municipal Exit Poll Report - The Sakala

ସକାଳ-ନନ୍ଦିଘୋଷ ଟିଭି ଏକଜିଟ ପୋଲ ରିପୋର୍ଟ : ପଞ୍ଚାୟତ ପରି ପୌର ନିର୍ବାଚନରେ ବି ବିଜେଡିକୁ ଐତିହାସିକ ସଫଳତା
ଭୁବନେଶ୍ବର : ସରିଲା ସହର ଭୋଟ, ବୁଥରେ ଭୋଟ ପଡିବା ପରେ ଆସିଲା ଜନମତ । ଦୈନିକ ଖବର କାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ହୋଇଥିବା ବୁଥ ବାହୁଡ଼ା ମତ ଅର୍ଥାତ ଏକଜିଟ ପୋଲ ପ୍ରକାଶ ପାଇଛି । ରାଜ୍ୟର ୧୦୩ ପୌରାଞ୍ଚଳ ଓ ୩ ମହାନଗର ନିଗମ ପାଇଁ ମତଦାନ ହୋଇଛି । ରାଉରକେଲା, ପୁରୀ, ସମ୍ବଲପୁର, ହିନ୍ଦୋଳ ଓ ଅତାବିରାକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ସହରବାସୀ ବାଛିଛନ୍ତି ନେତା । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସଂଧ୍ୟା ୫ଟାରେ ଶେଷ ହୋଇଛି । ଏବେ ଅପେକ୍ଷା କେବଳ ରହିଛି ଆସନ୍ତା ଶନିବାରକୁ । ଗଣତି କହିବ କିଏ ପିନ୍ଧୁଛନ୍ତି କେଉଁ ସହରର ତାଜ୍ । ପ୍ରଥମ ଥର ପାଇଁ ଏଥର ଅଧ୍ୟକ୍ଷ ଓ ମେୟରଙ୍କୁ ଜନତା ସିଧାସଳଖ ଭୋଟ ଦେଇ ବାଛିବାର ସୁଯୋଗ ପାଇଛନ୍ତି । । କେଉଁ ଦଳ କରିବ ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନଏସିକୁ ଦଖଲ କରିବ, ପଢନ୍ତୁ ଆମ ବୁଥ ବାହୁଡ଼ା ମତ ।

ବୁଥ୍ ବାହୁଡ଼ା ମତ ଅନୁସାରେ ଏଥର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ତିନୋଟି ଯାକ ମେୟର ଆସନ ଦଖଲ କରିବ ବିଜେଡି । ଭୁବନେଶ୍ୱରର ୬୭ଟି ୱାର୍ଡ ମଧ୍ୟରୁ ବିଜେଡି ୫୭ଟି ୱାର୍ଡରେ ବିଜୟ ସମ୍ଭାବନା ପକ୍କା ହୋଇଛି । ବିଜେପି ୪ଟି ଆସନରେ ଜିତି ପାରେ । ତେବେ ୪ଟି ଆସନରେ ବିଜେଡି ବନାମ ବିଜେଡି ବଦ୍ରୋହୀ ପ୍ରାର୍ଥୀଙ୍କ ମଧ୍ୟରେ ହେବ । ୨ଟି ଆସନରେ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ହେବାର ସମ୍ଭାବନା ରହିଛି। ସେହିପରି କଟକର ୫୯ଟି ୱାର୍ଡ ମଧ୍ୟରୁ ୪୮ଟିକୁ ବିଜେଡି ଦଖଲ କରିବା ଏକଜିଟ୍ ପୋଲ୍ ସର୍ଭେ କହୁଛି । ୬ଟି ଆସନରେ କଂଗ୍ରେସ, ବିଜେପି ଗୋଟିଏରେ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯିବ ଦୁଇଟି ଆସନ । ଗୋଟିଏ ଆସନରେ ବିଜେଡି ଓ କଂଗ୍ରେସ୍ ମଧ୍ୟରେ ଓ ଅନ୍ୟ ଏକ ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି ।

ସେହିପରି ବ୍ରହ୍ମପୁରର ୪୨ଟି ୱାର୍ଡ ମଧ୍ୟରୁ ୩୮ଟି ଯାଉଛି ବିଜେଡି ଖାତାକୁ । ୨ଟିରେ କଂଗ୍ରେସ୍, ଗୋଟିଏରେ ବିଜେପି ଓ ଗୋଟିଏରେ ସ୍ବାଧୀନ ପ୍ରାର୍ଥୀ ଜିତିବାର ସମ୍ଭାବନା ରହିଛି ସେପରେ ରାଜ୍ୟର ୧୦୩ଟି ସହରାଞ୍ଚଳ ମଧ୍ୟରୁ ୯୧ଟିରେ ବିଜେଡି କ୍ଲିନ୍ ସୁଇପ୍ କରିବା ବୁଥ୍ ବାହୁଡ଼ା ମତରୁ ସ୍ପଷ୍ଟ ହେଉଛି । ତେବେ ଅନ୍ୟ ୧୨ଟି ଆସନରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବା । ତେବେ ଏସବୁ ଆସନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ସର୍ବାଧିକ । ମୋଟାମୋଟି କହିବାକୁ ଗଲେ ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ବିଜେଡିର ଏକପାଖିଆ ବିଜୟ ସମ୍ଭାବନା ସୁନିଶ୍ଚିତ ହୋଇଯାଇଛି ।

ଦିନ ସାରା ଆଜି ବିଭିନ୍ନ ବୁଥ୍ ସାମ୍ନାରେ ଆମ ସର୍ଭେ ଟିମର ସଦସ୍ୟମାନେ ଭୋଟରଙ୍କ ମୁଡ୍ ପରଖି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ତାହା ଆପଣଙ୍କ ସାମ୍ନାକୁ ଆଣିଛୁ । ସାମ୍ପଲ୍ ସର୍ଭେକୁ ନେଇ ଗତ ପଞ୍ଚାୟତ ନିର୍ବାଚନର ଶେଷ ଦିନ ଆମେ ଏକଜିଟ୍ ପୋଲ୍ ରିପୋର୍ଟ ପ୍ରସାରଣ କରିଥିଲୁ । ଯାହାକି ପରବର୍ତ୍ତି ସମୟରେ ସତ ହୋଇଥିଲା । ସେହି ଭିତ୍ତିରେ ଏଥର ମଧ୍ୟ କରିଛୁ ସାମ୍ପଲ୍ ସର୍ଭେ । ଆଶା କରୁଛୁ ପୁଣି ଆମ ଏକଜିଟ୍ ପୋଲ୍ ରିପୋର୍ଟ ଏକଜାଟ୍ ପୋଲ୍ ରିପୋର୍ଟ ସହ ସମାନ ହେବ ।