Loknath Temple Puri - The Sakala

ଭୋର୍ ୫ଟା ୨୦ରେ ଉଠିଲା ବାବା ଲୋକନାଥଙ୍କ ପୀଠରେ ମହାଦୀପ
ପୁରୀ: ଶାନ୍ତିଶୃଙ୍ଖଳାର ସହ ପୁରୀରେ ଶେଷ ହୋଇଛି ପବିତ୍ର ଜାଗର ଯାତ୍ରା । ବାବା ଲୋକନାଥ ପୀଠରେ ଭୋର ୫ଟା ୨୦ ମିନିଟରେ ମହାଦୀପ ଉଠିଥିଲା । ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ । ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ଓ ହୁଳହୁଳିରେ କମ୍ପିଥିଲା ମନ୍ଦିର ପରିସର।ବିଳମ୍ବିତ ରାତିରେ ହରିହର ଭେଟ ପରେ ଭୋର ୫ଟା ୨୦ରେ ପ୍ରଭୁ ଲୋକନାଥ ଙ୍କ ମହାଦୀପ ଉଠିଥିଲା ।

ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ, ବୁଧବାର ରାତି ସାଢ଼େ ୧୨ଟାରେ ଦ୍ୱାର ଫିଟା ପରେ ପ୍ରଭୁ ଲୋକନାଥଙ୍କର ବିଭିନ୍ନ ନୀତିକାନ୍ତି ସହ ଗୁରୁବାର ଭୋର ୪ଟାରେ ଆରମ୍ଭ ହୋଇଥିଲା ସର୍ବସାଧରଣ ଦର୍ଶନ । ପରେ ମହାଦୀପ ଉଠିବା ସହ ପବିତ୍ର ଜାଗର ଯାତ୍ରା ସମାପନ ହୋଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଚଳିତବର୍ଷ କୋଭିଡ୍ ପାଇଁ ମନ୍ଦିର ଗମ୍ଭୀରା ଭିତରେ ପ୍ରଭୁଙ୍କ ଦର୍ଶନକୁ ବାରଣ କରାଯାଇଥିଲା

ଆଜି ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ, ଏଥର ଗମ୍ଭୀରା ଭିତରକୁ ଯିବା ମନା
ପୁରୀ: ମଙ୍ଗଳବାର ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଏ ବର୍ଷ କୋଭିଡ଼ କଟକଣା ମଧ୍ୟରେ ଏହା ଅନୁଷ୍ଠିତ ହେବ। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ଏଥର ଏକାଧିକ କଟକଣା ଲଗାଇଛି। ବର୍ଷକରେ ଏହି ଗୋଟିଏ ଦିନ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ପଙ୍କୋଦ୍ଧାର ଏକାଦଶୀଙ୍କୁ ଭକ୍ତ ଅପେକ୍ଷା କରିଥାନ୍ତି। ହେଲେ ଏ ବର୍ଷ କାହାକୁ ଗମ୍ଭୀରା ଭିତରକୁ ଛଡାଯିବ ନାହିଁ। ସମସ୍ତେ ବାହାରୁ ଦର୍ଶନ କରିବେ ବୋଲି ନିଷ୍ପତ୍ତି ହୋଇଛି। ତଥାପି ଭକ୍ତଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି। କୋଭିଡ଼ ଗାଇଡ଼ଲାଇନ ମାନି ଭକ୍ତମାନେ କିପରି ଶୃଙ୍ଖଳାର ସହ ଦର୍ଶନ କରିପାରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପଙ୍କୋଦ୍ଧାର ଏକାଦଶୀ ପାଇଁ ମଙ୍ଗଳବାର ସକାଳ ୬ଟା ମଧ୍ୟରେ ସକାଳ ଧୂପ ଏବଂ ସକାଳ ୮ଟା ମଧ୍ୟରେ ମଧ୍ୟାହ୍ନ ଧୂପ ସାରିବାକୁ ସ୍ଥିର କରାଯାଇଛି। ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପଙ୍କୋଦ୍ଧାର ଓ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ପ୍ରାୟ ପ୍ରତିବର୍ଷ ପଙ୍କୋଦ୍ଧାର ପାଇଁ ୩ ଘଣ୍ଟା ସମୟ ରହିଥାଏ। କିନ୍ତୁ ଏଥର କୋଭିଡ଼ କଟକଣା ପାଇଁ ପଙ୍କୋଦ୍ଧାର କାର୍ଯ୍ୟକ୍ରମରେ କମ୍‍ ସଂଖ୍ୟକ ସେବାୟତ ନିୟୋଜିତ ହେବେ। ତେଣୁ ଏବର୍ଷ ଅଧିକ ୩ ଘଣ୍ଟା ଅର୍ଥାତ୍‍ ୬ ଘଣ୍ଟା ସମୟ ରଖାଯାଇଛି। ଅପରାହ୍ନ ୨ଟାରୁ ପଙ୍କୋଦ୍ଧାର ଏକାଦଶୀ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୦ଟା ପର୍ଯ୍ୟନ୍ତ ଚାଲିବ। ରାତ୍ର ୧୦ଟାରୁ ୧ଟା ମଧ୍ୟରେ ଠାକୁରଙ୍କ ସନ୍ଧ୍ୟା ଧୂପ ଓ ଅନ୍ୟାନ୍ୟ ନୀତି ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି। ପଙ୍କୋଦ୍ଧାର ଏକାଦଶୀରେ ୨,୦୦୦ ସ୍ୱତନ୍ତ୍ର ଦର୍ଶନ ଟିକେଟ କରାଯାଇଛି। ପ୍ରତ୍ୟେକ ଟିକେଟର ଦାମ୍‍ ୧୦୦ ଟଙ୍କା ରହିଛି। ଦର୍ଶନ ଟିକେଧାରୀ, ଭିଆଇପି ଏବଂ ସେବାୟତ ବୃଷଭ ଦ୍ୱାର ଦେଇ ଠାକୁରଙ୍କୁ ଦର୍ଶନ କରିବେ। ଅନ୍ୟମାନେ ଲକ୍ଷ୍ମୀଦ୍ୱାର ଦେଇ ଠାକୁରଙ୍କୁ ଦର୍ଶନ କରିବେ। କିନ୍ତୁ କେହି ଗମ୍ଭୀରା ଭିତରକୁ ଯିବେ ନାହିଁ। ସମସ୍ତେ ବାହାରୁ ଦର୍ଶନ କରିବେ। ଦର୍ଶନ ସାରି ସମସ୍ତେ ବଉଳ ଗଛ ଦ୍ୱାର ଦେଇ ପ୍ରସ୍ତାନ କରିବେ ବୋଲି ବ୍ୟବସ୍ଥା ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଶ୍ରୀଲୋକନାଥ ମନ୍ଦିର ଭିତରେ ଓ ବାହାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ମନ୍ଦିରଠାରୁ ୨୦୦ ମିଟର ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ କରାଯାଇଛି। ଏହାମଧ୍ୟକୁ ଗାଡ଼ି ପ୍ରବେଶ କରିବ ନାହିଁ।