Puri Heritage Corridor - The Sakala

୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର
ଭୁବନେଶ୍ୱର: ନିର୍ମାଣ କ୍ଷେତ୍ରରେ ଆଗୁଆ ଓଡ଼ିଶା। ୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର। ସେହିପରି ୬ ଲେନ୍ ବିଶିଷ୍ଟ କଟକ ରିଂ ରୋଡ୍, ୪ ଲେନ୍ ବିଶିଷ୍ଟ କଟକ-ପାରାଦୀପ ରାସ୍ତା ଏଥର ସରିବ । ବଜେଟ ପରବର୍ତ୍ତୀ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକ । ବ୍ରହ୍ମପୁର-ଜୟପୁର ୪ ଥାକିଆ ରାସ୍ତା ଏଥର ନୂଆ ଯୋଜନାରେ ସାମିଲ ହୋଇଛି । ଏଥିପାଇଁ ରାଜ୍ୟ ବଜେଟରେ ବ୍ୟୟବରାଦ କରାଯାଇଛି । ୨୦ ବର୍ଷ ଭିତରେ ରାଜ୍ୟର ସମୁଦାୟ ସଡ଼କ ୧୬ ହଜାର ୪୧ ରୁ ୩୧ ହଜାର ୩୧୭ କିଲୋମିଟରରେ ପହଞ୍ଚିଛି । ବଜେଟ ୨୯୮ କୋଟିରୁ ୯୫୦୦ କୋଟିରେ ପହଂଚିଛି । ଏଥର ୩ ହଜାର କିଲୋମିଟର ପାଇଁ ୪୬ ଶହ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।

ବିଜୁ ଏକ୍ସପ୍ରେସ କରିଡର ନୂଆପଡ଼ାଠାରୁ ଆମପାଣି ଯାଏଁ ୧୭୬ କିଲୋମିଟର ବିଭାଗର ଏକ ଉଲ୍ଲେଖନୀୟ ସଫଳତା । ୩୧୪ ବ୍ଲକକୁ ଦୁଇ ଥାକିଆ ସଂଯୋଗ ରାସ୍ତା କରାଯାଇଛି । ଅବଢ଼ା ଯୋଜନାରେ ୨୨୪ କୋଟି, ଐତିହ୍ୟ କ୍ଷେତ୍ରର ବିକାଶ ପାଇଁ ୧୫୮ କୋଟିର ବ୍ୟବସ୍ଥା ହୋଇଛି । ଜୟପୁରରୁ ବ୍ରହ୍ମପୁର ୩୩୫ କିଲୋମିଟର ରାସ୍ତା ଚାରିଥାକିଆ କରାଯିବ। ବିଭିନ୍ନ ସହରରେ ରିଂ ରୋଡ଼ କରାଯିବ । ମେଡିକାଲ କଲେଜ ହେଉ କି ଆଦର୍ଶ ବିଦ୍ୟାଳୟ, ହସ୍ପିଟାଲ ହେଉ କି କୋର୍ଟ ବିଲ୍ଡିଂ ଏବଂ କ୍ରୀଡା ଭିତ୍ତିଭୂମି ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗ ହାତରେ । ଏହା ସହ ରାଜ୍ୟ ରାଜପଥ, ଜାତୀୟ ରାଜପଥ, ପ୍ରମୁଖ ଜିଲ୍ଲା ସଡ଼କର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଉଛି ପୂର୍ତ୍ତ ବିଭାଗ ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଏନଓସି ପ୍ରଦାନ କଲା NMA; ନିଷିଦ୍ଧାଞ୍ଚଳରେ ହେବ ଶୌଚାଳୟ, କ୍ଲକ୍ ରୁମ୍ ଏବଂ ସେଲଟର ପାଭିଲିଅନ୍
ପୁରୀ: ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ପ୍ରଦାନ ହେଲା ଏନଓସି । ଏନଓସି ପ୍ରଦାନ କଲା NMA । NMAର ଏନଓସି ଅନୁସାରେ ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ, କ୍ଲକ୍ ରୁମ, ମିନି କ୍ଲକ୍ ରୁମ, ସେଲଟର ପାଭିଲିଅନ, ସେବାୟତଙ୍କ ପାଇଁ ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ ନିର୍ମାଣ କରାଯିବ । ସେହିପରି ପଶ୍ଚିମ ଦ୍ୱାର ନିକଟରେ ସେବାୟତଙ୍କ ପାଇଁ ଅତିରିକ୍ତ ଶୌଚାଳୟ ଓ କ୍ଲକ୍ ରୁମ ଆଦି ନିର୍ମାଣ ପାଇଁ ମଧ୍ୟ ଏନଏମଏ ଅନୁମତି ଦେଇଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଶହେ ମିଟର ବାହାରେ ରିସେପ୍ସନ ସେଣ୍ଟର ନିର୍ମାଣ କରିବା ପାଇଁ ଏନଏମଏ ଏନଓସିରେ ଉଲ୍ଲେଖ କରିଛି । ରିସେପ୍ସନ ସେଣ୍ଟର ଦୁଇ ମହଲା ବିଶିଷ୍ଟ ଓ ଏହାର ଉଚ୍ଚତା ୭.୫ମିଟର ମଧ୍ୟରେ ରହିବ ।

ସେହିପରି ମନ୍ଦିର କାର୍ଯ୍ୟାଳୟର ନିର୍ମାଣ ନେଇ ମଧ୍ୟ NOC ପ୍ରଦାନ କରାଯାଇଛି । ଏହାର ଉଚ୍ଚତା ମଧ୍ୟ ୭.୫ ମିଟର ମଧ୍ୟରେ ରଖାଯିବାକୁ ଲେଖାଯାଇଛି । ଏଥିସହ ବଡ଼ ଛତା ମଠ ଓ ଛାଉଣୀ ମଠର ଉନ୍ନତିକରଣ କାର୍ଯ୍ୟ କରାଯିବ । ତେବେ ବର୍ଦ୍ଧିତ କିମ୍ବା ନିର୍ମାଣ କରାଯାଇପାରିବ ନାହିଁ । ସେହିପରି ଇନ୍ଫର୍ମେସନ, ଡୋନେସନ ସେଲ, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଓ ଏଟିଏମ୍ ନିର୍ମାଣ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ଦୃଷ୍ଟିରେ ରଖି ରେଗୁଲେଟେଡ୍ ଅଞ୍ଚଳରେ କରାଯିବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀ ବି ରଖିଛନ୍ତି ସହଭାଗିତା, ଦେଇଛନ୍ତି ସହଯୋଗ ରାଶି, ବିକାଶକୁ କରିଛନ୍ତି ପ୍ରଶଂସା
ପୁରୀ : ଶ୍ରୀମନ୍ଦିରର ଚତୁଃପାର୍ଶ୍ବକୁ ଦିଆଯାଉଛି ନୂଆରୂପ। ବଡ଼ଦେଉଳର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଦର୍ଶନାର୍ଥୀଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଇ ପରିକ୍ରମା ପ୍ରକଳ୍ପ କାମ ଚାଲିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରସ୍ତୁତ ହେଉଛି ଐତିହ୍ୟ କରିଡ଼ର। ପ୍ରତିଟି କାରୁକାର୍ଯ୍ୟରେ ରହିବ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଛାପ। ଏଥିରେ ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଏହା ପରେ ପରିକ୍ରମା ପ୍ରକଳ୍ପ ପ୍ରତି ବଢ଼ିଛି ସହଯୋଗର ହାତ।

କେବଳ ଓଡ଼ିଆ ନୁହେଁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରିବା ସହ ସେମାନଙ୍କ ସହଭାଗିତା ରଖିଛନ୍ତି। ଏହି ତାଲିକାରେ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି। ହେଲେ ଏବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିଜର ଇଚ୍ଛାକୁ ପୂରଣ କରିବା ଲାଗି ପ୍ରକଳ୍ପକୁ ବିରୋଧ କରୁଛନ୍ତି। ମହାପ୍ରଭୁଙ୍କୁ ବି ନେଇ ସେମାନେ ରାଜନୀତି ଖେଳ ଖେଳୁଛନ୍ତି।

୨୦୨୧ ଫେବୃୟାରୀ ୨୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଧାନସଭାରେ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେଲେ କେମିତି ଦେଖାଯିବ ବଡ଼ଦେଉଳ ଚତୁଃପାର୍ଶ୍ବ। ଦର୍ଶନାର୍ଥୀଙ୍କ ପାଇଁ କ’ଣ ରହିବ ସୁବିଧା ସୁଯୋଗ। ଶାନ୍ତଶୀତଳ ପରିବେଶରେ ଶ୍ରଦ୍ଧାଳୁ କିପରି ଭାବ ଭକ୍ତିରେ ଭିଜିଯିବେ। ବିଶ୍ୱବାସୀଙ୍କ ନଜର ଟାଣିବା ଭଳି କିଭଳି ରହିବ ପରିକ୍ରମା ମାର୍ଗ। ବିସ୍ତୃତ ଭାବେ ଏହି ପ୍ରକଳ୍ପର ରୂପରେଖ ସ୍ପଷ୍ଟ କରିଥିଲେ। କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଏବଂ ଏହାର ଚତୁଃପାର୍ଶ୍ବର ଏହି ବିକାଶ ଯୋଜନାକୁ ସମସ୍ତେ ଭୂରି ଭୂରି ପ୍ରଶଂସା କରିଥିଲେ। ସେହିଦିନ ଏଥିରେ ପ୍ରତିଟି ଓଡ଼ିଆ ଓ ଜଗନ୍ନାଥପ୍ରେମୀଙ୍କୁ ସେମାନଙ୍କ ଅବଦାନ ରଖିବାକୁ ସୁଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିଥିଲେ। ଏହା ପରଠାରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିବା ସହ ସହଯୋଗର ହାତ ବଢ଼ାଇଛନ୍ତି।

ଗତବର୍ଷ ମାର୍ଚ୍ଚ୨୨ ତାରିଖରେ ମହାମହିମ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ହେବାକୁ ଥିବା ବିକାଶ ସମ୍ପର୍କରେ ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କଠାରୁ ବୁଝିବା ସହ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ସିଂହଦ୍ୱାର ସମ୍ମୁଖ ଅଞ୍ଚଳକୁ ଭଲ ଭାବେ ଦେଖିବା ସହ ଶ୍ରୀମନ୍ଦିର ବିକାଶରେ ସହଭାଗିତା ରଖିଥିଲେ ରାଷ୍ଟ୍ରପତି। ନିଜ ଦରମାରୁ ୧ଲକ୍ଷ ଟଙ୍କାର ଚେକ୍‍ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ ପ୍ରଦାନ କରିଥିଲେ। କେବଳ ରାଷ୍ଟ୍ରପତି ନୁହଁନ୍ତି ବିଭିନ୍ନ ସମୟରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ବିଶିଷ୍ଟ ବ୍ୟକ୍ତି ନିଜର ସହଭାଗିତା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଦରମାରୁ ୧ ଲକ୍ଷ ଟଙ୍କାର ସହଯୋଗ ରାଶି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସମାଜର ଶ୍ରଦ୍ଧାର କେନ୍ଦ୍ର। ସାଢେ ୪ କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ସହ ଯୋଡି ହୋଇଛନ୍ତି। ସମାଜର ଦାୟିତ୍ୱରେ ହିଁ ବଡ଼ଦେଉଳର କାମ ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିରର ଉତ୍କୃଷ୍ଟ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ସହଯୋଗର ହାତ ବଢ଼ାନ୍ତୁ ବୋଲି ଆହ୍ୱାନ ଦେଇଥିଲେ ଧର୍ମେନ୍ଦ୍ର।

ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରତ୍ୟେକ ୫୦ ହଜାର ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିଛନ୍ତି। କେବଳ ବ୍ୟକ୍ତିବିଶେଷ ନୁହନ୍ତି, ବିଭିନ୍ନ ଅନୁଷ୍ଠାନ ବି ଶ୍ରୀମନ୍ଦିର ବିକାଶରେ ସହଭାଗିତା ହେବା ପାଇଁ ଆଗେଇ ଆସିଛନ୍ତି। କଳିଙ୍ଗ କମର୍ସିଆଲ କର୍ପୋରେଶନ ଲିମିଟେଡ ଏବଂ ଏମ୍‍ଜିଏମ୍‍ ମିନେରାଲ୍ସ ଲିମିଟେଡ ୧ କୋଟି ଲେଖାଏ ଟଙ୍କାର ଚେକ୍‍ ପ୍ରଦାନ କରିଛନ୍ତି। ବଲିଉଡ୍‍ର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଅଭିନେତା ଗୋବିନ୍ଦା ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବିଶିଷ୍ଟ ବ୍ୟକ୍ତି ଏବଂ ଅନୁଷ୍ଠାନ ଶ୍ରୀମନ୍ଦିର ବିକାଶକୁ ପ୍ରଶଂସା କରି ସହଭାଗିତା ରଖିଥିବାବେଳେ ଏବେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରକଳ୍ପ କାମକୁ ବନ୍ଦ କରିବା ଲାଗି ହୀନ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କ ଅସଲମୁଖା ପଦାରେ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।

ସଂସଦରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ, ମୁହାଁମୁହିଁ ହେଲେ ଅପରାଜିତା ଷଡଙ୍ଗୀ-ପିନାକୀ ମିଶ୍ର
ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଲେ ଏହି ପ୍ରସଙ୍ଗ । NMAର ବିନା ଅନୁମତିରେ କାମ ଚାଲିଛି ବୋଲି ସାସଂଦ କହିଛନ୍ତି । ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ଖନନକୁ ବିରୋଧ କରିଛନ୍ତି । ଶ୍ରୀଘ୍ର ଏହାକୁ ବନ୍ଦ କରିବା ସହ ସଂସ୍କୃତି ମନ୍ତ୍ରାଳୟ ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି । ସେପଟେ ଏହାର ଜବାବ ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଂଘନ ହେଉନାହିଁ । ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି-ଏନଏମଏର ଅନୁମତି ରହିଛି । ଏଏସଆଇ ମଧ୍ୟ ପ୍ରକଳ୍ପ ବାବଦରେ ଅବଗତ ଅଛି । ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଓଡିଶାରେ ନବୀନ ପଟ୍ଟନାୟକ ସରକାରରେ କୌଣସି କ୍ଷେତ୍ରରେ ଆଇନର ଉଲ୍ଲଂଘନ ହୁଏ ନାହିଁ । ଏ ବିଶ୍ବାସ ଓଡିଶାବାସୀଙ୍କର ରହିଛି । ସେଥିପାଇଁ କ୍ରମାଗତ ଭାବେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଜିତି ଆସୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ କେଉଁଠାରେ କୌଣସି ପ୍ରକାର ଖନନ କାର୍ଯ୍ୟ ହେଉନି । କେବଳ ୪ ଟି ଟଏଲେଟ ନିର୍ମାଣ ଚାଲିଛି । ଦୁଇଟି ମହିଳାଙ୍କ ପାଇଁ ଓ ଦୁଇଟି ପୁରୁଷଙ୍କ ପାଇଁ ଟଏଲେଟ ନିର୍ମାଣ ହେଉଛି । ଭକ୍ତଙ୍କ ସୁବିଧା ପାଇଁ ଏହା କରାଯାଉଛି ।

ଆଜି ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ । ଅପରାଜିତାଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସାଂସଦ ପରିକ୍ରମା ପ୍ରକଳ୍ପରେ ଆଇନର ଉଲ୍ଲଂଘନ ହୋଇନଥିବା ଏବଂ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷର ଅନୁମୋଦନରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।