borderline personality disorder - The Sakala
ବର୍ଡର୍‌ଲାଇନ୍‌ ପର୍ସନାଲିଟି ଡିଜ୍‌ଅର୍ଡର୍ ବା ‘ବିପିଡି’ ହେଉଛି ଏକ ମାନସିକ ରୋଗ, ଯାହା ସହଜରେ ଓ ସାଧାରଣ ଭାବେ ଜଣାପଡ଼େନାହିଁ। ଏହାର ଲକ୍ଷଣ ଜଣାପଡ଼ୁ ନଥିବାରୁ ଚିକିତ୍ସା ଶୀଘ୍ର ସମ୍ଭବ ହୋଇପାରେ ନାହିଁ। ଫଳରେ ଏହା ସମୟକ୍ରମେ ଏକ ବଡ଼ ମାନସିକ ସମସ୍ୟା ଭାବେ ଦେଖାଦେଇଥାଏ।
ଅଚାନକ ଭାବେ ଭାବନାତ୍ମକ ଭାବେ ବିଗିଡ଼ିଯିବା, କିଛି ମୁହୂର୍ତ୍ତ ଭିତରେ ବାରମ୍ବାର ମୁଡ୍‌ସୁଇଙ୍ଗ୍‌,ଛୋଟଛୋଟ ସମସ୍ୟାଗୁଡ଼ିକୁ ବଡ଼ ବୋଲି ଧରିନେବା, ପାରିବାରିକ ଓ ସାମାଜିକ ସମ୍ପର୍କକୁ ନେଇ ଅନିଶ୍ଚିତତା, ନିଜକୁ ସମ୍ପୂର୍ଣ୍ଣ ଏକୁଟିଆ ମନେକରିବା, ନିଷ୍ପତ୍ତି ନେବାରେ କଷ୍ଟ, କାହାକୁ ଅକାରଣରେ ଘୃଣା କରିବା, ଭୟ ଓ ଅସୁରକ୍ଷିତ ଭାବନା ରହିବା, ଅନ୍ୟମାନଙ୍କ ପାଇଁ ସହାନୁଭୂତି ନରଖିବା, ଅସାବଧାନ ହୋଇ ଗାଡ଼ି ଚଲାଇବା, ଆବେଗରେ ଆସି ଅନ୍ୟମାନଙ୍କ ସହିତ ଝଗଡ଼ା କରିବା ଇତ୍ୟାଦି ସବୁ ସମୟରେ ଜଣେ ବ୍ୟକ୍ତି ପାଖରେ ଦେଖିବାକୁ ମିଳିଲେ, ସେ ବ୍ୟକ୍ତିଜଣକ ବର୍ଡର୍‌ଲାଇନ୍‌ ପର୍ସନାଲିଟି ଡିଜ୍‌ଅର୍ଡର୍ ଦ୍ବାରା ପୀଡ଼ିତ ବୋଲି ଜାଣିବାକୁ ହେବ। ଏହି ସବୁ ଲକ୍ଷଣ ସମୟକ୍ରମେ ବ୍ୟକ୍ତିର ମୁଡ୍‌, ସାମାଜିକ ବ୍ୟକ୍ତିତ୍ବ, ବ୍ୟବହାର ଆଦିରେ ପରିବର୍ତ୍ତନ ଆଣିଥାଏ। ଏହି ପରିବର୍ତ୍ତନ ବ୍ୟକ୍ତିର ମାନସିକ ସ୍ଥିତିକୁ ଆହୁରି ଖରାପ କରେ। ଏହି ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ଏହା ଆନୁବଂଶିକ ମଧ୍ୟ ହୋଇପାରେ।
ଗବେଷଣା ଅନୁଯାୟୀ ‘ବିପିଡି’ରେ ପୀଡ଼ିତ ୮୦ ପ୍ରତିଶତ ରୋଗୀ ଆତ୍ମହତ୍ୟା କରିଥାନ୍ତି। ଯେତେବେଳେ ସେମାନଙ୍କର ମାନସିକ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଯାଏ, ସେତେେବଳେ ସେମାନେ ହାତର ଶିରା କାଟିଦେବା ଓ ନିଜକୁ ନିଆଁରେ ପୋଡ଼ିଦେବା ଭଳି ବିଭତ୍ସ ଆତ୍ମଘାତୀ ଉଦ୍ୟମ କରିଥାନ୍ତି। ୪ରୁ୯ ପ୍ରତିଶତ ମାନସିକ ରୋଗୀ ଏଭଳି ମୃତ୍ୟୁବରଣ କରିଥାନ୍ତି। ଲକ୍ଷଣ ଜଣାପଡ଼ୁ ନଥିବାରୁ ପରିବାର ଓ ନିକଟ ସମ୍ପର୍କୀୟ ଲୋକମାନେ ମଧ୍ୟ ରୋଗୀକୁ ଜାଣିପାରନ୍ତି ନାହିଁ ଏବଂ ମୁଡ୍‌ ସୁଇଙ୍ଗ୍‌ କାରଣରୁ ରୋଗୀ କାହାକୁ ନିଜ ପାଖକୁ ଆସିବାକୁ ଦେଇନଥାଏ। ଏହି କାରଣରୁ ମାନସିକ ଚାପ ବୃଦ୍ଧି ଯୋଗୁଁ ମାନସିକ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗେ।
ଏହାର ଚିକିତ୍ସା ପାଇଁ ରୋଗୀର ପରିବାର ଲୋକଙ୍କ ସାହାଯ୍ୟ ଓ ସହାନୁଭୂତିର ଆବଶ୍ୟକତା ରହିଛି। ରୋଗୀକୁ କେବେ ମଧ୍ୟ ଏକୁଟିଆ ରଖନ୍ତୁ ନାହିଁ। ତାଙ୍କ ସହିତ ସମୟ ବିତାଇବା ସହ ମାନସିକ ସ୍ଥିତିକୁ ବୁଝି ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ମନୋଚିକିତ୍ସକଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ। କାରଣ ମାନସିକ ସୁସ୍ଥତା ହେଉଛି ଶାରୀରିକ ସୁସ୍ଥତାର ବାହକ।