economic crisis - The Sakala

୨୦୨୬ରେ ଆମେରିକା-ଇସ୍ରାଏଲ-ଇରାନ ମହାଯୁଦ୍ଧ! ସୁନା-ରୂପା ଦର ଓ ସେୟାର ବଜାର ନେଇ ନାଷ୍ଟ୍ରାଡାମସ୍‌ଙ୍କ ଭୟଙ୍କର ଭବିଷ୍ୟବାଣୀ
ବର୍ତ୍ତମାନ ଆମେରିକା (US), ଇସ୍ରାଏଲ (Israel) ଏବଂ ଇରାନ (Iran) ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନୀଭୂତ ହେବାରେ ଲାଗିଛି। ଏହି ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ପ୍ରସିଦ୍ଧ ଫରାସୀ ଭବିଷ୍ୟବକ୍ତା ମିସେଲ୍ ଡି ନାଷ୍ଟ୍ରାଡାମସ୍ (Michel de Nostredame) ଙ୍କ ଏକ ପୁରୁଣା ଭବିଷ୍ୟବାଣୀ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ୧୫୫୫ ମସିହାରେ ତାଙ୍କ ରଚିତ ପୁସ୍ତକ 'ଲେସ୍ ପ୍ରୋଫେଟିସ୍'ରେ ଉଲ୍ଲେଖ ଥିବା "୭ ମାସର ମହାଯୁଦ୍ଧ" ଏବଂ ବିଶ୍ୱ ଅର୍ଥନୈତିକ ସଙ୍କଟର ଆଶଙ୍କାକୁ ଲୋକେ ବର୍ତ୍ତମାନର ପରିସ୍ଥିତି ସହ ତୁଳନା କରୁଛନ୍ତି। ଏହା ବିଶ୍ୱ ଆର୍ଥିକ ବଜାର ଉପରେ କିପରି ପ୍ରଭାବ ପକାଇବ, ତାହାକୁ ନେଇ ସର୍ବତ୍ର ଚର୍ଚ୍ଚା ଆରମ୍ଭ ହୋଇଛି।

ସୁନା, ରୂପା ଏବଂ ତୈଳ ଦର ଉପରେ ପ୍ରଭାବ

ନାଷ୍ଟ୍ରାଡାମସ୍‌ଙ୍କ ଭବିଷ୍ୟବାଣୀର ବ୍ୟାଖ୍ୟାକାରୀମାନଙ୍କ ମତରେ, ଏହି ମହାଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ଅସ୍ଥିରତା ଦେଖାଦେବ। ବର୍ତ୍ତମାନ ମଧ୍ୟପ୍ରାଚ୍ୟ (Middle East) ରେ ଲାଗି ରହିଥିବା ଉତ୍ତେଜନା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାପକ ଭାବେ ବୃଦ୍ଧି ପାଇଛି। ଏପରିକି ତୈଳ ଦର ବ୍ୟାରେଲ ପିଛା ୧୧୫ ଡଲାର ପାର୍ କରିସାରିଛି। ଯୁଦ୍ଧ ଏବଂ ମୁଦ୍ରାସ୍ଫୀତି ଭୟରେ ନିବେଶକମାନେ ସେୟାର ବଜାରରୁ ନିଜର ପୁଞ୍ଜି ପ୍ରତ୍ୟାହାର କରି ସୁରକ୍ଷିତ ନିବେଶ ଭାବରେ ସୁନା (Gold) ଏବଂ ରୂପା (Silver) ଆଡ଼କୁ ମୁହାଁଉଛନ୍ତି। ଇତିହାସ ସାକ୍ଷୀ ଅଛି ଯେ, ଯୁଦ୍ଧ ସମୟରେ ଏହି ମୂଲ୍ୟବାନ ଧାତୁଗୁଡ଼ିକ ଆଶ୍ରୟସ୍ଥଳୀ (Safe-haven) ପାଲଟିଥାଏ, ଫଳରେ ଆଗାମୀ ଦିନରେ ଏହାର ଦର ଆକାଶଛୁଆଁ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ରବର୍ଟ କିୟୋସାକିଙ୍କ ସତର୍କବାଣୀ: ଧସିବ ସେୟାର ବଜାର

ଆର୍ଥିକ ବିଶେଷଜ୍ଞ ତଥା ଲୋକପ୍ରିୟ ପୁସ୍ତକ 'ରିଚ୍ ଡାଡ୍ ପୁଅର୍ ଡାଡ୍' (Rich Dad Poor Dad) ର ଲେଖକ ରବର୍ଟ କିୟୋସାକି (Robert Kiyosaki) ମଧ୍ୟ ଏହି ଆଶଙ୍କାକୁ ଦ୍ୱିଗୁଣିତ କରିଛନ୍ତି। ନାଷ୍ଟ୍ରାଡାମସ୍ ଏବଂ ଏଡଗାର କେସି (Edgar Cayce) ଙ୍କ ଭବିଷ୍ୟବାଣୀକୁ ଆଧାର କରି କିୟୋସାକି କହିଛନ୍ତି ଯେ, ୨୦୨୬ ମସିହାରେ ବିଶ୍ୱ ସେୟାର ବଜାରରେ ଏକ ବଡ଼ ଧରଣର ବିପର୍ଯ୍ୟୟ (Crash) ଦେଖିବାକୁ ମିଳିବ। ସେ ନିବେଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି ଯେ ସାଧାରଣ ଷ୍ଟକ୍, ବଣ୍ଡ୍ କିମ୍ବା ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବା ପରିବର୍ତ୍ତେ ସୁନା, ରୂପା ଏବଂ ବିଟକଏନ୍ (Bitcoin) ପରି କଠିନ ସମ୍ପତ୍ତି (Hard assets) ରେ ନିବେଶ କଲେ ଆର୍ଥିକ ସଙ୍କଟ ସମୟରେ ମଧ୍ୟ ଲାଭବାନ ହୋଇପାରିବେ।

