EV - The Sakala

ଓଡିଶା ହେବ ଇଭି ହବ୍‌: ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ବର: ଓଡ଼ିଶାରେ ଇଭି ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏଥିପାଇଁ ଆଜି ଜେଏସଡବ୍ଲୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି। ଦେଶରେ ଅଟୋମୋବାଇଲ ଶିଳ୍ପରେ ପ୍ରଥମ ଥର ପାଇଁ ପାଦ ଥାପିବ ଜେଏସଡବ୍ଲୁ । ଓଡ଼ିଶା ଶିଳ୍ପ ସମୃଦ୍ଧ ହେଉଥିବାବେଳେ ଜେଏସଡବ୍ଲୁ କଟକ ନରାଜରେ ପ୍ରତିଷ୍ଠା କରିବ ଏହି ପ୍ରକଳ୍ପ । ରାଜ୍ୟରେ ଉତ୍ପାଦନ ହେବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଯାନ । ଉଭୟ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ସିଙ୍ଗଲ ଲୋକେସନରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ବ୍ୟାଟେରୀ ପ୍ରସ୍ତୁତ କାରଖାନା ନିର୍ମାଣ କରିବ ଜେଏସଡବ୍ଲୁ । ଯାନ ଓ ବ୍ୟାଟେରୀ ପ୍ରସ୍ତୁତ କରିବା ସହ ଇଲେକ୍ଟ୍ରିକ ଭେହିକଲ କମ୍ପୋନେଣ୍ଟ ତିଆରି କରିବ ଜେଏସଡବ୍ଲୁ । ୫୦ ହଜାର ମେଗାଓ୍ବାଟର ବ୍ୟାଟେରୀ ମାନୁଫାକଚରିଂ ୟୁନିଟ ପ୍ରସ୍ତୁତ ହେବ । ଇଭି ପାଇଁ ନରାଜ ଠାରେ କମ୍ପାନୀ ୯ଶହ ଏକର ଜମି ଯୋଗାଇ ଦିଆଯାଇଛି । ସେହିପରି ପାରାଦୀପରେ କମ୍ପାନୀ ଇଭି ପାଇଁ ବ୍ଯାଟେରୀ ନିର୍ମାଣ କରିବ । ବ୍ୟାଟେରୀ ପାଇିଁ କମ୍ପାନୀ ଚିଲିରୁ କପର ଆଣିବ । ଅଷ୍ଟ୍ରେଲିଆରୁ ଆଣିବ ଲିଥିଅମ । ବ୍ୟାଟେରୀ ପାରାଦୀପରୁ ଆଣି ନରାଜରେ ଇଭିରେ ଫିଟିଂ କରିବ କମ୍ପାନୀ । ପ୍ରକଳ୍ପ ଲାଗି ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏଥିରେ ୧୧ରୁ ୧୨ ହଜାର ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଗ୍ରୀନ ହାଉସ ଗ୍ୟାସ ଏମିସନ ହ୍ରାସ ଲାଗି ପଦକ୍ଷେପ ନିଆଯାଉଛି । ଏଥିଲାଗି ଇଭି କ୍ଷେତ୍ର ଉପରେ ଗୁରୁତ୍ବ ଦିଆଯାଉଛି ।

ହିରୋ ଆଣିଲା ନୂଆ ଗାଡ଼ି: ୩ ମିନିଟରେ ତିନିଚକିଆ ପାଲଟିଯିବ ୨ ଚକିଆ ଯାନ
ନୂଆଦିଲ୍ଲୀ: ହିରୋ ମୋଟୋକ୍ରପ ଏକ ନୂଆ ଇଲେକ୍‌ଟ୍ରିକ ଗାଡ଼ି ଉପସ୍ଥାପନ କରିଛି। ଏହା ଉଭୟ ତିନି ଚକିଆ ଏବଂ ୨ ଚକିଆ ଗାଡ଼ିର କାମ କରୁଛି। ଅର୍ଥାତ୍‌ ତିନି ଚକିଆ ଗାଡ଼ିକୁ ସହଜରେ ୨ ଚକିଆ ଗାଡ଼ିରେ ପରିବର୍ତ୍ତନ କରି ହେବ। ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ହିରୋ ଏହାର ନାମ ସର୍ଜ ରଖିଛି। ଜୟପୁରରେ ଆୟୋଜିତ ହିରୋ ୱାର୍ଲ୍ଡ ୨୦୨୪ରେ ସର୍ଜ ଏସ୍‌୩୨ ଉପସ୍ଥାପନ କରିଛି। ଏହା ଏକ ବହୁମୁଖୀ ଗାଡ଼ି। ଅର୍ଥାତ୍‌ ବିଭିନ୍ନ କାମରେ ଏହାକୁ ବ୍ୟବହାର କରାଯାଇପାରିବ। ଏହା ତିନି ଚକିଆ ମାଲବାହୀ ଗାଡ଼ି ସହିତ ଇଲେକ୍‌ଟ୍ରିକ୍‌ ସ୍କୁଟର ଭାବେ ମଧ୍ୟ କାମ କରିବ। କାର୍ଗୋ ଥ୍ରି-ହ୍ବିଲର ଭିତରେ ଟୁ-ହ୍ବିଲର ତଥା ସ୍କୁଟର ଛପି ରହିଥାଏ। ତିନି ଚକିଆ ଗାଡ଼ିର ଆଗ ସିଟ୍‌ରେ ୨ ଜଣ ବସିପାରିବେ। କିନ୍ତୁ ସ୍କୁଟର ଅଲଗା ହୋଇଯିବା ପରେ ଏହାର ସିଟ୍‌ ବାହାରି ଆସିଥାଏ।

କମ୍ପାନୀ ଅନୁଯାୟୀ, ଏହି ଗାଡ଼ିକୁ ଭାଗ ଭାଗ କରିବା ପାଇଁ ମାତ୍ର ୩ ମିନିଟ ସମୟ ଲାଗିଥାଏ। କମ୍ପାନୀ ଏହି ସିରିଜର ୪ଟି ଭାରିଆଣ୍ଟ ଏସ୍‌୩୨ ପିଭି, ଏସ୍‌୩୨ ଏଲ୍‌ଡି, ଏସ୍‌୩୨ଏଚ୍‌ଡି ଏବଂ ଏସ୍‌୩୨ ଏଫ୍‌ବିକୁ ବଜାରକୁ ଛାଡ଼ିବ। ହିରୋ ୱାର୍ଲ୍ଡ ୨୦୨୪ରେ ଏସ୍‌ ୩୨ ଏଲ୍‌ଡି ମଡେଲକୁ ପ୍ରଦର୍ଶିତ କରାଯାଇଥିଲା। ତେବେ ଦୁଇ ଏବଂ ତିନି ଚକିଆ ଯାନର ଅଲଗା ଅଲଗା ବୈଶିଷ୍ଟ୍ୟ ରହିଛି। ତିନି ଚକିଆ ଗାଡ଼ିରେ ୧୦କିଲୋୱାଟର ଶକ୍ତି ମିଳିଥାଏ। ଏଥିପାଇଁ ୧୧ କେଡବ୍ଲ୍ୟୁଏଚର ବ୍ୟାଟେରି ସଂଯୋଗ କରାଯାଇଛି। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୫ କିମି ରହିଛି। ସେହିପରି ଦୁଇ ଚକିଆରେ ୩ କିଲୋୱାଟ ଶକ୍ତି ମିଳୁଛି। ଏଥିପାଇଁ ୩.୫ କେଡବ୍ଲ୍ୟୁଏଚ୍‌ର ବ୍ୟାଟେରୀ ଲାଗିଛି। ଏହା ଘଣ୍ଟାପ୍ରତି ୬୦ କିମି ବେଗରେ ଗତି କରିପାରିବ।

