low pressure coming - The Sakala
ଭୁବନେଶ୍ବର: ଆସୁଛି ଲଘୁଚାପ। ୨୯ ରୁ ୧ ଯାଏ ପ୍ରବଳ ବର୍ଷା ସହ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିିଛି। ମତ୍ସ୍ୟଜୀବୀଙ୍କୁ ଏହି ସମୟରେ ସମୁଦ୍ରକୁ ନ ଯିବାକୁ ସତର୍କ କରାଇଛି ପାଣିପାଗ ବିଭାଗ। ସେହିପରି ୨୭ରୁ ୩୦ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି।
ଆସନ୍ତାକଲି ଅର୍ଥାତ ୨୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଲଘୁଚାପ ସୃଷ୍ଟି ହେବାର ୨ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ। ଏହାସହ ଏକ ଟ୍ରପ ଲାଇନ ମଧ୍ୟ ସକ୍ରିୟ ରହିବାର ସମ୍ଭାବନା ରହିଛି। ଏହାରି ପ୍ରଭାବରେ ୨୭ ତାରିଖରୁ ୩୦ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ରହିଛି। ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଏପଟେ ରାଜ୍ୟରେ କାଳବୈଶାଖୀ ସହ ପ୍ରାକ ମୌସୁମୀ ବର୍ଷା ବିଭିନ୍ନ ସ୍ଥାନରେ ହେଉଥିବାବେଳେ ଆଗାମୀ ୫ଦିନ ଯାଏ ବର୍ଷା ଲାଗିରହିବ। ଆସନ୍ତା ୨୪ ଘଣ୍ଟାରେ ସମସ୍ତ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର କୋରାପୁଟ, ନବରଙ୍ଗପୁର , ରାୟଗଡା, ଗଜପତି , କନ୍ଧମାଳ, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, କଳାହାଣ୍ଡି, କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ଆସୁଛି ଆଉ ଏକ ଲଘୁଚାପ, ୧୮ରୁ ପୁଣି ବର୍ଷା
ଭୁବନେଶ୍ୱର: ଖୁବ୍‌ ଶୀଘ୍ର ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ଯାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି।  ସେପ୍ଟେମ୍ବର ୧୮ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଫଳରେ ୧୮ରେ ଦକ୍ଷିଣ ଓଡ଼ିଶାରେ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
୧୮ , ୧୯ ଓ ୨୦ ତାରିଖ ପାଇଁ ରାଜ୍ଯର ବିଭିନ୍ନ ଜିଲ୍ଲାରେ ବର୍ଷା  ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ୧୮ ତାରିଖ ପାଇଁ ୭ ଜିଲ୍ଲାକୁ ବର୍ଷା  ଓ ବଜ୍ରପାତ ନେଇ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ଜିଲ୍ଲାଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ।
୧୯ ତାରିଖ ପାଇଁ  ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ।
୨୦ ତାରିଖ ପାଇଁ ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁୃ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉକ୍ତ ଜିଲ୍ଲାଗୁଡିକ ହେଲା ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ ଓ ରାୟଗଡ଼ା।
ଏପ୍ରିଲରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପକୁ ନେଇ ଛନକା, ଏପ୍ରିଲ୍‍ ୨୬ରେ ସୃଷ୍ଟି ହୋଇଥିଲା ଫନି
