shrinivas bobde - The Sakala

ଦୁଷ୍କର୍ମକାରୀକୁ ବିବାହ କରିବାକୁ କେବେ ଦେଇନୁ ପ୍ରସ୍ତାବ, ଭୁଲ ରିପୋଟିଂ ହୋଇଛି : ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ
ନୂଆଦିଲ୍ଲୀ : ବଳାତ୍କାର ଅଭିଯୁକ୍ତ ପୀଡିତାଙ୍କୁ ବିବାହ କରିବାକୁ କହିଥିବା ବିବାଦ ଉପରେ ପ୍ରଧାନ ବିଚାରପତି ଏସ୍ ବୋବଡେ ନିଜର ମନ୍ତବ୍ୟ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ବେଞ୍ଚ ସୋମବାର କହିଛନ୍ତି ଯେ ଗତ ସପ୍ତାହରେ ହୋଇଥିବା ବଳାତ୍କାର ମାମଲାର ଶୁଣାଣି ସମୟରେ ତାଙ୍କର ମନ୍ତବ୍ୟର ଭୁଲ ରିପୋର୍ଟିଂ କରାଯାଇଛି। ପ୍ରଧାନ ବିଚାରପତି କହିଛନ୍ତି ଯେ ଅଦାଲତ ଓ ଏକ ସଂସ୍ଥା ଭାବେ ଆମେ ସର୍ବଦା ମହିଳାଙ୍କ ସମ୍ମାନ କରିଆସିଛୁ

ମିଡିଆ ଏହି ମାମଲାରେ କୋର୍ଟଙ୍କ ଟିପ୍ପଣୀକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିଲା । ଏହା କାରଣରୁ ବିବାଦ ସୃଷ୍ଟି ହେବା ସହିତ ଅଦାଲତର ଛବି ଖରାପ ହୋଇଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଆମେ ସେହି ଶୁଣାଣିରେ ମଧ୍ୟ କୌଣସି ପରାମର୍ଶ ଦେଇନାହୁଁ । ଆମେ କେବଳ ଅଭିଯୁକ୍ତକୁ ପ୍ରଶ୍ନ କରିଥିଲୁ ଯେ କଣ ତୁମେ ପିଡୀତାକୁ ବିବାହ କରିବ ? ଏହି ମାମଲାରେ ସମ୍ପୂର୍ଣ୍ଣ ରୂପେ ଭୁଲ ରିପୋର୍ଟିଂ କରାଯାଇଛି ।

ପ୍ରଧାନ ବିଚାରପତି କହିଛନ୍ତି ଗୋଟିଏ ସଂସ୍ଥା ଓ ଅଦାଲତ ରୂପେ ଆମର ସର୍ବଦା ନାରୀତ୍ବ ପ୍ରତି ସର୍ବୋଚ୍ଚ ସମ୍ମାନ ରହିଛି ।ଦୁଷ୍କର୍ମ ସମ୍ବନ୍ଧୀୟ ଏକ ମାମଲାରେ ଶୁଣାଣି ସମୟରେ ଅଭିଯୁକ୍ତକୁ ଆଶ୍ଚର୍ଯ୍ୟ କରିବା ଭଳି ପ୍ରଶ୍ନ ପଚାରିଥିଲେ ସୁପ୍ରିମକୋର୍ଟ । ତେବେ କୋର୍ଟଙ୍କ ଏହି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ମହାରାଷ୍ଟ୍ରର ଜଣେ ସରକାରୀ କର୍ମଚାରୀ । ସୁପ୍ରିମକୋର୍ଟ ତାଙ୍କୁ ପଚାରିଥିଲେ ଯେ କଣ ସେ ପୀଡିତାଙ୍କୁ ବିବାହ କରିବେ?

ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ, ଏକ ୧୪ ବର୍ଷ ବୟସ୍କା ବଳାତ୍କାର ପୀଡିତା ଗର୍ଭବତୀର ୨୬ ସପ୍ତାହର ଗର୍ଭସ୍ଥ ଶିଶୁକୁ ଗର୍ଭପାତ କରାଯିବା ଏକ ମାମଲାର ଶୁଣାଣି କରୁଥିଲେ। ଏହି ବେଞ୍ଚରେ ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମସୁବ୍ରହ୍ମଣନ୍ ମଧ୍ୟ ସାମିଲ ହୋଇଥିଲେ। ଏହି ସମୟରେ ଏହି ପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନ ବିଚାରପତି।  ସୂଚନାଯୋଗ୍ୟଯେ, ସିପିଆଇ (ଏମ) ନେତା ବୃନ୍ଦା କାରାତ ମଧ୍ୟ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ପ୍ରଧାନ ବିଚାରପତିଙ୍କୁ ଦାବି କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ମାମଲାର ପ୍ରସଙ୍ଗରେ ସେ ଅଭିଯୋଗକାରୀଙ୍କୁ ବିବାହ କରିବେ କି? ବୋଲି ଆବେଦନକାରୀକୁ ଏପରି ପଚାରିଥିଲେ। କାରଣ ଅଭିଯୁକ୍ତ ପ୍ରତିଶ୍ରୁତି ଦେଇଥିଲା ଯେ ସେ ୧୮ ବର୍ଷ ବୟସ ପରେ ନାବାଳିକାକୁ ବିବାହ କରିବ ବୋଲି। ଏହି ସମୟ ମଧ୍ୟରେ ବେଞ୍ଚ କହିଛନ୍ତି ଯେ ଆମେ କୌଣସି ପ୍ରକାର ଚାପ ସୃଷ୍ଟି କରି ନଥିଲୁ।

ସୂଚନାଯୋଗ୍ୟଯେ, ପୂର୍ବରୁ ଏକ ବଳାତ୍କାର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱରେ ତିନି ଜଣିଆ ବେଞ୍ଚ ଅଭିଯୁକ୍ତଙ୍କୁ ପଚାରିଥିଲେ ଯେ ସେ ପୀଡିତାଙ୍କୁ ବିବାହ କରିବାକୁ ଇଚ୍ଛା କରୁଛନ୍ତି କି? ଏହି ମାମଲା ସାମ୍ନାକୁ ଆସିବା ପରେ ବହୁ ମହିଳା ଅଧିକାର ସଂଗଠନ, ବୁଦ୍ଧିଜୀବୀ, ଲେଖକ ଏବଂ ବିଶିଷ୍ଟ ନାଗରିକମାନେ ଚିଠି ଲେଖି ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।