Tiffin Center - The Sakala

ଏସ୍‍ଏଚ୍‍ଜି ହାତରେ ୧୦୭ ମିଲେଟ ଶକ୍ତି ‘ଟିଫିନ୍‌ ସେଣ୍ଟର୍‌’
ଭୁବନେଶ୍ୱର : ମାଣ୍ଡିଆର ବ୍ୟବହାର ବଢ଼ାଇବା ସହ ଖାଦ୍ୟ ଥାଳିରେ ମିଲେଟ୍‍ (କ୍ଷୁଦ୍ର ଶସ୍ୟ) ଜାତୀୟ ଖାଦ୍ୟକୁ ସାମିଲ କରିବା ପାଇଁ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍‍ ମିସନ୍‍ ପକ୍ଷରୁ ନିଆଯାଇଛି ବିଭିନ୍ନ ପଦକ୍ଷେପ। ମିଲେଟ୍‍ ଓ ସେଥିରୁ ପ୍ରସ୍ତୁତ ଖାଦ୍ୟକୁ କୃଷି ଓଡ଼ିଶା ମାସ୍କଟ୍‍ କରିଛି। ଏଥିରେ ମିଶନ ଶକ୍ତିକୁ ସଂଯୋଗ କରାଯାଇ ହଜାର ହଜାର ମହିଳା ଏସ୍‍ଏଚ୍‍ଜିଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି। ମିଶନ ଶକ୍ତି ଓ ମିଲେଟ୍‍ ମିଶନ୍‍ ମାଧ୍ୟମରେ ଗ୍ରାମୀଣ ତଥା ସହରୀ ମହିଳାଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ମିଶନ ଶକ୍ତି ସହ ଜଡ଼ିତ ମହିଳାଙ୍କ ହାତରେ ମିଲେଟ୍‍ ଟିଫିନ୍‍ ସେଣ୍ଟର, ଆଉଟ୍‍ଲେଟ୍‍ ଓ ମିଲେଟ୍‍ ଶକ୍ତି କାଫେର ଦାୟିତ୍ୱ ଅର୍ପଣ କରାଯାଇଛି।

ରାଜ୍ୟର ପ୍ରତି ଜିଲ୍ଲାରେ ଏବେ ମିଲେଟ୍‍ ଟିଫିନ୍‍ ସେଣ୍ଟର କରାଯିବା ନେଇ ଯୋଜନା ରହିଥିବାବେଳେ ଏବେ ୧୬ଟି ଜିଲ୍ଲାରେ ୧୦୭ଟି ଟିଫିନ୍‍ ସେଣ୍ଟର କରାଯାଇଛି। ଯାହାର ଦାୟିତ୍ୱ ମିଶନ ଶକ୍ତି ଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ମହାସଂଘମାନଙ୍କୁ ଦିଆଯାଇଛି। ସେହିପରି ରାଜ୍ୟରେ ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ମିଲେଟ୍‍ ଜାତୀୟ ଖାଦ୍ୟର ପ୍ରସାର ତଥା ବିକ୍ରିବଟା ପାଇଁ ୫ଟି ‘ମିଲେଟ୍‍ ଶକ୍ତି ହୁଇଲ୍‍’ର ବ୍ୟବସ୍ଥା କରାଯାଇଛି। ଏମିତିକି ପ୍ରତି ଜିଲ୍ଲାର ପ୍ରତି ବ୍ଲକରେ ୨-୩ଟି ଲେଖାଏଁ ଟିଫିନ୍‍ ସେଣ୍ଟର କରାଯିବାର ଯୋଜନା କରାଯାଇଛି। ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ କରାଯାଇଥିବା ଏହି ପଦକ୍ଷେପରେ ଏହାର ଦାୟିତ୍ୱ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯିବ।

ଆଗକୁ ଜିଲ୍ଲାସ୍ତରରେ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମନୋନୀତ କରାଯାଇ ‘ଟିଫିନ୍‍ ସେଣ୍ଟର’ ଖୋଲାଯିବ। ପ୍ରାଥମିକ ପର୍ଯ୍ୟାୟରେ ମାଲକାନାଗିରି, ବଲାଙ୍ଗିର, ବରଗଡ଼଼, ଗଜପତି, ଗଞ୍ଜାମ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼଼ା, ଅନୁଗୁଳ, ଖୋର୍ଦ୍ଧା, ମୟୁରଭଞ୍ଜ ଜିଲ୍ଲାରେ ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ଏହି ‘ମିଲେଟ୍‍ ଟିଫିନ୍‍ ସେଣ୍ଟର’ ଆରମ୍ଭ ହୋଇସାରିଛି।  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୫ଟି ‘ମିଲେଟ୍‍ ଟିଫିନ୍‍ ଷ୍ଟଲ୍‍’ କରାଯାଇ ମା’ମାନଙ୍କ ହାତରେ ଦାୟିତ୍ୱଭାର ଦିଆଯାଇଛି। ଏହାସହିତ କୋରାପୁଟ ଜିଲ୍ଲାରେ ୧୨ଟି, କନ୍ଧମାଳରେ ୧୧ଟି, ଗଜପତିରେ ୧୧ଟି, ନୂଆପଡ଼ାରେ ୯ଟି, ରାୟଗଡ଼଼ାରେ ୯ଟି ଆଦି ଭଳି ଅନ୍ୟ ଜିଲ୍ଲାରେ ମିଲେଟ୍‍ ଟିଫିନ୍‍ ସେଣ୍ଟର ରହିଛି। ଏଥିପାଇଁ ମହିଳାମାନେ ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି।

ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ଏଥିପାଇଁ ଗୋଷ୍ଠୀର ମହିଳାମାନଙ୍କୁ ଟିଫିନ୍‍ ସେଣ୍ଟର ଖୋଲିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ସେହି ଟଙ୍କାରେ ଟିଫିନ୍‍ ସେଣ୍ଟର ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିବା ସହ କଞ୍ଚାମାଲ ଯୋଗାଇ ଦିଆଯାଉଛି। ଏଥିପାଇଁ ମହିଳା ଏସ୍‍ଏଚ୍‍ଜିମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଏହି ମିଲେଟ୍‍ ଟିଫିନ୍‍ ସେଣ୍ଟରରେ ରାଗି, ସୁଆଁ ଓ କାଙ୍ଗୁରେ ପ୍ରସ୍ତୁତ ଚକୁଳି, ଏଣ୍ଡୁରି, ଇଡ୍‍ଲି, ବରା, ଆଳୁଚପ୍‍, ରାଗି ଚିକେନ୍‍ ପକୋଡା, ଜିଲାବି, କାକରା , ରାଗି ସୁପ୍‍, ଖିରି ଆଦିକୁ ସକାଳେ ଏବଂ ସନ୍ଧ୍ୟା ସମୟରେ ଟିଫିନ୍‍ ପ୍ରସ୍ତୁତ କରି ଦିଆଯାଉଛି।

ଏହାସହିତ ସେହି ତାଲିକାରେ ଶୁଖିଲା ଖାଦ୍ୟଭାବେ ମିଲେଟ୍‍ରେ ପ୍ରସ୍ତୁତ ମିକ୍ସଚର, ମୁଡ଼୍‍କୀ, ଲଡ଼ୁ ଓ ବିସ୍କୁଟ ଆଦି ରହିଛି। ମଧ୍ୟାହ୍ନ ଭୋଜନ ପାଇଁ କାଙ୍ଗୁ, ସୁଆଁ ନିରାମିଷ ଓ ଚିକେନ୍‍ ବିରିୟାନୀ ରହିଛି। ଘରୋଇ ଦେଶୀ ପଦ୍ଧତିରେ ରାଜ୍ୟବାସୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ମିଲେଟ୍‍ ମିଶନ୍‍ ପକ୍ଷରୁ ଖାଦ୍ୟ ବିକ୍ରି କରାଯାଇ ମହିଳାମାନଙ୍କୁ ରୋଜଗାରର ବାଟ ଦେଖାଇବା ମୂଳ ଉଦ୍ଦେଶ୍ୟ। ଏହାସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ‘ମିଲେଟ୍‍ କାଫେ’ କରାଯାଇ ମହିଳା ଏସ୍‍ଏଚ୍‍ଜିଙ୍କୁ ସ୍ୱାବଲମ୍ବୀ କରାଯିବା ନେଇ ଯୋଜନା ରହିଥିବାରୁ ଏହାକୁ ତ୍ୱରାନ୍ୱିତ କରାଯିବ। ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ କେବଳ ମହିଳା ଏସ୍‍ଏଚ୍‍ଜିଙ୍କ ପରିଚାଳନାରେ କେନ୍ଦୁଝର ଓ ସୁନ୍ଦରଗଡ଼଼ରେ ‘ମିଲେଟ୍‍ ଶକ୍ତି କାଫେ’ ରହିଛି।

ସେହିପରି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରେ ପ୍ରଥମ କରି ‘ମିଲେଟ୍‍ ଶକ୍ତି ଆଉଟ୍‍ଲେଟ୍‍’ର ବ୍ୟବସ୍ଥା କରାଯାଇଛି। ଖୁବ୍‍ଶୀଘ୍ର ରାଜଧାନୀରେ ‘ମିଲେଟ୍‍ ଶକ୍ତି କାଫେ’ କରାଯାଇ ଏସ୍‍ଏଚ୍‍ଜିଙ୍କୁ ହସ୍ତାନ୍ତର କରାଯିବା ନେଇ ଯୋଜନା କରାଯାଉଛି। ‘ମିଲେଟ୍‍ ଶକ୍ତି ହୁଇଲ୍‍’ ପାଇଁ ଓଡ଼ିଶା ମିଲେଟ୍‍ ମିଶନ୍‍ ପକ୍ଷରୁ ମହିଳା ଏସ୍‍ଏଚ୍‍ଜିଙ୍କୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏବେସୁଦ୍ଧା କଳାହାଣ୍ଡି, ମୟୁରଭଞ୍ଜ ଓ ସୁନ୍ଦରଗଡ଼଼ରେ ମିଲେଟ୍‍ ଜାତୀୟ ଖାଦ୍ୟ ବିକ୍ରିବଟା ପାଇଁ ୫ଟି ଗାଡିରେ ବିକ୍ରି କରାଯାଉଛି। ମାଣ୍ଡିଆ ଜାତୀୟ ଶସ୍ୟର ପ୍ରଚାର ପ୍ରସାର ପାଇଁ ଚାଷୀଙ୍କ ଉନ୍ନତି ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡ଼ିଶା ମିଲେଟ୍‍ ମିଶନ୍‍’ ଆରମ୍ଭ ହୋଇଥିଲା।