ବାୟୁ ଓ ଶବ୍ଦ ପ୍ରଦୂଷଣକୁ ପ୍ରତିହତ କରିବା ଦିଗରେ ଇଲେକ୍ଟ୍ରି ଗାଡ଼ି(ଇଭି)ର ବଜାର ପ୍ରବେଶ ଆଣିଛି ଆଶ୍ବସ୍ତି
ଭୁବନେଶ୍ୱର(ଦେବାଶିଷ): ଆଜିର ଦିନରେ ‘ଜଳବାୟୁ ପରିବର୍ତ୍ତନ’ରେ ପରିଲକ୍ଷିତ ହେଉଥିବା ଅସଙ୍ଗତି ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି। ବାୟୁ ଓ ଶବ୍ଦ ପ୍ରଦୂଷଣ ପରିବେଶରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରୁଥିବାବେଳେ ଏହାକୁ ପ୍ରତିହତ କରିବା ଦିଗରେ ଇଲେକ୍ଟ୍ରି ଗାଡ଼ି(ଇଭି)ର ବଜାର ପ୍ରବେଶ ଏକ ପ୍ରକାର ଆଶ୍ବସ୍ତି ଆଣିଦେଇଛି। ସାରା ବିଶ୍ବ ଇଭିକୁ ଆପଣାଉଥିବା ବେଳେ ଭାରତ ତଥା ଆମ ରାଜ୍ୟ ବି ପଛରେ ପଡ଼ିନି। ସାଧାରଣତଃ ରାସ୍ତାରେ ଗଲାବେଳେ ଏବେ ପ୍ରତି ୧୦ଟି ଯାନ ଭିତରେ ଗୋଟିଏ ଦୁଇଟି ଇଭି ନଜରକୁ ଆସୁଛି। ପ୍ରଥମେ ପ୍ରଥମେ କେବଳ ଦୁଇଚକିଆ ଦେଖିବାକୁ ମିଳୁଥିବାବେଳେ ଏବେ ତିନିଚକିଆ, ଚାରିଚକିଆ ସାଙ୍ଗକୁ ସାଧାରଣ ପରିବହନ ସେବା(ବସ୍‌)ରେ ମଧ୍ୟ ଇଭିକୁ ଦେଖିବାକୁ ମିଳୁଛି। ଯାହା ବିଶ୍ବରେ ଅଟୋ-ମୋବାଇଲ୍ସ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ଆଭାସ ମିଳୁଛି। ସାରା ବିଶ୍ବ ଏବେ ଅଧିକରୁ ଅଧିକ ଇଭିର ଉତ୍ପାଦନ ଓ ବ୍ୟବହାର ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଦେଶର ବଡ଼ ବଡ଼ ଅଟୋ-‌‌ମୋବାଇଲ୍ସ କମ୍ପାନିଗୁଡ଼ିକ ଇଭି ଗାଡ଼ି ଉତ୍ପାଦନ କ୍ଷେତ୍ର‌ରେ ଅଧିକ ଧ୍ୟାନକେନ୍ଦ୍ରିତ କରୁଛନ୍ତି। ଭାରତବର୍ଷରେ ଏବେ ଇଭିର କ୍ରେଜ୍‌ ବଢ଼ୁଥିବାବେଳେ ଭୁବନେଶ୍ୱର ବି ପଛରେ ପଡ଼ିଯାଇନି। ଦୁଇଚକିଆ ସ୍କୁଟର୍‌ଠାରୁ ଆରମ୍ଭ କରି ୩ଚକିଆ ଇ-ରିକ୍ସା ଓ ସୌଖିନ କାର୍‌ ସାଙ୍ଗକୁ ସାଧାରଣ ପରିବହନରେ ବ୍ୟବହାର ହେଉଥିବା ଇଭି ବସ୍‌ ରାସ୍ତାକୁ ଆସିଲାଣି। ଏଥର ଇଭିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା…

କବ୍‌ଜା କଲାଣି ସ୍କୁଟର୍‌ ବଜାର

ବର୍ତ୍ତମାନ ରାଜଧାନୀ ବଜାରରେ ଉପଲବ୍ଧ ହେଉଥିବା ଇଭି ଗାଡ଼ିଗୁଡ଼ିକର ମୂଲ୍ୟ ୫୨ହଜାରରୁ ଆରମ୍ଭ କରି ପାଖାପଖି ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଟିଭିଏସ୍‌ ଆଇକ୍ୟୁବ୍‌, ଓଲା, ଇ-ପ୍ଲୁଟୋ, ସୁପରଇକୋ, ବଜାଜ, ହିରୋ, ଓନ୍‌ଜୋ, ଡ୍ରିକ୍ସ, ଇଭି, ଏସ୍‌ଏଲ୍‌ଆର, ଡାଇନାମୋ, ୟୁନିନର୍‌, ମ୍ୟାକ୍ସ, ଡେଲ୍ଟି ଓ ଜେଲିଓ ଆଦି କମ୍ପାନିର ଦୁଇଚକିଆ ସ୍କୁଟର ସବୁ ରାଜଧାନୀ ବଜାରକୁ କବ୍‌ଜା କରି ରଖିଛନ୍ତି। ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ଦୈନିକ ହାରାହାରି ଶହେଟି ପେଟ୍ରୋଲ୍‌ ସ୍କୁଟର ବିକ୍ରି ହେଉଥିଲେ, ୧୦ଟି ଇଭି ସ୍କୁଟର ବିକ୍ରି ହେବା ଆରମ୍ଭ ହେଲାଣି। ଅର୍ଥାତ୍‌ ଇଭିଗୁଡ଼ିକ ୧୦ପ୍ରତିଶତ ବଜାର ଚାହିଦା ଅକ୍ତିଆର କରିବାକୁ ସକ୍ଷମ ହେଲେଣି। ଏସବୁ ଗାଡ଼ିଗୁଡ଼ିକ ଭିତରେ ସବୁଠାରୁ ଓଲାର ବିଭିନ୍ନ ମଡେଲର ଗାଡ଼ି ଚାହିଦାରେ ଥିବାବେଳେ ଇ-ପ୍ଲୁଟୋ, ଆଥର୍‌, ସୁପର୍‌ ଇକୋ ଓ ବଜାଜ ଚେତକ ଗାଡ଼ିଗୁଡ଼ିକ ଗ୍ରାହକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଛି। ଏସବୁ ଗାଡ଼ି ଗୁଡ଼ିକୁ ଥରେ ୭ରୁ ୮ଘଣ୍ଟା ଚାର୍ଜ କଲେ ପାଖାପାଖି ୨ଶହ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଉଥିବାରୁ ଲୋକମାନେ ସହର ଭିତରେ ଓ ବାହାରେ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ସହର ଭିତରେ ମାର୍କେଟିଂ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କର ଇଭି ଗାଡ଼ି ବେଶ୍‌ ପ୍ରିୟ ହୋଇପାରିଛି। କାହିଁକି ନା ପେଟ୍ରୋଲ୍‌ ଚାଳିତ ଗାଡ଼ି ଭଳି ଖୁବ୍‌ ଦ୍ରୁତ ଗତିରେ ଏହା ଯାଇପାରୁଛି। ଗଳିକନ୍ଦି ସବୁ ଜାଗାରେ ପହଞ୍ଚିପାରୁଛି। ରାତିରେ ଥରେ ଚାର୍ଜରେ ବସାଇଦେଲେ ଦିନସାରା ଆଉ ଝିନଝଟ୍‌ ରହୁନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହା ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କ ପକେଟ୍‌କୁ ବେଶ ସୁହାଉଛି।

