୍ୟାବଶ୍ୟକ ସାମ୍ରଗୀ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସ ସବୁକିଛି ଖାଲି। ବିଜୁଳି ଅଭାବରେ ଲୋକଙ୍କୁ ଘଣ୍ଟା ଘଣ୍ଟାର ଅନ୍ଧାର ଜୀବନ ବିତାଇବାକୁ ପଡ଼ୁଥବା ବେଳେ ହସ୍ପିଟାଲରେ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ହୋଇଯାଇଛି। ଲୋକଙ୍କ ପାଖେ ନିଜ ଅର୍ଜିତ ଅର୍ଥ ଥାଇ ମଧ୍ୟ ତାହା ଏବେ କେବଳ କାଗଜ ଟୁକୁଡ଼ା ପରି ନିରର୍ଥକ ହୋିପଡ଼ିଛି। ଗୋଟିଏ ପଟେ ଦାନା ପାଇଁ ଲୋକଙ୍କ ଲମ୍ବାଧାଡି ତ ଆଉ ଗୋଟେ ପଟେ ଡିଜେଲ ଓ ପେଟ୍ରୋଲ ଅଭାବରେ ରାସ୍ତା କଡ଼ରେ ହଜାର ହଜାର ଗାଡିର ଧାଡି ଏହି ରାଷ୍ଟ୍ରକୁ ଅତ୍ୟନ୍ତ ବିପନ୍ନ ମୁହଁକୁ ଠେଲି ଦେଇଛି। ୧୯୪୮ ମସିହାରେ ବ୍ରିଟିଶ ଶାସନକଳରୁ ମୁକ୍ତି ପାଇଥିବା ଏହି ରାଷ୍ଟ୍ରରେ ଏବେ ଚାରି ଆଡେ ହାହାକାର ପରିସ୍ଥିତି , ଯାହାକି ଗୃହ ଯୁଦ୍ଧ ସ୍ଥିତିକୁ ଠେଲି ଦେଇଛି। ତେବେ ଶ୍ରୀଲଙ୍କା ଶ୍ରୀହୀନ ହେବାର ପଛରେ କ’ଣ ରହିଛି କାରଣ, ଆସନ୍ତୁ ଜାଣିବା….
ଇତିହାସ ସହ ସାମାଜିକ ଏବଂ ଧାର୍ମିକ କ୍ଷେତ୍ରରେ ସାମଞ୍ଜସ୍ୟ ରଖୁଥବା ଆମର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଏବେ ହାହାକାର ପରିସ୍ଥିତି। ଖାଦ୍ୟ ,ପାନୀୟ, ଔଷଧ ଠାରୁ ଆରମ୍ଭ କରି ପେଟ୍ରୋଲ , ଡିଜେଲ, ଗ୍ୟାସ ସବୁକିଛି ଖାଲି। ଡିଜେଲ ଅଭାବରୁ ଦେଶର ବିଦୁତଶକ୍ତି ଉତ୍ପାଦନ ବନ୍ଦ ହେବା ସହିତ ୧୩/୧୪ ଘଣ୍ଟାର ବିଜୁଳିକାଟ ଅସହ୍ୟ ଗ୍ରୀଷ୍ମ ମଧ୍ୟରେ ଲୋକଙ୍କୁ ଅତିଷ୍ଠ କରି ଦେଇଛି। ସେପଟେ ଡିଜେଲ ଅଭାବକୁ ନେଇ ସାଧାରଣ ପରିବହନ ବ୍ୟବସ୍ଥା ଆଉ ହସ୍ପିଟାଲ ମଧ୍ୟ ବନ୍ଦ ହୋଇଯାଇଛି। ପେଟ୍ରୋଲ ଏବଂ ଡିଜେଲ ଭଣ୍ଡାର ପୁରା ଖାଲି ହୋଇସାରିଛି। ଡାଲି, ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଖାଲି ହେବାକୁ ବସିଛି। ଚାଉଳ କିଲୋ ୩୦୦ ଟଙ୍କା, ୪୦୦ ଗ୍ରାମ ଗୁଣ୍ଡ କ୍ଷୀର ମୂଲ୍ୟ ୮୦୦ ଟଙ୍କାରେ ପହଞ୍ଚିଥିଲା ବେଳେ ଅନ୍ୟ ଜିନିଷ କଥା ନ କହିଲେ ଭଲ। ଲୋକଙ୍କ ପାଖେ ଟଙ୍କା ଥାଇ ମଧ୍ୟ ଜିନିଷ ନାହିଁ। କାରଣ ବିଦେଶରୁ ଜିନିଷ ଆମଦାନୀ କରିବା ଶ୍ରୀଲଙ୍କା ପାଖେ ଏବେ ସମ୍ପୂର୍ଣ୍ଣ ଅସମ୍ଭବ।