ବିଶେଷଜ୍ଞଙ୍କ ମତ ଓ ବାସ୍ତବତା

ଯଦିଓ ନାଷ୍ଟ୍ରାଡାମସ୍‌ ନିଜ କବିତାରେ କୌଣସି ଆଧୁନିକ ଦେଶ କିମ୍ବା ନିର୍ଦ୍ଦିଷ୍ଟ ତାରିଖ (ଯେପରିକି ଆମେରିକା, ଇସ୍ରାଏଲ ବା ୨୦୨୬) ର ନାମ ଉଲ୍ଲେଖ କରିନାହାଁନ୍ତି, ତଥାପି ତାଙ୍କର ପ୍ରତୀକାତ୍ମକ ପଦଗୁଡ଼ିକୁ ଲୋକେ ସାମ୍ପ୍ରତିକ ଘଟଣାବଳୀ ସହ ଯୋଡ଼ି ଦେଖୁଛନ୍ତି। ଐତିହାସିକ ଏବଂ ବିଶେଷଜ୍ଞମାନେ ଏହିସବୁ ଭବିଷ୍ୟବାଣୀକୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି ଏବଂ ଏହାକୁ ସିଧାସଳଖ ବାସ୍ତବତା ବୋଲି ମାନିବାକୁ ନାରାଜ। କିନ୍ତୁ ଗୋଟିଏ କଥା ସତ୍ୟ ଯେ, ଯେତେବେଳେ ବି ବିଶ୍ୱରେ ଯୁଦ୍ଧ କିମ୍ବା ଆର୍ଥିକ ଅସ୍ଥିରତା ଦେଖାଦିଏ, ସେତେବେଳେ ସେୟାର ବଜାରରେ ଅସ୍ଥିରତା ଲାଗି ରହିବା ସହ ସୁନା ଓ ରୂପା ପରି ମୂଲ୍ୟବାନ ସମ୍ପତ୍ତିର ଚାହିଦା ବୃଦ୍ଧି ପାଇଥାଏ। ବର୍ତ୍ତମାନର ଆମେରିକା-ଇସ୍ରାଏଲ-ଇରାନ ବିବାଦ ଏହି ଅର୍ଥନୈତିକ ଧାରାକୁ ସମର୍ଥନ କରୁଥିବା ପରି ମନେହେଉଛି।

ଇରାନରେ ସରକାର ବିରୋଧୀ ହିଂସା; ଆର୍ଥିକ ସଙ୍କଟକୁ ନେଇ ତୀବ୍ର ଆନ୍ଦୋଳନ, ସଂଘର୍ଷରେ ୭ ମୃତ
ନୂଆଦିଲ୍ଲୀ: ଇରାନରେ ପୁଣି ଥରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। ଦେଶର ବିଗୁଡୁଥିବା ଆର୍ଥିକ ସ୍ଥିତି ଏବଂ ମୁଦ୍ରାର ମୂଲ୍ୟ ହ୍ରାସକୁ ନେଇ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ପ୍ରାନ୍ତରେ ଆରମ୍ଭ ହୋଇଥିବା ଏହି ବିରୋଧ ପ୍ରଦର୍ଶନ ବର୍ତ୍ତମାନ ହିଂସାତ୍ମକ ରୂପ ନେଇଛି, ଯେଉଁଥିରେ ପୋଲିସ୍ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକ ଲୋକ ମୃତାହତ ହୋଇଥିବା ଖବର ମିଳିଛି।

ଦକ୍ଷିଣ-ପଶ୍ଚିମ ଇରାନର ଲର୍ଡେଗାନ୍ ଅଞ୍ଚଳରେ ଗୁରୁବାର (ଜାନୁଆରୀ ୧) ସକାଳେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା। ସରକାରୀ ଗଣମାଧ୍ୟମ 'ଫାର୍ସ ନ୍ୟୁଜ୍ ଏଜେନ୍ସି' ଅନୁଯାୟୀ, ସେଠାରେ ସୁରକ୍ଷାକର୍ମୀ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତିକମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ସାଧାରଣ ନାଗରିକ କିମ୍ବା ସୁରକ୍ଷାକର୍ମୀ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ କିଛି ରିପୋର୍ଟ ଅନୁଯାୟୀ, ଆନ୍ଦୋଳନକାରୀମାନେ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ଉପରେ ପଥରମାଡ଼ କରିବା ସହ ନିଆଁ ଲଗାଇ ଦେଇଥିଲେ।

ଅନ୍ୟପକ୍ଷରେ, ଲୋରେସ୍ତାନ ପ୍ରଦେଶର କୁହଦାଷ୍ଟ ସହରରେ ବୁଧବାର ରାତିରେ ହିଂସା ଚରମ ସୀମାରେ ପହଞ୍ଚିଥିଲା। ଏଠାରେ ବାସିଜ୍ ପାରାମିଲିଟାରୀ ଫୋର୍ସର ଜଣେ ସଦସ୍ୟ ନିହତ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ପୋଲିସ ଅଧିକାରୀଙ୍କ ଶରୀରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରାୟ ୨୦ ଜଣଙ୍କୁ ଗିରଫ କରାଯାଇଛି।

ବ୍ୟବସାୟୀ, ଦୋକାନୀ ଏବଂ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ସରକାର ବିରୋଧୀ ସ୍ଲୋଗାନ ଦେଉଛନ୍ତି। ୨୦୨୨ ମସିହାରେ ମହସା ଅମିନିଙ୍କ ମୃତ୍ୟୁ ପରେ ଇରାନରେ ହୋଇଥିବା ଗଣବିକ୍ଷୋଭ ପରେ ଏହା ହେଉଛି ସବୁଠାରୁ ବଡ଼ ଜନ ଅସନ୍ତୋଷ। ଦେଶର ମୁଦ୍ରା ମୂଲ୍ୟ ରେକର୍ଡ ସ୍ତରକୁ ଖସିବା ଏବଂ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଅତିଷ୍ଠ ହୋଇପଡିଛନ୍ତି।

