bollywood actress - The Sakala

୩୦୦ ବିଜ୍ଞାପନ, ମିସ୍ ଇଣ୍ଡିଆ ଟାଇଟଲ୍: ବଲିଉଡ୍ ଛାଡି ଏବେ ବିଦେଶରେ ଏମିତି ଜୀବନ ବିତାଉଛନ୍ତି ଆରତୀ ଛାବଡ଼ିଆ
ବଲିଉଡର ଚମକପୂର୍ଣ୍ଣ ଦୁନିଆରେ ଏମିତି ଅନେକ ତାରକା ଅଛନ୍ତି, ଯେଉଁମାନେ ରାତାରାତି ଷ୍ଟାରଡମ୍ ହାସଲ କରିବା ପରେ ହଠାତ୍ ପରଦାରୁ ଗାଏବ ହୋଇଯାଆନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ମଡେଲ୍ ଆରତୀ ଛାବଡ଼ିଆ (Aarti Chabria)। ମାତ୍ର ୩ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ଥାପିଥିବା ଆରତୀ ଏବେ ବଲିଉଡ୍ ଏବଂ ଅଭିନୟ ଠାରୁ ଦୂରରେ ଅଷ୍ଟ୍ରେଲିଆରେ ନିଜର ବୈବାହିକ ଜୀବନ ଏବଂ ମାତୃତ୍ୱ ଉପଭୋଗ କରୁଛନ୍ତି।

ଗ୍ଲାମର୍ ଦୁନିଆର ସଫଳ ଯାତ୍ରା

ଆରତୀ ନିଜର କ୍ୟାରିୟର୍ ଖୁବ୍ କମ୍ ବୟସରୁ ଆରମ୍ଭ କରିଥିଲେ। ଜଣେ ଶିଶୁ କଳାକାର ଭାବରେ ସେ ମ୍ୟାଗି, ଅମୁଲ୍, କ୍ଲିନ୍ ଆଣ୍ଡ୍ କ୍ଲିୟର୍ ଭଳି ପ୍ରାୟ ୩୦୦ ରୁ ଅଧିକ ବିଜ୍ଞାପନରେ କାମ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ 'ମିସ୍ ଇଣ୍ଡିଆ ୱାର୍ଲ୍ଡୱାଇଡ୍' (Miss India Worldwide) ର ଟାଇଟଲ୍ ମଧ୍ୟ ନିଜ ନାମରେ କରିଥିଲେ। ଏହା ପରେ ତାଙ୍କୁ ଫିଲ୍ମ ପାଇଁ ଅଫର୍ ମିଳିବା ଆରମ୍ଭ ହୋଇଥିଲା। ସେ ଅକ୍ଷୟ କୁମାର, ଗୋବିନ୍ଦା ଏବଂ ସଲମାନ ଖାନଙ୍କ ଭଳି ଷ୍ଟାର୍‌ମାନଙ୍କ ସହ 'ଆୱାରା ପାଗଲ ଦିୱାନା', 'ରାଜା ଭୈୟା' ଏବଂ 'ପାର୍ଟନର' ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ।

ବଲିଉଡ୍ ଛାଡିବାର କାରଣ

ବଡ଼ ବଡ଼ ତାରକାଙ୍କ ସହ କାମ କରିବା ସତ୍ତ୍ୱେ ଆରତୀ ନିଜ କ୍ୟାରିୟରକୁ ନେଇ ସନ୍ତୁଷ୍ଟ ନଥିଲେ। ନିକଟରେ ଏକ ସାକ୍ଷାତକାରରେ ସେ ପ୍ରକାଶ କରିଥିଲେ ଯେ, ସେ ଯେଉଁ ଧରଣର ଭୂମିକା କରିବାକୁ ଚାହୁଁଥିଲେ ତାହା ତାଙ୍କୁ ମିଳିନଥିଲା। ଏହା ବ୍ୟତୀତ ତାଙ୍କୁ ଏକ ବଡ଼ ଓଟିଟି (OTT) ସିରିଜ୍‌ରୁ ମଧ୍ୟ ଶେଷ ମୁହୂର୍ତ୍ତରେ ବାହାର କରିଦିଆଯାଇଥିଲା, ଯାହା ତାଙ୍କୁ ଗଭୀର ଆଘାତ ଦେଇଥିଲା। ଏହା ପରେ ସେ ୨୦୧୨ ମସିହାରେ ଫିଲ୍ମ ମେକିଂ ପଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଅଷ୍ଟ୍ରେଲିଆରେ ବସବାସ ଏବଂ ମାତୃତ୍ୱର ଖୁସି

