Puri Heritage Corridor Project - The Sakala

ଜାନୁଆରୀ ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା, ସାକାର ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ
ପୁରୀ: ଐତିହ୍ୟର ସହର ପୁରୀର ବିକାଶ ଯୋଡିହେବ ଆଉ ଏକ ନୂଆ ଅଧ୍ୟାୟ। ୨୦୨୪ ଜାନୁଆରୀ ୧୭ ତାରିଖରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଭବ୍ୟ ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଉଛି । ଜାନୁୟାରୀ ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ । ପାଞ୍ଚଦିନ ଧରି ହୋମଯଜ୍ଞ ହେବା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ ।

ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଶୁକ୍ରବାର ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସକାଳ ୯ଟାରୁ ଅପରାହ୍ନ ଯାଏ ଗଜପତି ମହାରାଜା ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ, ଶ୍ରୀସେତୁ ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହାର ସମୀକ୍ଷା କରିଛନ୍ତି ।

ସକାଳୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଟାଟା ଓ ଓବିସିସି ଅଧିକାରୀଙ୍କ ସହ ପ୍ରଥମେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସର ବୁଲିଥିଲେ । ସେଠାରେ ନିର୍ମାଣାଧୀନ ବହୁତଳ ପାର୍କିଂ, ପିଲିଗ୍ରୀମ୍‌ ସେଣ୍ଟର, ମହାପ୍ରସାଦ ସେବନ କରିବା ପାଇଁ ଶେଡ୍‌ ପ୍ରଭୃତି ଦେଖିଥିଲେ । ଏହାପରେ ଶ୍ରୀ ସେତୁ ଓ ଶେଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ ଗଜପତି ମହାରାଜା ।

ଉଲ୍ଲେଖଯୋଗ୍ୟ ୨୦୨୧ ଡିସେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପ୍ରକଳ୍ପରେ ପରିକ୍ରମା ମାର୍ଗ, ଅଭ୍ୟର୍ଥନା କେନ୍ଦ୍ର, କ୍ଲୋକରୁମ୍‌, ସୂଚନା ଓ ଦାନକେନ୍ଦ୍ର, ସର୍ବସାଧାରଣ ଶୌଚାଳୟ, ସେବାୟତ ଶୌଚାଳୟ, ବିଶ୍ରାମ ସ୍ଥଳ, ଜେଟିପି ଆଉଟ୍‌ ପୋଷ୍ଟ, ଏଟିଏମ କିଓସ୍କୋ, ମହାପ୍ରସାଦ ଓ ଅନ୍ୟାନ୍ୟ ସାମଗ୍ରୀ ଓହ୍ଲାଇବା ଓ ଲଦିବା ସ୍ଥାନ, ଇଲେକ୍ଟ୍ରି ରୁମ୍‌, ଅଗ୍ନିଶମ ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଲ୍ୟାଣ୍ଡ ସ୍କେପିଂ ଇତ୍ୟାଦି କରାଯାଉଛି । ତେବେ ଯେଉଁ କାମ ବାକି ଅଛି ତାହାକୁ ଶୀଘ୍ର ଶେଷ କରିବା ଲାଗି ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ସମୀକ୍ଷା ବୈଠକରେ ଓବିସିସି ଓ ଟାଟା ପ୍ରୋଜେକ୍ଟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁର ଏଣ୍ଡିଂ ପଏଣ୍ଟ ଜଗନ୍ନାଥବଲ୍ଲଭରେ ୪ମହଲା ବିଶିଷ୍ଠ ପାର୍କିଂ ସ୍ଥଳ ନିର୍ମାଣ କରାଯାଉଛି । ଏହାର ଉପର ମହଲାରେ ପିଲିଗ୍ରୀମ ସେଣ୍ଟର ବା ଧ୍ୟାନ କେନ୍ଦ୍ର ରହିଛି । ସେଠାରୁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଓ ନରେନ୍ଦ୍ର ପୁଷ୍କରିଣୀର ଅପୂର୍ବ ଦୃଶ୍ୟ ଦେଖି ଭିନ୍ନ ଅନୁଭୂତି ସାଉଣ୍ଟିବେ । ତେବେ ସେଠାରେ ୧,୪୦୦ ଗାଡି ପାର୍କିଂ ସହ ଫୁଡ୍‌କୋର୍ଟ ଓ ସିଧାସଳଖ ଶ୍ରୀମନ୍ଦିରକୁ ସଂଯୋଗ ପାଇଁ ଆକ୍‌ସେସ ରୋଡ଼ର ବ୍ୟବସ୍ଥା ହୋଇଛି । ମଙ୍ଗଳାହାଟ ବାଇପାସ୍‌ରେ ହୋଇଥିବା ଗୋଲେଇ ଓଭର ବ୍ରିଜ ଦ୍ୱାରା ଉଭୟ ବ୍ରହ୍ମଗିରି ଓ ଭୁବନେଶ୍ୱର ରାସ୍ତାକୁ ସଂଯୋଗ କରାଯାଇଛି । ଫଳରେ ଯାତ୍ରୀ ତଥା ପର୍ଯ୍ୟଟକ ଯିବା ଆସିବା ବେଳେ ଆଉ ଦ୍ୱନ୍ଦ୍ୱରେ ପଡିବେ ନାହିଁ । ତେବେ ଏହିସବୁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଉଛନ୍ତି ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ପୁରୀ ବିଧାୟକ : ବିକାଶକୁ ବିରୋଧ କରାନଯାଉ, ଶୀଘ୍ର କାମ ଶେଷ ହେଉ
ପୁରୀ : ଶ୍ରୀକ୍ଷେତ୍ରକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ  ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ୮୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉତ୍କୃଷ୍ଟ କଳାର ପରିଚୟ ଓ ସ୍ବାକ୍ଷର ବହନ କରୁଥିବା ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ବିକାଶ ଏବଂ ଉତ୍କଳୀୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟଭରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ପ୍ରୟାସ ହେଉଛି, ତାହା ଅଗଣିତ ଭକ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିବାବେଳେ କତିପୟ ବ୍ୟକ୍ତି ଶ୍ରୀକ୍ଷେତ୍ରର ଆତ୍ମଘୋଷିତ ଅଭିଭାବକ ସାଜି ଏହାକୁ ବିରୋଧ କରିବା ସହ କାମ ବନ୍ଦ କରିବାପାଇଁ ବହୁ ଚେଷ୍ଟା କରୁଥିଲେ। କିନ୍ତଚ କୁଚକ୍ରୀଗୋଷ୍ଠୀଙ୍କର ସବୁ ପ୍ରୟାସ ବିଫଳ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମମାଲକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟ ଉଭୟ ଆବେଦନକାରୀ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇଙ୍କ  ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି।