ବିଗୁଡୁଛି ଚାଇନା ଅର୍ଥନୀତି, ଟେନ୍‌ସନ୍‌ରେ ଆମେରିକା
ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଚାଇନା ଆମେରିକାକୁ ପଛରେ ପକାଇ ବିଶ୍ୱ ଶକ୍ତିରେ ପରିଣତ ହେବା ପଥରେ ଅଗ୍ରସର ହେଉଥିଲା। ସମଗ୍ର ବିଶ୍ୱରେ ଚୀନ୍ ନିଜର ଦବ୍‌ଦବା ଜାହିର କରିବାରେ ଲାଗିଛି। ହେଲେ ନିକଟରେ କିଛି ମାସ ହେବ ଏଥିରେ ଭଟ୍ଟା ପଡିଯାଇଛି। ବର୍ତ୍ତମାନ ସମୟରେ ଡ୍ରାଗନ୍ର ଅର୍ଥନୀତି ଉପରେ ସଙ୍କଟ ଢ଼ାଙ୍କି ହୋଇରହିଛି। ଚୀନ୍‌ର ଜିଡିପି ଅଭିବୃଦ୍ଧି ଥମିଯାଇଛି। ଦେଶରେ କମ୍ପାନୀଗୁଡିକ ଉପରେ ଋଣ ଭାର ବଢ଼ିବାରେ ଲାଗିଛି। ଚୀନ୍‌ରେ ସମ୍ପ୍ରତି ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚିଛି, ବିଦେଶୀ କମ୍ପାନୀଗୁଡିକ ଚାଇନାରୁ ସେମାନଙ୍କର ବ୍ୟବସାୟକୁ ଅନ୍ୟତ୍ର ସ୍ଥାନାନ୍ତର ଉପରେ ଏବେ ଜୋର ଦେଉଛନ୍ତି। ସାରା ଦୁନିଆର କାରଖାନା କୁହାଯାଉଥିବା ଚୀନ୍ ଏବେ ପୁରୁଣା ହୋଇଯାଉଛି। ଚୀନ୍‌ର ଅବିସ୍ମରଣୀୟ ଉଡନ୍ତା ଇଞ୍ଜିନ୍ ଏବେ ଏହାର ଅର୍ଥନୀତି ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇରୁଛି।

ଅପରପକ୍ଷେ ଚୀନ୍ ଏବଂ ଆମେରିକା ମଧ୍ୟରେ ଶତ୍ରୁତା କାହାକୁ ଛପି ରହିନାହିଁ। କିନ୍ତୁ ଚାଇନାର ତଳମୁହାଁ ହେଉଥିବା ଅର୍ଥନୀତି ଆମେରିକା ଏବେ ଚିନ୍ତା ବିଷୟ ହୋଇଛି। ବାଣିଜ୍ୟ ନୀତିଠାରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ଚୀନ୍ ଏବଂ ଆମେରିକା ପ୍ରାୟତଃ ମୁହାଁମୁହିଁ ସ୍ଥିତିରେ ରହୁଛନ୍ତି। ଚୀନ୍‌ର ଅର୍ଥନୀତିରେ ଏଭଳି ବିପଦ ଆମେରିକା ପାଇଁ ସତର୍କ ଘଣ୍ଟି ସାଜିଛି। ଚାଇନାରେ ଏହି ଆର୍ଥିକ ଅସ୍ଥିରତାକୁ ନେଇ ଆମେରିକା ଖୁସି ହେବା ଉଚିତ୍, କିନ୍ତୁ ତାହା ନୁହେଁ। ଚୀନ୍‌ର ଅବନତି ଅବସ୍ଥା ମଧ୍ୟ ଆମେରିକା ପାଇଁ ବିପଦ ସାଜିବାକୁ ଯାଉଛି। ଏହାର କାରଣ ହେଉଛି ଯେ, ଚାଇନା ଆମେରିକା ସମେତ ବିଶ୍ବର ବିଭିନ୍ନ ଦେଶ ପାଇଁ କାରଖାନା ଭାବରେ କାମ କରିଥାଏ। ଗତ ଦୁଇ ଦଶନ୍ଧି ଧରି ଚୀନ୍ ବିଶ୍ବ ପାଇଁ ସବୁଠୁ ବଡ ଯୋଗାଣକାରୀ ରହିଆସିଛି। ଆମେରିକା ସମେତ ବିଶ୍ବର ବିଭିନ୍ନ ଦେଶ ଚାଇନାରୁ ଶସ୍ତା ସାମଗ୍ରୀ କିଣି ବିପୁଳ ଲାଭ କରୁଛନ୍ତି। ଚାଇନାରେ ସେମାନଙ୍କର କାରଖାନା ସ୍ଥାପନ କରି ଆମେରିକୀୟ କମ୍ପାନୀମାନେ ସେଠାରୁ ଶସ୍ତା ଦ୍ରବ୍ୟ ଉତ୍ପାଦନ କରୁଛନ୍ତି।

ମାଡ଼ିଆସୁଛି ‘ମାନ୍ଦା ମହାମାରୀ’, କାମ ଦେଉନି ଆର୍ଥିକ ସଂସ୍କାର ଯୋଜନା
ଭୁବନେଶ୍ୱର: କରୋନାର ପ୍ରକୋପ ଥମି ନ ଥିବାବେଳେ ସାରା ବିଶ୍ୱକୁ ମାଡ଼ିଆସୁଛି ଆଉ ଏକ ଭିନ୍ନ ମହାମାରୀ। ଏ ମହାମାରୀ କରୋନା ଭଳି କୌଣସି ମାରାତ୍ମକ ଭୂତାଣୁ ଜନିତ ନୁହେଁ। କୋଭିଡ୍ -୧୯ ଭୂତାଣୁର ପ୍ରଭାବ, ରୁଷ୍-ୟୁକ୍ରେନ ଯୁଦ୍ଧ ସାଙ୍ଗକୁ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଋତୁକାଳୀନ ପାଣିପାଗ ଶୃଙ୍ଖଳାକୁ ବିଗାଡ଼ି ଦେଇଛି। ଏହାର ସିଧାସଳଖ ପ୍ରଭାବ ବିଭିନ୍ନ ଦେଶର ଆର୍ଥିକ ବଜାର ଓ ଖାଦ୍ୟ ଭଣ୍ଡାର ଉପରେ ପଡ଼ିଛି। ଫଳତଃ ଆର୍ଥିକ ମାନ୍ଦାବସ୍ଥା ସଂପ୍ରତି ଭିନ୍ନ ଏକ ମହାମାରୀ ସଦୃଶ ବିଶ୍ବ ସମ୍ମୁଖରେ ଛିଡ଼ା ହୋଇଛି।

