corona lockdown - The Sakala

ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ଯନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ିବା ଚିନ୍ତାଜନକ । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ୍ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

କୋଭିଡ୍ ଆଚରଣବିଧି ହେଉଛି, କୋଭିଡ୍ ବିରୋଧରେ ଲଢିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ପିଲାମାନେ ଏପର୍ଯ୍ଯନ୍ତ ଟିକା ନେଇନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ। କୋଭିଡ୍ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଚିମ୍‌ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡ଼ିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ହାଟ ବଜାର, ଧର୍ମାନୁଷ୍ଠାନ, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ଉପରେ ପ୍ରଶାସନ ଦୃଷ୍ଟି ରଖିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଏବଂ ପୋଲିସ ଏହି ହାଇରିସ୍କ ଗ୍ରୁପ୍ର । ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏବେ କେତେକ କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସୁଛି । ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ନମୂନା ସଂଗ୍ରହ କରୁଥିବା ଟିମ୍‌ ମାନଙ୍କୁ କୋଭିଡ୍ ନିୟମ ସମ୍ପର୍କରେ ବାରମ୍ବାର ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ଡେଲ୍ଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ନିରନ୍ତର ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛି । ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ୍ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗକୁ ପାର୍ବଣ ଋତୁ ଆସୁଛି । କେରଳରେ ଓନାମ୍‌ ପର୍ବ ପାଳନ ପରେ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ପାର୍ବଣ ସମୟରେ ସମସ୍ତଙ୍କୁ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହାଦ୍ବାରା ଆମେ ଭବିଷ୍ୟତରେ ଲକଡାଉନକୁ ଏଡ଼ାଇ ପାରିବା ଏବଂ ଲୋକଙ୍କ ଆର୍ଥିକ ଅବସ୍ଥାରେ କ୍ଷତି ହେବ ନାହିଁ ।

ପାର୍ବଣ ଋତୁ ସମୟରେ ଆମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକଡାଉନ୍ କୋହଳ କରାଯାଇଛି । କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ନିୟମ ପାଳନରେ ଢିଲା କରିବା । ଯଦି ଆବଶ୍ୟକ ପଡ଼େ, ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଥରେ ଲକଡାଉନ୍ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅନୁପାଳନ ଉପରେ ଗୁରୁତ୍ବ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ବିଭାଗୀୟ କାର୍ଯ୍ଯକ୍ରମ ଉପରେ ଉପସ୍ଥାପନା ରଖିଥିଲେ ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ କୋଭିଡ୍ ନିୟମ ଅନୁପାଳନ ଉପରେ ପୋଲିସର ପଦକ୍ଷେପ ଉପରେ ସୂଚନା ଦେଇଥିଲେ । ବିଏମସି ଏବଂ ସିଏମସି କମିଶନର, ଦେବଗଡ଼ ଓ ପୁରୀର ଜିଲ୍ଲାପାଳମାନେ ସେମାନଙ୍କ ଅଞ୍ଚଳର ପରିସ୍ଥିତି ଉପରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ. ପାଣ୍ଡିଆନ କାର୍ଯ୍ଯକ୍ରମ ସଞ୍ଚାଳନ କରିଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ଗୋଆରେ ପୁଣି ବଢିଲା ଲକଡାଉନ ଅବଧି
ପାଣାଜୀ: ଗୋଆରେ ପୁଣି କରୋନା କଟକଣାକୁ ବୃଦ୍ଧି କରାଯାଇଛି।  କରୋନା କର୍ଫ୍ୟୁକୁ ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଗୋଆ ସରକାର। ରାଜ୍ୟରେ ପଜିଟିଭିଟି ହାର ୧୪ ପ୍ରତିଶତ ରହିଛି। ଏହି କଟକଣା ମଧ୍ୟରେ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ଏହି ଅବଧି ମଧ୍ୟରେ ବାର୍, ରେଷ୍ଟୁରାଣ୍ଟ, ଦୋକାନ, ନଦୀ କ୍ରୁଜ୍, ବିଦ୍ୟାଳୟ, କଲେଜ, ଶିକ୍ଷାନୁଷ୍ଠାନ ଇତ୍ୟାଦି ବନ୍ଦ ରହିବ ଏବଂ ସାମାଜିକ, କ୍ରୀଡା, ସାଂସ୍କୃତିକ ଏବଂ ଆନୁଷ୍ଠାନିକ କାର୍ଯ୍ୟ ମଧ୍ୟ ନିଷେଧ ହେବ।