ଶ୍ରୀକ୍ଷେତ୍ର ପୁରୀରେ ରାଜ୍ୟ ସରକାର କରୁଥିବା ବିକାଶ କାର୍ଯ୍ୟକୁ ପ୍ରଥମରୁ ସ୍ବାଗତ କରିଆସିଥିବା ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନକୁ ସୁପ୍ରିମ୍‌ କୋର୍ଟ ରଦ୍ଦ କରିବା ପରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଗୋଟେ ଜିନିଷକୁ ଅଧାଗଢ଼ା କରି ଛାଡି ଦେବା ଠିକ ନୁହେଁ ଏହା ମନ୍ଦିର ପ୍ରତି ବିପଦ। ପ୍ରକଳ୍ପକୁ କେହି ବିରୋଧ କରିବା ଉଚିତ ନୁହେଁ।  ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିବା ଉଚିତ।ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ କାମ ଚାଲିଛି ତାହା ବହୁ ବର୍ଷ ଆଗକୁ ଲକ୍ଷ୍ୟ ରଖି କାମ କରାଯାଉଛି।  ତେଣୁ ଶୀଘ୍ର କାମ ଶେଷ କରାଯାଉ।

ଏହାପୂର୍ବରୁ ମଧ୍ୟ ପୁରୀର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କରୁଥିବା କାମକୁ ଜୟନ୍ତ ଷଡ଼ଙ୍ଗୀ ସ୍ବାଗତ କରିଛନ୍ତି। ସ୍ୱର୍ଗଦ୍ୱାର ଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ଚାରିପାଖ ସବୁଠି ବିକାଶ ହେଉଛି, ମୁଁ ବିଧାୟକ ଭାବେ ତାହା ଅନୁଭବ କରୁଛି। ରାଜ୍ୟ ସରକାର ପୁରୀର ବିକାଶ ପାଇଁ କାମ କରୁଛନ୍ତି, ଏହାକୁ ନେଇ ଯିଏ ରାଜନୀତି କରିବା କଥା କରୁଥାଉ ବୋଲି ମଧ୍ୟ ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ପୂର୍ବରୁ କହିଥିଲେ।

ସୂଚନାଯୋଗ୍ୟ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ବିରୋଧୀ ଏକ ରାଜନୈତିକ ଏଜେଣ୍ଡା ବନାଇଥିଲେ। ବିକାଶ କାମକୁ ବିରୋଧ କରି କାମକୁ ଅଟକାଇଥିଲେ। ଏହାରି ମଧ୍ୟରେ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ସୁପ୍ରିମକୋର୍ଟରେ ଏକ ପିଟିସନ୍‌ ଦାୟର କରିଥିଲେ। ତେବେ ସୁପ୍ରିମକୋର୍ଟ ଏହିମାମଲାକୁ ଗତକାଲି ଶୁଣାଣି କରିବା ସହ ଆଜି ରାୟ ପ୍ରକାଶ କରିଛନ୍ତି। ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟ ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଖଣ୍ଡପୀଠ କହିଛନ୍ତି- ନିକଟ ଅତୀତରେ ଜନସ୍ବାର୍ଥ ମାମଲା ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ସେଥିରୁ ଅନେକ ପିଟିସନ୍‌ ହୁଏ ତ ପ୍ରଚାର କେନ୍ଦ୍ରିକ ଅଥବା ବ୍ୟକ୍ତିଗତ ସ୍ବାର୍ଥ ବିଜଡ଼ିତ। ଅଦାଲତଙ୍କ ସମୟ ନଷ୍ଟ କରୁଥିବାରୁ ଆମେ ଏଭଳି ପିଟିସନ୍‌ ଦାଏର ପ୍ରଥାକୁ ଅଗ୍ରାହ୍ୟ କରୁଛୁ। ତେଣୁ, ଏଭଳି ପିଟିସନ୍‌ଗୁଡ଼ିକୁ ମୂଳରୁ ନିପାତ କଲେ ମାମଲା ଆଗକୁ ବଢ଼ି ପାରିବ ନାହିଁ।

ଅଦାଲତ କହିଲେ ଯେ, ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକଳାପ ଜନସାଧାରଣଙ୍କ ସୁବିଧା ନିମନ୍ତେ ଅତ୍ୟାବଶ୍ୟକ। ସେସବୁ ‘ପ୍ରାଚୀନ ସ୍ମାରକୀ ଓ ପତ୍ନତାତ୍ତ୍ବିକ ସ୍ଥଳୀ ଓ ଅବଶେଷ ଆଇନ୍‌ ୧୯୫୮’ ଅନୁଯାୟୀ କରାଯାଉଛି। ଏହାଛଡ଼ା, ମନ୍ଦିର ପ୍ରଶାସନ ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦେଶମତେ ମଧ୍ୟ ଏହା ଚାଲିଛି।ଭକ୍ତମାନଙ୍କର ସୁବିଧା ଓ ହିତ ନିମନ୍ତେ ଏହି ସବୁ ନିର୍ମାଣ କାର୍ୟ୍ୟ ଚାଲିଛି ବୋଲି ଅଦାଲତ କହିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀ ବି ରଖିଛନ୍ତି ସହଭାଗିତା, ଦେଇଛନ୍ତି ସହଯୋଗ ରାଶି, ବିକାଶକୁ କରିଛନ୍ତି ପ୍ରଶଂସା
ପୁରୀ : ଶ୍ରୀମନ୍ଦିରର ଚତୁଃପାର୍ଶ୍ବକୁ ଦିଆଯାଉଛି ନୂଆରୂପ। ବଡ଼ଦେଉଳର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଦର୍ଶନାର୍ଥୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଇ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରସ୍ତୁତ ହେଉଛି ଐତିହ୍ୟ କରିଡ଼ର। ପ୍ରତିଟି କାରୁକାର୍ଯ୍ୟରେ ରହିବ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଛାପ। ଏଥିରେ ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଏହା ପରେ ପରିକ୍ରମା ପ୍ରକଳ୍ପ ପ୍ରତି ବଢ଼ିଛି ସହଯୋଗର ହାତ।

କେବଳ ଓଡ଼ିଆ ନୁହେଁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରିବା ସହ ସେମାନଙ୍କ ସହଭାଗିତା ରଖିଛନ୍ତି। ଏହି ତାଲିକାରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି। ହେଲେ ଏବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିଜର ଇଚ୍ଛାକୁ ପୂରଣ କରିବା ଲାଗି ପ୍ରକଳ୍ପକୁ ବିରୋଧ କରୁଛନ୍ତି। ମହାପ୍ରଭୁଙ୍କୁ ବି ନେଇ ସେମାନେ ରାଜନୀତି ଖେଳ ଖେଳୁଛନ୍ତି।

୨୦୨୧ ଫେବୃୟାରୀ ୨୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଧାନସଭାରେ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଲେ କେମିତି ଦେଖାଯିବ ବଡ଼ଦେଉଳ ଚତୁଃପାର୍ଶ୍ବ। ଦର୍ଶନାର୍ଥୀଙ୍କ ପାଇଁ କ’ଣ ରହିବ ସୁବିଧା ସୁଯୋଗ। ଶାନ୍ତଶୀତଳ ପରିବେଶରେ ଶ୍ରଦ୍ଧାଳୁ କିପରି ଭାବ ଭକ୍ତିରେ ଭିଜିଯିବେ। ବିଶ୍ୱବାସୀଙ୍କ ନଜର ଟାଣିବା ଭଳି କିଭଳି ରହିବ ପରିକ୍ରମା ମାର୍ଗ। ବିସ୍ତୃତ ଭାବେ ଏହି ପ୍ରକଳ୍ପର ରୂପରେଖ ସ୍ପଷ୍ଟ କରିଥିଲେ। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଏବଂ ଏହାର ଚତୁଃପାର୍ଶ୍ବର ଏହି ବିକାଶ ଯୋଜନାକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ। ସେହିଦିନ ଏଥିରେ ପ୍ରତିଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ଏହା ପରଠାରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିବା ସହ ସହଯୋଗର ହାତ ବଢ଼ାଇଛନ୍ତି।

ଗତବର୍ଷ ମାର୍ଚ୍ଚ୨୨ ତାରିଖରେ ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେବାକୁ ଥିବା ବିକାଶ ସମ୍ପର୍କରେ ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କଠାରୁ ବୁଝିବା ସହ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ସିଂହଦ୍ୱାର ସମ୍ମୁଖ ଅଞ୍ଚଳକୁ ଭଲ ଭାବେ ଦେଖିବା ସହ ଶ୍ରୀମନ୍ଦିର ବିକାଶରେ ସହଭାଗିତା ରଖିଥିଲେ ରାଷ୍ଟ୍ରପତି। ନିଜ ଦରମାରୁ ୧ଲକ୍ଷ ଟଙ୍କାର ଚେକ୍‍ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ ପ୍ରଦାନ କରିଥିଲେ। କେବଳ ରାଷ୍ଟ୍ରପତି ନୁହଁନ୍ତି ବିଭିନ୍ନ ସମୟରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ବିଶିଷ୍ଟ ବ୍ୟକ୍ତି ନିଜର ସହଭାଗିତା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସମାଜର ଶ୍ରଦ୍ଧାର କେନ୍ଦ୍ର। ସାଢେ ୪ କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ସହ ଯୋଡି ହୋଇଛନ୍ତି। ସମାଜର ଦାୟିତ୍ୱରେ ହିଁ ବଡ଼ଦେଉଳର କାମ ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିରର ଉତ୍କୃଷ୍ଟ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ସହଯୋଗର ହାତ ବଢ଼ାନ୍ତୁ ବୋଲି ଆହ୍ୱାନ ଦେଇଥିଲେ ଧର୍ମେନ୍ଦ୍ର।

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରତ୍ୟେକ ୫୦ ହଜାର ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିଛନ୍ତି। କେବଳ ବ୍ୟକ୍ତିବିଶେଷ ନୁହନ୍ତି, ବିଭିନ୍ନ ଅନୁଷ୍ଠାନ ବି ଶ୍ରୀମନ୍ଦିର ବିକାଶରେ ସହଭାଗିତା ହେବା ପାଇଁ ଆଗେଇ ଆସିଛନ୍ତି। କଳିଙ୍ଗ କମର୍ସିଆଲ କର୍ପୋରେଶନ ଲିମିଟେଡ ଏବଂ ଏମ୍‍ଜିଏମ୍‍ ମିନେରାଲ୍ସ ଲିମିଟେଡ ୧ କୋଟି ଲେଖାଏ ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି। ବଲିଉଡ୍‍ର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଅଭିନେତା ଗୋବିନ୍ଦା ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବିଶିଷ୍ଟ ବ୍ୟକ୍ତି ଏବଂ ଅନୁଷ୍ଠାନ ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରି ସହଭାଗିତା ରଖିଥିବାବେଳେ ଏବେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରକଳ୍ପ କାମକୁ ବନ୍ଦ କରିବା ଲାଗି ହୀନ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କ ଅସଲମୁଖା ପଦାରେ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ବିବାଦ ବଢ଼ାଉଛି ଏଏସ୍‍ଆଇ
ଭୁବନେଶ୍ୱର : ସଂସ୍କୃତି, ଆସ୍ଥା ଓ ଭାବର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ନିମନ୍ତେ ଆରମ୍ଭ ହୋଇଥିବା ‘ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ’କୁ ଅଧିକ ଗତିଶୀଳ କରିବା ନେଇ ପଥ ପରିଷ୍କାର ହୋଇଛି। ପ୍ରକଳ୍ପ କାର୍ଯ୍ୟ ନେଇ ଏଏସ୍‍ଆଇ ପକ୍ଷରୁ ବିଭିନ୍ନ ସମୟରେ ଉଠାଯାଇଥିବା ଆଇନଗତ ବିବାଦ ଓଡ଼ିଶା ହାଇକୋର୍ଟଙ୍କ ଅନୁକୂଳ ଅନୁଶୀଳନ ଓ ନିର୍ଦ୍ଦେଶ ପରେ ଅର୍ଥହୀନ ହୋଇପଡ଼ିଛି। ଏପରିକି ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଦିଆ ନ ଯିବା ପ୍ରକଳ୍ପ କାର୍ଯ୍ୟ ଉଚିତ୍‍ ମାର୍ଗରେ ଯାଉଥିବା ସୂଚାଉଛି। ଅନ୍ୟପକ୍ଷରେ ବିନାଅନୁମତିରେ ନିର୍ମାଣ କାର୍ଯ୍ୟ ଚାଲିବା ସହ ଏଏସ୍‍ଆଇକୁ ଅନ୍ଧାରରେ ରଖାଯାଉଥିବା ନେଇ ପ୍ରକଳ୍ପବିରୋଧୀଙ୍କ ଅଭିଯୋଗ ହାଇକୋର୍ଟରେ ଏଏସ୍‍ଆଇର ସତ୍ୟପାଠ ପରେ ଭିତ୍ତିହୀନ ହୋଇପଡ଼ିଛି।

ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ ରାଜ୍ୟ ସରକାର ସମସ୍ତ ବିଧିବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏସବୁ ବିଷୟରେ ଯଥେଷ୍ଟ ଅବଗତ ଥାଇ ବି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଆଞ୍ଚଳିକ ପ୍ରମୁଖ ବିଭିନ୍ନ ଆଳ ଦେଖାଇ ବାରମ୍ବାର ଏହି ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିରେ ବାଧା ସୃଷ୍ଟି କରିବାକୁ ଅପଚେଷ୍ଟା କରିଆସୁଛନ୍ତି। ଏପରିକି ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ସହ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ସର୍ବୋତ୍ତମ ସୁବିଧାସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଯୋଜନା ଓ ପଦକ୍ଷେପକୁ ସୁପ୍ରିମକୋର୍ଟ ପ୍ରଶଂସା କରିଛନ୍ତି। ଏଥିସହିତ ଭକ୍ତଙ୍କ ପାଇଁ ହେଉଥିବା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଶ୍ରୀକ୍ଷେତ୍ର ଧାମର ଉନ୍ନତିକରଣ ଓ ବିକାଶ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ପୁରାତନ କୀର୍ତ୍ତିରାଜି ଭଳି ନବନିର୍ମାଣର ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଏଏସ୍‍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ବେ ଏହି ପ୍ରକଳ୍ପ କାର୍ଯ୍ୟକୁ ନେଇ ଦେଖାଦେଇଥିବା ବିବାଦ ଓ ଏଏସ୍‍ଆଇର ଭୂମିକା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାର ପରିପନ୍ଥୀ ସାଜିଛି।

ଗତ ୨୦୨୧ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କରକମଳରେ ପ୍ରକଳ୍ପର ଭିତ୍ତି ପଡ଼ିଥିଲା। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ସମସ୍ତ ବିଧିବ୍ୟବସ୍ଥାକୁ ଅନୁଧ୍ୟାନ ଓ ଅନୁଶୀଳନ କରି ଆବଶ୍ୟକ ପଦକ୍ଷେପମାନ ନେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୧ ଏପ୍ରିଲ ୧୨ ତାରିଖରେ ଏଏସ୍‍ଆଇ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୧ ମେ ୪ ତାରିଖରେ ମଧ୍ୟ କାର୍ଯ୍ୟ ଆରମ୍ଭ ପାଇଁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ବା ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି(ଏନ୍‍ଏମ୍‍ଏ)ଙ୍କ ଅନୁମତି ଲାଭ ସକାଶେ ପ୍ରକଳ୍ପ ସ୍ଥାନ ପରିଦର୍ଶନ ପାଇଁ ରାଜ୍ୟ ସରକାର ଏଏସ୍‍ଆଇକୁ ପତ୍ର ମାଧ୍ୟରେ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏଏସ୍‍ଆଇର ଆଞ୍ଚଳିକ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଏକ କମିଟି ଗଠନ କରି ପ୍ରକଳ୍ପ ସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ନୂଆଦିଲ୍ଲୀସ୍ଥିତ ଏଏସ୍‍ଆଇ ମହାନିର୍ଦ୍ଦେଶକଙ୍କୁ ୨୦୨୧ ଜୁନ୍‍ ୩ ତାରିଖରେ ଅବଗତ କରାଇଥିଲେ। ରାଜ୍ୟ କ୍ୟାବିନେଟର ଅନୁମୋଦନ କ୍ରମେ ଓବିସିସି ତରଫରୁ ଟାଟା ପ୍ରୋଜେକ୍ଟ ଲିମିଟେଡ୍ସ ଉକ୍ତ ପ୍ରକଳ୍ପ କାର୍ଯ୍ୟ କରିବା ନେଇ ଓବିସିସି ଏଏସ୍‍ଆଇକୁ୨୦୨୧ ଅଗଷ୍ଟ ୨୧ ତାରିଖରେ ଅବଗତ କରାଇଥିଲା। ଏଏସ୍‍ଆଇର କ୍ଷେତ୍ର ଅନୁଧ୍ୟାନ ରିପୋର୍ଟ ପରେ ପ୍ରକଳ୍ପ କାର୍ଯ୍ୟ ନେଇ ରାଜ୍ୟ ସରକାରଙ୍କୁ ଏନଏମ୍‍ଏ ୨୦୨୧ ସେପ୍‍ଟେମ୍ବର ୪ ତାରିଖରେ ଆପତ୍ତିରହିତ ଅନୁମତି ପ୍ରଦାନ କରିଥିଲେ। ଏନଏମ୍‍ଏର ଅନୁମତି ଆଧାରରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାବେଳେ ୬ ମାସ ଧରି ଏଏସ୍‍ଆଇ ଏବାବଦରେ ନିରବ ରହିଥିଲା।

ଏହାପରେ ୨୦୨୨ ଫେବୃଆରୀ ୫ ତାରିଖରେ ଏଏସ୍‍ଆଇ ପକ୍ଷରୁ ପୁଣି ପ୍ରକଳ୍ପ କାର୍ଯ୍ୟ ଉପରେ ଆପତ୍ତି ଉଠାଯାଇ ଅନୁମତି ପତ୍ର ଓ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ତଥ୍ୟ ମଗାଯିବା ସହ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ନେଇ ଆପତ୍ତି ଉଠାଇଥିଲା। ଅନ୍ୟପକ୍ଷରେ ଏଏସ୍‍ଆଇ ମହାନିର୍ଦ୍ଦେଶକ ଭି. ବିଦ୍ୟାବତୀ ଗତ ଫେବୃଆରୀ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ପରିଦର୍ଶନ ବିବରଣୀରେ ୨୨ ତାରିଖରେ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସନ୍ତୋଷଜନକ ଟିପ୍ପଣୀ ଉଲ୍ଲେଖ କରିବା ସହ ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏଥିସହିତ ଆଇନଗତ ବିବାଦକୁ ଏଡ଼ାଇବା ପାଇଁ ସ୍ଥାନୀୟ ଏଏସ୍‍ଆଇ ଅଧିକାରୀଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ପ୍ରକଳ୍ପ ଅଧିକାରୀମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରସ୍ତାବିତ ଅଭ୍ୟର୍ଥନା କକ୍ଷକୁ ନିଷିଦ୍ଧାଞ୍ଚଳ ପରିବର୍ତ୍ତେ ନିୟନ୍ତ୍ରିତ ଅଞ୍ଚଳ(ରେଗୁଲେଟେଡ୍‍ ଏରିଆ)ରେ ନିର୍ମାଣ ପାଇଁ ସେ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇ କାର୍ଯ୍ୟ ଚାଲିଛି।

ଗସ୍ତ ସମୟରେ ଏଏସ୍‍ଆଇ ନିର୍ଦ୍ଦେଶକ ଭି. ବିଦ୍ୟାବତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ଏହା ଏକ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଏବଂ ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଇଛନ୍ତି। ଏଣୁ ପ୍ରକଳ୍ପ ନେଇ କୌଣସି ସମସ୍ୟା ଦେଖାଦେଲେ, ତାହା ଆପୋଷ ବୁଝାମଣା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ସମାଧାନ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ।ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଏଏସ୍‍ଆଇ ସହିତ ପ୍ରତି ପଦକ୍ଷେପରେ ସହଯୋଗ ଭିତ୍ତିରେ ନିର୍ମାଣ କାର୍ଯ୍ୟ ପାଇଁ ପ୍ରୟାସ ଜାରି ରଖିଛନ୍ତି। ବିଧିବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ଓ ଏଏସ୍‍ଆଇ ମଧ୍ୟରେ ହୋଇଥିବା ପତ୍ରବିନିମୟରୁ ପ୍ରକ୍ରିୟାର ସ୍ୱଚ୍ଛତା ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟରେ ଏଏସ୍‍ଆଇର ଅନୁମତିକୁ ନେଇ ବିଜେପିର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଓ ଅନ୍ୟ ନେତୃତ୍ୱ ସର୍ବସାଧାରଣରେ କରୁଥିବା ଅଭିଯୋଗ ଓ ଟିପ୍ପଣୀ ଜନମାନସକୁ ଭ୍ରମିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଶ୍ରୀମନ୍ଦିର ବିକାଶକୁ ବିରୋଧ କାହିଁକି ?
ପ୍ରଭୁ ଶ୍ରୀଜଗନ୍ନାଥ ଖାଲି ସାଢ଼େ ଚାରି କୋଟି ଓଡ଼ିଆ ନୁହନ୍ତି, ଓଡ଼ିଶା ଓ ଭାରତ ବାହାରେ କୋଟି କୋଟି ଭକ୍ତଙ୍କ ହୃଦୟର ଦେବତା। ଜାତିଧର୍ମ ନିର୍ବିଶେଷରେ ଅଗଣିତ ଶ୍ରଦ୍ଧାଳୁ କାଳିଆଠାରେ ନିଜ ନିଜ ଆରାଧ୍ୟ ଦେବତାଙ୍କୁ ଦେଖି ଭାବ ବିହ୍ବଳିତ ହୁଅନ୍ତି। କିଏ ଭକ୍ତିରେ ବିଲୀନ ଚୈତନ୍ୟଙ୍କୁ ଦେଖେ ତ କିଏ ଧ୍ୟାନମଗ୍ନ ଶିବଙ୍କୁ। କିଏ ଧନୁର୍ଧାରୀ ରାମଙ୍କୁ ତ କିଏ ବଂଶୀଧାରୀ କୃଷ୍ଣଙ୍କୁ। କିଏ ପୁଣି ଏହି ଅଧାଗଢ଼ା ମୂର୍ତ୍ତି ଭିତରେ ନିରାକାର ବ୍ରହ୍ମଙ୍କ ମହାର୍ଘ୍ୟ ଅନୁଭୂତି ସାଉଁଟି ବିସ୍ମୟବିମୂଢ଼ ହୋଇଯାଏ। ଭକ୍ତି ଓ ଭାବର ଠାକୁର ଜଗନ୍ନାଥଙ୍କ ଆଗରେ ସବୁ ଧର୍ମ, ସବୁ ପନ୍ଥ ଏବଂ ସବୁ ବାଦ ଏକାକାର ହୋଇଯାଏ।

କିନ୍ତୁ ବିଡ଼ମ୍ବନା ହେଲା; କୋଟି ଓଡ଼ିଆ ପ୍ରାଣର ସ୍ପନ୍ଦନ ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରକୁ ନେଇ ସୃଷ୍ଟି କରାଯାଉଛି ବାଦ ବିସମ୍ବାଦ। ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉତ୍କୃଷ୍ଟ କଳାର ପରିଚୟ ଓ ସ୍ବାକ୍ଷର ବହନ କରୁଥିବା ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ବିକାଶ ଏବଂ ଉତ୍କଳୀୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟଭରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ପ୍ରୟାସ ହେଉଛି, ତାହା ଅଗଣିତ ଭକ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିବାବେଳେ କତିପୟ ବ୍ୟକ୍ତି ଶ୍ରୀକ୍ଷେତ୍ରର ଆତ୍ମଘୋଷିତ ଅଭିଭାବକ ସାଜି ଏହାକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଏଭଳି ଏକ ମହତ କାର୍ଯ୍ୟରେ ବାଧା ପହଞ୍ଚାଇବା ସହ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି ଫାଇଦା ହାସଲ କରିବାକୁ ଉଦ୍ୟମ କରୁଛନ୍ତି।

ଯେତେବେଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କଲେ; ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଶ୍ରୀମନ୍ଦିର ନିକଟରେ ପୁରୁଷ ପୁରୁଷ ଧରି ଘରଦ୍ବାର ଏବଂ ବ୍ୟବସାୟ ପ୍ରତିଷ୍ଠାନ କରି ରହି ଆସୁଥିବା ସେବାୟତମାନେ ସ୍ବତଃପ୍ରବୃତ୍ତ ଭାବେ ନିଜ ଜମି ଓ ଘରଦ୍ବାରକୁ ଏହି ମହତ୍ କାର୍ଯ୍ୟ ଲାଗି ଉତ୍ସର୍ଗ କରିଦେଲେ।

ଶ୍ରୀକ୍ଷେତ୍ରକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ବିକାଶର ନକ୍ସା ପ୍ରସ୍ତୁତ ହେଲା। ଏଥିପାଇଁ ୮୦୦ କୋଟିରୁ ଊର୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇ ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପର ନାଁ ଦିଆଗଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କେନ୍ଦ୍ର ସରକାରଙ୍କ ଅଧୀନ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଓ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ର ମାର୍ଗଦର୍ଶିକାକୁ ଆଧାର କରି ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିଲା। ଏଏସ୍‌ଆଇର ବରିଷ୍ଠ ଅଧିକାରୀଙ୍କଠୁ ନେଇ ବିଭିନ୍ନ ରାଜ‌େନୖତିକ ଦଳର ନେତୃବୃନ୍ଦ ବିଭିନ୍ନ ସମୟରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବ‌ା ଅବସରରେ ଶ୍ରୀକ୍ଷେତ୍ରର ଏହି ବିକାଶମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ମୁକ୍ତ କଣ୍ଠରେ ଭୁରିଭୁରି ପ୍ରଶଂସା କରିଥିଲେ। ଦେଶର ଅନନ୍ୟ ଧାର୍ମିକ ପୀଠ ଭଳି ପୁରୀକୁ ଆସୁଥିବା ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ, ସମଗ୍ର ଦେଶରେ ପୁରୀ ଯେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି ତାହା ସମସ୍ତେ ଅନୁଭବ କରିଥିଲେ ଏବଂ ଦଳମତ ନିର୍ବିଶେଷରେ ଏହାକୁ ସ୍ବାଗତ କରିଥିଲେ।କିନ୍ତୁ ବିକାଶର ଏହି ମହାପର୍ବକୁ ସମ୍ଭବତଃ କିଛି କୁଚକ୍ରୀ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ହଜମ କରିପାରୁନାହାନ୍ତି। ପ୍ରକଳ୍ପ କାର୍ଯ୍ୟ ଏଏସ୍‌ଆଇ ଓ ଏନ୍‌ଏମ୍‌ଏ ମାର୍ଗଦର୍ଶିକା ଅନୁସାରେ ହେଉ ନ ଥିବା ଅଭିଯୋଗ କରୁଛନ୍ତି ଏବଂ ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି ମିଛ ପ୍ରଚାର କରି ବିକାଶ କାର୍ଯ୍ୟରେ ବାଧା ପହଞ୍ଚାଇବାକୁ ଅପଚେଷ୍ଟା କରୁଛନ୍ତି।

ଶ୍ରୀମନ୍ଦିରର ସେବାୟତଙ୍କଠୁ ନେଇ ସମଗ୍ର ପୁରୀବାସୀ ଏବଂ ଶ୍ରୀକ୍ଷେତ୍ରକୁ ଆସୁଥିବା ଅଗଣିତ ଭକ୍ତ ଏହି ପରିକ୍ରମା ପ୍ରକଳ୍ପର ଚୂଡ଼ାନ୍ତ ରୂପକୁ ଦେଖିବା ଲାଗି ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ଅଳ୍ପ କେତେଜଣ ସ୍ବଘୋଷିତ ବୁଦ୍ଧିଜୀବୀ ଏଥିରେ ବାଧକ ସାଜିଛନ୍ତି। ପ୍ରଶ୍ନ ଉଠୁଛି; ବିନା ତଥ୍ୟ ପ୍ରମାଣରେ ମିଥ୍ୟା ଅଭିଯୋଗ ଆଣି ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିକାଶକୁ ବିରୋଧ କରୁଥିବା ଏହି ମୁଷ୍ଟିମେୟ ବ୍ୟକ୍ତିମାନଙ୍କ ପଛରେ କିଏ ଅଛନ୍ତି? ଏହି ପ୍ରକଳ୍ପ ପାଇଁ ନିଜର ଭିଟାମାଟିକୁ ମଧ୍ୟ ଜଗନ୍ନାଥଙ୍କ ପାଇଁ ଉତ୍ସର୍ଗ କରିଥିବା ଶହଶହ ସେବାୟତଙ୍କ ତ୍ୟାଗର ମୂଲ୍ୟ ଏମାନେ ବୁଝନ୍ତି କି? ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ପୁରୀର ମୁରବୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ଓ ଭକ୍ତ ସମାଜଙ୍କ ମତ କ’ଣ ତାହା ସେମାନେ କେବେ ବୁଝିବାକୁ ଚେଷ୍ଟା କରିଛନ୍ତି କି? କାଶୀ, କେଦାରନାଥ, ବଦ୍ରିନାଥ, ମଥୁରା ଭଳି ଦେଶର ଅନ୍ୟାନ୍ୟ ଭାଗରେ ଥିବା ଧାର୍ମିକ ପୀଠର ବିକାଶ ହୋଇପାରୁଥିବାବେଳେ ଶ୍ରୀକ୍ଷେତ୍ର ବେଳକୁ ବ୍ୟକ୍ତିଗତ ଫାଇଦା ହାସଲର ଉଦ୍ଦେଶ୍ୟ ରଖି ଏମାନେ ଏହି ବିକାଶ କାର୍ଯ୍ୟକୁ ବିରୋଧ କରୁନାହାନ୍ତି ତ?

ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନ ଓ ପରମ୍ପରା ସଂପର୍କରେ ଗଜପତି ମହରାଜାଙ୍କର ବହୁ ଅଭିଜ୍ଞତା ରହିଛି। ଗଜପତି ମ‌ହାରାଜା କେବଳ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ସେବକ ନୁହନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ)ର ସଭାପତି ମଧ୍ୟ। ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଲା, ମନ୍ଦିରର ସୁରକ୍ଷା ବାବଦରେ ଗଜପତିଙ୍କର ମତ ଦେବାର ଯୋଗ୍ୟତା ଓ ଅଧିକାରକୁ ନେଇ ମଧ୍ୟ କିଛି ଲୋକ ପ୍ରଶ୍ନ ଉଠାଉଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଥମେ ଏସ୍‌ଜେଟିଏ ହିଁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଅନୁମୋଦନ ପାଇଁ ପଠାଇଥିଲା। ଏନ୍‌ଏମ୍‌ଏର ତିନି ଜଣିଆ କମିଟି (‌େଯଉଁ କମିଟିର ଜଣେ ସଦସ୍ୟ ହେଉଛନ୍ତି ଏଏସ୍‌ଆଇର ଡିଜି) ପୁଙ୍ଖାନୁପୁଙ୍ଖ ଭ‌ାବେ ଅନୁଧ୍ୟାନ କଲା ପରେ ଏହି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ। ପରିକ୍ରମା ପ୍ରକଳ୍ପରେ ଯେଉଁ ସାମାନ୍ୟ ପରିବର୍ତ୍ତନ କରିବା ପାଇଁ ଏନ୍‌ଏମ୍‌ଏ ଓ ଏଏସ୍‌ଆଇ କହିଥିଲେ; ଏହାକୁ ବାଦ୍ ଦେଇ ପ୍ରକଳ୍ପର ଅନ୍ୟ ସମସ୍ତ କାର୍ଯ୍ୟ ଏବେ ଜାରି ରହିଛି। ତେଣୁ କହିବା ବାହୁଲ୍ୟ; ଏସ୍‌ଜେଟିଏର ସଭାପତି ଭାବେ ଗଜପତି ମହାରାଜା ଆରମ୍ଭରୁ ପ୍ରକଳ୍ପର ବୈଷୟିକ ଦିଗ ଓ ତଥ୍ୟ ସଂପର୍କରେ ଅବଗତ ଅଛନ୍ତି ଏବଂ ବର୍ତ୍ତମାନ ଜାରି ରହିଥିବା ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ଭଲଭାବେ ଜାଣିଛନ୍ତି ଏବଂ ଦାୟିତ୍ବସମ୍ପନ୍ନ ଭାବେ ନିଜ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ପୁରୀରେ କତିପୟ ବ୍ୟକ୍ତିବିଶେଷ ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି ଅପପ୍ରଚାର କରୁଛନ୍ତି; ନା ସେମାନଙ୍କ ନିକଟରେ ପ୍ରକଳ୍ପ ସଂକ୍ରାନ୍ତରେ ପ୍ରକୃତ ତଥ୍ୟ ରହିଛି, ନା ବୈଷୟିକ ଜ୍ଞାନ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯଦି ‌ବେଆଇନ ଭାବେ କିଛି ନିର୍ମାଣ କାର୍ଯ୍ୟ କରାଯାଉ ଥାଆନ୍ତା ଏବଂ ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥାଆନ୍ତା; ତେବେ ଏଏସ୍‌ଆଇ ଓ ଏନ୍‌ଏମ୍‌ଏ ଏହା ବନ୍ଦ କରନ୍ତେ ନାହିଁ କି? କିନ୍ତୁ ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକାଂକ୍ଷା ଏବଂ ଫାଇଦା ହାସଲର ଉଦ୍ଦେଶ୍ୟ ରଖି ସେମାନେ ଏହାର ବିରୋଧ କରୁଛନ୍ତି ବୋଲି ପୁରୀବାସୀ ଓ ସାରା ଓଡ଼ିଶାର ଜଗନ୍ନାଥପ୍ରେମୀ ଜାଣି ସାରିଲେଣି। ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ପାଇଁ ସେମାନଙ୍କର କୌଣସି ଆନ୍ତରିକତା ନାହିଁ। ନିଜ ନିଜର ସଂକୀର୍ଣ୍ଣ ସ୍ବାର୍ଥ ହାସଲ ହୋଇଗ‌ଲେ ସେମାନେ ଚୁପ୍ ହୋଇଯିବେ।

ଯୁଗେ ଯୁଗେ ଭକ୍ତର ଭଗବାନ। ମହାପ୍ରଭୁ ସବୁ ସହିବେ; କିନ୍ତୁ ଭକ୍ତ ଅପମାନିତ ହେଲେ କିମ୍ବା ଭକ୍ତ ଆଖିରୁ ଲୁହ ଗଡ଼ିଲେ ସେ ସହି ପାରନ୍ତି ନାହିଁ। ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଥିବା ମହାପ୍ରଭୁଙ୍କ ରଥ ଭକ୍ତ ସାଲବେଗ ପାଇଁ ଅଧାବାଟରେ ଅଟକି ଯାଇପାରେ। ମହାପ୍ରଭୁ ହାତ ବଢ଼ାଇ ଭକ୍ତ ଦାସିଆ ବାଉରି ହାତରୁ ନଡ଼ିଆ ଗ୍ରହଣ କରିପାରନ୍ତି। ବିପଦରେ ପଡ଼ି ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କଲେ ମୃଗିଣୀ ହେଉ କି ହସ୍ତିନୀ; ମହାପ୍ରଭୁ ନିଜ ଭକ୍ତକୁ ରକ୍ଷା କରିବାକୁ କିଛି ବି କରିପାରନ୍ତି। ତେଣୁ ଶ୍ରୀମନ୍ଦିର ବିକାଶ ପ୍ରସଙ୍ଗକୁ ବିରୋଧ କରି ମହାପ୍ରଭୁଙ୍କ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲେ, ମହାପ୍ରଭୁଙ୍କ ଧର୍ମଦାଣ୍ଡରେ ଦଣ୍ଡିତ ନ ହୋଇ କେହି ଖସିଯାଇ ପାରିବେ ନାହିଁ। ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟକୁ ରୋକିବା ପାଇଁ ଯେଉଁମାନେ ଏଭଳି ହୀନ ଚକ୍ରାନ୍ତ କରୁଛନ୍ତି ସେମାନଙ୍କୁ ଜଗନ୍ନାଥପ୍ରେମୀ ଓଡ଼ିଆ ଜାତି ଏବଂ ଭବିଷ୍ୟତ ପିଢ଼ି କେବେ କ୍ଷମା ଦେବ ନାହିଁ। ତେଣୁ ସେମାନେ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ ଏବଂ ନିଜ ଅନ୍ତରାତ୍ମାର ଡାକ ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ବାଧା ପହଞ୍ଚାଇବାରୁ ନିବୃତ ରହନ୍ତୁ।

ସଂସଦରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ, ମୁହାଁମୁହିଁ ହେଲେ ଅପରାଜିତା ଷଡଙ୍ଗୀ-ପିନାକୀ ମିଶ୍ର
ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଲେ ଏହି ପ୍ରସଙ୍ଗ । NMAର ବିନା ଅନୁମତିରେ କାମ ଚାଲିଛି ବୋଲି ସାସଂଦ କହିଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି । ଶ୍ରୀଘ୍ର ଏହାକୁ ବନ୍ଦ କରିବା ସହ ସଂସ୍କୃତି ମନ୍ତ୍ରାଳୟ ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଂଘନ ହେଉନାହିଁ । ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି-ଏନଏମଏର ଅନୁମତି ରହିଛି । ଏଏସଆଇ ମଧ୍ୟ ପ୍ରକଳ୍ପ ବାବଦରେ ଅବଗତ ଅଛି । ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଓଡିଶାରେ ନବୀନ ପଟ୍ଟନାୟକ ସରକାରରେ କୌଣସି କ୍ଷେତ୍ରରେ ଆଇନର ଉଲ୍ଲଂଘନ ହୁଏ ନାହିଁ । ଏ ବିଶ୍ବାସ ଓଡିଶାବାସୀଙ୍କର ରହିଛି । ସେଥିପାଇଁ କ୍ରମାଗତ ଭାବେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଜିତି ଆସୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ କେଉଁଠାରେ କୌଣସି ପ୍ରକାର ଖନନ କାର୍ଯ୍ୟ ହେଉନି । କେବଳ ୪ ଟି ଟଏଲେଟ ନିର୍ମାଣ ଚାଲିଛି । ଦୁଇଟି ମହିଳାଙ୍କ ପାଇଁ ଓ ଦୁଇଟି ପୁରୁଷଙ୍କ ପାଇଁ ଟଏଲେଟ ନିର୍ମାଣ ହେଉଛି । ଭକ୍ତଙ୍କ ସୁବିଧା ପାଇଁ ଏହା କରାଯାଉଛି ।

ଆଜି ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ । ଅପରାଜିତାଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସାଂସଦ ପରିକ୍ରମା ପ୍ରକଳ୍ପରେ ଆଇନର ଉଲ୍ଲଂଘନ ହୋଇନଥିବା ଏବଂ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷର ଅନୁମୋଦନରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।