ବଲିଉଡ୍‌ରୁ ଦୂରେଇ ଯିବା ପରେ ୨୦୧୯ ମସିହାରେ ଆରତୀ ଅଷ୍ଟ୍ରେଲିଆର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ବିଶାରଦ ବିଦାସୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ସେ ସମ୍ପୂର୍ଣ୍ଣ ରୂପେ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ନିକଟରେ ୪୧ ବର୍ଷ ବୟସରେ ସେ ଏକ ପୁତ୍ର ସନ୍ତାନ 'ଯୁବାନ' କୁ ଜନ୍ମ ଦେଇ ମାତୃତ୍ୱର ଆନନ୍ଦ ଉପଭୋଗ କରୁଛନ୍ତି। ବର୍ତ୍ତମାନ ଆରତୀ ଜଣେ ସଫଳ ବିଜନେସ୍ ଓମ୍ୟାନ୍, ଟ୍ରାଭେଲ୍ ଭ୍ଲଗର୍ ଏବଂ ଲାଇଫ୍ ଷ୍ଟାଇଲ୍ ଇନଫ୍ଲୁଏନ୍ସର୍ ଭାବରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି।

ସାରା, ଜାହ୍ନବୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଅନନ୍ୟା
ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ତାଙ୍କର ଫିଲ୍ମ ‘ଡ୍ରିମ୍‌ ଗାର୍ଲ-୨’କୁ ନେଇ ବେଶ୍‌ ଆଶାବାଦୀ। ଏଥିରେ ତାଙ୍କ ବିପକ୍ଷରେ ନାୟକ ଭାବେ ଦେଖାଯିବେ ଆୟୁଷ୍ମାନ୍‌ ଖୁରାନା। ଇତିମଧ୍ୟରେ ଅନନ୍ୟା ଏକ ମଲ୍ଟି ଷ୍ଟାର୍‌ ଫିଲ୍ମରେ କାମ କରିବା ପାଇଁ ଇଚ୍ଛା ରଖିଛନ୍ତି। ଫିଲ୍ମଟି ମହିଳାମାନଙ୍କୁ ନେଇ ହେବା ପାଇଁ ସେ ଚାହାନ୍ତି। ତେବେ ଏଭଳି ଏକ ଫିଲ୍ମରେ ସେ ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ୍‌ଙ୍କ ସହ କାମ କରିବା ପାଇଁ ଚାହିଁବେ ବୋଲି କହିଛନ୍ତି। ଏବେ ବଲିଉଡ୍‌ରେ ମଲ୍ଟି ଷ୍ଟାର୍‌ ଫିଲ୍ମ ଏକ ଟ୍ରେଣ୍ଡ୍‌ ହୋଇଛି। ‘ବୀରେ ଦ ୱେଡିଂ’ ଫିଲ୍ମରେ କରିନା କପୁର, ସୋନମ୍‌ କପୁର, ସ୍ବରା ଭାସ୍କର ଏକାଠି କାମ କରିଥିଲେ। ଫରହାନ୍‌ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ରେ ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ୍‌ ଏବଂ ଆଲିଆ ଭଟ୍ଟ ଏକାଠି କାମ କରିବେ। ଇତିମଧ୍ୟରେ ‘ବୀରେ ଦ ୱେଡି’ର ପ୍ରଯୋଜିକା ରିଆ କପୁର, କରିନା, ତବୁ ଏବଂ କ୍ରୀତି ସାନନ୍‌କୁ ନେଇ ଏକ ଫିଲ୍ମ କରିବେ ବୋଲି ଘୋଷଣା କରିସାରିଲେଣି। ଏଠାରେ ପ୍ରକାଶ ଥାଉ କି, ଅନନ୍ୟା ଏବେ ‘ଡ୍ରିମ୍‌ ଗାର୍ଲ-୨’ ସହ ‘ଖୋ ଗଏ ହମ୍‌ କହାଁ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।

ରାଜନୈତିକ କର୍ମକର୍ତ୍ତା ଫହାଦ ଅହମ୍ମଦଙ୍କୁ ବିବାହ କଲେ ଅଭିନେତ୍ରୀ ସ୍ୱରା ଭାସ୍କର
ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର । ସେ ସମାଜବାଦୀ ପାର୍ଟିର ନେତା ତଥା ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସର ପୂର୍ବତନ ସାଧାରଣ ସଂପାଦକ ଫହଦ ଅହମଦଙ୍କୁ ବିବାହ କରିଥିବା ନେଇ ସ୍ୱରା ଭାସ୍କର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ୍‍ ସେୟାର କରି ନିଶ୍ଚିତ କରିଛନ୍ତି ।

