Bengal Violence - The Sakala

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ନଦିଆ, ପାନିହାଟି ଏବଂ ୨୪ ପ୍ରଗଣାରେ ମତଦାନ ବେଳେ ହିଂସା, ଟିଏମସି-ବିଜେପି ମୁହାଁମୁହିଁ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା ସମୟରେ ବିଭିନ୍ନ ସ୍ଥାନରେ ହିଂସା ଏବଂ ଭଙ୍ଗାରୁଜା ଦେଖିବାକୁ ମିଳିଛି। ରାଜ୍ୟର ନଦିଆ, ପାନିହାଟି ଏବଂ ୨୪ ପ୍ରଗଣା ଅଞ୍ଚଳରେ ଶାସକ ଦଳ ଟିଏମସି (TMC) ଏବଂ ବିରୋଧୀ ବିଜେପି (BJP) କର୍ମୀଙ୍କ ମଧ୍ୟରେ ବ୍ୟାପକ ସଂଘର୍ଷ ହୋଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି।

ନିର୍ବାଚନ ସମୟରେ ଉତ୍ତେଜନା ଓ ଭଙ୍ଗାରୁଜା

ଭୋଟ୍ ଗ୍ରହଣ ବେଳେ ନଦିଆ ଏବଂ ପାନିହାଟିରେ ଉଭୟ ଦଳର ସମର୍ଥକମାନେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, କେତେକ ମତଦାନ କେନ୍ଦ୍ର ନିକଟରେ ବୋମାମାଡ଼ ଏବଂ ଗାଡ଼ି ଭଙ୍ଗାରୁଜା କରାଯାଇଛି। ମତଦାନ ପ୍ରଭାବିତ କରିବା ନେଇ ଟିଏମସି ଏବଂ ବିଜେପି ପରସ୍ପର ଉପରେ ଦୋଷାରୋପ କରିଛନ୍ତି। ବିଜେପି ଅଭିଯୋଗ କରିଛି ଯେ ଟିଏମସି କର୍ମୀମାନେ ଭୋଟରଙ୍କୁ ଭୟଭୀତ କରୁଛନ୍ତି, ଅନ୍ୟପକ୍ଷରେ ଟିଏମସି ଏହି ଅଭିଯୋଗକୁ ଖଣ୍ଡନ କରି ବିଜେପି ଉପରେ ଶାନ୍ତି ଭଙ୍ଗ କରିବାର ଆରୋପ ଲଗାଇଛି।

୨୪ ପ୍ରଗଣାରେ କେନ୍ଦ୍ରୀୟ ବାହିନୀ ମୁତୟନ

ସେହିପରି ୨୪ ପ୍ରଗଣା ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଉତ୍ତେଜନା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ କରିବା ପାଇଁ ପ୍ରୟାସ ଜାରି ରହିଛି। ସୁରକ୍ଷାକର୍ମୀମାନେ ଫ୍ଲାଗ୍ ମାର୍ଚ୍ଚ କରିବା ସହ ଉପଦ୍ରବକାରୀଙ୍କ ଉପରେ କଡ଼ା ନଜର ରଖିଛନ୍ତି।

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନବେଳେ ହିଂସାକାଣ୍ଡ; ଗୁଳିମାଡ଼ରେ ପୋଲିଂ ଏଜେଣ୍ଟ ମୃତ
କୋଲ୍‌କାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୨୨ ଜିଲ୍ଲାର ୬୪ ହଜାର ୮୭୪ ଆସନରେ ଭୋଟିଂ ଚାଲିଛି । କିନ୍ତୁ ନିର୍ବାଚନ ସମୟରେ ହିଂସାକାଣ୍ଡ ଲାଗିରହିଥିବାବେଳେ ଫୁଟିଛି ଗୁଳି । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ ।

ସେହିପରି ମୁଶିଦାବାଦ ଜିଲ୍ଲା ଡୋମକଳର ୮ ନମ୍ବର ବୁଥରେ ଦୁଇ ଜଣ ଟିଏମସି କର୍ମୀ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଜଣ ଟିଏମସି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ କେନ୍ଦ୍ରୀୟ ବାହିନୀ ଯବାନ । ସେପଟେ ସିତାଇ ବିଧାନସଭାର ଦିନହାଟରେ ବାଲଟ ବାକ୍ସ ପୋଡ଼ିଦେଲେ ଦୁର୍ବୃତ୍ତ । ଏଯାବତ ପଞ୍ଚାୟତ ନିର୍ବାଚନ ପାଇଁ ହିଂସା ବେଳେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବଳ ଓ ଯବାନ ମୁତୟନ ହୋଇଛନ୍ତି ।

ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣା: ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବୀରଭୂମି ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଲାଗିଛି । କୋଲକାତା ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ନିର୍ଦ୍ଦେଶ ସିବିଆଇକୁ ନ ଦେବା ପାଇଁ ମମତା ଅଦାଲତଙ୍କୁ ଅନୁରୋଧ କରିଥିଲେ । ୭ ଏପ୍ରିଲ ମଧ୍ୟରେ ତଦନ୍ତର ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗ ସରକାର ହିଂସାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଖସାଇବା ପାଇଁ ଉଦ୍ୟମ କରୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଅପରପକ୍ଷରେ ଏହି ଘଟଣା ପଛରେ ବଡ ଧରଣର ଷଡଯନ୍ତ୍ର ରହିଛି ବୋଲି ଟିଏମସି ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ମହିଳା ଓ ପିଲାଙ୍କ ସମେତ ୮ଜଣଙ୍କୁ ଦଳେ ଉତ୍ତ୍ୟକ୍ତ ଜନତା ପିଟାପିଟି କରି ଜିଅନ୍ତା ପୋଡ଼ି ଦେଇଥିଲେ।