ଲାଇସେନ୍ସ, ହେଲ୍‌ମେଟ୍‌, ପଞ୍ଜୀକରଣର ଚିନ୍ତା ନାହିଁ

ବରିଷ୍ଠ ନାଗରିକ, ମହିଳା ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟାତରେ ନୂଆ ମାଇଲଖୁଣ୍ଟ ଯୋଡ଼ିଛି ଇଭି। ୨୫୦ୱାଟ୍‌ର ବ୍ୟାଟେରୀରେ ଘଣ୍ଟା ପ୍ରତି ୩୦ କିମି ବେଗରେ ଦୌଡ଼ୁଥିବା ସ୍କୁଟରଗୁଡ଼ିକୁ ନେଇ ସେମାନେ ବଜାର, ଅଫିସ୍‌ ଓ ସ୍କୁଲ କଲେଜକୁ ସହଜରେ ଯାଇପାରୁଛନ୍ତି। ସବୁଠାରୁ ବଡ଼କଥା ହେଉଛି ଏଥିପାଇଁ ହେଲମେଟ୍‌, ଡ୍ରାଇଭିଂ ଲାଇସେନ୍ସ ଓ ପଞ୍ଜୀକରଣର ଆବଶ୍ୟକତା ପଡ଼ୁନି। ଫଳରେ ଥରେ ରାତିରେ ୬ରୁ ୮ଘଣ୍ଟା ଚାର୍ଜ କରିଦେଲେ, ଦିନରେ ଛୋଟ ବଡ଼ କାମ କରିବା ପାଇଁ ଏହା ବେଶ ସହାୟକ ହେଉଛି। ଓଲା ଓ ଏଥର୍‌କୁ ଛାଡ଼ିଦେଲେ ଓନଜ୍‌ ଓ ଲିଜିୟନ୍‌ ଭଳି ଅଧିକାଂଶ କମ୍ପାନୀର ଏହି ଛୋଟ ସେଗମେଣ୍ଟ୍‌ର ଗାଡ଼ି ବିକ୍ରି କରୁଛନ୍ତି। ଏହାର ବଜାର ମୂଲ୍ୟ ୫୯ହଜାରରୁ ୬୭ହଜାର ଟଙ୍କା ମଧ୍ୟରେ ରହିଥିବାବେଳେ କଟକ ରୋଡସ୍ଥିତ ଏକ ଇଭି ସୋ’ ରୁମ୍‌ର କର୍ମଚାରୀ ପ୍ରଭାସ ବେଉରିଆ କହିଛନ୍ତି, ଏବେ ତାଙ୍କ ସୋ’ରୁମ୍‌ରୁ ପ୍ରତି ମାସରେ ଏଭଳି ପ୍ରାୟ ୧୦୦ରୁ ୧୫୦ଟି ଗାଡ଼ି ବକ୍ରି ହେଉଛି।

ଇଭି ବାଇକ୍‌ ମୁହାଁ ଗ୍ରାହକ

ଅଧିକାଂଶ ଦୁଇଚକିଆ ଯାନ ବ୍ୟବହାରକାରୀ ବଜାରରେ ଇଭିର ମଟର୍‌ ସାଇକଲ ନ ଥିବାରୁ ମନ ଊଣା କରୁଥିଲେ। ଇଭି ପ୍ରତି ଇଚ୍ଛା ଥିଲେ ହେଁ ସ୍କୁଟର ପ୍ରତି ଅନାଗ୍ରହ ପ୍ରକାଶ କରୁଥିଲେ। ହେଲେ ହିରୋ ଇଲେକ୍ଟ୍ରି ଆଟ୍ରିଆ, ମୋଟୋଭୋଲ୍ଟ ଅର୍ବାନ ଇ-ବାଇକ, ଆମ୍ପେରିଆ ମାଗନସ୍‌ ଭଳି ବାଇକ୍‌ ମଧ୍ୟ ପ୍ରାୟ ସ୍କୁଟର ଭଳି ସମାନ ଦାମରେ ବଜାରରେ ଉପଲବ୍ଧ ହେଉଛି। ସମ୍ପୂର୍ଣ୍ଣ ବାଇକର ଗଢ଼ଣ ଥିବା ଏହି ଗାଡ଼ିଗୁଡ଼ିକରେ କିନ୍ତୁ ଗିୟର୍‌ ଓ କ୍ଲଜ୍‌ର ବ୍ୟବସ୍ଥା ନାହିଁ। ଏହାକୁ ସ୍କୁଟର ଚଲାଇବା ଭଳି କେବଳ ଏକ୍ସିଲେଟର୍‌ ମାଧ୍ୟମରେ ଚଲାଇବାକୁ ପଡ଼ୁଛି। ଖୁବ୍‌ଶୀଘ୍ର ଗିୟର୍‌ଥିବା ବାଇକ୍‌ ବଜାରକୁ ଆସିବାକୁ ଥିବା କହିଛନ୍ତି ହିରୋ ଇଲେକ୍ଟ୍ରିର କର୍ମଚାରୀ ନିଗମ ଜେନା। ତାଙ୍କ କହିବାନୁସାରେ, ଉଚ୍ଚା ଗାଡ଼ି ଚଳାଇବାରେ ଅଭ୍ୟସ୍ତ ଥିବା ବ୍ୟକ୍ତିମାନେ ବାଇକ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ଗିୟର୍‌ ନଥିବାରୁ ଅଧିକାଂଶ ଗ୍ରାହକ ମୁହଁ ଫେରାଇ ନେଉଛନ୍ତି। ହେଲେ ଅଧିକାଂଶ ଗ୍ରାହକ ଏହି ବାଇକ୍‌କୁ ବି ନେଉଛନ୍ତି। ଏହାର ଏକ୍ସ‌ ସୋ’ ରୁମ୍‌ ଦାମ୍‌ ୮୦ହଜାରରୁ ଏକ ଲକ୍ଷ ଟଙ୍କା ଭିତରେ ରହୁଛି।

ବଢ଼ୁଛି ଇ-ରିକ୍ସାର ଚାହିଦା

ମହିନ୍ଦ୍ରା ଟ୍ରିଓ ଓ ବଜାଜ୍‌, ଓମେଗା ସିଟି ମୋବିଲିଟି ବାଣିଜ୍ୟିକ ପରିବହନକାରୀ କମ୍ପାନୀମାନେ ଇ-ରିକ୍ସା ଓ ଡାଲା ଅଟୋ ବଜାରକୁ ଛାଡ଼ିଛନ୍ତି। ଇ-ରିକ୍ସା ଗୁଡ଼ିକରେ ପାଖାପାଖି ୫ଜଣ ଲୋକ ଏକା ସାଙ୍ଗରେ ଯିବା ପାଇଁ ସୁବିଧା ଥିବାବେଳେ ଡାଲା ଗାଡ଼ି ଗୁଡ଼ିକରେ ମଧ୍ୟ ମାଲ୍‌ ପରିବହନ ସମ୍ଭବ ହୋଇପାରୁଛି। ପ୍ରଥମକରି ‘କ୍ରୁଟ୍‌’ ପକ୍ଷରୁ ଇ-ରିକ୍ସାଗୁଡ଼ିକରେ ମୋ ରାଇଡ୍‌ ସୁବିଧା ଉପଲବ୍ଧ କରାଯାଉଥିବାବେଳେ ଏବେ ସାଧାରଣ ପରିବହନ ସେବାରେ ମଧ୍ୟ ଏହି ରିକ୍ସା ସାମିଲ ହୋଇପାରିଛି। ସେହଭଳି କମ୍ପାନୀ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅଥବା ଭୁବନେଶ୍ବର ଭିତରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ କୌଣସି ଜିନିଷ ସ୍ଥାନାନ୍ତର କରିବା ପାଇଁ ଏହି ଡାଲା ଅଟୋକୁ ବ୍ୟବହାର କରାଯାଉଛି। ପାଖାପାଖି ୩ଲକ୍ଷରୁ ସାଢ଼େ ୩ଲକ୍ଷ ଟଙ୍କା ଭିତରେ ଏହି ଗାଡ଼ିଗୁଡ଼ିକ ଆସୁଥିବାବେଳେ ଏଥିରେ ୩୫୦ରୁ ୪ଶହ କିଲୋର ଜିନିଷ ରପ୍ତାନି କରି ହେଉଛି। ତେଣୁ ଲୋକମାନଙ୍କ ଭିତରେ ଏହା ବିଶେଷ ଗ୍ରହଣୀୟତା ହାସଲ କରିପାରିନାହିଁ। ଇ-ରିକ୍ସା ଗୋଟେ ପ୍ରକାର ସଫଳ ହୋଇଥିବାବେଳେ ଡାଲା ଗାଡ଼ିର ବଜାର ଚାହିଦା ବଢ଼ିବାକୁ ଆଉ କିଛି ସମୟ ଲାଗିବ ବୋଲି ଜଣାପଡ଼ିଛି।

ସାଧାରଣ ପରିବହନରେ ଇ-ବସ୍‌

ରାଜଧାନୀ ରାଜରାସ୍ତାରେ ଚାଲୁଥିବା ମୋ’ ବସ୍‌ଗୁଡ଼ିକ ଭିତରେ ‘ଇଭି’ର ଶୀତତାପ ନିୟନ୍ତ୍ରିତ ବସ୍‌ଗୁଡ଼ିକୁ ଦେଖିବାକୁ ମିଳୁଛି। ଜୀବାଶ୍ମ ଇନ୍ଧନ ଚାଳିତ ବସ୍‌ ଭଳି ଏହା ମଧ୍ୟ ଲୋକମାନଙ୍କୁ ପରିବହନ ସେବା ଯୋଗାଇ ଦେଉଛି। ବର୍ତ୍ତମାନ୍‌ ‘କ୍ରୁଟ୍‌’ ପକ୍ଷରୁ ରାଜଧାନୀରେ ୫୦ଟି ଇ-ବସ୍‌ ଚାଲିଛି। ଏଥିରେ ୩୫ଜଣ ଲୋକ ସିଟ୍‌ରେ ବସି ଯିବାର କ୍ଷମତା ରଖୁଥିବାବେଳେ ୧୨ଜଣ ଛିଡ଼ା ହୋଇ ଯାଇ ପାରୁଛନ୍ତି। ବସ୍‌ ଗୁଡ଼ିକରେ ସବୁ ଫାଷ୍ଟ ଚାର୍ଜିଂ ବ୍ୟବସ୍ଥା ରହିଛି। ଚନ୍ଦ୍ରଶେଖରପୁରରେ ଥିବା ବସ୍‌ ଡିପୋରେ ଏହି ସବୁ ବସ୍‌ ଚାର୍ଜ ହେଉଥିବାବେଳେ ମାତ୍ର ଅଧ ଘଣ୍ଟାଏରେ ଗୋଟେ ବସ୍‌ ଫୁଲ ଚାର୍ଜ ହୋଇଯାଉଥିବା ଜଣାପଡ଼ିଛି। ସେହିଭଳି ଡିଜେଲ ଚାଳିତ ବସ୍‌ ଭଳି ମଧ୍ୟ ଏହି ବସ୍‌ ସମାନ ବେଗରେ ରାସ୍ତାରେ ଦୌଡ଼ିପାରୁଥିବା ବସ୍‌ ଡ୍ରାଇଭର୍‌ ନୀଳକଣ୍ଠ ସାହୁ କହିଛନ୍ତି।

କାର୍‌ ବଜାରରେ ଟିଆଗୋ, ଏମ୍‌ଜି କମେଟ୍‌

ଓଡ଼ିଶା କାର୍‌ ବଜାରରେ ଇଭି ପ୍ରବେଶ କରିସାରିଛି। ବିଶେଷକରି ଟାଟା କମ୍ପାନୀର ନେକ୍ସନ୍‌, ଟିଗର୍‌ ଓ ଟିଆଗୋ ଭଳି କାର୍‌ ବଜାରରେ ଦେଖିବାକୁ ମିଳୁଛି। ଏହି ଗାଡ଼ି ଗୁଡ଼ିକର ବଜାର ମୂଲ୍ୟ ୧୦ଲକ୍ଷରୁ ଆରମ୍ଭ ହୋଇ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ୨୫୦ କିମିରୁ ୩୮୭କିମି ପର୍ଯ୍ୟନ୍ତ ଚାଲିବାର କ୍ଷମତା ରଖୁଛି। ଏବେ ସାଧାରଣତ ଟାଟା ଟିଆଗୋ ଗାଡ଼ିକୁ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଚାକିରି କରିଥିବା ଲୋକମାନେ କିଣୁଛନ୍ତି। କାରଣ ଥରେ ଚାର୍ଜ କରିଦେଲେ ସେମାନଙ୍କର ଦୁଇରୁ ତିନି ଦିନ ଯିବା ଆସିବା ହୋଇଯାଇଥିବା ଟାଟା କମ୍ପାନୀର କର୍ମଚାରୀ କହିଛନ୍ତି। ଏହାସହ ଏମ୍‌ଜି କମେଟ୍‌ ଓ ହେକ୍ଟର ଭଳି ଇଲେକ୍ଟ୍ରି ଗାଡ଼ି ମଧ୍ୟ ବଜାରରେ ଦେଖିବାକୁ ମିଳୁଛି। ଏହାର ଅନ୍‌ ରୋଡ ପ୍ରାଇସ୍‌ ୮ଲକ୍ଷ ୪୦ହଜାରରୁ ଆରମ୍ଭ କରି ୨୦ଲକ୍ଷ ପର୍ଯ୍ୟନ୍ତ ରହିଛି। ଥରେ ଚାର୍ଜ କଲେ ୨୩୦ କିମିରୁ ୩୫୦ କିମି ଭିତରେ ଯାତ୍ରା କରିପାରୁଛି। ଚାରିଜଣ ବସିବାର କ୍ଷମତା ରଖୁଥିବା ଏହି ଗାଡ଼ିଗୁଡ଼ିକର ବ୍ୟାଟେରୀ କ୍ଷମତା ୧୭.୩ କିଲୋ ୱାଟ୍‌ରୁ ଆରମ୍ଭ ହୋଇ ୨୫କିଲୋ ୱାଟ୍‌ ପର୍ଯ୍ୟନ୍ତ ରହୁଛି।

ଦୁଇଚକିଆରେ ସରକାରୀ ରିଆତି ୨୦ହଜାର

ଇଭି ଗାଡ଼ିଗୁଡ଼ିକ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ପଞ୍ଜୀକରଣ ଓ ଟ୍ୟାକ୍ସ ମୁକ୍ତ। ଦୁଇଚକିଆ ଗାଡ଼ି ପାଇଁ କିଲୋ ୱାଟ୍‌ ପିଛା ୫ହଜାର ଟଙ୍କାର ରିଆତି ମିଳୁଥିବାବେଳେ ସର୍ବାଧିକ ଗୋଟିଏ ଗାଡ଼ିରେ ସର୍ବାଧିକ ୨୦ହଜାର ଟଙ୍କାର ସରକାରୀ ସହାୟତା ମିଳିପାରୁଛି। ସେହିଭଳି ତିନିଚକିଆ ଯାନ ପାଇଁ ୩୦ହଜାର ଟଙ୍କାର ରିଆତି ମିଳୁଥିବାବେଳେ ଚାରିଚକିଆ ଗାଡ଼ି ପାଇଁ କିଲୋ ୱାଟ୍‌ ପିଛା ୧୦ହଜାର ମିଳୁଛି। ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ରିଆତି ମିଳିପାରୁଛି। ଗାଡ଼ି କିଣିଲାବେଳେ ସୋ’ ରୁମ୍‌ରେ ସମସ୍ତ ଟଙ୍କା ପୈଠ କରି ଗ୍ରାହକ ଗାଡ଼ି କିଣିବେ। ତା’ ପରେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରି ଏହି ଟଙ୍କାକୁ ୭ଦିନ ଭିତରେ ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟରେ ପାଇପାରିବେ।

ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ଇଭି

ପେଟ୍ରୋଲ୍‌, ଡିଜେଲ ଭଳି ଜୀବାଶ୍ମ ଜାଳେଣିର ବ୍ୟବହାର ହେବା ଦ୍ବାରା ବାୟୁମଣ୍ଡଳକୁ ମାତ୍ରାଧିକ ଅଙ୍ଗାରକାମ୍ଲ ନିର୍ଗମନ ହେଉଛି। ଏହା ହିଁ ପରିବେଶ ଓ ପ୍ରାଣୀ ଜଗତ ପାଇଁ ନାନା ବିପଦକୁ ଡାକି ଆଣୁଛି। ଏଭଳି କ୍ଷେତ୍ରରେ ବିଦ୍ୟୁତ୍‌ ଚାଳିତ ଯାନର ବ୍ୟବହାର ବେଶ୍‌ ଉପାଦେୟ ସାବ୍ୟସ୍ତ ହୋଇପାରିବ। ସରକାର ଏହାକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଆବଶ୍ୟକ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏବେ ଯେଉଁ ବିଦ୍ୟୁତ୍‌ ଉତ୍ପାଦନ ହେଉଛି, ତା’ର ଉତ୍ସ ସୌରଶକ୍ତି କିମ୍ବା ଜଳବିଦ୍ୟୁତ୍‌ ଶକ୍ତି ହେଲେ ଭଲ। ନଚେତ୍‌ ତାପଜ ଶକ୍ତି (କୋଇଲା)ର ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କରାଗଲେ, ଏହାର କିଛି ମୂଲ୍ୟ ରହିବ ନାହିଁ। ତେଣୁ ସରକାର ବ୍ୟାଟେରୀ ଚାଳିତ ଗାଡ଼ି ସହ ପ୍ରାକୃତିକ ଉତ୍ସର ବ୍ୟବହାର କରି ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଧ୍ୟାନ ଦେବା ଉଚିତ।

– ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ୍‌

ଥରେ ଚାର୍ଜ କଲେ ଦୁଇଦିନ

ଇଭି ସ୍କୁଟରକୁ ଥରେ ଚାର୍ଜ କଲେ, ସାଧାରଣ ବୁଲାବୁଲି କରିବା ଓ ଅଫିସ୍‌ ଯିବା ଆସିବା କରିବା ପାଖାପାଖି ଦୁଇ ଦିନ ହୋଇଯାଉଛି। ଯେକୌଣସି ସ୍ଥାନରେ ବି ବେଶ ସହଜରେ ଚାର୍ଜ କରି ହେଉଛି। ତେଣୁ ପେଟ୍ରୋଲ୍‌ ତୁଳନାରେ ଏହା ପକେଟ୍‌କୁ ବେଶ ଭଲ ସୁହାଉଛି। ମୋର ଦୈନିକ ୪୦କିମି ଯାତାୟାତ ପାଇଁ ଏହି ଗାଡ଼ି ବେଶ ସହାୟ ହେଉଥିବାବେଳେ ପକେଟ୍‌କୁ ଆଦୌ ବାଧୁନି।

– ପ୍ରକାଶ ବିଶ୍ବାଳ, ଇଭି ବ୍ୟବହାରକାରୀ

ବ୍ୟବହାରକୁ ନେଇ ଯତ୍ନବାନ ହେବା ଜରୁରୀ

ଇଭି ଗାଡ଼ି ଜଳିଯିବା ନେଇ ଯେଉଁ ଗୁଜବ ସୃଷ୍ଟି ହେଉଛି, ତା’ ସମ୍ପୂର୍ଣ୍ଣ ଅମୂଳକ। ଆମେ ଯଦି ଗାଡ଼ିକୁ ନିୟମିତ ଚାର୍ଜ କରିବାରୁ ନିବୃତ୍ତ ରଖିବା, ଖରାରେ କମ୍‌ ସମୟ ବ୍ୟବହାର କରିବା ଓ ଚାର୍ଜ ସମ୍ପୂର୍ଣ୍ଣ ଶେଷ ହେବା ପରେ ପୁନଃ ଚାର୍ଜ କରିବା, ତେବେ ଗାଡ଼ି ଆଦୌ ଜଳିବନି। ପୂର୍ବରୁ କିଛି ବ୍ୟାଟେରୀ ଦୁର୍ବଳମାନର ଆସୁଥିଲା। ଯାହା ନିର୍ଦ୍ଧାରିତ ତାପମାତ୍ରାରୁ ଅଧିକ ହେଲେ ହିଟ୍ ହୋଇ ଜଳି ଯାଉଥିଲା। ଏବେ ତା’ ଉପରେ କମ୍ପାନୀ ଅନେକ ପରୀକ୍ଷା ନିରୀକ୍ଷା କରି ଭାରତୀୟ ଜଳବାୟକୁ ସୁହାଇଲା ଭଳି ବ୍ୟାଟେରୀ ପ୍ରସ୍ତୁତି କରୁଛି। ହେଲେ ଗ୍ରାହକମାନେ ମଧ୍ୟ ବ୍ୟବହାର କରିବା ଦିଗରେ ଯତ୍ନବାନ ହେବା ଆବଶ୍ୟକ।

– ମାନସ ମଲ୍ଲିକ, ଡମଣାସ୍ଥିତ ଏକ ଇଭି ସୋ’ରୁମ୍‌ର ମେକାନିକ୍‌

ଇଭି କ୍ଷେତ୍ରରେ ସବୁଠୁ ବଡ଼ ଚୁକ୍ତି: ଉବରକୁ ୨୫ ହଜାର ଇଲେକ୍ଟ୍ରିକ୍ କାର୍‌ ଯୋଗାଇବ ଟାଟା ମୋଟର୍ସ
ନୂଆଦିଲ୍ଳୀ: ଉବରକୁ ୨୫ ହଜାର ଇଭି କାର୍‌ ଯୋଗାଇବ ଟାଟା ମୋଟର୍ସ। ଟାଟା ମୋଟର୍ସ ଏହାର ନୂଆ ଇଭି ଏକ୍ସପ୍ରେଷ୍ଟର ୨୫ ହଜାର ୟୁନିଟ୍‌ ୟୁବରକୁ ଯୋଗାଇବାକୁ ଯାଉଛି। ସୋମବାର ଟାଟା ମୋଟର୍ସ ଏବଂ ଉବର ତରଫରୁ ଏକ ମିଳିତ ବିବୃତ୍ତିରେ ସୂଚନା ଦିଆଯାଇଛି। ଏହି କାରବାରକୁ ଇଭି ଯାନ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ଚୁକ୍ତି ବୋଲି କୁହାଯାଉଛି।

ଉଭୟ କମ୍ପାନୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଉବର ଏହି ଇଭି କାର୍‌କୁ ଏହାର ପ୍ରିମିୟମ ସେବାରେ ରଖିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ ଏନ୍‌ସିଆର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ଏହି ଇଭି କାର୍‌ ସେବା ଯୋଗାଇବ। ପର୍ଯ୍ୟାୟକ୍ରମେ ୟୁବରକୁ ଏହି ସବୁ ଯାନଗୁଡ଼ିକ ହସ୍ତାନ୍ତର କରାଯିବ। ଯାହାକି ଚଳିତ ମାସରୁ ହିଁ ଆରମ୍ଭ ହେବ। ତେବେ ଏ ନେଇ କେତେ ଟଙ୍କାର ଚୁକ୍ତି ହୋଇଛି ତାହା ଜଣାପଡ଼ିନାହିଁ। ଏକ୍ସପ୍ରେଷ୍ଟର ପ୍ରତି ୟୁନିଟ୍‌ର ମୂଲ୍ୟ ୧୩.୦୪ ଲକ୍ଷ(ଏକ୍ସ-ସୋରୁମ ଦିଲ୍ଲୀ)ରୁ ଆରମ୍ଭ ହେଉଛି। ଏକ୍ସପ୍ରେଷ୍ଟର (ଏକ୍ସ ସୋ-ରୁମ୍‌)ର ପ୍ରତି ୟୁନିଟ୍ ୨୭୭ ରୁ ୩୧୫ କିମିର ରେଞ୍ଜ ଦେଇଥାଏ।

ରାଜ୍ୟରେ ବୈଦ୍ୟୁତିକ ଯାନ ସବ୍‍ସିଡି ବିତରଣ ହେବ ତ୍ୱରାନ୍ୱିତ, ୨୫ରୁ କାର୍ଯ୍ୟ କରିବ ନୂତନ ଅପଗ୍ରେଡ୍ ଇଭି ପୋର୍ଟାଲ
କଟକ: ଇଲେକ୍ଟ୍ରିକ୍‍ (ବୈଦ୍ୟୁତିକ) ଯାନ କ୍ରେତାଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଆସୁଥିବାବେଳେ ସେମାନେ ପାଉଥିବା ସବ୍‍ସିଡି ଅର୍ଥ ବିତରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଇଭି ପୋର୍ଟାଲର ନବୀକରଣ କରାଯାଉଛି। ଏଥିପାଇଁ ବର୍ତ୍ତମାନ ଥିବା ଇଭି(ଇଲେକ୍ଟ୍ରିକ୍‍ ଭେହିକ୍ଲି) ପୋର୍ଟାଲରେ ଆବେଦନ ଗ୍ରହଣକୁ ସାମୟିକ ଭାବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ପୋର୍ଟାଲକୁ ଅଧିକ ବିକଶିତ କରାଯାଉଥିବାବେଳେ ଆସନ୍ତା ୨୫ ତାରିଖରୁ ଏହା ନୂତନ ରୂପରେ କାର୍ଯ୍ୟ କରିବ। ଏହି ପୋର୍ଟାଲରେ ଅଟୋ ସବ୍‍ସିଡି ଡିଷ୍ଟ୍ରିବୁସନର ବ୍ୟବସ୍ଥା ଉପଲବ୍ଧ ହେବ। ଫଳରେ ଇଲେକ୍ଟ୍ରିକ୍‍ ଯାନବାହନ କ୍ରେତାଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସବ୍‍ସିଡି ବାବଦ ଅର୍ଥରାଶି ଯାହା ସରକାର ସ୍ଥିର କରିଛନ୍ତି ତାହା ସ୍ଥାନାନ୍ତର ହେବ।

ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ରଙ୍କ କହିବାନୁସାରେ, ବ୍ୟାଙ୍କଗୁଡ଼ିକର ଫଣ୍ଡ୍‍ ଟ୍ରାନ୍ସଫର୍‍ ପାର୍ଟାଲ ସହ ଏହି ପୋର୍ଟାଲକୁ ସଂଯୋଗ କରାଯିବ। ଯାହା ଫଳରେ ଗାଡ଼ିର ଆର୍‍ସିରେ ରହିଥିବା ନାମାନୁସାରେ ପ୍ରଦତ୍ତ ସମ୍ପୃକ୍ତ ଯାନକ୍ରେତାଙ୍କ ପ୍ରାମାଣିକ ବ୍ୟାଙ୍କ ଜମା ଖାତାକୁ ସବ୍‍ସିଡି ଅର୍ଥ ସ୍ଥାନାନ୍ତର ହେବ। ହେଲେ ଆର୍‍ସିରେ ଥିବା ନାମ ଓ ବ୍ୟାଙ୍କ ଜମା ଖାତା ନାମରେ ଯେପରି ଅମେଳ ରହୁ ନ ଥିବ। ସେହିପରି ହିତାଧିକାରୀଙ୍କ ବ୍ୟାଙ୍କ ଖାତା ପ୍ରମାଣିକରଣ ନ୍ୟାସ୍‍ନାଲ ପେମେଣ୍ଟ କର୍ପୋରେସନ ଅଫ୍‍ ଇଣ୍ଡିଆ ଜରିଆରେ କରାଯିବ। ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରିକ୍‍ ଭେହିକ୍ଲିର ମାଲିକମାନେ ଆସନ୍ତା ୨୫ ତାରିଖଠାରୁ ସବ୍‍ସିଡି ଆବେଦନ କରି ଏହାକୁ ପାଇପାରିବେ। ତେବେ ସମ୍ପୃକ୍ତ ଯାନର ବିବରଣୀ ବାହାନ ପୋର୍ଟାଲରୁ ସଂଗ୍ରହ ହେବାର ବ୍ୟବସ୍ଥା ରହିଛି। ଗାଡ଼ି ମାଲିକ ବ୍ୟାଙ୍କ ବିବରଣୀ ଦେବା ପରେ ସବ୍‍ସିଡି ସମ୍ବନ୍ଧରେ ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ସୂଚନା ପାଇପାରିବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ଶିଳ୍ପାୟନକୁ ସମୃଦ୍ଧ କରିବ ‘ମେକ୍‌ ଇନ୍‌ ଓଡ଼ିଶା’: ଓଡ଼ିଶା ଆସିବ ‘ଇଭି’ ଶିଳ୍ପ, ଆଇଆଇଟି ଆରମ୍ଭ କରିବ ଇଭି ଏମ୍‌ଟେକ୍‌ ପାଠ୍ୟକ୍ରମ
ଭୁବନେଶ୍ୱର: ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ନୀତି ପ୍ରଣୟନ କରିଛନ୍ତି । ତେବେ ଚଳିତ ବର୍ଷ ଖୋଦ୍‌ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ଦେଶ ବିଦେଶର ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଗାମୀ ନଭେମ୍ବର ୩୦ରୁ ଆରମ୍ଭ ହେବାକୁଥିବା ମେକ୍‌ଇନ୍‌ ଓଡ଼ିଶା ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଛି । ଓଡ଼ିଶାରେ ଉତ୍ପାଦନ ନିମନ୍ତେ କିଛି ଇଭି ଚାର୍ଜିଂ ଷ୍ଟେସନ ନିର୍ମାତା ରାଜ୍ୟ ସରକାରଙ୍କୁ ଇତିମଧ୍ୟରେ ପ୍ରସ୍ତାବ ଦେଇଛନ୍ତି । ସେହିପରି ଦେଶର କିଛି ପ୍ରମୁଖ ବୈଦ୍ୟୁତିକ ଯାନ ନିର୍ମାତା ଆଗାମୀ କନ୍‌କ୍ଲେଭରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରି ଥିବାରୁ ଓଡ଼ିଶାରେ ଆଗାମୀ ଦିନରେ ଅଟୋମୋବାଇଲ କମ୍ପାନୀ ସ୍ଥାପନ ହେବା ସମ୍ଭାବନା ରହିଛି । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ, ହାଇବ୍ରିଡ୍‌ ଯାନ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ଜମି, ଜଳ, ବିଦ୍ୟୁତ ସର୍ବୋପରି ରାଜ୍ୟରେ ଅଟୋମୋବାଇଲ୍‌ କ୍ଷେତ୍ରରେ ଦକ୍ଷ ମାନବସମ୍ବଳ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଛି । ରାଜ୍ୟର ବିଭିନ୍ନ ଆଇଟିଆଇରୁ ଉତ୍ତୀର୍ଣ୍ଣ ଦକ୍ଷ ମାନବସମ୍ବଳ ବିଭିନ୍ନ ଅଟୋମୋବାଇଲ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

ପେଟ୍ରୋଲିୟମ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ ଓ ପ୍ରଦୂଷଣ ଯୋଗୁଁ ସମ୍ପ୍ରତି ଦେଶ ତଥା ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ ପ୍ରତି ଲୋକଙ୍କ ଆକର୍ଷଣ ବୃଦ୍ଧି ପାଉଛି । ପରିବେଶ ସୁରକ୍ଷା ଓ ଇନ୍ଧନର ଅପଚୟ ରୋକିବା ଦୃଷ୍ଟିରୁ ରାଜ୍ୟ ସରକାର ବିଦ୍ୟୁତ ଚାଳିତ ଯାନକୁ ପ୍ରୋତ୍ସାହନ ଦେଉଛନ୍ତି । ଏଥିପାଇଁ ଇଭି ପଲିସୀ-୨୦୨୧ରେ ପ୍ରଣୟନ କରାଯାଇଛି । ଏହି ନୀତି ଅନୁସାରେ ଓଡ଼ିଶାରେ ବିଦ୍ୟୁତ ଚାଳିତ ଯାନ, ଉପକରଣ, ଯନ୍ତ୍ରାଂଶ ଅବା ଚାର୍ଜିଂ ଷ୍ଟେସନ୍‌ ୟୁନିଟ୍‌ ସ୍ଥାପନ ହେଲେ ରାଜ୍ୟ ସରକାର ପ୍ରୋତ୍ସାହନ ପ୍ରଦାନ କରିବେ । ଅନୁରୂପ ଭାବରେ ପୁରୁଣା ଗାଡ଼ି ସ୍କ୍ରାପ୍‌ ଶିଳ୍ପ ପାଇଁ ମଧ୍ୟ ଏଥିରେ ପ୍ରୋତ୍ସାହନ ବ୍ୟବସ୍ଥା ଅଛି । ଏହି ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ସହିତ ଜମି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ । କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ଏହି ଶିଳ୍ପକୁ ଆକୃଷ୍ଠ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଭାରତରେ ଅଟୋମୋବାଇଲ୍‌ ଶିଳ୍ପର ଉତ୍ପାଦନ ୭.୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏଥିରୁ ୩.୫ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ବିଦେଶକୁ ରପ୍ତାନୀ କରାଯାଉଛି । ଏହି ଶିଳ୍ପର ବିକାଶ ହାର ୧୦% ରହିଛି । ଅଟୋମୋବାଇଲ୍‌ ଶିଳ୍ପରୁ ରାଜ୍ୟ ଓ କେନ୍ଦ୍ର ସରକାର ସର୍ବାଧିକ ଜିଏସ୍‌ଟି ପାଉଛନ୍ତି । ଏପରିସ୍ଥଳେ ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶାରେ ଇଭି ଶିଳ୍ପର ସମ୍ଭାବନା ବେଶ୍‌ ଉଜ୍ଜ୍ୱଳ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଯଦି ବୃହତ୍‌ ନିବେଶକ ନ ମିଳନ୍ତି ତା ହେଲେ ଏହି କ୍ଷେତ୍ର ସହିତ ଜଡ଼ିତ ଛୋଟ ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇ ପାରିବ । ଏହା ଦ୍ୱାରା ମଧ୍ୟ ବହୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଓଡ଼ିଶାରେ ପ୍ରତିବର୍ଷ ଶିକ୍ଷା ସମାପ୍ତ କରୁଥିବା ଦକ୍ଷ ମାନବ ସମ୍ବଳକୁ ରୋଜଗାର ମିଳିବ ।

କୌଣସି ଶିଳ୍ପ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଦକ୍ଷ ମାନବ ସମ୍ବଳ । ଦକ୍ଷ ମାନବସମ୍ବଳ ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ପାଲଟିଛି । ସିପେଟ୍‌, ଆଇଆଇଟି, ଆଇଏମ୍‌ଏମ୍‌ଟି, ଏନ୍‌ଆଇଟି, ଆଇଆଇଏମ୍‌ ଭଳି ଜାତୀୟ ବୈଷୟିକ ପ୍ରତିଷ୍ଠାନ ଥିବା ବେଳେ ପ୍ରତିବର୍ଷ ବହୁ ସଂଖ୍ୟକ ମାନବସମ୍ବଳ ସୃଷ୍ଟି ହେଉଛନ୍ତି । ଆଇଆଇଟି ଭୁବନେଶ୍ୱର ଖୁବ୍‌ ଶୀଘ୍ର ଇଲେକ୍ଟ୍ରିକ୍‌ ଭେହିକିଲ୍‌ ସମ୍ପର୍କିତ ଏମ୍‌ଟେକ୍‌ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଅପରପକ୍ଷେ ପ୍ରଥମ ରାଜ୍ୟ ଭାବେ ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଶତାଧିକ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରୁଛନ୍ତି । ସେହିପରି ରାଜ୍ୟରେ ୪୮ଟି ସବ୍‌ ଡିଭିଜନ୍‌ରେ ସରକାରୀ ଆଇଟିଆଇ ରହିଛି । ରାଜ୍ୟର ୨୫୧ ବ୍ଲକ୍‌ରେ ସରକାରୀ ଓ ବେସରକାରୀ ଆଇଟିଆଇ ରହିଛି । ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ନୂଆ ଆଇଟିଆଇ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ । ଗୋଟିଏ ଗୋଟିଏ ସରକାରୀ ଆଇଟିଆଇ ଅନେକ ଶିଳ୍ପ ସଂସ୍ଥାଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ଦକ୍ଷ ମାନବ ସମ୍ବଳ ଯୋଗାଉଛନ୍ତି । ଏସବୁ ଦୃଷ୍ଟିରୁ ଓଡ଼ିଶାରେ ଦକ୍ଷ ମାନବ ସମ୍ବଳ ପାଇଁ ସମସ୍ୟା ରହିବ ନାହିଁ ବୋଲି କୁହାଯାଇଛି । ଓଡ଼ିଶାରେ ଏବେ ପ୍ରାୟ ସବୁ ଜିଲ୍ଲାରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାର ହେଉଛି । ପ୍ରାୟ ୧୫ରୁ ଅଧିକ କମ୍ପାନୀର ଇଭି ଓଡ଼ିଶାରେ ବିକ୍ରୟ ହେଉଛି । ସେଥିରୁ କିଛି ନିର୍ମାତା ଓଡ଼ିଶାରୁ ଛୋଟ ଛୋଟ ଉପକରଣ/ଯନ୍ତ୍ରାଂଶ ନେଉଛନ୍ତି ।

ଏ ସଂକ୍ରାନ୍ତରେ ଭୁବନେଶ୍ୱର ଆଇଆଇଟି ସହକାରୀ ପ୍ରଫେସର ପ୍ରଶାନ୍ତ ସାହୁ କହିଛନ୍ତି ଯେ ଓଡ଼ିଶାରେ ଇଭି କିମ୍ବା ହ୍ରାଇବ୍ରିଡ୍‌ କାର ଉତ୍ପାଦନ ହେଲେ ଏହାର ଭବିଷ୍ୟତ ଖୁବ୍‌ ଉଜ୍ଜ୍ୱଳ ରହିବ । ଓଡ଼ିଶାରେ ଏଥିପାଇଁ ସମସ୍ତ ଅନୁକୂଳ ପରିବେଶ ରହିଛି । ନିକଟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟରେ ଆୟୋଜନ କରିଥିବା ନିବେଶକ ସମ୍ମିଳନୀରେ ବହୁ ଖ୍ୟାତନାମା କମ୍ପାନୀ ଓଡ଼ିଶାକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ରାଜ୍ୟ ସରକାର ମଧ୍ୟ ଇଭି ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି । ତେଣୁ ଏହି କ୍ଷେତ୍ର ପ୍ରତି ଗୁରୁତ୍ୱ ପ୍ରଦାନ କଲେ ସରକାର ଓ ଜନସାଧାରଣ ଉପକୃତ ହୋଇପାରିବେ । ଅର୍ଥନୀତି ବିଶେଷଜ୍ଞ ପ୍ରଭାସ ମିଶ୍ର କହିଛନ୍ତି ଯେ ମେକ୍‌ ଇନ୍‌ ଓଡ଼ିଶା ହେଉ ଅବା ନିବେଶକ ସମ୍ମିଳନୀ ସେଥିରେ ବିଭିନ୍ନ କ୍ଷେତ୍ରରୁ ବିଶେଷକରି ଖଣି ସମ୍ପର୍କିତ ଶିଳ୍ପ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଇଭି ଶିଳ୍ପ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ନିବେଶକଙ୍କ ସହ ଆଲୋଚନା କରିବା ଜରୁରୀ । ଯଦି ବଡ଼ କମ୍ପାନୀ ନ ଆସୁଛନ୍ତି ତା ହେଲେ ସ୍ୱଳ୍ପ ପୁଞ୍ଜିରେ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ଏବଂ ଏହାର ସଫଳତାକୁ ଦେଖି ବୃହତ୍‌ କମ୍ପାନୀ ଓଡ଼ିଶା ଆସିବେ ।

ସାରା ଭାରତରେ ଓଡ଼ିଶାର ପ୍ରଥମ ବ୍ୟବସ୍ଥା: ବିଦ୍ୟୁତ୍‍ଚାଳିତ ଗାଡ଼ିରେ ମିଳିବ ରିଆତି, ଯିବାକୁ ପଡ଼ିବନାହିଁ ଆରଟିଓ
ଭୁବନେଶ୍ୱର: ଏଣିକି ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ସବ୍‍ସିଡି ଅର୍ଥ ପାଇବାରେ ସମସ୍ୟା ରହିବ ନାହିଁ। ଏଥିସହ ଗ୍ରାହକ, ଉତ୍ପାଦକ ମାନଙ୍କର ସମସ୍ତ ବିବରଣୀ ସରକାରଙ୍କ ନିକଟରେ ଉପଲବ୍ଧ ହେବ। ଆଜିଠାରୁ ସ୍ବତନ୍ତ୍ର ପୋର୍ଟାଲ ‘ଓଡ଼ିଶା ଟ୍ରାନ୍ସପୋର୍ଟ ଡଟ୍‍ ଜିଓଭି ଡଟ୍‍ ଆଇଏନ୍‍’ର ଶୁଭାରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ୱତନ୍ତ୍ର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ସମଗ୍ର ଦେଶରେ ଏପରି ପୋର୍ଟାଲ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ‘ଓଡ଼ିଶା ଟ୍ରାନ୍ସପୋର୍ଟ ଡଟ୍‍ ଜିଓଭି ଡଟ୍‍ ଆଇଏନ୍‍’ ପୋର୍ଟାଲରେ ସବ୍‍ସିଡି ପାଇଁ ଆବେଦନ କରାଯାଇ ପାରିବ। ଏଥିପାଇଁ ଆରଟିଓ ଯିବା ଆବଶ୍ୟକ ନୁହେଁ। କାର୍ଯ୍ୟକାରୀ ହୋଇଥିବାରୁ ପ୍ରଥମ ଗ୍ରାହକ ଭାବେ ଆରଟିଓ-୨ରେ ପଞ୍ଜିକୃତ ହୋଇଥିବା ବିଦ୍ୟୁତ ଚାଳିତ ଗାଡ଼ି ମାଲିକ ତ୍ରିଲୋଚନ ବେହେରାଙ୍କୁ ପ୍ରଥମ ସବସିଡି ଅର୍ଥ ପ୍ରଦାନ କରାଯିବ। ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବ୍‍ସିଡି ଅର୍ଥ ଯିବ। ସମସ୍ତ ଚାରି ଚକିଆ ଯାନକୁ ସବ୍‍ସିଡି ମିଳିବ। ତେବେ ଦୁଇ ଚକିଆ ଯାନ କ୍ଷେତ୍ରରେ ବ୍ୟାଟେରୀ ଉପରେ ସର୍ବନିମ୍ନ ତିନି ବର୍ଷର ୱାରେଣ୍ଟି ସହିତ ଆଉ କିଛି ସର୍ତ୍ତ ପୂରଣ କରିବାକୁ ହେବ। ଏହା ପୂର୍ବରୁ ରାଜ୍ୟ ସରକାର ବିଦ୍ୟୁତ ଚାଳିତ ଯାନ ଉପରୁ ପଞ୍ଜିକରଣ ଦେୟ ଛାଡ଼ କରିଛନ୍ତି।

ବିଦ୍ୟୁତ ଚାଳିତ ଯାନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ ଯାନ ନୀତି-୨୦୨୧ ନୀତି ପ୍ରଣୟନ କରିଛନ୍ତି। ବିଦ୍ୟୁତ ଚାଳିତ ଯାନ କିଣିବା, ଚାର୍ଜିଂ ଷ୍ଟେସନ୍‍ ଆଦି ସ୍ଥାପନ କରିବା ପାଇଁ ରାଜ୍ୟ ଇଭି ପାଣ୍ଠି ଗଠନ କରାଯାଇଛି। ଏହି ପାଣ୍ଠିରୁ ପ୍ରୋତ୍ସାହନ ରାଶି ଏବଂ ସବ୍‍ସିଡି ପ୍ରଦାନ କରାଯିବ। ଏଥିପାଇଁ ଫେବୃଆରୀ ମାସରେ ରାଜ୍ୟ ସରକାର ଇଭି ପାଣ୍ଠିକୁ ୫ କୋଟି ଟଙ୍କା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଭାଗ ତୁରନ୍ତ ପୋର୍ଟାଲ ପ୍ରସ୍ତୁତ କରି ସବ୍‍ସିଡି ଅର୍ଥ ପ୍ରଦାନ ଆରମ୍ଭ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରକ୍ରିୟା ଦ୍ୱାରାନ୍ୱିତ କରାଯାଇ ପୋର୍ଟାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଆଜି ଉଦ୍‍ଘାଟନ ହୋଇଛି। ଏହି ପୋର୍ଟାଲରେ ବିଦ୍ୟୁତ ଚାଳିତ ଗାଡ଼ି କ୍ରୟ ଓ ସବ୍‍ସିଡି ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଗାଡ଼ି କିଣୁଥିବା ଲୋକଙ୍କୁ ଆରଟିଓଙ୍କ ଜରିଆରେ ସବ୍‍ସିଡି ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଛି। ପଞ୍ଜିକୃତ ହୋଇଥିବା ଅବା ହେବାକୁ ଥିବା ଆରଟିଓ ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବ୍‍ସିଡି ଅର୍ଥ ପଠାଇବେ। ରାଜ୍ୟରେ କେତେ ସଂଖ୍ୟକ ବିଦ୍ୟୁତ ଚାଳିତ ଯାନ ବିକ୍ରି ହେଉଛି ତାହାର ତଥ୍ୟ ଏକ ସ୍ୱତନ୍ତ୍ର ପୋର୍ଟାଲରେ ଉପଲବ୍ଧ ହେବ। ଏନ୍‍ଆଇସି/ଓକାକ୍‍ ସହାୟତାରେ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ୱେବ୍‍ସାଇଟ୍‍ ପ୍ରସ୍ତୁତ କରାଯିବ। ଏଥିରେ କେଉଁ ଗ୍ରାହକଙ୍କୁ ସବସିଡି ଅର୍ଥ ପ୍ରଦାନ କରାଯାଇଛି, ଗାଡ଼ି କିଣା ପାଇଁ ଋଣ ଉପରେ କେତେ ସବ୍‍ସିଡି ପ୍ରଦାନ କରାଯାଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଏଥିରେ ଉପଲବ୍ଧ ହେବ।

ଇଭି କ୍ରୟ ଉପରେ ସବ୍‍ସିଡି ପ୍ରଦାନ ପାଇଁ ଜାନୁଆରୀ ୩୧ ତାରିଖରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଦୁଇ ଚକିଆ ଯାନ ଉପରେ ୧୫ ପ୍ରତିଶତ ଅବା ସର୍ବାଧିକ ୫ ହଜାର ଟଙ୍କା ସବ୍‍ସିଡି ମିଳିବ। ସେହିପରି ତିନି ଚକିଆ ଯାନ ଉପରେ ୧୦ ହଜାର ଟଙ୍କା ଏବଂ ଚାରି ଚକିଆ ଯାନ ଉପରେ ସର୍ବାଧିକ ୫୦ ହଜାର ଟଙ୍କା ରିଆତି ମିଳିବ।

ଗତବର୍ଷ ଅଗଷ୍ଟ ମାସରେ ରାଜ୍ୟ କ୍ୟାବିନେଟ୍‍ ଓଡ଼ିଶା ବିଦ୍ୟୁତ ଚାଳିତ ଯାନ ନୀତି-୨୦୨୧କୁ ଅନୁମୋଦନ ପ୍ରଦାନ କରିଥିଲା। ଡିସେମ୍ବର ୩୧, ୨୦୨୫ ପର୍ଯ୍ୟନ୍ତ ଗ୍ରାହକଙ୍କୁ ସବ୍‍ସିଡି ପ୍ରଦାନ କରାଯିବ। ଗତବର୍ଷ ସେପ୍ଟେମ୍ବର ୧ ତାରିଖ ଠାରୁ ସବ୍‍ସିଡି ନିୟମ ଲାଗୁ ହେବ।

ପୋର୍ଟାଲ ଉନ୍ମୋଚନ ଅବସରରେ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ପରିବହନ କମିଶନର ଅରୁଣ ବୋଥ୍ରା, ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।