ସ୍ୱରା ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୨ ମିନିଟ୍‌ ୪ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି, ଯାହା ଜରିଆରେ ସେ କହିଛନ୍ତି ଯେ କେମିତି ଉଭୟେ ଏକସାଥୀରେ ଅନେକ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ସ୍ୱର ଉଠାଇଥିଲେ ଏବଂ କିପରି ଉଭୟଙ୍କ ସମ୍ପର୍କ ଧୀରେ ଧୀରେ ବଦଳି ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି।

ସ୍ୱରା ଭାସ୍କର ସବୁବେଳେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥାନ୍ତି । ଏହାସହ ସେ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ । ସ୍ୱରା ତାଙ୍କର ପ୍ରେମ କାହାଣୀ ବାବଦରେ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ୨୦୧୯ ମସିହାରେ ଏକ ସଭାରେ ଫହଦଙ୍କୁ ଭେଟିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢିଥିଲା ।

ବିବାଦରେ ସନ୍ନି ଲିଓନିଙ୍କ ନୂଆ ଆଲବମ ଭିଡିଓ, ଆପତ୍ତିଜନକ ନୃତ୍ୟକୁ ନେଇ ତାତିଲେ ମଥୁରାର ପୂଜକ ସମ୍ପ୍ରଦାୟ
ନୂଆଦିଲ୍ଲୀ: ବିବାଦରେ ବଲିଉଡ୍ ଅଭିନେତ୍ରୀ ତଥା ଫ୍ୟାଶନ କୁଇନ୍‌ ସନ୍ନି ଲିଓନ । ବିବାଦ ଘେରକୁ ଆସିଛି ତାଙ୍କର ଏକ ଆଲବମ ଭିଡିଓ ଯାହା କି ସଦ୍ୟ ରିଲିଜ୍‌ ହୋଇଛି । ତାଙ୍କ ନୂଆ ଆଲବମ୍ ’ମଧୁବନ ମେ ରାଧିକା ନାଚେ’ ଗୀତକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ସନ୍ନି । ଭିଡିଓ ଆଲ୍‌ବମ୍‌ରେ ଥିବା ଏହି ଗୀତରେ ଆପତ୍ତିଜନକ ନୃତ୍ୟ ପରିବେଶଣ କରି ସନ୍ନି ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କଥା ପୁରୋହିତମାନେ ଅଭିଯୋଗ କରିଛନ୍ତି। ଏହି ଭିଡିଓକୁ ବ୍ୟାନ କରିବା ଲାଗି ଦାବି କରିଛନ୍ତି ମଥୁରାର ପୂଜକ ସମ୍ପ୍ରଦାୟ ।

ସନ୍ନିଙ୍କ ଏହି ଭିଡିଓରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଛି । ଏହା ସେମାନଙ୍କ ଧାର୍ମିକ ଭାବନା ଉପରେ କୁଠାରାଘାତ ସୃଷ୍ଟି କରିଛି ବୋଲି ପୂଜକ ସମ୍ପ୍ରଦାୟ କହିଛନ୍ତି । ବୃନ୍ଦାବନର ସନ୍ଥ ନବଳ ଗିରି ମହାରାଜ କହିଛନ୍ତି, ସରକାର ଯଦି ଏହି ଭିଡିଓକୁ ବ୍ୟାନ କରିବେ ନାହିଁ ତେବେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରିଥିବା ସନ୍ନିଙ୍କ ବିରୋଧରେ ସେମାନେ କୋର୍ଟର ଦ୍ୱାରସ୍ଥ ହେବେ । ଏହାସହ ଏହି ଭିଡିଓ ଲାଗି ସନ୍ନି ଯଦି କ୍ଷମା ନ ମାଗନ୍ତି କିମ୍ବା ଆଲବମରୁ ଅଶ୍ଳୀଳ ସିନକୁ ବାଦ୍ ନ ଦିଅନ୍ତି, ତେବେ ତାଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ ବୋଲି ସେ ଧମକ ଦେଇଛନ୍ତି ।

