Sri Lanka - The Sakala
ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା
ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ତୀବ୍ର ହେବାରେ ଲାଗିଛି। ବୁଧବାର ଦିନ ଆମେରିକୀୟ ସବମରିନ୍ ଆକ୍ରମଣରେ ଇରାନୀ ଯୁଦ୍ଧଜାହାଜ ‘ଆଇଆରଆଇଏସ ଡେନା’ (IRIS Dena) ବୁଡ଼ିଯିବା ଘଟଣାର ଦିନକ ପରେ, ଅନ୍ୟ ଏକ ଇରାନୀ ଜାହାଜ ଶ୍ରୀଲଙ୍କା ନିକଟରେ ଜରୁରୀକାଳୀନ ‘ପୋର୍ଟ କଲ୍’ (Port Call) ପାଇଁ ଅନୁରୋଧ କରିଛି। ଏହି ଘଟଣା ଭାରତ ମହାସାଗର କ୍ଷେତ୍ରରେ ଉତ୍ତେଜନା ବୃଦ୍ଧି କରିଛି।
ଶ୍ରୀଲଙ୍କାର ସାଂସଦ ନାମାଲ ରାଜପକ୍ଷ ଗୁରୁବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X)ରେ ଏହି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, "ଆମ ନଜରକୁ ଆସିଛି ଯେ ଆଉ ଏକ ଇରାନୀ ଜାହାଜ ଶ୍ରୀଲଙ୍କାର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (EEZ) ମଧ୍ୟରେ ଅବସ୍ଥାନ କରୁଛି ଏବଂ ଆମ ସୀମା ବାହାରେ ରହି ଜରୁରୀ ପୋର୍ଟ କଲ୍ ପାଇଁ ଅନୁମତି ମାଗିଛି। ତେବେ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ଅନୁମତି ମିଳିନାହିଁ।"
ମାର୍ଚ୍ଚ ୪ ତାରିଖ ବୁଧବାର ଦିନ, ଏକ ଆମେରିକୀୟ ସବମରିନ୍ ଇରାନର ଫ୍ରିଗେଟ୍ ଶ୍ରେଣୀର ଯୁଦ୍ଧଜାହାଜ ‘ଆଇଆରଆଇଏସ ଡେନା’ ଉପରେ ଟର୍ପେଡୋ ଆକ୍ରମଣ କରିଥିଲା। ଏହି ଜାହାଜଟି ଭାରତର ବିଶାଖାପାଟନମରେ ଏକ ସାମରିକ ଅଭ୍ୟାସ ସାରି ଫେରୁଥିବା ବେଳେ ଶ୍ରୀଲଙ୍କା ଜଳରାଶିରେ ଏହି ଘଟଣା ଘଟିଥିଲା। ଇରାନଠାରୁ ପ୍ରାୟ ୨,୦୦୦ ନଟିକାଲ୍ ମାଇଲ୍ ଦୂରରେ ହୋଇଥିବା ଏହି ଆକ୍ରମଣରେ ପ୍ରାୟ ୮୭ ଜଣ ନାବିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଶ୍ରୀଲଙ୍କା ସରକାରଙ୍କ ସୂଚନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୩୨ ଜଣ ନାବିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି, କିନ୍ତୁ ଅନେକ ଏବେ ମଧ୍ୟ ନିଖୋଜ ଅଛନ୍ତି।
ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହି ଆକ୍ରମଣକୁ ନିଶ୍ଚିତ କରିବା ସହ ଏହାକୁ ୱାଶିଂଟନ୍ ପାଇଁ ଏକ "ବିରାଟ ବିଜୟ" ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏହି ଅପରେସନ୍ କରାଯାଇଥିଲା ଏବଂ ଆମେରିକା ଇସ୍ରାଏଲ ସହ ମିଶି ଏହି ଯୁଦ୍ଧରେ ନିର୍ଣ୍ଣାୟକ ବିଜୟ ହାସଲ କରିବ।
ଦକ୍ଷିଣ ଏସିଆରେ ବନ୍ୟା ବିତ୍ପାତ; ହଜାରେ ମୃତ; ଶତାଧିକ ନିଖୋଜ...
ନୂଆଦିଲ୍ଲୀ: ଦକ୍ଷିଣ ଏସିଆରେ ବନ୍ୟା ବିତ୍ପାତ ସୃଷ୍ଟି କରିଛି। ଇଣ୍ଡୋନେସିଆ, ଶ୍ରୀଲଙ୍କା, ମାଲେସିଆ ଏବଂ ଥାଇଲାଣ୍ଡରେ ଆସିଥିଲା ଏହି ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ହଜାରେ ପାର୍‌ କରିଛି। ଶତାଧିକ ଲୋକ ନିଖୋଜ ମଧ୍ୟ ଅଛନ୍ତି। ଅନେକ ଦେଶରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୫୦୨ରେ ପହଞ୍ଚି ଯାଇଛି। ଏବେ ବି ୫୦୮ ଜଣ ନିଖୋଜ ଅଛନ୍ତି। ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ସେହିପରି ଶ୍ରୀଲଙ୍କାରେ ୩୪୦ ଜଣ ପ୍ରାଣ ହରାଇଛନ୍ତି। ରାଜଧାନୀ କଲମ୍ବୋରେ ରବିବାର ରାତିସାରା ଜଳସ୍ତର ବଢ଼ି ଚାଲିଥିଲା। ସୋମବାର ସକାଳେ ବର୍ଷା ଥମିଯିବାରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଏହା ଦ୍ବାରା ପାଣି ଛାଡ଼ିଯିବ ବୋଲି ଆଶା କରାଯାଉଛି।
ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆରେ ଉଦ୍ଧାରକାର୍ଯ୍ୟ ପାଇଁ ସେନା ମୁତୟନ କରାଯାଇଛି। ଅନ୍ୟପଟେ ଥାଇଲାଣ୍ଡର ଦକ୍ଷିଣ ଭାଗରେ ଆସିଥିବା ବନ୍ୟା ୧୭୬ ଜଣଙ୍କ ଜୀବନ ନେଇଛି। ଏହାକୁ ଗତ ଦଶ ବର୍ଷ ମଧ୍ୟରେ ଆସିଥିବା ସବୁଠାରୁ ଭୟଙ୍କର ବନ୍ୟା ଧରାଯାଉଛି। ସେହିପରି ମାଲେସିଆର ପେରଲିସ ରାଜ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ଏସିଆରେ ଆସିଥିବା ଏହି ବନ୍ୟା ଭିତ୍ତିଭୂମିକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି। ଅନେକ କୋଠାବଡ଼ି ଭୁଶୁଡ଼ି ପଡ଼ିଥିବାବେଳେ ପୋଲ ଭାଙ୍ଗି ଯାଇଛି। ଜନଜୀନବ ଅସ୍ତବ୍ୟସ୍ତ କରିଦେଇଛି। ଶ୍ରୀଲଙ୍କାରେ ବାତ୍ୟା ଦାତୱା ପ୍ରଭାବରେ ହେଉଥିବା ବର୍ଷା ଥମିବାରେ ଲାଗିଛି। ଏହା ତାମିଲନାଡୁକୁ ମଧ୍ୟ ପ୍ରଭାବିତ କରିଥିଲା। ବର୍ଷା ଜନିତ ଦୁର୍ଘଟଣାରେ ତିନି ଜଣଙ୍କ ଜୀବନ ଯାଇଥିଲା।
