+2 Exam - The Sakala
ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଏକ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପରୀକ୍ଷାରେ କପି କରି ମାଲ ପ୍ରାକ୍ଟିସ ବା ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ବଡ଼ ଆସ୍ୱସ୍ତି। କୌଣସି ଭୁଲ ନ ଥାଇ ତ୍ରୁଟିପୂର୍ଣ୍ଣ ଭାବେ ଏମପିରେ ବୁକ ହୋଇଥିଲେ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏମପିରେ ବୁକ ହୋଇଥିଲା ଛାତ୍ରଛାତ୍ରୀ ନିଜର ପକ୍ଷ ରଖିବେ। ଯଦି ସେମାନେ ଭୁଲରେ ବୁକ ହୋଇଥିବେ ତାହେଲେ ସେମାନଙ୍କୁ କ୍ଷମା ଦିଆଯିବ ଓ ପରୀକ୍ଷା ଫଳ ସ୍ୱାଭାବିକ ଭାବେ ପ୍ରକାଶ ପାଇବ ବୋଲି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା। ଚଳିତ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଭୁଲରେ ଏମପିରେ ବୁକ ହେଉଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସାଧାରଣ ପିଲାଙ୍କ ପରୀକ୍ଷା ଫଳ ବାହାରିବାର ତିନି ମାସ ପରେ ବାହାରୁଥିଲା। ଯେଉଁଥିପାଇଁ ପିଲାମାନେ ଭୁଲ ନ କରି ବି ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ।
ଉଲ୍ଲେଖଯୋଗ୍ୟ ଆସନ୍ତା ଏପ୍ରିଲ୍‌ ୨ ରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା। ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ରୁ ୨୬ ତାରିଖ ମଧ୍ୟରେ ଖାତାଦେଖା ଚାଲିବ। ମୂଲ୍ୟାଙ୍କନର ୧୦ଦିନ ପୂର୍ବରୁ ପରୀକ୍ଷା ଖାତାକୁ କୋଡିଂ କରାଯିବ। କଳା ବିଭାଗର ଓଡ଼ିଆ ଓ ଇଂରାଜୀ ବିଷୟର ଖାତା ଦେଖା ବହୁ ବିଳମ୍ବ ହେଉଥିବାରୁ ଚଳିତ ଥର ଏହାକୁ ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କରିବାକୁ ପଦକ୍ଷେପ ନିଆଯାଇଛି। ଚଳିତ ଥର ୬୩ଟି ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କେନ୍ଦ୍ର କରାଇଥିବାବେଳେ ୭୭ଟି ଅଫ୍‌ଲାଇନ୍‌ ଓ ୫୭ଟି କୋଡିଂ ସେଣ୍ଟର କରାଯାଇଛି। ମୂଲ୍ୟାଙ୍କନ କେନ୍ଦ୍ରକୁ ହେଉଥିବା ଦୂରତାକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ ମୂଲ୍ୟାଙ୍କନ କେନ୍ଦ୍ର ଖୋଲାଯାଇଛି। ଦେବଗଡ଼ ପରି ଜିଲ୍ଲାରେ ପ୍ରଥମ ଥର ପାଇଁ ମୂଲ୍ୟାଙ୍କନ କେନ୍ଦ୍ର ଖୋଲିବ। ସେହିପରି ପୂର୍ବରୁ କଲେଜଗୁଡ଼ିକ ପ୍ରାକ୍ଟିକାଲ୍‌ ମାର୍କ ମାନୁଆଲ୍‌ ଭାବେ ଦେଉଥିଲେ। ମାତ୍ର ଚଳିତ ବର୍ଷ କଲେଜମାନେ ଏହାକୁ ଅନ୍‌ଲାଇନ୍‌ରେ ଦାଖଲ କରିଥିବାରୁ ଅତିରିକ୍ତ ସମୟ ଅପଚୟ ହେବ ନାହିଁ। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।