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି। ଲଘୁଚାପଟି କେତେ ଶକ୍ତିଶାଳୀ ହେବ ଓ ଏହାର ତୀବ୍ରତା କେତେ ରହିବ ତାକୁ ନେଇ ବିଭିନ୍ନ ମଡେଲ୍‍ ମଧ୍ୟରେ କଳ୍ପନା ଜଳ୍ପନା ଚାଲିଛି। ପୂର୍ବରୁ ଏପ୍ରିଲ୍‍ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ବାତ୍ୟା ରୂପରେ ଓଡ଼ିଶାରେ ମାଡ଼ ହୋଇ ସାରିଥିବାରୁ ଏହି ଲଘୁଚାପକୁ ନେଇ ଡର ବଢ଼଼ି ଯାଇଛି। ଅନ୍ୟପଟେ ଯଦି ଏହି ଲଘୁଚାପ ଟି ଅଧିକ ବଳ ଗୋଟାଇ ବାତ୍ୟାରେ ପରିଣତ ହୁଏ, ତେବେ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ନା ଛୋଟ ବାତ୍ୟା ଆକାରରେ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇଯିବ ସେଦିଗକୁ ମଧ୍ୟ ଲକ୍ଷ୍ୟ କରାଯାଉଛି। ଲଘୁଚାପ ହେବା ସ୍ପଷ୍ଟ ହୋଇସାରିଥିବା ବେଳେ ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ ପରିଧି ମଧ୍ୟକୁ ଆସି ନାହିଁ। ତେଣୁ ଲଘୁଚାପ ସୃଷ୍ଟି ହେବା ସମୟ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ସମେତ ବୈଦେଶୀକ ପାଣିପାଗ ବିଜ୍ଞାନୀମାନେ ଅପେକ୍ଷା କରିଛନ୍ତି।
ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଲଘୁଚାପ ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବିଭାଗ କହିଛି ଯେ ୬ ଏପ୍ରିଲ୍‍ ୨୦୨୨ ବେଳକୁ ଦକ୍ଷିଣ ଆଣ୍ଡମାନ ସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ବିଭାଗ କହିଛି। ତେବେ ଏହାର ପ୍ରଭାବରେ ୬ ତାରିଖରୁ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହେବାକୁ ଥିବା ବେଳେ ଧୀରେ ଧୀରେ ଅନ୍ୟ ଅଞ୍ଚଳରେ ମଧ୍ୟ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଇଛି।
ଅନ୍ୟପଟେ ଗତ ୨୦୧୯ ମେ’ ୩ ତାରିଖରେ ଓଡ଼ିଶା ଉପକୂଳ ଅତ୍ରିକ୍ରମ କରିଥିବା ବାତ୍ୟା ‘ଫନୀ’ ମଧ୍ୟ ଏପ୍ରିଲ୍‍ ମାସମରେ ସୃଷ୍ଟି ହୋଇଥିଲା। ଏହି ବାତ୍ୟା ଅତି ଭୀଷଣ ବାତ୍ୟା ଆକାରରେ ପୁରୀଠାରେ ସ୍ଥଳଭାଗରେ ମାଡ଼ ହୋଇଥିବା ବେଳେ ଏହି ସମୟରେ ପବନର ବେଗ ୨୦୦ କିମି ପାର୍‍ କରିଥିଲା। ତେଣୁ ଏପ୍ରିଲ ମାସରେ ସୃଷ୍ଟି ହୋଇଥିବା ବାତ୍ୟାଗୁଡ଼ିକ ଶକ୍ତିଶାଳୀ ହେବା ପାଇଁ ପାଣିପାଗ ପରିସ୍ଥିତି ସୁହାଉଥିବାରୁ ଏଗୁଡ଼ିକ ଶକ୍ତିଶାଳୀ ହୋଇଥାନ୍ତି।
ଭାରତୀୟ ପାଣିପାଗର ବିଭାଗର ସୂଚନା ଅନୁଯାୟୀ ୧୯୯୧-୨୦୨୦ ମଧ୍ୟରେ ବଙ୍ଗୋପାସଗରରେ ଏପ୍ରିଲ୍‍ ମାସରେ ୩୫ ଟି ଅବପାତ/ବାତ୍ୟା ସୃଷ୍ଟି ହୋଇଛି। ଏଗକୁଡ଼ିକ ମଧ୍ୟରୁ ଗତ ୨୦୧୯ ଏପ୍ରିଲ୍‍ ୨୬ ତାରିଖରେ ସୃଷ୍ଟି ହୋଇଥିବା ‘ଫନି’ ହିଁ ଓଡ଼ିଶାରେ ସ୍ଥଳଭାଗ ଛୁଇଁଛି। ବାକିଗୁଡ଼ିକ ମଧ୍ୟରୁ ଅଧିକାଂଶ ମ୍ୟାଁମାର ଆଡ଼କୁ ଗତି କରିଥିବା ବେଳେ ଆଉ କିଛି ବାଂଲାଦେଶ ଓ ଦକ୍ଷିଣ ଭାରତକୁ ଗତି କରିଛି।