ଆମେରିକା, ଇଂଲଣ୍ଡ, ଚୀନ ଭଳି ବିକଶିତ ରାଷ୍ଟ୍ର ସହିତ ଭାରତ ଏହି ‘ମାନ୍ଦା ମହାମାରୀ’ ଦ୍ବାରା ପ୍ରଭାବିତ ହୋଇଛି। ଏହାର ପ୍ରତିଫଳନ ଭାରତୀୟ ଷ୍ଟକ୍‍ ବଜାର ଉପରେ ପଡ଼ିଛି। ଗତ କିଛିଦିନ ମଧ୍ୟରେ ଭାରତୀୟ ଷ୍ଟକ ବଜାର ଭୟଙ୍କର ଭାବରେ ପ୍ରଭାବିତ ହୋଇଛି। କେଇମାସ ମଧ୍ୟରେ ବିଏସ୍‍ଇ ଓ ନିଫ୍ଟିରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଏସ୍‍ଇ ସେନ୍‌ସେକ୍ସ କିଛିମାସ ମଧ୍ୟରେ ୬୦ହଜାରରୁ ଖସି ୫୨ ହଜାରରେ ପହଞ୍ଚିଛି। ନିବେଶକମାନେ ଏହି ସମୟ ମଧ୍ୟରେ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର କ୍ଷତି ସହି ସାରିଛନ୍ତି। ଅନ୍ୟପକ୍ଷରେ ବିଦେଶୀ ନିବେଶକମାନେ ଗତ ୩ ମାସ ମଧ୍ୟରେ ଭାରତୀୟ ବଜାରରୁ ପ୍ରାୟ ୧୦ ଲକ୍ଷ କୋଟିର ନିବେଶ ପ୍ରତ୍ୟାହାର କରିବା ଷ୍ଟକ୍‌ ବଜାରକୁ ଗଭୀର ପ୍ରଭାବିତ କରିଛି। ଲୋକଙ୍କ ହାତରେ ଚଳନ୍ତି ଅର୍ଥର ଅଭାବ, ମୁଦ୍ରାସ୍ଫୀତି, ଅନିୟନ୍ତ୍ରିତ ଦରଦାମ ବୃଦ୍ଧି ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରିବାରେ ଲାଗିଛି। ପରିଣତିସ୍ୱରୂପ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବନିମ୍ନସ୍ତରରେ ପହଞ୍ଚିଛି। ଦେଶର ସବୁଠାରୁ ବିଶ୍ୱସନୀୟ ସଂସ୍ଥା କୁହାଯାଉଥିବା ଏଲ୍‍ଆଇସି ସେୟାର ମୂଲ୍ୟ ଗତ ୩ ମାସ ମଧ୍ୟରେ ୨୯% ହ୍ରାସ ପାଇଛି। ଅନ୍ୟପକ୍ଷରେ ଭାରତର ବିଦେଶୀ ମୁଦ୍ରାଭଣ୍ଡାର କ୍ରମାଗତ ଭାବରେ ହ୍ରାସ ପାଇବା ଏକ ବଡ଼ ଧରଣର ଆର୍ଥିକ ଅସ୍ଥିରତାର ଆଭାସ ଦେଇଛି।

ଭାରତର ଷ୍ଟକ୍‍ ବଜାରରେ ସୃଷ୍ଟି ହୋଇଥିବା ଅସ୍ଥିରତା ନିମନ୍ତେ ଆମେରିକା ଓ ଚୀନକୁ ଦାୟୀ କରାଯାଉଛି। ଆମେରିକାରେ ମହଙ୍ଗା ଦର ପୁଣିଥରେ ଉଗ୍ର ହୋଇଛି। ୧୯୮୧ ମସିହା ପରେ ପ୍ରଥମଥର ପାଇଁ ଆମେରିକାରେ ମୁଦ୍ରାସ୍ଫୀତି ଭୟଙ୍କର ସ୍ଥିିତିରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ଓ ଋଣ ହାର ବୃଦ୍ଧି ଆଶଙ୍କା ନିବେଶକମାନଙ୍କ ଉପରେ ପଡ଼ିଛି। ଅନ୍ୟପକ୍ଷରେ ଚୀନରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧିର ପ୍ରଭାବ ବଜାର ଉପରେ ପଡ଼ିଛି। ବେଜିଂର ସବୁଠୁ ବିତ୍ତଶାଳୀ ଓ ଜନସଂଖ୍ୟା ବହୁଳ ଅଞ୍ଚଳ ଚାଓୟାଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପରେ ଲକ୍‌ଡାଉନ ପରି ସ୍ଥିତି ଉପୁଜିଛି, ଯାହା ପରୋକ୍ଷରେ ଭାରତୀୟ ବଜାରକୁ ପ୍ରଭାବିତ କରିଛି। ଦେଶର ଚାରିଆଡ଼େ ବ୍ୟାବସାୟିକ ଓ ଆର୍ଥିକ କାର୍ଯ୍ୟକଳାପ ମାନ୍ଦା। ଏଭଳି ସ୍ଥିତି ଘରୋଇ ବଜାରରେ ବି ଦେଖିବାକୁ ମିଳିଲାଣି। ତେଲ ତାତିରେ ବଜାର ମହଙ୍ଗା ହେବା ଯୋଗୁଁ ସବୁଠି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ହୁ ହୁ ହୋଇ ବଢ଼ିଚାଲିଛି। ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ଆୟ କମିବା ଏବଂ ମହଙ୍ଗା ବଜାରରେ ଖର୍ଚ୍ଚ ବଢ଼ିବା ପାରିବାରିକ ବଜେଟକୁ ମଧ୍ୟ ବଢ଼ାଇଦେଇଛି। କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ଢେର୍ ବଢ଼ିଯାଇଛି। ଏହାସହ ପରିବହନଜନିତ ଖର୍ଚ୍ଚ ଦୁଇଗୁଣରୁ ଅଧିକ ହୋଇଛି। ଏଥିଯୋଗୁଁ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହୋଇଛି। ଏଭଳି ସମୟରେ ଭାରତରେ ମୌସୁମୀକୁ ନେଇ କରାଯାଉଥିବା ଆକଳନ କେତେକାଂଶରେ ଅର୍ଥନୀତିକୁ ଆହୁରି ମାନ୍ଦା ଆଡ଼କୁ ଠେଲିଦେଇଛି। ପ୍ରତିକୂଳ ଜଳବାୟୁଜନିତ ସ୍ଥିତି ମାନ୍ଦାବସ୍ଥାର ଭୟକୁ ଅଧିକ ବଢ଼ାଇଦେଇଛି।

