BJB College - The Sakala

ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ ପରିସର; ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୨୫ରୁ ଉର୍ଦ୍ଧ୍ୱ ଛାତ୍ର ଆହତ
ଭୁବନେଶ୍ୱର: ଫେରୱେଲ ପାର୍ଟି ପାଲଟିଲା ରଣକ୍ଷେତ୍ର। ଉଡିଲା ମଦ ବୋତଲ, ପଥର। ରାତି ତମାମ ଚାଲିଲା ଝଗଡ଼ା। ଫେୟାରୱେଲ୍ ଉତ୍ସବରେ ମ୍ୟୁଜିକ୍ ବନ୍ଦକୁ ନେଇ ଆରମ୍ଭ ହୋଇଥିବା ବିବାଦ ପରେ ନେଲା ଭୟଙ୍କର ରୂପ । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷରେ ୨୫ରୁ ଉର୍ଦ୍ଧ୍ୱ ଛାତ୍ର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବିଜେବି କଲେଜରେ ଗତକାଲି ରାତିରେ ଅଶୋକା ହଷ୍ଟେଲ ତତଫରୁ ଏକ ଫେରୱେଲ ପାର୍ଟି ହେଉଥିଲା । ସମୟ ସୀମା ପରେ ରାତିରେ DJ ବଜାଇ ନାଚି ନାଚି ଧୂଳି ଉଡାଉ ଥିଲେ ଅଶୋକା ହଷ୍ଟେଲ। ଏହି ସମୟରେ ଆମ୍ବେଦକର ହଷ୍ଟେଲର କିଛି ଜଣ ଛାତ୍ର ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଆସି DJ ବନ୍ଦ କରିଥିଲା। ଏହା ପରେ ଦୁଇ ହଷ୍ଟେଲ ମଧ୍ୟରେ ଆରମ୍ଭ ହେଲା ସଂଘର୍ଷ । ବିୟର ବୋତଲ, ପଥର ଉଭୟ ଉଭୟଙ୍କୁ କଲେ ଆକ୍ରମଣ । ରାତି ୧୧.୩୦ ରୁ ଆରମ୍ଭ ହୋଇ ୨.୩୦ ପର୍ଯ୍ୟନ୍ତ ଚାଲିଲା ଝଗଡ଼ା। ୨୫ରୁ ଅଧିକ ଛାତ୍ର ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ୍ ଫୋର୍ସ ପହଞ୍ଚିଲା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ସକାଳ ସୁଦ୍ଧା ମଧ୍ୟ ଏକ ଟିମ୍ ହଷ୍ଟେଲ ପରିସରରେ ଉପସ୍ଥିତି ଅଛନ୍ତି।

Shakespeare Tripathy: ଓଡ଼ିଶାରୁ ମୁମ୍ବାଇର 'ବୋଲ୍ଡ' ଦୁନିଆ: ଅଭିନେତା ସେକ୍ସପିୟର ତ୍ରିପାଠୀଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ
ବଲିଉଡ୍ ଏବଂ ଓଟିଟି (OTT) ଦୁନିଆରେ ଓଡ଼ିଆ କଳାକାରମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି। ତେବେ ନିକଟରେ ଓଡ଼ିଶାର ଜଣେ ଅଭିନେତା ନିଜର ବୋଲ୍ଡ ଅଭିନୟ ଏବଂ ବିବାଦୀୟ କ୍ୟାରିୟର ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ହେଉଛନ୍ତି ସେକ୍ସପିୟର ତ୍ରିପାଠୀ। ଭୁବନେଶ୍ୱରର ବିଜେବି କଲେଜରୁ ପାଠପଢ଼ା ଶେଷ କରି ମୁମ୍ବାଇ ଯାଇଥିବା ଏହି ଯୁବକଙ୍କ ଜୀବନ କାହାଣୀ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ।

ଶିକ୍ଷିତ ପରିବାରରୁ ଗ୍ଲାମର ଦୁନିଆ

ସେକ୍ସପିୟରଙ୍କ ପରିବାର ଓଡ଼ିଶାର ଏକ ସମ୍ଭ୍ରାନ୍ତ ଶିକ୍ଷିତ ପରିବାର। ତାଙ୍କ ବାପା ଜଣେ ଇଂରାଜୀ ଅଧ୍ୟାପକ ହୋଇଥିବାବେଳେ ସେ ନିଜେ ଭୁବନେଶ୍ୱରର ପ୍ରତିଷ୍ଠିତ ବିଜେବି କଲେଜରୁ ଇଂରାଜୀ ସାହିତ୍ୟରେ ସ୍ନାତକ ହାସଲ କରିଛନ୍ତି। ତାଙ୍କ ଭଉଣୀ ଲେସଲି ତ୍ରିପାଠୀ ମଧ୍ୟ ଜଣେ ଜଣାଶୁଣା ଅଭିନେତ୍ରୀ। ମାତ୍ର ଅଭିନୟ ପ୍ରତି ଥିବା ଦୁର୍ବଳତା ସେକ୍ସପିୟରଙ୍କୁ ମୁମ୍ବାଇ ଟାଣି ନେଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ମଡେଲିଂ ଏବଂ କିଛି ଟିଭି ଶୋ’ରେ କାମ କରିଥିଲେ।

ଲକଡାଉନ୍ ବଦଳାଇଦେଲା ଜୀବନର ଗତିପଥ

ନିକଟରେ ବିଭିନ୍ନ ସାକ୍ଷାତକାରରେ ସେକ୍ସପିୟର ଖୁଲାସା କରିଛନ୍ତି ଯେ, ୨୦୨୦ ମସିହାର କରୋନା ଲକଡାଉନ୍ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ହାତରେ କାମ ନଥିବା ଏବଂ ଆର୍ଥିକ ଅନଟନ ଯୋଗୁଁ ସେ 'ବୋଲ୍ଡ ୱେବ୍ ସିରିଜ୍' ଦୁନିଆରେ ପାଦ ଦେବାକୁ ବାଧ୍ୟ ହୋଇଥିଲେ। ସେ କହିଛନ୍ତି ଯେ, ପରିସ୍ଥିତି ଏପରି ହୋଇଥିଲା ଯେ ମୁମ୍ବାଇ ଭଳି ସହରରେ ତିଷ୍ଠି ରହିବା ପାଇଁ ତାଙ୍କୁ ଏହି ରାସ୍ତା ବାଛିବାକୁ ପଡ଼ିଥିଲା।

ବିବାଦ ଏବଂ ବାସ୍ତବତା

ବୋଲ୍ଡ କଣ୍ଟେଣ୍ଟ୍ ପାଇଁ ଜଣାଶୁଣା ହେବା ପରେ ସେକ୍ସପିୟରଙ୍କୁ ଅନେକ ସାମାଜିକ ଓ ପାରିବାରିକ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ରାଜ୍ କୁନ୍ଦ୍ରାଙ୍କ ପ୍ରଡକ୍ସନ୍ ସହ ଜଡିତ ଥିବା ଖବର ମଧ୍ୟ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହୋଇଥିଲା। ତେବେ ସେ ନିଜର ସାକ୍ଷାତକାର ଗୁଡ଼ିକରେ ଏହି ଇଣ୍ଡଷ୍ଟ୍ରିର 'ଅନ୍ଧକାର ଦିଗ' ବିଷୟରେ ଖୋଲାଖୋଲି ମତ ରଖିଛନ୍ତି। ସେ କହିଛନ୍ତି ଯେ, ବାହାରକୁ ଚାକଚକ୍ୟ ଦେଖାଯାଉଥିବା ଏହି ଦୁନିଆ ଭିତରେ କଳାକାରମାନେ କିପରି ମାନସିକ ଚାପ ଏବଂ ଶୋଷଣର ଶିକାର ହୁଅନ୍ତି, ତାହା ସାଧାରଣ ଲୋକଙ୍କ କଳ୍ପନା ବାହାରେ। ବର୍ତ୍ତମାନ ସେ ନିଜ ଅତୀତର ସଂଘର୍ଷ ଏବଂ ଅଭିଜ୍ଞତାକୁ ପାଥେୟ କରି ମୁଖ୍ୟଧାରାର ଅଭିନୟ ଜଗତରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରୁଛନ୍ତି।

ପ୍ରକାଶ ପାଇଲା ବିଜେବି +3 ରେଜଲ୍ଟ
ଭୁବନେଶ୍ବର: ପ୍ରକାଶ ପାଇଲା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୟୁଜି ଫାଇନାଲ ବର୍ଷ ପରୀକ୍ଷା ଫଳ। କଳାରେ ପାସ ହାର ୯୫.୫୫ ପ୍ରତିଶତ ରହିଥିବାବେଳେ ବିଜ୍ଞାନରେ ୯୬.୧୩ % ଓ ବାଣିଜ୍ୟରେ ୯୪.୬୦ ପ୍ରତିଶତ ପାସ ହାର ରହିଛି।

ସୂଚନା ଅନୁଯାୟୀ, ବିଭାଗ ଟପ୍ପର ଭାବେ ବିଜ୍ଞାନର ମୋନାଲି ସାମଲ, ବାଣିଜ୍ୟରେ ବିଜୟାଲକ୍ଷ୍ମୀ ମକାଡାମ୍ ଓ କଳାରେ ଯୋଗେଶ୍ବର ଦାସ ରହିଛନ୍ତି।

ପୁଣି ଅଶାନ୍ତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ: ୨ ଛାତ୍ରଙ୍କୁ ଅପହରଣ କରି ନିର୍ଦ୍ଧୁମ ପିଟିଲେ ଅଣଛାତ୍ର !
ଭୁବନେଶ୍ବର: ପୁଣି ଅଶାନ୍ତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ବିଜେବିର +୨ ବାଣିଜ୍ୟ ଦ୍ବିତୀୟ ବର୍ଷର ଛାତ୍ର ହୀତେଶ ସ୍ବାଇଁ ଓ ଶିବ ଶଙ୍କରଙ୍କୁ ଅପହରଣ କରି ନିର୍ଦ୍ଧୁମ ପିଟିଲେ ଅଣଛାତ୍ର। ଏ ନେଇ ବିଜେବି ଛାତ୍ର ହୀତେଶ ସ୍ବାଇଁ ଓ ଶିବ ଶଙ୍କରଙ୍କ ପକ୍ଷରୁ ବଡଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଣଛାତ୍ରଙ୍କ ରାଜୁତି ଚାଲିବା ସହ ବିଜେବି କଲେଜରେ ଛାତ୍ର ଅସୁରକ୍ଷିତ ବୋଲି ହୀତେଶ ସ୍ବାଇଁ ଓ ଶିବ ଶଙ୍କର କହିଛନ୍ତି। ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ବଡଗଡ଼ ଥାନା ପୁଲିସ।

ବିଜେବି କଲେଜର ପୂର୍ବତନ ଛାତ୍ରଙ୍କୁ କ୍ୟାମ୍ପସରୁ ଉଠାଇ ନେଲା ପୁଲିସ, ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଭୁବନେଶ୍ବର: ବିଜେବି କଲେଜର ଜଣେ ପୂର୍ବତନ ଛାତ୍ରକୁ ପୁଲିସ କଲେଜ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି।  ଏହାକୁ ନେଇ ବିଜେବି କଲେଜରେ ଉତ୍ତେଜନା ଦେଖାଦେଇଛି । ପୂରାତନ ଛାତ୍ର ସ୍ମୃତି ରଂଜନ ପଣ୍ଡାଙ୍କୁ ପୁଲିସ କ୍ୟାମ୍ପସ ମଧ୍ୟରୁ ଉଠାଇ ନେଇଛି। ଗତକାଲି ରାତି ପ୍ରାୟ ରାତି ୮ ଟାରୁ ୯ଟା ମଧ୍ୟରେ ସ୍ମୃତି କ୍ୟାମ୍ପସରେ ଉପସ୍ଥିତ ଥିବା ବେଳେ ପୁଲିସ ଉଠାଇ ନେଇଥିଲା । ଯାହାକୁ ନେଇ ଆଜି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସମସ୍ତ କ୍ଲାସ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀ ମାନେ କଲେଜ ଗେଟରେ ତାଲା ପକାଇବା ସହ ରାଜପଥ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ।

ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ
ଭୁବନେଶ୍ୱର: ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ବିଜେବି କଲେଜର ଦୁଇ ଛାତ୍ର ଗୋଷ୍ଠୀ ପରସ୍ପର ମଧ୍ୟରେ ମୁହାମୁହିଁ ହୋଇଛନ୍ତି । ତ୍ରିରଙ୍ଗା ନେଇ ଗୋଟିଏ ଗୋଷ୍ଠୀ ଛାତ୍ର କଲେଜ କ୍ୟାମ୍ପସ ଭିତରକୁ ଯିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ ସିକୁରିଟିକୁ କହି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି । ଗେଟ୍ ବାହାରେ ତ୍ରିରଙ୍ଗା ଧରି ଗୋଟିଏ ଗୋଷ୍ଠୀ ଧାରଣାରେ ବସିଛନ୍ତି । ଅନ୍ୟ ଗୋଟିଏ ଗୋଷ୍ଠୀ କଲେଜ କ୍ୟାମ୍ପସ୍ ଭିତରେ ରହିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପାଇଁ ପୋଲିସ ମୁତୟନ ରହିଛି ।

ଅନ୍ୟପଟେ କଲେଜ ଅଧକ୍ଷ କହିଛନ୍ତି କି, କଲେଜ ସମୟ ଭିତରେ ଛାତ୍ରଛାତ୍ରୀ ସେଲିବ୍ରେସନ ପାଇଁ ଆସିନାହାଁନ୍ତି। ତେଣୁ ଫାଟକ ବନ୍ଦ ରହିଛି। ମାତ୍ର ସେପଟେ ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ସବୁଦିନ କଲେଜ ଗେଟ୍ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହୁଛି । ପିଲାମାନଙ୍କ ଜନ୍ମଦିନ ସେଲିବ୍ରେସନ ହେଉଛି । କିନ୍ତୁ ଭାରତ ମାତାଙ୍କ ପାଇଁ ସେଲିବ୍ରେସନ ପାଇଁ ଗେଟ୍ ବନ୍ଦ ରହୁଛି ବୋଲି ଅଭିଯୋଗ ଆଣିଛନ୍ତି ।

ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା: ଏଯାଏଁ ମିଳିନି ରାଗିଂର ସୁରାକ୍, ନିର୍ଭୟରେ ତଥ୍ଯ ଯୋଗାଇବା ପାଇଁ ନମ୍ବର ଜାରି
ଭୁବନେଶ୍ବର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି ଯେ, ୨ ଜୁଲାଇରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ପାଇଁ ୩ଟି ଟିମ ଗଠନ ହୋଇଥିଲା। ତେବେ ରାଗିଂ ନେଇ ଏ ପର୍ଯ୍ଯନ୍ତ କିଛି ସୁରାକ ମିଳିନି। ଏଯାବତ ୧୯୮ ଛାତ୍ରୀ, ସାଙ୍ଗସାଥି, ସଂପର୍କୀୟ, ହଷ୍ଟେଲ ଓ କଲେଜ ଷ୍ଟାଫମାନଙ୍କୁ ପଚରା ଉଚାର କରଯାଇଥିବା ବେଳେ ମୋଟ ୩୦୦ ଜଣକୁ ପଚାର ଯାଇଛି।

ତେବେ କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି।  ରୁଚିକାଙ୍କ ମୋବାଇଲ ଖୋଲିବାରେ ସାଇବର ଟିମ୍‌ ସକ୍ଷମ ହୋଇନାହାନ୍ତି।  ତେଣୁ ରୁଚିକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯିବ ବୋଲି ବୋଲି ଭୁବନେଶ୍ବର ଡିସିପି କହିଛନ୍ତି। ପଚାର ଉଚାରା ବେଳେ ଛାତ୍ରୀଙ୍କ ଉପରେ ଯେପରି ଚାପ ନ ପଡେ ସେହି ଦିଗକୁ ଗୁରୁତ୍ବ ଦିଆଯାଇଛି। ନିର୍ଭୟରେ ତଥ୍ଯ ଯୋଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି।

ହଷ୍ଟେଲ ଓ କଲେଜର ଯେଉଁମାନେ ରୁଚିକା ବାବଦରେ ତଥ୍ୟ ଦେବାକୁ ଚାହିଁବେ ପୁଲିସକୁ ଯୋଗାଯୋଗ କରନ୍ତୁ। ଏଥିପାଇଁ ଏକ ନମ୍ବର ଜାରି କରାଯାଇଛି। ନମ୍ବର ଟି ହେଲା 7077798111 ।  ଯଦି ରାଗିଂ ହେଉଥିଲେ ତେବେ ଦିଆଯାଇଥିବା ନମ୍ବରକୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାିଛି। ସିଡ଼ିଆର ନେଇ ମଧ୍ୟ ଯାଞ୍ଚ ଚାଲିଛି । ଆଗକୁ ବି ତଦନ୍ତ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ବର ଡିସିପି  କହିଛନ୍ତି।

ଖବର ଅନୁଯାୟୀ, ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ରୁଚିକା ମହାନ୍ତି (୧୯) ଆତ୍ମହତ୍ୟା କରିଥିଲେ। ସେ ଥିଲେ କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍‍ ନମ୍ୱର ନଂ ୨୦୧ରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିଲା। ତାଙ୍କ ପକେଟରୁ ପୁଲିସ ଏକ ସୁଇସାଇଡ଼୍‍ ନୋଟ ଜବତ କରିଛି।

ଯେଉଁଥିରେ ୩ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ ରୁଚିକା। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ଛାତ୍ରୀ ତାଙ୍କୁ ନିର୍ଯାତନା ଦେଉଥିଲେ ତାହା ସେ ଉଲ୍ଲେଖ କରି ନଥିଲେ ରୁଚିକା। “ସିନିୟରମାନେ ହଷ୍ଟେଲରେ ମତେ ଶାନ୍ତିରେ ବଞ୍ଚିବାକୁ ଦେଲେନି। ମୋ ବାପା, ବୋଉଙ୍କ ଲୁହରେ ସେମାନେ ଭାସିଯିବେ। ଜମା ଆଗକୁ ବଢ଼ି ପାରିବେନି” ବୋଲି  ରୁଚିକା  ତାଙ୍କ ସୁଇସାଇଡ ନୋଟରେ ଲେଖିଥିଲେ।

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ସପ୍ତାହେ ପରେ ବି ଚିହ୍ନଟ ହେଲେନି ୩ ସିନିଅର୍‍ ଛାତ୍ରୀ
ଭୁବନେଶ୍ୱର: ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ସପ୍ତାହେ ବିତିଯାଇଛି। କିନ୍ତୁ ତାଙ୍କୁ ଆତ୍ମହତ୍ୟା କରିବା ଲାଗି ପ୍ରବର୍ତ୍ତାଇଥିବା ୩ ବରିଷ୍ଠ ଛାତ୍ରୀଙ୍କୁ ଚିହ୍ନଟ କରିପାରୁନି କମିସନରେଟ ପୁଲିସର ତଦନ୍ତକାରୀ ଦଳ। କେବଳ ପଚରାଉଚରାରେ ପୁଲିସର ତଦନ୍ତ ସୀମିତ ଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୨୦୦ରୁ ଊର୍ଦ୍ଧ୍ବ ବରିଷ୍ଠ ଛାତ୍ରୀ, ସହପାଠୀ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟ ବୟାନ ରେକର୍ଡ କରାଯାଇଛି। ମାତ୍ର ସେମାନଙ୍କ ମଧ୍ୟରୁ ସେଇ ୩ଜଣ କିଏ ସେମାନଙ୍କ ବିଷୟରେ ମୁହଁ ଖୋଲୁନି ପୁଲିସର ସ୍ୱତନ୍ତ୍ର ଟିମ୍‍। ଏପରିକି ମିଳିମିଶି ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ରୁଚିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ମାମଲା ଉପରୁ ପରଦା ହଟାଇବାକୁ ଉଦ୍ୟମ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ମାମଲାଟି ସମ୍ବେଦନଶୀଳ ହୋଇଥିବାରୁ କିଛି ଦିନ ସମୟ ଲାଗି ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି। ସେଭଳି ଟେକ୍ନିକାଲ ତଥ୍ୟକୁ ଭରସା କରିଛି ପୁଲିସ। ରୁଚିକାଙ୍କ ମୋବାଇଲ ଫୋନ୍‍ ଓ ସୁଇସାଇଡ୍‍ ନୋଟ୍‍ ବା ମୃତ୍ୟୁକାଳୀନ ଚିଠି ବିଷୟରେ ଖୋଳତାଡ଼ କରାଯାଉଛି। ସେହିପରି ରୁଚିକାଙ୍କ ମା’ ବିଦ୍ୟୁତପ୍ରଭା ମହାନ୍ତି ଓ ବିଭିନ୍ନ ଛାତ୍ର ସଙ୍ଗଠନକୁ ଗତକାଲି ପୁଲିସ ଉଠାଇ ନେଇଥିଲା। ହେଲେ ଆଜିଠାରୁ ରୁଚିକାଙ୍କ ମା’ ଆମରଣ ଅନଶନରେ ବସିଛନ୍ତି। ସକାଳୁ ରାତି ପର୍ଯ୍ୟନ୍ତ କଲେଜ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି। ତାଙ୍କ ସହ ଛାତ୍ର ସଂଗଠନଗୁଡ଼ିକର କର୍ମକର୍ତ୍ତା ମଧ୍ୟ ଧାରଣାରେ ବସିଛନ୍ତି।

ଆଜି ନବମ ଦିନରେ କଲେଜରେ ଛାନବିନ୍ ଚଳାଇଛି ପୋଲିସ । କାରୁବାକୀ ଛାତ୍ରୀ ନିବାସରେ ସ୍ପେଶାଲ ଟିମ୍ ପହଞ୍ଚି ତନାଘନା କରୁଛି । ମନସ୍ତତ୍ତ୍ୱବିତଙ୍କୁ ନେଇ ହଷ୍ଟେଲକୁ ଯାଇଛି ପୋଲିସ । ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ମନସ୍ତତ୍ତ୍ୱବିତ ପ୍ରାପ୍ତୀ ପ୍ରଧାନଙ୍କୁ ନେଇ ହଷ୍ଟେଲ ଯାଇଛି ଟିମ୍ । ସେଠାରେ ସନ୍ଦେହରେ ଥିବା ଛାତ୍ରୀଙ୍କ ମାନସିକ ସ୍ଥିତିକୁ ନିରୀକ୍ଷଣ କରିବା ସହ ପଚରାଉଚରା କରାଯାଉଛି । ଏହାଛଡ଼ା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ମାନସିକ ସ୍ଥିତି ନେଇ ମଧ୍ୟ ପଚରାଉଚରା କରାଯିବ ।

ଆସିଲା ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା
ଭୁବନେଶ୍ୱର: ଆସିଲା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ରୁଚିକାଙ୍କୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପୋଲିସର ହସ୍ତଗତ ହୋଇଛି ପୋଷ୍ଟମର୍ଟମ ରିପୋର୍ଟ । ଅଧିକ ତଥ୍ୟ ପାଇଁ ଭିସେରା ନମୂନା ଲ୍ୟାବକୁ ଯାଇଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ, ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ରୁଚିକା ମହାନ୍ତି (୧୯) ଶନିବାର ଆତ୍ମହତ୍ୟା କରିଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍‍ ନମ୍ୱର ନଂ ୨୦୧ରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିଲା। ତାଙ୍କ ପକେଟରୁ ପୁଲିସ ଏକ ସୁଇସାଇଡ଼୍‍ ନୋଟ ଜବତ କରାଯାଇଥିଲା । ଯେଉଁଥିରେ ୩ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ ରୁଚିକା। ତେବେ ଆଜି ଆସିଛି ରୁଚିକାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ।ପୋଷ୍ଟମର୍ଟମରେ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି ।

ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା: ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ଯ ସହନଶୀଳତା ଆଭିମୁଖ୍ଯକୁ ବଜାୟ ରଖିବା ପାଇଁ ଗୃହ ବିଭାଗ ସର୍ବାଦ ପ୍ରତିଶ୍ରୁତିବଦ୍ଧ
ଭୁବନେଶ୍ବର:  ବିଜେବି କଲେଜ ଛାତୀ ରୁଚିକା ମହାନ୍ତିଙ୍କ ମୃତ୍ଯୁ ସମ୍ବନ୍ଧରେ ମାନ୍ଯବର ଗୃହରଷ୍ଚ୍ରମନ୍ତ୍ରୀ ବିବୃତି ଜାରି କରିଛନ୍ତି। ଏହାଏକ ସମ୍ବେଦନଶୀଳ ଏବଂ ଅତି ଦୁଃଖଦ ଘଟଣା।  ଏଥିଲାଗି ମୃତ ଛାତ୍ରୀଙ୍କ ପରିବାରବର୍ଗ ଓ ଆତ୍ମୀୟ ସ୍ବଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ଗୃହରଷ୍ଚ୍ରମନ୍ତ୍ରୀ।

୧୯ ବର୍ଷ ବୟସ୍କା ସୁଶ୍ରୀ ରୁଚିକା ମହାନ୍ତି ବିଜେବି ଅଟୋନୋମସ କଲେଜରେ ଯୁକ୍ତ ୩ ର ପ୍ରଥମ ବର୍ଷର (ଇତିହାସ ଅନର୍ସ ) ଛାତ୍ରୀ ଥିଲେ । ତାଙ୍କ ଘର ଚୌଦ୍ଵାର ଥାନା ଅନ୍ତର୍ଗତ କଖଡିରେ ଥିଲା । ତାଙ୍କୁ ଯଦିଓ କାରୁବାକୀ ମହିଳା ଛାତ୍ରାବାସର Dormitory ରେ ରୁମ ଦିଆଯାଇଥିଲା। ସେ ତାଙ୍କର ବାନ୍ଧବୀଙ୍କ ସହ ୨୦୧ ନମ୍ବର ରୁମରେ ରହୁଥିଲେ।

୦୨,୦୭.୨୦୨୨ ଦିନ ପ୍ରାୟ ସକାଳ ୧୧.୩୦ ସମୟରେ ରୁଚିକାଙ୍କ ବାନ୍ଧବୀ ରୁମ ଭିତରୁ ବନ୍ଦଥିବା  ଦେଖିଥିଲେ। ସେ ଏ କଥା କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଲା ପରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଓ ପ୍ରିନ୍ସିପାଲ ପହଞ୍ଚି ରୁଚିକାଙ୍କ ପରିବାରକୁ ଏବଂ ପୁଲିସକୁ  ରୁଚିକାଙ୍କ ଆତ୍ମହତ୍ୟା ବିଷୟରେ ଜଣାଇଥିଲେ। ବଡଗଡ ଥାନା ପଲିସ ତୁରନ୍ତ ପହଞ୍ଚି ମୃତାଙ୍କ ଲୋକାଲ ଗାର୍ଡିଆନଙ୍କ ଉପସ୍ଥିତରେ  ମୃତାଙ୍କ ପକେଟରୁ ଏକ ଚିଠି ଜବତ କରିଥିଲେ। ମୃତା ରୁଚିକାଙ୍କ ମାତା  ବିଦ୍ୟୁତ ପ୍ରଭା ମହାନ୍ତିଙ୍କ ରିପୋର୍ଟ ଉପରେ ବଡ଼ଗଡ ଥାନାରେ ୨୨୬ /୨୨ ନମ୍ବର କେଶ, IPC ଦଫା ୩୦୬ ଏବଂ ୩୪ରେ ପଞ୍ଜୀକୃତ କରାଯାଇଛି ।

କେଶର ଉପଯୁକ୍ତ ତଦନ୍ତ ପାଇଁ କମିଶନରେଟ୍ ପୁଲିସ ତରଫରୁ ୩ ଗୋଟି ଚିମ୍ ଗଠନ କରାଯାଇଛି। ଜଣେ ଅତିରିକ୍ତ ଡିସିପିଙ୍କ ତତ୍ତ୍ବାବଧାନାରେ ତଦନ୍ତ  ତଦାରଖ କରାଯାଉଛି। ଡିସିପି ଭୁବନେଶ୍ବରଙ୍କ ପ୍ରତ୍ଯେକ୍ଷ୍ଯ ତତ୍ତ୍ବାବଧାନାରେ ତଦନ୍ତ ଚାଲିଛି।  ଏହି ବିଷୟରେ ପରିବାର ସଦସ୍ଯ, ମୃତାଙ୍କ ବନ୍ଧୁବର୍ଗଙ୍କ ଦ୍ବାରା ଉତଥାପିତ ତଥ୍ଯ ଓ ଚିଠିରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି।

ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କର ଅପରାଧ ଓ ଅପରାଧୀଙ୍କ ବିରୋଧରେ ଶୂନ୍ଯ  ସହନଶୀଳତା  ଆଭିମୁଖ୍ଯକୁ ବଜାୟ ରଖିବା ପାଇଁ ଗୃହ ବିଭାଗ ସର୍ବାଦ ପ୍ରତିଶ୍ରୁତିବଦ୍ଧ। ମାନ୍ଯବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷାନୁଷ୍ଠାନ ମାନଙ୍କରେ ରାଗିଂକୁ ପ୍ରତିହିତ କରିବା ପାଇଁ ଗୃହ ବିଭାଗ ତରଫରୁ ଜାରି ହୋଇଥିବା ଏସଓପି  କଡାକଡି ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି କେଶକୁ ପୁଲିସ ଗୁରୁତ୍ବର ସହ ଗ୍ରହଣ କରି ହଷ୍ଟଲର ସୁପରିଟେଣ୍ଡେଣ୍ଟ, କଲେଜର ପ୍ରିନ୍ସପାଲ, ମାଟ୍ରିନ୍ ଓ ହଷ୍ଟେଲରେ ଥିବା ଛାତ୍ରଛାତ୍ରାମାନଙ୍କୁ ପଚାର ଉଚରା କରୁଛନ୍ତି । ଏହି କେଶର ତଦନ୍ତ ବଡ଼ଗଡ଼ ଥାନା ଅଧିକାରୀ କରୁଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାକୁ ସରକାର ଅତି ଗୁରୁତର ସହିତ ଗ୍ରହଣ କରିବା ସହ ତୁରନ୍ତ ନର୍ଦ୍ଦେଶ ଦେଇଛନ୍ତି।

ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ, ତଦନ୍ତ ରିପୋର୍ଟ ପରେ ଗ୍ରହଣ କରାଯିବ ଉପଯୁକ୍ତ ପଦକ୍ଷେପ
ଭୁବନେଶ୍ବର: ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ । ସେ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା । ଘଟଣାର ପୁଲିସ ତଦନ୍ତ କରୁଛି।  ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ରୋହିତ ଟ୍ବିଟ କରି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୁଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ସେହି ତିନି ଜଣ କିଏ, କେବେଠୁ ସେମାନେ ରାଗିଙ୍ଗ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା କଲେ ସେନେଇ ତଦନ୍ତ ଜାରି ରଖିଛି କମିସନରେଟ୍ ପୁଲିସ। ଜୋନ୍-୪ର ଏସିପି ପରେଶ କୁମାର ରାଉତଙ୍କ କହିବା ଅନୁଯାୟୀ, ବିଜେବି କଲେଜ ହଷ୍ଟେଲରେ ପ୍ରାଥମିକ ପର୍ଯ୍ଯାୟରେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି। ଏହାଛଡ଼ା ଛାତ୍ରୀ ନିବାସର ଅଧୀକ୍ଷକ, ୱାର୍ଡେନ, ଆସିଷ୍ଟାଣ୍ଟ ୱାର୍ଡେନ, ଫ୍ଲୋର ଇନଚାର୍ଜ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଏକାଧିକ ଲୋକଙ୍କୁ ପଚରାଉଚରା ସହ ସେମାନଙ୍କ ବୟାନ ରେକର୍ଡ କରିଛି ପୁଲିସ। ତିନୋଟି ଟିମ ଗଠନ କରି ତଦନ୍ତ କରୁଛି ପୁଲିସ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି, ଦୋଷୀଙ୍କ ବିରୋଧରେ ଖୁବଶୀଘ୍ର କାର୍ୟ୍ୟାନୁଷ୍ଠାନ ହେବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ଖବର ଅନୁଯାୟୀ, ବିଜେବି କଲେଜ ଯୁକ୍ତ ୩ କଳାର ପ୍ରଥମ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ରୁଚିକା ମହାନ୍ତି (୧୯) ଶନିବାର ଆତ୍ମହତ୍ୟା କରିଥିଲେ। ସେ ଥିଲେ। କାରୁବାକୀ ଛାତ୍ରୀ ନିବାସର ତୃତୀୟ ମହଲା ରୁମ୍‍ ନମ୍ୱର ନଂ ୨୦୧ରେ ବେକରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଥିଲା। ତାଙ୍କ ପକେଟରୁ ପୁଲିସ ଏକ ସୁଇସାଇଡ଼୍‍ ନୋଟ ଜବତ କରିଛି।

ଯେଉଁଥିରେ ୩ଜଣ ସିନିୟର ଛାତ୍ରୀଙ୍କ ମାନସିକ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି ରୁଚିକା। ତେବେ ନିର୍ଦ୍ଦିଷ୍ଟ ଭାବରେ କେଉଁ ଛାତ୍ରୀ ତାଙ୍କୁ ନିର୍ଯାତନା ଦେଉଥିଲେ ତାହା ସେ ଉଲ୍ଲେଖ କରି ନାହାନ୍ତି। “ସିନିୟରମାନେ ହଷ୍ଟେଲରେ ମତେ ଶାନ୍ତିରେ ବଞ୍ଚିବାକୁ ଦେଲେନି। ମୋ ବାପା, ବୋଉଙ୍କ ଲୁହରେ ସେମାନେ ଭାସିଯିବେ। ଜମା ଆଗକୁ ବଢ଼ି ପାରିବେନି” ବୋଲି ଲେଖିଛନ୍ତି ରୁଚିକା ।

ରାଗିଂ ନେଲା ଛାତ୍ରୀଙ୍କ ଜୀବନ ! ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ସୁଇସାଇଡ୍‌ ନୋଟ୍‌ ଜବତ
ଭୁବନେଶ୍ୱର: ସିନିୟରଙ୍କ ରାଗିଂ ନେଲା ଛାତ୍ରୀଙ୍କ ଜୀବନ ! ଛାତ୍ରୀ ନିବାସରେ ରହୁଥିବା ରୁଚିକା ମହାନ୍ତିଙ୍କୁ କରାଯାଉଥିଲା ରାଗିଂ! ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ଦେଉଥିଲେ ମାନସିକ ନିର୍ଯାତନା ! ଆଉ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି! ଆତ୍ମହତ୍ୟା କରିବା ପୂର୍ବରୁ କିଛି ଏପରି ଲେଖିଛନ୍ତି ଛାତ୍ରୀ ଜଣକ । ମୃତଦେହ ପାଖରୁ ମିଳିଥିବା ଏକ ସୁଇସାଇଡ୍‌ ନୋଟ୍‌ରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୁଇସାଇଡ ନୋଟକୁ ଜବତ କରି ପୋଲିସ ତନାଘନା ଆରମ୍ଭ କରିଛି । ଆଜି ଅପରାହ୍ନରେ ବିଜେବି ଛାତ୍ରୀ ନିବାସରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନିଜ ସୁଇସାଇଡ୍ ନୋଟରେ କିଛି ଏପରି ଲେଖିଛନ୍ତି ରୁଚିକା….

ମୁଁ ଜୀବନରେ ବହୁତ ଥକି ଗଲିଣି… ମୋ ବାପା ବୋଉ ଏତେ କଷ୍ଟକରି ପାଠ ପଢାଇଲେ… ମୋ ପାଠପଢା ପାଇଁ ଆମ ଘର ଲୋକଙ୍କ ଚଳିବା କଷ୍ଟ… ହେଲେ ହଷ୍ଟେଲରେ ମୋତେ ସିନିୟର ବହୁତ ଟର୍ଚର କଲେ… ୩ ଜଣ ସିନିୟର ମୋତେ ମେଣ୍ଟାଲି କଷ୍ଟ ଦେଲେ… ଆଉ ସହି ପାରିଲିନି… କି ଘରେ ବି କହି ପାରିଲିନି… ମୋତେ ମୋ ବାପା-ବୋଉ ଅଜା-ଆଈ, ମାମୁ-ମାଇଁ, ମଉସା-ମାଉସୀ ସମସ୍ତେ ବହୁତ ଭଲ ପାଆନ୍ତି… ବହୁତ ଆଶା କରିଥିଲେ ମୁଁ କଲେକ୍ଟର ହେବି… ହେଲେ ମୋତେ ସିନିୟର ମେଣ୍ଟାଲି ଡ୍ରିପେସ୍ କଲେ… ବାପା ମାଆ ପଇସା ଖର୍ଚ୍ଚ କରି ମୋତେ ପାଠ ପଢିବାକୁ ଛାଡିଲେ… ହେଲେ ତାଙ୍କ ପଇସାର କିଛି ମୂଲ୍ୟ ନାହିଁ… କାରଣ ସିନିୟର ମୋତେ ବହୁତ ଡ୍ରିପେସ୍ କଲେ… ସମସ୍ତେ ଜାଣିଛନ୍ତି… ଆମ କଲେଜରେ ରାଗିଂ ହୁଏନି… କିନ୍ତୁ ସିନିୟର, ହଷ୍ଟଲରେ ମୋତେ ବଞ୍ଚେଇ ଦେଲେନି… ମୋ ବାପା ବୋଉଙ୍କ ଲୁହରେ ସେମାନ ଭାସି ଯିବେ… ଜମା ଆଗକୁ ବଢି ପାରିବେନି… ମୁଁ ଏ କଥା କାହାକୁ କହି ପାରିଲିନି… କେବଳ ୩ ଜଣ ସିନିୟରଙ୍କ ପାଇଁ ମୁଁ ଜୀବନ ଦେଉଛି… ସେମାନେ କେବଳ ମୋ ଉପରେ ରାଗ ରଖି ମୋତେ ଡ୍ରିପେସ୍ କଲେ… ମୋତେ ପାଠ ବି ପଢେଇ ଦେଲେନି… ମୋ ରୁମ ମେଟ୍ କୁ ବି ଏ କଥା ମୁଁ କହି ପାରିଲିନି… ଶେଷରେ ଜୀବନ ହାରୁଛି….’ । ତେବେ ସୁଇସାଇଡ୍‌ ନୋଟ୍‌ରେ ଲେଖିଥିବା ୩ ଜଣ ସିନିୟର ଛାତ୍ରୀଙ୍କ ନାଁ ଲେଖିନାହାନ୍ତି ରୁଚିକା।

ସୂଚନାଯୋଗ୍ୟ, ଛାତ୍ରୀ ଜଣଙ୍କ ନାମ ରୁଚିକା ମହାନ୍ତି। ସେ ଯୁକ୍ତ ୩ କଳାର ଇତିହାସ ବିଭାଗର ପ୍ରଥମ ବର୍ଷରେ ପାଠ ପଢୁଥିଲେ। UPSC ପାଇଁ ମଧ୍ୟ ପ୍ରସ୍ତୁତି କରୁଥିଲେ ରୁଚିକା। ଏଣୁ ସେ ପାଠ ପଢାରେ ସମୟ ଦେବା ସହ ହଷ୍ଟେଲର ଅନ୍ୟ ଅନ୍ତେବାସୀଙ୍କ ସହ ଏତେ ମିଳାମିଶା କରୁନଥିଲେ। ଆଜି ସକାଳୁ କ୍ଲାସ କରିବାକୁ ନଯାଇ ସାଙ୍ଗ ରହୁଥିବା ୨୦୧ ରୁମ୍ ରେ ଏକାକୀ ରହିଥିଲେ। ସବୁ ପିଲା କ୍ଲାସ ଗଲା ପରେ ରୁଚିକା ଆତ୍ମହତ୍ୟା କରିଥିବା ନେଇ ଜଣାପଡିଛି ।