ଏହାପଛର ମୂଳ କାରଣ ହେଲା ଏବେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପୁରା ଖାଲି। ଗତ ଦୁଇ ବର୍ଷ ମଧ୍ୟରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାରରେ ୭୦ ପ୍ରତିଶତ ହ୍ରାସ ଘଟିଥିବା ବେଳେ ବର୍ତ୍ତମାନ ଏହା କେବଳ ୨.୩୧ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୭.୫ ହଜାର କୋଟି ଟଙ୍କା ମଧ୍ୟରେ ସୀମିତ ରହିଛି। ସମ୍ପୂର୍ଣ୍ଣ ଆମଦାନୀ ଉପରେ ନିର୍ଭର କରୁଥିବା ଶ୍ରୀଲଙ୍କା ଭଳି ଦେଶର ବାର୍ଷିକ ପେଟ୍ରୋଲ ଏବଂ ଡିଜେଲ ଆମଦାନୀ ମୂଲ୍ୟ ୯୧ ହଜାର କୋଟି ଟଙ୍କା ରହିଥିବା ବେଳେ ୧୭.୫ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର କେଉଁ କାମକୁ ଆସିବ ତାହା ବୁଝିବା କଷ୍ଟସାଧ୍ୟ ନୁହେଁ। ଏପଟେ ଗତ ୩ ମାସ ମଧ୍ୟରେ ପେଟ୍ରୋଲ ମୂଲ୍ୟ ୯୨ ପ୍ରତିଶତ ବୃଦ୍ଧିରେ ୩୦୦ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ମୂଲ୍ୟରେ ୭୬ ପ୍ରତିଶତ ବୃଦ୍ଧି ଘଟି ଲିଟର ପିଛା ମୂଲ୍ୟ ୨୩୦ ଟଙ୍କା ଛୁଇଁଛି। ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି, ଯାହାକୁ ନେଇ ଶ୍ରୀଲଙ୍କାର ହାରାହାରି ମୁଦ୍ରାସ୍ଫୀତି ୧୫ ପ୍ରତିଶତରେ ପହଞ୍ଚିଛି।
ଅନ୍ୟପଟରେ ଶ୍ରୀଲଙ୍କା ମୁଦ୍ରାର ଦ୍ରୁତ ଅବମୂଲ୍ୟାୟନ ଆମଦାନୀ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଗୋଟିଏ ଡଲାର ତୁଳନାରେ ଶ୍ରୀଲଙ୍କା ଟଙ୍କା ୨୭୭ରେ ପହଞ୍ଚିଥିବା ବେଳେ ରପ୍ତାନି ମଧ୍ୟ ହ୍ରାସ ପାଇଛି। ଯାହାକୁ ନେଇ ଶ୍ରୀଲଙ୍କାର ବାଣିଜ୍ୟିକ ସମତୁଲତା( ବାଲାନ୍ସ ଅଫ ଟ୍ରେଡ୍‌) ସର୍ବାଧିକ ସ୍ତରରେ ପ୍ରଭାବିତ ହୋଇଛି। ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ସାଙ୍ଗକୁ ବାଣିଜ୍ୟିକ ଅସମତୁଲତା ବିଦେଶରୁ କୌଣସି ସାମଗ୍ରୀ ଆମଦାନୀ ପାଇଁ ସମସ୍ୟା ସୃଷ୍ଟି କରିଛି। ଅନ୍ୟପଟେ ଶ୍ରୀଲଙ୍କାର ପର୍ଯ୍ୟାପ୍ତ ବିଦେଶୀ ଋଣ ଦେଶର ଅର୍ଥନୀତି ବ୍ୟବସ୍ଥା ପାଇଁ କାଳ ହୋଇଛି। ବର୍ତ୍ତମାନ ସୁଦ୍ଧା ଚୀନ, ଜାପାନ, ଭାରତ ଭଳି ରାଷ୍ଟ୍ରମାନଙ୍କ ସହ ବିଶ୍ବବ୍ୟାଙ୍କ, ଏସିଆ ଉନ୍ନୟନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବହୁ ଆନ୍ତର୍ଜାତିକ ସ୍ତରର ଋଣ ଲଗାଣକାରୀ ସଂସ୍ଥା ଠାରୁ ଶ୍ରୀଲଙ୍କା ନେଇଥିବା ଋଣ ରାଶି ୪୦ ହଜାର ବିଲିୟନ ଡଲାରରେ ପହଞ୍ଚିଛି। ସେଥିମଧ୍ୟରୁ କେବଳ ୩୬ ପ୍ରତିଶତ ଋଣ ଚୀନର ରହିଛି। ଋଣ ସୁଧ ବୃଦ୍ଧି ସାଙ୍ଗକୁ ଘରୋଇ ଉତ୍ପାଦନ ହ୍ରାସ ପାଇ ଚାଲିଥବା ବେଳେ ଏବେ ଦେଶର ମୋଟ ଋଣ ରାଶି ଶ୍ରୀଲଙ୍କା ଜିଡିପିର ୧୧୦ ପ୍ରତିଶତ ଛୁଇଁଛି।
ଓଡିଶା ଭଳି ରାଜ୍ୟର ଅଧା ଏବଂ ମାତ୍ର ୨.୨୫ କୋଟି ଲୋକସଂଖ୍ୟାର ଏହି ଦ୍ବୀପ ରାଷ୍ଟ୍ରର ସବୁକିଛି ଠିକ୍‌ ଚାଲୁଥିବା ବେଳେ ଅଚାନକ ଭାବେ ଏଭଳି ସ୍ଥିତି କାହିଁକି ଉପୁଜିଲା ତାହା ଚିନ୍ତା କରିବା କଥା। ଶ୍ରୀଲଙ୍କାର ଏହି ଦୁର୍ଦ୍ଦିନ ପାଇଁ ମୁଖ୍ୟତଃ ୩ଟି କାରଣ ରହିଛି। ଦୃଢ ନେତୃତ୍ବର ଅଭାବ ଏବଂ ପାରବାରିକ ରାଜନୀତି ସ୍ବେଚ୍ଛାଚାରିତା ମୁଖ୍ୟକାରଣ। ରାଜନୀତି ସ୍ତରରେ ସର୍ବାଧିକ ଦୁର୍ନୀତି ପର୍ଯ୍ୟାପ୍ତ ବିଦେଶୀ ଋଣ ଏବଂ ବିଦେଶୀ ମୁଦ୍ରା ଭଣ୍ଡାରର ଖାଲି ପାଇଁ କାରଣ ପାଲଟିଥିବା ବେଳେ ଅର୍ଥନୀତିକୁ ନେଇ ଭୁଲ ନିଷ୍ପତ୍ତି ଏବଂ ଦୁଇବର୍ଷର କରୋନା ମହାମାରୀ ପ୍ରଭାବ ଅନ୍ୟକାରଣ ବୋଲି କୁହାଯାଇପାରେ। ୨୦୧୦ ରୁ ଶ୍ରୀଲଙ୍କାର ବିଦେଶୀ ଋଣ ବୃଦ୍ଧି ପାଇ ଆସିଥିବା ବେଳେ ୨୦୧୯ରେ ଏହା ସର୍ବୋଚ୍ଚ ସ୍ତର ଛୁଇଁଥିଲା। ଏଥପାଇଁ ରାଜପକ୍ଷେ ପରିବାର ସମ୍ପୂର୍ଣ୍ଣ ଦାୟୀ ବୋଲି କୁହାଯାଉଛି। ଏହାପରେ ସ୍ଥିତି ସମ୍ଭାଳିବାକୁ ଶ୍ରୀଲଙ୍କା ଆଇଏମଏଫର ଦ୍ବାରସ୍ଥ ହୋଇଥÒଲେ ହେଁ ସେଠାରୁ ନାସ୍ତିବାଚକ ଉତ୍ତର ପାଇବା ପରେ ‘ଋଣଂ କୃତ୍ୟା ଘୃତଂ ପିବେତ୍‌’ ନୀତିରେ ଋଣ ପରିଶୋଧ ପାଇଁ ପୁଣି ଚୀନ ଠାରୁ ଋଣ କରିବା ରାଜନୈତିକ ସ୍ତରରେ ସବୁଠାରୁ ବଡ଼ ଭୁଲ ନିଷ୍ପତ୍ତି ଥିଲା ବୋଲି କୁହାଯାଉଛି। ଏହିକ୍ରମରେ ସାହୁକାର ଚୀନର ଋଣ କୂଚକ୍ରରେ ପଡ଼ି ଶ୍ରୀଲଙ୍କା ସରକାର ହମ୍ବାନଟୋଟା ବନ୍ଦରକୁ ୯୯ ବର୍ଷ ପାଇଁ ଚୀନ ହାତକୁ ଟେକିଦେବା ମଧ୍ୟ ଆଉ ଏକ ବଡ଼ ଭୁଲ ରହିଥିଲା।
ସେହିପରି ଶ୍ରୀଲଙ୍କାର କୃଷି ଉତ୍ପାଦନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଜୈବିକ କରିବା ଉଦ୍ଦେଶ୍ୟରେ ଗତବର୍ଷ ରାସାୟନିକ ସାର, କୀଟନାଶକ ଆଦିକୁ ବାଦ୍‌ ଦେବା ମଧ୍ୟ ଏକ ଭୁଲ ନିଷ୍ପତ୍ତି ଥିଲା। ଏହାଦ୍ବାରା ଦେଶରେ କୃଷି ଉତ୍ପାଦନ ହ୍ରାସ ପାଇବା ସହିତ ବେପାରୀମାନେ କଳାବଜାର କରିବାକୁ ସୁଯୋଗ ପାଇଥିଲେ। ପର୍ଯ୍ୟଟନ କ୍ଷେତ୍ରରୁ ସର୍ବାଧିକ ଆୟ କରୁଥିବା ଶ୍ରୀଲଙ୍କା କରୋନା ମହାମାରୀକୁ ବିଗତ ଦୁଇ ବର୍ଷ ହେଲା ସର୍ବାଧିକ ପ୍ରଭାବିତ ରହିଛି। ଇତିମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରର ଆୟ ସର୍ବାଧିକ ହ୍ରାସ ପାଇଥିବାରୁ ଏହା ମଧ୍ୟ ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି କୁହାଯାଉଛି।