OdishaCabinet - The Sakala
ଭୁବନେଶ୍ବର: ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ତିନିଜଣ ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଏବେ ବିଭାଗ ବଣ୍ଟନ କରାଯାଇଛି। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦିଆଯାଇଛି। ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ବ ଦିଆଯାଇଛି। ଶପଥ ଗ୍ରହଣର ମାତ୍ର କିଛି ସମୟ ଭିତରେ ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୩ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଉଲ୍ଲେଖ ଥାଉ କି ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଆଉ ଗତକାଲି ହିଁ ଏହି ତିନି ଜଣ ବରିଷ୍ଠ ବିଧାୟକ ହିଁ ମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା।
ନବୀନଙ୍କ ମନ୍ତ୍ରିମଣ୍ଡଳରେ ଶପଥ ନେଲେ ୩ ନୂଆ ମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ତିନି ନୂଆ ମନ୍ତ୍ରୀ। ୩ ନୂଆ ମନ୍ତ୍ର ଆଜି ଶପଥ ଗ୍ରହଣ କରିଛନ୍ତି। ତିନି ନୂଆ ମନ୍ତ୍ରୀ ହେଲେ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ପ୍ରସାଦ ନାୟକ। ଏହି ୩ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୩ ନୂଆ ମନ୍ତ୍ରୀଙ୍କୁ ମିଶାଇ କ୍ୟାବିନେଟ୍ ମନ୍ତ୍ରୀ ସଂଖ୍ୟା ୧୫ରେ ପହଞ୍ଚିଛି। ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୩ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ସପ୍ତାହେ ତଳେ ମନ୍ତ୍ରିମଣ୍ଡଳରୁ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ସେହିପରି ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ। ଗତ ବର୍ଷ ଜୁନ୍‌ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। ତାଙ୍କୁ ବାଚସ୍ପତି କରାଯାଇଥିଲା। ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଶ୍ରୀ ଆରୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବାକୁ ପୁନର୍ବାର ଶ୍ରୀ ଆରୁଖଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଛି।
ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍‌ଦବା ଜୋର୍‌ ରହିଛି। ଜେଏମ୍‌ଏମ୍‌ରୁ କ୍ୟାରିୟର ଆରମ୍ଭ କରି ଜେଏମ୍‌ଏମ୍‌ ପ୍ରାର୍ଥୀ ଭାବେ ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗ ଦେଇ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୧୯ରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିଛନ୍ତି। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ୍‌ ମନ୍ତ୍ରୀ ହୋଇଛନ୍ତି। ମୟୂରଭଞ୍ଜର ମୋଟ୍‌ ୯ଟି ବିଧାନସଭା ଆସନରୁ ବିଜେପି ଦଖଲରେ ୬ଟି ଓ ବିଜେଡି ଦଖଲରେ ୩ଟି ରହିଛି।
ରାଉରକେଲା ବିଧାୟକ ଶାରଦା ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୯ରୁ ୨୦୧୨ ଯାଏ ସେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ବରିଷ୍ଠ ବିଧାୟକ ଶ୍ରୀ ନାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି। ସୁନ୍ଦରଗଡ଼ର ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ୩ଟି, ବିଜେଡିର ୨ଟି ଏବଂ କଂଗ୍ରେସ ଓ ସିପିଆଇ(ଏମ୍) ଦଖଲରେ ଗୋଟିଏ ଲେଖାଏ ଆସନ ରହିଛି।
ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଓଡିଶା ସିଭିଲ ସର୍ଭିସ ପରୀକ୍ଷାକୁ ନେଇ ହୋଇଛି ବଡ ସଂଶୋଧନ
ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ଯ କ୍ୟାବିନେଟ୍ ବୈଠକ ଶେଷ ବୋଇଛି । ଏହି ବୈଠକରେ ୮ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ଓସିଏସ ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ହୋଇଛି। ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମ୍‌ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୟୁପିଏସସି ଭଳି ଏଣିକି ଓସିଏସରେ ଗୋଟିଏ ଅପ୍‌ସନାଲ ବ୍ୟବସ୍ଥା ରହିବ। ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ ହୋଇ ଇଣ୍ଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ। ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ ହୋଇଛି। ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ ପରୀକ୍ଷାର୍ଥୀ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ଏଣିକି ଓଡ଼ିଆ ଭାଷରେ ଦେଇପାରିବେ।ଅଣସଂରକ୍ଷିତ ବର୍ଗ ପୂର୍ବରୁ ୪ଥର ଦେଇପାରୁଥିଲେ । ଏଣକି ଅଣସଂରକ୍ଷିତ ବର୍ଗ ୬ ଥର ପରୀକ୍ଷା ଦେଇପାରିବେ । ସାମାଜିକ ଓ ଶିକ୍ଷାଗତ ପଛୁଆ(ଏସଇବିସି) ବର୍ଗର ପିଲାଙ୍କ ପାଇଁ ୯ଟି ସୁଯୋଗ ରହିବ । SC/ST ବର୍ଗ ପୂର୍ବଭଳି ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ।
ଏଣିକି ଗ୍ରାଜୁଏଟ ଲେଭଲ ପରୀକ୍ଷା ଗୁଡ଼ିକୁ ଏକତ୍ର ଗୋଟିଏ ପରୀକ୍ଷା କରାଯିବ। ପୂର୍ବରୁ ଅଲଗା ଅଲଗା ପରୀକ୍ଷା ହେଉଥିବା ବେଳେ ଏଥିରେ ପରୀକ୍ଷାର୍ଥୀଙ୍କର ସମୟ ଅପଚୟ ହେଉଥିଲା ଏବଂ ଅଲଗା ଅଲଗା ଆବେଦନ କରିବାକୁ ପଡୁଥିଲା। କ୍ୟାବିନେଟ ବୈଠକରେ ଏହାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ସଚିବ ସ୍ତରରେ ଆଉ ୧୨୦ ପଦବୀ ସୃଷ୍ଟି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୩୫୯ରୁ ଏହାକୁ ୪୭୯ କୁ ବୃଦ୍ଧି କରାଯାଇଛି।
୨୦୨୨- ୨୩ ପାଇଁ ଧାନ ସଂଗ୍ରହ ନୀତିକୁ  ଅନୁମୋଦନ ମିଳିଛି। ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ମେ’ରୁ ଜୁନ ମଧ୍ଯରେ ରବି ଧାନ ସଂଗ୍ରହ କରାଯିବ । ଚାଷୀଙ୍କ ଠାରୁ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି।  କେବଳ ପଞ୍ଜିକୃତ ଚାଷୀଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ ।
OMECL a OMCର ଏକତ୍ରୀକରଣ ହେବ । ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ମିଶ୍ରଣକୁ କ୍ଯାବିନେଟ ଅନୁମୋଦନ ମିଳିଛି। ନୂଆ ତଥା ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକ ସୃଷ୍ଟି ହେବ ।
ମନ୍ତ୍ରୀ ଭାବେ ଶପଥ ନେବା ପରେ କିଏ କ’ଣ କହିଲେ ?
ଭୁବନେଶ୍ବର: ନିଜ ୫ମ ପାଳିକୁ ୩ ବର୍ଷ ପୂର୍ଣ୍ଣ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିଛନ୍ତି। ସମସ୍ତ ୨୦ ଜଣ ମନ୍ତ୍ରୀ ଗତକାଲି ସାମୁହିକ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଆଜି ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ପାହ୍ୟା) ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆସନ୍ତୁ ଜାଣିବା ଶପଥ ନେବା ପରେ କିଏ କ’ଣ କହିଛନ୍ତି।
ଅତନୁ ସବ୍ୟସାଚୀ ନାୟକ: ଯେଉଁ ଦାୟିତ୍ୱ ମିଳିଛି ଠିକଣା ଭାବେ ତୁଲାଇବି । ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ନିର୍ଦ୍ଦେଶ ଅଛି ତାହାକୁ କାର୍ୟ୍ୟକାରୀ କରିବି । ସମୟ ବଡ଼ କଥା ନୁହେଁ, ଯେଉଁ କାମ ଦିଆଯାଇଛି ତାକୁ ନିଷ୍ଠାର ସହ ସମ୍ପାଦନ କରିବା ବଡ଼ କଥା । କେନ୍ଦ୍ରାପଡ଼ାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଛନ୍ତି । ମୁଁ ଓ ପ୍ରତାପ ଦେବ ମିଶି କେନ୍ଦ୍ରାପଡ଼ାର ବିକାଶ ପାଇଁ କାମ କରିବୁ । ବିଜେଡି ପ୍ରତିଶ୍ରୁତି ପାଳନରେ ଆଗରେ ରହୁଛି ବୋଲି ଜନତାଙ୍କ ସମର୍ଥନ ମିଳୁଛି ।
ପ୍ରଫୁଲ୍ଲ ମଲ୍ଲିକ: ପୁଣି ଥରେ ମନ୍ତ୍ରୀ ଭାବରେ ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ପୂର୍ବରୁ ଯେମିତି ଲୋକଙ୍କ ପାଇଁ କାମ କରୁଥିଲି ଆଗକୁ ଜାରି ରଖିବି ।
ଶ୍ରୀକାନ୍ତ ସାହୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ମୋ ଉପରେ ଆସ୍ଥା ଓ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି । ଓଡ଼ିଶାର ବିକାଶ ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ରାଜ୍ୟ ସରକାର ଯେଉଁ ୫ଞ କାର୍ୟ୍ୟକ୍ରମ କରିଛନ୍ତି ତାକୁ ଆଗକୁ ନେବୁ ।
ଟୁକୁନି ସାହୁ: ମୁଖ୍ୟମନ୍ତ୍ରୀ ମୋ ଉପରେ ଭରଷା କରିଥିବାରୁ ଧନ୍ୟବାଦ । ଯେଉଁ ବିଭାଗ ମିଳିବ ସେଥିରେ ଲୋକଙ୍କ ପାଇଁ କାମ କରିବି । ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବି ।
ପ୍ରୀତି ରଞ୍ଜନ ଘଡେଇ: ନିଷ୍ଠାର ସହ କାମ କରିବା ଆମର ଧର୍ମ । ଆଶା, ଭରଷା ରଖି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ । କେବେ ବିଧାୟକ ହେବି ବୋଲି ବି ସ୍ୱପ୍ନ ଦେଖି ନଥିଲି । ମୁଖ୍ୟମନ୍ତ୍ରୀ ବିଧାୟକ କରିଥିଲେ । ଆଜି ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରି ଦାୟିତ୍ବ ଦେଇଛନ୍ତି, ତାଙ୍କୁ ଆଉ ଥରେ ଧନ୍ୟବାଦ ଜଣାଉଛି ।
ଅଶୋକ ଚନ୍ଦ୍ର ପଣ୍ଡା: ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଓ ବିଶ୍ବାସ ରହିଛି । ଦାୟିତ୍ବ ସବୁ ବେଳେ ସମାନ । ତାହା ହେଲା ଲୋକଙ୍କ ସେବା କରିବା । ଆଗାମୀ ନିର୍ବାଚନକୁ ସମୟ କମ୍ ଥିବା ବେଳେ ଲକ୍ଷ୍ୟ ବହୁତ ଅଛି, ଚ୍ୟାଲେଞ୍ଜ ରହିବ । ତଥାପି ଆଗକୁ ଆଗେଇବାକୁ ପଡ଼ିବ ।
ନବ କିଶୋର ଦାସ: ଆମର ଯିଏ ନେତା ସେ ଯେଉଁଠି ଛିଡ଼ା ହେବେ ସେଠାରେ ଗଣତନ୍ତ୍ରର ବିଜୟ ହେଉଛି । ସବୁ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଯେଉଁ ଦାୟିତ୍ବ ମିଳିବ ତୁଲାଇବି । ପ୍ରଥମ ଥର ନୁହେଁ, ୫ମ ଥର ପାଇଁ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇଛନ୍ତି ।
ରଣେନ୍ଦ୍ର ପ୍ରତାପ ସ୍ବାଇଁ: ମୁଖ୍ୟମନ୍ତ୍ରୀ ବିଶ୍ବାସ ରଖି ନୂଆ ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ଦେଇଛନ୍ତି । କଠୋର ପରିଶ୍ରମ କରି ତାଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବି । ଯେତେବେଳେ ଯେଉଁ ଦାୟିତ୍ବ ମିଳିଛି ପାରୁ ପର୍ୟ୍ୟନ୍ତ ଚେଷ୍ଟା କରିଛୁ ଓ ଆଗକୁ କରିବୁ ।
ରୀତା ସାହୁ: ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା । ଯେଉଁ ବିଭାଗ ଦେବେ କାମ କରି ରାଜ୍ୟ ଓ ମୋ ଅଞ୍ଚଳର ଲୋକଙ୍କ ସେବା କରିବି । ସରକାରଙ୍କ ଲୋକାଭିମୁଖୀ କାମ ଲୋକଙ୍କ ପାଖରେ ପହଞ୍ଚାଇବି ।
ରୋହିତ ପୂଜାରୀ: ମନ୍ତ୍ରିମଣ୍ଡଳରେ ସାମିଲ ହେବାର ଆଶା କେବେ ନଥିଲା । ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ଏବେ ଗୁରୁଦାୟିତ୍ବ ଦେଇଛନ୍ତି । ଓଡ଼ିଶାବାସୀଙ୍କର ତାଙ୍କ ପ୍ରତି ଯେଉଁ ସମ୍ମାନ ରହିଛି ତାକୁ ଆଗକୁ ନେବାକୁ ଚେଷ୍ଟା କରିବି । ସରକାରଙ୍କ ୫ଞ ଓ ଅନ୍ୟ ଯୋଜନାକୁ ଲୋକଙ୍କ ପାଖକୁ ନେଇ କି ଯିବି ।
ରାଜ୍ୟ ହେବ ଡାଟା ସେଣ୍ଟର ହବ୍‍ : କ୍ୟାବିନେଟ୍‍ ନିଷ୍ପତ୍ତି ସମ୍ପର୍କରେ ବିଧାନସଭାକୁ ଅବଗତ କଲେ ସରକାର
ଭୁବନେଶ୍ୱର : ୨୦୨୫ ମସିହା ସୁଧା ଓଡ଼ିଶାକୁ ଏକ ଡ଼ାଟା ସେଣ୍ଟର ହବ୍‍ ରେ ପରିଣତ କରାଯିବ। ଏଥି ସହିତ ରାଜ୍ୟକୁ ଦେଶର ପ୍ରମୁଖ ୫ଟି ଡ଼ାଟା ସେଣ୍ଟର ହବ୍‍ ମଧ୍ୟରେ ସ୍ଥାନିତ କରାଯିବ। ଏହି ଲକ୍ଷ୍ୟ ହାସଲ ଓଡ଼ିଶା ଡ଼ାଟା ସେଣ୍ଟର ପଲିସି-୨୦୨୨ ପ୍ରସ୍ତୁତ କରାଯାଇଥିଲା। ଏହାକୁ ରବିବାର କ୍ୟାବିନେଟ୍‍ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରବିବାର ବସିଥିବା ବୈଠକରେ ୨୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବିଧାନସଭାର ବଜେଟ୍‍ ଅଧିବେଶନ ଚାଲିଥିବାରୁ ଏହାକୁ ଗଣମାଧ୍ୟମକୁ ସାର୍ବଜନୀନ କରାଯାଇ ନ ଥିଲା। ସୋମବାର ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ କ୍ୟାବିନେଟ୍‍ ନିଷ୍ପତ୍ତି ନେଇ ଗୃହକୁ ଅବଗତ କରାଇଛନ୍ତି।
ସେହିପରି ଗ୍ରୀଡକୋର ସରକାରୀ ଗଣ ତଥା ଏହାର ସୁଧ ବାବଦକୁ ୩୧,୧୨,୨୦୨୧ ରିଖ ପର୍ଯ୍ୟନ୍ତ ମୋଟ ଦେୟ ୨୦୩୯.୬୯ କୋଟି ଟଙ୍କାକୁ ସରକାରୀ ମୂଳଧନରେ ପରିବର୍ତ୍ତନ କରିବା ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁର କରାଯାଇଛି। ରାଜ୍ୟରେ ନିର୍ମାଣାଧୀନ ୧୦ଟି ଶକ୍ତି ସରଂକ୍ଷଣ ପ୍ରକଳ୍ପର ୩୦ ଶତକଡା ସରକାରୀ ଅଂଶଧନ ବାବଦକୁ ୧୪୦ କୋଟି ଟଙ୍କା ପ୍ରଦାନ କରାଯିବା ନେଇ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଓଡ଼ିଶା ସୂଚନା (ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ ୧୯୯୫ ଏବଂ ଓଡ଼ିଶା ସୂଚନା ସେବା (କନିଷ୍ଠ ବର୍ଗ) (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ ୨୦୦୯ ପରିବର୍ତ୍ତେ ଏକକ ଓଡ଼ିଶା ସୂଚନା ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ ୨୦୨୨ ପ୍ରଣୟନ ନେଇ ମଧ୍ୟ ରାଜ୍ୟ ସରକାର ସବୁଜ ସଙ୍କେତ ପ୍ରଦାନ କରିଛନ୍ତି।
ଅନୁରୂପ ଭାବେ ଓଡ଼ିଶା ଯାନ୍ତ୍ରିକ ସେବା ଆଇନ, ୨୦୨୧ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ଉପନିର୍ବାହୀ ଯନ୍ତ୍ରୀ ପଦବୀ ଉଚ୍ଛେଦ ସହିତ ପୂର୍ବରୁ ଥିବା ଅଧୀକ୍ଷଣ ଯନ୍ତ୍ରୀ ଲେଭେଲ୍‍-୧ ଏବଂ ଲେଭଲ୍‍-୨ କୁ ଏକତ୍ର କରି ଅଧୀକ୍ଷଣ ଯନ୍ତ୍ରୀ ପଦବୀର ପୁନର୍ବିନ୍ୟାସ କରାଯାଇ ଏକ ନୂତନ ପଦବୀ ‘ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ’ ସୃଷ୍ଟି କରାଯିବା ସହିତ ଯାନ୍ତ୍ରିକ ପଦବୀ ସଂଖ୍ୟା ୧୪୭ ରୁ ୧୯୦ କୁ ବୃଦ୍ଧି କରାଯିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ରାଜ୍ୟର କୃଷକ ମାନଙ୍କ ଆୟବୃଦ୍ଧି, ଅଣୁଜଳସେଚନର ବ୍ୟବସ୍ଥା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ୍‍ ୨୫୫ କୋଟି ଟଙ୍କା ବ୍ୟୟ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‍ ମଞ୍ଜୁର କରିଛି।
ଅପରପକ୍ଷରେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ଓଡ଼ିଶା ଆର୍ଥିକ ଦାୟିତ୍ୱ ଏବଂ ବଜେଟ ପରିଚାଳନା ଅଧିନିୟମ – ୨୦୦୫ରେ ପ୍ରସ୍ତାବିତ ସଂଶୋଧନକୁ ମଧ୍ୟ ମଞ୍ଜୁର ପ୍ରଦାନ କରାଯାଇଛି। ବେସରକାରୀ ଡିଲର ମାନଙ୍କ ଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଚାରୁରୂପେ ପଚିଚାଳନା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ ର ନିୟମ – ୪ (୬) ନିର୍ଦ୍ଧାରଣ କରାଯାଇଥିବା ସମୟସୀମା ୬ ବର୍ଷରୁ ୬ବର୍ଷ ୬ମାସକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରାଯାଇଛି। ବୈଠକରେ ଓଡ଼ିଶା ବେସାମରିକ ସେବା ନିୟମ (ଉଚ୍ଚ ବୟସସୀମା ସ୍ଥିରୀକରଣ) ନିୟମାବଳୀ, ୧୯୮୯ରେ ଅଣାଯାଇଥିବା ସଂଶୋଧନକୁ ଅନୁମୋଦନ କରାଯାଇଛି।
ସେହିପରି ରାଜ୍ୟର ବିଭିନ୍ନ ସରକାରୀ ଚାକିରୀରେ ବିନାଦେୟ ଆବେଦନ କରିବା ଏବଂ ନିଯୁକ୍ତି ପ୍ରକ୍ରିୟା ଅଂଶଗ୍ରହଣ କରିବା ନିୟମାବଳୀ-୨୦୨୨ ପ୍ରଣୟନ ଏବଂ ଓଡ଼ିଶା ବେସାମରିକ ସେବା (ପଦୋନ୍ନତି ମାନଦଣ୍ଡ) ନିୟମାବଳୀ, ୧୯୯୨ ଆବଶ୍ୟକୀୟ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁର କରାଯାଇଛି। ରାଜ୍ୟର ଜେଲଗୁଡ଼ିକରେ ନିୟୋଜିତ ଥିବା ୱାର୍ଡରମାନଙ୍କର ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପଦୋନ୍ନତି ପାଇଁ ନୂତନ ଓଡ଼ିଶା ଅଧସ୍ତନ କାରାଗାର ସେବା (ୱାର୍ଡର ନିଯୁକ୍ତି ପଦ୍ଧତି ଏବଂ ସେବାସର୍ତ୍ତ) ନିୟମାବଳୀ, ୨୦୨୨ ପ୍ରଣୟନ ପ୍ରସ୍ତାବକୁ ରାଜ୍ୟକ୍ୟାବିନେଟ ମଞ୍ଜୁର କରିଛି।