ବିବାହ କାର୍ଯ୍ୟରେ ୫୦ ଜଣଙ୍କୁ ଉପସ୍ଥିତ ରହିବା ପାଇଁ ଅନୁମତି ରହିଛି।

କମୁଛି ସଂକ୍ରମଣ, ଜୁନ ୧୭ ପରେ ରାଜ୍ଯରେ ହୋଇପାରେ ଅନଲକ୍ ପ୍ରକ୍ରିୟା
ଭୁବନେଶ୍ୱର: ଜୁନ ୧୭ ତାରିଖ ପରେ ଆଉ ଲକ୍‌ଡାଉନ୍‌ର ଆବଶ୍ୟକତା ପଡ଼ିବ ନାହିଁ । କିନ୍ତୁ, ଲୋକମାନେ ଅଧିକ ସର୍ତକ ଓ ସଚେତନ ରହିବା ଆବଶ୍ୟକତା ରହିଛି । ସଂକ୍ରମଣ କମୁଥିବାବେଳେ ଏପରି ଏକ ଆସ୍ୱସ୍ତିକର ଖବର ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ବର୍ତ୍ତମାନ ରାଜ୍ୟରେ ଦୈନିକ ୧୦ପ୍ରତିଶତ କରୋନା ପଜିଟିଭ ହାର ରହିଛି । ଜୁନ୍ ୧୭ ବେଳକୁ ଏହି ହାର ୫ପ୍ରତିଶତ ତଳକୁ ଖସିଯାଇଥିବ । ତେଣୁ ଆଉ ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି ମତପ୍ରକାଶ କରିଛନ୍ତି ସ୍ବାସ୍ତ୍ୟ ବିଶେଷଜ୍ଞ।

ଏହାପରେ ସ୍ଥିତିରେ ସୁଧାର ଆସିବ । ଏହି ସ୍ଥିତିରେ ଲକଡାଉନ ନୁହେଁ କେବଳ କିଛି କଟକଣା ମଧ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ । ଭୁବନେଶ୍ବରରେ କୋଭାକ୍ସିନ୍ ଟିକା ଉପଲବଧ୍ ନଥିଲେ, କୋଭିସିଲ୍ଡ ଟିକା ଲୋକଙ୍କୁ ଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ପରାମର୍ଶ ଦେଇଛନ୍ତି । ହେଲେ କାହାକୁ ମିକ୍ସଡ୍ ଡୋଜ ଦିଆନଯାଉ କହିଛନ୍ତେ ସେ ।

ପ୍ରଥମ ଡୋଜ୍ ଯେଉଁ ଟିକା ନେଇଥିବେଦ୍ବିତୀୟ ଡୋଜ୍ ମଧ୍ୟ ସେହି ଟିକା ନେବା ଜରୁରୀ ରହିଛି । କୋଭିଡ ସମୁଦାୟ ଭାବେ ହଟିନି ତଥାପି ଆମକୁ ସତର୍କ ଏବଂ ସଚେତନ ରହିବା ଆବଶ୍ୟକ । କିନ୍ତୁ ଆଗକୁ ଅର୍ଥାତ ଜୁନ ୧୭ ପରେ ସ୍ଥିତିରେ ସୁଧାର ଆସିବାରେ ଲାଗିବ । ସେହି ସ୍ଥିତିରେ ଆଉ ଲକଡାଉନ ନୁହେଁ ବଂର ଅନଲକ ହୋଇଯିବ ବୋଲି ଆକଳନ କରିଛନ୍ତି ନିରୋଜ ମିଶ୍ର ।

ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ; ବାହାଘରରେ ୨୫ଜଣଙ୍କୁ ଅନୁମତି, ଭୋଜିଭାତକୁ ନାଁ
ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି । ଜୁନ ୧ ଯାଏ ରାଜ୍ୟରେ ଲକଡାଉନ୍ କଟକଣା ବଳବତ୍ତର ରହିବ। ଲକଡାଉନ୍‌ ସହ ରାଜ୍ୟରେ ପୂର୍ବ ଭଳି ସପ୍ତାହନ୍ତ ସଟଡାଉନ୍‌ ମଧ୍ୟ ଜାରି ରହିବ।  ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।  ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହୁଥିବା ବେଳେ ଲକଡାଉନ୍ ସମ୍ପ୍ରସାରଣ ନେଇ ବିଶେଷଜ୍ଞମାନେ ମତ ଦେଉଥିଲେ ।

ସୂଚନା ଅନୁଯାୟୀ, ଏହି ଲକଡାଉନ ଅବଧି ସମୟରେ ୨ଟି ବଡ ଜିନିଷରେ ପରିବର୍ତ୍ତନ କରାଯାଇଛି। ବାହାଘର ଆଉ ୫୦ ନୁହେଁ ଏଣିକି ୨୫ ଜଣଙ୍କୁ ଅନୁମତି ମିଳିବ । ଏହାସହ ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଘରକୁ ଡାକି କୌଣସି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ସୋମବାରରୁ ଶୁକ୍ରବାର ଦୈନଦିନ ସାମଗ୍ରୀ କଣିବା ପାଇଁ ଦିଆଯାଇଥିବା ମହଲତକୁ କମାଇ ଦିଆଯାଇଛି। ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ମଧ୍ୟରେ ଦୈନଦିନ ସାମଗ୍ରୀ କିଣିପାରିବେ ଲୋକେ। ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ପରିବାପତ୍ର କିଣିବାକୁ ଅନୁମତି ଦିଆଯାଇଛି। ଆବଶ୍ୟକ ଅନୁସାରେ, ଲୋକମାନେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିପାରିବେ।

ସଟ୍‍ଡାଉନ୍‍ରେ ସଟର୍‍ ତଳେ ବେପାର
କୋଭିଡ୍‍ ସଂକ୍ରମଣ ରୋକିବା ପାଇଁ ପୁଲିସ ଦୋକାନ ଖୋଲିବା ଉପରେ ଶନିବାର, ରବିବାର ସପ୍ତାହାନ୍ତ ସଟଡାଉନ୍‍ କଟକଣା ଜାରି କରିଛି । କିନ୍ତୁ ଦୋକାନୀମାନେ ସିନା ଦୋକାନ ବନ୍ଦ କରିଛନ୍ତି ହେଲେ ସଟର୍‍ ତଳେ ଚାଲିଛି ବେପାର। ଅନେକ ମଧ୍ୟ ଦୋକାନ କ୍ୟାବିନ୍‍ ପଛପଟେ ଖୁଲମଖୁଲା ପାନ୍‍, ଗୁଟୁଖା, ଚା, ସିଗାରେଟ ସବୁ ବିକ୍ରି କରୁଛନ୍ତି। ଏପରିକି ପୁଲିସ ମଧ୍ୟ ନିଜେ ଗ୍ରାହକ ହୋଇ ନେଉଛନ୍ତି। କେବଳ ପାନ, ସିଗାରେଟ ନୁହେଁ ମଦ ଠାରୁ ଆରମ୍ଭ କରି ଗଞ୍ଜେଇ ମଧ୍ୟ ସଟର୍‍ ତଳେ ବେପାର ହେଉଛି। ଲୋକଙ୍କୁ ଦୋକାନ ପଛକୁ ଗଲେ ସବୁ କିଛି ମିଳି ଯାଉଛି।