ଅନ୍ୟପକ୍ଷରେ ପୁଞ୍ଜିବଜାର ଧରାଶାୟୀ ହେଉଥିବାରୁ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍ଆଇଆଇ)ମାନେ ସେମାନଙ୍କର ପାଣ୍ଠି ପ୍ରତ୍ୟାହାର କରିନେଉଛନ୍ତି। ଅପରପକ୍ଷେ ବିଶ୍ବ ବଜାରରେ ମାନ୍ଦାସ୍ଥିତି ଯୋଗୁଁ ଦେଶକୁ ଏଫ୍ଡିଆଇ ଆଗମନ ଆଖିଦୃଶିଆ ରହିନାହିଁ। ଦେଶରେ ବଢ଼ିଚାଲିଥିବା ମୁଦ୍ରାସ୍ଫୀତିିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ କ୍ରମାଗତ ଭାବେ ରେପୋ ହାରରେ ବୃଦ୍ଧି ଘଟାଇଛି। ଏଥିଯୋଗୁ ଗୃହ ଋଣଠାରୁ ଆରମ୍ଭ କରି ଅଟୋ ଏବଂ ଶିକ୍ଷା ଋଣ ମହଙ୍ଗା ହୋଇଛି। ଏହାର ପ୍ରଭାବରେ ଋଣଗ୍ରହିତାଙ୍କ ଉପରେ ଇଏମ୍ଆଇ ଚାପ ବଢ଼ିଯାଇଛି। ହେଲେ ଏ ଯାଏ ଦର ବୃଦ୍ଧି କମିନାହିଁ; ବରଂ ବଜାରରେ ମହଙ୍ଗା ମାଡ଼ ଜାରି ରହିଛି। ଅପରପକ୍ଷେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ଅବମୂଲ୍ୟାୟନ ଘଟି ଚାଲିଛି। ଏଥିଯୋଗୁଁ ଅଧିକ ମୂଲ୍ୟରେ ଦେଶକୁ ଉତ୍ପାଦ ଆମଦାନୀ କରାଯାଉଥିବାରୁ ବଜାରରେ ବିଭିନ୍ନ ସାମଗ୍ରୀର ଦର ଅଧିକ ହେଉଛି।

