Financial Assistance - The Sakala
ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ
ଭୁବନେଶ୍ୱର: ଓଡ଼ିଶାରେ ଏଚ୍ଆଇଭି (HIV) ପ୍ରଭାବିତ ପରିବାରର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି (OSACS) ଏବଂ ଉଚ୍ଚଶିକ୍ଷା ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି।
ଏ ନେଇ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ଅକ୍ଷୟ କୁମାର ଶତପଥୀ ଏବଂ ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ନିକଟରେ ଦାୟିତ୍ୱ ଗ୍ରହଣ କରିଥିବା ଡାକ୍ତର ଶତପଥୀ ସୂଚନା ଦେଇଛନ୍ତି ଯେ ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଚ୍ଆଇଭି ପ୍ରଭାବିତ ପରିବାରର ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା (GSSY) ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇଦେବା।
ଏହି ସରକାରୀ ଯୋଜନା ଅଧୀନରେ, ଯେଉଁ ଛାତ୍ରଛାତ୍ରୀଙ୍କର ପିତା, ମାତା କିମ୍ବା ଉଭୟ ଏଚ୍ଆଇଭି ଦ୍ୱାରା ପ୍ରଭାବିତ ହୋଇଛନ୍ତି ବା ନିଜେ ଛାତ୍ରଛାତ୍ରୀ ସଂକ୍ରମିତ ଅଛନ୍ତି, ସେମାନେ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସ୍ନାତକ (UG) ଏବଂ ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। କେବଳ ସାଧାରଣ ଶିକ୍ଷା ନୁହେଁ, ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା ବିଦ୍ୟାର୍ଥୀମାନେ ମଧ୍ୟ ଏହାର ଲାଭ ଉଠାଇପାରିବେ। ଏହି ଅର୍ଥ ଶିକ୍ଷା ସାମଗ୍ରୀ, ଯାତାୟାତ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାରେ ବିଦ୍ୟାର୍ଥୀଙ୍କୁ ସାହାଯ୍ୟ କରିବ।
ସରକାରୀ ସହାୟତା ବିଷୟରେ ଅବଗତ ନଥିବାରୁ ଅନେକ ଯୋଗ୍ୟ ବିଦ୍ୟାର୍ଥୀ ଆବେଦନ କରିପାରୁନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ସ୍ତରରେ ଥିବା ଓସାକ୍ସ ସେବା କେନ୍ଦ୍ର ଏବଂ ଅନ୍ୟ ସହଯୋଗୀ ଅନୁଷ୍ଠାନଗୁଡ଼ିକ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଏଚ୍ଆଇଭି ପ୍ରଭାବିତ ପରିବାରର ଯୁବବର୍ଗଙ୍କୁ ଯୋଗାଯୋଗ କରିବେ। ସେହିପରି ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ରେଡ୍ ରିବନ୍ କ୍ଲବ୍ (RRC) ମାଧ୍ୟମରେ ଏଚ୍ଆଇଭି ବିଷୟରେ ସଚେତନତା ସୃଷ୍ଟି କରାଯିବ। ସଂକ୍ରମିତ ଛାତ୍ରଛାତ୍ରୀମାନେ ଯେପରି ବିନା ଭେଦଭାବରେ ଏକ ସମ୍ମାନଜନକ ପରିବେଶରେ ଶିକ୍ଷା ଗ୍ରହଣ କରିପାରିବେ, ସେ ଦିଗରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି।