ଆଗରେ ଦୋକାନ ବନ୍ଦ ଥିବା ଦେଖି ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀ ପଳାଇ ଯାଉଛନ୍ତି। ବିଶେଷକରି ବସ୍ତିର ଗଳିକନ୍ଦିରେ ବରା, ପକୁଡ଼ି ଆଦି ଛଣା ମଧ୍ୟ ଚାଲିଛି। ଅନେକ ମଧ୍ୟ ସଟର ପକାଇ ଦୋକାନ ଭିତରେ ଖାଇବାକୁ ମଧ୍ୟ ଦେଉଛନ୍ତି। କହିବାକୁ ଗଲେ କେବଳ ନାମକୁ ମାତ୍ର ଏବେ ସଟ୍‍ଡାଉନ୍‍ ଏବଂ ଲକ୍‍ଡାଉନ୍‍ ଚାଲିଛି। କିନ୍ତୁ ସବୁ କିଛି ଗଳା ବାଟରେ ଚାଲିଛି। ଅନେକ ସ୍ଥାନରେ ପୁଲିସ ସହରର ବିଭିନ୍ନ ସ୍ଥାନରେ ନାକା କରି ଜଗିଛି। ସେପଟରେ ଅନେକ ପଡ଼ିଆରେ ପିଲା ବିନା ମାସ୍କରେ କ୍ରିକେଟ ଖେଳୁଛନ୍ତି। ଯଦି ଜଣଙ୍କୁ କୋଭିଡ୍‍ ହୋଇଥିବ ତେବେ ଖେଳୁଥିବା ସମସ୍ତ ପିଲାଙ୍କୁ ଏହା ସଂକ୍ରମଣ କରିବ। ତେଣୁ ପୁଲିସକୁ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ ବୋଲି ଅନେକ ମତ ଦେଲେଣି। ଅନ୍ୟପଟରେ ଦେଖିବାକୁ ଗଲେ ଯେଉଁଠି ଅନ୍‍ଲାଇନ୍‍ କାରବାର ହେଉଛି ସେଠାରେ ମଧ୍ୟ ଅଫ୍‍ଲାଇନ୍‍ ବେପାର ଚାଲିଛି। ଅଫ୍‍ଲାଇନ୍‍ ବେପାର ଉପରେ କଟକଣା ଥିଲେ ମଧ୍ୟ ଦୋକାନୀମାନେ ଏହାକୁ ମାନୁନାହାନ୍ତି। ସେମାନେ ଅଫ୍‍ଲାଇନ୍‍ରେ ଖୁଲମଖୁଲା ବେପାର କରୁଛନ୍ତି। ପୁଲିସ ପହଞ୍ଚି ପଚାରିଲେ ଅନ୍‍ଲାଇନ୍‍ରେ ଅର୍ଡର ଆସିଛି ଆମେ ଦେଉଛୁ। ତେଣୁ ଏବେ ସବୁ କିଛି ଗଳାବାଟରେ ଚାଲିଛି। ତେଣୁ ଏହା ଉପରେ ଯଦି ରୋକ ଲଗା ନ ଯାଏ ତେବେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି କୁହାଯାଉଛି।

ମହାରାଷ୍ଟ୍ରରେ ବଢିଲା ଲକଡାଉନ ଅବଧି: ଜୁନ୍ ୧ ଯାଏ କଟକଣା ବଳବତ୍ତର, ବାହାରୁ ଆସିଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
ମୁମ୍ବାଇ: କରୋନା ସଂକ୍ରମଣ ଚେନରେ ବ୍ରେକ ଲଗାଇବା ପାଇଁ ବିଭିନ୍ନ ରାଜ୍ୟ ଲକଡାଉନ ଘୋଷଣା କରିଛନ୍ତି । ମହାରାଷ୍ଟ୍ରରେ ଲକଡାଉନ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ଆସନ୍ତା ଜୁନ୍ ୧ ତାରିଖ ଯାଏ ଲକଡାଉନ୍ କଟକଣା ବଳବତ୍ତର ରହିବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।