ଦୀର୍ଘ ଦୁଇ ବର୍ଷ ଧରି କୋଭିଡ୍ ମହାମାରୀ ସହ ଲଢ଼ିବା ପରେ ସାରା ବିଶ୍ବ ଉଧୁରିବାକୁ ଚେଷ୍ଟା ଚଳାଇଥିବାବେଳେ ରୁଷ-ୟୁକ୍ରେନ୍ ଯୁଦ୍ଧ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ଏଥିଯୋଗୁଁ ବିଶ୍ବ ଅର୍ଥନୀତି ଉପରେ ପୁଣିଥରେ ଚଡ଼କ ପଡ଼ିଛି। ପରିସ୍ଥିତି ଏଭଳି ହୋଇଛି, ବିଶ୍ବର ସବୁଠାରୁ ଧନୀ ରାଷ୍ଟ୍ର ଆମେରିକାରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେଉଛି। ସେଠାରେ ମୁଦ୍ରାସ୍ଫୀତି ବିଗତ ୪୦ ବର୍ଷର ରେକର୍ଡ ଟପିଛି। ବିଶ୍ବ ପୁଞ୍ଜି ବଜାରରେ କାରବାର ଅସ୍ଥିର ରହିବାରେ ଲାଗିଛି। ଏଥିଯୋଗୁଁ ନିବେଶକଙ୍କୁ ଅଧିକାଂଶ କାରବାର ଦିବସରେ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଘରୋଇ ପୁଞ୍ଜି ବଜାର ଉପରେ ଆଉ ଆସ୍ଥା ରଖୁନାହାନ୍ତି ବିଦେଶୀ ନିବେଶକ। ଏଥିଯୋଗୁଁ ସେନ୍ସେକ୍ସରେ ବଡ଼ ହ୍ରାସ ଦେଖÒବାକୁ ମିଳୁଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଚଳିତଥର ମାନ୍ଦାବସ୍ଥା ୧୯୭୬-୧୯୭୯ର ସ୍ଥିତି ତୁଳନାରେ ଦୁଇଗୁଣ ଅଧିକ ସାଂଘାତିକ ହେବ ବୋଲି କୁହାଯାଇଛି। ଏହାର ପ୍ରଭାବ ସ୍ବରୂପ ଆଗାମୀ ଦିନରେ ମହଙ୍ଗା ମାଡ଼ ଆହୁରି ତୀବ୍ରତର ହେବା ଆଶଙ୍କା କରାଯାଉଛି। ଏହି କାରଣରୁ ଅନେକ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥାର ଭୟ ବୃଦ୍ଧି ପାଇଛି। ଏହି ମାନ୍ଦାବସ୍ଥା ଫଳରେ ୟୁରୋପ ଏବଂ ପୂର୍ବ ଏସିଆର ଅନେକ କମ୍ ବିକଶିତ ଦେଶ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ଏହାସହିତ ମୁଦ୍ରାସ୍ଫୀତି ଏବଂ ନିମ୍ନ ଅଭିବୃଦ୍ଧିର ଭୟ ବଢ଼ିଯାଇଛି। ବର୍ତ୍ତମାନ ସମୟରେ ବିଶ୍ବକୁ ଯେଉଁ ମାନ୍ଦାବସ୍ଥାର ଭୟ ରହିଛି, ତାହାର ପ୍ରଭାବରେ ଆଗକୁ ସାରା ଦୁନିଆରେ ଏକ ବଡ଼ ଖାଦ୍ୟ ସଙ୍କଟ ଦେଖାଦେବ। ଏଥିଯୋଗୁଁ ସାରା ବିଶ୍ବରେ ପ୍ରାୟ ୧୬୦ କୋଟି ଲୋକ ଅନାହାର ମଧ୍ୟକୁ ଠେଲି ହୋଇଯିବେ ବୋଲି ଏକାଧିକ ବିଶ୍ବ ସ୍ତରୀୟ ସଂସ୍ଥା ଆକଳନ କରିଛନ୍ତି। ଏଭଳି ପରିସ୍ଥିତିକୁ ପରିଚାଳନା କରିବା ଲାଗି ଏବେ ହାତରେ ସମୟ ବହୁତ କମ୍ ରହିଥିବା ନିକଟରେ ମିଳିତ ଜାତିସଂଘର ଏକ ରିପୋର୍ଟରେ ଦର୍ଶାଯାଇଛି।

ବିଶ୍ବ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୧ରୁ ୨୦୨୪ମଧ୍ୟରେ ବିଶ୍ବର ଆର୍ଥିକ ଅଭିବୃଦ୍ଧି ହାର ୨.୭ ପ୍ରତିଶତ ରହିବା ସମ୍ଭାବନା ରହିଛି, ଯାହା ୧୯୭୬ରୁ ୧୯୭୯ ମଧ୍ୟରେ ଦେଖାଦେଇଥିବା ମାନ୍ଦାବସ୍ଥା ସ୍ଥିତିଠାରୁ ଅଧିକ ଖରାପ ରହିବ। ୧୯୭୦ରେ ଏହିଭଳି ସ୍ଥିତିରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସୁଧ ହାର ଏତେ ମାତ୍ରାରେ ବୃଦ୍ଧି କରାଯାଇଥିଲା ଯେ ୧୯୮୨ରେ ସାରା ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା। ତେଣୁ ବର୍ତ୍ତମାନ ସମୟରେ ଦେଖାଯିବାକୁ ଥିବା ମାନ୍ଦାବସ୍ଥା ସ୍ଥିତିକୁ କିଭଳି ମୁକାବିଲା କରାଯିବ ତାହା ଏବେ ସାରା ବିଶ୍ବ ଆଗରେ ଏକ ଆହ୍ବାନ।

ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଆଣିବ ମାନ୍ଦାବସ୍ଥା
ୱାଶିଂଟନ୍‌(ଏଜେନ୍ସି): ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ତିନି ମାସ ଟପିଗଲାଣି। ଏହି ଯୁଦ୍ଧ ଏବେ ସାରା ବିଶ୍ୱକୁ ପ୍ରଭାବିତ କରିବାକୁ ଯାଉଛି। ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ। ଏହି ଯୁଦ୍ଧ ବିଶ୍ୱରେ ମାନ୍ଦାବସ୍ଥା ଆଣିବ ବୋଲି ବିଶ୍ୱ ବ୍ୟାଙ୍କ ମୁଖ୍ୟ ଚେତାବନୀ ଦେଇଛନ୍ତି। ଯୁଦ୍ଧ ପ୍ରଭାବରେ ସାରା ବିଶ୍ୱରେ ଖାଦ୍ୟ, ଶକ୍ତି, ସାର ଦର ବୃଦ୍ଧି ପାଇଥିବାରୁ ଏହା ମାନ୍ଦାବସ୍ଥା ସୃଷ୍ଟି କରିବ ବୋଲି ବିଶ୍ୱ ବ୍ୟାଙ୍କ ସତର୍କ କରାଇଛି।