ଡକ୍ଟର ହରିନୀ ଅମରସୁରୀୟା ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ନ୍ୟାସନାଲ ପିପୁଲ୍ସ ପାୱାରର ସାଂସଦ ଡକ୍ଟର ହରିନୀ ଅମରସୁରୀୟା ଆଜି ଶପଥ ଗ୍ରହଣ କରିଛନ୍ତି। ଆଜି ରାଷ୍ଟ୍ରପତି ସଚିବାଳୟରେ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ନିର୍ବାଚନର ଗୋଟିଏ ଦିନ ପରେ ଗତକାଲି ଶ୍ରୀ ଦିସାନାୟକେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।
ଶ୍ରୀଲଙ୍କା ବୁଲିବାକୁ ଭାରତୀୟଙ୍କ ପାଇଁ ଆବଶ୍ୟକ ପଡ଼ିବନି ଭିସା
କଲମ୍ବୋ: ଶ୍ରୀଲଙ୍କା ବୁଲିଯିବାକୁ ଚାହୁଁଥିବା ଭାରତୀୟମାନଙ୍କ ପାଇଁ ଖୁସି ଖବର। ଭାରତ ମହାସାଗରର ମୋତି ଭାବେ ପରିଚିତ ଶ୍ରୀଲଙ୍କା ପର୍ଯ୍ୟଟକଙ୍କ ପାଇଁ ସବୁବେଳେ ଏକ ଆକର୍ଷଣୀୟ କ୍ଷେତ୍ର ହୋଇ ରହିଛି। ଏବେ ଶ୍ରୀଲଙ୍କା ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତ ସମେତ ଅନ୍ୟ ୩୪ଟି ଦେଶକୁ ଭିସାମୁକ୍ତ ଗସ୍ତ ପାଇଁ ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଆସନ୍ତା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ। ଭାରତୀୟମାନେ ବିନା ଭିସାରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ରହିପାରିବେ କିମ୍ବା ବୁଲାବୁଲି କରିପାରିବେ ବୋଲି ଶ୍ରୀଲଙ୍କା ପର୍ଯ୍ୟଟନ ମନ୍ତ୍ରୀ ହାରିନ୍‌ ଫର୍ଣ୍ଣାଣ୍ଡୋ ଗୁରୁବାର ସୂଚନା ଦେଇଛନ୍ତି। ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ଜଣେ ଭାରତୀୟ ଶ୍ରୀଲଙ୍କା ଗସ୍ତରେ ଯାଉଥିଲା ବେଳେ ତାଙ୍କୁ ଭିସା ଫି ବାବଦରେ ୫୦ ଡଲାର( ପ୍ରାୟ ୪୨୦୦ ଟଙ୍କା) ଦେବାକୁ ପଡ଼ୁଥିଲା। କିନ୍ତୁ ଅକ୍ଟୋବର ୧ ରୁ ଏହା ଶୁଳ୍କମୁକ୍ତ ହେବ। ଭାରତ ବ୍ୟତୀତ ଆମେରିକା, ଯୁକ୍ତରାଜ୍ୟ,ସାଉଦି ଆରବ, ନେଦରଲାଣ୍ଡ,ସ୍ପେନ,ବେଲଜିୟମ,ୟୁଏଇ, ନେପାଳ ଜାପାନ, ଫ୍ରାନ୍ସ, କାନାଡ଼ା,ଇଟାଲୀ ଭଳି ୩୪ଟି ଦେଶର ନାଗରିକମାନେ ବିନା ଭିସାରେ ଶ୍ରୀଲଙ୍କା ଗସ୍ତରେ ଯାଇପାରିବେ ବୋଲି ଫର୍ଣ୍ଣାଣ୍ଡୋ କହିଛନ୍ତି।
ଶ୍ରୀଲଙ୍କାରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା, ସଂସଦ ଭବନରେ ଧସେଇ ପଶିଲେ ବିକ୍ଷୋଭକାରୀ
କଲମ୍ବୋ : ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ଉଗ୍ର ରୂପ ନେଇଛି। ଦେଶରେ ଲାଗି ରହିଥିବା ଆର୍ଥିକ ସଂକଟକୁ ମୁକାବିଲା କରି ନପାରି ଶେଷରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ମାଳଦୀପ ପଳାୟନ କରିଛନ୍ତି । ରାଷ୍ଟ୍ରପତି ଦେଶଛାଡି ପଳାଇଯାଇଥିବା ଖବର ପ୍ରଚାରିତ ହେବାପରେ ଦେଶରେ ନାଗରିକମାନେ ହଜାର ହଜାର ସଂଖ୍ୟାରେ ଏକଜୁଟ ହୋଇ ରାଜଧାନୀ କଲମ୍ବୋ ରାସ୍ତାରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଦେଶ ଛଡ଼ି ପଳାଇବା ପରେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଦାୟିତ୍ବ ତୁଲାଉଥିବା ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମ‌ସିଂଘେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।
ଦେଶର ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଥିବା ବେଳେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶ ଛାଡି ମାଳଦ୍ୱୀପ ପଳାଇ ଯିବାକୁ ନେଇ ତେଜିଛି ଅସନ୍ତୋଷ । ରାଜରାସ୍ତାରେ ଜନସାଧାରଣ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ ଆଜି ସଂସଦ ଗୃହ ଏବଂ ପିଏମ ହାଉସକୁ ଘେରି ରହିଛନ୍ତି । ରାଷ୍ଟ୍ରପତି ଦେଶ ଛାଡିବାମାତ୍ରେ କଲୋମ୍ବୋରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଦର୍ଶନସ୍ଥଳ ଛାଡି ହଜାର ହଜାର ପ୍ରଦର୍ଶନକାରୀ ସଂସଦ ଆଗରେ ପହଁଞ୍ଚିଛନ୍ତି।
