75th anniversary of independence - The Sakala

ସ୍ବାଧିନତାର ୭୫ ବର୍ଷ ପ୍ରସ୍ତୁତି ବୈଠକ : ଦେଶର ଏକ ମାତ୍ର ମୁଖ୍ୟମନ୍ତ୍ରୀ ଭାବେ ବକ୍ତବ୍ୟ ରଖିଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ପାଳନ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ମଧ୍ୟ ଏଥିରେ ନିଜ ମତାମତ ରଖିଛନ୍ତି। ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ବକ୍ତବ୍ୟ ରଖିଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ- ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ମୃତି ଚାରଣ କରିବା ଆମ ସମସ୍ତଙ୍କ ଲାଗି ଗୌରବର ମୁହୂର୍ତ୍ତ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ । ସମୟ ବିତିବା ସହ, ଦେଶର ଯୁବକ ଆମ ପୂର୍ବ ପୁରୁଷଙ୍କ ବଳିଦାନକୁ ମନେ ପକାଇବା ଉଚିତ୍ । ଆମେ ସ୍ୱାଧୀନତା ସଂଗ୍ରାମର ଘଟଣା ଗୁଡ଼ିକ ସହ ସ୍ଥାନ ଗୁଡ଼ିକୁ ହାଇଲାଇଟ୍ କରିବା । ଜଣାଶୁଣା ସଂଗ୍ରାମୀଙ୍କ ବିଷୟରେ ଦେଶବ୍ୟାପୀ ଅବଗତ କରାଇବା ଲାଗି ଆନ୍ଦୋଳନ କରିବା ।

ଦେଶ ସ୍ୱାଧୀନତା ଲାଗି କେବଳ ଭାରତ କାହିଁକି ବିଦେଶରେ ବି ଅନେକ ସଂଗ୍ରାମ ହୋଇଛି । ବିଦେଶରେ ହୋଇଥିବା ସଂଗ୍ରାମକୁ ଆମକୁ ମନେ ରଖିବା ଦରକାର । ଆମ ଦେଶର ପ୍ରତିଷ୍ଠାତା ପିତାଙ୍କୁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇ ସମ୍ବିଧାନରେ ସ୍ୱାଧୀନତା ଆନ୍ଦୋଳନର ମୂଲ୍ୟବୋଧ ଓ ନୈତିକତାକୁ ଦର୍ଶାଯାଇଛି । ସ୍ୱାଧୀନତା, ନ୍ୟାୟ ଓ ସମାନତାର ଆଦର୍ଶ ସ୍ୱାଧୀନତା ସଂଗ୍ରାମକୁ ବାଖ୍ୟା କରିଛି । ଆଜିର ପରିସ୍ଥିତିରେ ତାହାକୁ ଆମେ ଦୋହରାଇବା ଆବଶ୍ୟକ ବୋଲି ନବୀନ କହିଛନ୍ତି ।

ବିଶ୍ୱର ଯେ କୌଣସି ସ୍ଥାନରେ ବି ରହୁଥିବା ଭାରତୀୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ମୃତି ସମାରୋହ ମାଧ୍ୟମରେ ଜଡ଼ିତ ହେବା ପାଇଁ ଉଦ୍ୟମ ହେଉ । ଜ୍ଞାନ କୌଶଳ ଓ ସାମାଜିକ ଗଣମାଧ୍ୟମ ସହାୟତାରେ ଏହା ହାସଲ କରିବା ସମ୍ଭ ବୋଲି ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଛନ୍ତି ।

ଗାନ୍ଧିଜୀଙ୍କ ଉକ୍ତିକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି- ‘ନିଜକୁ ଖୋଜିବାର ସର୍ବଶ୍ରେଷ୍ଠ ଉପାୟ ହେଉଛି ଅନ୍ୟ ମାନଙ୍କ ସେବାରେ ନିଜକୁ ହଜାଇ ଦେବା ।’ ସେବା ଭିତ୍ତିକ କାର୍ଯ୍ୟକ୍ରମରେ ବିଶେଷ କରି ସମ୍ପ୍ରଦାୟରେ ଯୁବକଙ୍କୁ ଏଥିରେ ସାମିଲ୍ କରିବା କାର୍ୟ୍ୟକ୍ରମର ଅଂଶ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତ ମୁକ୍ତି ସଂଗ୍ରାମର ଅଦ୍ବିତୀୟ ହିରୋ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଭାବେ ସେ ସ୍ବାଧୀନତାର ୭୫ ବର୍ଷ କିଭଳି ପାଳନ ହେବା ଉଚିତ୍, ସେନେଇ ମତ ରଖିଛନ୍ତି। ବିଜୁବାବୁ ୧୯୪୩ରୁ ୧୯୪୬ ପର୍ଯ୍ୟନ୍ତ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ବିଭିନ୍ନ ଜେଲ୍‌ରେ ରହିଥିଲେ । ଏବେକାର ଯୁବପୀଢିଙ୍କୁ ସ୍ବାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ବିଷୟ ସଂପର୍କରେ ମନେ ପକାଇ ଦିଆଯିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦେଶ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପାଳନ କରିବ। ଏଥିପାଇଁ ୭୫ ସପ୍ତାହ ବ୍ୟାପୀ କାର୍ୟ୍ୟକ୍ରମର ଆୟୋଜନ କରିିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ପକ୍ଷରୁ ଏଥିପାଇଁ ଏକ ୨୫୯ ଜଣିଆ ଜାତୀୟ କମିଟି ଗଠନ କରାଯାଇଛି, ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମତେ ୬ଜଣ ଓଡ଼ିଆ ସାମିଲ ହୋଇଛନ୍ତି। ଆଜି ଏଭଳି ଅଭିଯାନ ଆରମ୍ଭ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନାଯୋଗ୍ୟ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି କର୍ଯ୍ୟକ୍ରମ ଚଳିତ ମାସ ୧୨ରୁ ଆରମ୍ଭ ହୋଇ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ। ଜାତୀୟ କମିଟି ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନୀତିଗତ ମାର୍ଗଦର୍ଶନ ପ୍ରଦାନ କରାଯିବ। ଦେଶ ସ୍ୱାଧୀନତାକୁ ନେଇ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଦେଶର ୭୫ଟି ସ୍ଥାନରେ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯିବ। ଏନେଇ ପ୍ରତ୍ୟେକ ରାଜ୍ୟରୁ ୨-୩ ଟି ସ୍ଥାନର ନାମ ସଂସ୍କୃତି ମନ୍ତ୍ରାଣାଳୟକୁ ପଠାଇବାକୁ ପଡ଼ିବ।