World TB Day - The Sakala

୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ଭାରତ ଲକ୍ଷ୍ୟ: ଯକ୍ଷ୍ମା ଦୂରୀକରଣରେ ଓଡ଼ିଶା ଦ୍ୱିତୀୟ
ଭୁବନେଶ୍ୱର: ଯକ୍ଷ୍ମା ଦୂରୀକରଣରେ ଓଡ଼ିଶା ୨୦୨୦ ମସିହାରେ ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଥିବାବେଳେ ଏବେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଯକ୍ଷ୍ମାର ମୂଳୋତ୍ପାଟନ ପାଇଁ ଟିକା (ଭ୍ୟାକ୍ସିନ୍‍)ର କ୍ଲିନିକାଲ୍‍ ପର୍ଯ୍ୟବେକ୍ଷଣ ଓ ଗବେଷଣା ଚାଲିଥିବାବେଳେ ଏଥିରେ ଭୁବନେଶ୍ୱର ସ୍ଥିତ କ୍ଷେତ୍ରୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି) ଗୁରୁ ଦାୟିତ୍ୱ ବହନ କରୁଛି। ୨୦୨୫ ସୁଦ୍ଧା ଭାରତ ବର୍ଷରୁ ଯକ୍ଷ୍ମାକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି। ଏଥିଲାଗି ବିଭିନ୍ନ ଯକ୍ଷ୍ମା ପ୍ରବଣ ଅଞ୍ଚଳରେ ପରୀକ୍ଷଣକୁ ଗୁରତ୍ୱ ଦିଆଯିବା ସହିତ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଟିକାର କ୍ଲିନିକାଲ୍‍ ଟ୍ରାଏଲ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ବର୍ଷ ଏନେଇ ଚୂଡ଼ାନ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆରଏମଆରସି ଭୁବନେଶ୍ୱର ପକ୍ଷରୁ କୁହାଯାଇଛି। ତେବେ ଟିକା ଟ୍ରାଏଲ ସଫଳ ହେଲେ ଭାରତ ଯକ୍ଷ୍ମାକୁ ଶତ ପ୍ରତିଶତ ପ୍ରତିହତ କରିପାରିବ ଏବଂ ବିଶ୍ୱ ସମୁଦାୟରେ ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିବ।

ଭାରତରେ ଯକ୍ଷ୍ମାର ମୂଳୋତ୍ପାଟନ ପାଇଁ ଟିକା ପ୍ରସ୍ତୁତି ଦିଗରେ ମଧ୍ୟ ଆରଏମଆରସି ପ୍ରୟାସ ଜାରି ରଖିଛି। ଭ୍ୟାକ୍ସିନ୍‍ ଦ୍ୱାରା ଏହାକୁ ପ୍ରାଥମିକ ସ୍ତରରୁ ହିଁ ଦମନ କରାଯିବ। ବର୍ତ୍ତମାନ ସ୍ଥିତିରେ ଯକ୍ଷ୍ମା ରୋଗୀଙ୍କୁ ପାଇଁ ଔଷଧ ଦିଆଯାଉଥିବାବେଳେ ଆଗାମୀ ଦିନରେ ଏଥି ପାଇଁ ଭ୍ୟାକ୍ସିନ୍‍ ଦିଆଯିବ। ୨୦୧୮ ମସିହାରୁ ସମଗ୍ର ଦେଶର ୬ଟି ଅନୁଷ୍ଠାନ ପକ୍ଷରୁ ଟିବି ଭ୍ୟାକ୍ସିନ୍‍ ସମ୍ପର୍କରେ ଗବେଷଣା କରାଯାଉଛି। ଦିଲ୍ଲୀ ଏମ୍ସ, ବେଙ୍ଗାଲୁରୁର ଜାତୀୟ ଟିବି ପ୍ରତିଷ୍ଠାନ,ଏନଆଇଆରଟି ଚେନ୍ନାଇ, ହାଇଦ୍ରାବାଦ୍‍ର ଏମଏମଆରସ ଆଦି ସହିତ ଭୁବନେଶ୍ୱର ଆରଏମଆରସିକୁ ଏହି ଦାୟିତ୍ୱ ଦିଆଯାଇଛି। ମାତ୍ର ଆଇସିଏମଆର ଏଥିରେ ଗୁରୁ ଦାୟିତ୍ୱ ବହନ କରୁଛି। ଯକ୍ଷ୍ମା ଟିକାର କ୍ଲିନିକାଲ୍‍ ଟ୍ରାୟଲ ଚାଲିଥିବାବେଳେ ଦେଶର ମୋଟ୍‍ ୧୨ ହଜାର ଲୋକଙ୍କୁ ଏହି ଟିକା ଦିଅଯାଇଛି। ସେହିପରି ଓଡ଼ିଶାର ୧୭ଶହ ଜଣ ଲୋକଙ୍କୁ ମଧ୍ୟ ଯକ୍ଷ୍ମା ଟିକା ପ୍ରଦାନ କରାଯାଇଛି। ତେବେ ସ୍କୁଟମ ଶ୍ରେଣୀର ଯକ୍ଷ୍ମା ପଜିଟିଭ ଲୋକଙ୍କ ପରିବାର ବର୍ଗଙ୍କୁ ଏଥିରେ ସ୍ଥାନୀତ କରାଯାଇଛି। ଯେଉଁମାନେ କି ଯକ୍ଷ୍ମା ରୋଗୀଙ୍କ ସଂସ୍ପର୍ଶରେ ସିଧାସଳଖ ଆସିଥାନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଦେହରେ ଯକ୍ଷ୍ମାର ଭୂତାଣୁ ନ ଥିଲେ ସେମାନଙ୍କୁ ଭ୍ୟାକ୍ସିନ୍‍ ଦିଆଯାଉଛି। ତେବେ କ୍ଲିନିକାଲ୍‍ ଟ୍ରାଏଲରେ ଟିକା ଦେବା ପରଠାରୁ ୩୮ ମାସ ପର୍ଯ୍ୟନ୍ତ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।

୨୦୧୯ ଡିସେମ୍ବରରୁ ଦେଶରେ ୩ୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଛି। ଓଡ଼ିଶାରେ ଭୁବନେଶ୍ୱରର ଆରଏମଆରସି, ଏମ୍ସ ଓ ଏସସିବିର ମିଳିତ ସହଯୋଗରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଟିକା ଦେବା ପରଠାରୁ ନିୟମିତ ବ୍ୟବଧାନରେ ରୋଗୀଙ୍କ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ହେଉଛି। ତେବେ ଯକ୍ଷ୍ମାର ଭ୍ୟକ୍ସିନ ପାଇଁ ୨ଟି ଡୋଜ୍‍ ଦିଆଯାଉଥିବାବେଳେ ପ୍ରଥମ ଡୋଜ୍‍ର ୧ ମାସ ଅନ୍ତରରେ ଦ୍ୱିତୀୟ ଡୋଜ୍‍ ଦିଆଯାଉଛି। ଫେବୃଆରୀ ସୁଦ୍ଧା ରାଜ୍ୟର ୧୭ଶହ ଲୋକଙ୍କୁ ଦ୍ୱିତୀୟ ଡୋଜ୍‍ ଦିଆଯାଇଛି। ୩୮ ମାସ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ୩୮ ମାସର କ୍ଲିନିକାଲ ଟ୍ରାଏଲ ପରେ ବାସ୍ତବ ଚିତ୍ର ସାମ୍ନାକୁ ଆସିବ। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ସର୍ବଭାରତୀୟସ୍ତରରେ ଟିକାରେ କୋଣସି ତୃଟି ପରିଲକ୍ଷିତ ହୋଇ ନଥିବାବେଳେ ଏହା ନିଶ୍ଚିତ ଫଳପ୍ରଦ ହେବା ନେଇ ଆର୍‍ଏମ୍‍ଆର୍‍ସି ଆଶାବାଦୀ ଅଛି। ଏଥିରେ ସଫଳରେ ହେଲେ ଭାରତ ବର୍ଷର୍ରୁ ଯକ୍ଷ୍ମାର ମୂଳୋତ୍ପାଟନ ହେବ। ତେବେ ୬ ବର୍ଷରୁ ଅଧିକ ବର୍ଷର ସୁସ୍ଥ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯାଇ ପାରିବ।

ଯକ୍ଷ୍ମା ଏକ ଭୁତାଣୁ ଜନିତ ରୋଗ ହୋଇଥିବାବେଳେ ଏହା ଜଣକଠାରୁ ଅନ୍ୟ ଜଣଙ୍କୁ ବାୟୁ ମାଧ୍ୟମରେ କାଶ, ଛିଙ୍କ ଆଦି ଦ୍ୱାରା ବ୍ୟାପିଥାଏ। ଗବେଷଣାରୁ ଜଣାଯାଏ ଯେ, ଜଣେ ଯକ୍ଷ୍ମା ରୋଗୀ ହାରାହାରି ୧୦ ଜଣଙ୍କୁ ସଂକ୍ରମିତ କରିଥାଏ। ତେଣୁ ଏହାକୁ ପୂର୍ବରୁ ଚିହ୍ନଟ କରି ଚିକିତ୍ସା କରିବା ଆବଶ୍ୟକ। ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ପୂର୍ବ ଅପେକ୍ଷା ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତି ମଧ୍ୟ ବ୍ୟବହାର କରାଯାଉଛି। ବର୍ତ୍ତମାନ ସ୍ଥିତିରେ ମଧ୍ୟ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ ପାଇଁ ଅତ୍ୟାଧୁନିକ ‘ସିବି-ନାଟ୍‍’ ମେସିନ୍‍ର ବ୍ୟବହାର ହେଉଛି। ଯାହାକି ପୂର୍ବ ଅପେକ୍ଷା ଯକ୍ଷ୍ମା ଚିହ୍ନଟ କରିବାରେ ଅଧିକ ଦକ୍ଷ। ଯକ୍ଷ୍ମା ରୋଗ ଦୁଇ ପ୍ରକାରର ହୋଇଥିବାବେଳେ ଗୋଟିଏ ପଲମୁନାରୀ ଓ ଅନ୍ୟଟି ଏକ୍ସଟ୍ରା ପଲମୁନାରୀ। ପଲମୁନାରୀ ରୋଗର ଲକ୍ଷଣରୁ ଜଣା ପଡ଼ୁଥିବାବେଳେ ଏକ୍ସଟ୍ରା ପଲମୁନାରୀ କ୍ଷେତ୍ରରେ ଲକ୍ଷଣ କମ୍‍ ଦେଖାଦିଏ। ତେବେ ରୋଗୀଙ୍କୁ ଚିହ୍ନଟ କରି ସଂକ୍ରମଣ ରୋକିବା ଦିଗରେ ବୀଶେଷ ଗୁରୁତ୍ୱ ଦିଆଯାଉଥିବା ଆର୍‍ଏମ୍‍ଆର୍‍ସି କହିଛି। ଚଳିତ ବର୍ଷର ଅନ୍ତର୍ଜାତୀୟ ଟିବି ଦିବସରେ ଥିମ୍‍ ‘ଯକ୍ଷ୍ମା ଶେଷ କରିବାକୁ ବିନିଯୋଗ କରନ୍ତୁ, ଜୀବନ ବଞ୍ଚାନ୍ତୁ’ ରହିଛି।