ଅର୍ଥନୈତିକ ସଙ୍କଟ ମଧ୍ୟରେ ଲୋକେ ପୂର୍ବରୁ ରାଷ୍ଟ୍ରୀୟ ଭବନକୁ ଦଖଲ କରି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଥିଲେ । ଏବେ ପରିସ୍ଥିତି ଏମିତି ହୋଇଛି ଯେ, ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ସୁରକ୍ଷା କର୍ଡନ ଭାଙ୍ଗି ପିଏମ ହାଉସରେ ଧସେଇ ପଶିଛନ୍ତି।ଗୋଟବାୟା ରାଜପକ୍ଷେ ପଳାଇବା ପରେ ଶ୍ରୀଲଙ୍କାର ଲୋକେ ରାଗରେ ନିଆଁ ହୋଇଯାଇଛନ୍ତି । ସ୍ଥିତି ଏମିତି ହୋଇଛି ଯେ, ଦେଶରେ ଜରୁରୀ କାଳୀନ ସ୍ଥିତି ଲାଗୁ ହୋଇଛି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ବୃଦ୍ଧି ପାଉଥିବା ପ୍ରତିବାଦ ‌ଦମନ କରିବା ପାଇଁ କ‌ଲମ୍ବୋ ସମେତ ପଶ୍ଚିମ ପ୍ରଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଦଙ୍ଗା ସୃଷ୍ଟି ହେବା ଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ଲାଗି କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଦାୟିତ୍ବ ତୁଲାଉଥିବା ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଆଦେଶ ଦେଇଛନ୍ତି।
ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ମଧ୍ୟକୁ ‌ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ଲାଗି ନିରାପତ୍ତା ବଳ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ପାଣି ମାଡ଼ କରୁଥିବା ରିପୋର୍ଟ ମଧ୍ୟ ମିଳିଛି। କିନ୍ତୁ, ସର୍ବଦଳୀୟ ସରକାର ଗଠନ ହେବା ପରେ ସେ ଇସ୍ତଫା ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଘୋଷଣା କରିସାରିଛନ୍ତି। ଏବେ ମଧ୍ୟ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଉପସ୍ଥିତ ଥିବାରୁ ତାଙ୍କ କଲମ୍ବୋସ୍ଥିତ ଆବାସିକ କାର୍ୟ୍ୟାଳୟ ବାହାରେ ଆକାଶରୁ ‘ପାଟ୍ରୋଲିଙ୍ଗ୍‌’ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ପାଚେରି ଚଢ଼ିବାକୁ ଉଦ୍ୟମ କରୁଥିବା ପ୍ରତିବାଦକାରୀମାନଙ୍କ ଉପରେ ପୁଲିସ ଲାଠି ଚାର୍ଜ କରୁଛି।
ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ବିଳମ୍ବିତ ରାତିରେ ଶ୍ରୀଲଙ୍କା ଛାଡ଼ି ମାଲଦୀପ ପଳାୟନ କରିଛନ୍ତି । ଶ୍ରୀଲଙ୍କା ଏୟାରଫୋର୍ସର ସ୍ୱତନ୍ତ୍ର ବିମାନରେ ପତ୍ନୀ ଓ ଦୁଇ ବଡିଗାର୍ଡଙ୍କ ସହ ସେ ଫେରାର ହୋଇଯାଇଛନ୍ତି । ସେମାନେ ମାଲଦୀପ ରାଜଧାନୀରେ ଲ୍ୟାଣ୍ଡ କରିଥିବା କଲମ୍ବୋ ମିଡିଆ ରିପୋର୍ଟ କରିଛି। ଗୋଟବାୟା ରାଜପକ୍ଷେ ବର୍ତ୍ତମାନ ମାଳଦ୍ୱୀପରେ ଅଛନ୍ତି । ଏଠାରୁ ସେ ଦୁବାଇ ଯିବେ ବୋଲି ଜଣାପଡିଛି।
ସୁଧୁରୁଛି ଶ୍ରୀଲଙ୍କାର ଆଇନ ଶୃଙ୍ଖଳା ପରିସ୍ଥିତି: ଦୁଇ ସପ୍ତାହ ପରେ ହଟିଲା ଏମରଜେନ୍ସି
କଲୋମ୍ୱୋ: ସୁଧୁରୁଛି ଶ୍ରୀଲଙ୍କାର ଆଇନ ଶୃଙ୍ଖଳା ପରିସ୍ଥିତି। ଆର୍ଥିକ ସଙ୍କଟ ମଧ୍ୟରେ ଗତିକରୁଥିବା ଶ୍ରୀଲଙ୍କାରୁ ଦୁଇ ସପ୍ତାହ ପରେ ହଟିଛି ଜରୁରୀକାଳୀନ (ଏମରଜେନ୍ସି) ପରିସ୍ଥିତି। ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆସିବା ପରେ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆର୍ଥିକ ସଂକଟକୁ ନେଇ ହିଂସା ଆରମ୍ଭ ହେବା ପରେ ଗତ ୬ ତାରିଖ ମଧ୍ୟରାତ୍ରିଠାରୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ତେବେ ହିରୁ ନ୍ୟୁଜ ଅନୁସାରେ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି ଶୁକ୍ରବାର ମଧ୍ୟରାତ୍ରୀରୁ ଦେଶରୁ ଜରୁରୀକାଳୀନ ଫେରାଇ ନିଆଯାଇଛି । ରିପୋର୍ଟ ଅନୁସାରେ ଦେଶରେ ଆଇନ ବ୍ୟବସ୍ଥା ସ୍ଥିତି ସୁଧାରିବା ପାଇଁ ପଦକ୍ଷେପ ନିଆଯାଉଛି। ଜରୁରୀକାଳୀନ ସମୟରେ ପୁଲିସ ଏବଂ ସୁରକ୍ଷାକର୍ମୀ ନିକଟରେ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଲୋକଙ୍କୁ ହେପାଜତକୁ ନେବାର ଅଧିକାର ରହିଥାଏ ।
ଶ୍ରୀଲଙ୍କାରୁ ଜରୁରୀକାଳୀନ (ଏମରଜେନ୍ସି) ପରିସ୍ଥିତି ହଟାଇଦେଇଥିତଲେ ମଧ୍ୟ କିଛି ସ୍ଥାନରେ ଲୋକ ସରକାର ବିରୁଦ୍ଧରେ ରାସ୍ତାରକୁ ଓହ୍ଲାଉଛନ୍ତି। ଶ୍ରୀଲଙ୍କାରେ ଏବେ ମୁଦ୍ରାସ୍ପୀତି ହାର ୪୦ ପ୍ରତିଶତ ଆଡ଼କୁ ଗତି କରିଥିବାବେଳେ ଖାଦ୍ୟସାମଗ୍ରୀ, ଇନ୍ଧନ ଓ ଔଷଧର ଗୁରୁତର ଅଭାବ ଦେଖାଦେଇଛି । ପୁଣି ଆମଦାନୀ କରିବାକୁ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ବିଦେଶୀ ମୁଦ୍ରା ନାହିଁ ।୧୯୪୮ ମସିହାରେ ଇଂରେଜଙ୍କ କବଳରୁ ଶ୍ରୀଲଙ୍କାକୁ ସ୍ୱାଧୀନତା ମିଳିଥିଲା। ଦେଶ ସ୍ୱାଧୀନ ହେବା ପରେ ଏହା ଦେଶର ସବୁଠାରୁ ବଡ ଆର୍ଥିକ ସଙ୍କଟ। ଦେଶରେ ମହଙ୍ଗାସ୍ଥିତି ଲୋକଙ୍କ ଉପରେ ଏହିଭଳି ପ୍ରଭାବ ପକାଇଛି ଯେ ଦେଶର ମୁଦ୍ରାସ୍ଫିତି ୪୦ ପ୍ରତିଶତ ଦର ଆଡକୁ ବଢିଛି। ଦେଶରେ ଲୋକଙ୍କ ଦୈନିକ ଆବଶ୍ୟକତା ପୂରଣ ହୋଇନପାରିବା ଯୋଗୁ ଲୋକେ ଚିନ୍ତାରେ ରହିଛନ୍ତି । ସାଧାରଣ ଲୋକଙ୍କୁ ଔଷଧ, ତେଳ ଭଳି ଜରୁରୀ ଜିନିଷ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
ସୂଚନାଯୋଗ୍ୟ ଶ୍ରୀଲଙ୍କାରେ ଦେଖା ଦେଇଥିବା ଆର୍ଥିକ ସଂକଟ ପାଇଁ ରାଜପକ୍ଷେ ପରିବାର ଦୋଷୀ ଥିବା ଏଠାକାର ଲୋକେ ଭାବୁଛନ୍ତି। ଏହି କାରଣରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଦେଶର ଜନାତା ରାସ୍ତାକୁ ଓହ୍ଲାଇବା ସହ ହିଂସା ଘଟାଇଥିଲେ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଗୋଟବାୟା ରାଜପକ୍ଷେ ଦେଶରେ ଏମରଜେନ୍ସି ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଦଶରେ ସରକାର ସମର୍ଥକ ଏବଂ ସରକାର ବିରୋଧୀ ପ୍ରଦର୍ଶନକାରୀ ମଧ୍ୟରେ ସଂଘର୍ଷରେ ୯ ଜଣଙ୍କ ଜୀବନ ଯାଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକେ ଆହାତ ହୋଇଥିଲେ।
ଆର୍ଥିକ ସଙ୍କଟ ଭିତରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ
କଲମ୍ବୋ: ଆର୍ଥିକ ଓ ରାଜନୈତିକ ସଙ୍କଟ ଭିତରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ରାନିଲ ବିକ୍ରମସିଂଘେ । ପୂର୍ବରୁ ୪ ଥର ଦେଶର ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମସିଂଘେ ପୁଣି ଥରେ ଏହି ଦ୍ବୀପରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପୂର୍ବ ଅଭିଜ୍ଞତାକୁ ନେଇ ସେ ନିଜ ଦାୟିତ୍ୱ ପୂରା କରିବେ ବୋଲି ଦଳ ଆଶା ରଖିଛି । ବୁଧବାର ସଂଧ୍ୟାରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଓ ରନିଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ବସିଥିଲା । ଏହି ସମୟରେ ତାଙ୍କୁ ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଥିବା କୁହାଯାଉଛି ।
ଗତ ୨୦୧୮ ମସିହାରେ ତତକାଳୀନ ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ । ତେବେ ଏହି ଘଟଣାର ୨ ମାସ ପରେ ତାଙ୍କୁ ପୁଣି ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଇଥିଲା । ବର୍ତ୍ତମାନ ଶ୍ରୀଲଙ୍କା ସଂସଦରେ ରାନିଲଙ୍କର ମାତ୍ର ଗୋଟିଏ ଆସନ ଥିଲେ ବି ବିରୋଧି ଦଳମାନେ ତାଙ୍କୁ ସମର୍ଥନ ଜ୍ଞାପନ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ମୁଖ୍ୟ ବିରୋଧୀ ଦଳ ସମାଗି ଜନ ବଲଓ୍ବେଗୟା ଓ ଆଉ କେତେକ ବିରୋଧୀ ଦଳ ତାଙ୍କୁ ସମର୍ଥନ ଦେଇଛନ୍ତି ।
ଅନ୍ୟପଟେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ । ବିନା ଅନୁମତି ସେ ଦେଶ ଛାଡି ଯାଇପାରିବେନି ବୋଲି କୋର୍ଟ କହିଛନ୍ତି । ରାଜପକ୍ଷ,ତାଙ୍କ ପରିବାର କିଛି ସଦସ୍ୟ ଓ ସହଯୋଗୀ ମୋଟ ୧୫ଜଣଙ୍କ ଉପରେ ଲାଗିଛି ଏହି କଟକଣା । ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଏହି ଆର୍ଥିକ ଓ ରାଜନୈତିକ ଅସ୍ଥିରତା ପାଇଁ ରାଜପକ୍ଷଙ୍କ ପରିବାରକୁ ଦାୟୀ କରାଯାଉଛି । ତାଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ସଂର୍ଘଷ ଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିଛି । ତେଣୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ନସରିବା ପର୍ଯ୍ୟନ୍ତ ଏହି ୧୬ଜଣ ଦେଶ ଛାଡି ଯାଇପାରିବେନି ବୋଲି କୋର୍ଟ କହିଛନ୍ତି ।
ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ; ୨ ଚକିଆ ଗାଡ଼ିରେ ପକାଇ ପାରିବେନି ହଜାରେ ଟଙ୍କାରୁ ଅଧିକ ତେଲ
କଲମ୍ବୋ: ଗୁରୁତର ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କାରେ ନୂଆ ଇନ୍ଧନ କଟକଣା ଲଗାଯାଇଛି। ଏବେ ଶ୍ରୀଲଙ୍କା ନାଗରିକ ଦୁଇ ଚକିଆ ଗାଡିରେ ଏକାଥରକେ ହଜାରେ ଟଙ୍କାରୁ ଅଧିକ ତେଲ ପକାଇପାରିବେ ନାହିଁ। ସେହିପରି ତିନି ଚକିଆ ଗାଡିରେ ୧୫୦୦ ଏବଂ ଚାରି ଚକିଆ ଗାଡିରେ ୫ ହଜାର ଟଙ୍କାର ତେଲ ପକାଇପାରିବେ। ସରକାରୀ କମ୍ପାନୀ ସିଲୋନ ପେଟ୍ରୋଲିୟମ କର୍ପୋରେସନ (ସିପିସି) ଏକ ବିବୃତ୍ତି ଜାରି କରି ଏହି କଟକଣା ଲାଗୁ କରିଛି। ତେବେ ବସ୍‌, ଟ୍ରକ, ବ୍ୟବସାୟିକ ଗାଡିକୁ ଏହି ନିୟମରୁ ବାଦ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କାର ଇନ୍ଧନ ସଙ୍କଟ ମଧ୍ୟ ଦେଖାଦେଇଛି। ପେଟ୍ରୋଲ ପମ୍ପରେ ତେଲ ପକାଇବା ପାଇଁ ଲମ୍ବା ଧାଡି ଲାଗି ରହିଛି। ଦିନକୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି। ଶ୍ରୀଲଙ୍କା ମୁଦ୍ରାର ମୂଲ୍ୟ କମ୍‌ ହେଉଥିବାରୁ ଜରୁରୀ ସାମଗ୍ରୀ ମଧ୍ୟ ମିଳୁନାହିଁ। ଏଥିଯୋଗୁଁ ଲୋକଙ୍କ କ୍ରୋଧ ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ ସରକାର ବିରୋଧୀ ବିକ୍ଷୋଭ ଚାଲିଛି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଛି।
ନିଜକୁ ଦେବାଳିଆ ଘୋଷଣାକଲା ଶ୍ରୀଲଙ୍କା
କଲମ୍ବୋ : ବର୍ତ୍ତମାନ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଏବେ ଦେଶର ଆର୍ଥିକ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଚୀନ୍ ସମେତ ଅନେକ ଦେଶ ରଣ ଜାଲରେ ଫସି ରହିଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିବା ସହ ଦେଶ ଆଉ ବିଦେଶୀ ଋଣ ପରିଶୋଧ କରିବା ସ୍ଥିତିରେ ନଥିବା କହିଛି। ଚଳିତମାସ ୧୮ରେ ୱାଶିଂଟନଠାରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ସହ ବୈଠକ ରହିଥିବାବେଳେ ଏହା ପୂର୍ବରୁ ଦେଶ ଋଣ ପରିଶୋଧ ନେଇ ନିଜର ଅକ୍ଷମତା ଜାହିର କରିଛି।
ବର୍ତ୍ତମାନ ଦେଶ ନିକଟରେ କେବଳ ଖାଦ୍ୟ ସାମଗ୍ରୀ ଓ ତେଲ କିଣିବା ପାଇଁ ଡଲାର ରହିଛି। ଶ୍ରୀଲଙ୍କାର ଅର୍ଥମନ୍ତ୍ରୀ ଅଲି ସାବ୍ରି କହିଛନ୍ତି ଯେ ଦେଶର ଗୁରୁତର ଅର୍ଥନୈତିକ ସଙ୍କଟକୁ ମୁକାବିଲା କରିବା ପାଇଁ ଇନ୍ଧନ ଏବଂ ଔଷଧ ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣକୁ ପୁନରୁଦ୍ଧାର କରିବାରେ ଶ୍ରୀଲଙ୍କାକୁ ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ ଡଲାର ର ସହାୟତା ଆବଶ୍ୟକ ପଡ଼ିବ।
ନୂଆଦିଲ୍ଲୀ : ରାମାୟଣ ଯୁଗର ଲଙ୍କା, ଅଖଣ୍ଡ ଭାରତର ସିଂହଳ ଏବଂ ଏବେକାର ଶ୍ରୀଲଙ୍କା ଏବେ ‘ଶ୍ରୀ’ହୀନ। ପର୍ଯ୍ୟାପ୍ତ ବିଦେଶୀ ଋଣ ସାଙ୍ଗକୁ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ଏବଂ ଭ୍ରଷ୍ଟାଚାର ରାଜନୀତି ଓ ସ୍ବେଚ୍ଛାଚାରିତା ଆଜି ଏହି ରାଷ୍ଟ୍ରକୁ ଘୋର ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେଇଛି। ଡାଲି, ଚାଉଳ ଔଷଧ ଭଳି ଅତ୍ୟାବଶ୍ୟକ ସାମ୍ରଗୀ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସ ସବୁକିଛି ଖାଲି। ବିଜୁଳି ଅଭାବରେ ଲୋକଙ୍କୁ ଘଣ୍ଟା ଘଣ୍ଟାର ଅନ୍ଧାର ଜୀବନ ବିତାଇବାକୁ ପଡ଼ୁଥବା ବେଳେ ହସ୍ପିଟାଲରେ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ହୋଇଯାଇଛି। ଲୋକଙ୍କ ପାଖେ ନିଜ ଅର୍ଜିତ ଅର୍ଥ ଥାଇ ମଧ୍ୟ ତାହା ଏବେ କେବଳ କାଗଜ ଟୁକୁଡ଼ା ପରି ନିରର୍ଥକ ହୋିପଡ଼ିଛି। ଗୋଟିଏ ପଟେ ଦାନା ପାଇଁ ଲୋକଙ୍କ ଲମ୍ବାଧାଡି ତ ଆଉ ଗୋଟେ ପଟେ ଡିଜେଲ ଓ ପେଟ୍ରୋଲ ଅଭାବରେ ରାସ୍ତା କଡ଼ରେ ହଜାର ହଜାର ଗାଡିର ଧାଡି ଏହି ରାଷ୍ଟ୍ରକୁ ଅତ୍ୟନ୍ତ ବିପନ୍ନ ମୁହଁକୁ ଠେଲି ଦେଇଛି। ୧୯୪୮ ମସିହାରେ ବ୍ରିଟିଶ ଶାସନକଳରୁ ମୁକ୍ତି ପାଇଥିବା ଏହି ରାଷ୍ଟ୍ରରେ ଏବେ ଚାରି ଆଡେ ହାହାକାର ପରିସ୍ଥିତି , ଯାହାକି ଗୃହ ଯୁଦ୍ଧ ସ୍ଥିତିକୁ ଠେଲି ଦେଇଛି। ତେବେ ଶ୍ରୀଲଙ୍କା ଶ୍ରୀହୀନ ହେବାର ପଛରେ କ’ଣ ରହିଛି କାରଣ, ଆସନ୍ତୁ ଜାଣିବା….
ଇତିହାସ ସହ ସାମାଜିକ ଏବଂ ଧାର୍ମିକ କ୍ଷେତ୍ରରେ ସାମଞ୍ଜସ୍ୟ ରଖୁଥବା ଆମର ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଏବେ ହାହାକାର ପରିସ୍ଥିତି। ଖାଦ୍ୟ ,ପାନୀୟ, ଔଷଧ ଠାରୁ ଆରମ୍ଭ କରି ପେଟ୍ରୋଲ , ଡିଜେଲ, ଗ୍ୟାସ ସବୁକିଛି ଖାଲି। ଡିଜେଲ ଅଭାବରୁ ଦେଶର ବିଦୁତଶକ୍ତି ଉତ୍ପାଦନ ବନ୍ଦ ହେବା ସହିତ ୧୩/୧୪ ଘଣ୍ଟାର ବିଜୁଳିକାଟ ଅସହ୍ୟ ଗ୍ରୀଷ୍ମ ମଧ୍ୟରେ ଲୋକଙ୍କୁ ଅତିଷ୍ଠ କରି ଦେଇଛି। ସେପଟେ ଡିଜେଲ ଅଭାବକୁ ନେଇ ସାଧାରଣ ପରିବହନ ବ୍ୟବସ୍ଥା ଆଉ ହସ୍ପିଟାଲ ମଧ୍ୟ ବନ୍ଦ ହୋଇଯାଇଛି। ପେଟ୍ରୋଲ ଏବଂ ଡିଜେଲ ଭଣ୍ଡାର ପୁରା ଖାଲି ହୋଇସାରିଛି। ଡାଲି, ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଖାଲି ହେବାକୁ ବସିଛି। ଚାଉଳ କିଲୋ ୩୦୦ ଟଙ୍କା, ୪୦୦ ଗ୍ରାମ ଗୁଣ୍ଡ କ୍ଷୀର ମୂଲ୍ୟ ୮୦୦ ଟଙ୍କାରେ ପହଞ୍ଚିଥିଲା ବେଳେ ଅନ୍ୟ ଜିନିଷ କଥା ନ କହିଲେ ଭଲ। ଲୋକଙ୍କ ପାଖେ ଟଙ୍କା ଥାଇ ମଧ୍ୟ ଜିନିଷ ନାହିଁ। କାରଣ ବିଦେଶରୁ ଜିନିଷ ଆମଦାନୀ କରିବା ଶ୍ରୀଲଙ୍କା ପାଖେ ଏବେ ସମ୍ପୂର୍ଣ୍ଣ ଅସମ୍ଭବ।
ଏହାପଛର ମୂଳ କାରଣ ହେଲା ଏବେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପୁରା ଖାଲି। ଗତ ଦୁଇ ବର୍ଷ ମଧ୍ୟରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାରରେ ୭୦ ପ୍ରତିଶତ ହ୍ରାସ ଘଟିଥିବା ବେଳେ ବର୍ତ୍ତମାନ ଏହା କେବଳ ୨.୩୧ ବିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୭.୫ ହଜାର କୋଟି ଟଙ୍କା ମଧ୍ୟରେ ସୀମିତ ରହିଛି। ସମ୍ପୂର୍ଣ୍ଣ ଆମଦାନୀ ଉପରେ ନିର୍ଭର କରୁଥିବା ଶ୍ରୀଲଙ୍କା ଭଳି ଦେଶର ବାର୍ଷିକ ପେଟ୍ରୋଲ ଏବଂ ଡିଜେଲ ଆମଦାନୀ ମୂଲ୍ୟ ୯୧ ହଜାର କୋଟି ଟଙ୍କା ରହିଥିବା ବେଳେ ୧୭.୫ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର କେଉଁ କାମକୁ ଆସିବ ତାହା ବୁଝିବା କଷ୍ଟସାଧ୍ୟ ନୁହେଁ। ଏପଟେ ଗତ ୩ ମାସ ମଧ୍ୟରେ ପେଟ୍ରୋଲ ମୂଲ୍ୟ ୯୨ ପ୍ରତିଶତ ବୃଦ୍ଧିରେ ୩୦୦ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ମୂଲ୍ୟରେ ୭୬ ପ୍ରତିଶତ ବୃଦ୍ଧି ଘଟି ଲିଟର ପିଛା ମୂଲ୍ୟ ୨୩୦ ଟଙ୍କା ଛୁଇଁଛି। ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି, ଯାହାକୁ ନେଇ ଶ୍ରୀଲଙ୍କାର ହାରାହାରି ମୁଦ୍ରାସ୍ଫୀତି ୧୫ ପ୍ରତିଶତରେ ପହଞ୍ଚିଛି।
ଅନ୍ୟପଟରେ ଶ୍ରୀଲଙ୍କା ମୁଦ୍ରାର ଦ୍ରୁତ ଅବମୂଲ୍ୟାୟନ ଆମଦାନୀ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଗୋଟିଏ ଡଲାର ତୁଳନାରେ ଶ୍ରୀଲଙ୍କା ଟଙ୍କା ୨୭୭ରେ ପହଞ୍ଚିଥିବା ବେଳେ ରପ୍ତାନି ମଧ୍ୟ ହ୍ରାସ ପାଇଛି। ଯାହାକୁ ନେଇ ଶ୍ରୀଲଙ୍କାର ବାଣିଜ୍ୟିକ ସମତୁଲତା( ବାଲାନ୍ସ ଅଫ ଟ୍ରେଡ୍‌) ସର୍ବାଧିକ ସ୍ତରରେ ପ୍ରଭାବିତ ହୋଇଛି। ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ସାଙ୍ଗକୁ ବାଣିଜ୍ୟିକ ଅସମତୁଲତା ବିଦେଶରୁ କୌଣସି ସାମଗ୍ରୀ ଆମଦାନୀ ପାଇଁ ସମସ୍ୟା ସୃଷ୍ଟି କରିଛି। ଅନ୍ୟପଟେ ଶ୍ରୀଲଙ୍କାର ପର୍ଯ୍ୟାପ୍ତ ବିଦେଶୀ ଋଣ ଦେଶର ଅର୍ଥନୀତି ବ୍ୟବସ୍ଥା ପାଇଁ କାଳ ହୋଇଛି। ବର୍ତ୍ତମାନ ସୁଦ୍ଧା ଚୀନ, ଜାପାନ, ଭାରତ ଭଳି ରାଷ୍ଟ୍ରମାନଙ୍କ ସହ ବିଶ୍ବବ୍ୟାଙ୍କ, ଏସିଆ ଉନ୍ନୟନ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବହୁ ଆନ୍ତର୍ଜାତିକ ସ୍ତରର ଋଣ ଲଗାଣକାରୀ ସଂସ୍ଥା ଠାରୁ ଶ୍ରୀଲଙ୍କା ନେଇଥିବା ଋଣ ରାଶି ୪୦ ହଜାର ବିଲିୟନ ଡଲାରରେ ପହଞ୍ଚିଛି। ସେଥିମଧ୍ୟରୁ କେବଳ ୩୬ ପ୍ରତିଶତ ଋଣ ଚୀନର ରହିଛି। ଋଣ ସୁଧ ବୃଦ୍ଧି ସାଙ୍ଗକୁ ଘରୋଇ ଉତ୍ପାଦନ ହ୍ରାସ ପାଇ ଚାଲିଥବା ବେଳେ ଏବେ ଦେଶର ମୋଟ ଋଣ ରାଶି ଶ୍ରୀଲଙ୍କା ଜିଡିପିର ୧୧୦ ପ୍ରତିଶତ ଛୁଇଁଛି।