ସେପଟେ  ଅତ୍ୟଧିକ ଖରା ଯୋଗୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁ ନ ଥିବାରୁ ଖାତା ଦେଖା କେନ୍ଦ୍ର ବଢାଯାଇଥିବା କୁହାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତା ଦେଖା ପାଇଁ ନିଯୁକ୍ତି ହୋଇଛନ୍ତି। ଏକଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ୩୫, ୪୦ ଓ ୫୦ ମାର୍କ ଥିବା ବିଷୟ ଗୁଡିକ ପାଇଁ ୩୦ ଟି ଖାତା ୫ ଘଣ୍ଟାରେ ଦେଖାଯାଇ ପାରିବ। ସେହିପରି ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ ଟି ଖାତା ଦେଖିପାରିବେ। ମେ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା।  ଚଳିତ ଥର ମୋଟ୍‌ ୧୨୭୬ ଟି ପରୀକ୍ଷା କେନ୍ଦ୍ରରେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ବର୍ଗର ପ୍ରାୟ ୩ଲକ୍ଷ ୯୩ ହଜାର ପିଲା ପରୀକ୍ଷା ଦେଇଛନ୍ତି।
ଆଜିଠାରୁ +୨ ପରୀକ୍ଷା ଆରମ୍ଭ, ୧୨୭୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩ଲକ୍ଷ ୯୩ହଜାର ୬୧୮ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ+୨ ପରୀକ୍ଷା। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ସରିବ। ପ୍ରଥମ ଦିନରେ ବିଜ୍ଞାନ ବିଭାଗର ପରୀକ୍ଷା ହେବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର୍‌ ପିଲାମାନେ ଏମ୍‌ଆଇଏଲ୍‌ (ଓଡ଼ିଆ) ପରୀକ୍ଷା ଦେବେ। ଏହାର ପରଦିନ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ।
ପରୀକ୍ଷାର ସୁପରିଚାଳନା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ନେବାକୁ ପୁନଃ ସମୀକ୍ଷା କରାଯାଇଛି। ସକାଳ ସାଢ଼େ ୮ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। କୌଣସି ପରିସ୍ଥିତିରେ ଯେପରି ପ୍ରଶ୍ନପତ୍ର ଲିକ୍‌ ବା ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପାଇଁ ସିଏଚ୍‌ଏସ୍‌ଇ ଚୂଡ଼ାନ୍ତ ପ୍ରସ୍ତୁତି କରିଛି।
ପରୀକ୍ଷା ହଲ୍‌ରେ ସିସିଟିଭି ଲାଗିବା ସହ କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା କରାଯାଇଛି। କଲେଜସ୍ତରରେ ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ପ୍ରଥମ ସ୍ତରର ସ୍କ୍ୱାଡ୍‌ ଯାଞ୍ଚ କରିବେ। ସେହିପରି ହବ୍‌ରୁ ଆସୁଥିବା ପର୍ଯ୍ୟବେକ୍ଷକ, ଜିଲ୍ଲା ପ୍ରଶାସନ ଓ ଜୋନାଲ୍‌ସ୍ତରୀୟ ସ୍କ୍ୱାଡ୍‌ କପି ଯାଞ୍ଚ କରିବେ।
ଚଳିତଥର ପ୍ରଥମଥର ପାଇଁ କରାଯାଇଥିବା ସେଣ୍ଟ୍ରାଲ୍‌ ସ୍କ୍ୱାଡ୍‌ ଜିଲ୍ଲା ମୁଖ୍ୟାଳୟରେ ରହି ଅଚାନକ କଲେଜ ଗସ୍ତ କରିବ। ୩୫ଟି ଦଳରେ ୧୨୦ଜଣ ସଦସ୍ୟ କଡ଼ା ନଜର ରଖିବେ। ସେହିପରି ପରୀକ୍ଷା ହଲ୍‌ରେ ଲାଗିଥିବା ସିସିଟିଭିକୁ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରୁ ରହି ନିରୀକ୍ଷଣ କରବା ପାଇଁ ୫ଜଣ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି। ପୂର୍ବରୁ ଅଭିଯୋଗ ଆସୁଥିବା ୫ଶହ କଲେଜ ପାଇଁ କଣ୍ଟ୍ରୋଲ୍‌ ରୁମ୍‌ରୁ ପରୀକ୍ଷାକୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ମୋଟ୍‌ ୧୨୭୬ଟି ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୩ଲକ୍ଷ ୯୩ହଜାର ୬୧୮ପିଲା ପରୀକ୍ଷା ଦେବେ। କଳାରେ ସର୍ବାଧିକ ୨ଲକ୍ଷ ୪୭ହଜାର ୩୯୧ଜଣ ଫର୍ମପୂରଣ କରିଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୪ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୨୧ଜଣ ପିଲା ରହିଛନ୍ତି।
ବଦଳିବ ଯୁକ୍ତ ଦୁଇ ମାର୍କିଂ ଢାଞ୍ଚା, ୧୦୦ ରୁ ୨୪ ମାର୍କ ରଖିଲେ ପାସ ହେବେ ପରୀକ୍ଷାର୍ଥୀ
ଭୁବନେଶ୍ୱର: ବଦଳିବ ଯୁକ୍ତ ଦୁଇ ମାର୍କିଂ ଢାଞ୍ଚା। ଏଣିକି ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବାକୁ ଯାଉଛନ୍ତି +୨ ଛାତ୍ରଛାତ୍ରୀ। ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା ହେବ। ୧୦୦ ରୁ ୨୪ ମାର୍କ ରଖିଲେ ପାସ ହେବେ ପରୀକ୍ଷାର୍ଥୀ ।
ପିଲାଙ୍କୁ ବୋର୍ଡ ପରୀକ୍ଷାର ଚାପ କମାଇବା ଓ ଭଲ ନମ୍ବର ସ୍କୋର କରିବା ପାଇଁ ନ୍ୟାସନାଲ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା। ପୂର୍ବରୁ ମାର୍କିଙ୍ଗ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖି ପାରୁନଥିଲେ। ଏଣୁ ପିଲାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂଆ ଢାଞ୍ଚାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସହ ମୂଲ୍ୟାଙ୍କନ ହେବା ନେଇ ସୂଚନା ଦେଇଛନ୍ତି ସିଏଚସିଇ ପରୀକ୍ଷା ନିୟନ୍ତ୍ରକ।
ଆଜିଠୁ +୨ ପରୀକ୍ଷା; ପରୀକ୍ଷା ଦେବେ ୩, ୮୬, ୨୫୦ ଛାତ୍ରଛାତ୍ରୀ, ସିସିଟିଭି ନଜରରେ ରହିବେ ପରୀକ୍ଷାର୍ଥୀ
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା। ଏଥିପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ପରୀକ୍ଷା ହଲ୍‌‌ ସମେତ ପ୍ରଶ୍ନପତ୍ର ଥିବା ହବ୍‌‌ରୁ ସିସିଟିଭିର ଲାଇଭ୍‌‌ ଷ୍ଟ୍ରିମିଂ ହେବ। ଏହାକୁ ଦେଖି ପରୀକ୍ଷା ପରିଚାଳନା କରିବା ପାଇଁ ପରିଷଦ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସେଠାରୁ ପରୀକ୍ଷାକୁ ନିରୀକ୍ଷଣ କରିବା ସହ ଆବଶ୍ୟକସ୍ଥଳେ ନିର୍ଦ୍ଦେଶ ଦେବାର ବ୍ୟବସ୍ଥା କରାଯାଇଛି।
ସୂଚନା ଅନୁଯାୟୀ, ସକାଳ ସାଢ଼େ ୧୦ଟାରେ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ୧୫ ମିନିଟ୍‌‌ ପୂର୍ବରୁ ହଲ୍‌‌ରେ ପ୍ରବେଶ କରିବେ ଓ ୧୦ ମିନିଟ୍‌‌ ପୂର୍ବରୁ ଉତ୍ତରଖାତା ଓ ୫ ମିନିଟ୍‌‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆଯିବ। ପ୍ରଶ୍ନପତ୍ରରେ ରୋଲ୍‌‌ ନମ୍ୱର ବ୍ୟତୀତ ଦାଗ ମଧ୍ୟ ଲଗାଇବାକୁ ବାରଣ କରାଯାଇଛି। ଅନ୍ୟଥା ମାଲ୍‌‌ପ୍ରାକ୍ଟିସ୍‌‌(ଏମପି) ହୋଇଯିବେ ବୋଲି ଦର୍ଶାଯାଇଛି। ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ବ୍ୟତୀତ ଆଡିସନାଲ୍‌‌ ସିଟ୍‌‌ ଦିଆଯିବ ନାହିଁ। ଲେଖିବା ପାଇଁ କଳା ବଲ୍‌ ପେନ୍‌‌ ଏବଂ ଆଡମିଟ୍‌‌ କାର୍ଡ ବ୍ୟତୀତ ଅନ୍ୟ କିଛି ନନେବାକୁ ପରିଷଦ ପକ୍ଷରୁ କୁହାଯାଇଛି। ସେହିପରି ଭିନ୍ନକ୍ଷମ ପିଲାଙ୍କ ପାଇଁ ଅଧିକ ୧ଘଣ୍ଟା ସମୟ ରହିଛି।
ଚଳିତ ବର୍ଷ ୩ଲକ୍ଷ ୮୬ ହଜାର ୨୫୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ତନ୍ମଧ୍ୟରେ ୩ ଲକ୍ଷ ୬୦ ହଜାର ୧୯୮ଜଣ ରେଗୁଲାର ଏବଂ ୨୬ ହଜାର ୫୨ଜଣ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି। ଲିଙ୍ଗ ଅନୁପାତରେ ସର୍ବାଧିକ ଛାତ୍ରୀ ଚଳିତଥର ପରୀକ୍ଷା ଦେଉଛନ୍ତି। ସମୁଦାୟ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି। କଳା ବିଭାଗରେ ୨ ଲକ୍ଷ ୩୭ ହଜାର ୭୫୦ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକରେ ୫ହଜାର ୭୯୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏହି ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ଅର୍ଥାତ ଶୁକ୍ରବାର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ର ମାତୃଭାଷା ପରୀକ୍ଷା ଦେବେ। ପ୍ରତ୍ୟେକ ଦିନ ଗୋଟିଏ ବିଷୟ ପରୀକ୍ଷା ହେବ। ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ସୂଚୀକୁ ଦେଖି +୨ ପରୀକ୍ଷା କରାଯାଇଛି। ଗୋଟିଏ ଦିନ ଦଶମ ଓ +୨ ପରୀକ୍ଷା ରହିବ ନାହିଁ। ପୂର୍ବପରି ସମସ୍ତ ପ୍ରସ୍ତୁତି କରିବା ସହ ସମୀକ୍ଷା ମଧ୍ୟ କରାଯାଇଛି। ଏଣୁ ପ୍ରଶ୍ନପତ୍ର ବିଭ୍ରାଟ ହେବ ନାହିଁ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।
ଫେବୃଆରୀ ୧୫ରୁ ହୋଇପାରେ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାନୁଆରୀ ଶେଷ ସପ୍ତାହରେ ଆରମ୍ଭ ହେବ ପ୍ରାକ୍ଟିକାଲ୍‍
ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଆସନ୍ତା ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଜାନୁଆରୀ ଶେଷ ସପ୍ତାହରେ ପ୍ରାକ୍ଟିକାଲ୍‍ ପରୀକ୍ଷା ଅନୁଷ୍ଠିତ ହେବ। ଯଦିଓ ସିବିଏସଇ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି, ହେଲେ ଫେବୃଆରୀ ଦ୍ୱିତୀୟ ସପ୍ତାହରୁ ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଜାନୁଆରୀ ସୁଦ୍ଧା ପିଲାଙ୍କ ପ୍ରି ବୋର୍ଡ଼ ପରୀକ୍ଷା ମଧ୍ୟ ଶେଷ କରିବା ପାଇଁ ସିବିଏସଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।