ରକ୍ଷାବନ୍ଧନରେ 'ସୁଭଦ୍ରା' ଯୋଜନାର ପଞ୍ଚମ କିସ୍ତି: ଏକ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା
ଭୁବନେଶ୍ୱର: ‘ସୁଭଦ୍ରା ଯୋଜନା’ର ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆସନ୍ତା ଅଗଷ୍ଟ ୨୮ ତାରିଖ (ରକ୍ଷାବନ୍ଧନ) ଦିନ ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି।
ଏହି ଅବସରରେ ନୟାଗଡ଼ଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ ୨୮ ସୁଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ଯାଞ୍ଚ ଏବଂ ସୁପାରିଶ କରାଯାଇଥିବା ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ। ପୂର୍ବ କିସ୍ତିରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ଯାଞ୍ଚ ପରେ ଏକାସାଙ୍ଗରେ ୫ଟି କିସ୍ତି ପାଇବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ୩.୧୭ ଲକ୍ଷ ନୂଆ ଆବେଦନ ମିଳିଛି, ଯେଉଁଥିରୁ ଅଧିକାଂଶର କ୍ଷେତ୍ର ଯାଞ୍ଚ ଶେଷ ହୋଇସାରିଛି।
ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି (DBT) ମାଧ୍ୟମରେ ୫,୦୦୦ ଟଙ୍କା ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୭, ୨୦୨୪ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବାର୍ଷିକ ଦୁଇଟି କିସ୍ତିରେ (ରକ୍ଷାବନ୍ଧନ ଏବଂ ଆନ୍ତର୍ଜାତୀୟ ମହିଳା ଦିବସ) ମୋଟ ୧୦,୦୦୦ ଟଙ୍କା ପ୍ରଦାନ କରାଯାଉଛି। ୫ ବର୍ଷ ମଧ୍ୟରେ ଜଣେ ହିତାଧିକାରୀଙ୍କୁ ସର୍ବମୋଟ ୫୦,୦୦୦ ଟଙ୍କା ମିଳିବାର ବ୍ୟବସ୍ଥା ରହିଛି।
ଅଗ୍ନିବିପନ୍ନ ପରିବାରକୁ ଏଚପି ଗ୍ୟାସ ବିତରକଙ୍କ ସହାୟତା: ୧ ଲକ୍ଷ ୨୭ ହଜାର ଟଙ୍କାର ଚେକ୍ ପ୍ରଦାନ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ବଡ଼ଅଁଳ ପଞ୍ଚାୟତର ଖଟିଆକୁଦି ଗ୍ରାମରେ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ସଞ୍ଜୟ ତରେଇଙ୍କ ପରିବାରକୁ ସହାୟତାର ହାତ ବଢାଯାଇଛି। ଗତ ସେପ୍ଟେମ୍ବର ୧୨ ତାରିଖରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ସଞ୍ଜୟଙ୍କର ସମସ୍ତ ଗୃହ ଜଳିପୋଡି ପାଉଁଶ ହୋଇଯାଇଥିଲା। ବର୍ଷକର ସଞ୍ଚିତ ଖାଦ୍ୟଶସ୍ୟ ଠାରୁ ଆରମ୍ଭ କରି ଆସବାବପତ୍ର ପର୍ଯ୍ୟନ୍ତ ସବୁକିଛି ନଷ୍ଟ ହୋଇଯିବା ପରେ ପରିବାରଟି ଏକ ପତ୍ର କୁଡ଼ିଆରେ ନିଃସହାୟ ଭାବେ ଦିନ କାଟୁଥିଲେ।
ଏହି ଅସହାୟ ପରିବାରଙ୍କ ବିଷୟରେ ଜାଣିବା ପରେ ମାଲୁଦରେ ଥିବା ଏଚପି ଗ୍ୟାସ ବିତରକ ତଥା ଯୁବ ସମାଜସେବୀ ଦୁଷ୍ମନ୍ତ କୁମାର ନାୟକ ସେମାନଙ୍କ ପାଖରେ ପହଞ୍ଚିଛନ୍ତି। ବିପନ୍ନ ପରିବାରକୁ ପୁନର୍ବାର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସେ ୧ ଲକ୍ଷ ୨୭ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। ଏହି ଆର୍ଥିକ ସହାୟତା ପରିବାର ପାଇଁ ଏକ ବଡ଼ ଆଶାବାଡ଼ି ସଦୃଶ ହୋଇଛି।
ସମାଜସେବୀ ଶ୍ରୀ ନାୟକଙ୍କ ଏହି ମହାନ କାର୍ଯ୍ୟ ପାଇଁ ସମଗ୍ର କୃଷ୍ଣପ୍ରସାଦ ଅଞ୍ଚଳରେ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ଏହି ସହାୟତା ପାଇବା ପରେ ସଞ୍ଜୟ ତରେଇଙ୍କ ପରିବାର ବର୍ଗ ଖୁସି ବ୍ୟକ୍ତ କରିଛନ୍ତି। ସେମାନେ ଶ୍ରୀ ନାୟକଙ୍କ ଜୀବନ ସୁଖ ଶାନ୍ତିରେ ଅତିବାହିତ ହେବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଭୁବନେଶ୍ବର : କୋଭିଡ୍ ମୃତ୍ୟୁ ପାଇଁ ଦିଆଯାଉ ଥିବା ଆର୍ଥିକ ସହାୟତା ଆସନ୍ତା ମେ’୨୮ ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଯେଉଁ ଯୋଗ୍ୟ ହିତାଧ୍ୟାକାରୀ ଏହି ସହାୟତାରାଶି ପାଇବାରେ ବିଫଳ ହୋଇଛନ୍ତି, ସେମାନେ ଆସନ୍ତା ମେ’ ୨୮ ଶେଷ ପୂର୍ବରୁ ଅନ୍‌ଲାଇନ୍‌ କିମ୍ବା ଅଫ୍ ଲାଇନ୍‌ରେ ଆବେଦନ କରିପାରିବେ । ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଯେଉଁ ବ୍ୟକ୍ତିମାନେ ଗତ ମାର୍ଚ୍ଚ ୨୦ ତାରିଖ କିମ୍ବା ତାହା ପୂର୍ବରୁ କୋଭିଡ୍ ରେ ପ୍ରାଣ ହରାଇଛନ୍ତି ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଏହି ସହାୟତା ରାଶି ମିଳି ନାହିଁ ତେବେ ସେମାନେ ଆବଶ୍ୟକୀୟ କାଗଜପତ୍ର ସହିତ ଜିଲ୍ଲାପାଳଙ୍କୁ ଅନ୍‌ଲାଇନ୍‌  ଅବା ଅଫ୍ ଲାଇନ୍‌ରେ ଆବେଦନ କରିପାରିବେ ।
ଯଦି କୌଣସି ବ୍ୟକ୍ତି ୨୦୨୨ ମାର୍ଚ୍ଚ ୨୦ ତାରିଖ ପରେ ମୃତ୍ୟୁବରଣ କରିଛନ୍ତି କିମ୍ବା ଯଦି କେହି ଭବିଷ୍ୟତରେ କୋଭିଡ୍ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରନ୍ତି ତା ହେଲେ ତାଙ୍କ ଆତ୍ମୀୟସ୍ବଜନ ମୃତ୍ୟୁ ଘଟିବା ଦିନ ଠାରୁ ୯୦ ଦିନ ମଧ୍ୟରେ ଆବେଦନ କରିବା ନିୟମ ରହିଛି। ଯଦି ନିଦ୍ଧାରିତ ସମୟ ମଧ୍ୟରେ ଯୋଗ୍ୟ ହିତାଧ୍ୟାକାରୀ ଆବେଦନ କରିବାରେ ବିଫଳ ହୋଇଥିବେ ସେମାନେ ଜିଲ୍ଲାସ୍ତରୀୟ ଅଭିଯୋଗ ସମାଧାନ କମିଟି ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ୩୦ ମଧ୍ୟରେ ସହାୟତା ରାଶି ପ୍ରଦାନ କରାଯିବ। ଜନସାଧାରଣ ଦେୟମୁକ୍ତ ସଂଯୋଗ ହେଲ୍ପଲାଇନ୍ ନମ୍ବର ୧୫୫୩୫କୁ ଯୋଗାଯୋଗ କରି ସହାୟତା ନେଇପାରିବେ ବୋଲି ସ୍ଵତନ୍ତ୍ର ରିଲିଫ୍ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି।