Collector and DM - The Sakala

ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ
ସୁନ୍ଦରଗଡ଼: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି ତାଲିମ ବ୍ୟବସ୍ଥା କରାଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଗତ ଦୁଇ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୫୦ ଜଣ ପ୍ରାର୍ଥୀ ଏହି ସୁଯୋଗ ପାଇଛନ୍ତି।

ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ। ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନଙ୍କୁ ସେଠାରେ ପଢ଼ିବାର ସୁଯୋଗ ଦିଆଯାଉଛି। ପ୍ରଶାସନର ଏହି ବିଶେଷ ପ୍ରୋତ୍ସାହନ ଫଳରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ବିଷୟରେ ଡିଗ୍ରୀ, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମରେ ମାଗଣାରେ ନାମ ଲେଖାଇପାରୁଛନ୍ତି।

୨୦୨୨-୨୩ ଶିକ୍ଷାବର୍ଷ ଲାଗି ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନେ ଏଠାରେ ମାଗଣାରେ ନାମ ଲେଖାଇ ପାରିବେ ବୋଲି ଏହାର ଅଧ୍ୟକ୍ଷ ସୁରେଶ କୁମାର ଏକନାଥ କହିଛନ୍ତି। ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ପ୍ରମାଣପତ୍ର ସହିତ ବାସସ୍ଥାନ ପ୍ରମାଣପତ୍ର ସାଙ୍ଗରେ ନେଇ ସିଧାସଳଖ ବଲାଙ୍ଗୀରସ୍ଥିତ ଏହି ଶିକ୍ଷାନୁଷ୍ଠାନରେ ପହଞ୍ଚି ନାମ ଲେଖାଇ ପାରିବେ। ନାମ ଲେଖାଇବାର ଶେଷ ତାରିଖ ଜୁଲାଇ ୩୧ ରହିଛି ବୋଲି ଶ୍ରୀ ଏକନାଥ ସୂଚନା ଦେଇଛନ୍ତି।

ଏହି ତାଲିମ ପାଠ୍ୟକ୍ରମର ସମ୍ପୂର୍ଣ୍ଣ ଅବଧି ଲାଗି ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ କୋର୍ସ ଫି, ହଷ୍ଟେଲ ଏବଂ ଖାଇବା ପିଇବା ବାବଦ ସମସ୍ତ ଖର୍ଚ୍ଚ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବହନ କରାଯାଉଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଗରିବ, ସାଧାରଣ ଏବଂ ଅଦିବାସୀ ଓ ଏସସି, ଏସଟି ବର୍ଗର ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ନେଇ ନିଜର ଭବିଷ୍ୟତର ସ୍ୱପ୍ନ ପୂରଣ କରିବା ଦିଗରେ ଏକ ନୂଆ ରାସ୍ତା ଖୋଲିପାରିଛି। ତେଣୁ ଜିଲ୍ଲାର ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅନୁରୋଧ କରିଛନ୍ତି।

ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଲାଗି ସଂପୃକ୍ତ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ ଏକ ଏମଓୟୁ ସ୍ୱାକ୍ଷର କରିଛି। ୨୦୨୦-୨୧ ଶିକ୍ଷା ବର୍ଷରେ ଜିଲ୍ଲାର ୧୦ ଜଣ ପ୍ରାର୍ଥୀ ଏହି କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ ନାମ ଲେଖାଇଥିବା ବେଳେ ୨୦୨୧-୨୨ରେ ୪୦ ଜଣ ପ୍ରାର୍ଥୀ ନାମ ଲେଖାଇବାର ସୁଯୋଗ ପାଇଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ୍ – କୋଇଡ଼ା, ଲହୁଣୀପଡ଼ା, ହେମଗିର, କୁତ୍ରା, କୁଆରମୁଣ୍ଡା ଏବଂ ରାଜଗାଙ୍ଗପୁର ବ୍ଲକର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ତା’ଛଡ଼ା ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିପାଇଁ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ଦଶମ ଓ +୨ ପାସ୍ କରିଥିବା ପ୍ରାର୍ଥୀମାନେ ଯୋଗ୍ୟତା ଭିତ୍ତିରେ ଏହି ଅଗ୍ରଣୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଡିଗ୍ରି, ଡିପ୍ଲୋମା ଏବଂ ବିଭିନ୍ନ ସାର୍ଟିଫିକେଟ୍ କୋର୍ସ ଲାଗି ଆବେଦନ କରିପାରିବେ।

ଏହି ସରକାରୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ହସ୍ପିଟାଲିଟି ଆଣ୍ଡ ହୋଟେଲ ଆଡମିନିଷ୍ଟ୍ରେସନ ବିଷୟରେ ତିନି ବର୍ଷିଆ ଡିଗ୍ରୀ, ଫୁଡ୍ ପ୍ରଡକ୍ସନ, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସ, ହାଉସ୍ କିପିଂ, ଫ୍ରଣ୍ଟ ଅଫିସ ଅପରେସନ, ବେକେରି ଏବଂ କନଫେକ୍ସନେରିରେ ଦେଢ଼ ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ରହିଛି। ସେହିପରି ଫୁଡ୍ ପ୍ରଡକ୍ସନ ଓ ପାଟିସେରି, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସରେ ୬ ମାସିଆ ସାର୍ଟିଫିକେଟ କୋର୍ସ ଦିଆଯାଉଛି।

ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରାକ୍ଟିକାଲ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ବିଭିନ୍ନ ଅତ୍ୟାଧୁନିକ ଉପକରଣ ରହିଛି। ସେହିପରି ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ସାନସାନ ପିଲା ଓ ଅଭିଭାବକଙ୍କୁ ଆକର୍ଷିତ କଲା ‘ବାଲା ମଡେଲ’ ଅଙ୍ଗନବାଡ଼ି କେନ୍ଦ୍ର
ସୁନ୍ଦରଗଡ଼: କରୋନା ମହାମାରୀର ପ୍ରକୋପ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସୋମବାରଠାରୁ ଖୋଲିଛି। ଦୀର୍ଘ ଦିନ ପରେ ପୁଣି ଅଙ୍ଗନବାଡ଼ି କେନ୍ଦ୍ରକୁ ସାନ ସାନ ପିଲାମାନେ ଆସିଥିବାରୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରଥମ ଦିନରେ ପିଲାମାନଙ୍କୁ ଫୁଲ, ଚନ୍ଦନ ଦେଇ ଅଭିନବ ଢଙ୍ଗରେ ସ୍ୱାଗତ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସକାଳ ୭ଟା୩୦ରେ ଖୋଲିଥିଲା। ପିଲାମାନେ ନିଜ ନିଜ ଅଭିଭାବକଙ୍କ ସହିତ କେନ୍ଦ୍ରରେ ପହଞ୍ଚି ଥିଲେ। ପ୍ରଥମ ଦିନରେ ପିଲାମାନେ ପ୍ରାୟ ଦୁଇ ଘଣ୍ଟା ଧରି ବିଭିନ୍ନ ଖେଳକୁଦରେ ମଜ୍ଜି ଯାଇଥିଲେ। ବିଶେଷକରି ଜିଲ୍ଲାର କେତେକ ସ୍ଥାନରେ ଆଧୁନିକ ବାଲା ମଡେଲ ଢାଞ୍ଚାରେ ରୂପାନ୍ତରିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଦେଖି ପିଲାଙ୍କ ସହିତ ଅଭିଭାବକମାନେ ବେଶ୍ ଖୁସି ହୋଇ ଯାଇଥିଲେ।

‘‘ମୁଁ ମୋ ଝିଅକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ଆସିଥିଲି। ଆମ ଅଙ୍ଗନବାଡ଼ି କେନ୍ଦ୍ରକୁ ସମ୍ପୂର୍ଣ୍ଣ ନୂଆ ରୂପରେ ଦେଖି ବହୁତ ଖୁସି ଲାଗିଲା। ଆଗରୁ ଥିବା ଅଙ୍ଗନବାଡ଼ିରେ ପିଲାମାନଙ୍କ ପାଇଁ ସେମିତି ବିଶେଷ ସୁବିଧା ନଥିଲା। ଏବେ ପିଲାମାନେ ହସି ଖେଳି ପାଠ ପଢି ପାରିବେ’’, କହିଛନ୍ତି ସୁନ୍ଦରଗଡ଼ କିରେଇ ଅଞ୍ଚଳର ଜଣେ ମା’ ରିଙ୍କି କଉଡ଼ି। ଅନେକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରେ କିରେଇ କେନ୍ଦ୍ର ଆଧୁନିକ ବାଲା ମଡେଲରେ ନୂଆ ରୂପ ପାଇଛି।

‘‘ଆମ ଅଙ୍ଗନବାଡ଼ି କେନ୍ଦ୍ରର ରୂପ ବେଶ୍ ବଦଳି ଯାଇଛି। ନୂଆ ନୂଆ ଖେଳଣା ସାଙ୍ଗକୁ କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର ଦେଖି ପିଲାମାନେ ଖୁସି ହେଉଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ଏକ ନୂଆ ଅନୁଭୂତି ପାଇବେ’’, କହନ୍ତି ନୂଆଗାଁ ବ୍ଲକ ବନ୍ଧଟୋଲାର ଜଣେ ମା’ ମୁକ୍ତିଲତା କିଡ଼ୋ। ସେହି ଅଙ୍ଗନବାଡ଼ି କେନ୍ଦ୍ରଟି ମଧ୍ୟ ବାଲା ମଡେଲରେ ରୂପାନ୍ତରିତ ହୋଇ ଶିଶୁ ଓ ମା’ମାନଙ୍କ ପାଇଁ ଉନ୍ନତ ସେବା ପ୍ରଦାନ ଲାଗି ପ୍ରସ୍ତୁତ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ସାନ ସାନ ପିଲାମାନଙ୍କୁ ଆନନ୍ଦମୟ ପରିବେଶ ଭିତରେ ଶିକ୍ଷାଦାନ ଲାଗି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ ଆକର୍ଷଣୀୟ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବାଲା ମଡେଲରେ (ବିଲ୍ଡିଂ ଆଜ୍ ଲର୍ଣ୍ଣିଂ ଏଡ୍) ଉନ୍ନତିକରଣ କରାଯାଉଛି।

‘‘ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ବାଲା ମଡେଲରେ ରୂପାନ୍ତରଣ କରାଯାଉଛି। ଏହା ହେଉଛି ଜାତୀୟ ସ୍ତରର ଏକ ମଡେଲ। ଏହି ନୂତନ ଢାଞ୍ଚାରେ ତିଆରି ହେଉଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପିଲାମାନଙ୍କୁ ଅଧିକ ଆକର୍ଷିତ କରିବା ସହ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶରେ ବିଶେଷ ସହାୟକ ହେବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ବାଲା ମଡେଲରେ ନିର୍ମାଣ କରାଯାଉଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପିଲାଙ୍କ ଉପଯୋଗୀ କରାଯାଉଛି। ବିଶେଷକରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାନ୍ଥ, ଛାତ, ଚଟାଣ, ହତା ଓ ପାଚେରିକୁ ବିଭିନ୍ନ ରଙ୍ଗିନ ଚିତ୍ର ଓ ରୂପ ଦିଆଯାଉଛି। ଛାତରେ ସୌରଜଗତ, କାନ୍ଥରେ ପଶୁପକ୍ଷୀ, ଫଳ, ପନିପରିବା, ବର୍ଣ୍ଣମାଳା, ସଂଖ୍ୟାର ଚିତ୍ର ପିଲାଙ୍କୁ ପାଠପଢ଼ା ପ୍ରତି ଅଧିକ ଆକୃଷ୍ଟ କରୁଛି। ତା’ ସାଙ୍ଗକୁ କେନ୍ଦ୍ରର ହତା ଭିତରେ ଦୋଳି ଓ ସ୍ୟାଣ୍ଡ ପିଟ୍ ଭଳି ସୁବିଧା ପିଲାମାନଙ୍କୁ ଖେଳକୁଦ ସହ ଆନନ୍ଦଦାୟକ ଅନୁଭୂତି ଆଣିଦେଉଛି।

ଏହାସହ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସୁହାଇବା ଭଳି କମ୍ ଓଜନ ଓ ଉଚ୍ଚତାର ଟେବୁଲ ଚେୟାର ରହିଛି। ଅଙ୍ଗନବାଡ଼ି ଆସୁଥିବା ପିଲାମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର କିଟ୍ ମଧ୍ୟ ବ୍ୟବସ୍ଥା କରିଛି, ଯେଉଁଥିରେ ଗେମ୍, ଲେଗୋସ୍, ପଜଲ୍, ଓଡ଼ିଆ ଓ ଇଂରାଜୀ ବର୍ଣ୍ଣମାଳା ଓ ଗପବହି ଆଦି ରହିଛି।

ଏହି ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଫଳରେ ଜିଲ୍ଲାର ଶିଶୁମାନଙ୍କ ସହ ଗର୍ଭବତୀ ଓ ପ୍ରସୂତି ମା’ମାନେ ବିଶେଷ ଉପକୃତ ହେବେ। କେନ୍ଦ୍ରରେ ପାନୀୟ ଜଳ ଏବଂ ମା’ ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କରାଯାଉଛି। ସେହିପରି ପିଲାମାନଙ୍କ ପୋଷଣକୁ ସୁନିଶ୍ଚିତ କରିବା ପାଇଁ ‘ମୋ ବଗିଚା’ କରାଯାଉଛି। ଗର୍ଭବତୀ ମହିଳା ଓ ପ୍ରସୂତି ମା’ମାନଙ୍କ ନିର୍ଦ୍ଧାରିତ ପରୀକ୍ଷା, କାଉନସେଲିଂ, ଟିକାକରଣ ଓ ପୋଷଣ ଭଳି ସେବା ପାଇବା ପାଇଁ ବାଲା ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ସ୍ୱତନ୍ତ୍ର ‘ମମତା ଗୃହ’ର ବ୍ୟବସ୍ଥା କରାଯାଉଛି।