ସୂଚନାଥାଉକି, ଚଳିତ ବର୍ଷ ଛାତ୍ରଛାତ୍ରୀ କେବଳ ଗୋଟିଏ ବୋର୍ଡ଼ ପରୀକ୍ଷା ଦେବେ। ପୂର୍ବ ବର୍ଷ ଭଳି ଦୁଇଟି ଟର୍ମର ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବ ନାହିଁ। ୨୦୨୩ ବର୍ଷର ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାପାଇଁ ପାଖାପାଖି ୩୪ ଲକ୍ଷ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ସୂଚନା ମିଳିଛି।
ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‍ ପରୀକ୍ଷା
ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‍ ପରୀକ୍ଷା ଆଜି ଠାରୁ ଶିକ୍ଷାନୁଷ୍ଠାନ ସ୍ତରରେ ଆୟୋଜିତ ହେବ। ଦେଢ଼ ହଜାରରୁ ଅଧିକ କଲେଜରେ ପିଲାଙ୍କ ପ୍ରାକ୍ଟିକାଲ୍‍ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷା ଲାଗି ପ୍ରଶ୍ୱପତ୍ର ବିଭିନ୍ନ କେନ୍ଦ୍ରକୁ ପଠାଯାଇଛି। ଘରୋଇ ସ୍କୁଲଗୁଡ଼ିକରେ ପରୀକ୍ଷା କଡ଼ା କଟକଣାରେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରତ୍ୟେକ ଘରୋଇ ଶିକ୍ଷାନୁଷ୍ଠାନରେ ପିଲାଙ୍କ ପରୀକ୍ଷା ସିସିଟିଭି ରେକର୍ଡ଼ିଂ କରି ଭିଡିଓ ସିଏଚଏସଇ ନିକଟରେ ମଧ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି। ପ୍ରାକ୍ଟିକାଲ୍‍ ପରୀକ୍ଷା ଏପ୍ରିଲ ୪ରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବ। ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଛି।
ସୂଚନାଯୋଗ୍ୟ କଳା, ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ରାଜ୍ୟର ୩ ଲକ୍ଷ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏ ବର୍ଷ +୨ ପରୀକ୍ଷା ଦେବେ। ପ୍ରାକ୍ଟିକାଲ୍‍ ୧୨ ତାରିଖରେ ଶେଷ ହେଉଥିବାବେଳେ ଥିଓରୀ ପରୀକ୍ଷା ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ମେ’ ୨୮ରେ ଶେଷ ହେବ। ଚଳିତ ବର୍ଷ ଦୁଇଟି ପଦ୍ଧତିରେ ପିଲାଙ୍କ ମୂଲ୍ୟାୟନ କରାଯିବ। ପ୍ରଥମ ପଦ୍ଧତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ହୋଇଥିବା ଇଣ୍ଟରନାଲ୍‍ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କରୁ ୨୦% ୱେଟେଜ୍‍(ହାରାହାରି ମାର୍କ) ଓ ଦ୍ୱାଦଶ ପରୀକ୍ଷାର ୮୦% ୱେଟେଜ୍‍କୁ ନିଆଯାଇ ପିଲାଙ୍କୁ ପ୍ରତ୍ୟେକ ବିଷୟର ମାର୍କ ଦିଆଯିବ। ପିଲାଙ୍କ ତିନିଟି ଇଣ୍ଟରନାଲ୍‍ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ। ପ୍ରଥମ ପଦ୍ଧତି ଅନୁଯାୟୀ ଉଭୟ ଇଣ୍ଟରନାଲ୍‍ ଏବଂ ଯୁକ୍ତ ଦୁଇ ବୋର୍ଡ(ଦ୍ୱାଦଶ) ପରୀକ୍ଷାର ୱେଟେଜ୍‍ ଭିତ୍ତିରେ ପିଲାଙ୍କୁ ସମୁଦାୟ ମାର୍କ ଦିଆଯିବ। ସେହିପରି ଦ୍ୱିତୀୟ ପଦ୍ଧତିରେ କେବଳ +୨ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ୱରକୁ ଶତ ପ୍ରତିଶତ ୱେଟେଜ୍‍ ଭାବେ ଗ୍ରହଣ କରାଯିବ। ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ।