Odisha Assembly - The Sakala

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ନେଇ ବିଜେପି ଉପରେ ବର୍ଷିଲେ ନବୀନ
ଭୁବନେଶ୍ୱର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌ ଉପରେ ଆଲୋଚନା ପାଇଁ ରାଜ୍ୟ ସରକାର ଅଧିବେଶନ ଡାକିଥିବା ବେଳେ, ରାଜ୍ୟରେ ମହିଳାଙ୍କ ସ୍ଥିତି ଏବଂ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (Delimitation) ବିଲ୍‌କୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି।

ଗୃହକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ସମ୍ମାନ ଆଜି ଭୂଲୁଣ୍ଠିତ। ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣ ପାଇଁ ତାଙ୍କ ପରିବାରକୁ କବରରୁ କଙ୍କାଳ ଖୋଳି ବ୍ୟାଙ୍କକୁ ନେବାକୁ ପଡ଼ିଲା। ମୃତ ମହିଳାଙ୍କ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ିବା ସତ୍ତ୍ୱେ କେବଳ ପ୍ରମାଣ ପାଇଁ ତାଙ୍କୁ ହଇରାଣ କରାଗଲା। ଶେଷରେ କଙ୍କାଳ ଦେଖାଇ ଫେରିବା ବେଳେ ତାହାକୁ ପୁଣି ଚାଲି ଚାଲି କାନ୍ଧରେ ବୋହି ଆଣିବାକୁ ପଡ଼ିଲା।

"ଏହା ପ୍ରଶାସନର ଶୂନ୍ୟ ଉତ୍ତରଦାୟିତ୍ୱ ଏବଂ ସରକାରଙ୍କ ସମ୍ବେଦନହୀନତାର ଚରମ ସୀମା। ଏହି ଘଟଣାକୁ ନେଇ ଆଜି ବିବିସି (BBC) ଓ ନ୍ୟୁୟର୍କ ପୋଷ୍ଟ (New York Post) ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ଓଡ଼ିଶା ଚର୍ଚ୍ଚାରେ ରହିଛି। ଆମେରିକା ମଧ୍ୟ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରି ଓଡ଼ିଶା ଆସିବାକୁ ବାରଣ କରିଛି।"

ମହିଳା ସଶକ୍ତିକରଣ ନାମରେ ବିଜେପି କେବଳ ପ୍ରଚାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଅମାନୁଷିକ ଘଟଣା ଘଟିବା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ। ସରକାର କେବଳ 'ନାରେଟିଭ' ଓ 'ଅପ୍‌ଟିକ୍ସ'ରେ ବ୍ୟସ୍ତ ରହି ପ୍ରକୃତ ସେବା ଭୁଲିଯାଇଛନ୍ତି ବୋଲି ସେ କହିଛନ୍ତି।

ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡି ସବୁବେଳେ ସମର୍ଥନ କରିଆସିଛି ବୋଲି ସ୍ପଷ୍ଟ କରି ସେ କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ସମୟରୁ ଓଡ଼ିଶାରେ ମହିଳାଙ୍କୁ ସଂରକ୍ଷଣ ମିଳିଛି। କିନ୍ତୁ ଏହି ବିଲ୍ ଆଳରେ ସୀମା ନିର୍ଦ୍ଧାରଣ (Delimitation) କୁ ଲଦି ଦେବା ଏକ ଗୋପନୀୟ ଚକ୍ରାନ୍ତ। ଏହାଦ୍ୱାରା ଓଡ଼ିଶାର ସଂସଦୀୟ ସୀମା ବଦଳିବା ସହ ଆମର ରାଜନୈତିକ ଅଧିକାର କ୍ଷୁଣ୍ଣ ହେବ।  ବିଜେପି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭ୍ରମାତ୍ମକ ତଥ୍ୟ ପ୍ରଚାର କରୁଛି। ଭବିଷ୍ୟତ ପିଢ଼ି ପାଇଁ ଏହା ବିପଜ୍ଜନକ ଏବଂ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ। ଶେଷରେ ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି। "ଓଡିଶାବାସୀଙ୍କୁ ମୁଁ ଭରସା ଦେଉଛି। ମୁଁ ଥିଲା ପର୍ଯ୍ୟନ୍ତ ଓଡିଶାକୁ ତା'ର ହକ୍‌ରୁ କେହି ବଞ୍ଚିତ କରି ପାରିବ ନାହିଁ। ଓଡିଶାର ବିଜେପି MLA ମାନେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍‌ କରନ୍ତୁ।"

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ
ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଏଥିପାଇଁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ଼ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ  ଅତିରିକ୍ତ ଡିସିପି,  ଏସିପି,  ଇନ୍ସପେକ୍ଟର, ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ ।  ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା ।  ଲୋୟର ପିଏମଜି ରେ ୧୪୪ ଧାରା ଜାରି କରାଯିବ । ସିସିଟିଭି ସରଭେଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୁର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା।

୫ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ବଜେଟ ଅଧିବେଶନ, ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍‌ ଗୃହୀତ
ଭୁବନେଶ୍ୱର: ମଙ୍ଗଳବାର ମଧ୍ୟରାତ୍ରିରେ ଶେଷ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ । ନିର୍ଦ୍ଧାରିତ ୫ଟିି କାର୍ଯ୍ୟ ଦିବସ ପୂର୍ବରୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଶେଷ ଦିନରେ ଦୀର୍ଘ ତର୍କବିତର୍କ ପରେ ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ (କ୍ୟାଡର ସଂରକ୍ଷଣ) ବିଧେୟକ-୨୦୨୬ ପାରିତ ହୋଇଛି। ଅନୁରୂପ ଭାବରେ ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ବିଧାୟକଙ୍କ ଦରମା ଓ ଭତ୍ତା, ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ସଂକ୍ରାନ୍ତ  ୪ଟି ବିଲକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି।

ମଙ୍ଗଳବାର ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ପରେ  ଗୃହରେ ଉପସ୍ଥାପିତ ହୋଇଥିବା ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ (କ୍ୟାଡର ସଂରକ୍ଷଣ) ବିଧେୟକ-୨୦୨୬ ଉପରେ ଦୀର୍ଘ ଆଲୋଚନା ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢେ ୧୨ ପର୍ଯ୍ୟନ୍ତ ଏହି ବିଲ୍‌ ଉପରେ ସରଗରମ ଆଲୋଚନା ହୋଇଥିଲା। ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଏହି ବିଲ୍‌ ଉପରେ ଆଲୋଚନା କରିବା ପରେ ଧ୍ୱନୀମତରେ ଗୃହର ଅନୁମୋଦନ ଲାଭ କରିଛି। ଏହାପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

ହାତୀ ମଣିଷ ଲଢେ଼ଇରେ ଗଡୁଛି ମଣିଷ ମୁଣ୍ଡ; ତିନି ବର୍ଷରେ ଗଲାଣି ୪୪୩ ଜଣଙ୍କ ଜୀବନ
ଭୁବନେଶ୍ୱର: ହାତୀ ମଣିଷ ଲଢେ଼ଇରେ ଗଡୁଛି ମଣିଷ ମୁଣ୍ଡ । ତିନି ବର୍ଷରେ ହାତୀ ଆକ୍ରମଣରେ ଗଲାଣି ୪୪୩ ଜଣଙ୍କ ଜୀବନ । ୫୧ଟି ବନଖଣ୍ଡରେ ଏହି ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି । ସର୍ବାଧିକ ଢେଙ୍କାନାଳ ବନଖଣ୍ଡରେ ୯୧ ଜଣଙ୍କ ଜୀବନ ଯାଇଛି । ସେହିପରି ୫୫୮୭ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ୧୦୫୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ବାରିପଦା ବନଖଣ୍ଡ ଅଞ୍ଚଳରେ ସର୍ବାଧିକ ୧୩୨୬ଟି ଘର ଆଂଶିକ ନଷ୍ଟ ହୋଇଥିବା ବେଳେ କେନ୍ଦୁଝରରେ ୧୫୪ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ହାତୀଙ୍କ ପାଇଁ ୪୭ ହଜାର ୪୯୯.୧୨ ଏକର ଫସଲ ନଷ୍ଟ ହୋଇଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ସେହିପରି ଗତ ତିନି ବର୍ଷରେ ରାଜ୍ୟରେ ୨୬୪ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୨ଟି ପ୍ରାକୃତିକ କାରଣ ଦ୍ୱାରା ଏବଂ ୧୩୨ଟି ହାତୀ ଅପ୍ରାକୃତିକ କାରଣରୁ ପ୍ରାଣ ହରାଇଛନ୍ତି । ସେହି ସମୟ ମଧ୍ୟରେ ୪ଟି ମହାବଳ ବାଘ, ୨୫ଟି କଲରା ପତରିଆ ବାଘ, ୧୪୨୬ଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ସେଥିରୁ କେବଳ ଶିକାରୀଙ୍କ ଦ୍ୱାରା ୪୪୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ଵାରା ୫୨୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ଆହତ ହୋଇଛନ୍ତି । ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୩୦୭୪ ଜଣ ଶିକାରୀ ଗିରଫ ହୋଇଛନ୍ତି । ହାତୀଙ୍କ ଗୀତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ବନ ଖଣ୍ଡରେ ୧୪୨୦ ଗୋଟି ପ୍ରାକ ସତର୍କତା ବ୍ୟବସ୍ଥା ଲାଗୁ କରାଯାଇଛି ।

ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼: ଦୁବେଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ
ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଗୃହରେ ବିଜୁ ଝଡ଼ । ଭାରତର ବରପୁତ୍ର ବିଜୁ ବାବୁଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିଭ୍ରାନ୍ତିକର ମନ୍ତବ୍ୟକୁ ନେଇ ଗୃହ ମଧ୍ୟରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ । ଉଭୟ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ନାରାବାଜି କରିଥିଲେ । ‘ବିଜୁ ବାବୁଙ୍କୁ ଅପମାନ ଚଳିବ ନାହିଁ’ । 'ବିଜୁ ବାବୁ ଅମର ରହେ' ନାରା ଦେବା ସହ ଓଡ଼ିଆ ଅସ୍ମିତା କୁଆଡେ ଗଲା ପ୍ରଶ୍ନ କରିଛି ବିଜେଡି । ବିରୋଧୀଙ୍କ ନାରାବାଜି ଏବଂ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ କଲେ ବାଚସ୍ପତି ।

ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର; ୨୦୨୪ ତୁଳନାରେ ୨୦୨୫ରେ ବଢ଼ିଛି ଧର୍ତ୍ତବ୍ୟ ଅପରାଧ
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର । ୨୦୨୫ରେ ରାଜ୍ୟର ଅପରାଧିକ ସ୍ଥିତି ନେଇ ଏହି ଶ୍ବେତ ପତ୍ର ପ୍ରକାଶ ପାଇଛି । ତେବେ ୨୦୨୪ ତୁଳନାରେ ୨୦୨୫ରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଜଣାପଡିଛି । ସରକାରୀ ତଥ୍ୟ ହିସାବରେ ୨୦୨୫ରେ ଧର୍ତ୍ତବ୍ୟ ଅପରାଧରେ ୭.୩୬% ବୃଦ୍ଧି ପାଇଥିବା ଶ୍ୱେତପତ୍ରରେ ପ୍ରକାଶ ପାଇଛି । ଚୋରି, ଡକାୟତି ସାଙ୍ଗକୁ ମହିଳା ଦୁଷ୍କର୍ମ ଘଟଣା ପ୍ରତିବର୍ଷ ବଢ଼ିବାରେ ଲାଗିଛି । ମହିଳାଙ୍କ ପ୍ରତି ଦୁଷ୍କର୍ମ ଘଟଣା ଚିନ୍ତାଜନକ ସ୍ଥିତିରେ ରହିଛି । ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଅପରାଧ ହୋଇଥିଲା। ସେହିପରି ୨୦୨୫ରେ ଏହି ସଂଖ୍ୟା ୨ ଲକ୍ଷ ୨୯ ହଜାର ୮୮୧କୁ ବୃଦ୍ଧି ପାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲା ସବୁଠୁ ସମ୍ବେଦନଶୀଳ । ଦେଶର ମିଜାଇଲ ଜିଲ୍ଲା ଭାବେ ପରିଚିତ ଏହି ଉପକୂଳ ଜିଲ୍ଲା ହତ୍ୟା, ଡକାୟତି ଓ ଦୁଷ୍କର୍ମରେ ରେକର୍ଡ କରିଛି ।

୨୦୨୪ ନିର୍ବାଚନୀ ବର୍ଷ ତୁଳନାରେ ୨୦୨୫ରେ ଅଧିକ ସଂଖ୍ୟାରେ ହତ୍ୟାକାଣ୍ଡ, ଚୋରୀ ଓ ମୋଟରଯାନ ଦୁର୍ଘଟଣା ଘଟିଛି । ୨୦୨୪ରେ ରାଜ୍ୟର ବିଭିନ୍ନ ଥାନାରେ ୧୨୫୮ ହତ୍ୟା, ୧୭ ହଜାର ୮୦୫ ଚୋରୀ ଓ ୧୨ହଜାର ୩୭୫ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୫ରେ ୧୩୦୪ ହତ୍ୟା, ୨୧ହଜାର ୧୯୨ ଚୋରୀ ଓ ୧୨ହଜାର ୭୮୨ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଛି । ସେହିଭଳି ୨୦୨୫ରେ ୩୫୨ ଡକାୟତି, ୧୮୦୨ ଲୁଟ ଓ ୧୦୯୫ ଦଙ୍ଗା ହୋଇଛି ।

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ; କଳା ଟି-ସାର୍ଟ ପିନ୍ଧି ବିରୋଧୀଙ୍କ ନାରାବାଜି
ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । କଳା ଟି-ସାର୍ଟ ପିନ୍ଧି ବିରୋଧୀ ବିଧାୟକଙ୍କ ନାରାବାଜି । ଏସସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ବିରୋଧୀ କରିଛନ୍ତି ଅଭିନବ ପ୍ରତିବାଦ। ଦୁର୍ବଳ ମୁଖ୍ୟମନ୍ତ୍ରୀ- ଶକ୍ତିଶାଳୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଲେଖାଥିବା କଲା ଟି-ଶାର୍ଟ ପିନ୍ଧି ହୋହଲ୍ଲା କରିଛନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟଭାଗକୁ ଆସି ବିରୋଧୀ କରିଛନ୍ତି ନାରାବାଜି। ହଟ୍ଟଗୋଳନ ହେବାରୁ ଗୃହକୁ ୧୧.୩୦ ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। କଟକ ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ କାହିଁକି ଇସ୍ତଫା ନଦେବେ, ସେନେଇ ପ୍ରଶ୍ନ କରିଛନ୍ତି ବିରୋଧୀ।

ବିଧାନସଭାରେ ନବୀନଙ୍କ ପାଠଶାଳା: ଗୃହ ମୁଲତବୀ ପରେ ବିଧାୟକଙ୍କ ସହ ଆଲୋଚନା
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ଅଡ଼ି ବସିଛନ୍ତି। ଫଳରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁ ନାହିଁ। ଆଜି ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ତେବେ ଗୃହ ଅଚଳାବସ୍ଥା ଭିତରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଠଶାଳା ଚର୍ଚ୍ଚା ସୃଷ୍ଟି କରିଛି। ସାଧାରଣତଃ ଅଳ୍ପ କଥା କହୁଥିବା ଓ ସବୁବେଳେ ଗମ୍ଭୀର ରହୁଥିବା ନବୀନ ଗୃହ ମୁଲତବୀ ପରେ ମଧ୍ୟ ଗୃହ ଭିତରେ ଅନେକ ସମୟ ଧରି ବସି ରହିବା ଓ ଦଳର ବିଧାୟକମାନଙ୍କ ସହ ଦୀର୍ଘ ଆଲୋଚନା କରିବା ଦେଖିବାକୁ ମିଳିଥିଲା ।

ଆଜି ଶୂନ୍ୟକାଳରେ ହୋହଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ଏହାପରେ ବିଭିନ୍ନ ଦଳର ସଦସ୍ୟମାନେ ଗୃହ ବାହରକୁ ଚାଲି ଯାଇଥିଲେ। ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ଆସନରେ ବସି ରହିଥିଲେ। ଏହା ପରେ ଅନ୍ୟ ବିଧାୟକମାନେ ନବୀନଙ୍କ ଆସନ ନିକଟକୁ ଆସିଥିଲେ। ଧୀରେ ଧୀରେ ନବୀନ ବିଧାୟକମାନଙ୍କ ସହିତ କଥପୋକଥନ ଆରମ୍ଭ କରିଥିଲେ। ଏହି ଆଲୋଚନା ସମୟରେ ହାସ୍ୟରୋଳ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଦଳର ବିଧାୟକ ଓ ବିଧାୟିକାମାନଙ୍କୁ ଇତିହାସ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବେ ନବୀନ ସୂଚନା ଦେଇଥିଲେ। ବରିଷ୍ଠ ଓ କନିଷ୍ଠ ବିଧାୟକମାନେ ଆଜ୍ଞାଧୀନ ଛାତ୍ରଛାତ୍ରୀଙ୍କ ପରି ଗଭୀର ଆଗ୍ରହରେ ନବୀନଙ୍କ କଥା ଶୁଣୁଥିବା ଦେଖାଯାଇଥିଲା। ଉପସ୍ଥିତ ବିଧାୟକମାନଙ୍କ ମଧ୍ୟରେ ବିଧାୟିକା ପ୍ରମିଳା ମଲ୍ଲିକ, ଗଣେଶ୍ୱର ବେହେରା, ସାରଦା ପ୍ରସନ୍ନ ଜେନା, ପ୍ରଦୀପ ଦିଶାରୀ, ଅଧିରାଜ ପାଣିଗ୍ରାହୀ, ବର୍ଷା ସିଂ ବରିହା, ଯୋଗେଶ ସିଂହ, ରୂପେଶ ପାଣିଗ୍ରାହୀ, ସୁଜାତା ସାହୁ, ସୁଦର୍ଶନ ହରିପାଲ, ଧ୍ରୁବ ସାହୁ, ରମେଶ ବେହେରା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ଗୌତମବୁଦ୍ଧ ଦାଶ ପ୍ରମୁଖ ନବୀନଙ୍କ ସିଟ୍‌ ପାଖରେ ଛିଡା ହୋଇ ତାଙ୍କ କଥାକୁ ଧ୍ୟାନର ସହ ଶୁଣୁଥିଲେ। ପ୍ରାୟ ୨୪ ମିନି୍‌ଟ୍‌ ଧରି ନବୀନ ଓ ବିଧାୟକମାନଙ୍କ ସହ ଏହି ଆଲୋଚନା ଚାଲିଥିଲା।

ଏହି ଆଲୋଚନା ସମ୍ପର୍କରେ ସୂଚନା ଦେଇ ଗୌତମ ବୁଦ୍ଧ ଦାସ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ଅତ୍ୟନ୍ତ ଦରଦୀ ହୃଦୟର ମଣିଷ। ଆମେ ନୂଆ ବିଧାୟକ ହୋଇ ମଧ୍ୟ ସେ ଆମ ସହ ବହୁ ସମୟ କଟାଉଛନ୍ତି। ବିଭିନ୍ନ ବିଷୟରେ ଖୋଲା ଆଲୋଚନା କରୁଛନ୍ତି। ଆଜି ଗୃହ ମୁଲତବୀ ପରେ ଆମ ସହ ମନଖୋଲା ଆଲୋଚନା କଲେ। ଥଟ୍ଟା ମଜା କରି ହସାଇଲେ। ଏହାସହିତ ବର୍ତ୍ତମାନ ପାର୍ଟିରୁ ବାହାରି କିଛି ଲୋକ ବିଜୁ ଲିଗାସୀ କଥା କହୁଥିବା ପ୍ରସଙ୍ଗ ପଡ଼ିବାରୁ ନବୀନ ବାବୁ ହସିଲେ ଓ ବିଜୁ ଲିଗାସୀର ଇତିହାସ ସମ୍ପର୍କରେ ସମସ୍ତଙ୍କୁ ଜାଣିବାକୁ କହିଲେ। କିପରି ସେ ସମୟରେ ମଧ୍ୟ ବିଶ୍ୱାସଘାତକ କରାଯାଇଥିଲା, ସେ ସମ୍ପର୍କରେ ମଧ୍ୟ କିଛି ସୂଚନା ଦେଇଥିଲେ।

ସେହିପରି ବିଧାୟକ ସାରଦା ପ୍ରସନ୍ନ ଜେନା କହିଛନ୍ତି, ନବୀନ ବାବୁ ଆଜି ଅତ୍ୟନ୍ତ ‘ଜଲି ମୁଡ୍‌’ରେ ଥିଲେ। ଆମ ମାନଙ୍କ ସହିତ ଦଳ ଗଠନଠାରୁ ଆରମ୍ଭ କରି ଦଳର ଜୟଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହାସହିତ କେଉଁମାନେ ତାଙ୍କ ପଛରୁ ଛୁରିକାଘାତ କରୁଛନ୍ତି, ସେ ବିଷୟରେ କହିଥିଲେ। ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି, ନବୀନ ବାବୁ ଦଳ ଗଠନର ପୂର୍ବ କଥା କହିଥିଲେ। ଆମେ ତାଙ୍କଠାରୁ ଅନେକ ପୁରୁଣା କଥା ଜାଣିଲୁ ବୋଲି ସେ କହିଛନ୍ତି।

ବର୍ଷକରେ ୩୨ ହଜାର ୬୮୭ ମହିଳା ବିରୋଧୀ ହିଂସା ପଞ୍ଜିକୃତ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବର୍ଷକରେ ୩୨ହଜାର ମହିଳା ବିରୋଧୀ ହିଂସା । ଗୋଟିଏ ବର୍ଷରେ ୩୨ ହଜାର ୬୮୭ ମହିଳା ବିରୋଧୀ ହିଂସା ପଞ୍ଜିକୃତ ହୋଇଥିବା ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୫ ମସିହାର ମହିଳା ବିରୋଧୀ ଅପରାଧର ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୭୩୭୮ ଜଣ ମହିଳାଙ୍କୁ ଅପହରଣ କରାଯାଇଥିବାବେଳେ  ୭୩୮୨ ଜଣଙ୍କୁ ଅସଦାଚରଣ କରାଯାଇଥିବା କେଶ ପଞ୍ଜିକୃତ ହୋଇଛି । ୧୧୮୩ଟି  ଯୌନ ନିର୍ଯ୍ୟାତନା, ୫୪୧୯ ଅଣ ଯୌତୁକ ଜନିତ ନିର୍ଯାତନା, ୪୩୬୧ ଯୌତୁକଜନିତ ନିର୍ଯାତନା ସାମିଲ ଅଛି । ୨୯୯୪ଟି  ଧର୍ଷଣ ମାମଲା ପଞ୍ଜିକୃତ ହୋଇଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି
ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି । SCB ମେଡିକାଲରେ ନିଆଁ ଯୋଗୁଁ ରୋଗୀ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଗୃହ ମଧ୍ୟ ଭାଗରେ ପୋଷ୍ଟର, ପ୍ଲାକାର୍ଡ ଧରି ପ୍ରତିବାଦ କରୁଛନ୍ତି ବିରୋଧୀ । ଗତକାଲି ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଦେଖା ଦେଇଛି । ଫଳରେ ଗୃହକୁ ମୁଲତବୀ କରିଖିଲେ ବାଚସ୍ପତି ।

SCB ଅଗ୍ନିକାଣ୍ଡକୁ ନେଇ ବିଧାନସଭାରେ ହଙ୍ଗାମା, ବିରୋଧୀଙ୍କ ପ୍ରତୀକାତ୍ମକ କୋକେଇ ଶୋଭାଯାତ୍ରା
ଭୁବନେଶ୍ୱର: SCB ଅଗ୍ନିକାଣ୍ଡକୁ ନେଇ ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି । ଏସସିବି ନିଆଁ ତାତିରେ ହୁଲୁସ୍ତୁଲୁ ଗୃହ । ପ୍ରତୀକାତ୍ମକ କୋକେଇ ଧରି ବୁଲିଲେ ବିରୋଧୀ। 'ରାମ ନାମ ସତ୍ୟ ହେ' ନାରାବାଜିରେ କମ୍ପିଲା ବିଧାନସଭା। ଆଜିର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେଡି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ ବିରୋଧୀ । ଯେଉଁଥିପାଇଁ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ ।

ବିଧାନସଭା ମୁଲତବୀ ପରେ ବି ଥମିନଥିଲା ବିରୋଧୀଙ୍କ ବିରୋଧ ପ୍ରଦର୍ଶନ । ଗୃହ ବାହାରେ ବିରୋଧୀ ସଦସ୍ୟମାନେ କୋକେଇ ଶୋଭାଯାତ୍ରା ଆରମ୍ଭ କରିଥିଲେ । ରାମ୍‌ ନାମ୍‌ ସତ୍ୟ ହେ ନାରାରେ କମ୍ପିଥିଲେ ବିଧାନସଭା ପରିସର  । ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଥିଲେ ।

ରାଜ୍ୟରେ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ବିରୋଧୀ ଅଭିଯୋଗ କରିଛି। ଆୟୁଷ୍ମାନ ଯୋଜନା ନୁହେଁ ତ ଶ୍ମଶାନ ଯୋଜନା କହି ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କୁ କଟାକ୍ଷ କରିଛନ୍ତି। ସ୍ଵାସ୍ଥ୍ୟ ବିଭାଗ ଏବେ ଲୋକଙ୍କ ପାଇଁ ମରିଯାଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି।

ଓଡ଼ିଶାର ଜମି ଉପରେ ପଡ଼ିଶାଙ୍କ ନଜର: ଛତିଶଗଡ଼ ଦଖଲରେ ଝାରସୁଗୁଡ଼ାର ୩ କି.ମି ରାସ୍ତା
ଭୁବନେଶ୍ୱର: ଦକ୍ଷିଣରେ ଆନ୍ଧ୍ର କୋଟିଆ ମାଡ଼ି ବସିବାକୁ ଷଡ଼ଯନ୍ତ୍ର ଚଳାଇଛି। କୋଟିଆକୁ ନିଜ ଅଞ୍ଚଳ ବୋଲି ଦାବି କରୁଛି। ଉତ୍ତର ବାଲେଶ୍ୱରର ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀ ତଟ ଅଞ୍ଚଳକୁ ପଶ୍ଚିମବଙ୍ଗ ଦଖଲକୁ ବୋକୁ ଉଦ୍ୟମ କରୁଛି। ଓଡ଼ିଶା ଅଞ୍ଚଳରେ ସଡ଼କ ନିର୍ମାଣ କରୁଛି। ଏବେ ପଡେ଼ାଶୀ ଛତିଶଗଡ଼ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ୩ କିଲୋମିଟର ରାସ୍ତା ଜବରଦଖଲ କରି ସାରିଛନ୍ତି। ମାତ୍ର ସରକାରଙ୍କ ନିଦ ଭାଙ୍ଗୁନାହିଁ, ଝାରସୁଗୁଡ଼ା ପ୍ରଶାସନ ମଧ୍ୟ ଏପରି ସ୍ପର୍ଶକାତର ପ୍ରସଙ୍ଗରେ ନିରବ ରହିଛି। ଯାହାକୁ ନେଇ ଗତକାଲି ଧାନସଭାରେ କ୍ଷୋଭ ପ୍ରକାଶ ସହ ସରକାରୀ ଅପାରଗତାକୁ ସମାଲୋଚନା କରିଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ସରକାର ତୁରନ୍ତ ତତ୍ପରତା ପ୍ରକାଶ କରିବାକୁ ଦାବି କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ  ବହୁ ସଂଘର୍ଷ ପରେ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ୧୯୫୬ ମସିହା ସୀମା ନିର୍ଦ୍ଧାରଣ ସମୟରେ ଓଡ଼ିଶା ଅବହେଳାର ଶିକାର ହେଲା। ଖରସୁଅାଁ ଓ ଷଢେ଼ଇକଳା ଭଳି ବହୁ ଅଞ୍ଚଳ ଓଡ଼ିଶାରେ ରହିପାରିଲା ନାହିଁ। ଏହି ସମସ୍ୟା ସମାଧାନ ହୋଇନାହିଁ। ମାତ୍ର ଏହି ମୟରେ  ଓଡ଼ିଶାକୁ ବିକଳାଙ୍ଗ କରିବାକୁ  ପୁଣି ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶ ସରକାର କୋଟିଆରେ ବେଆଇନ ପ୍ରବେଶ କରୁଛନ୍ତି। ତାଙ୍କ ସରକାରଙ୍କର ମନ୍ତ୍ରୀମାନେ ସେଠାରେ ସଭା ସମିତି କରୁଛନ୍ତି। ପଞ୍ଚାୟତ ନିର୍ବାଚନ କରିବା ପାଇଁ ପ୍ରୟାସ କରୁଥିଲେ। ଏବେ ଛତିଶଗଡ଼ ମଧ୍ୟ ଏହି ଉଦ୍ୟମ ଆରମ୍ଭ କରିଛି। ଆମର ପଡେ଼ାଶୀ ଛତିଶଗଡ଼ ସହ ଝାରସୁଗୁଡ଼ା, ବରଗଡ଼ ଓ ଅନ୍ୟ ଜିଲ୍ଲାର ସୀମା ଲାଗି ରହିଛି। ଏବେ ଝାରସୁଗୁଡ଼ା ଜିଲ୍ଲାର କନକତୋରାରେ ଛତିଶଗଡ ସରକାର ବେଆଇନ ଅନୁପ୍ରବେଶ କରୁଛି। କନକତୋରା ଗାଁର ୩ କିଲୋମିଟର ରାସ୍ତାକୁ ଅକ୍ତିଆର କରାଯାଇଛି। କନକତୋରା-ଛତିଶଗଡ଼ର ଏକତାରା ପର୍ଯ୍ୟନ୍ତ ରାସ୍ତା ରହିଛି। ଏଠାରେ ଓଡ଼ିଶାର ପ୍ରାୟ ୩ କିମି ରାସ୍ତା ଅଛି। କନକତୋରା ଲୋକେ ୧୯୯୨-୯୩ରେ ନିଜ ଜମି ଦାନ କରିଥିଲେ। ଏହି ଦାନ ଜମିରେ ଓଡ଼ିଶା ସରକାର ରାସ୍ତା ନିର୍ମାଣ କରିଛନ୍ତି। ମାତ୍ର ସେହି ରାସ୍ତାରେ  ଏବେ ଛତିଶଗଡ଼ ଅନଧିକାର ପ୍ରବେଶ କରିଛି। ସେଠାରେ ଛତିଶଗଡ଼ ପ୍ରଶାସନ ପକ୍ଷରୁ ଗାଡ଼ି ଚେକିଂ କରାଯାଉଛି। ଧାନ ଗାଡ଼ିକୁ ମଧ୍ୟ ଅଟକାଯାଉଛି।

ଏବେ ସେଠାରେ ୪ ଲେନ୍‌ ରାସ୍ତା ନିର୍ମାଣ ପାଇଁ ଛତିଶଗଡ଼ ସରକାର ଯୋଜନା କରୁଛନ୍ତି। ସ୍ଥାନୀୟ ଲୋକ ଏହାକୁ ବିରୋଧ କରୁଛନ୍ତି। ମାତ୍ର ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ରହିଛି। ଓଡ଼ିଶା ସରକାର ଏହି ପ୍ରସଙ୍ଗରେ ତୁରନ୍ତ ତତ୍ପରତା ଦେଖାଇବା ଆବଶ୍ୟକତା ରହିଛି। ସେଠାରେ ଅନଧିକାର ପ୍ରବେଶକୁ ଅଟକାଯିବା ଦରକାର। ଉପ ମୁଖ୍ୟମନ୍ତ୍ରୀ ଗୃହରେ ଅଛନ୍ତି। ପ୍ରସଙ୍ଗରେ ସେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ନିବେଦନ କରିଛନ୍ତି। ଏହାସହିତ ବାଚସ୍ପତି ମଧ୍ୟ ଏହି ପ୍ରଙ୍ଗରେ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିବା ସହ ଏହା ସରକାରଙ୍କ ପାଇଁ ସତର୍କବାଣୀ ବୋଲି ଶ୍ରୀ ଆଚାର୍ଯ୍ୟ କରିଛନ୍ତି। ସରକାର ଯଦି ଏହି ପ୍ରସଙ୍ଗରେ ନିରବ ରୁହନ୍ତି, ତେବେ ଘାତକ ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ ଚେତାଇଛନ୍ତି।