ବିଶ୍ୱ ମାନ୍ଦାବସ୍ଥା ପ୍ରସଙ୍ଗରେ ବଢ଼ୁଥିବା ବିପଦକୁ ନେଇ ଚେତାବନୀ ଦେଇ ବିଶ୍ୱ ବ୍ୟାଙ୍କ ମୁଖ୍ୟ ଡେଭିଡ୍‌ ମାଲ୍‌ପସ୍‌ କହିଛନ୍ତି ଯେ, ଯେତେବେଳେ ଆମେ ବିଶ୍ୱ ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ଦେଖୁ ସେତେବେଳେ ଏଭଳି ମାନ୍ଦାବସ୍ଥାକୁ କିପରି ଏଡାଇ ହେବ ତାହା ଦେଖିବା ବର୍ତ୍ତମାନ ବେଶ କଷ୍ଟକର। ଏହାର ପ୍ରଭାବରେ ବିଶ୍ୱ ଅର୍ଥନୀତିରେ ବୃହତ୍‌ ହ୍ରାସ ଘଟିପାରେ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାସରେ ବିଶ୍ୱ ବ୍ୟାଙ୍କ ଚଳିତବର୍ଷ ପାଇଁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ୩.୨ ପ୍ରତିଶତକୁ ହ୍ରାସ କରିଛି। ମାଲପାସ୍ ଏହା ମଧ୍ୟ କହିଛନ୍ତି ଯେ ଅନେକ ୟୁରୋପୀୟ ଦେଶ ତେଲ ଏବଂ ଗ୍ୟାସ୍ ପାଇଁ ରୁଷ ଉପରେ ନିର୍ଭରଶୀଳ। ପାଶ୍ଚାତ୍ୟ ରାଷ୍ଟ୍ରମାନେ ମଧ୍ୟ ରୁଷର ଶକ୍ତି କ୍ଷେତ୍ର ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଯୋଜନା ସହିତ ଆଗକୁ ବଢ଼ୁଛନ୍ତି। ମାଲପସ୍‌ ଆମେରିକାର ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ରୁଷ ଦ୍ୱାରା ଗ୍ୟାସ୍ ଯୋଗାଣ ହ୍ରାସ କରିବା ଫଳରେ ଏହି କ୍ଷେତ୍ରରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିପାରେ। ଏକ ରିପୋର୍ଟ ଅନୁଯାୟୀ ସାର, ଖାଦ୍ୟ ଏବଂ ଶକ୍ତି ଅଭାବରୁ ବିଶ୍ୱର ବିକାଶଶୀଳ ଦେଶମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଚାଇନାର କେତେକ ପ୍ରମୁଖ ସହରରେ ଳକ୍‌ ଡାଉନ୍‌ ଲାଗିବା ନେଇ ମାଲପାସ୍ ଚିନ୍ତା ବ୍ୟକ୍ତ କରିଛନ୍ତି। ସାଂଘାଇର ଆର୍ଥିକ, ଉତ୍ପାଦନ ଏବଂ ସିପିଂ ହବ୍ ସମ୍ପ୍ରତି ମାନ୍ଦାବସ୍ଥା ଦେଇ ଗତି କରୁଛି। ଅନ୍ତର୍ଭୁକ୍ତ କରି ସେ କହିଛନ୍ତି ଯେ ବିଶ୍ ଉପରେ ଏହାର ପ୍ରଭାବ ବା ମନ୍ଥର ଗତି ରହିଥିବା ମାଲପସ୍‌ କହିଛନ୍ତି।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମହିନ୍ଦା ରାଜପକ୍ଷେ
କଲମ୍ବୋ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦଇଛନ୍ତି ମହିନ୍ଦା ରାଜପକ୍ଷେ । ଶ୍ରୀଲଙ୍କାରେ ଜାରି ଥିବା ଆର୍ଥିକ ଜରୁରୀକାଳିନ ପରିସ୍ଥିତି ମଧ୍ୟରେ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ବର୍ତ୍ତମାନ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶର ଆର୍ଥିକ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଚୀନ୍ ସମେତ ଅନେକ ଦେଶ ରଣ ଜାଲରେ ଫସି ରହିଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିବା ସହ ଦେଶ ଆଉ ବିଦେଶୀ ଋଣ ପରିଶୋଧ କରିବା ସ୍ଥିତିରେ ନଥିବା ପୂର୍ବରୁ କହିଛି।

ଶ୍ରୀଲଙ୍କା ସ୍ଥିତି ଗମ୍ଭୀର: ଇସ୍ତଫା ଦେଲେ ସମସ୍ତ କ୍ୟାବିନେଟ୍‌ ମନ୍ତ୍ରୀ, ଆକାଶ ଛୁଆଁ ଅତ୍ୟାବଶ୍ୟକୀୟ ସାମଗ୍ରୀ
କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଅତି ଗମ୍ଭୀର ହେବାରେ ଲାଗିଛି। ଖାଦ୍ୟ, ପାନୀୟର ଉତ୍କଟ ଅଭାବକୁ ନେଇ ସରକାରଙ୍କ ପକ୍ଷରୁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲେ ମଧ୍ୟ ଏହାକୁ ଲୋକେ ଭ୍ରୁକ୍ଷେପ କରିନାହାନ୍ତି। ସବୁ ଦିଗରୁ ନାଚାର ହୋଇପଡ଼ିଥିବା ଶ୍ରୀଲଙ୍କାବାସୀ ଏବେ ସରକାରଙ୍କ ବିରୋଧରେ ହୁଙ୍କାର ଦେଇଛନ୍ତି। ଯାହାକୁ ନେଇ ଦେଶର ବିଭିନ୍ନ ସହରରେ ଏବେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ମୁକାବିଲା କରିବା ନେଇ ସରାକରଙ୍କ ପକ୍ଷରୁ ସୋସିଆଲ ମିଡିଆ ମନ୍ଦ କରାଯାଇଥିଲେ ହେଁ ଏହା ମଧ୍ୟ ଲୋକଙ୍କ ପାଇଁ ଫରକ ପଡ଼ିନି। ବରଂ ଯୁବ ଏବଂ ଛାତ୍ର ଗୋଷ୍ଠୀ ଅଧିକ ଉତ୍ତ୍ୟକ୍ତ ହୋଇପଡ଼ିଥିବା ଜଣାପଡ଼ିଛି।

ଏଭଳି ପରିସ୍ଥିତରେ ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ଶ୍ରୀଲଙ୍କା କ୍ୟାବିନେଟ୍‌ର ବାକି ୨୬ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ତଥା ଗୃହର ନେତା ଦିନେଶ ଗୁଣବର୍ଦ୍ଧେନା କହିଛନ୍ତି।କ୍ୟାବିନେଟନ୍‌ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜ ନିଜର ଇସ୍ତଫା ପତ୍ର ଦେଇ ଦେଇଛନ୍ତି। ଅନ୍ୟପକ୍ଷରେ, ଶ୍ରୀଲଙ୍କାର ପୂର୍ବତନ ମନ୍ତ୍ରୀ ବିମଳ ବୀରବଂଶା ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଦେଶର ସାମ୍ପ୍ରତିକ ଆର୍ଥିକ ସଙ୍କଟ ସୁଧାରିବା ପାଇଁ ସର୍ବଦଳୀୟ କାମଚଳା ସରକାର ନିଯୁକ୍ତି ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି।

ଖବର ଅନୁଯାୟୀ, ଦେଶର ଆର୍ଥିକ ବ୍ୟବସ୍ଥା ଏଭଳି ସ୍ତରରେ ପହଞ୍ଚିଛି ଯେ, ଆତ୍ୟାବଶ୍ୟକୀୟ ସାମଗ୍ରୀ ଏବେ ଦୁର୍ମୂଲ୍ୟ ହୋଇପଡ଼ିଛି। ଡାଲି, ଚାଉଳ, ତେଲ ଓ ଔଷଧ ଭଳି ଅତ୍ୟାବଶ୍ୟକୀୟ ଜିନିଷକୁ ନେଇ ଚାରି ଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ କଳାବଜାରି ବି ବଢ଼ିବାରେ ଲାଗିଛି। ବ୍ୟବସାୟୀମାନେ ଲୋକଙ୍କ ଠାରୁ ମନଇଛା ଦର କସୁଛନ୍ତି। ଦୁଇ ସପ୍ତାହ ଭିତରେ ପନିପରିବାର ମୂଲ୍ୟ ୪ଗୁଣ ବଢିଥିବା ବେଳେ ଚାଉଳ , ଗହମ ଡାଲି କଥା ତ ନ କହିଲେ ଭଲ। ଚାଉଳ କିଲୋ ପ୍ରତି ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଗହମ ମୂଲ୍ୟ ୨୦୦ ପାର କରିଛି। ସେହିପରି ଚିନି କିଲୋ ୩୦୦, ନଡ଼ିଆ ତେଲ ଲିଟର ପ୍ରତି ୮୫୦ ଟଙ୍କା, ଗୋଟିଏ ଅଣ୍ଡା ମୂଲ୍ୟ ୩୦ ଟଙ୍କାରେ ପହଞ୍ଚିଛି। ସେହିପରି ପ୍ୟାକେଟ୍ ଗୁଣ୍ଡ କ୍ଷୀର ମୂଲ୍ୟ ୧୯୦୦ ଟଙ୍କା ଛୁଇଁଛି। ଗତ ପେବୃଆରୀ ମାସରୁ ଶ୍ରୀଲଙ୍କାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୭.୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳ ଖାଦ୍ୟ ସାମଗ୍ରୀରେ ମହଙ୍ଗା ୨୫ ପ୍ରତିଶତ ବଢ଼ିଛି। ଦେଶରେ ଔଷଧ ଓ କ୍ଷୀରର ଉତ୍କଟ ଅଭାବ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଶେଷ ହେବାକୁ ବସିଲାଣି। ଯାହାକୁ ନେଇ ସାରା ଦେଶରେ ବିଦ୍ରୋହ ମୁଣ୍ଡ ଟେକିଥÒବା ବେଳେ ଗୃହଯୁଦ୍ଧ ପରିସ୍ଥିତି ଦେଖାଯାଇଛି।

ଶ୍ରୀଲଙ୍କାରେ ଆର୍ଥିକ ଅନଟନ: ବଢୁଛି ହିଂସା, ସୋସିଆଲ୍ ମିଡିଆ ଉପରେ ଲାଗିଲା ବ୍ୟାନ୍
କଲମ୍ବୋ: ଦେଶର ଘୋର ଆର୍ଥିକ ଅନଟନକୁ ନେଇ ଶ୍ରୀଲଙ୍କା ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ଖାଦ୍ୟ, ପାନୀୟ, ପଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସମାଗ୍ରୀର ଘୋର ଅଭାବ ସମେତ ବିଦ୍ୟୁତକାଟ ଶ୍ରୀଲଙ୍କାର ସାଧାରଣ ନାଗରିକଙ୍କୁ ବିଚଳିତ କରିଦେଇଛି। ଯାହାକୁ ନେଇ ଶୁକ୍ରବାର ଠାରୁ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତିଙ୍କ ବାସଭବନ ସମ୍ମୁଖରେ ଲୋକଙ୍କ ବିକ୍ଷୋଭ ଏବଂ ଭଙ୍ଗାରୁଜାକୁ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ତୁରନ୍ତ ଜରୁରୀ ସ୍ଥିତି ଘୋଷଣା କରାଯାଇଥିଲା। ହେଲେ ଏହାକୁ ଭ୍ରୁକ୍ଷେପ ନ କରି ଲୋକମାନେ ସାରା ଦେଶରେ ହିଂସା ଚଳାଇଛନ୍ତି। ଅନେକ ସ୍ଥାନରେ ପୋଡାଜଳା ସହିତ ସରକାରୀ ଗାଡି ଏବଂ ସମ୍ପତ୍ତି ଭଙ୍ଗାରୁଜା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ସୋମବାର ସକାଳ ଯାଏଁ ୩୨ ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି।  କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ଯାନୁଷ୍ଠାନ ନେବାକୁ ସେନା ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ହିଂସା ମୁକାବିଲା ପାଇଁ ଶ୍ରୀଲଙ୍କାରେ ବନ୍ଦ ହୋଇଛି ସୋସିଆଲ୍ ମିଡିଆ । ସରକାର ସୋସିଆଲ୍ ମିଡିଆ ଉପରେ ବ୍ୟାନ୍ ଲଗାଇଛନ୍ତି । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ୍, ହ୍ୱାଟସଆପ୍ ଆଦି ସୋସିଆଲ୍ ମିଡିଆ ସାଇଟ୍ ଉପରେ ରୋକ ଲାଗିଛି । ଆନ୍ଦୋଳନାତ୍ମକ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ ।