High Temperature - The Sakala

ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି
ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ। ଭୁବନେଶ୍ବରରେ ଭୀଷଣ ତାତି ସାଙ୍ଗକୁ ସକାଳୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଥିବାବେଳେ ଆର୍ଦ୍ରତା ରହିଛି ୫୧% । ମାତ୍ର ୪୯ ଡିଗ୍ରୀ ପରି ତାତି ଅନୁଭୂତ ହେଉଛି।

ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ପାରଦ ଉପରମୁହାଁ ରହିଛି। ସମ୍ବଲପୁରରେ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍ ଥିବାବେଳେ ଝାରସୁଗୁଡ଼ାରେ ୩୬ ଡିଗ୍ରୀ, ହୀରାକୁଦରେ ୩୫.୬ ଡିଗ୍ରୀ ଏବଂ ପୁରୀରେ ୩୫.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ବଢ଼ୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପରାମର୍ଶ ଦିଆଯାଇଛି। ଅଂଶୁଘାତରୁ ବର୍ତ୍ତିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ହାଲୁକା ରଙ୍ଗର ତଥା ଢିଲା ପୋଷାକ ପିନ୍ଧିବା ସହ ଘରୁ ବାହାରକୁ ଗଲାବେଳେ ଟୋପି, ଛତା, ସନଗ୍ଲାସ୍ ଏବଂ ସନସ୍କ୍ରିନ୍ ବ୍ୟବହାର କରିବାକୁ କୁହାଯାଇଛି। ଏହା ସହିତ ଖରାଦିନେ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ସତର୍କ କରାଯାଇଛି।

ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି
ଭୁବନେଶ୍ୱର: ରାଜ୍ୟକୁ ପୁଣି ଥରେ ଫେରିଛି ଅସହ୍ୟ ତାତି । ଲଗାତାର ଭାବେ କାଳବୈଶାଖୀ ସତ୍ତ୍ୱେ ପ୍ରବଳ ଗୁଳୁଗୁଳି ମଧ୍ୟରେ ପୁଣି ତାତି ଫେରିବା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଛି। ଉପରମୁହାଁ ତାତି ସାଙ୍ଗକୁ ପ୍ରଚୁର ମାତ୍ରାରେ ଆର୍ଦ୍ରତା ହେତୁ ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇଛି।  ଶୁକ୍ରବାର ରାଜ୍ୟର ୧୩ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୧.୭ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଭୁବନେଶ୍ୱରରେ ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୧.୨, ଅନୁଗୁଳ, ଝାରସୁଗୁଡ଼ାରେ ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ ହୋଇଛି।

ବଡ଼ କଥା ହେଉଛି ଗତକାଲି ଦିନ ତମାମ ରାଜ୍ୟର ଅନେକ ସ୍ଥାନରେ ଆର୍ଦ୍ରତା ପରିମାଣ ୬୦-୭୦ ପ୍ରତିଶତ ଉପରେ ରହିଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ବାୟୁମଣ୍ଡଳରେ ପ୍ରକୃତ ତାପମାତ୍ରା ୩୯-୪୧ ଡିଗ୍ରୀ ମଧ୍ୟରେ ସୀମିତ ଥିଲେ ମଧ୍ୟ ୬୦-୭୦ ପ୍ରତିଶତ ଆର୍ଦ୍ରତା ହେତୁ ଅନୁଭୂତ ହେଉଥିବା ତାପମାତ୍ରା ବା “ହିଟ୍‌ ଇଣ୍ଡେକ୍ସ’ ୪୫-୫୦ ଡିଗ୍ରୀ ଲାଗୁଛି। ଏହି କ୍ରମରେ ଭୁବନେଶ୍ୱରରେ ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ହିଟ୍‌ ଇଣ୍ଡେକ୍ସ ୫୦ ଡିଗ୍ରି ଅନୁଭୂତ ହୋଇଛି।

ପାଣିପାଗ ବିଭାଗ ଅନୁସାରେ, ଏଭଳି ସ୍ଥିତି ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ। ଯଦିଓ ଏହି ସମୟରେ ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ, ମାତ୍ର ମୌସୁମୀ ଆଗମ ପୂର୍ବରୁ ବାୟୁମଣ୍ଡଳରେ ପ୍ରଚୁର ଜଳୀୟବାଷ୍ପ ରହୁଥିବା ହେତୁ ଗୁଳୁଗୁଳି ମଧ୍ୟ ଅଧିକ ରହିବ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ, ଏବେ ସକାଳ ୭-୮ ଟା ବେଳୁ ହିଁ ଖରା ଆରମ୍ଭ ହୋଇ ଗୁଳୁଗୁଳି ହେଉଛି। ରାତିରେ ମଧ୍ୟ ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହୁଥିବା ହେତୁ ଶୋଇବା କଷ୍ଟକର ହେଉଛି। ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ରହୁଥିବାରୁ ଶରୀରରୁ ବାହାରୁଥିବା ଝାଳ ଶୁଖୁନାହିଁ। ଫଳରେ ମନୁଷ୍ୟ ଶରୀର ନିଜକୁ ପ୍ରାକୃତିକ ଭାବେ ଥଣ୍ଡା କରିବାରେ ବିଫଳ ହେଉଛି ଏବଂ ଗରମର ପ୍ରକୋପ ଦୁଇଗୁଣା ଅଧିକ ଅନୁଭୂତ ହେଉଛି। ଶନିବାର ଉପକୂଳବର୍ତ୍ତି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଓ ନୟାଗଡ଼ରେ ଗରମ ଗୁଳୁଗୁଳି ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।

ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡିଶା, ୨୪ ତାରିଖ ଯାଏଁ ଜାରି ରହିବ ଏପରି ସ୍ଥିତି
ଭୁବନେଶ୍ୱର: ଆକାଶରୁ ବର୍ଷୁଛି ନିଆଁ। ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା। ରାଜ୍ୟରେ ୪୬ ଡିଗ୍ରୀ ଛୁଇଲାଣି ପାରଦ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨୪ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ଗତକାଲି ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ୪୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିଲା । ଆଜି ମଧ୍ୟ ସ୍ଥିତି ସମାନ ରହିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦୁଇ ସହରରେ ଆଜି ମଧ୍ୟ ତାପମାତ୍ରା ୪୬ ଡିଗ୍ରୀ ଉପରେ ରହିବ। ବୌଦ୍ଧ, ସୋନପୁର, ଅନୁଗୁଳ ଏବଂ ଟିଟିଲାଗଡ଼ରେ ୪୫ ଡିଗ୍ରୀ ଟପିବା ସମ୍ଭାବନା ରହିଛି । ଆଜି ୨୭ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ। ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ପୂରା ରାଜ୍ୟ ଅସହ୍ୟ ତାତିରେ ଆଉଟୁପାଉଟୁ ।

ସାରା ରାଜ୍ୟରେ ପ୍ରଚଣ୍ଡ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଗରମ ଓ ଗୁଳୁଗୁଳି ପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୧୯ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଥିବା ବେଳେ ସମ୍ବଲପୁର ଓ ବଲାଙ୍ଗିରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା
ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ପ୍ରବଳ ଖରା ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଲଗାତାର ଭାବେ ତାତି ବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ଆଜି ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ଦିନ ୨ଟା ସୁଦ୍ଧା ଏୟାରପୋର୍ଟ ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଟ କରାଯାଇଛି ।  ଆସନ୍ତା ୨୪ ଘଣ୍ଟାରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଆଶଙ୍କା କରାଯାଉଛି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ବି ହୋଇପାରେ।

ଗତକାଲି ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର ଥିଲା । ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହା ପରକୁ ରହିଥିଲା ତାଳଚେର । ତାଳଚେରର ତାପମାତ୍ରା ଥିଲା ୪୩.୫ ଡିଗ୍ରୀ । ଆହୁରି ୪ ଦିନ ଖରାରେ ସିଝିବ ଓଡ଼ିଶା। ୪୦ ଡିଗ୍ରୀ ଉପରେ ଅଧିକାଂଶ ଜିଲ୍ଳାର ତାପମାତ୍ରା ହେଲାଣି । ୨୬ ତାରିଖ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେବ ଅଧାରୁ ଅଧିକ ରାଜ୍ୟ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ କରାଯାଇଛି। ଆଜି ଗରମ ଏବଂ ଗୁଳୁଗୁଳି ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ରାଜ୍ୟରେ ଆସନ୍ତା ୨୫ ପର୍ଯ୍ୟନ୍ତ ପ୍ରବଳ ତାତି ଓ ଗୁଳୁଗୁଳି, କାଁ ଭାଁ କାଳବୈଶାଖୀ କମାଇପାରିବନି ତାତି
ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜାରି ରହିଛି। ଲଗାତାର ଭାବେ ତାତି ବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ତାତିକୁ ଦୃଷ୍ଟିରେ ରଖି ରାଜ୍ୟର ଏକାଧିକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଯାଇଥିବା ବେଳେ ତାତିର ପ୍ରଭାବ ଅନ୍ୟ କ୍ଷେତ୍ରଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପକାଇବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୮ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଝାରସୁଗୁଡ଼ାରେ ତାତି ୪୩ ଡିଗ୍ରୀ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ ହେବା ସହ ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ଓ ଦେଶର ପଞ୍ଚମ ଉତ୍ତପ୍ତ ସହର ପାଲଟିଛି। ଝାରସୁଗୁଡ଼ା ତଳକୁ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ଓ ସମ୍ବଲପୁରରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ୪୨.୪, ବଲାଙ୍ଗିର ୪୨.୨ ଏବଂ ଅନୁ‌ଗୋଳରେ ୪୨.୧ ଡିଗ୍ରୀ ରେକର୍ଡ ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ତାତି ଓ ଗୁୁଳୁଗୁଳିରୁ ନିସ୍ତାର ମିଳିବାର ସମ୍ଭାବନା କମ୍‌ ରହିଛି। ଯଦିଓ ଏହି ସମୟରେ କିଛି କିଛି ସ୍ଥାନରେ କାଁ ଭାଁ କାଳବୈଶାଖୀ ଆଶଙ୍କା ରହିଛି, ମାତ୍ର ତାପମାତ୍ରା ହ୍ରାସ କରିବାରେ ଏହା ବିଶେଷ ସହାୟକ ହେବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି।

ଅନ୍ୟପଟେ, ବୁଧବାର ଅଧିକାଂଶ ଉପକୂଳବର୍ତ୍ତୀ ସ୍ଥାନରେ ଗୁଳୁଗୁଳିର ପ୍ରକୋପ ଅଧିକ ରହିବାକୁ ଥିବା ବେଳେ ଶୁକ୍ରବାରଠାରୁ ତାତିର ପରିମାଣ ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏଥିପାଇଁ ଶୁକ୍ରବାରଠାରୁ ୨୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟ୍‌ୱେଭ୍‌ ଆଲର୍ଟ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ବିଶେଷକରି ଟିଟିଲାଗଡ଼, ବଲାଙ୍ଗିର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୫ଡିଗ୍ରୀ ଛୁଇଁବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆଜି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୀଷଣ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହି ଜିଲ୍ଲାଗୁଡ଼ିକରେ ଉଷ୍ଣ ଆର୍ଦ୍ର ପାଣିପାଗ ଆଶଙ୍କା ସହ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ, ଅପରାହ୍‌ଣ ପରେ ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ହାଲୁକା ବର୍ଷା ଏବଂ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ପବନ ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି ଅସହ୍ୟ ଖରା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଘାଣ୍ଟି ହେଉଛି ସାରା ଓଡିଶା । ପ୍ରଖର ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି । ଯାହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଆଜି ନବରଙ୍ଗପୁରରେ ୨୦ରୁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଜାରି ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଘୋଷଣା ।

ଶୁକ୍ରବାର ବଲାଙ୍ଗିର, ବୌଦ୍ଧ, ସୋନପୁର, କଳାହାଣ୍ଡି ଜିଲ୍ଲାରେ ଥିବା ସ୍କୁଲକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଆଉ ଏବେ ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି । ପ୍ରଚଣ୍ଡ ଖରାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ସେହିପରି ସୁବର୍ଣ୍ଣପୁରରେ ୨୨ ଯାଏ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଛୁଟି । ପ୍ରବଳ ଖରା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି । ସେହିପରି ଆଜିଠୁ ବୌଦ୍ଧ ଜିଲ୍ଲାରେ ୫ ଦିନ ଯାଏ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୨୨ ତାରିଖ ଯାଏ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିବ। ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।

ତତଲା ଖରାରେ ସିଝୁଛି ପଶ୍ଚିମ ଓଡିଶା, ୨୨ ତାରିଖ ଯାଏଁ ଭୀଷଣ ତାତି ଓ ଗୁଳୁଗୁଳି ଆଶଙ୍କା
ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି ତାତି। ଦୁଇ ଦିନ ମଧ୍ୟରେ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଗୁରୁବାର ଟିଟିଲାଗଡ଼ରେ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ଓ ଦେଶର ଷଷ୍ଠ ଉତ୍ତପ୍ତ ସହର ପାଲଟିଛି। ଟିଟିଲାଗଡ଼ ତଳକୁ ଝାରସୁଗୁଡ଼ାରେ  ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସମ୍ବଲପୁରରେ ୪୨.୨, ହୀରାକୁଦରେ ୪୨.୨, ଭବାନୀପାଟଣାରେ ୪୨.୨, ବଲାଙ୍ଗିରରେ ୪୨.୨, ରାଉରକେଲାରେ ୪୧.୬, ସୁନ୍ଦରଗଡ଼ ୪୧.୫, ଓ ନୂଆପଡ଼ାରେ ୪୧ ଡିଗ୍ରୀ ସହ ମୋଟ୍‌ ୧୪ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ରାଜ୍ୟରେ ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ବଢ଼ିବା ନେଇ ଆଶଙ୍କା କରାଯାଉଛି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ଆଶଙ୍କା କରାଯାଉଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ୭ ଦିନିଆ ବୁଲେଟିନ୍‌ରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି।

ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ସହ ବାୟୁମଣ୍ଡଳରେ ରହୁଥିବା ଆର୍ଦ୍ରତା ହେତୁ ଭୀଷଣ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗକୁ କାଳବୈଶାଖୀ ଜନିତ ବର୍ଷା ଆଶଙ୍କା କମ୍‌ ଥିବାରୁ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ସୋମବାର ୪୧ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ରାଜ୍ୟର ମୋଟ୍ ୭ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜିଠୁ ଆଗାମୀ ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏକାଧିକ ସ୍ଥାନରେ ଗରମ, ଗୁଳୁଗୁଳି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ହିଟ୍‌-ୱେଭ୍‌ ସହ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ନେଇ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ସପ୍ତାହରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ଏପ୍ରିଲ ମଧ୍ୟ ଭାଗର ତାପମାତ୍ରା ସ୍ୱାଭାବିକ ତୁଳନାରେ ୨-୩ ଡିଗ୍ରୀ ଅଧିକ ରହିବ। ଏହି ସମୟରେ ବର୍ଷାର ସମ୍ଭାବନା ଆଦୌ ନଥିବା ବେଳେ ଆଗାମୀ ୭ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଆଶଙ୍କା ମଧ୍ୟ ୧୦ପ୍ରତିଶତରୁ କମ୍‌ ରହିଛି। ରାଜ୍ୟକୁ ଏବେ କ୍ରମାଗତ ଭାବେ ପ୍ରବାହିତ ଉତ୍ତର-ପଶ୍ଚିମା ବାୟୁ ଯୋଗୁଁ ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି।

ଆଭ୍ୟନ୍ତରୀଣ ଓଡ଼ିଶାରେ କେନ୍ଦ୍ରୀୟ ଭାରତରୁ ଆସୁଥିବା ଶୁଷ୍କ ଓ ଗରମ ଉତ୍ତର-ପଶ୍ଚିମା ବାୟୁର ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି। ଅନ୍ୟପଟେ, ଉପକୂଳବର୍ତ୍ତୀ ଅଞ୍ଚଳରେ ଦକ୍ଷିଣ-ଦକ୍ଷିଣ ପଶ୍ଚିମବାୟୁ ପ୍ରଭାବରେ ଅଧିକ ଜଳୀୟବାଷ୍ପ ଆସୁଥିବାରୁ ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। କାଳବୈଶାଖୀ ସମ୍ଭାବନା ପ୍ରାୟ ନଥିବାରୁ ସାରା ରାଜ୍ୟରେ ଆକାଶ ନିର୍ମଳ ରହିବ ଏବଂ ପ୍ରଖର ସୂର୍ଯ୍ୟକିରଣ ଅନୁଭୂତ ହେବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ପ୍ରାୟ ୪୧ ଡିଗ୍ରୀରୁ ଅଧିକ ରହିବା ସହ କେତେକ ସ୍ଥାନରେ ଏହା  ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ। ଦିନ ଓ ରାତି ତାପମାତ୍ରାରେ ମଧ୍ୟ ବଡ଼ ବ୍ୟବଧାନ ରହିବ।

ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୩୬ରୁ ୩୮ଡିଗ୍ରୀ ମଧ୍ୟରେ ରହିବା ସହ ଆର୍ଦ୍ରତା ୭୦-୭୫ପ୍ରତିଶତ ରହୁଥିବାରୁ, ଅନୁଭୂତ ହେଉଥିବା ତାପମାତ୍ରା (ଫିଲ୍‌ ଲାଇକ ଟେମ୍ପରେଚର୍‌) ପ୍ରାୟ ୪୫-୪୭ ଡିଗ୍ରୀ ଅନୁଭୂତ ହେବ। ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ସପ୍ତାହ ମଧ୍ୟଭାଗ ସୁଦ୍ଧା ତାପମାତ୍ରା ୩୯-୪୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ଗୁଳୁଗୁଳି ଯୋଗୁଁ କଷ୍ଟକର ପରିସ୍ଥିତି ସୃଷ୍ଟି ହେବ। ଚଳିତ ସପ୍ତାହର ୫ଟି ପ୍ରମୁଖ ଉତ୍ତପ୍ତ ସ୍ଥାନ ମଧ୍ୟରେ ଝାରସୁଗୁଡ଼ାରେ ୪୩.୫-୪୪.୫, ସମ୍ୱଲପୁରରେ ୪୩-୪୪ ଅନୁଗୋଳ ୪୨.୫-୪୩.୫, ବଲାଙ୍ଗିର ୪୨-୪୩, ଟିଟିଲାଗଡ଼ରେ ୪୨-୪୨.୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହେବାର ଆଶଙ୍କା ରହିଛି ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

ସୂଚନାଥାଉ କି, ସୋମବାର ଟିଟିଲାଗଡ଼ରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୦.୮ଡିଗ୍ରୀ, ସମ୍ବଲପୁରରେ ୪୦.୪ଡିଗ୍ରୀ, ଭାବନୀପାଟଣାରେ ୪୦.୪ ଡିଗ୍ରୀ, ବଲାଙ୍ଗିରରେ ୪୦.୨ଡିଗ୍ରୀ, ସୋନପୁରରେ ୪୦.୧ଡିଗ୍ରୀ ଓ ଅନୁଗୋଳରେ ୪୦.୧ଡିଗ୍ରୀ ରେକର୍ଡ ହୋଇଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ଆକଳନ କରାଯାଇଛି।

ଏପ୍ରିଲ ମାସ ଆରମ୍ଭରୁ ଉପରମୁହାଁ ପାରଦ; ୪୦ ଡିଗ୍ରୀ ଟପିଲା ରାଜ୍ୟର ୯ ସହର ତାପମାତ୍ରା
ଭୁବନେଶ୍ୱର: ଏପ୍ରିଲ ମାସ ଆରମ୍ଭରୁ ଉପରମୁହାଁ ହେଲାଣି ପାରଦ । ଡହଡହ ଖରାକୁ ହେଉଛି ଝାଞ୍ଜି ମାଡ଼ । ୪୦ ଡିଗ୍ରୀ ଟପିଲା ରାଜ୍ୟର ୯ ସହରର ତାପମାତ୍ରା । ମାର୍ଚ୍ଚ ମାସରେ ତାପମାତ୍ରା ବୃଦ୍ଧିକୁ କାଳବୈଶାଖୀ ଜନିତ ବର୍ଷା ବାଧା ଦେଇଥିଲା।  ହେଲେ ଏପ୍ରିଲ ଆରମ୍ଭରୁ ତାଉ ଦେଖାଇଛି ତାତି। ଶୁକ୍ରବାର ରାଜ୍ୟର ୯ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି।  ୪୧.୬ ଡିଗ୍ରୀ ତାତି ସହ ଝାରସୁଗୁଡ଼ା ସାରା ଦେଶରେ ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିଛି। ଦେଶର  ୧୦ଟି ତତଲା ଅଞ୍ଚଳ ମଧ୍ୟରେ ଓଡ଼ିଶାରୁ ୪ଟି ଅଞ୍ଚଳ ଅନୁଗୋଳ, ଟିଟିଲାଗଡ଼ ଓ ବଲାଙ୍ଗିର ସ୍ଥାନ ପାଇଛି। ଆଜି ଅନୁଗୋଳରେ ୪୦.୭ ଡ଼ିଗ୍ରୀ, ଟିଟିଲାଗଡ଼ରେ ୪୦.୫ ଓ ବଲାଙ୍ଗୀରରେ ୪୦.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ଓ ଖରାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ଗୁଳୁଗୁଳି ହେବା ଆଶଙ୍କା ରହିଛି। ରାଜ୍ୟରେ ଆଗକୁ ଏହି ସ୍ଥିତି ସହ ଅପରାହ୍ମ ପରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇପାରେ ବୋଲି କୁହାଯାଇଛି।  ୪ ତାରିଖଠାରୁ ଏହାର ପ୍ରଭାବ କିଛି କିଛି ଜିଲ୍ଲାରେ ଅନୁଭୂତ ହେବ ଏବଂ ୬ ଓ ୭ ତାରିଖରେ ଏହାର ପ୍ରଭାବ ସବୁଠୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଶନିବାର ଓ ରବିବାର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜାଗାରେ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ମଧ୍ୟ ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ତେବେ ୬ ଓ ୭ ତାରିଖରେ ବର୍ଷାର ପ୍ରଭାବ ଅଧିକ ଜିଲ୍ଲାରେ ପଡ଼ିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇ ୪୦-୫୦ କିମି ପର୍ଯ୍ୟନ୍ତ ରହିପାରେ। ଏହି ସମୟରେ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଅଧିକ ରହିବ ଓ କିଛି କିଛି ସ୍ଥାନରେ କୁଆପଥର ମଧ୍ୟ ପଡ଼ିବାର ଆଶଙ୍କା ରହିଛି।

ତାତିରୁ ମିଳିବ ସାମାନ୍ୟ ଆଶ୍ବସ୍ତି, ଏପ୍ରିଲ୍‌ ପହିଲାରୁ ରାଜ୍ୟରେ ବର୍ଷା ଆଶଙ୍କା
ଭୁବନେଶ୍ୱର: ରାଜଧାନୀ ସମେତ ସାରା ରାଜ୍ୟରେ ଗତକାଲି ଅସହ୍ୟ ତାତି ସହ ପ୍ରବଳ ଗରମ ଅନୁଭୂତ ହୋଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୮ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ବିଶେଷକରି ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଆହୁରି ୨୪ ଘଣ୍ଟା ତାତି ଏଭଳି କଲବଲ କରିବ। ତେବେ ଏପ୍ରିଲ୍‌ ପହିଲାରୁ କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ହେବା ସହ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ତୁଳନାରେ ଗତକାଲି ଅଧିକାଂଶ ସ୍ଥାନରେ ପାରଦ ଉପରକୁ ଚଢ଼ିଛି। ଆଜି ମଧ୍ୟ ତାତି ୨ରୁ ୩ ଡିଗ୍ରି ବଢ଼ିପାରେ। ୪୦ ଡିଗ୍ରୀ ମୁହାଁ ପାରଦରେ ଆଉ କିଛି ଜିଲ୍ଲା ଯୋଡ଼ି ହେବ ବୋଲି ପୂର୍ବାନୁମାନ କରାଯାଉଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଶୁକ୍ରବାରଠାରୁ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗତ ଦୁଇ ଦିନରେ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବାରୁ ଲୋକ ଖରାରେ ପୂରା ଅସ୍ତବ୍ୟସ୍ତ ହୋଇଯାଇଛନ୍ତି। ‌ତେବେ ଆଜି ମଧ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଆହୁରି ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି।

ଆସନ୍ତାକାଲି ଗ୍ରୀଷ୍ମପ୍ରବାହ ସହ ପ୍ରବଳ ଖରାକୁ ନେଇ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ସମ୍ୱଲପୁର ଓ ଝାରସୁଗୁଡା ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଉଷ୍ମ ଓ ଆର୍ଦ୍ର ଅର୍ଥାତ୍‌ ଗରମ ଗୁଳୁଗୁଳି ସ୍ଥିତିକୁ ନେଇ ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ମଧ୍ୟ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।

ଆସନ୍ତାକାଲି ପରଠାରୁ ତାପମାତ୍ରା ଧୀରେଧୀରେ କମିବା ସହ ଆଉ ହିଟୱେଭ୍‌ର ସମ୍ଭାବନା ନାହିଁ। ଏପ୍ରିଲ୍‌ ପହିଲାରୁ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହ ରାଜ୍ୟରେ ବର୍ଷା ଆରମ୍ଭ ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ୨, ୩ ଓ ୪ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଓଡ଼ିଶାରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ। ଏପ୍ରିଲ ୨ ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ମେଘୁଆ ପାଗ ସହ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ। ସେହିପରି ୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବର୍ଷା ଜାରି ରହିବ। ୪ ତାରଖରେ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଓ ରାୟଗଡ଼ାରେ ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଜିଠୁ ୩ ଦିନ ତାତିରେ ଜଳିବ ଓଡ଼ିଶା : ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ହିଟୱେଭ ଆଲର୍ଟ
ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଗତକାଲିଠୁ ତାପମାତ୍ରା ୪୦ ଡିଗ୍ରି ଟପିଛି। ଗୁରୁବାର ଝାରସୁଗୁଡାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରି ସେଲସିୟସ୍‌ ରେକର୍ଡ ହୋଇଛି। ଝାରସୁଗୁଡ଼ା ସମେତ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ତେବେ ୨୮ରୁ ୩୦ ତାରିଖ ଯାଏଁ ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେବ। ଏଥିପାଇଁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ହିଟ ୱେଭ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ ଗୁରବାର ସମ୍ୱଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୦.୧, ବଲାଙ୍ଗୀରରେ ୪୦.୮, ଟିଟିଲାଗଡରେ ୪୦ ଡିଗ୍ରୀ, ସୋନପୁରରେ ୪୦.୨, ବୌଦ୍ଧରେ ୪୦.୫, ପାରଳାଖେମୁଣ୍ଡିରେ ୪୦ ଜିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ମାର୍ଚ୍ଚ ୨୮ ତାରିଖ ପାଇଁ ସମ୍ୱଲପୁର ଏବଂ ବୌଦ୍ଧ ଜିଲ୍ଲାରେ ହିଟ ୱେଭ ସ୍ଥିତି ଅନୁଭୂତ ହୋଇପାରେ। ସେଥିପାଇଁ ଉପରୋକ୍ତ ଜିଲ୍ଲା ଦ୍ୱୟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ ତାରିଖରେ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ହିଟ ୱେଭ ସମ୍ଭାବନା ରହିଥିବା ବେଳେ ଉପରୋକ୍ତ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖରେ ତାପମାତ୍ରାର ପ୍ରକୋପ ଆହୁରି ବଢ଼ିବ। ରବିବାର ଝାରସୁଗୁଡ. ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ବରଗଡ ଓ ସୁନ୍ଦରଗଡରେ ହିଟ ୱେଭ ପରିସ୍ଥିତି ସୃଷ୍ଟି ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଉପରୋକ୍ତ ଜିଲ୍ଲାଗୁଡ଼ିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଏହାପରଠାରୁ ତାପମାତ୍ରା କମିବାକୁ ଥିବାବେଳେ ଏପ୍ରିଲ ୨ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଆଜି ୪୧.୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ; ଆଗାମୀ ୩ ଦିନ ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଅସହ୍ୟ ଖରାରେ ସିଝୁଛି ସାରା ଓଡିଶା । ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଆଜି ୪୧.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ପାଲଟିଛି । ଝାରସୁଗୁଡ଼ାରେ ତାପମାତ୍ରା ୪୧.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିଭଳି ହୀରାକୁଦରେ ତାପମାତ୍ରା ୪୦.୧ ଡିଗ୍ରୀ, ସମ୍ବଲପୁରରେ ତାପମାତ୍ରା ୪୦ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ୩୯.୪ ଡିଗ୍ରୀ, ଚାନ୍ଦବାଲିରେ ତାପମାତ୍ରା ୩୮.୮ ଡିଗ୍ରୀ, ଭୁବନେଶ୍ୱରରେ ତାପମାତ୍ରା ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଅନ୍ୟପଟେ ଆସନ୍ତା ୩ ଦିନ ପାଇଁ ପାଣିପାଗ ବିଭାଗର ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି । ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ରହିଛି । କାଲି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିପାରେ । ଏହାପରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୯ ତାରିଖରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିପାରେ । ଖାସ୍‌ କରି ଝାରସୁଗୁଡ଼ା, ବୌଦ୍ଧ, ସୋନପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରେ ରହିବ ବୋଲି ବିଭାଗ କହିଛି ।