ଓଡିଶା ଭଳି ରାଜ୍ୟର ଅଧା ଏବଂ ମାତ୍ର ୨.୨୫ କୋଟି ଲୋକସଂଖ୍ୟାର ଏହି ଦ୍ବୀପ ରାଷ୍ଟ୍ରର ସବୁକିଛି ଠିକ୍‌ ଚାଲୁଥିବା ବେଳେ ଅଚାନକ ଭାବେ ଏଭଳି ସ୍ଥିତି କାହିଁକି ଉପୁଜିଲା ତାହା ଚିନ୍ତା କରିବା କଥା। ଶ୍ରୀଲଙ୍କାର ଏହି ଦୁର୍ଦ୍ଦିନ ପାଇଁ ମୁଖ୍ୟତଃ ୩ଟି କାରଣ ରହିଛି। ଦୃଢ ନେତୃତ୍ବର ଅଭାବ ଏବଂ ପାରବାରିକ ରାଜନୀତି ସ୍ବେଚ୍ଛାଚାରିତା ମୁଖ୍ୟକାରଣ। ରାଜନୀତି ସ୍ତରରେ ସର୍ବାଧିକ ଦୁର୍ନୀତି ପର୍ଯ୍ୟାପ୍ତ ବିଦେଶୀ ଋଣ ଏବଂ ବିଦେଶୀ ମୁଦ୍ରା ଭଣ୍ଡାରର ଖାଲି ପାଇଁ କାରଣ ପାଲଟିଥିବା ବେଳେ ଅର୍ଥନୀତିକୁ ନେଇ ଭୁଲ ନିଷ୍ପତ୍ତି ଏବଂ ଦୁଇବର୍ଷର କରୋନା ମହାମାରୀ ପ୍ରଭାବ ଅନ୍ୟକାରଣ ବୋଲି କୁହାଯାଇପାରେ। ୨୦୧୦ ରୁ ଶ୍ରୀଲଙ୍କାର ବିଦେଶୀ ଋଣ ବୃଦ୍ଧି ପାଇ ଆସିଥିବା ବେଳେ ୨୦୧୯ରେ ଏହା ସର୍ବୋଚ୍ଚ ସ୍ତର ଛୁଇଁଥିଲା। ଏଥପାଇଁ ରାଜପକ୍ଷେ ପରିବାର ସମ୍ପୂର୍ଣ୍ଣ ଦାୟୀ ବୋଲି କୁହାଯାଉଛି। ଏହାପରେ ସ୍ଥିତି ସମ୍ଭାଳିବାକୁ ଶ୍ରୀଲଙ୍କା ଆଇଏମଏଫର ଦ୍ବାରସ୍ଥ ହୋଇଥÒଲେ ହେଁ ସେଠାରୁ ନାସ୍ତିବାଚକ ଉତ୍ତର ପାଇବା ପରେ ‘ଋଣଂ କୃତ୍ୟା ଘୃତଂ ପିବେତ୍‌’ ନୀତିରେ ଋଣ ପରିଶୋଧ ପାଇଁ ପୁଣି ଚୀନ ଠାରୁ ଋଣ କରିବା ରାଜନୈତିକ ସ୍ତରରେ ସବୁଠାରୁ ବଡ଼ ଭୁଲ ନିଷ୍ପତ୍ତି ଥିଲା ବୋଲି କୁହାଯାଉଛି। ଏହିକ୍ରମରେ ସାହୁକାର ଚୀନର ଋଣ କୂଚକ୍ରରେ ପଡ଼ି ଶ୍ରୀଲଙ୍କା ସରକାର ହମ୍ବାନଟୋଟା ବନ୍ଦରକୁ ୯୯ ବର୍ଷ ପାଇଁ ଚୀନ ହାତକୁ ଟେକିଦେବା ମଧ୍ୟ ଆଉ ଏକ ବଡ଼ ଭୁଲ ରହିଥିଲା।
ସେହିପରି ଶ୍ରୀଲଙ୍କାର କୃଷି ଉତ୍ପାଦନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଜୈବିକ କରିବା ଉଦ୍ଦେଶ୍ୟରେ ଗତବର୍ଷ ରାସାୟନିକ ସାର, କୀଟନାଶକ ଆଦିକୁ ବାଦ୍‌ ଦେବା ମଧ୍ୟ ଏକ ଭୁଲ ନିଷ୍ପତ୍ତି ଥିଲା। ଏହାଦ୍ବାରା ଦେଶରେ କୃଷି ଉତ୍ପାଦନ ହ୍ରାସ ପାଇବା ସହିତ ବେପାରୀମାନେ କଳାବଜାର କରିବାକୁ ସୁଯୋଗ ପାଇଥିଲେ। ପର୍ଯ୍ୟଟନ କ୍ଷେତ୍ରରୁ ସର୍ବାଧିକ ଆୟ କରୁଥିବା ଶ୍ରୀଲଙ୍କା କରୋନା ମହାମାରୀକୁ ବିଗତ ଦୁଇ ବର୍ଷ ହେଲା ସର୍ବାଧିକ ପ୍ରଭାବିତ ରହିଛି। ଇତିମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରର ଆୟ ସର୍ବାଧିକ ହ୍ରାସ ପାଇଥିବାରୁ ଏହା ମଧ୍ୟ ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି କୁହାଯାଉଛି।
ଚାଇନାର ଲୋନ୍‌ ନେଟୱର୍କ : ବିଶ୍ବର ୧୬୫ ଦେଶ ନେଇଛନ୍ତି ଋଣ, ଶ୍ରୀଲଙ୍କା ପରି ଖରାପ ହେବନି ତ ଅବସ୍ଥା?
ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଅବସ୍ଥା ଅତ୍ୟନ୍ତ ଖରାପ।  ଦିନକୁ ଦିନ ପରିସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିଛି । ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ବଢିବାରେ ଲାଗିଛି । ଦେଶରେ ଦିନକୁ ଦିନ ଆର୍ଥିକ ସଙ୍କଟ ବଢୁଥିବାରୁ ଅନିଶ୍ଚିତତା ଭିତରକୁ ଠେଲି ହେଇଯାଉଛି ଶ୍ରୀଲଙ୍କାର ଭାଗ୍ୟ । ଦେଶରେ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଶ୍ରୀଲଙ୍କା ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ ଠାରୁ ଋଣ କରିବାକୁ ଯୋଜନା କରୁଥିବା ଜଣାପଡିଛି। ଅନିଶ୍ଚିତତା ଓ ସମସ୍ୟାର ବୋଝ ଦେଇ ଗତି କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡୁଛି।
ଖାଦ୍ୟ ଏବଂ ପାନୀୟର ଅଭାବ ଦେଖାଦେଇଛି ଏବଂ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ରାସ୍ତାରେ ବିରୋଧ କରୁଛନ୍ତି । ଶ୍ରୀଲଙ୍କାରେ ଖାଦ୍ୟ ମୁଦ୍ରାସ୍ଫୀତି ୩୦ ପ୍ରତିଶତରେ ପହଞ୍ଚିଛି।ବର୍ତ୍ତମାନ ଔଷଧ ଏବଂ କ୍ଷୀର ପାଉଡରର ଘୋର ଅଭାବ ଦେଖିବାକୁ ମିଳୁଛି। ଆର୍ଥିକ ସଙ୍କଟ ଭିତରେ ସରକାରଙ୍କ ବିରୋଧରେ ଜନସାଧାରଣଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।  ଏପରି ପରିସ୍ଥିତିରେ, ଏହା ମଧ୍ୟ ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଏକ ସୁନ୍ଦର, ସମୃଦ୍ଧ ଜୀବନଯାପନ କରୁଥିବା ଶ୍ରୀଲଙ୍କାରେ ହଠାତ୍ ଏହି ସଙ୍କଟର ପର୍ବତ କିପରି ମାଡିଆସିଲା।
ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଶ୍ରୀଲଙ୍କାର ଏହି ଗୁରୁତର ସଙ୍କଟରେ ଫସି ରହିବାର ଏକ ପ୍ରମୁଖ କାରଣ ହେଉଛି ଚାଇନାରୁ ନିଆଯାଇଥିବା ଋଣ। ଏହାପୂର୍ବରୁ ଶ୍ରୀଲଙ୍କା ସରକାର ଅଧିକ ସୁଧ ହାରରେ ଋଣ ନେଇ ବହୁ ସ୍ଥାନରେ ବିନିଯୋଗ କରିଥିଲେ କିନ୍ତୁ ରିଟର୍ଣ୍ଣ ପାଇନଥିଲେ। ବର୍ତ୍ତମାନ ସମାନ ଋଣ ଶ୍ରୀଲଙ୍କାର ସଙ୍କଟର ମୁଖ୍ୟ କାରଣ।୨୦୨୧ ମସିହାରେ ଶ୍ରୀଲଙ୍କାର ଜିଡିପି ପ୍ରାୟ ୮୧ ବିଲିୟନ ଡ଼ଲାର ଥିଲା। ଯେତେବେଳେ କି ଶ୍ରୀଲଙ୍କା ଉପରେ ଚୀନ୍‌ର ପ୍ରାୟ 8 ବିଲିୟନ ଡଲାରର ଋଣ ଥିଲା। ତେବେ ଶ୍ରୀଲଙ୍କା ପ୍ରଥମ ଦେଶ ନୁହେଁ ଯିଏକି ଚାଇନାର ଋଣ ଜାଲରେ ପଡି ଆଜି ହଇରାଣ ହେଉଛି। ଏହାପୂର୍ବରୁ ଭାରତର ପଡୋଶୀ ପାକିସ୍ଥାନ, ମିଆଁମାର, ମାଲଦ୍ୱୀପ ମଧ୍ୟ ଚାଇନାର ଲୋନ ନେଇ ହଇରାଣ ହୋଇଛନ୍ତି। ଚାଇନା ଭାରତର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା, ପାକିସ୍ଥାନ, ମିଆଁମାର, ମାଲଦ୍ୱୀପ ଓ ବାଂଲାଦେଶ ସମେତ ବିଶ୍ବର ୧୬୫ଟି ଦେଶକୁ ଋଣ ଦେଇଛି। ଯାହାଙ୍କ ପରିସ୍ଥିତି ଆଗକୁ ଶ୍ରୀଲଙ୍କା ପରି ନହେବ ତାହା କହିହେବ ନାହିଁ।
ଗରିବ ଦେଶକୁ ଟାର୍ଗେଟ କରୁଛି ଚୀନ୍
ରିସର୍ଚ୍ଚ ଲ୍ୟାବ AID DATA ର ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ପୃଥିବୀର ୧୬୫ ଟି ଦେଶରେ ୧୩,୪୨୭ ପ୍ରକଳ୍ପରେ ୮୪୩ ବିଲିୟନ ଡ଼ଲାର ବିନିଯୋଗ କରିଛି । ଯେଉଁଥି ପାଇଁ ଚାଇନାର ୩୦୦ ରୁ ଅଧିକ ସରକାରୀ ଆର୍ଥିକ ପ୍ରତିଷ୍ଠାନ (ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀ) ଋଣ ଦେଇଛନ୍ତି। ଏଥିରେ ଧ୍ୟାନ ଦେବା କଥା ହେଉଛି ଚୀନ୍ କେବଳ ଗରିବ ଦେଶମାନଙ୍କୁ ଏହି ଋଣ ଦେଇଛି। ଏହାରି ମଧ୍ୟରେ ଏପରି ୪୨ ଟି ଦେଶ ଅଛି ଯାହାଙ୍କର ଚାଇନାଠୁ ନେଇଥିବା ମୋଟ୍‌ ଋଣ ତାଙ୍କ ନିଜ ଜିଡିପିର ୧୦ ପ୍ରତିଶତରୁ ଅଧିକରେ ପହଞ୍ଚିଛି।
ଚୀନରୁ କେତେ ଋଣ ନେଇଛି ପାକିସ୍ତାନ
ଆଇଏମଏଫ, ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ପାକିସ୍ତାନ ଉପରେ ଥିବା ମୋଟ ବିଦେଶୀ ଋଣରୁ କେବଳ ଚାଇନାର ୨୭.୧ ପ୍ରତିଶତ ଅଟେ। ଏଥି ସହିତ ଶ୍ରୀଲଙ୍କାରେ୧୭.୭୭ ପ୍ରତିଶତ, ମାଲଦ୍ୱୀପରେ ୨୦ ପ୍ରତିଶତ, ବାଂଲାଦେଶରେ ୬.୮୧ ପ୍ରତିଶତ ଏବଂ ନେପାଳର ମୋଟ ବିଦେଶୀ ଋଣର ୩.୩୯ ପ୍ରତିଶତ କେବଳ ଚାଇନାରୁ ଆସିଛି।
ଚୀନ୍‌ର ଋଣ ଅନ୍ୟ ଦେଶ ତୁଳନାରେ ୩-୪ ଗୁଣ ମହଙ୍ଗା ଅଟେ
ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସବୁଠାରୁ ବଡ ସମସ୍ୟା ହେଉଛି ଚୀନ୍ ଠାରୁ ପ୍ରାପ୍ତ ଋଣ ଉପରେ କୌଣସି ଣସି ରିହାତି ମିଳୁନାହିଁ। ଏହି ସଙ୍କଟରେ ଚୀନ୍ କେବଳ ଶ୍ରୀଲଙ୍କା ଛାଡିନାହିଁ, ବରଂ ଋଣ ପରିଶୋଧ କରିବାରେ ମଧ୍ୟ କୌଣସି ଅଧିକ ସମୟ ମଧ୍ୟ ଦେଉନାହିଁ। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ପାଇଁ ମହଙ୍ଗା ଋଣ ଏକ ବଡ ସମସ୍ୟା ପାଲଟିଛି। AID DATA ର ରିପୋର୍ଟ ଅନୁଯାୟୀ ଚାଇନା ସାଧାରଣତ ୪.୪.୨ ପ୍ରତିଶତ ସୁଧ ହାରରେ ଅନ୍ୟ ଦେଶକୁ ଋଣ ଦେଇଛି। ଯେଉଁଠାରେ ଜାପାନ, ଜର୍ମାନୀ, ଫ୍ରାନ୍ସ ପରି ଦେଶଗୁଡିକ ୧.୧ ପ୍ରତିଶତ ସୁଧରେ ଋଣ ଦିଅନ୍ତି । ଏହା ବ୍ୟତୀତ ଚାଇନା ମଧ୍ୟ ଋଣ ଅବଧି ବହୁତ କମ୍ ରଖିଛି । ଚାଇନା ୧୦ ବର୍ଷ ପାଇଁ ଅଧିକାଂଶ ଦେଶକୁ ଋଣ ଦେଇଛି । ଅନ୍ୟପକ୍ଷରେ, ଜାପାନ, ଜର୍ମାନୀ, ଫ୍ରାନ୍ସ, OECD-ADC ପରି ଦେଶଗୁଡିକ ୨୮ ବର୍ଷ ଅବଧିରେ ଋଣ ଦିଅନ୍ତି ।