ପବିତ୍ର ଭାବନା ସମ୍ପନ୍ନ ଏକ ଗୀତକୁ କଦର୍ଯ୍ୟ ଢଙ୍ଗରେ ଉପସ୍ଥାପିତ କରି ସନ୍ନି ମାନସିକ ଆଘାତ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭାର ଜାତୀୟ ସଭାପତି ମହେଶ ପାଠକ । ୧୯୬୦ ମସିହାରେ କୋହେନୂର ଫିଲ୍ମରେ ବିଶିଷ୍ଟ କଣ୍ଠଶିଳ୍ପୀ ମହମ୍ମଦ ରଫି ଏହି ଗୀତ ବୋଲିଥିଲେ । ବର୍ତ୍ତମାନ ସାରେଗାମା ମ୍ୟୁଜିକ ପକ୍ଷରୁ ମଧୁବନ ନାଁରେ ଏକ ମ୍ୟୁଜିକ ଭିଡିଓ ରିଲିଜ କରାଯାଇଛି ଯେଉଁଥିରେ ସନ୍ନି ଅଭିନୟ କରିଛନ୍ତି ଏବଂ କନିକା କପୁର ଓ ଅରିନ୍ଦମ ଚକ୍ରବର୍ତ୍ତୀ ଏହି ଗୀତ ବୋଲିଛନ୍ତି । ରାଧା ଓ କୃଷ୍ଣଙ୍କ ମଧ୍ୟରେ ନୈସର୍ଗିକ ପ୍ରେମକୁ କୁତ୍ସିତ ଭାବେ ଉକ୍ତ ଭିଡିଓରେ ଦର୍ଶାଯାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।

ନ୍ୟୁୟର୍କରେ ରେସ୍ତୋରାଁ ଖୋଲିଲେ ପ୍ରିୟଙ୍କା
ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ନିଜର ଏକ ରେସ୍ତୋରାଁ ଖୋଲିଛନ୍ତି। ଏହାର ସୂଚନା ସୋଶିଆଲ ମିଡ଼ିଆରେ ସେ ନିଜେ ଦେଇଛନ୍ତି। ନ୍ୟୁୟର୍କରେ ଭାରତୀୟ ରେସ୍ତୋରାଁର ନାଁ ‘ସୋନା’ ବୋଲି ରଖିଛନ୍ତି। ଚଳିତ ମାସ ଶେଷ ଆଡକୁ ଏହି ରେସ୍ତୋରାଁରେ ଖାଦ୍ୟ ଉପଲବ୍ଧ ହେବ। ଫଳରେ ଭାରତୀୟ ଖାଦ୍ୟର ମଜା ଉଠାଇପାରିବେ ବିଦେଶୀ। ନିଜର ରେସ୍ତୋରାଁର ପୂଜାଉତ୍ସବ ଫଟୋଗୁଡିକ ପ୍ରିୟଙ୍କା ସେୟାର କରିଥିଲେ। କ୍ୟାପଶନରେ ‘ମୁଁ ଆପଣମାନଙ୍କ ସମ୍ମୁଖରେ ‘ସୋନା’କୁ ଆଣିଲି , ତେଣୁ ଏନେଇ ମୁଁ ବହୁତ ଖୁସି ଅଛି। ଏହି ‘ସୋନା‘ ଭାରତୀୟ ସ୍ବାଦ ସହିତ ମୁଁ ବଡ଼ ହୋଇଛି। ତେଣୁ ମୋ ରେସ୍ତୋରାଁକୁ ସଞ୍ଚାଳନ କରିବେ ଶେଫ୍‌ ହରି ନାୟକ। ସେ ବହୁତ ଦକ୍ଷ ରୋଷେଇଆ। ସେ ତାଙ୍କ ହାତରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରିବାରେ ମାହିର୍‌। ପ୍ରିୟଙ୍କା’ଙ୍କ ଏହି ନୂତନ ଚିନ୍ତାରେ ସହଯୋଗ କରିଛନ୍ତି ତାଙ୍କ ବନ୍ଧୁ ମନୀଷ ଗୋୟଲ ଏବଂ ଡେବିଡ ରେବିନ। ନିଜର ପୁରା ଟିମ୍ ସହିତ ଡିଜାଇନର ମେଲିସା ବବର୍ସଙ୍କୁ ମଧ୍ୟ ପ୍ରିୟଙ୍କା ଶୁଭେଚ୍ଛା ଜଣାଇଛନ୍ତି। ଏହି ସ୍ଥାନରେ ୨୦୧୯ ମସିହାରେ ପ୍ରିୟଙ୍କା ଏକ ଛୋଟ ପୂଜା କରି ସୋଶିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ପ୍ରିୟଙ୍କା ହଲିଉଡ଼ର ଦୁଇଟି ଫିଲ୍ମରେ ନଜର ଆସିବେ।