Maharashtra Government extends the current COVID19 restrictions in the state till 7am on 1st June, to fight COVID19; negative RT-PCR report mandatory for those entering the state pic.twitter.com/jjccnpP6KV

— ANI (@ANI) May 13, 2021

ମହାରାଷ୍ଟ୍ରକୁ ଆସିଲେ ଏଣିକି ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ  କରାଯାଇଛି। ୪୮ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ଥିଲେ ପ୍ରବେଶ ଅନୁମତି ମିଳିବ। ମାଲ ଗାଡ଼ିରେ ୨ ଜଣରୁ ଅଧିକ ଯାଇ ପାରିବେ ନାହିଁ । ଅତ୍ୟାବଶ୍ୟକ ସେବା ପୂର୍ବ ଭଳି ଜାରି ରହିବ ବୋଲି କୁହାଯାଇଛି।

ଆଜିଠାରୁ ଦିଲ୍ଲୀରେ ୬ଦିନ ପାଇଁ ଲକଡାଉନ୍
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଇଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ଯା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀର ସ୍ଥିତ ଭଲ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦିଲ୍ଲୀରେ ସବୁଠୁ ଅଧିକ କରୋନା ଟେଷ୍ଟ ହେଉଛି। ଦିଲ୍ଲୀରେ ଦୈନିକ ୧ଲକ୍ଷ କରୋନା ଟେଷ୍ଟ କରାଯାଉଛି। ଦିଲ୍ଲୀରେ ୨କେଟି ଲୋକ ରହୁଛନ୍ତି ଆମ ଦିଲ୍ଲୀ ହେଉଛ ଗୋଟିଏ ପରିବାର। ସଂକ୍ରମିତଙ୍କ ସଂଖ୍ଯା ବଢିଯାଇଛି, ରୋଗୀଙ୍କୁ ବେଡ ମିଳୁନି ସ୍ଥିତ ଆଣାୟତ୍ତ ହୋଇପଡ଼ିଛି ବୋଲି କେଜ୍ରିୱାଲ  କହିଛନ୍ତି। ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏହି ଚେନରେ ବ୍ରେକ ଲଗାଇବା ପାଇଁ  ଦିଲ୍ଲୀ ସରକାର ଲକଡାଉନ ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ୧୦ରୁ ଆସନ୍ତା  ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଏହି ଲକଡାଉନ ବଳବତର ରହିବ। ଲକଡାଉନ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି। ଲକଡାଉନରେ ଦିଲ୍ଲୀବାସୀ ବାହାରକୁ ଯାଆନ୍ତୁ ନାହିଁ। ତାଙ୍କ ଉପରେ ବିଶ୍ବସ ରଖିବାକୁ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ସହରରେ ୧୦୦ ରୁ କମ ଆଇସିୟୁ ବେଡ଼ ଅଛି। ରବିବାର ଦିନ ସେ କହିଥିଲେ ଯେ ସହରରେ ଆଗାମୀ ଦୁଇ ଦିନରେ ୧୪୦୦ ରୁ ୪ ହଜାର ବେଡ୍ ପ୍ରସ୍ତୁତ ହୋଇଯିବ। ଯମୁନା କ୍ରୀଡା ସ୍ଥଳ ଓ ରାଷ୍ଟ୍ରମଣ୍ଡଳ ଖେଳଗାଓଁ ଗସ୍ତ କରି ସେଠାରେ କୋଭିଡ କେୟାର୍ ସେଣ୍ଟର୍ ପ୍ରସ୍ତୁତ କରିବାକୁ ସମୀକ୍ଷା କରିଥିଲେ।

ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ସଂକ୍ରମଣରେ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାର ଦିନେ ପୂର୍ବରୁ ୨୪ ହଜାର ୩୭୫ ନୂଆ ମାମଲା ସାମ୍ନାକୁ ଆସିଥିଲା ଓ ୧୬୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୩ ହଜାର ୪୬୦ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୧୨ ହଜାର ୧୨୧ରେ ପହଞ୍ଚିଛି।